ଓଡ଼ିଶାର ଶକ୍ତିପୀଠର ମାହାତ୍ମ୍ୟ

ମୈତ୍ରେୟୀ କମିଳା

ଚୈତ୍ର ନବରାତ୍ରି, ଶାରଦୀୟ ଷୋଡ଼ଶ ଦିନ ପୂଜାରେ ଓଡ଼ିଶାର ଶକ୍ତିପୀଠର ପରମ୍ପରା ସ୍ବତନ୍ତ୍ର। ଶକ୍ତି ଉପାସନାର ଅନୁସରଣକାରୀଙ୍କୁ ‘ଶାକ୍ତ’ ଏବ˚ ଉପାସନା ପୂଜା ପଦ୍ଧତି ଶାକ୍ତ ଧର୍ମ ରୂପେ ପରିଚିତ। ଏହି ଶକ୍ତିର ନିଦର୍ଶନ ସ୍ବରୂପ ଓଡ଼ିଶାର ଗ୍ରାମେ ଗ୍ରାମେ ଅଧିଷ୍ଠିତା ହୋଇ ଅଛନ୍ତି ଗ୍ରାମଦେବୀମାନେ। ବିରାଟ ଗଛ ମୂଳେ ପଥର ରୂପରେ ଏମାନେ ଅନେକତ୍ର ଶୋଭା ପାଉଥାନ୍ତି। ସିନ୍ଦୂର, ନାଲି ଶଙ୍ଖା ତଥା ନାଲି ମନ୍ଦାରରେ ମଣ୍ତିତ ଦେବୀଙ୍କୁ ସେହି ସବୁ ଅଞ୍ଚଳରେ ଯେ କୌଣସି ପୂଜା ପାର୍ବଣ, ବାହାଘର, ବ୍ରତଘର ଆଦିିରେ ଆବାହନ କରାଯାଏ। ବିଭିନ୍ନ ନାମରେ ଏହି ଗ୍ରାମଦେବୀମାନେ ନାମିତ ହୋଇଥାନ୍ତି।

ଶ୍ରୀକ୍ଷେତ୍ରରେ ଗୋସାଣୀ-ଶାରଦୀୟ ପୂଜା ଅବସରରେ ମହିଷମର୍ଦ୍ଦିନୀ ଦୁର୍ଗା ସର୍ବତ୍ର ପୂଜା ପାଆନ୍ତି। ବୃହଦାକାୟା କଳାପାଟବତୀ ଶୂନ୍ୟ ମହିଷହନ୍ତୀ ବିଗ୍ରହ ଗୋସାଣୀ ନାମରେ ପୂଜିତା। ଏହା ଶ୍ରୀକ୍ଷେତ୍ରର ଏକ ମୌଳିକ ପରମ୍ପରା। ସେଥିଲାଗି ଶ୍ରୀକ୍ଷେତ୍ରରେ ମା’ ଦୁର୍ଗା ଗୋସାଣୀ ନାମରେ ଖ୍ୟାତ।

ଓଡ଼ିଶାରେ ଶକ୍ତି ପୂଜା ପୁରାଣରେ ବର୍ଣ୍ଣିତ ଅଛି କିଭଳି ସତୀଙ୍କ ମୃତ ଶରୀର ଖଣ୍ତ ବିଖଣ୍ତିତ ହୋଇ ଯେଉଁ ଯେଉଁ ସ୍ଥାନରେ ପଡ଼ିଥିଲା, ସେ ସବୁ ଶକ୍ତି ପୀଠ ରୂପେ ପରିଚିତ ହେଲେ। ସେହିଭଳି ସ୍ଥାନର ସ˚ଖ୍ୟା ଓଡ଼ିଶାରେ ଆଠଟି। ସେ ସବୁ ହେଲେ ପୁରୀରେ ବିମଳା, ବାଙ୍କୀରେ ଚର୍ଚ୍ଚିକା, ଯାଜପୁରରେ ବିରଜା, ବାଣପୁରରେ ଭଗବତୀ, କାକଟପୁରରେ ମଙ୍ଗଳା, ଝଙ୍କଡ଼ରେ ଶାରଳା, ତାଳଚେରରେ ହିଙ୍ଗୁଳା ଏବ˚ ସମ୍ବଲପୁରରେ ସମଲେଶ୍ବରୀ ଦେବୀ। ଏହି ଦେବୀମାନେ କେଉଁଠି ଦ୍ବିଭୁଜା ତ ଆଉ କେଉଁଠି ଅଷ୍ଟଭୁଜା; କେଉଁଠି ବୈଷ୍ଣବୀ ତ ଆଉ କେଉଁଠି କାତ୍ୟାୟନୀ।

ନାଭିକ୍ଷେତ୍ର ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କ ମନ୍ଦିର ବେଢ଼ା ମଧୢରେ ରୋହିଣୀ କୁଣ୍ତର ପଶ୍ଚିମକୁ ଦକ୍ଷିଣ ପଶ୍ଚିମ କୋଣରେ ଅବସ୍ଥିତ ମା’ ବିମଳାଙ୍କ ମନ୍ଦିର। ଏହି ପୁରୁଷୋତ୍ତମ କ୍ଷେତ୍ରରେ ମାତା ସତୀଙ୍କ ପାଦ ଏବ˚ ନାଭି ଅ˚ଶ ପଡ଼ିଥିଲା ବୋଲି ବିଶ୍ବାସ ରହିଛି। ଏହା ମଧୢ ଏକ ପ୍ରସିଦ୍ଧ ଭୈରବ ପୀଠ। ଏଠାରେ ମାଆ ବିମଳା ଭୈରବୀ ଏବ˚ ସ୍ବୟ˚ ମହାପ୍ରଭୁ ଜଗନ୍ନାଥ ଭୈରବ ରୂପେ ପୂଜା ପାଉଛନ୍ତି। ଶ୍ରୀ ଜଗନ୍ନାଥଙ୍କ କୈବଲ୍ୟ ପୀଠାଧିଶ୍ବରୀ ମା’ ବିମଳାଙ୍କୁ ସମର୍ପଣ କରାଯିବା ପରେ ହିଁ ଦିବ୍ୟ ମହାପ୍ରସାଦରେ ପରିଣତ ହୋଇଥାଏ। ବିମଳା ଶକ୍ତି ସ୍ବରୂପିଣୀ ହେଲେ ମଧୢ ପରମ ବୈଷ୍ଣବୀ। ଆଶ୍ବିନ ମାସରେ ଷୋଡ଼ଶ ବିଧିରେ ତାଙ୍କର ପୂଜାର୍ଚ୍ଚନା ହୋଇଥାଏ।

କଟକ ଜିଲ୍ଲା ବାଙ୍କୀ ଠାରେ ରେଣୁକା ନଦୀର ତଟରେ ରୁଚିକା ପର୍ବତର ଶେଷ ଅ˚ଶରେ ଅଧିଷ୍ଠାତ୍ରୀ ଦେବୀ ମାଆ ଚର୍ଚ୍ଚିକାଙ୍କ ମନ୍ଦିର। ମହିଷାସୁରର ଦୁଇ ଯୋଦ୍ଧାଙ୍କୁ ନିପାତ କରିବା ସମୟରେ ଯୋଗମାୟା ଦେବୀଙ୍କ ନିଃଶ୍ବାସରୁ ସୃଷ୍ଟି ହୋଇଥିଲା ଏକ ଦିବ୍ୟ ଜ୍ୟୋତି। ଏହି ଜ୍ୟୋତିରୁ ଆବିର୍ଭୂତା ହୋଇଥିଲେ ମାଆ ଚର୍ଚ୍ଚିକା। ମା’ ଚର୍ଚ୍ଚିକା ଆଶ୍ବିନ ମହାଷ୍ଟମୀରେ ମହିଷମର୍ଦ୍ଦିନୀ ବେଶରେ ପୂଜିତ ହୁଅନ୍ତି।

ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ମନ୍ଦିର ରହିଛି ବୈତରଣୀ କୂଳରେ। ସ୍ବୟ˚ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ହୋମ, ଯଜ୍ଞ, ମନ୍ତ୍ରପାଠରୁ ମା’ ଦୁର୍ଗା ବିରଜା ନାମରେ ଆଶ୍ବିନ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ଆବିର୍ଭୂତ ହୋଇଥିଲେ। ସେହି ଦୃଷ୍ଟିରୁ ଏହା ଏକ ଧର୍ମ ପୀଠ, ଯଜ୍ଞ ପୀଠ, ପିଣ୍ତ ପୀଠ, ପୌରାଣିକ ପୀଠ ଏବ˚ ଐତିହାସିକ ପୀଠ। ଯଯାତି କେଶରୀ ଏହି ଠାରେ ଦଶଟି ଅଶ୍ବମେଧ ଯଜ୍ଞ କରିଥିଲେ। ଏହା ଗଦା କ୍ଷେତ୍ର ନାମରେ ମଧୢ ଖ୍ୟାତ। ବରାହ, ବିରଜା, ବେଦ, ବିପ୍ର, ବୈତରଣୀ ଭଳି ପାଞ୍ଚ ଗୋଟି ‘ବ’ କାର ଏଠାରେ ସମ୍ମିଳିତ ଯାହା ଏହାର ବୈଶିଷ୍ଟ୍ୟ।

ବ୍ୟାସଦେବଙ୍କ ୧୦୮ ସିଦ୍ଧପୀଠ ମଧୢରୁ ଝଙ୍କଡ଼ର ଶାରଳା ପୀଠ ଅନ୍ୟତମ। କଟକରୁ ୫୦ କିଲୋମିଟର ଦୂର କନକପୁର ଗ୍ରାମର ଶାରଦା ପୀଠର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମାଆ ଶାରଳା। କି˚ବଦନ୍ତି କହେ ଯେ ମାତା ଆଦିଶକ୍ତି ଝଙ୍କଡ଼ ଗ୍ରାମରେ କୃପାଜଳ ଋଷିଙ୍କ କନ୍ୟା ଭାବେ ଜନ୍ମିଥିଲେ। ଅସୁରମାନଙ୍କୁ ନିପାତ କରିବାକୁ ନିଜକୁ ଶିଳା ରୂପେ ରୂପାନ୍ତରିତ କରି ପର୍ଶୁରାମଙ୍କ ଦ୍ବାରା ଆବିର୍ଭୂତ ହେଲେ। ପର୍ଶୁରାମ ମାତୃହତ୍ୟା ପାପରୁ ମୁକ୍ତି ପାଇବା ପାଇଁ ପୂଜାର୍ଚ୍ଚନା କରୁଥିଲେ। ତାଙ୍କୁ ଶୂନ୍ୟ ବାଣୀ ହୋଇଥିଲା ଯେ ତାଙ୍କ ଧନୁଶର ଥିବା ସ୍ଥାନକୁ ଖୋଳିଲେ ମାଆଙ୍କ ଏକ ଅସ୍ପଷ୍ଟ ପ୍ରତିମା ମିଳିବ। ତା’ପରେ ପର୍ଶୁରାମ ତହିଁରେ ନିଜ ଶର ମୁନ ଲଗାଇ ମାଆଙ୍କ ରୂପ ଆଙ୍କିଥିଲେ। ସେଥିରୁ ତାଙ୍କର ନାମ ହେଲା ଶାରଳା। ମହା ସରସ୍ବତୀ ରୂପେ ଶରତ କାଳୀନ ନବମୀ ତିଥିରେ ପୂଜା କରାଯାଉଥିବାରୁ ମା’ଙ୍କୁ ଶାରଦା ବୋଲି ମଧୢ କୁହାଯାଏ।

କାକଟପୁରର ମା’ ମଙ୍ଗଳାଙ୍କ ଶକ୍ତିପୀଠ ସହ ଶ୍ରୀକ୍ଷେତ୍ରର ସ˚ପର୍କ ପୌରାଣିକ ଯୁଗରୁ ରହି ଆସିଛି। ପ୍ରାଚୀ ନଦୀ କୂଳରେ ମାଆ ମଙ୍ଗଳା ବିରାଜିତା। ମହାପ୍ରଭୁ ଜଗନ୍ନାଥଙ୍କ ନବ କଳେବର ସମୟରେ ପରମ ସେବକ ଦଇତାପତିମାନେ କାକଟପୁରର ଦେଉଳି ମଠରେ ଅବସ୍ଥାନ କରି ମାଆ ମଙ୍ଗଳାଙ୍କ ନିର୍ଦ୍ଦେଶକୁ ପାଳନ କରିଥାଆନ୍ତି।

ଶ୍ରୀକ୍ଷେତ୍ର ଧାମ ସହ ମାଆ ହିଙ୍ଗୁଳାଙ୍କ ମନ୍ଦିରର ମଧୢ ନିବିଡ଼ ସମ୍ପର୍କ ରହିଛି। ମାଆ ହିଙ୍ଗୁଳା ଶ୍ରୀକ୍ଷେତ୍ରର ରୋଷ ଘରର ଠାକୁରାଣୀ। ଅଗ୍ନି ରୂପରେ ମାଆ ହିଙ୍ଗୁଳା ମନ୍ଦିର ରୋଷଘରେ ବିରାଜିତ। ଶାରଦୀୟ ଦୁର୍ଗାପୂଜାରେ ମାଆ ଧାରଣ କରୁଥିବା ସମସ୍ତ ସାମଗ୍ରୀ ପୂଜା ଲାଗି ହୁଏ। ନବରାତ୍ରିରେ ନଅ ରୂପରେ ମାଆ ପୂଜା ପାଆନ୍ତି। ଦେହୁରୀ ସେବକମାନେ ମାଆଙ୍କ ପୂଜାର୍ଚ୍ଚନା କରିଥାନ୍ତି। ଏହି ନଅ ରୂପ ହେଲେ ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ତା, ସ୍କନ୍ଦମାତା, କାତ୍ୟାୟନୀ, କାଳରାତ୍ରି, ମହାଗୌରୀ, ସିଦ୍ଧିଦାତ୍ରୀ।

ସୋନପୁର ସହରର ପୂର୍ବ ଦିଗରେ ମାଆ ଭଗବତୀଙ୍କ ମନ୍ଦିର ଅବସ୍ଥିତ। ଶାରଦୀୟ ପୂଜାରେ ମାଆଙ୍କର ଷୋଡ଼ଶଦିନ ପୂଜା ଉପଚାର ହୁଏ।

ସମ୍ବଲପୁର ଚୌହାନ ରାଜବ˚ଶର ଇଷ୍ଟଦେବୀ ମାଆ ସମଲେଶ୍ବରୀ ହେଉଛନ୍ତି ସମ୍ବଲପୁରର ମୂଳ ଦେବୀ। ସମ୍ବଲପୁରର ଇତିହାସ, ସ˚ସ୍କୃତି, ପରମ୍ପରା ଓ କି˚ବଦନ୍ତି ସହ ଜଡ଼ିତ ମାଆ ସମଲେଇ। ଆଶ୍ବିନ ଅମାବାସ୍ୟା ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଦଶହରା ପୂଜା ଓ ଚୈତ୍ର ଅମାବାସ୍ୟା ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ବାସନ୍ତିକ ପୂଜା ଅନୁଷ୍ଠିତ ହୁଏ।

ଏହି ପ୍ରଧାନ ଶକ୍ତିପୀଠ ଛଡ଼ା କଟକରେ କଟକ ଚଣ୍ତୀ, ଘଟଗାଁରେ ତାରିଣୀ, ରାଣୀପୁର ଝରିଆଲର ଚୌଷଠୀ ଯୋଗିନୀ ମନ୍ଦିର ମଧୢ ପ୍ରସିଦ୍ଧ ଶକ୍ତି ପୀଠ। ଓଡ଼ିଶାରେ ଶକ୍ତି ପୀଠ କେଉଁଠି କ୍ଷେତ୍ରପାଳଙ୍କ ନାମରେ, ଆଉ କେଉଁଠି ଚଣ୍ତୀ, କାଳୀ, ଦୁର୍ଗା, ଭୈରବୀ, ରାମଚଣ୍ତୀ, ହରଚଣ୍ତୀ ଭଳି ନାମରେ ନାମିତ। ସେସବୁ ପୀଠର ପୂଜା ପଦ୍ଧତି, ସ˚ସ୍କୃତି-ପରମ୍ପରା, ଯାନିଯାତ୍ରା ଓଡ଼ିଶାର ଜନଜୀବନ, ସ˚ସ୍କୃତିକୁ ଋଦ୍ଧିମନ୍ତ କରେ। ମୂଳାଷ୍ଟମୀ ଠାରୁ ଆଶ୍ବିନ ଶୁକ୍ଳ ନବମୀ ପର୍ଯ୍ୟନ୍ତ ମାଆଙ୍କ ବେଶ, ପୂଜାର୍ଚ୍ଚନା ଶାରଦୀୟ ପୂଜାର ଅନ୍ୟତମ ମୁଖ୍ୟ ଆକର୍ଷଣ। ହୋମ-ଯଜ୍ଞ, ଚଣ୍ତୀପାଠ, ମନ୍ତ୍ର ଉଚ୍ଚାରଣରେ ସାମାଜିକ ଜନଜୀବନ, ପରିବେଶ ଆଧୢାତ୍ମମୟ ହୋଇଉଠେ, ଯାହା ପ୍ରତି ବର୍ଷ ଏହି ସମୟରେ ଏକ ଅନବଦ୍ୟ ଅନୁଭୂତି ଓ ପୁଲକ ଆଣି ଦେଇଥାଏ।

ନଭି ମୁମ୍ବାଇ
[email protected]

ସମ୍ବନ୍ଧିତ ଖବର