ଗ୍ରାମୀଣ ମହିଳାଙ୍କ ଜୀବିକା

ମୋହନ ଚରଣ ବିଷି

ଗ୍ରାମ୍ୟ ଅର୍ଥନୈତିକ କ୍ଷେତ୍ରରେ ଗ୍ରାମୀଣ ମହିଳାଙ୍କ ଉଲ୍ଲେଖନୀୟ ଅବଦାନ ରହିଛି। ସେମାନେ ସିଧାସଳଖ କୃଷି, କ୍ଷୁଦ୍ର ଶିଳ୍ପ ପରି ବିଭିନ୍ନ କ୍ଷେତ୍ରରେ ନିୟୋଜିତ ହୁଅନ୍ତି। ସେହି ଦୃଷ୍ଟିରୁ ଗ୍ରାମୀଣ ମହିଳା ଏକ ସ˚ପଦ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଗ୍ରାମୀଣ ମହିଳାମାନେ ପ୍ରାୟତଃ ନିଜେ ପରିଶ୍ରମ କରି ନିଜ ପରିବାରର ଯତ୍ନ ନିଅନ୍ତି। ତା’ ସହିତ ନିଜ ସ୍ବାମୀଙ୍କୁ ମଧ୍ୟ ବିଭିନ୍ନ କାର୍ଯ୍ୟରେ ସହଯୋଗ କରିଥାଆନ୍ତି। ଗ୍ରାମାଞ୍ଚଳରେ ନିଜ ପରିବାର ଲାଗି ଖାଦ୍ୟ ପ୍ରସ୍ତୁତି ଓ ପରିବାର ସଦସ୍ୟଙ୍କ ଯତ୍ନ ଏ ପର୍ଯ୍ୟନ୍ତ କେବଳ ମହିଳାମାନଙ୍କ କ୍ଷେତ୍ର ହୋଇ ରହି ଆସିଛି। ଏବ˚ ତା’ ସହିତ ସେମାନେ କୃଷିଜୀବୀ ବା ଶ୍ରମଜୀବୀ ଭାବେ ମଧୢ କାର୍ଯ୍ୟ କରିଥାଆନ୍ତି।

ଜାତିସ˚ଘର ବିଭିନ୍ନ ସ˚ଗଠନରୁ ପ୍ରାପ୍ତ ତଥ୍ୟ ଅନୁସାରେ ଭାରତର ୭୮% ଗ୍ରାମୀଣ ମହିଳା କୃଷିରେ ନିୟୋଜିତ। ଆମେରିକାରେ ଏହା ୫୨%। ବ୍ରାଜିଲ, ନାଇଜେରିଆ, କେନିଆ, ମେସ୍କିକୋ, ଦକ୍ଷିଣ ଏସିଆର ୫୦% ଗ୍ରାମୀଣ ମହିଳା ଜୀବିକା ଲାଗି କୃଷି ଉପରେ ନିର୍ଭର କରନ୍ତି। କିନ୍ତୁ ଦେଖାଯାଇଛି ଯେ ପୃଥିବୀରେ ଯେତିକି ଗ୍ରାମୀଣ ମହିଳା କୃଷି କାର୍ଯ୍ୟ କରନ୍ତି, ସେମାନଙ୍କ ମଧୢରୁ କେବଳ ୨୦% ନିଜ ଜମିରେ କାମ କରନ୍ତି, ଅବଶିଷ୍ଟ ଅନ୍ୟର ଜମିରେ ମୂଲ ଲାଗନ୍ତି। ତେବେ, ସ˚ପ୍ରତି ଗ୍ରାମୀଣ ମହିଳାମାନଙ୍କ ଉନ୍ନତି ପାଇଁ ଅନ୍ୟାନ୍ୟ ଜୀବିକା ଉପରେ ମଧୢ ଗୁରୁତ୍ବ ଆରୋପ କରାଯାଉଛି।

ଭାରତରେ ପ୍ରାୟ ୬୫% ମହିଳା ଗ୍ରାମାଞ୍ଚଳରେ ବସବାସ କରନ୍ତି। ତେଣୁ କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମୀଣ ମହିଳାମାନଙ୍କ ଲାଗି ଅନେକ ଯୋଜନା ଓ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। କେନ୍ଦ୍ର ସରକାରଙ୍କ ଯୋଜନା ମଧୢରେ ମହିଳା ଇ-ହାଟ, ସାକ୍ଷୀ, ସ୍ବାଧାର, ଷ୍ଟେପ, ଉଜ୍ଜ୍ବଳା ଇତ୍ୟାଦି ଅନ୍ତର୍ଭୁକ୍ତ। ଆମ ରାଜ୍ୟ ସରକାର ମହିଳାମାନଙ୍କ ବିକାଶ ଓ ସଶକ୍ତୀକରଣ ଲାଗି ଯେଉଁ ଯୋଜନା ସବୁ କରିଛନ୍ତି, ତା’ ମଧୢରେ ମିସନ ଶକ୍ତି ଓ ଓଡ଼ିଶା ଜୀବିକା ମିସନ ହେଉଛି ଦୁଇ ଅଭିନବ ପ୍ରୟାସ। ୨୦୦୧ ମସିହାରେ ଆରମ୍ଭ ହୋଇଥିବା ମିସନ ଶକ୍ତି ଲାଗି ରାଜ୍ୟ ସରକାରଙ୍କ ଏକ ସ୍ବତନ୍ତ୍ର ବିଭାଗ କାର୍ଯ୍ୟ କରୁଛି। ବିଶେଷ କରି ଗ୍ରାମୀଣ ମହିଳାମାନଙ୍କୁ ରୋଜଗାରକ୍ଷମ ଓ ସ୍ବାବଲମ୍ବୀ କରିବା ପାଇଁ ଏହା ଅତ୍ୟନ୍ତ ସହାୟକ ହୋଇଛି। ମିସନ ଶକ୍ତି ଆନୁକୂଲ୍ୟରେ ମହିଳା ସ୍ବୟ˚ ସହାୟକ ଗୋଷ୍ଠୀର ସଫଳତାର କାହାଣୀ ଏବେ ପ୍ରତି ଗାଁରେ ଦେଖିବାକୁ ମିଳୁଛି। ଏହା ଗ୍ରାମୀଣ ପରିବାର ଏବ˚ ମୋଟାମୋଟି ଭାବେ ସମଗ୍ର ଗ୍ରାମର ଅର୍ଥନୈତିକ ବିକାଶରେ ସହାୟକ ହେଉଛି।

ସେହିଭଳି ୨୦୦୬ ମସିହାରେ ଆରମ୍ଭ ହୋଇଥିବା ‘ଓଡ଼ିଶା ଜୀବିକା ମିସନ’ ଗ୍ରାମୀଣ ମହିଳାଙ୍କ ସାମଗ୍ରିକ ବିକାଶ ଦିଗରେ ସାହାଯ୍ୟ କରୁଛି। ବିଶେଷ କରି ଗ୍ରାମାଞ୍ଚଳ ମହିଳା ଶ୍ରମଜୀବୀମାନଙ୍କୁ ସ୍ବାବଲମ୍ବୀ ହେବାରେ ଏହାର ଭୂମିକା ଗୁରୁତ୍ବପୂର୍ଣ୍ଣ। ଏହି ଯୋଜନା ଅଧୀନରେ ଛୋଟ ଛୋଟ ଧନ୍ଦା କରି ଚଳିବା ପାଇଁ ସରକାରଙ୍କ ତରଫରୁ ମହିଳାମାନଙ୍କୁ ତାଲିମ ପ୍ରଦାନ କରାଯାଉଛି। ଅନେକ ପ୍ରଶିକ୍ଷିତ ଗ୍ରାମୀଣ ମହିଳା ଉତ୍ପାଦନ କରୁଥିବା ଦ୍ରବ୍ୟର ବିକ୍ରି ଲାଗି ମଧୢ ବଜାରର ବ୍ୟବସ୍ଥା ହୋଇଛି। ମହିଳାମାନେ ସହଜରେ ଋଣ ପାଉଛନ୍ତି।

ତେବେ, ଅନେକତ୍ର ଏହା ମଧ୍ୟ ଦେଖାଯାଉଛି ଯେ କିଛି ମହିଳା ଏହି ଯୋଜନା ଅଧୀନରେ ଯେଉଁ ଉଦ୍ଦେଶ୍ୟରେ ଋଣ ଆଣୁଛନ୍ତି, ତାକୁ ସେହି ବ୍ୟବସାୟରେ ବିନିଯୋଗ ନ କରି ବ୍ୟକ୍ତିଗତ କାର୍ଯ୍ୟରେ ଉପଯୋଗ କରୁଛନ୍ତି। ଏହା ମହିଳା ସଶକ୍ତୀକରଣର ଉଦ୍ଦେଶ୍ୟକୁ ପରାହତ କରୁଛି। ଯଦି ମହିଳାମାନେ ସେହି ଅର୍ଥକୁ ବିନିଯୋଗ କରି ବ୍ୟବସାୟ କରନ୍ତେ ଏବ˚ ପାଉଥିବା ଲାଭକୁ ପୁଞ୍ଜିରେ ଲଗାଇ ବ୍ୟବସାୟର ବିକାଶ କରନ୍ତେ ତେବେ ସେମାନେ ନିଜେ ସ୍ବାବଲମ୍ବୀ ହେବା ସହିତ ଅନ୍ୟାନ୍ୟ ମହିଳାମାନଙ୍କୁ ମଧୢ ଜୀବିକା ପ୍ରଦାନ କରିପାରନ୍ତେ। ଏଣୁ ଏ ବାବଦରେ ଗ୍ରାମୀଣ ମହିଳାମାନେ ସଚେତନ ହେବା ଉଚିତ। କେବଳ ସେତିକି ନୁହେଁ ଋଣ ପାଇବା ଲାଗି ବାରମ୍ବାର ବ୍ୟାଙ୍କ୍‌କୁ ଯିବା ଓ ସେଥି ଲାଗି ଦିନକର ମଜୁରି ବା ପାଉଣା ହରାଇବା ଦରିଦ୍ର ମହିଳାମାନଙ୍କ ଲାଗି ଅତ୍ୟନ୍ତ ପ୍ରତିକୂଳ ପରିସ୍ଥିତି ସୃଷ୍ଟି କରିଥାଏ। ଏଣୁ ଏଭଳି ମହିଳାଙ୍କ ପାଖରେ ଅର୍ଥ ଲଗାଣକାରୀ ସ˚ସ୍ଥା ବା ବ୍ୟାଙ୍କ୍‌ ପହଞ୍ଚିବା ଦରକାର ବା ଏମିତି ବ୍ୟବସ୍ଥା ହେବା ଆବଶ୍ୟକ ଯେମିତି ସେମାନେ ଅତି ସହଜରେ ଋଣ ପାଇ ପାରିବେ।

ଏ ସବୁ ଯୋଜନା ସଫଳ ହେବା ଲାଗି ସର୍ବାଧିକ ଜରୁରୀ ହେଉଛି ଶିକ୍ଷା ଓ ସଚେତନତା। ସେଥି ଲାଗି ନାରୀ ଶିକ୍ଷା ଉପରେ ଗୁରୁତ୍ବ ଆରୋପ କରାଯାଉଛି। ଭାରତ ଭଳି ପ୍ରାୟ ୬୮ଟି ଦେଶର ସ୍ଥିତି କହେ ଯେ ସେଠାକାର ଅଧିକା˚ଶ ଗ୍ରାମୀଣ ମହିଳା ପାଠ ପ୍ରତି ବିଶେଷ ଗୁରୁତ୍ବ ନ ଦେଇ ପରିବାର ଗଢ଼ିବା ଉପରେ ଅଧିକ ଗୁରୁତ୍ବ ଦିଅନ୍ତି। କିନ୍ତୁ କହିବା ବାହୁଲ୍ୟ ଯେ ଶିକ୍ଷା ଓ ପ୍ରଶିକ୍ଷଣ ଗ୍ରାମୀଣ ମହିଳାଙ୍କୁ ସଶକ୍ତ କରିଥାଏ; ସେମାନେ ପରିବାରର ପରିଚାଳନା ଉତ୍ତମ ଭାବେ କରିବା ସହିତ ବିକଳ୍ପ ରୋଜଗାରର ବାଟ ମଧୢ ପାଆନ୍ତି। ଶିକ୍ଷା ଦ୍ବାରା ସଚେତନତା ସୃଷ୍ଟି ହେଉଥିବାରୁ ଗ୍ରାମୀଣ ପରିବାରର କର୍ତ୍ତ୍ରୀ ଶିକ୍ଷିତ ହୋଇଥିଲେ, ସେହି ପରିବାର ରୋଗ ଆଦି ଦ୍ବାରା ଶିକାର ହେବାର ସମ୍ଭାବନା କମି ଯାଇଥାଏ। ମୋଟାମୋଟି ଏକ ନିରାମୟ ପରିବାର ସମ୍ଭବ ହୋଇଥାଏ। ଏହା ଦ୍ବାରା ସ୍ବାସ୍ଥ୍ୟ ଲାଗି ଅଧିକ ଖର୍ଚ୍ଚାନ୍ତ ହେବାରୁ ପରିବାର ରକ୍ଷା ପାଉଥିବାରୁ ତାହା ପରିବାରର ଆର୍ଥିକ ସ୍ଥିତିକୁ ମଧୢ ସଜାଡ଼େ। ତେଣୁ ଗ୍ରାମୀଣ ମହିଳାଙ୍କ ସ୍ବାବଲମ୍ବନ ଲାଗି ଶିକ୍ଷା ଅତି ଗୁରୁତ୍ବପୂର୍ଣ୍ଣ।

ଏହା ପ୍ରମାଣିତ ହୋଇ ସାରିଲାଣି ଯେ ଗ୍ରାମୀଣ ମହିଳାମାନେ ବିଭିନ୍ନ ଜୀବିକା ଜରିଆରେ ଉପାର୍ଜନକ୍ଷମ ହୋଇ ପରିବାରର ସ୍ଥିତି ବଦଳାଉଛନ୍ତି। ଏହା କ୍ରମେ ଗ୍ରାମର ସ୍ଥିତିକୁ ସୁଧାରୁଛି ଏବ˚ ପ୍ରକାରାନ୍ତରେ ରାଷ୍ଟ୍ରର ଉନ୍ନତିରେ ସହାୟକ ହେଉଛି। ତେଣୁ ଗ୍ରାମୀଣ ମହିଳାମାନେ ରୋଜଗାରକ୍ଷମ ହେବା ସର୍ବାଧିକ ଗୁରୁତ୍ବ ଲାଭ କରିବା ଆବଶ୍ୟକ।

ଗଡ଼ରାମାଳ, କୋକସରା, କଳାହାଣ୍ତି
ମୋ- ୯୭୭୭୪୬୮୮୪୧

ସମ୍ବନ୍ଧିତ ଖବର