ଚାରି ବର୍ଷ ତଳେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ନିର୍ବାଚନ କାଳରେ, ବେଙ୍ଗାଲୁରୁରେ ନିଜର ବକ୍ତବ୍ୟ ରଖିବା ପାଇଁ ଷ୍ଟ୍ରୋବ୍ ତାଲ୍ବଟ୍ ମୋତେ ଡାକିଥିଲେ। ତାଲ୍ବଟ୍ ମହାଶୟ ସେତେବେଳେ ଵାସି˚ଟନ୍ର ପ୍ରସିଦ୍ଧ ‘ବ୍ରୁକି˚ଗ୍ସ ଇନ୍ଷ୍ଟିଚ୍ୟୁସନ୍’ର ମୁଖ୍ୟ ଥିଲେ। ତାହା ପୂର୍ବରୁ ରାଷ୍ଟ୍ରପତି ବିଲ୍ କ୍ଲି˚ଟନ୍ଙ୍କ ପ୍ରଶାସନରେ ଉପ ବୈଦେଶିକ ମନ୍ତ୍ରୀ ବା ଡେପୁଟି ସେକ୍ରେଟାରି ଅଫ୍ ଷ୍ଟେଟ୍ ଥିଲେ। ଉକ୍ତ ପଦରେ ଥିବା ବେଳେ ସେ ପାକିସ୍ତାନ ପ୍ରତି ଆମେରିକାର ପାର˚ପରିକ ସମର୍ଥନ ବିରୋଧରେ ଯାଇ, ଭାରତ ସହ ଉତ୍ତମ ସ˚ପର୍କ ରକ୍ଷାକୁ ଗୁରୁତ୍ବ ଦେଇଥିଲେ।
ବେଙ୍ଗାଲୁରୁ କାର୍ଯ୍ୟକ୍ରମ ୨୦୧୬ ନଭେମ୍ବର୍ର ତୃତୀୟ ସପ୍ତାହରେ ହେବା ପାଇଁ ପୂର୍ବରୁ ନିର୍ଦ୍ଧାରିତ ହୋଇଥିଲା। ସେତେ ବେଳକୁ ରାଷ୍ଟ୍ରପତି ନିର୍ବାଚନ ଶେଷ ହୋଇଯିବା କଥା। ହିଲାରୀ କ୍ଲି˚ଟନ୍ ଜିତିବେ ବୋଲି ଆଶା କରାଯାଉଥିଲା। ତେବେ, ସେ ପରାଜିତ ହୋଇଥିଲେ। ମିଷ୍ଟର ତାଲ୍ବଟ୍ ଆନନ୍ଦ ମନରେ ବେଙ୍ଗାଲୁରୁ ଆସିବା ପରିବର୍ତ୍ତେ ଦୁଃଖୀ ଏବ˚ ଭାଙ୍ଗି ପଡ଼ିବା ପରି ଦିଶୁଥିଲେ। କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ଆମେ କଥା ହୋଇଥିଲୁ। ଜଣେ ଅଭ୍ୟାସଗତ ମିଥ୍ୟାବାଦୀ ମାର୍କିନ୍ ଭୋଟର୍ମାନଙ୍କୁ ବୋକା ବନାଇ ଦେଇଥିବା କଥା ସେ ତିକ୍ତତାର ସହ କହିଥିଲେ। ନିର୍ବାଚନ ପ୍ରଚାର ବେଳେ ଡୋନାଲ୍ଡ ଟ୍ର˚ପ୍ ଗୁଡ଼ିଏ ମିଥ୍ୟା କହିଥିବା ପ୍ରସଙ୍ଗରେ ତାଲ୍ବଟ୍ଙ୍କ ସହ ମୁଁ ଏକମତ ଥିଲି। ତେବେ, ଟ୍ର˚ପ୍ଙ୍କ ଦ୍ବାରା ବାରମ୍ବାର ଉଚ୍ଚାରିତ ହୋଇଥିବା ଦୁଇଟି ଶବ୍ଦ ସତ ଥିବା ମୁଁ କହିଥିଲି। ଶବ୍ଦ ଦୁଇଟି ଥିଲା- ‘କୁଟିଳା ହିଲାରୀ’; ଇ˚ଲିସ୍ରେ ‘କ୍ରୁକେଡ୍ ହିଲାରୀ’।
ଟ୍ର˚ପ୍ ଜନତା ସମ୍ମୁଖରେ ନିଜର ପ୍ରତିଦ୍ବନ୍ଦ୍ବୀ ହିଲାରୀଙ୍କୁ ମୋଟାମୋଟି ପଦ ଅପବ୍ୟବହାରକାରୀ ଭାବେ ଚିତ୍ରଣ କରିଥିଲେ। ତାଙ୍କ ଭାଷାରେ ହିଲାରୀ ପକ୍ଷପାତୀ ଥିଲେ; ଅନୁଗ୍ରହ ଦେଉଥିଲେ ଏବ˚ ନେଉଥିଲେ। କ୍ଷମତାର ଦୁରୁପଯୋଗ କରୁଥିଲେ ଏବ˚ ଏସବୁ ପାଇଁ ନିଜର ପଦର ବ୍ୟବହାର କରୁଥିଲେ। ଚାରି ବର୍ଷ ପରେ ପରିସ୍ଥିତି ସ˚ପୂର୍ଣ୍ଣ ଭିନ୍ନ। ଏବେ ଟ୍ର˚ପ୍ ଦୁର୍ନୀତିଗ୍ରସ୍ତ ସଙ୍ଗକୁ ସାମର୍ଥ୍ୟହୀନ ଓ ଅପ୍ରଭାବୀ ଭଳି ଲାଗୁଛନ୍ତି। ମହାମାରୀକୁ ସେ ଯେଉଁ ଭଳି ଭାବେ ପରିଚାଳନା କଲେ, ସେଥିରୁ ତାଙ୍କ ପ୍ରଶାସନିକ ଦୁର୍ବଳତା ସ୍ପଷ୍ଟ ଧରାପଡ଼ିଗଲା। ଆୟକର ପ୍ରଦାନକୁ ନେଇ ଟାଳ-ଟୁଳ ନୀତି, ତାଙ୍କ ସଚ୍ଚୋଟତାକୁ ମଧ୍ୟ ସ˚ଦେହ ଘେରକୁ ଆଣିଛି। ନାରୀଙ୍କ ପ୍ରତି ତାଙ୍କର ଅପମାନଜନକ ଭାଷା ପ୍ରୟୋଗ ଓ ବିଦ୍ବେଷ ଭାବ ଯୋଗୁଁ ୨୦୧୬ରେ ତାଙ୍କୁ ସମର୍ଥନ ଦେଇଥିବା ବହୁ ସ˚ଖ୍ୟକ ମହିଳା ମତଦାତା ଏବେ ତାଙ୍କୁ ପରିତ୍ୟାଗ କରିଛନ୍ତି। ସରଳ, ସାଦା-ସିଧା ତଥା ଅଜ୍ଞତାପୂର୍ଣ୍ଣ ମନ୍ତବ୍ୟ ଦେବା ବଦଳରେ ସର୍ବଦା ବିଶେଷଜ୍ଞଙ୍କ ପରାମର୍ଶ ଗ୍ରହଣ କରୁଥିବା ଜୋ ବାଇଡେନ୍, ଆମେରିକାର ରାଷ୍ଟ୍ରପତି ଦୌଡ଼ରେ ଏବେ (ଏହି ନିବନ୍ଧ ଲେଖୁଥିବା ବେଳେ) ଯଥେଷ୍ଟ ଆଗରେ ଅଛନ୍ତି। ସେ ଯୁକ୍ତରାଷ୍ଟ୍ର ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ହେବା ଏକ ରକମ ନିଶ୍ଚିତ ହୋଇଗଲାଣି।
ଗଣତନ୍ତ୍ରର ଅର୍ଥ ମିଳି-ମିଶି ତଥା ସହଯୋଗିତାର ସହ ପ୍ରଶାସନିକ ଦାୟିତ୍ବ ନିର୍ବାହ କରିବା। ତେବେ, ଡୋନାଲ୍ଡ ଟ୍ର˚ପ୍ ସାଧାରଣ ଜନତାର ଭ୍ରାନ୍ତ ବିଶ୍ବାସକୁ ପ୍ରୋତ୍ସାହନ ଦେଉଥିବା ଜଣେ ବ୍ୟର୍ଥ ନେତା। ତାଙ୍କର ଲୋଡ଼ା କେବଳ ଆତ୍ମ-ପ୍ରଚାର ଓ ଆତ୍ମ-ପଦୋନ୍ନତି। ଏହା ମଧ୍ୟ ସତ୍ୟ ଯେ, ତାଙ୍କ ପୂର୍ବରୁ ଏ ଭଳି ଅନେକ ପ୍ରତିଭାଧାରୀ-ପ୍ରଭାବଶାଳୀ ମାର୍କିନ୍ ରାଷ୍ଟ୍ରପତି ଥିଲେ, ଯେଉଁମାନେ ନିଜକୁ ନିଜର ପଦ ଓ କାର୍ଯ୍ୟାଳୟ ତୁଳନାରେ ଅଧିକ ମହାନ୍ ଭାବେ ଉପସ୍ଥାପନ କରୁଥିଲେ। ସେମାନଙ୍କ ମଧ୍ୟରେ ଥିଲେ ବି˚ଶ ଶତାବ୍ଦୀର ଥିଓଡୋର୍ ରୁଜ୍ଭେଲ୍ଟ ଓ ଜନ୍ ଏଫ୍ କେନେଡି ଏବ˚ ଊନବି˚ଶ ଶତାବ୍ଦୀର ଆଣ୍ତ୍ରିଉ ଜ୍ୟାକ୍ସନ୍। ତେବେ, ସେମାନଙ୍କ ମଧ୍ୟରେ କେହି ହେଲେ ଟ୍ର˚ପ୍ଙ୍କ ପରି ଏତେ ଆତ୍ମପ୍ରେମୀ ନ ଥିଲେ।
ମାର୍କିନ୍ ଅନୁଷ୍ଠାନଗୁଡ଼ିକ ବେଶ୍ ନମନୀୟ ଏବ˚ ଅଭ୍ୟନ୍ତରୀଣ ଭାବେ ଅତି ଶକ୍ତିଶାଳୀ ଓ ମଜଭୁତ ହୋଇଥିବାରୁ, ଟ୍ର˚ପ୍ଙ୍କ ଦ୍ବାରା ଯେତିକି କ୍ଷତି ହେବା କଥା ହୋଇନାହିଁ। ସେଠାକାର ଗଣମାଧ୍ୟମ, ବିଶ୍ବବିଦ୍ୟାଳୟ, ପ୍ରତିରକ୍ଷା ବିଭାଗ, ବୈଜ୍ଞାନିକ ସ˚ପ୍ରଦାୟ ସଚ୍ଚୋଟତା ବଜାୟ ରଖିଛନ୍ତି। ନିଜର ବ୍ୟକ୍ତିଗତ ଇସ୍ତାହାରର ପୂର୍ତ୍ତି ପାଇଁ ଟ୍ର˚ପ୍ ସେଗୁଡ଼ିକୁ ନିୟନ୍ତ୍ରିତ ଓ ନଷ୍ଟ କରିବା ନିମନ୍ତେ ଉଦ୍ୟମ କରିଥିଲେ। ସେ ନିଜ ଉଦ୍ୟମରେ କିଛି ମାତ୍ରାରେ ସଫଳ ମଧୢ ହୋଇଥିଲେ। ସ୍ବାଧୀନ ଅନୁଷ୍ଠାନଗୁଡ଼ିକ ଅଳ୍ପ-ବହୁତ ଦୋହଲି ଯାଇଥିଲେ ହେଁ ଭୁଶୁଡ଼ିପଡ଼ି ନ ଥିଲେ। ଯଦି ଆସନ୍ତା ମାସରେ ଟ୍ର˚ପ୍, ବାଇଡେନ୍ଙ୍କ ଠାରୁ ପରାଜିତ ହେବେ, ଏହି ଅନୁଷ୍ଠାନଗୁଡ଼ିକ ଆମେରିକାର ପୁନର୍ନିର୍ମାଣ ପାଇଁ ମହତ୍ତ୍ବପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହେବେ। ଅଭ୍ୟନ୍ତରୀଣ ଅବ୍ୟବସ୍ଥା ସୁଧାରିବା ଦିଗରେ ସହାୟକ ହେବା ସହ ବିଶ୍ବ ଦରବାରରେ ଆମେରିକାର ଭୂମିକାକୁ ପୁନଃ ସାବ୍ୟସ୍ତ କରିବେ।
ବିଶ୍ବର ସବୁଠାରୁ ଧନୀ ଗଣତନ୍ତ୍ର ପରି, ବିଶ୍ବର ସର୍ବପୁରାତନ ଗଣତନ୍ତ୍ର- ୟୁନାଇଟେଡ୍ କି˚ଡମ୍ ମଧ୍ୟ ଜଣେ ଆତ୍ମପ୍ରେମୀଙ୍କ ଦ୍ବାରା ଶାସିତ। ବୋରିସ୍ ଜନ୍ସନ୍ଙ୍କ କ୍ଷମତା ପ୍ରାପ୍ତି, ଟ୍ର˚ପ୍ଙ୍କଠାରୁ କିଛି ଭିନ୍ନ ନୁହେଁ। ତାଙ୍କ ନିଜ ଦଳ ଭିତରେ ସେ ଅପ୍ରତିଦ୍ବନ୍ଦ୍ବୀ; ତାଙ୍କ ବ୍ୟକ୍ତିତ୍ବ ଆଗରେ ଟେରେସା ମେ ଫିକା ପଡ଼ିଯାଆନ୍ତି। ନିଜ ଶୀର୍ଷ ନେତା ବୋରିସ୍ଙ୍କ ବୁଦ୍ଧି ଓ ବିଚକ୍ଷଣତା ଯୋଗୁଁ ୨୦୧୭ ସାଧାରଣ ନିର୍ବାଚନରେ କନ୍ଜର୍ଭେଟିଭ୍ ପାର୍ଟି ବିଜୟୀ ହୋଇଥିଲା, ଏହା ଆ˚ଶିକ ଭାବେ ସତ୍ୟ। ତେବେ, ମତଦାତାମାନେ ତାଙ୍କ ସପକ୍ଷରେ ଯିବାର ମୁଖ୍ୟ କାରଣ ଥିଲା, ବୋରିସ୍ଙ୍କ ପ୍ରତିଦ୍ବନ୍ଦ୍ବୀ ଲେବର୍ ପାର୍ଟିର ଜେର୍ମି କର୍ବିନ୍ଙ୍କୁ ଅନେକ ସ୍ବମତାଭିମାନୀ ସମାଜବାଦୀ ବା ଡଗ୍ମାଟିକ୍ ସୋସାଲିଷ୍ଟ ଏବ˚ ହାସ୍ୟ ରସ ଲାଗି ଅସମର୍ଥ ଜଣେ ବ୍ୟକ୍ତିତ୍ବ ଭାବେ ଦେଖିଥିଲେ। ସେ ସରକାର ଚଳାଇବା ପାଇଁ ଅନୁପଯୁକ୍ତ ବୋଲି ସର୍ବସାଧାରଣରେ ଏକ ଧାରଣା ସୃଷ୍ଟି ହୋଇଥିଲା।
ବୋରିସ୍ ଜନ୍ସନ୍ ଗତାନୁଗତିକ ମତ ବିରୋଧୀ; ସ୍ବାଧୀନ ମତ ପୋଷଣ କରନ୍ତି। ସେ ଉଚ୍ଚାଭିଳାଷୀ ଓ ସୁବିଧାବାଦୀ। କିନ୍ତୁ, ଟ୍ର˚ପ୍ଙ୍କ ପରି ଖଳ, ବର୍ଣ୍ଣବୈଷମ୍ୟବାଦୀ ତଥା ଏକଛତ୍ରବାଦୀ ପ୍ରବୃତ୍ତି ଥିବା ନେତା ନୁହନ୍ତି। ଟ୍ର˚ପ୍ଙ୍କ ଦୋଷ-ଦୁର୍ବଳତା ବହୁ ବିଳମ୍ବରେ ତାଙ୍କ କାର୍ଯ୍ୟ କାଳର ଶେଷ ବର୍ଷରେ ଜଣାପଡ଼ିଲା। ତେବେ, ସାଧାରଣ ଲୋକେ ବହୁ ପୂର୍ବରୁ ବୋରିସ୍ ଜନ୍ସନ୍ଙ୍କଠାରୁ ଦୂରେଇ ସାରିଛନ୍ତି। ମହାମାରୀ ପ୍ରତି ତାଙ୍କର ଦୃଷ୍ଟିଭଙ୍ଗୀ ଏବ˚ ବ୍ରେଗ୍ଜିଟ୍ର ଅନ୍ତ (ଇଉରୋପୀୟ ରାଷ୍ଟ୍ର ସ˚ଘରୁ ପ୍ରଥମ ଓ ଅଦ୍ୟାବଧି ଏକ ମାତ୍ର ରାଷ୍ଟ୍ର ଭାବେ ୟୁନାଇଟେଡ୍ କି˚ଡମ୍ର ପ୍ରସ୍ଥାନ) ତାଙ୍କୁ ପ୍ରସ୍ତୁତି ପଥରେ ଥିବା ଜଣେ ଫାସିଷ୍ଟ୍ ଭାବେ ନୁହେଁ, ବରଂ ଜଣେ ଅଯୋଗ୍ୟ ବିଦୂଷକ ଭାବେ ପରିଚିତ କରିଛି। ଲେବର୍ ପାର୍ଟି, କର୍ବିନ୍ଙ୍କୁ ପରିତ୍ୟାଗ କରିସାରିଛି। ସେମାନେ ଜଣେ ବୁଦ୍ଧିମାନ୍ ବ୍ୟକ୍ତିଙ୍କୁ ନେତା ଭାବେ ବାଛିଛନ୍ତି, ଯାହାଙ୍କର ପ୍ରଶାସନିକ ଦକ୍ଷତା ଅଛି। ତେଣୁ, ଆଗାମୀ ନିର୍ବାଚନରେ ବୋରିସ୍ ପୁନଃ-ନିର୍ବାଚିତ ହେବାର ସ˚ଭାବନା କମ୍। କର୍ବିନ୍ଙ୍କ ତୁଳନାରେ ତାଙ୍କ ଉତ୍ତରାଧିକାରୀ କିଅର୍ ଷ୍ଟାର୍ମରଙ୍କ ଲୋକପ୍ରିୟତା ଅଧିକ। ଅଧିକରୁ ଅଧିକ ସ˚ଖ୍ୟକ ବ୍ରିଟିସ୍ ମତଦାତା, ତାଙ୍କ ପ୍ରତି ଆକର୍ଷିତ। କନ୍ଜର୍ଭେଟିଭ୍ ପାର୍ଟି ଭିତରେ ମଧ୍ୟ ବୋରିସ୍ ଏବେ ଆହ୍ବାନର ସାମନା କରୁଛନ୍ତି। ଅନେକ ତାଙ୍କ ତୁଳନାରେ ଇ˚ଲଣ୍ତ୍ର ଅର୍ଥ ମନ୍ତ୍ରୀ ବା ଚାନ୍ସେଲର୍ ଅଫ୍ ଏକ୍ସଚେକର୍ ଋଷି ସୁନକ ପ୍ରଧାନମନ୍ତ୍ରୀ ଆସନରେ ବସିବା ପାଇଁ ଅଧିକ ଯୋଗ୍ୟ ବୋଲି ମନେକରୁଛନ୍ତି।
ବ୍ରିଟେନ୍ର ପରବର୍ତ୍ତୀ ସାଧାରଣ ନିର୍ବାଚନ ସାଢ଼େ ତିନି ବର୍ଷ ପରେ ହେବ। ତାହା ପୂର୍ବରୁ ବୋରିସ୍ଙ୍କୁ ତାଙ୍କ ଦଳ ବହିଷ୍କାର କରିବାର ସ˚ଭାବନା ରହିଛି। ଟ୍ର˚ପ୍ଙ୍କ ଭଳି ସେ ମଧ୍ୟ କିଛି ଅନୁଷ୍ଠାନର କ୍ଷତି ଘଟାଇ ସାରିଛନ୍ତି। ତେବେ, ତାଙ୍କ ଯିବା ପରେ ସ୍ବାଧୀନ ଅନୁଷ୍ଠାନ, ଯଥା- ସ˚ସଦ, ଅଦାଲତ ଓ ଗଣମାଧ୍ୟମ ଆଦି ସ୍ଥିତିରେ ସୁଧାର ଆଣିବେ। ତାଙ୍କର ଦୋଷ-ଦୁର୍ବଳତାକୁ ଭିନ୍ନ ପ୍ରକାରେ ବିଶ୍ଳେଷଣ କରାଯାଇପାରେ। ବ୍ରେଗ୍ଜିଟ୍ ପାଇଁ ଇତିହାସ ଡେଭିଡ୍ କାମେରୁନ୍ଙ୍କୁ ଦାୟୀ କରିପାରେ। କାରଣ ଆବଶ୍ୟକତା ନ ଥିବା ବେଳେ ସେ ଏଥି ପାଇଁ ଜନମତ ନେଇଥିଲେ ଏବ˚ ବୋରିସ୍ଙ୍କ ତୁଳନାରେ ୟୁନାଇଟେଡ୍ କି˚ଡମ୍କୁ ଅଧିକ ଆଘାତ ଦେଇଥିଲେ।
୨୦୧୬ରୁ ବିଶ୍ବର ସବୁଠାରୁ ଧନୀ ଗଣତନ୍ତ୍ର ସାଧାରଣ ଜନତାର ଭ୍ରାନ୍ତ ବିଶ୍ବାସକୁ ପ୍ରୋତ୍ସାହନ ଦେଉଥିବା ଜଣେ ନେତାଙ୍କ ଦ୍ବାରା ଶାସିତ। ୨୦୧୭ରୁ ବିଶ୍ବର ସର୍ବ-ପୁରାତନ ଗଣତନ୍ତ୍ର ତାଙ୍କ ଭଳି ଆଉ ଜଣେ ନେତାଙ୍କ ଦ୍ବାରା କୁ-ଶାସିତ। ଏବେ ଆମେ ଆସିବା ବିଶ୍ବର ବୃହତ୍ତମ ଗଣତନ୍ତ୍ରକୁ; ଆମ ନିଜର ଦେଶ- ଭାରତ। ଟ୍ର˚ପ୍ଙ୍କର ପ୍ରାୟ ଅଢ଼େଇ ବର୍ଷ ପୂର୍ବରୁ ମୋଦୀ କ୍ଷମତାକୁ ଆସିଥିଲେ ଏବ˚ ବୋରିସ୍ଙ୍କର ପୂରା ପାଞ୍ଚ ବର୍ଷ ପୂର୍ବରୁ। ସେ ମଧ୍ୟ ସାଧାରଣ ଜନତାର ଭ୍ରାନ୍ତ ବିଶ୍ବାସକୁ ପ୍ରୋତ୍ସାହନ ଦେଉଥିବା ନେତା। ସେ ଜଣେ ଏ ଭଳି ନେତା, ଯିଏ ନିଜକୁ ସରକାର ତଥା ନିଜ ଦଳ ଠାରୁ ମହାନ ବୋଲି ଭାବନ୍ତି। ସେ କ୍ଷମତା ଧରିରଖିବା ପାଇଁ ଛଳନା କରିବାକୁ ପଛାନ୍ତିନାହିଁ ଏବ˚ ମିଥ୍ୟା ଓ ପ୍ରବଞ୍ଚନାକୁ ପ୍ରଶ୍ରୟ ଦିଅନ୍ତି।
ଟ୍ର˚ପ୍ ଓ ବୋରିସ୍ଙ୍କ ସହ ମୋଦୀଙ୍କର କିଛି ସାଦୃଶ୍ୟ ଅଛି ଏବ˚ କିଛି ଅସାଦୃଶ୍ୟ ମଧ୍ୟ ଅଛି। ଟ୍ର˚ପ୍ ଓ ବୋରିସ୍ଙ୍କ ତୁଳନାରେ ମୋଦୀ ଅଧିକ ପୁରୁଣା ଏବ˚ ପୁରୁଖା ନେତା। ଅନେକ ବର୍ଷ ହେଲା ସେ ପୂର୍ଣ୍ଣକାଳୀନ ରାଜନୀତିଜ୍ଞ। ସାର୍ବଜନୀନ ସ˚ସ୍ଥାଗୁଡ଼ିକୁ ନିଜ କାର୍ଯ୍ୟ ସିଦ୍ଧି ପାଇଁ କିପରି ମୋଡ଼ା ଯାଇପାରେ, ସେ ଅଧିକ ଭଲ ଭାବେ ଜାଣନ୍ତି; ଏହି ବିଦ୍ୟାରେ ସେ ବେଶ୍ ଅଭିଜ୍ଞ। ଟ୍ର˚ପ୍ ଓ ବୋରିସ୍ଙ୍କ ତୁଳନାରେ ସେ ନିଜର ଆଦର୍ଶ ପ୍ରତି ଅଧିକ ଉତ୍ସର୍ଗୀକୃତ। ଟ୍ର˚ପ୍ ଶ୍ବେତକାୟ ପ୍ରଭୁତ୍ବରେ ବିଶ୍ବାସ ରଖୁଥିବା ବେଳେ ବୋରିସ୍ ଇ˚ଲଣ୍ତ୍ବାଦୀ। ତେବେ, ଏ ଦୁହିଁଙ୍କ ତୁଳନାରେ ମୋଦୀ ଅଧିକ ବିପଜ୍ଜନକ। କାରଣ, ସେ ହିନ୍ଦୁ ବହୁ ସ˚ଖ୍ୟାବାଦରେ ବିଶ୍ବାସ କରନ୍ତି। ନିଜର ଆଦର୍ଶଗତ ସ୍ବପ୍ନ ସାକାର କରିବା ପାଇଁ ମୋଦୀ, ରାଷ୍ଟ୍ରୀୟ ସ୍ବୟ˚ ସେବକ ସ˚ଘକୁ ଅସ୍ତ୍ର କରିଛନ୍ତି। ସ˚ଘର ଆନୁଷ୍ଠାନିକ ଶକ୍ତି ଓ ସାମର୍ଥ୍ୟ, ଯୁକ୍ତରାଷ୍ଟ୍ର ଆମେରିକା ଏବ˚ ୟୁନାଇଟେଡ୍ କି˚ଡମ୍ରେ ସକ୍ରିୟ ଥିବା ଯେକୌଣସି ଦକ୍ଷିଣପନ୍ଥୀ ଅନୁଷ୍ଠାନ ତୁଳନାରେ ଢେର୍ ଅଧିକ।
ଟ୍ର˚ପ୍ ଓ ବୋରିସ୍ ନିଜ ନିଜର ଦେଶ ପାଇଁ ବିପଜ୍ଜନକ। ତେବେ, ସେମାନଙ୍କ ତୁଳନାରେ ମୋଦୀ ନିଜ ଦେଶ ପାଇଁ କାହିଁକି ଅଧିକ ବିପଜ୍ଜନକ, ଏହାର ଆଉ ଏକ କାରଣ ଅଛି ଏବ˚ ତାହା ହେଉଛି, ଭାରତୀୟ ଗଣତନ୍ତ୍ର, ଅନ୍ୟ ଦୁଇ ଗଣତନ୍ତ୍ର ତୁଳନାରେ ଯଥେଷ୍ଟ ଅଧିକ ଦୁର୍ବଳ। ନିଜର ସ୍ବାର୍ଥ ସାଧନ ପାଇଁ ଟ୍ର˚ପ୍ ‘ଏଫ୍ବିଆଇ’କୁ ନିର୍ଦେଶ ଦେଇ ପାରିବେନାହିଁ। ତେବେ, ଆମ ଦେଶରେ ମୋଦୀ, ଆୟ କର କର୍ତ୍ତୃପକ୍ଷଙ୍କଠାରୁ ଆରମ୍ଭ କରି ତଦନ୍ତକାରୀ ସ˚ସ୍ଥା ପର୍ଯ୍ୟନ୍ତ ସମସ୍ତଙ୍କୁ ବ୍ୟବହାର କରିପାରିବେ। ଆମ ନ୍ୟାୟପାଳିକା କିଛି ମାତ୍ରାରେ ନିଜର ସାମର୍ଥ୍ୟ ହରାଇ ସାରିଲାଣି। ଆମ ଗଣମାଧ୍ୟମର ବିପୁଳ ଅ˚ଶ ନିଶ୍ଚିତ ଭାବେ ନିଜର ଦକ୍ଷତା ହରାଇଛି। ସେମାନେ ଆମର ପ୍ରଧାନମନ୍ତ୍ରୀଙ୍କୁ ରୋକିବାକୁ ଅସମର୍ଥ ବା ଜାଣି-ଶୁଣି ଚାହୁଁନାହାନ୍ତି। ପ୍ରଧାନମନ୍ତ୍ରୀ ଭୁଲ୍ କରୁଥିବା ବୋଲି ଜଳଜଳ ଦିଶୁଥିଲେ ହେଁ କେହି ପ୍ରଶ୍ନ କରୁନାହାନ୍ତି।
ଅଧିକରୁ ଅଧିକ କ୍ଷମତା ଦଖଲ ପାଇଁ ନରେନ୍ଦ୍ର ମୋଦୀଙ୍କର ଅଭିଳାଷ ଅଛି। ଏହି ପ୍ରସଙ୍ଗରେ ସେ, ଟ୍ର˚ପ୍ ଓ ବୋରିସ୍ଙ୍କ ତୁଳନାରେ ଅଧିକ ଭାଗ୍ୟବାନ। ଆମ ଦେଶରେ ବିରୋଧୀ ଦଳର ପ୍ରକୃତିରେ କୌଣସି ପରିବର୍ତ୍ତନ ଆସୁ ନ ଥିବାରୁ ସେ ଅଧିକ ଭାଗ୍ୟବାନ। ହିଲାରୀଙ୍କୁ ପରାଜିତ କରିବା ପାଇଁ ଟ୍ର˚ପ୍ଙ୍କୁ ଯଥେଷ୍ଟ ପରିଶ୍ରମ କରିବାକୁ ପଡ଼ିଥିଲା। ଜୋ ବାଇଡେନ୍ଙ୍କୁ ହରାଇବା ତାଙ୍କ ପାଇଁ ଅଧିକ କଷ୍ଟକର ହେବ। କର୍ବିନ୍ଙ୍କ ତୁଳନାରେ କିଅର୍ ଷ୍ଟାର୍ମର, ବୋରିସ୍ଙ୍କ ପାଇଁ ଅଧିକ ଶକ୍ତିଶାଳୀ ପ୍ରତିଦ୍ବନ୍ଦ୍ବୀ। ଆଉ ଆମ ଦେଶରେ ଦୁଇ ଦୁଇଟି ସାଧାରଣ ନିର୍ବାଚନ (୨୦୧୪ ଓ ୨୦୧୯)ରେ ଲଜ୍ଜାଜନକ ପରାଜୟ ବରଣ ପରେ ସୁଦ୍ଧା କଂଗ୍ରେସ ଦଳ, ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପନ କରୁଛି। ଯିଏ ନିଜର ପାରିବାରିକ ଲୋକସଭା ଆସନ ଅମେଥିକୁ ରଖିପାରିନାହାନ୍ତି, ଯାହାଙ୍କ ପାଖରେ ଅଭିଜ୍ଞତାର ଅଭାବ, କେବଳ ପରିବାରବାଦ ଖାତରରେ ଦଳ, ୨୦୨୪ ପାଇଁ ତାଙ୍କୁ ନରେନ୍ଦ୍ର ମୋଦୀଙ୍କ ବିକଳ୍ପ ଭାବେ ଦେଖୁଛି।
ସାଧାରଣ ଜନତାର ଭ୍ରାନ୍ତ ବିଶ୍ବାସକୁ ପ୍ରୋତ୍ସାହନ ଦେଉଥିବା ସବୁ ନେତା ଗଣତନ୍ତ୍ର ପାଇଁ କ୍ଷତିକାରକ; ତେବେ, କିଛି ଅନ୍ୟମାନଙ୍କ ତୁଳନାରେ ଅଧିକ କ୍ଷତିକାରକ। ଯଦି ଡୋନାଲ୍ଡ ଟ୍ର˚ପ୍ ଚଳିତ ମାସରେ ନିର୍ବାଚନ ହାରନ୍ତି, ଆମେରିକା ଅଳ୍ପ କିଛି କାଳ ମଧ୍ୟରେ ପୂର୍ବାବସ୍ଥା ଫେରିପାଇବ। ବୋରିସ୍ ଜନ୍ସନ୍ ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ଗ୍ରେଟ୍ ବ୍ରିଟେନ୍ର ଅବସ୍ଥା ବିଗିଡ଼ି ସାରିଥିଲା। ତାଙ୍କ ଦେଶର ଇତିହାସରେ ତାଙ୍କର ଭୂମିକା ନଗଣ୍ୟ। ତେବେ, ନରେନ୍ଦ୍ର ମୋଦୀ, ଭାରତୀୟ ଗଣତନ୍ତ୍ରର ଯେଉଁ ଅଶେଷ କ୍ଷତି ଘଟାଇ ସାରିଛନ୍ତି, ତାହାର ମରାମତି ପାଇଁ ବେଶ୍ କିଛି ଦଶନ୍ଧି ଲାଗିଯିବ।
(ମତାମତ ଲେଖକଙ୍କ ନିଜସ୍ବ)