ମହିଳା ସଶକ୍ତୀକରଣ ଦିଗରେ ସରକାରଙ୍କ ପ୍ରୟାସ

ନିତିନ ଗଡ଼କରୀ, କେନ୍ଦ୍ରମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେରଣାଦାୟୀ ନେତୃତ୍ୱରେ ଏନ୍‌ଡିଏ ସରକାର ଏକ ବ୍ୟାପକ ମହିଳା ସଶକ୍ତୀକରଣ ରୋଡ୍‌ମ୍ୟାପ ଉପରେ କାର୍ଯ୍ୟ କରୁଛି, ଯାହାକି ତୃଣମୂଳ ସ୍ତରରେ ସ୍ପଷ୍ଟ ଦୃଶ୍ୟମାନ। ଏକ ସାମଗ୍ରିକ ଦୃଷ୍ଟିକୋଣ ଜରିଆରେ ଜାତି, ଧର୍ମ ଓ ଅଂଚଳର ପ୍ରଭେଦ ନଦେଖି ଅବହେଳିତ ମହିଳା ବର୍ଗଙ୍କୁ ସଶକ୍ତ କରିବା ହେଉଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ନୂଆ ଭାରତ ମନ୍ତ୍ରର ଏକ ପ୍ରମୁଖ ଉପାଦାନ । ମୋ ନିଜ ମନ୍ତ୍ରାଳୟ ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ)ରେ ଆମେ ମହିଳା ସଶକ୍ତୀକରଣ ପାଇଁ ରହିଥିବା ପର୍ଯ୍ୟାପ୍ତ ସୁଯୋଗର ଫାଇଦା ନେଉଛୁ।

ନ୍ୟାସନାଲ ଏସ୍‌ସି/ଏସ୍‌ଟି ହବ୍ (ଏନ୍ଏସ୍ଏସ୍ଏଚ୍) କନ୍‌କ୍ଲେଭ୍‌ ଓ ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ୧୨,୦୦୦ରୁ ଅଧିକ ଏସ୍‌ସି/ଏସ୍‌ଟି ମହିଳା ଉଦ୍ୟୋଗୀ (ପୁରୁଣା/ଆକାଂକ୍ଷୀ) ଅଂଶଗ୍ରହଣ କରିଥିଲେ।

ଆମର କେତେକ ପଦକ୍ଷେପ ହେଲା:-

ପବ୍ଲିକ ପ୍ରୋକ୍ୟୁରମେଣ୍ଟ ପଲିସି:
ଏମ୍ଏସ୍ଏମ୍ଇ ମନ୍ତ୍ରାଳୟର ପବ୍ଲିକ ପ୍ରୋକ୍ୟୁରମେଣ୍ଟ ପଲିସି ଅଧୀନରେ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ ସେମାନଙ୍କର ଆବଶ୍ୟକ ସାମଗ୍ରୀର ୨୫% ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ) ନିକଟରୁ କିଣିବାକୁ ବାଧ୍ୟତାମୂଳକ କରାଯାଇଛି କିଣାହେବାକୁ ଥିବା ୩% ସାମଗ୍ରୀ ମହିଳା ଉଦ୍ୟୋଗୀଙ୍କ ପାଇଁ ସଂରକ୍ଷଣ ରଖାଯାଇଛି।

ମହିଳା କତା ଯୋଜନା:
କତା ବୋର୍ଡ ପକ୍ଷରୁ ମହିଳା କତା ଯୋଜନା କାର୍ଯ୍ୟକାରୀ କରାଯାଉଛି। ମହିଳା କତା ଯୋଜନା ହେଉଛି, ଏକ ମହିଳାଭିତ୍ତିକ ଆତ୍ମନିଯୁକ୍ତିକାରୀ ସ୍କିମ୍‌। ଯାହାକି, ମହିଳା କାରିଗରମାନଙ୍କୁ କତାରୁ ଦଉଡ଼ି ପ୍ରସ୍ତୁତିର ପ୍ରଶିକ୍ଷଣ ଦେଇଥାଏ। ପ୍ରଶିକ୍ଷାର୍ଥୀମାନଙ୍କୁ ମାସକୁ ୩,୦୦୦ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥାଏ। ପ୍ରଶିକ୍ଷିତ ମହିଳା କାରିଗରମାନେ ଆର୍ଥିକ ସହାୟତା (ସର୍ବାଧିକ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରକଳ୍ପ ପାଇଁ) ପାଇପାରିବେ।

ପ୍ରଧାନମନ୍ତ୍ରୀ କର୍ମନିଯୁକ୍ତି ସୃଷ୍ଟି କାର୍ଯ୍ୟକ୍ରମ (ପିଏମ୍ଇଜିପି):
ଆତ୍ମନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ଏହା ଏକ ଋଣ ଲିଙ୍କ୍‌ଡ ସବ୍‌ସିଡି। ସ୍କିମ୍ ମାନୁଫାକ୍ଚରିଂ କ୍ଷେତ୍ରରେ ସର୍ବାଧିକ ପ୍ରକଳ୍ପ ଖର୍ଚ୍ଚ ୨୫ ଲକ୍ଷ ଟଙ୍କା ରହିଥିବା ବେଳେ ସେବା କ୍ଷେତ୍ରରେ ୧୦ ଲକ୍ଷ ରହିଛି ଗ୍ରାମାଂଚଳରେ ସାଧାରଣ ବର୍ଗର ହିତାଧିକାରୀମାନେ ପ୍ରକଳ୍ପ ଖର୍ଚ୍ଚର ୨୫% ଏବଂ ସହରାଂଚଳରେ ୧୫% ସବସିଡି ପାଇପାରିବେ।

ମହିଳା, ଏସ୍‌ସି/ଏସ୍‌ଟି/ଓବିସି, ଦିବ୍ୟାଙ୍ଗ, ଏନ୍ଇଆର୍, ପାହାଡ଼ଇା ଓ ସୀମାରେ ବାସକରୁଥିବା ଲୋକଙ୍କ ସମେତ ସ୍ବତନ୍ତ୍ର ବର୍ଗକୁ ଗ୍ରାମାଂଚଳରେ ପ୍ରକଳ୍ପ ଖର୍ଚ୍ଚର ୩୫% ଓ ସହରାଂଚଳରେ ୨୫% ସବ୍‌ସିଡି ଦିଆଯାଉଛି ସ୍ବତନ୍ତ୍ର ବର୍ଗ ପାଇଁ ପ୍ରକଳ୍ପ ଖର୍ଚ୍ଚରେ ବ୍ୟକ୍ତିଗତ ଅବଦାନ ୫% ରଖାଯାଇଥିବା ବେଳେ ସାଧାରଣ ବର୍ଗ ପାଇଁ ୧୦% ରଖାଯାଇଛି। ବଜେଟ୍ ନିୟମାବଳୀ ଅନୁସାରେ ଏମ୍ଏସ୍ଏମ୍ଇ ମନ୍ତ୍ରାଳୟ ଅତିକମ୍‌ରେ ୩୦% ବଜେଟ୍ ରାଶି ମହିଳା ଉଦ୍ୟୋଗୀଙ୍କ ପାଇଁ ଖର୍ଚ୍ଚ କରିବ

ଖଦି ରୁମାଲ ପ୍ରସ୍ତୁତି:
ଜମ୍ମୁ ନିକଟବର୍ତୀ ନାଗରୋଟାରେ ଆତଙ୍କବାଦ ଦ୍ୱାରା ପ୍ରଭାବିତ ହୋଇଥିବା ପରିବାରର ମହିଳାଙ୍କୁ ନିଯୁକ୍ତି ଦେବା ଉଦ୍ଦେଶ୍ୟରେ କେଭିଆଇସି ଖଦି ରୁମାଲ ସିଲେଇ କେନ୍ଦ୍ର ପାଇଁ ସହାୟତା ଯୋଗାଇବା ନେଇ ଏକ ପ୍ରମୁଖ କାର୍ଯ୍ୟକ୍ରମ ହାତକୁ ନେଇଥିଲା ଏହି ସେଂଟରରେ ରୁମାଲ ତିଆରି ପାଇଁ କେଭିଆଇସି ଖଦି, ମାଗଣା ସିଲେଇ ଓ ପିକୋ ମେସିନ ଯୋଗାଇ ଦେଉଛି। ସେଠାରେ ୧୨୫ ଜଣ ମହିଳା ଦୈନିକ ୭,୫୦୦ ରୁମାଲ ତିଆରି କରୁଛନ୍ତି। ଏହାବ୍ୟତୀତ ଏହି ରୁମାଲଗୁଡ଼ିକ ୭ଟି ଡିପାର୍ଟମେଂଟାଲ ଷ୍ଟୋରରୁ ନଗଦ କିମ୍ବା କ୍ରେଡିଟ/ଡେବିଟ୍ କାର୍ଡ ଜରିଆରେ କିଣାଯାଇପାରିବ ଏହି କେନ୍ଦ୍ରରେ ଦୈନିକ ୪ ଘଣ୍ଟା କାମ କରି ମହିଳାମାନେ ୧୫୦ ଟଙ୍କା ରୋଜଗାର କରୁଛନ୍ତି । ପ୍ରତିବର୍ଷ ୨୦ ନିୟୁତ ଖଦି ରୁମାଲ ବିକ୍ରି କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ଖଦି ରୁମାଲଗୁଡ଼ିକର ମୂଲ୍ୟ ୫୦ ଟଙ୍କା ରହିଛି।

ମହିଳା ସୁରକ୍ଷା:
ଗତ ସାଢ଼େ ୫ ବର୍ଷରେ ଆମ ସରକାର ଦ୍ୱାରା ଶୁଭାରମ୍ଭ ହୋଇଥିବା ନୀତିଗତ ପଦକ୍ଷେପରେ ଶାରିରୀକ ସୁରକ୍ଷା, ସ୍ବାସ୍ଥ୍ୟ ସୁରକ୍ଷା, ସାମାଜିକ ସୁରକ୍ଷା, ଆର୍ଥିକ ସୁରକ୍ଷା ଓ ଜ୍ଞାନ ସୁରକ୍ଷା ଭଳିି ୫ଟି ପ୍ରମୁଖ କ୍ଷେତ୍ର ରହିଛି, ଯାହାକି ସାରାଦେଶରେ ଥିବା ଆମର ମାଆ, ଭଉଣୀ ଓ ଝିଅମାନଙ୍କୁ ସୁରକ୍ଷା ଯୋଗାଉଛି।

୧୨ ବର୍ଷରୁ କମ୍ ବୟସର ବାଳିକାମାନଙ୍କ ବଳାତ୍କାରୀଙ୍କ ପାଇଁ ମୃତ୍ୟୁଦଣ୍ଡ, ୧୬ ବର୍ଷରୁ କମ୍ ବୟସର ବାଳିକାଙ୍କ ବଳାତ୍କାରୀଙ୍କ ପାଇଁ ଜେଲଦଣ୍ଡକୁ ୧୦ ରୁ ୨୦ ବର୍ଷକୁ ବୃଦ୍ଧି ନିଷ୍ପତି ମହିଳାଙ୍କ ସୁରକ୍ଷା କ୍ଷେତ୍ରରେ ଏକ ଐତିହାସିକ ପଦକ୍ଷେପ। ସମ୍ବିଧାନର ସମାନତା ଅଧିକାର ଆଦର୍ଶ ଅନୁସାରେ ଆମ ସରକାର ବିନା ପୁରୁଷ ଏସ୍କର୍ଟରେ ମୁସଲିମ ମହିଳାଙ୍କୁ ହଜ୍ ପ୍ରଦର୍ଶନ କରିବାର ଅନୁମତି ଦେଇଛି ।

ତିନି ତଲାକ୍ ବ୍ୟବସ୍ଥାକୁ ଉଚ୍ଛେଦ କରିବା ମହିଳାଙ୍କ ସାମାଜିକ ସୁରକ୍ଷା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ। ଏଥି ସହିତ ମହିଳାଙ୍କ ପାଇଁ ସବୈତନିକ ମାତୃତ୍ୱ ଲାଭ ଛୁଟିକୁ ପୂର୍ବର ୧୨ ସପ୍ତାହରୁ ୨୬ ସପ୍ତାହକୁ ବୃଦ୍ଧି କରାଯାଇଛି ଏବଂ ୮୦ ଲକ୍ଷ ଗର୍ଭବତୀ ମହିଳାଙ୍କୁ ମିସନ ଇନ୍ଦ୍ରଧନୁଷ ଜରିଆରେ ଟୀକାକରଣ କରାଯାଉଛି।

ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ଦ୍ୱାରା ପ୍ରାୟ ୧.୧୬ କୋଟି ଆଣ୍ଟି-ନାଟାଲ ଚେକ୍ ଅପ୍‌କୁ ସୁନିଶ୍ଚିତ କରାଯାଇପାରିଛି। ଆମ ସରକାରର ସବୁଠୁ ଅଧିକ ପ୍ରେରଣାଦାୟୀ ଅଭିଯାନ ବେଟି ବଚାଓ, ବେଟି ପଢ଼ାଓ,୧୦୪ଟି ଜିଲ୍ଲାରେ ଲିଙ୍ଗଗତ ହାରରେ ସୁଧାର ଆଣିଛି । ଏବଂ, ୧୪୬ଟି ଜିଲ୍ଲାରେ ଡାକ୍ତରଖାନାରେ ପ୍ରସବରେ ସୁଧାର ଆଣିଛି, ଯାହାକି ଉଭୟ ମାଆ ଓ ଶିଶୁ ପାଇଁ ବେଶ୍ ଲାଭଦାୟକ ହୋଇଛି।

ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ଜରିଆରେ ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମାଆମାନଙ୍କୁ ୬,୦୦୦ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି।

ଗ୍ରାମାଂଚଳ ଓ ଅର୍ଦ୍ଧସହରାଂଚଳରେ ୫.୩୩ କୋଟି ଗରିବ ମହିଳାଙ୍କର ଧୂଆଁମୁକ୍ତ ଜୀବନକୁ ସୁନିଶ୍ଚିତ କରାଯାଇଛି। ଭାରତୀୟ ମହିଳାଙ୍କୁ ଆର୍ଥିକ ସୁରକ୍ଷା ଯୋଗାଣର ଅଂଶସ୍ବରୂପ ୯ କୋଟି ମହିଳା ଉଦ୍ୟୋଗୀଙ୍କୁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଓ ଷ୍ଟାର୍ଟଅପ୍ ଇଣ୍ଡିଆ ଅଭିଯାନ ଜରିଆରେ ଋଣ ଯୋଗାଇ ଦିଆଯାଇଛି ଏବଂ ୧.୨୬ କୋଟି ସୁକନ୍ୟା ସମୃଦ୍ଧି ଆକାଉଂଟ ଖୋଲାଯାଇଛି, ଯେଉଁଥିରେ କି ବାଳିକାଙ୍କ ଆର୍ଥିକ ସୁରକ୍ଷା ପାଇଁ ୨୦,୦୦୦ କୋଟି ଟଙ୍କା ଜମା ହୋଇଛି।

ମୁଁ ସମସ୍ତ ଦେଶବାସୀଙ୍କୁ ମୁଖ୍ୟତଃ ମହିଳାମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ନିମ୍ନ ଅଭିଯାନରେ ଅଂଶଗ୍ରହଣ କରିବା ପାଇଁ ଅନୁରୋଧ କରୁଛି: ଯେତେବେଳେ ଆପଣମାନଙ୍କର କନ୍ୟା ଜନ୍ମ ହେଉଛି, ଏହି ଉତ୍ସବକୁ ପାଳନ କରିବା ପାଇଁ ୫ଟି ବୃକ୍ଷ ରୋପଣ କରନ୍ତୁ।

ସମ୍ବନ୍ଧିତ ଖବର