କରୋନା କାଳରେ ଦେଖିବାକୁ ମିଳିଛି ଯେ ନିର୍ବାଚନ ସମୟରେ ଜନତାଙ୍କ ସହ ନେତାମାନଙ୍କ ଯୋଡ଼ିି ହେବାର ପ୍ରମୁଖ ମାଧୢମ ପାଲଟିଛି ‘ଭର୍ଚୁଆଲ ରାଲି’। ପରୀକ୍ଷାମୂଳକ ଭାବେ ଭାରତରେ ଭର୍ଚୁଆଲ ରାଲି ପ୍ରଥମେ ବିଜେପି ଆରମ୍ଭ କରିଥିଲା। ଏବେ ସବୁ ଦଳ ଏହି ଭର୍ଚୁଆଲ ରାଲିର ସାହାଯ୍ୟ ନେଉଛନ୍ତି। ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ପାଇଁ ମଧୢ ଭର୍ଚୁଆଲ ରାଲି କରାଯାଇଛି।
କରୋନା ସ˚କ୍ରମଣଜନିତ ପରିସ୍ଥିତି ଦୃଷ୍ଟିରୁ ଜନ ସମାବେଶ ହୋଇ ପାରୁନାହିଁ। ଏଣେ କରୋନା ଆଳରେ ନିର୍ବାଚନକୁ ଅନିର୍ଦ୍ଦିଷ୍ଟ କାଳ ଲାଗି ଘୁଞ୍ଚାଇ ହେବନାହିଁ। ବିହାରରେ ବିଧାନସଭା ନିର୍ବାଚନ ଚାଲିଛି। ଓଡ଼ିଶାରେ ମଧୢ ଉପନିର୍ବାଚନ ଅନୁଷ୍ଠିତ ହେଉଛି। ତେଣୁ ଜନସଭା ପାଇଁ ଭର୍ଚୁଆଲ ରାଲି ଏକ ବିକଳ୍ପ ଭାବେ ଉଭା ହୋଇଛି।
୨୦୧୪ ନିର୍ବାଚନ ବେଳେ ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନରେନ୍ଦ୍ର ମୋଦୀଙ୍କ ଲାଗି ଦେଶବ୍ୟାପୀ ୪୩୭ଟି ବଡ଼ ବଡ଼ ରାଲି ଏବ˚ ୫ ହଜାର ୮୨୭ଟି ଛୋଟ ଛୋଟ ରାଲିର ଆୟୋଜନ କରାଯାଇଥିଲା। ଏଥିରୁ ବୁଝି ହୋଇଥାଏ ଯେ ନିର୍ବାଚନ ପୂର୍ବରୁ ରାଲି ବା ଜନ ସମାବେଶର କିଭଳି ବିଶେଷ ଗୁରୁତ୍ବ ରହିଛି। ତେବେ, ଏବର ପରିବର୍ତ୍ତିତ ପରିସ୍ଥିତିରେ ରାଜନୈତିକ ଦଳଗୁଡ଼ିିକ ହ୍ବାଟସ୍ଆପ୍, ମେସେଞ୍ଜର୍, ଭିଡିଓ କଲ୍ ଓ ମିଟି˚ ଆପ୍ ଭଳି ପ୍ରଯୁକ୍ତି ମାଧୢମରେ ଭର୍ଚୁଆଲ ରାଲି କରୁଛନ୍ତି। କରୋନା ସ˚କ୍ରମଣ କାଳରେ ଅନେକ କିଛି ଅନ୍ଲାଇନ୍ରେ ହେଉଛି। ସେମିିନାର ବା ମିଟି˚ ବଦଳରେ ଅନ୍ଲାଇନ୍ରେ ବୈଠକର ଆୟୋଜନ କରାଯାଉଛି ଯାହାକୁ କୁହାଯାଉଛି ‘ୱେବିନାର।’
ତେବେ ‘ୱେବିନାର’ ତୁଳନାରେ ଭର୍ଚୁଆଲ ରାଲି ଆୟୋଜନ କରାଯିବା କଷ୍ଟସାଧୢ। ଏଥିଲାଗି ବ୍ଲକ୍, ଜିଲ୍ଲା ଓ ରାଜ୍ୟ କର୍ମକର୍ତ୍ତାଙ୍କୁ ଭର୍ଚୁଆଲ୍ ରାଲିର ପ୍ରଚାର ନିଜ ନିଜର ଫେସ୍ବୁକ୍ ଓ ଟ୍ବିଟର ଆକାଉଣ୍ଟ୍ ଜରିଆରେ କରିବା ପାଇଁ ପଡ଼ିଥାଏ। ଏଥିପାଇଁ ନେତାଙ୍କ ବାସଭବନ ବା ଦଳର କାର୍ଯ୍ୟାଳୟରେ ମ˚ଚ ପ୍ରସ୍ତୁତ କରାଯାଏ। ସେଠାରୁ ନେତାଙ୍କ ଭାଷଣକୁ ରାଜ୍ୟ, ଜିଲ୍ଲା ଓ ବ୍ଲକ୍ ସ୍ତରରେ ଥିବା ଦଳୀୟ କାର୍ଯ୍ୟାଳୟ ଏବ˚ କର୍ମକର୍ତ୍ତାଙ୍କ ଘର ଓ କାର୍ଯ୍ୟାଳୟରେ ଏଲଇଡି ସ୍କ୍ରିନ୍ ଜରିଆରେ ଦେଖିବାକୁ ମିଳେ। ନେତାଙ୍କ ବକ୍ତବ୍ୟ ସମାପ୍ତ ହେବା ପରେ ଭର୍ଚୁଆଲ ରାଲି ଶେଷ ହୁଏ। ତା’ ପରେ ଦଳୀୟ କର୍ମକର୍ତ୍ତା, ସା˚ସଦ ଓ ବିଧାୟକ ନିଜ ନିଜର ସୋସିଆଲ ମିଡିଆ ଆକାଉଣ୍ଟରୁ ରାଲିର ଭିଡିଓ ଲିଙ୍କ୍ ସେୟାର କରନ୍ତି। ଯାହା ଫଳରେ ଶୀର୍ଷ ନେତାଙ୍କ ଭାଷଣ ଲକ୍ଷ ଲକ୍ଷ ଲୋକଙ୍କ ପାଖରେ ପହଞ୍ଚିଥାଏ। ଦଳ ଓ ନେତାଙ୍କ ସମର୍ଥକମାନଙ୍କ ଫେସ୍ବୁକ୍, ୟୁଟ୍ୟୁବ୍ ଓ ଟ୍ବିଟର ଜରିଆରେ ମଧୢ ଭର୍ଚୁଆଲ ରାଲିର ସିଧା ପ୍ରସାରଣ କରାଯାଏ। ସେମାନେ ମଧୢ ଲିଙ୍କ ସେୟାର କରନ୍ତି। ଫଳରେ ନେତା ଜନତାଙ୍କ ସମକ୍ଷରେ ନ ଥିଲେ ସୁଦ୍ଧା ତାଙ୍କ ବାର୍ତ୍ତା ଜନସାଧାରଣଙ୍କ ପାଖରେ ପହଞ୍ଚିଥାଏ। ଜୁନ୍ ମାସରେ ଆୟୋଜିତ ହୋଇଥିବା କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ବିହାର ଭର୍ଚୁଆଲ ରାଲି ନେଇ ଦାବି କରାଯାଇଥିଲା ଯେ, ଏହି ରାଲିକୁ ରାଜ୍ୟର ପ୍ରାୟ ୭୦ ହଜାର ବୁଥ୍ରେ ୭୦ ହଜାର ଏଲଇଡି ଟିଭି ସ୍କ୍ରିନ ଜରିଆରେ ଲୋକେ ଦେଖିଥିଲେ।
କିନ୍ତୁ ଏହା ସତ ଯେ ବାସ୍ତବ ରାଲିର ପ୍ରଭାବ ଭର୍ଚୁଆଲ ରାଲିର ପ୍ରଭାବ ଠାରୁ ଅନେକ ଗୁଣ ଅଧିକ। ବାସ୍ତବ ରାଲିରେ ଜନସାଧାରଣଙ୍କ ପ୍ରତ୍ୟକ୍ଷ ଅ˚ଶ ଗ୍ରହଣ, ସେମାନଙ୍କ ନାରାବାଜି ଓ ପ୍ରତିକ୍ରିୟା ନେତାଙ୍କ ମନରେ ଉତ୍ସାହ ଭରି ଦିଏ। ତା’ ସହିତ ଏହା ସମଗ୍ର ଅଞ୍ଚଳର ପରିବେଶକୁ ବୈଦ୍ୟୁତିକ କରି ପକାଏ। ସେଥିରୁ କେଉଁ ନେତାଙ୍କ ଓଜନ କେତେ ଭାରୀ, ତା’ର ଏକ ଆକଳନ କରାଯାଇପାରେ। କିନ୍ତୁ ଭର୍ଚୁଆଲ ରାଲିରେ ସେଭଳି ସୁଯୋଗ ନ ଥାଏ। କିନ୍ତୁ ଏହା ମଧୢ ଭୁଲିଗଲେ ହେବନାହିଁ ଯେ କୋଭିଡ୍ ସ˚କ୍ରମଣ ସମୟରେ ଏହା ଏକ ବିକଳ୍ପ। ଆଇପିଏଲ୍ ମ୍ୟାଚ୍ ବିନା ଦର୍ଶକରେ ଖେଳାଯିବା ଭଳି ବିନା ଜନ ଉପସ୍ଥିତିରେ ନେତାଙ୍କ ରାଲି ହେଉଛି। ଇଣ୍ଟରନେଟ୍ ପ୍ରଯୁକ୍ତି ବଳରେ କରୋନା ସ˚କ୍ରମଣ କାଳରେ ନିର୍ବାଚନ ରାଲିର ଏକ ବିକଳ୍ପ ମିଳିପାରିଛି। ଏହା ମଧୢ କିଛି କମ୍ ବଡ଼ ଉପଲବ୍ଧି ନୁହେଁ।
ଚାଣକ୍ୟ ନଗର, ଲା˚ଜିପଲ୍ଲୀ
ବ୍ରହ୍ମପୁର-୭୬୦୦୦୮
ମୋ- ୯୭୦୩୬୯୦୮୪୭
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/XXXXXXX1.jpg)