ଆମେ ନିଜକୁ ନିଜେ ନିନ୍ଦିତ କରୁଛେ

ସା˚ପ୍ରତିକୀ - ରାମଚନ୍ଦ୍ର ଗୁହା

୨୦୦୦ରେ ଅର୍ଥଶାସ୍ତ୍ରୀ ପ୍ରଫେସର‌୍‌ ଟିଏନ୍‌ ଶ୍ରୀନିବାସନ ଏକ ବକ୍ତୃତା ଅବସରରେ କହିଥିଲେ- ‘ଯଦି ଭାରତରେ କେହି ଜଣେ ଗରିବ; ତେବେ, ସେ ଗ୍ରାମାଞ୍ଚଳର ବାସିନ୍ଦା ହୋଇଥିବା; ଅନୁସୂଚିତ ଜାତି ବା ଉପ-ଜାତି ବା ଅନ୍ୟ ସାମାଜିକ ଅନଗ୍ରସର ଜାତିର ସଦସ୍ୟ ହୋଇଥିବା; ସ୍ବାସ୍ଥ୍ୟଗତ ଦୁର୍ବଳତା ଓ ଅପପୁଷ୍ଟି ଭୋଗୁଥିବା; ଅଶିକ୍ଷିତ ବା ଅଳ୍ପ-ଶିକ୍ଷିତ ହୋଇଥିବା; ପେସାଗତ ନିପୁଣତା ନ ଥିବା; ତଥା କେତେକ ନିର୍ଦିଷ୍ଟ ରାଜ୍ୟ ଯଥା- ବିହାର, ମଧ୍ୟ ପ୍ରଦେଶ, ରାଜସ୍ଥାନ, ଉତ୍ତର ପ୍ରଦେଶ ଏବ˚ ଓଡ଼ିଶାର ହୋଇଥିବାର ସ˚ଭାବନା ଅଧିକ।’

ସେତେବେଳେ ପ୍ରଫେସର‌୍‌ ଶ୍ରୀନିବାସନ ଭାରତର ବିଭିନ୍ନ ଅଞ୍ଚଳର ଅର୍ଥନୈତିକ ଭିନ୍ନତା ଉପରେ କହିଥିଲେ। ଏବେ କୋଡ଼ିଏ ବର୍ଷ ପରେ ମୁଁ ଦିଲ୍ଲୀ ବିଶେଷତଃ ଉତ୍ତର ପ୍ରଦେଶ ପରିପ୍ରେକ୍ଷୀରେ ଆମ ଦେଶର ନ୍ୟାୟିକ ଭିନ୍ନତା ସ˚ପର୍କରେ କିଛି କହିବା ପାଇଁ ଚାହିଁବି। ତେଣୁ, ‘ଯଦି ଭାରତରେ କେହି ଜଣେ ପୁଲିସ୍‌, ପ୍ରଶାସନ ଓ ଅଦାଲତଠାରୁ ଉଚିତ ନ୍ୟାୟ ପାଇବା ଆଶା କରୁଥିବ; ଏବ˚ ଯଦି ସେ ମହିଳା, ଦଳିତ, ଆଦିବାସୀ ବା ମୁସଲମାନ ହୋଇଥିବ; ସହରଠାରୁ ଦୂରରେ ରହୁଥିବ, ଅଶିକ୍ଷିତ ହୋଇଥିବ ବା କମ୍‌ ପଢ଼ିଥିବ ଓ ଇ˚ଲିସ୍‌ କହୁ ନ ଥିବ; ତେବେ, ସେ ନ୍ୟାୟ ପାଇବାର ସ˚ଭାବନା କମ୍‌।’

ଭାରତରେ ନ୍ୟାୟ ମିଳିବା ଶ୍ରେଣୀ, ଜାତି ଓ ଧର୍ମ ଉପରେ ନିର୍ଭରଶୀଳ, ଏହା ଅନେକ ଦିନରୁ ଜଣା। ଏ କ୍ଷେତ୍ରରେ ଆମେ ଅନେକ ବର୍ଷ ହେଲା ଅତି ନିମ୍ନ ସ୍ଥାନରେ ଅଛେ। ତେବେ, ସ˚ପ୍ରତି ଦିଲ୍ଲୀ ଓ ଉତ୍ତର ପ୍ରଦେଶର ପୁଲିସ୍‌ ତଥା ରାଜ୍ୟ ପ୍ରଶାସନର କାର୍ଯ୍ୟ-କଳାପ ସ˚ପୂର୍ଣ୍ଣ କଳ୍ପନାତୀତ। ଫେବ୍ରୁଆରି-ମାର୍ଚ‌୍‌ ୨୦୨୦ରେ ରାଜଧାନୀରେ ଯେଉଁ ଦଙ୍ଗା ଘଟିଥିଲା, ତାହା ଉପରେ ଦିଲ୍ଲୀ ପୁଲିସ୍‌ ଦାଖଲ କରିଥିବା ଅଭିଯୋଗ-ଫର୍ଦ ମିଥ୍ୟା ଓ ମନଗଢ଼ା କାହାଣୀରେ ଭରପୂର ଏବଂ ଅସତ୍ୟ ଉପରେ ଆଧାରିତ। ଏହା ଉପରେ ଅନେକ ରିପୋର୍ଟ‌୍‌ ପ୍ରକାଶ ପାଇଲାଣି। ଉକ୍ତ ରିପୋର୍ଟ‌୍‌ଗୁଡ଼ିକ ମଧ୍ୟରେ ଏହି ଦୁଇଟି ଦେଖିପାରନ୍ତି: https://indianexpress.com/article/opinion/columns/delhi-riots-chargesheet-uapa-watali-judgment-6601681/; https://scroll.in/article/967881/delhi-polices-grand-riots-conspiracy-where-is-the-evidence। ଦିଲ୍ଲୀ ପୁଲିସ୍‌ ଦ୍ବାରା ଦାଖଲ କରାଯାଇଥିବା ଅଭିଯୋଗ-ଫର୍ଦଗୁଡ଼ିକ ଅହି˚ସ ମାର୍ଗରେ ଆନ୍ଦୋଳନ କରିଥିବା ଛାତ୍ର ଓ ମୁସଲମାନମାନଙ୍କୁ ଅପବାଦିତ ଏବ˚ ଭୟଭୀତ କରାଇବା ପାଇଁ ଉଦ୍ଦିଷ୍ଟ। ଅପର ପକ୍ଷେ ଶାସକ ଦଳ ସହ ସ˚ପୃକ୍ତ ଅନେକ ହିନ୍ଦୁ ଦକ୍ଷିଣ-ପନ୍ଥୀ ନେତା ଖୋଲାଖୋଲି ଭାବେ ହି˚ସା ପାଇଁ ଜନତାକୁ ଉସୁକାଇଥିଲେ ହେଁ ଅଭିଯୋଗ-ଫର୍ଦରେ କୌଣସି ଉଲ୍ଲେଖ ନାହିଁ ବା ଜାଣି-ଶୁଣି ବାଦ୍‌ ଦିଆଯାଇଛି।

ଯଦି ଦିଲ୍ଲୀ ପୁଲିସ୍‌ ପକ୍ଷବାଦୀ ଓ ସା˚ପ୍ରଦାୟିକ; ତେବେ, ଉତ୍ତର ପ୍ରଦେଶ ପୁଲିସ୍‌ ପକ୍ଷବାଦୀ, ପକ୍ଷପାତୀ, ଜାତିବାଦୀ, ଧର୍ମବାଦୀ ଓ ସା˚ପ୍ରଦାୟିକ। କେନ୍ଦ୍ର ସରକାରର ନିଜସ୍ବ ସ˚ସ୍ଥା- ‘ନେସ୍‌ନାଲ୍‌ କ୍ରାଇମ୍‌ ବ୍ୟୁରୋ’ ପ୍ରଦତ୍ତ ଡେଟା ଅନୁଯାୟୀ ଉତ୍ତର ପ୍ରଦେଶରେ ଦଳିତଙ୍କ ବିରୋଧରେ ପ˚ଜିକୃତ ଅପରାଧ ସ˚ଖ୍ୟା ନିକଟ ବର୍ଷଗୁଡ଼ିକରେ ସତଚାଳିଶ ପ୍ରତିଶତ ବଢ଼ିଛି। ଯଦିଓ ଏହି ରାଜ୍ୟର ଜନସ˚ଖ୍ୟା, ଦେଶର ମୋଟ ଜନସ˚ଖ୍ୟାର ଷୋହଳ ପ୍ରତିଶତ, ଏଠାରେ ମହିଳା ଓ ବାଳିକାଙ୍କ ବିରୋଧରେ ହେଉଥିବା ଅପରାଧ, ଦେଶର ଏ ଭଳି ମୋଟ ଅପରାଧର ପଚିଶ ପ୍ରତିଶତ। ଏହି ରାଜ୍ୟରେ ଅନେକ ଅପରାଧ ପ˚ଜିକୃତ ହେଉ ନ ଥିବାରୁ ପ୍ରକୃତ ସ˚ଖ୍ୟା ନିଶ୍ଚିତ ଭାବେ ଆହୁରି ଅଧିକ।

ଅତୀତରେ ଯେ ଉତ୍ତର ପ୍ରଦେଶ ପୁଲିସ୍‌ର କୁଖ୍ୟାତି କମ୍‌ ଥିଲା, ସେ କଥା ନୁହେଁ; ତେବେ, ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ଆସନରେ ବସିବା ପରେ ଏଠାକାର ପୁଲିସ୍‌ ବାହିନୀ ରାଜନୈତିକ ଶ୍ରେଣୀର ଅଧସ୍ତନ ହୋଇଯାଇଛି, ଯାହା ଏହାର ଇତିହାସରେ ପୂର୍ବରୁ କେବେ ଦେଖାଯାଇ ନ ଥିଲା। ‘ଆର‌୍‌ଟିକିଲ୍‌ ୧୪’ େଵବ୍‌ସାଇଟ୍‌ରେ ଏହି ପ୍ରସଙ୍ଗରେ ଏକ ନିବନ୍ଧ ପ୍ରକାଶ ପାଇଥିଲା। ସେଥିରେ ଲେଖାଅଛି- ଭାରତର ସବୁଠାରୁ ଅଧିକ ଜନସ˚ଖ୍ୟା ଥିବା ଏହି ରାଜ୍ୟର ଶାସନ ନିମନ୍ତେ ଏହି ନିର୍ଦିଷ୍ଟ ରାଜନେତାଙ୍କ ମନୋନୟନ ସ୍ବୟ˚ ଉଦ୍‌ବେଗଜନକ। ମୁସଲମାନ ଓ ରାଜନୈତିକ ବିରୋଧୀଙ୍କୁ ଖୋଲାଖୋଲି ଭାବେ ଗଣଶତ୍ରୁ ଭାବେ ଆଖ୍ୟାୟିତ କରିବା, ଏହି ସରକାରର ମୁଖ୍ୟ କାର୍ଯ୍ୟ। ଆଗକୁ ଭାଜପା ପକ୍ଷରୁ ସାରା ଦେଶକୁ ଏ ଭଳି ଶାସନ କରାଯିବାର ସୂଚନା ମିଳୁଛି।

ଯୋଗୀ ଆଦିତ୍ୟନାଥଙ୍କ ପଦ୍ଧତି ସ˚କ୍ରାନ୍ତରେ ସେହି ନିବନ୍ଧରେ ଲେଖାଅଛି- ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ପଦରେ ବସିବା ଦିନଠାରୁ ସେ ଶାସନ କଳକୁ ନିଜର କାର୍ଯ୍ୟ ସିଦ୍ଧି ପାଇଁ ବ୍ୟବହାର କରିଆସିଛନ୍ତି। ହିନ୍ଦୁ ବିଶେଷତଃ ଉଚ୍ଚ ଜାତିର ଲୋକଙ୍କୁ ପ୍ରାଧାନ୍ୟ ଦେଇଛନ୍ତି। ସେମାନଙ୍କ ସପକ୍ଷରେ ଆଇନକୁ ବ୍ୟବହାର କରିଛନ୍ତି। ପୁଲିସ୍‌ ଓ ପ୍ରଶାସନ ମାଧ୍ୟମରେ ମୁସଲମାନ ତଥା ବିରୋଧୀଙ୍କୁ ନିନ୍ଦିତ-ଅପବାଦିତ କରିଛନ୍ତି, ଦଣ୍ତ ଦେଇଛନ୍ତି, ବନ୍ଦୀ କରିଛନ୍ତି ଏବ˚ କେତେକ କ୍ଷେତ୍ରରେ ହତ୍ୟା ମଧ୍ୟ କରିଛନ୍ତି। ଏହାର ବିବରଣୀ ଲିପିବଦ୍ଧ। (https://www.article-14.com/post/the-creation-of-a-vigilante-state-in-uttar-pradesh)।

ଯୋଗୀ ଆଦିତ୍ୟନାଥ ପ୍ରଶାସନର ମୁସଲମାନ-ବିରୋଧୀ ନଗ୍ନ ଦୃଷ୍ଟିଭଙ୍ଗୀ ଡ. କାଫୀଲ ଖାନ ମାମଲା ତଥା ନାଗରିକତ୍ବ ସ˚ଶୋଧନ ଆଇନକୁ ବିରୋଧ କରିଥିବା ଶାନ୍ତିପୂର୍ଣ୍ଣ ଆନ୍ଦୋଳନକାରୀଙ୍କ ଉପରେ ହୋଇଥିବା କାର୍ଯ୍ୟାନୁଷ୍ଠାନରେ ପ୍ରତିଫଳିତ। ସେମାନଙ୍କୁ ପ୍ରଥମେ ଧମକ-ଚମକ ଦ୍ବାରା ଭୟଭୀତ କରାଯାଇଥିଲା ଏବ˚ ପରେ ମିଥ୍ୟା ମାମଲାରେ ଫସାଇ ଦିଆଯାଇଥିଲା। ଏହି ପ୍ରଶାସନର ଜାତିବାଦୀ ରୂପ ହାଥରସ କାଣ୍ତରେ ସ୍ପଷ୍ଟ ଭାବେ ପ୍ରତିଫଳିତ। ‘ଦ ଫାଇନାନ୍‌ସିଆଲ୍‌ ଟାଇମ୍‌ସ’ ବିଶ୍ବର ଏକ ସମ୍ମାନଜନକ ଖବରକାଗଜ। ହାଥରସ କାଣ୍ତ ଉପରେ ଏହା ଲେଖିଥିଲା- ଭାରତରେ ଜାତି ଓ ଲିଙ୍ଗ ଭିତ୍ତିକ ଘୃଣ୍ୟ ହି˚ସାର ଇତିହାସ ବେଶ୍‌ ଲମ୍ବା। ଏହା କେବଳ ଏକ ଭାବପ୍ରବଣ ପ୍ରସଙ୍ଗ ହୋଇ ରହିଛି, ଯାହା ରାଜନୈତିକ ଯୁଦ୍ଧ ପାଇଁ ଇନ୍ଧନ ଯୋଗାଏ। ତେବେ, ଏ ଥର ପ୍ରଶାସନ ପକ୍ଷରୁ ଏକ ନୂଆ ପଦକ୍ଷେପ ନିଆଯାଇଛି ଏବ˚ ତାହା ହେଉଛି, ଧର୍ଷଣ ଓ ହତ୍ୟାକାଣ୍ତର ଶିକାର ହୋଇଥିବା ଯୁବତୀଙ୍କ ପରିବାର ସଦସ୍ୟଙ୍କ ଉପରେ ସତର୍କ ଦୃଷ୍ଟି ରଖିବା ଏବ˚ ଯେଉଁମାନେ ସେମାନଙ୍କ ସପକ୍ଷରେ ମୁହଁ ଖୋଲୁଛନ୍ତି, ସେମାନଙ୍କୁ ଭୟଭୀତ କରାଇବା। (https://www.ft.com/content/e07aaca0-ac5d-43cc-abf8-b7a3506ebcda)।

ଆମ ଦେଶର ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ପୁଲିସ୍‌ ପ୍ରଶାସନ ଅନେକା˚ଶରେ କ୍ଷମତାରେ ଥିବା ରାଜନେତାଙ୍କ ବୋଲ ମାନିଥାଏ। ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥଙ୍କ ପୁଲିସ୍‌ ପ୍ରଶାସନ ଭଳି ପଶ୍ଚିମବଙ୍ଗ ପୁଲିସ୍‌, ମମତା ବାନାର୍ଜୀ ଓ ତାଙ୍କ ଦଳ ହାତରେ କ୍ରୀଡ଼ନକ। କ˚ଗ୍ରେସ୍‌-ଶାସିତ ରାଜ୍ୟଗୁଡ଼ିକରେ ମଧ୍ୟ ପୁଲିସ୍‌ ଅନେକ ସମୟରେ ପକ୍ଷ ନେଇ କାର୍ଯ୍ୟ କରିଥାଏ। ପୁଲିସ୍‌ ଚାରିଆଡ଼େ ମହିଳା, ନିମ୍ନ ଜାତି ଓ ସ˚ଖ୍ୟାଲଘୁଙ୍କ ପ୍ରତି ପକ୍ଷପାତୀ। ତେବେ, ଉତ୍ତରପ୍ରଦେଶରେ ଯାହା ଚାଲିଛି, ତାହା କଳ୍ପନାତୀତ। ସେଠାରେ ଜଙ୍ଗଲୀ ଶାସନ ଚାଲିଛି। ପ୍ରଶାସନ ଦମନମୂଳକ ଅବତାରରେ ଅବତୀର୍ଣ୍ଣ। ବିରୋଧୀ ଓ ଗଣମାଧୢମକୁ ଦମନ କରାଯାଉଛି। ୨୦୧୨ରେ କ˚ଗ୍ରେସ୍‌-ଶାସିତ ଦିଲ୍ଲୀରେ ଧର୍ଷଣର ଶିକାର ହୋଇଥିବା ମହିଳାଙ୍କୁ ନ୍ୟାୟ ଦେବା ପାଇଁ ଯେଉଁ ଭଳି ବିଶାଳ ବିକ୍ଷୋଭ ପ୍ରଦର୍ଶିତ ହୋଇଥିଲା, ଏବର ଉତ୍ତରପ୍ରଦେଶର କୌଣସି ସହରରେ ତାହା କଳ୍ପନା କରାଯାଇ ନ ପାରେ।

ସୁନିର୍ବାହିତ ଗଣତନ୍ତ୍ରରେ ଯଦି ପୁଲିସ୍‌ ବା ପ୍ରଶାସନ ଆଇନରେ ଥିବା ବ୍ୟବସ୍ଥାର ଉଲ୍ଲ˚ଘନ କରେ, ଅନ୍ୟ ସାର୍ବଜନୀନ ସ˚ସ୍ଥା ପରିସ୍ଥିତି ସୁଧାରିବା ପାଇଁ ଆଗଭର ହେବା ଆବଶ୍ୟକ। ତେବେ, ଆମ ଦେଶ ଏ ଭଳି ମାମଲାଗୁଡ଼ିକରେ ଆଉ ସାଧାରଣ ଭାବେ ନିର୍ବାହିତ ଗଣତନ୍ତ୍ର ହୋଇ ରହିନାହିଁ। ଜଷ୍ଟିସ୍‌ ଏପି ଶାହ ନିକଟରେ କହିଛନ୍ତି- ‘ପ୍ରଶାସନ ଓ କାର୍ଯ୍ୟନିର୍ବାହୀର କାର୍ଯ୍ୟ-କଳାପର ସମୀକ୍ଷା ପାଇଁ ଦେଶରେ ଯେଉଁସବୁ ସ˚ସ୍ଥା ଓ ଆଇନ-କାନୁନ ରହିଛି, ଏବେ ସେଗୁଡ଼ିକୁ ଯୋଜନାବଦ୍ଧ ଭାବେ ଧ୍ବ˚ସ କରିଦିଆଯାଉଛି। ୨୦୧୪ରେ ଭାଜପା ସରକାର କ୍ଷମତାକୁ ଆସିବା ପରେ ଏହି ଧ୍ବ˚ସଲୀଳା ଆରମ୍ଭ ହୋଇଥିଲା। ଇନ୍ଦିରା ଗାନ୍ଧୀ ଅତୀତରେ କେଉଁ ପ୍ରକାରେ ଧ୍ବ˚ସଲୀଳା ଘଟାଇଥିଲେ, କେବଳ ସେଥି ସହ ତୁଳନା ପାଇଁ ସତେ ଯେପରି ପ୍ରତିଯୋଗିତା ଚାଲିଛି। ଏ ଭଳି ତୁଳନା ଘୃଣ୍ୟ। ଆଜି ଆମେ ଯାହା ପ୍ରତ୍ୟକ୍ଷ କରୁଛେ, ତାହା ହେଉଛି, ଆମ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସ˚ପୂର୍ଣ୍ଣ ଧ୍ବ˚ସ କରିବାର ପ୍ରୟାସ। ସମସ୍ତ କ୍ଷମତା କ୍ରମଶଃ ସରକାର ହାତକୁ ଯାଉଛି। ଜାତୀୟ ମାନବିକ ଅଧିକାର ଆୟୋଗ ସୁପ୍ତ। ସାମାନ୍ୟ ସୁବିଧା ମିଳିବା ମାତ୍ରେ ତଦନ୍ତକାରୀ ସ˚ସ୍ଥାଗୁଡ଼ିକର ଦୁରୁପଯୋଗ ଚାଲିଛି। ଦେଶର ନିର୍ବାଚନ ଆୟୋଗ ବୁଝାମଣା କରି ନେଇଥିବା ସ˚ଦେହ କରାଯାଉଛି। ସୂଚନା ଆୟୋଗ ପ୍ରାୟତଃ ନିଷ୍କ୍ରିୟ।’ (https://www.livelaw.in/top-stories/every-institution-mechanis-or-tool-that-is-designed-to-hold-the-executive-accountable-is-being-systematically-destroyed-justice-ap-shah-163160)।

ଏ ଭଳି ପରିସ୍ଥିତିରେ ଯେତେ ବେଳେ ସାର୍ବଜନୀନ ସ˚ସ୍ଥାଗୁଡ଼ିକ କାର୍ଯ୍ୟନିର୍ବାହୀକୁ ନିୟନ୍ତ୍ରଣ କରିବାରେ ବିଫଳ, ନ୍ୟାୟପାଳିକା ଆଗକୁ ବାହାରିବ ବୋଲି ଆଶା କରିବା କଥା। ତେବେ, ସୁପ୍ରିମ୍‌ କୋର୍ଟ‌୍‌ ଏବ˚ ହାଇକୋର୍ଟ‌୍‌ଗୁଡ଼ିକ ମଧ୍ୟ ବହୁଳତଃ ବିଫଳ ହେବା ନିଶ୍ଚିତ ଭାବେ ଦୁଃଖଦାୟକ। ଗୁରୁତ୍ବପୂର୍ଣ୍ଣ ସାମ୍ବିଧାନିକ ମାମଲାଗୁଡ଼ିକର ଶୁଣାଣି ପାଇଁ ସେମାନେ ସମୟ ଦେଉନାହାନ୍ତି; ଯଥା- ଧାରା ୩୭୦ର ଉଚ୍ଛେଦନ ଏବ˚ ନାଗରିକତ୍ବ ସ˚ଶୋଧନ ଆଇନ। ଗରିବଙ୍କ କଥା ଶୁଣିବାକୁ ଅଦାଲତଙ୍କ ପାଖରେ ସମୟ ନାହିଁ; କିନ୍ତୁ, ସେଲିବ୍ରିଟି ମାମଲାକୁ ଅବିଳମ୍ବେ ଅଗ୍ରାଧିକାର ଦିଆଯାଉଛି। ଅଦାଲତ ଏ ପର୍ଯ୍ୟନ୍ତ ସାରା କାଶ୍ମୀରରେ ୪ଜି ଇଣ୍ଟର‌୍‌ନେଟ୍‌ର ପୁନଃସ୍ଥାପନ କରିପାରିନାହାନ୍ତି। ସୁପ୍ରିମ୍‌ କୋର୍ଟ‌୍‌ ତଥା ଭାରତୀୟ ଗଣତନ୍ତ୍ର ବାବଦରେ ଅଧିକ ଜାଣିବା ପାଇଁ ‘ଇଣ୍ତିଆନ୍‌ ଏକ୍‌ସପ୍ରେସ୍‌’ରେ ପ୍ରକାଶିତ ମୋର ନିବନ୍ଧ ଏହି ଲିଂକ୍‌ରେ ପଢ଼ି ପାରନ୍ତିି। (https://indianexpress.com/article/opinion/columns/supreme-court-democracy-politicisation-judiciary-kashmir-covid-6552287/)।

ଉତ୍ତରପ୍ରଦେଶରେ ଜଣେ ଦଳିତ ଯୁବତୀଙ୍କ ଉପରେ ଆକ୍ରମଣ ଏବ˚ ପ୍ରଶାସନ ଦ୍ବାରା ଏହାର ଦକ୍ଷତାହୀନ ସ˚ପାଦନ ଇତ୍ୟାଦି ବିଷୟରେ ଜାତ ବିବାଦକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ‘ଅନ୍ତର୍ଜାତୀୟ ଷଡ଼୍‌ଯନ୍ତ୍ର’ର ଅ˚ଶବିଶେଷ ବୋଲି ଦାବି କରୁଛନ୍ତି। ଏହା ତାଙ୍କୁ ତଥା ତାଙ୍କ ସରକାରକୁ ବଦନାମ କରିବା ପାଇଁ ଉଦ୍ଦିଷ୍ଟ ବୋଲି କହୁଛନ୍ତି। ତେବେ, ସତ୍ୟ ଭିନ୍ନ କିଛି। ଆମେ ନିଜକୁ ନିଜେ ନିନ୍ଦିତ ଓ ବଦନାମ କରୁଥିବା ଦେଶ। ଏଥିରେ ବାହାରର କୌଣସି ହସ୍ତକ୍ଷେପ ନାହିଁ। ଏହି ମାଟିରେ ଅନେକ ବର୍ଷ ଧରି ମହିଳା, ଗରିବ, ମୁସଲମାନ ଓ ଦଳିତ ନ୍ୟାୟ ପାଇନାହାନ୍ତି। ଏବର ସରକାରରେ ନ୍ୟାୟ ପାଇବା ଆହୁରି ଅଧିକ କଠିନ ହୋଇଯାଇଛି।

(ଲେଖକଙ୍କ ମତାମତ ନିଜସ୍ବ)

ସମ୍ବନ୍ଧିତ ଖବର