ବନ୍ୟ ପ୍ରାଣୀ ସୁରକ୍ଷା ଜରୁରୀ କାହିଁକି?

ପରିବେଶ ଅନୁଚିନ୍ତା - ବିଜୟ କେତନ ପଟ୍ଟନାୟକ

ବନ୍ୟପ୍ରାଣୀ ସ˚ରକ୍ଷଣ ଆଇନ, ୧୯୭୨ରେ ‘ବନ୍ୟପ୍ରାଣୀ’ ଶବ୍ଦର ସ˚ଜ୍ଞା ନିରୂପଣ କରି କୁହାଯାଇଛି, ପ୍ରାକୃତିକ ବାସସ୍ଥଳୀ ଯଥା ଜଳ ଓ ଜଙ୍ଗଲରେ ରହୁଥିବା ସମସ୍ତ ପ୍ରାଣୀ ଜଗତ୍‌ ଓ ଉଦ୍ଭିଦ ଜଗତ୍‌ ବନ୍ୟପ୍ରାଣୀ ଅନ୍ତର୍ଭୁକ୍ତ। କିନ୍ତୁ ଗୃହପାଳିତ ଜୀବ ଓ ଚାଷ କରାଯାଇଥିବା ଉଦ୍ଭିଦ ବନ୍ୟପ୍ରାଣୀ ନୁହନ୍ତି। ପୁଣି ବନ୍ୟପ୍ରାଣୀ ସ˚ରକ୍ଷଣ କହିଲେ କେବଳ କିଛି ହାତଗଣତି ଆଗ ଧାଡ଼ିର ବନ୍ୟ ଜୀବ ଯଥା ବାଘ, ହାତୀ, ଗଣ୍ତା, ସି˚ହ ବା ଭାଲୁକୁ ବୁଝାଏ ନାହିଁ; ବର˚ ଲୁପ୍ତ ହୋଇ ଆସୁଥିବା ବା ସଙ୍କଟାପନ୍ନ ଅବସ୍ଥାରେ ଥିବା ସମସ୍ତ ପ୍ରାଣୀ ଓ ଉଦ୍ଭିଦକୁ ବୁଝାଇଥାଏ। ବ୍ୟାପକ ଅର୍ଥରେ ଦେଖିଲେ ବନ୍ୟପ୍ରାଣୀ ସ˚ରକ୍ଷଣ ଜୈବ ବିବିଧତା ସ˚ରକ୍ଷଣ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ।

ବନ୍ୟପ୍ରାଣୀ ସ˚ରକ୍ଷଣ ନିମନ୍ତେ ବିଶ୍ବର ଅଧିକା˚ଶ ରାଷ୍ଟ୍ର ଊଣା ଅଧିକେ ଚେଷ୍ଟିତ। କେତେକ ବନ୍ୟ ପ୍ରାଣୀ ନିଜ ନିଜର ବୈଶିଷ୍ଟ୍ୟ ହେତୁ ଭିନ୍ନ ଭିନ୍ନ ଦେଶର ପ୍ରତୀକ ରୂପେ ସ୍ଥାନିତ ହୋଇଛନ୍ତି; ଯେମିତି ବାଘ ଯେପରି ଭାରତର ଜାତୀୟ ପଶୁ ବା ରୁଷିଆର ଜାତୀୟ ପଶୁ ଧଳା ଭାଲୁ। ଆମ ଦେଶ ଭାରତ ବନ୍ୟପ୍ରାଣୀ ସମ୍ପଦରେ ବେଶ୍‌ ସମୃଦ୍ଧ। ଏଠରେ ବନ୍ୟଜୀବ ସ˚ରକ୍ଷଣ ପରମ୍ପରା ପ୍ରାଚୀନ କାଳରୁ ରହି ଆସିଛି। ବେଦର ଅନେକ ସୂକ୍ତ ଜୀବଜନ୍ତୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ପୁଣି ବିଭିନ୍ନ ଦେବଦେବୀ ପୂଜନ ସ˚ସ୍କୃତି ସହିତ ଅନେକ ଜୀବଜନ୍ତୁ ସ˚ଶ୍ଳିଷ୍ଟ। ଜୀବ ଜଗତ୍‌ର କ୍ରମବିକାଶର ଯେଉଁ ଆଧାର ଆମରି ପୋଥି ପୁରାଣରେ ରହିଛି, ସେଥିରେ ସତ୍ସ୍ୟାବତାର, କଚ୍ଛପ ବା କୂର୍ମାବତାର, ବରାହ ଓ ନୃସି˚ହ ଅବତାର ଅନ୍ୟତମ। ଆମର ଐତିହ୍ୟ, ଧର୍ମ ଧାରଣା, ଆଶ୍ରମ ପର˚ପରା, ବୌଦ୍ଧ ଓ ଜୈନ ଧର୍ମର ପୃଷ୍ଠଭୂମି ବନ୍ୟପ୍ରାଣୀଙ୍କ ସୁରକ୍ଷା ଓ ସ˚ରକ୍ଷଣକୁ ପ୍ରାଚୀନ କାଳରୁ ପ୍ରଭାବିତ କରି ଆସିଛି। ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରେ ରଚିତ କୌଟିଲ୍ୟଙ୍କର ଅର୍ଥଶାସ୍ତ୍ରରେ ପ୍ରଥମ କରି ଜୀବଜନ୍ତୁଙ୍କ ସୁରକ୍ଷା ନିମନ୍ତେ ଆଇନ ପ୍ରଣୟନ କରାଯାଇଥିଲା। ବନ୍ୟ ଜୀବଙ୍କ ସୁରକ୍ଷା ପାଇଁ ଘୋଷିତ ଅଭୟାରଣ୍ୟ ଭିତରେ ଜନ୍ତୁ ଶିକାର କଠୋର ଭାବେ ଦଣ୍ତନୀୟ ଥିଲା। ସେହିପରି ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରେ ସମ୍ରାଟ ଅଶୋକଙ୍କର ପଞ୍ଚମ ଶିଳାଲେଖରେ ମତ୍ସ୍ୟ, ଜୀବଜନ୍ତୁ ଓ ଅରଣ୍ୟକୁ ରକ୍ଷା କରିବା ପାଇଁ ସ୍ପଷ୍ଟ ନିର୍ଦ୍ଦେଶନାମା ଦିଆଯାଇଥିବାର ଦେଖିବାକୁ ମିଳେ। ତେବେ ମୋଗଲ ରାଜତ୍ବ କାଳରେ ଏବ˚ ପରେ ପରେ ବ୍ରିଟିସ୍‌ ଶାସନ ଅମଳରେ ଜଙ୍ଗଲରେ ଜୀବଜନ୍ତୁଙ୍କ ସ୍ଥିତି ବିପନ୍ନ ହୋଇପଡ଼ିଲା। ସେ ସମୟରେ ଶାସକ ଓ ପଦାଧିକାରୀଙ୍କ ପାଇଁ ଜଙ୍ଗଲରେ ଜୀବଜନ୍ତୁ ଶିକାର କରିବା ଆଭିଜାତ୍ୟ, ଆନନ୍ଦ ଓ ସଉକ ଭାବେ ଗଣାଗଲା।

ସ୍ବାଧୀନତା ପରବର୍ତ୍ତୀ ସମୟରେ ବନ୍ୟଜନ୍ତୁ ଶିକାର ଯଥେଷ୍ଟ କମିଗଲା। କିନ୍ତୁ ଅସ˚ଖ୍ୟ ବନ୍ୟ ପ୍ରାଣୀ ଶିକାରୀ ଗୋଷ୍ଠୀଙ୍କ ଆବିର୍ଭାବ ଘଟିଲା, ଯେଉଁମାନେ ଚମଡ଼ା, ଦାନ୍ତ ବା ଶିଙ୍ଗ ପାଇଁ ବିଭିନ୍ନ ପ୍ରାଣୀ ଶିକାର କରିବାକୁ ଲାଗିଲେ, ଯାହା ଅଦ୍ୟାପି ଅବ୍ୟାହତ ଅଛି। ତେବେ ବନ୍ୟଜନ୍ତୁ ସ˚ରକ୍ଷଣ ଆଇନଗତ କଟକଣା ହେତୁ ଏହା ଏକ ଅତ୍ୟନ୍ତ ବିଶାଳ ଚୋରାଚାଲାଣ କାରବାରକୁ ଜନ୍ମ ଦେଇଛି। ତେବେ ଶିକାରୀମାନଙ୍କ ପ୍ରାଦୁର୍ଭାବକୁ ପ୍ରତିହତ କରିବା ଲାଗି ୧୯୭୨ ମସିହାରେ ପ୍ରଥମେ ବନ୍ୟପ୍ରାଣୀ ସୁରକ୍ଷା ଆଇନ ପ୍ରଣୀତ ହେଲା। ବନ୍ୟ ଜୀବମାନଙ୍କୁ ବିଭିନ୍ନ ଶ୍ରେଣୀରେ ବିଭକ୍ତ କରି ଅଭୟାରଣ୍ୟ ଓ ଜାତୀୟ ଉଦ୍ୟାନ ଭିତରେ ଖସଡ଼ା ବା ସିଡ୍ୟୁଲ ୧ ଓ ସିଡ୍ୟୁଲ ୨ରେ ରଖାଯାଇଥିବା ପ୍ରାଣୀମାନଙ୍କ ଶିକାରକୁ କଠୋର ଜେଲ୍‌ଦଣ୍ତ ଓ ଅର୍ଥଦଣ୍ତ ଦ୍ବାରା ଦଣ୍ତନୀୟ କରାଗଲା। ଦେଶର କ୍ରମକ୍ଷୟିଷ୍ଣୁ ମହାବଳ ବାଘଙ୍କ ସୁରକ୍ଷା ଓ ସ˚ରକ୍ଷଣ ତଥା ବ˚ଶବୃଦ୍ଧି ଉଦ୍ଦେଶ୍ୟରେ ୧୯୭୩ ମସିହାରେ ପ୍ରଥମ କରି ୯ଟି ବନ୍ୟପ୍ରାଣୀ ଅଭୟାରଣ୍ୟକୁ ‘ପ୍ରୋଜେକ୍‌ଟ ଟାଇଗର’ ଅଧୀନରେ ବ୍ୟାଘ୍ର ସ˚ରକ୍ଷଣ ପ୍ରକଳ୍ପ ଭାବରେ ଘୋଷଣା କରାଗଲା। ବର୍ଷକୁ ବର୍ଷ ଏହି ପ୍ରକଳ୍ପର ସ˚ଖ୍ୟା ବୃଦ୍ଧି ପାଇ ବର୍ତ୍ତମାନ ୫୧ରେ ପହଞ୍ଚିଲାଣି। ୧୯୯୨ ମସିହାରେ ହାତୀମାନଙ୍କର ସୁରକ୍ଷା ନିମନ୍ତେ ‘ପ୍ରୋଜେକ୍‌ଟ ଏଲିଫ୍ୟାଣ୍ଟ’ ଆରମ୍ଭ କରାଗଲା। ମନୁଷ୍ୟ ଓ ହାତୀ ମଧୢରେ ସ˚ଘର୍ଷ ଏଡ଼ାଇବା ସହ ସେମାନଙ୍କୁ ମୁକ୍ତ ଓ ଅବାଧରେ ଗୋଟିଏ ଜଙ୍ଗଲରୁ ଅନ୍ୟ ଜଙ୍ଗଲକୁ ଯାତାୟତ କରିବା ନିମନ୍ତେ ଦେଶର ବିଭିନ୍ନ ରାଜ୍ୟରେ ଅଦ୍ୟାବଧି ୩୨ଟି ହସ୍ତୀ ଅଭୟାରଣ୍ୟ ସୃଷ୍ଟି କରାଯାଇଛି। ଆଉ ପାଦେ ଆଗକୁ ଯାଇ ହାତୀ ସୁରକ୍ଷାକୁ ଅଧିକ ସୁଦୃଢ଼ କରିବା ନିମନ୍ତେ ୨୦୧୦ ମସିହାରେ ହାତୀକୁ ଜାତୀୟ ଐତିହ୍ୟ ପ୍ରାଣୀ ରୂପେ ଘୋଷଣା କରାଗଲା। ସେହିଭଳି ଗଣ୍ତା ବ˚ଶର ସୁରକ୍ଷା ନିମନ୍ତେ ୨୦୧୦ ମସିହା ଠାରୁ ପ୍ରତିବର୍ଷ ସେପ୍ଟେମ୍ବର ମାସ ୨୨ ତାରିଖରେ ବିଶ୍ବ ଗଣ୍ତା ଦିବସ ପାଳନ କରାଯାଉଛି। ଏହି ସମସ୍ତ ଉଦ୍ୟମ ସତ୍ତ୍ବେ ବନ୍ୟପ୍ରାଣୀଙ୍କ ସୁରକ୍ଷାରେ ଆଖିଦୃଶିଆ ସଫଳତା ମିଳିପାରୁନାହିଁ।

ଆମ ଦେଶ ଓ ରାଜ୍ୟରେ ଥିବା ବିଭିନ୍ନ ପ୍ରାକୃତିକ ପରିସ˚ସ୍ଥା ବେଶ୍‌ ବ୍ୟାପକ। ବିଶ୍ବର ୭.୬% ସ୍ତନ୍ୟପାୟୀ ପ୍ରାଣୀ, ୧୪.୭% ଉଭୟଚର ଜୀବ, ୬% ପକ୍ଷୀ, ୬.୨% ସରୀସୃପ ଏବ˚ ୬% ସପୁଷ୍ପକ ଉଦ୍ଭିଦ ଆମ ଦେଶରେ ଅଛନ୍ତି। ଭାରତୀୟ ଜଙ୍ଗଲରେ ୫୦୦ ପ୍ରଜାତିର ସ୍ତନ୍ୟପ୍ରାୟୀ ପ୍ରାଣୀ ଏବ˚ ୨୦୦୦ରୁ ଅଧିକ ପ୍ରଜାତିର ପକ୍ଷୀ ବସବାସ କରନ୍ତି। ୨୦୧୮-୧୯ ମସିହା ସୁଦ୍ଧା ଦେଶରେ ୧୦୪ଟି ଜାତୀୟ ଉଦ୍ୟାନ, ୫୫୧ଟି ବନ୍ୟପ୍ରାଣୀ ଅଭୟାରଣ୍ୟ, ୮୮ଟି ସ˚ରକ୍ଷିତ ବନାଞ୍ଚଳ ଏବ˚ ୧୨୭ ଗୋଟି ଗୋଷ୍ଠୀ ସ˚ରକ୍ଷିତ ଇଲାକା ରହିଛି। ଏ ସମସ୍ତର ଆୟତନ ମିଶି ଦେଶର ଭୂଭାଗର ୫% ଅଟେ।

ସେହିପରି ଓଡ଼ିଶାରେ ୨୦ ପ୍ରଜାତିର ଉଭୟଚର ଜୀବ, ତିନି ପ୍ରଜାତିର ବିରଳ କୁମ୍ଭୀରଙ୍କୁ ମିଶାଇ ୧୦୦ ପ୍ରଜାତିର ସରୀସୃପ, ୪୭୯ ପ୍ରଜାତିର ପକ୍ଷୀ ଓ ୮୬ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ ଅଛନ୍ତି। ବନ୍ୟପ୍ରାଣୀ ସମୃଦ୍ଧ ପ୍ରାକୃତିକ ଆବାସସ୍ଥଳୀଗୁଡ଼ିକର ସୁରକ୍ଷା ଉଦ୍ଦେଶ୍ୟରେ ଆମ ରାଜ୍ୟରେ ଗୋଟିଏ ପ୍ରସ୍ତାବିତ ଜାତୀୟ ଉଦ୍ୟାନକୁ ମିଶାଇ ୨ଟି ଜାତୀୟ ଉଦ୍ୟାନ, ୧୯ଟି ବନ୍ୟଜୀବ ଅଭୟାରଣ୍ୟ, ୨ଟି ବ୍ୟାଘ୍ର ପ୍ରକଳ୍ପ, ଅନ୍ୟ ଗୋଟିଏ ପ୍ରସ୍ତାବିତ ବ୍ୟାଘ୍ର ପ୍ରକଳ୍ପ (ସୁନାବେଡ଼ା), ଗୋଟିଏ ଜୈବମଣ୍ତଳ ଏବ˚ ତିନିଟି ହସ୍ତୀ ଅଭୟାରଣ୍ୟ ଅଞ୍ଚଳ ଘୋଷଣା କରାଯାଇଛି। ରାଜ୍ୟର ଭୌଗୋଳିକ ଆୟତନର ୫.୩୬% ଅଞ୍ଚଳରେ ପରିବ୍ୟାପ୍ତ ଏହି ଅଭୟାରଣ୍ୟ ଓ ଜାତୀୟ ଉଦ୍ୟାନ ମୋଟ ଜଙ୍ଗଲର ୧୦.୩୭% ଅଞ୍ଚଳକୁ ନେଇ ଗଠିତ। ଅଭୟାରଣ୍ୟ ଗୁଡ଼ିକରେ ଶିକାର କରିବା ସମ୍ପୂର୍ଣ୍ଣ ନିଷିଦ୍ଧ ହୋଇଛି। କିନ୍ତୁ ବିଡ଼ମ୍ବନାର ବିଷୟ ପ୍ରକୃତି ସ˚ରକ୍ଷଣ ପାଇଁ ଗଠିତ ଆନ୍ତର୍ଜାତିକ ସ˚ସ୍ଥା (IUCN) ଦ୍ବାରା ପ୍ରକାଶିତ ‘ରେଡ୍‌ ଡାଟା ବୁକ୍‌’ ବା ବିପଦଗ୍ରସ୍ତ ସୂଚିରେ ଆମ ରାଜ୍ୟର ୫୮ଟି ପଶୁ, ପକ୍ଷୀ ଥିବାର ଦର୍ଶାଯାଇଛି। ସେହି ତାଲିକାରେ ଥିବା ୧୫ ପ୍ରଜାତିର ପକ୍ଷୀମାନଙ୍କ ଭିତରେ ଶାଗୁଣା ଅନ୍ୟତମ। ସେହି ବିପଦଗ୍ରସ୍ତ ସୂଚିରେ ସାମିଲ ହେଲାଣି ଏକଦା ରାଜ୍ୟର ପ୍ରାୟ ସମସ୍ତ ଜଙ୍ଗଲରେ ଦେଖିବାକୁ ମିଳୁଥିବା ‘କୋଚିଲାଖାଇ’ ଚଢ଼େଇ। ବିପଦଗ୍ରସ୍ତ ୧୭ ପ୍ରଜାତିର ସରୀସୃପମାନଙ୍କ ମଧୢରେ ରହିଛନ୍ତି ଦୁଇ ପ୍ରକାରର ବିରଳ ସାମୁଦ୍ରିକ କଇଁଛ ଓ ଘଡ଼ିଆଳ କୁମ୍ଭୀର। ରାଜ୍ୟର ୨୨ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ ସଙ୍କଟାପନ୍ନ ଅବସ୍ଥାରେ ଅଛନ୍ତି। ବାଘ, ବାରାଶି˚ଘା, ଗାଡ଼ଭାଲୁ ଏବ˚ ଢୋଲେ ବା ବନ୍ୟ କୁକୁର ସେମାନଙ୍କ ଭିତରେ ପ୍ରମୁଖ।

ଜଣାପଡ଼ିଛି ଯେ ଶିକାରୀମାନଙ୍କର ଲୋଲୁପ ଦୃଷ୍ଟି, ଆବାସସ୍ଥଳୀର ସ˚କୋଚନ ବ୍ୟତୀତ ଅନ୍ୟ ଯେଉଁ ଦିଗଟି ବନ୍ୟ ଜନ୍ତୁଙ୍କ ସ˚ଖ୍ୟା ହ୍ରାସର କାରଣ ହେଉଛି ବନ୍ୟ ଜନ୍ତୁ ଓ ମଣିଷ ମଧୢରେ ଜାତ ହୋଇଥିବା ସ˚ଘର୍ଷମୂଳକ ପରିସ୍ଥିତିରେ ପଶୁମାନଙ୍କ ହତ୍ୟା। ଏହି କ୍ଷେତ୍ରରେ ଏକ ପ୍ରମୁଖ ଆବଶ୍ୟକତା ହେଉଛି ବନ୍ୟ ପ୍ରାଣୀଙ୍କ ଆଚରଣକୁ ବୁଝି ସେହି ଅନୁସାରେ କାର୍ଯ୍ୟ କରିବା ଦିଗରେ ଉଦ୍ୟମ। ଉଦାହରଣ ସ୍ବରୂପ ଏଥିଲାଗି ଅନେକ ସ୍ଥଳରେ ହୁଏ’ତ ଚାଷର କିସମରେ ପରିବର୍ତ୍ତନ କରିବା ଅଥବା ଜଙ୍ଗଲ କ୍ଷୟକୁ ରୋକିବା ଭଳି ପଦକ୍ଷେପ ନେବାକୁ ପଡ଼ିପାରେ।

ପରିତାପର ବିଷୟ, ବନ୍ୟ ପ୍ରାଣୀ ଓ ମଣିଷ ମଧୢରେ ହେଉଥିବା ସ˚ଘାତ ଫଳରେ ଏବେ କେତେକ ନିର୍ଦ୍ଦିଷ୍ଟ ଜୀବଜନ୍ତୁଙ୍କ ସ˚ଖ୍ୟା ବିପଜ୍ଜନକ ଭାବେ ‘ଜୈବିକ ସର୍ବନିମ୍ନ’ ସ୍ତରକୁ ଖସିଆସିଛି, ଯାହାକୁ ଇ˚ରେଜୀରେ କୁହାଯାଏ ‘ବାୟୋଲୋଜିକାଲ ମିନିମମ୍‌’ (Biological Minimum)। ଏଭଳି ପରିସ୍ଥିତିରେ ଏହି ସ୍ତରରେ ଥିବା ପ୍ରତ୍ୟେକଟି ପ୍ରାଣୀଙ୍କୁ ଗୋଟି ଗୋଟି କରି ସୁରକ୍ଷା ପ୍ରଦାନ କରିବାର ଆବଶ୍ୟକତା ସୃଷ୍ଟି ହୋଇଛି। କିନ୍ତୁ ଏ କ୍ଷେତ୍ରରେ ସବୁଠାରୁ ବଡ଼ ପ୍ରତିବନ୍ଧ ସାଜିଛି ସକ୍ରିୟ ଜନ ସହଯୋଗର ଅଭାବ। ସମସ୍ତେ ବୁଝିବା ଦରକାର ଯେ ବୈଜ୍ଞାନିକ, ସାମାଜିକ, ଶୈକ୍ଷିକ, ନାନ୍ଦନିକ ଓ ଚିତ୍ତବିନୋଦନ ଆଦି ସମସ୍ତ ଦୃଷ୍ଟିକୋଣରୁ ବନ୍ୟଜୀବମାନଙ୍କର ବିଶେଷ ଆବଶ୍ୟକତା ରହିଛି। ସେହି ଦୃଷ୍ଟିରୁ ବନ୍ୟ ଜନ୍ତୁ ସ˚ରକ୍ଷଣ ଅଭିଯାନ ଆହୁରି କ୍ରିୟାଶୀଳ ହେବା ଉଚିତ, ଯହିଁରେ ଜନ ସହଯୋଗ ଏକ ବିଶେଷ ଉପାଦାନ ରୂପେ ରହିବା ଆବଶ୍ୟକ।

ପୂର୍ବତନ ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ ସ˚ରକ୍ଷକ, ଓଡ଼ିଶା
ମୋ: ୯୪୩୭୦୦୦୯୦୪

ସମ୍ବନ୍ଧିତ ଖବର