ସାରା ପୃଥିବୀରେ ଏବେ ଜନ ସ୍ବାସ୍ଥ୍ୟ କ୍ଷେତ୍ରରେ ଏକ ନୂଆ ବିପଦ ମୁଣ୍ତ ଟେକିବାକୁ ଯାଉଛି। ବର୍ତ୍ତମାନର କରୋନା ପରିସ୍ଥିତି ଓ ରୋଗ ପ୍ରତିରୋଧକ ଶକ୍ତି ଉପରେ ଅନେକ ଆଲୋଚନା ପର୍ଯ୍ୟାଲୋଚନା ଚାଲିଥିବାବେଳେ ଆଣ୍ଟିବାୟୋଟିକ୍ର ବ୍ୟବହାର ପ୍ରସଙ୍ଗ ତା’ ମଧ୍ୟକୁ ପ୍ରବେଶ କରିଛି। ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ ବା ‘ହୁ’ ତା’ର ସଦ୍ୟ ପ୍ରକାଶିତ ରିପୋର୍ଟରେ ମନମୁଖୀ ଆଣ୍ଟିବାୟୋଟିକ୍ସର ବ୍ୟବହାର ଜନିତ ସ୍ବାସ୍ଥ୍ୟଗତ ବିପଦକୁ ଉତ୍ତର ଆଣ୍ଟିବାୟୋଟିକ୍ସ ଯୁଗର ସମସ୍ୟା ଭାବେ ଅଭିହିତ କରିଛି। ଜଣାପଡ଼ିଛି ଯେ ପୃଥିବୀର ପ୍ରାୟ ସବୁ ସ୍ଥାନରେ ଆଣ୍ଟିବାୟୋଟିକ୍ ଔଷଧର ମାତ୍ରାଧିକ ବ୍ୟବହାର ହେତୁ ବିଭିନ୍ନ ପ୍ରକାର ସ˚କ୍ରମଣ ସୃଷ୍ଟି କରୁଥିବା ବ୍ୟାକ୍ଟେରିଆ ବା ବୀଜାଣୁ କ୍ରମେ ଆଣ୍ଟିବାୟୋଟିକ୍ସ ପ୍ରତିରୋଧୀ ହୋଇଗଲେଣି। ଏଣୁ ଏବେ ସେମାନେ ଯେଉଁ ବ୍ୟାଧି ସୃଷ୍ଟି କରୁଛନ୍ତି ତାହା ଦୁରାରୋଗ୍ୟ ଓ ଘାତକ ସାବ୍ୟସ୍ତ ହେଉଛି। ଆମ ଦେଶରେ ଆଣ୍ଟିବାୟୋଟିକ୍ସର ବ୍ୟବହାର କଲା ବେଳେ ସର୍ବନିମ୍ନ ସତର୍କତା ପ୍ରତି ମଧ୍ୟ ନଜର ଦିଆଯାଏ ନାହିଁ। ଆଣ୍ଟିବାୟୋଟିକ୍ସ ଔଷଧ ସବୁ ଔଷଧ ଦୋକାନରେ ଉପଲବ୍ଧ ଏବ˚ ବିନା ଡାକ୍ତରୀ ପ୍ରେସ୍କ୍ରିପ୍ସନ୍ରେ ତାହା ଅନାୟାସରେ ମିଳିଯାଏ। ଭାରତୀୟ ପରିବାରରେ ଅତି ସାଧାରଣ ଓ ଦୈନନ୍ଦିନ ବେମାରି ଲାଗି ମଧ୍ୟ ଉଚ୍ଚ ଶକ୍ତିସ˚ପନ୍ନ ଆଣ୍ଟିବାୟୋଟିକ୍ସ ଔଷଧର ବ୍ୟବହାର ନିର୍ବିଚାରରେ କରାଯାଏ। ତା’ର ଫଳଶ୍ରୁତି ହେଉଛି ଏ ପ୍ରକାର ବିଷମ ଅବସ୍ଥା।
‘ବିଶ୍ବ ସ୍ବାସ୍ଥ୍ୟ ସଂଗଠନ’ର ଜଣେ ବରିଷ୍ଠ କର୍ମକର୍ତ୍ତା ଡାକ୍ତର କେଇ ଫୁକୁଦାଙ୍କ ମତରେ ଏବେ ଅନ୍ତତଃ ଏମିତି ୯ ପ୍ରକାର ବୀଜାଣୁ ଆସିଗଲେଣି, ଯେଉଁମାନେ ଆଣ୍ଟିବାୟୋଟିକ୍ସ ପ୍ରତିରୋଧୀ ହୋଇ ନିଉମୋନିଆ, ରକ୍ତ ପ୍ରବାହ ସ˚କ୍ରମଣ, ଡାଇରିଆ ଏବ˚ ମୂତ୍ର ସ˚କ୍ରମଣ ଭଳି ରୋଗକୁ ଜୀବନନାଶକ ରୋଗରେ ପରିଣତ କରିବାର ସାମର୍ଥ୍ୟ ରଖିଛନ୍ତି। ଉଦାହରଣ ସ୍ବରୂପ ‘କେ ନିଉମୋନିଆ’ ନାମକ ଏକ ବୀଜାଣୁ ଯାହା ମନୁଷ୍ୟର ଅନ୍ତ ନାଳୀରେ ରହେ ଏବ˚ ଅତି ସାଧାରଣ ବ୍ୟାକ୍େଟରିଆ ଭାବେ ଜଣାଶୁଣା ଥିଲା, ଏବେ ଅତି ବିପଜ୍ଜନକ ହେଲାଣି। ବିଭିନ୍ନ ଡାକ୍ତରଖାନାରୁ ଫେରୁଥିବା ରୋଗୀ ବା ଡାକ୍ତରଖାନାରେ ଜନ୍ମ ନେଉଥିବା ଶିଶୁମାନେ ଏଭଳି ଅତି ବିପଜ୍ଜନକ ଆଣ୍ଟିବାୟୋଟିକ୍ସ ପ୍ରତିରୋଧୀ ବୀଜାଣୁମାନଙ୍କ ଦ୍ବାରା ସ˚କ୍ରମିତ ହୋଇ ମୃତ୍ୟୁବରଣ କରିବା ଆରମ୍ଭ କଲେଣି। କେବଳ ତୃତୀୟ ବିଶ୍ବ ବା ଏସୀୟ ଦେଶଗୁଡ଼ିକ ଏଭଳି ସ୍ଥିତି ଦ୍ବାରା ଯେ ଆକ୍ରାନ୍ତ ତାହା ନୁହେଁ, ଅତି ଉନ୍ନତ, ସଚେତନ ପାଶ୍ଚାତ୍ୟ ଦେଶଗୁଡ଼ିକ ବି ଏ ସମସ୍ୟା ଦ୍ବାରା ପ୍ରଭାବିତ। ଜଣାପଡ଼ିଛି ଯେ ଗନେରିଆ ନାମକ ଏକ ଯୌନ ରୋଗ ଯାହା ପୃଥିବୀର ସର୍ବତ୍ର ଦେଖାଯାଏ, ଏବେ ଦୁରାରୋଗ୍ୟ ହୋଇପଡ଼ିଲାଣି। ତୃତୀୟ ପିଢ଼ିର ଆଣ୍ଟିବାୟୋଟିକ୍ସ ‘ସିଫାଲୋ ସ୍ପୋରିନ୍ସ’ ଗନେରିଆକୁ ଭଲ କରିବାରେ ବିଫଳ ହେଲାଣି। ଅଷ୍ଟ୍ରିଆ, ଯୁକ୍ତରାଷ୍ଟ୍ର ଆମେରିକା, ଅଷ୍ଟ୍ରେଲିଆ ଭଳି ଅତି ବିକଶିତ ଦେଶରେ ଏହି ସମସ୍ୟା ଦେଖା ଗଲାଣି। ଏଣୁ ଏବେ ବିଭିନ୍ନ ପ୍ରକାର ଆଣ୍ଟିବାୟୋଟିକ୍ସର ବ୍ୟବହାର ଏବ˚ ପ୍ରେସ୍କ୍ରିପ୍ସନର ଧାରା ବଦଳାଇବା ଉପରେ ଗୁରୁତ୍ବ ଦେବାର ସମୟ ଆସିଛି। ତା’ ନ ହେଲେ ଉତ୍ତର ଆଣ୍ଟିବାୟୋଟିକ୍ସ ଯୁଗର ସବୁଠାରୁ ବଡ଼ ସ୍ବାସ୍ଥ୍ୟ ସମସ୍ୟା ଭାବେ ଏହା ଉଭା ହେବ। ଅତି ସାଧାରଣ ରୋଗ ଏବ˚ ସ˚କ୍ରମଣରେ ଅସଂଖ୍ୟ ଲୋକ ମୃତ୍ୟୁବରଣ କରିବାର ଆଶଙ୍କା ଦେଖାଦେବ। ଆଣ୍ଟିବାୟୋଟିକ୍ ବ୍ୟବହାର କ୍ଷେତ୍ରରେ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଜରୁରୀ। ତା’ ନ ହେଲେ ଆମେ ଏଭଳି ଏକ ବିପଜ୍ଜନକ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିବା, ଯାହା କବଳରୁ ନିସ୍ତାର ମିଳିବା କଷ୍ଟକର ହେବ।
ଶିଶୁଭବନ, କଟକ
ମୋ: ୯୪୩୭୧୨୪୦୭୪
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/medicine.jpg)
