ଯୁକ୍ତରାଷ୍ଟ୍ର ନିର୍ବାଚନରେ ଭାରତୀୟ ବଂଶଜ

ବିକଳ୍ପ ବିଶ୍ୱ - ଭଗବାନପ୍ରକାଶ

ଗଣତାନ୍ତ୍ରିକ ବିଶ୍ବରେ ଭାରତକୁ ବୃହତ୍ତମ ଓ ଯୁକ୍ତରାଷ୍ଟ୍ର ଆମେରିକାକୁ ଶ୍ରେଷ୍ଠତମ ଲୋକତନ୍ତ୍ର ବୋଲି କୁହାଯାଏ। ଲୋକସ˚ଖ୍ୟା ଆମେରିକାରେ ୩୩ କୋଟି ଥିଲା ବେଳେ ଭାରତରେ ୧୩୦ କୋଟି। ସେହି ଅନୁପାତରେ ଭୋଟର ସ˚ଖ୍ୟା। ୨୦୨୦ ରାଷ୍ଟ୍ରପତି ନିର୍ବାଚନରେ ଆମେରିକାର ୨୩ କୋଟି ୯୦ ଲକ୍ଷ ଭୋଟରଙ୍କ ମଧୢରୁ ଭୋଟ ଦେଇଥିଲେ ଷୋହଳ କୋଟି। କୁହାଯାଉଚି ଏଥର ନିର୍ବାଚନରେ ଅ˚ଶଗ୍ରହଣ କରିଥିବା ମତଦାତାଙ୍କ ସ˚ଖ୍ୟା ଗତ ୧୨୦ ବର୍ଷ ମଧୢରେ ସବୁଠାରୁ ଅଧିକ ୬୬.୯ ପର୍ସେଣ୍ଟ (ଶତକଡ଼ା)। ଚାରି ବର୍ଷ ପୂର୍ବେ ଏହି ଅନୁପାତ ଥିଲା ୫୮ ପର୍ସେଣ୍ଟ। ଏହାର ଗୋଟିଏ କାରଣ ହେଲା ହାଇ ଭୋଲ୍‌ଟେଜ ନିର୍ବାଚନ ପ୍ରଚାର ଅଭିଯାନ, ଲୋ’ଲେଭେଲ ଆରୋପ, ପ୍ରତ୍ୟାରୋପ, ପରାଜୟ ଆଶଙ୍କାରେ ଭୋଟ ଗଣତି ପ୍ରକ୍ରିୟା ବନ୍ଦ କରିବାକୁ କୋର୍ଟର ଆଶ୍ରୟ, ଡେମୋକ୍ରାଟିକ୍‌ ପାର୍ଟିର ବିଜୟ ହେଲେ କ୍ଷମତା ହସ୍ତାନ୍ତର ପାଇଁ ଅନିଚ୍ଛା, ରୁଷିଆ ଓ ଚାଇନାକୁ ଚେତାବନୀ, ଇତ୍ୟାଦି। ଟ୍ର˚ପ୍‌ଙ୍କର ଏପରି ଆଚରଣରେ କ୍ଷୁବ୍‌ଧ ହୋଇ ଆମେରିକାର ଅନେକ ଗଣମାଧୢମ ତାଙ୍କ ନୀଚ ସ୍ତରୀୟ ଆପତ୍ତିଜନକ ମନ୍ତବ୍ୟର ପ୍ରସାରଣ ବନ୍ଦ କରିଦେଇଥିଲେ। ଏବ˚ ଶେଷରେ ଆମେରିକାନ୍‌ ଭୋଟର ଜୋ ବାଇଡେନ୍‌ଙ୍କୁ ଜିତାଇଲେ। ବାଇଡେନ୍‌ ଶେଷ ପର୍ଯ୍ୟନ୍ତ ନୀଚ ସ୍ତରୀୟ ସମାଲୋଚନା ଓ ବ୍ୟକ୍ତିଗତ ଆକ୍ରମଣ ଠାରୁ ନିଜକୁ ଦୂରରେ ରଖିଥିଲେ। ଆମେରିକା ହେଉଚି ଆବ୍ରାହାମ ଲିଙ୍କନ୍‌ଙ୍କର ଦେଶ। ସେ କହିଥିଲେ ଆଲୋଚନା ସମାଲୋଚନା କରିବାକୁ ସେହି ବ୍ୟକ୍ତି ଯୋଗ୍ୟ ଯାହାଙ୍କର ହୃଦୟ କୋମଳତାରେ ଭରା।

ଆମେରିକା ରାଷ୍ଟ୍ରପତି ନିର୍ବାଚନର ଅନ୍ୟ ଖୁସି ଖବରଟି ହେଲା ଯେ ଭାରତୀୟ ବ˚ଶଜ କମଳା ହାରିସ ହେବେ ଉପରାଷ୍ଟ୍ରପତି। ଏହା ଉଭୟ ଭାରତ ଓ ଆମେରିକା ପାଇଁ ହେବ ଏକ ଐତିହାସିକ ଘଟଣା। କାରଣ କମଳା ହେବେ ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି, ପ୍ରଥମ କୃଷ୍ଣକାୟ ଓ ପ୍ରଥମ ଭାରତୀୟ ବ˚ଶଜ ଆମେରିକାନ୍‌। ଆମେରିକାରେ ଇଣ୍ତୋ-ଏସିଆନ୍‌ଙ୍କ ସ˚ଖ୍ୟା ଏବେ ପ୍ରାୟ ୩୦ ଲକ୍ଷରୁ ଅଧିକ। କମଳାଙ୍କ ପୂର୍ବ ପୁରୁଷ ତାମିଲ୍‌ନାଡୁର ଥିରୁଭରୁର ଜିଲ୍ଲା ଥୁଲାସେନ୍ଦ୍ରପୁରମ୍‌ ଗ୍ରାମର ବାସିନ୍ଦା। ମା’ ଶ୍ୟାମଳା ଗୋପାଲନ୍‌ ଓ ପିତା ଡୋନାଲ୍‌ଡ୍‌ ହାରିସ୍‌ ମଧୢ ଆମେରିକା ବାସିନ୍ଦା। ସ୍ବାମୀ ଡଗ୍‌ଲାସ ଓ ଝିଅ ସହ କମଳା ଦେବୀ ହାରିସ ରହନ୍ତି କାଲିଫର୍ଣ୍ଣିଆରେ। ସେ ରାଜ୍ୟର ଆଟର୍ଣ୍ଣି ଜେନେରାଲ ଭାବରେ କାମ କରିଲା ପରେ ସେ ଏବେ ଅଛନ୍ତି ସେଠାର ସିନେଟର। ଉପରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିବା ଖବର ଶୁଣିଲା ପରେ ତାଙ୍କ ପୁରୁଣା ଗାଁର ଲୋକେ ଆନନ୍ଦରେ ସାରା ଗ୍ରାମକୁ ରଙ୍ଗୋଲିରେ ସଜାଇ ଓ ପୋଷ୍ଟର ଲଗାଇ ଲେଖିଛନ୍ତି- କମଳା, ତମେ ଆମ ଗାଁର ଗର୍ବ- ଭାଣକମ୍‌। ଆମେରିକା- ଭାଣକମ୍‌। ଗାଁ ଲୋକେ ବାଣ ଫୁଟାଇ ନାଚି ନାଚି ମିଠା ବାଣ୍ଟୁଛନ୍ତି। ଏବେ ତାଙ୍କ ସ˚ପର୍କରେ ଏକ ଭିଡିଓ ସାମାଜିକ ଗଣମାଧୢମରେ ଭାଇରାଲ୍‌ ହୋଇଚି। ସେଥିରେ କମଳା ଝିଅ ମୀନା ଓ ନାତୁଣୀ ଅମରାକୁ ମଜାରେ କହୁଛନ୍ତି- ‘‘ତୁ ବି ଦିନେ ଆମେରିକା ରାଷ୍ଟ୍ରପତି ହେଇପାରିବୁ। କିନ୍ତୁ ଏବେ ନୁହେଁ, ଆଉ ୩୧ ବର୍ଷ ପରେ, ଯେତେବେଳେ ତୋ ବୟସ ୩୫ ହେଇଯିବ।’’ ନାତୁଣୀ ଅମରା କିଛି ନ ବୁଝି ମୁଣ୍ତ ହଲାଉଚି। ଟୁଇଟର ଅନୁଗାମୀମାନେ ଏହି ଦୃଶ୍ୟଟିକୁ ବେଶ୍‌ ଉପଭୋଗ କରୁଛନ୍ତି। ଆମେରିକା ଭଳି ଭାରତରେ ବି ରାଷ୍ଟ୍ରପତି ହେବା ପାଇଁ ସର୍ବନିମ୍ନ ବୟସ ୩୫। କମଳା କହନ୍ତି ପ୍ରତ୍ୟେକ ବାଳିକାଙ୍କ ପାଇଁ ଆମେରିକା ଏକ ସ˚ଭାବନାପୂର୍ଣ୍ଣ ଦେଶ। ‘‘ମୁଁ ଏ ଦେଶର ପ୍ରଥମ ମହିଳା ଉପରାଷ୍ଟ୍ରପତି ହୋଇପାରେ, କିନ୍ତୁ ଶେଷ ନୁହେଁ।’’ କମଳା ଦେବୀ ହାରିସଙ୍କ ବୟସ ଏବେ ୫୫ ଥିଲା ବେଳେ ଜୋ ବାଇଡେନ୍‌ଙ୍କ ବୟସ ୭୮। ତେଣୁ ଏବେ ସେ ଦେଶର ରାଜନୈତିକ ପର୍ଯ୍ୟବେକ୍ଷକମାନେ କହିଲେଣି ଚାରିବର୍ଷ ପରେ ଆଗାମୀ ୨୦୨୪ ନିର୍ବାଚନରେ କମଳା ଡେମୋକ୍ରାଟିକ୍‌ ଦଳର ରାଷ୍ଟ୍ରପତି ପଦ ପାଇଁ ଜଣେ ଟାଣୁଆ ପ୍ରାର୍ଥୀ ହୋଇପାରିବେ। ଜିତିଲେ ଆଉ ଏକ ଇତିହାସ ସୃଷ୍ଟି ହେବ। କାରଣ ଏପର୍ଯ୍ୟନ୍ତ ଆମେରିକାର ୪୫ ଜଣ ନିର୍ବାଚିତ ରାଷ୍ଟ୍ରପତିଙ୍କ ମଧୢରୁ ଜଣେ ହେଲେ ମହିଳା ନାହାନ୍ତି। ୨୦୧୬ ରାଷ୍ଟ୍ରପତି ନିର୍ବାଚନରେ ବିଲ୍‌ କ୍ଲିଣ୍ଟନଙ୍କ ପତ୍ନୀ ହିଲାରୀ କ୍ଲିଣ୍ଟନ ହାରି ଯାଇଥିଲେ। ଏହାଛଡ଼ା ଆମେରିକାରେ ଅନେକ ବର୍ଷ ଧରି ମହିଳା ଓ କୃଷ୍ଣକାୟଙ୍କର ଭୋଟ ଅଧିକାର ନ ଥିଲା। ଏହି ପରିପ୍ରେକ୍ଷୀରେ ଆମେରିକା ରାଜନୀତିରେ କ୍ରମେ କ୍ରମେ ପ୍ରବାସୀ ଭାରତୀୟଙ୍କର ପ୍ରଭାବ ବଢ଼ି ଚାଲିଛି। ଏ ବର୍ଷ ରାଷ୍ଟ୍ରପତି ନିର୍ବାଚନ ସହ ରାଜ୍ୟ ନିର୍ବାଚନରେ ୧୨ ଜଣ ଇଣ୍ତିଆନ୍‌ ଆମେରିକାନ୍‌ (ଭାରତୀୟ ବଂ‌େଶାଦ୍ଭବ) ନିର୍ବାଚିତ ହୋଇଛନ୍ତି। ତା’ ମଧୢରୁ ୫ ଜଣ ମହିଳା। ତା’ଛଡ଼ା ଆମେରିକାନ କ˚ଗ୍ରେସକୁ ନିର୍ବାଚିତ ହୋଇଛନ୍ତି ଚାରିଜଣ ଭାରତୀୟ ବ˚ଶଜ। ସେମାନେ ହେଲେ ଡ. ଅମିବେରା, ପ୍ରମିଳା ଜୟପାଲ, ରୋଖାନ୍ନା ଏବ˚ ରାଜା କୃଷ୍ଣମୂର୍ତ୍ତି। ରାଜ୍ୟ ବିଧାନସଭା ଗଣତି ସରିଲା ବେଳକୁ ଏହି ସ˚ଖ୍ୟା ଆହୁରି ବଢ଼ିବ ବୋଲି ଆଶା। ଏବେ ପ୍ରଥମ ଥର ପାଇଁ ନ୍ୟୁୟର୍କ ରାଜ୍ୟ ବିଧାନସଭାରେ ବସିବେ ଜେନିଫର‌୍‌ ରାଜକୁମାର ଏବ˚ କାଲିଫର୍ଣ୍ଣିଆ ବିଧାନସଭାରେ ଆଶ୍‌ କାଲ୍‌ରା। ଏହା ହେଉଚି ମାତ୍ର ୨୦ ଲକ୍ଷ ଭାରତୀୟ ଭୋଟର ଓ କୋଟି କୋଟି ଆମେରିକାନଙ୍କ କରାମତି। ଆମେରିକାରେ ପ୍ରତିଭାଶାଳୀ ଭାରତୀୟଙ୍କ ପ୍ରତି ରହିଛି ଅନେକ ସମ୍ମାନ ଓ ଶୁଭେଚ୍ଛା। ସମାଜ, ଶାସନ, ଶିକ୍ଷା, ସ୍ବାସ୍ଥ୍ୟ, ନ୍ୟାୟପାଳିକା ଓ ବିଶେଷ କରି ଆଇଟି କ୍ଷେତ୍ରରେ ଓ ଅନେକ ଉଚ୍ଚ ପଦ ପଦବିରେ ରହିଛନ୍ତି ଭାରତୀୟ ବ˚ଶଜ। ଦୁଇ ଦେଶ ମଧୢରେ ଥିବା ସମ୍ପର୍କ ଏହା ଦ୍ବାରା ପ୍ରଭାବିତ ହେଉଛି।

ଆମେରିକା ଓ ଭାରତର ନିର୍ବାଚନ ପ୍ରକ୍ରିୟା ମଧୢରେ ଅନେକ ସାମଞ୍ଜସ୍ୟ ରହିଚି। ଭାରତ ଭଳି ଆମେରିକାରେ ବି ସମ୍ବିଧାନ ସର୍ବେସର୍ବା। ଏଠାରେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ଅପ୍ରତ୍ୟକ୍ଷ ନିର୍ବାଚନ ଜରିଆରେ ବଛା ହୁଅନ୍ତି। ଏଥିରେ ସବୁ ପଚାଶଟି ରାଜ୍ୟର ଭୋଟରମାନେ ଅ˚ଶ ଗ୍ରହଣ କରିଥାନ୍ତି ଏବ˚ ଯେଉଁ ପ୍ରାର୍ଥୀ ୫୩୮ରୁ ୨୭୦ ଭୋଟ ପାଆନ୍ତି, ସେ ନିର୍ବାଚିତ ହୁଅନ୍ତି। ପ୍ରତ୍ୟେକ ରାଜ୍ୟର ସିନେଟ ମେମ୍ବର ଓ ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ ସଦସ୍ୟ ସ˚ଖ୍ୟା ଅନୁସାରେ ଇଲେକ୍ଟରାଲ୍‌ ଭୋଟ ସ˚ଖ୍ୟା ନିର୍ଦ୍ଧାରିତ ହୁଏ। ପ୍ରତି ଚାରି ବର୍ଷରେ ଥରେ ନିର୍ବାଚନ ହୁଏ। ନିର୍ବାଚନର ଦିନ ପୂର୍ବରୁ ନିର୍ଦ୍ଧାରିତ। ଏହି ଦିନ ସମ୍ପର୍କରେ ସମ୍ଭାବ୍ୟ ଅନିଶ୍ଚିତତା ଦୂର ପାଇଁ ୧୮୪୫ ମସିହାରୁ ନିଷ୍ପତ୍ତି ନିଆଯାଇଛି କି ନିର୍ବାଚନ ନଭେମ୍ବର ମାସର ଏକ ତାରିଖ ପରେ ପଡୁଥିବା ପ୍ରଥମ ମଙ୍ଗଳବାର ଦିନ ହେବ। ଜାନୁଆରି ୧ ତାରିଖ ଦିନ କ˚ଗ୍ରେସ ବା ପାର୍ଲାମେଣ୍ଟ ତାକୁ ଅନୁମୋଦନ କରିବେ; ଏବଂ ୨୦ ତାରିଖ ଦିନ ଉଦ୍‌ଘାଟନ ଓ ନୂଆ ସରକାରଙ୍କ ଶପଥ ଗ୍ରହଣ। ରାଷ୍ଟ୍ରପତି ପ୍ରାର୍ଥୀ ଚୟନ ପାଇଁ ସ˚ପୃକ୍ତ ଦଳ ନିଜର ସମର୍ଥକମାନଙ୍କର ମହାସଭା ବା ପ୍ରାଇମାରି ଓ ଛୋଟ ଛୋଟ ସମିତି ବା କକ୍କସ୍‌ ଆୟୋଜନ କରି ମତାମତ ସ˚ଗ୍ରହ କରିବେ। ଭାରତରେ ପ୍ରାର୍ଥୀଙ୍କୁ ଦଳର ହାଇକମାଣ୍ତ ମନୋନୟନ କରନ୍ତି। ଆମେରିକାରେ ଦଳର ସବୁ ସଭ୍ୟ, ସମର୍ଥକ ହେଉଛନ୍ତି ହାଇକମାଣ୍ତ। ଏହା ପରେ ଦଳ ଓ ଦଳପତି ଆଲୋଚନା ମାଧୢମରେ ଉପରାଷ୍ଟ୍ରପତିଙ୍କୁ ରନିଙ୍ଗ-ମେଟ୍‌ ଭାବରେ ଚୟନ କରିଥାନ୍ତି। ଇଲେକ୍ଟର‌୍‌ମାନେ ଉଭୟ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କ ପାଇଁ ଦୁଇଟି ବାଲଟ୍‌ ବ୍ୟବହାର କରିଥାନ୍ତି। ଭାରତରେ ଭୋଟିଙ୍ଗ୍‌ ପାଇଁ ଇଭିଏମ୍‌ ବା ଇଲେକ୍‌ଟ୍ରୋନିକ୍‌ ଭୋଟିଙ୍ଗ ମେସିନ ବ୍ୟବହାର ହୁଏ। ଆମେରିକାରେ ଏହା ବାଧୢତାମୂଳକ ନୁହେଁ। ଏଠାରେ ଅପ୍‌ଟିକାଲ୍‌ ସ୍କାନ୍‌ ପେପର ବାଲଟ୍‌, ଡାଇରେକ୍ଟ ଇଲେକ୍‌ଟ୍ରୋନିକ୍‌ କୋଡିଙ୍ଗ ସିଷ୍ଟମ୍‌, ମାନୁଆଲ ମାର୍କିଙ୍ଗ୍‌ ଭଳି ଚାରିଟି ଉପାୟରେ ଭୋଟ ଦେଇହେବ। ସାରା ନିର୍ବାଚନ ପରିଚାଳନାକୁ ନିୟନ୍ତ୍ରଣ କରନ୍ତି ଫେଡେରାଲ ଇଲେକ୍‌ସନ୍‌ କମିସନ।

୧୯୭୧ ମସିହାରେ ସମ୍ବିଧାନ ସ˚ଶୋଧନ କରି ଆମେରିକା ସର୍ବନିମ୍ନ ମତଦାନ ବୟସକୁ ୨୧ରୁ ୧୮କୁ କମାଇଲା। ୧୭ ବର୍ଷ ପରେ ୧୯୮୮ରେ ୬୧ ତମ ସମ୍ବିଧାନ ସ˚ଶୋଧନ କରି ଭାରତ ମତ ଦାନର ବୟସକୁ କମାଇଥିଲା। ଫଳରେ ବିଧାନସଭା ଓ ଲୋକସଭାର ବୟସ ପ୍ରୋଫାଇଲ୍‌ ସବୁଦିନ ପାଇଁ ବଦଳିଗଲା। ଯୁବବର୍ଗ ଅଧିକ ସ˚ଖ୍ୟାରେ ରାଜନୀତିରେ ପ୍ରବେଶ କଲେ। ଆମେରିକାରେ ସିନେଟର ହେବା ପାଇଁ ସର୍ବନିମ୍ନ ବୟସ ୩୦ ବର୍ଷ। ପ୍ରାର୍ଥୀ ଯେଉଁ ରାଜ୍ୟ କୋଟାରୁ ଲଢ଼ିବେ ସେ ରାଜ୍ୟର ଅତି କମ୍‌ରେ ୯ ବର୍ଷ ନାଗରିକ ଥିବେ। ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭର ସଦସ୍ୟ ହେବା ପାଇଁ ଯୋଗ୍ୟତାର ସର୍ବନିମ୍ନ ବୟସ ୨୫ ବର୍ଷ ଓ ୭ ବର୍ଷର ନାଗରିକତା। ସିନେଟ ଉପରାଷ୍ଟ୍ରପତି ନିର୍ବାଚନ, ରାଷ୍ଟ୍ରପତିଙ୍କ ଦ୍ବାରା ସବୁ ନିଯୁକ୍ତି, ରାଷ୍ଟ୍ରପତିଙ୍କ ବିରୋଧରେ ମହାଭିଯୋଗ ଓ ବିଦେଶ ନୀତିକୁ ଅନୁମୋଦନ ଭଳି କାର୍ଯ୍ୟ ସଂପାଦନ କରିବେ। ଆମେରିକାରେ ମୁଖ୍ୟତଃ ଦୁଇଟି ରାଜନୈତିକ ଦଳ- ରିପବ୍ଲିକାନ୍‌ ଓ ଡେମୋକ୍ରାଟିକ୍‌। କୌଣସି ତୃତୀୟ ଦଳ ଏ ପର୍ଯ୍ୟନ୍ତ ଦ୍ବିତୀୟ ସ୍ଥାନକୁ ବି ଆସିପାରିନାହାନ୍ତି। ଆମେରିକାର ପ୍ରଥମ ରାଷ୍ଟ୍ରପତି ଜର୍ଜ ଵାସିଂଟନ ଜଣେ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବରେ ନିର୍ବାଚନ ଜିତିଥିଲେ। ଭାରତରେ ଏବେ ଆଠଟି ରାଷ୍ଟ୍ରୀୟ ଦଳ, ୫୨ଟି ରାଜ୍ୟସ୍ତରୀୟ ଦଳ ଓ ୩୦୦୦ରୁ ଅଧିକ ପଞ୍ଜିକୃତ ଦଳ।

ଭାରତ ଭଳି ଯୁକ୍ତରାଷ୍ଟ୍ର ଆମେରିକାରେ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୩୫ ବର୍ଷ। ସେ ଅତି କମ୍‌ରେ ୧୪ ବର୍ଷ ଦେଶର ନାଗରିକ ଥିବେ। କିନ୍ତୁ ଭାରତ ରାଷ୍ଟ୍ରପତି ଓ ଆମେରିକାର ରାଷ୍ଟ୍ରପତିଙ୍କ କ୍ଷମତାରେ ଆକାଶ ପାତାଳ ଫରକ। କାରଣ ଭାରତ ରାଷ୍ଟ୍ରପତି କେବଳ ରାଷ୍ଟ୍ରମୁଖ୍ୟ ଥିଲା ବେଳେ, ଆମେରିକା ରାଷ୍ଟ୍ରପତି ଦେଶର ରାଷ୍ଟ୍ରମୁଖ୍ୟ ଓ ଶାସନ ମୁଖ୍ୟ। ତାଙ୍କ ହାତରେ ଅଖଣ୍ତ କ୍ଷମତା। ସେ ଭିଟୋ ପାଵାର ପ୍ରୟୋଗ କରି ପ୍ରଚଳିତ ଆଇନ୍‌କୁ ବାତିଲ କରିପାରିବେ। ସାମରିକ ବାହିନୀକୁ ସିଧା ନିର୍ଦ୍ଦେଶ ଦେଇପାରିବେ। କ୍ୟାବିନେଟ୍‌ ମେମ୍ବରଙ୍କୁ ପ୍ରଶ୍ନ ପଚାରି ପାରିବେ ଓ ଜବାବ ମାଗିପାରିବେ। ପାର୍ଲାମେଣ୍ଟ ଅଧିବେଶନ ଡାକି ପାରିବେ ଓ ସ୍ଥଗିତ ରଖି ପାରିବେ। ଭାରତ ରାଷ୍ଟ୍ରପତିଙ୍କର ଏପରି ସ୍ବାଧୀନ ନିଷ୍ପତ୍ତି ନେବା ଅଧିକାର ନାହିଁ। ସେ ମନ୍ତ୍ରୀମଣ୍ଡଳ ପରାମର୍ଶ ଦ୍ବାରା ଚାଳିତ ଏବଂ ଏହି ଲକ୍ଷ୍ମଣ ରେଖା ଡେଇଁ ପାରିବେ ନାହିଁ। ସେମିତି ଆମେରିକାରେ ଅଫିସରେ ଥାଇ ରାଷ୍ଟ୍ରପତିଙ୍କର ମୃତ୍ୟୁ ହେଲେ ଉପରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତି ଦାୟିତ୍ବ ନେବାକୁ ପଡ଼େ। ଭାରତରେ ଏପରି ଅବସ୍ଥା ସୃଷ୍ଟି ହେଲେ ଉପରାଷ୍ଟ୍ରପତି ୬ ମାସ ପାଇଁ ଦାୟିତ୍ବରେ ରହିପାରିବେ। ଏହି ସମୟ ମଧ୍ୟରେ ନୂଆକରି ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ହୁଏ। ସିନିଅର ଅଧିକାରୀମାନଙ୍କୁ ବରଖାସ୍ତ କରିପାରିବେ ଓ ରାଜକ୍ଷମା ଦେଇପାରିବେ। ଭାରତ ଭଳି ଆମେରିକା ଏକ ବହୁଧର୍ମୀ, ବହୁଜାତି, ସମ୍ପ୍ରଦାୟର ଦେଶ। ପୃଥିବୀର ପ୍ରାୟ ସବୁ ଦେଶର ଲୋକ ଏଠି ଦେଖିବାକୁ ମିଳନ୍ତି। ଆମେରିକା ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କର ଆତ୍ମସମ୍ମାନ, ଅଧିକାର, ଏକତା ଓ ଅଭିମତକୁ ସୁରକ୍ଷା ଦିଏ। ଏଠାରେ ସମସ୍ତ ନାଗରିକଙ୍କୁ ନିଜ ନିଜ ଯୋଗ୍ୟତା ଅନୁସାରେ ସୁଯୋଗ ମିଳିଥାଏ। ଏଠାରେ ଜନସ˚ଖ୍ୟାର ୯୦ ପ୍ରତିଶତ ଲୋକ ବିଦେଶାଗତ। ଏହା ବିଦେଶୀଙ୍କ ଦେଶ। ତେଣୁ ସମସ୍ତେ ବିଦେଶୀ ଓ ସ୍ବଦେଶୀ। କମଳା ଦେବୀ ହାରିସ ନିଜେ ତାର ଉଦାହରଣ। ମା’ ହିନ୍ଦୁ, ଇଣ୍ଡିଆନ୍, ବାପା ଆଫ୍ରିକାନ୍, ଖ୍ରୀଷ୍ଟିଆନ୍ ଓ ଜାମାଇକାନ୍। ସ୍ବାମୀ ଇସ୍ରାଏଲୀ, ଇହୁଦୀ ଆମେରିକାନ୍। ପ୍ରତିନିଧି ମୂଳକ ଗଣତନ୍ତ୍ର ଡୋରି ସମସ୍ତଙ୍କୁ ଏକ ସୂତ୍ରରେ ବାନ୍ଧି ରଖିଚି। ଏଠାରେ ଆଦିବାସୀ ଯାହାଙ୍କୁ ରେଡ୍‌ ଇଣ୍ତିଆନ୍‌ ବୋଲି କୁହାଯାଏ, ଗୋଟେ ଛୋଟ ଗୀତ ବୋଲନ୍ତି ଯାହାର ଅର୍ଥ- ‘‘ଆକାଶ ଆମର ପିତା, ପୃଥିବୀ ଆମର ମାତା, ଆଉ ସବୁ ଜୀବ, ଜନ୍ତୁ, କୀଟ, ପତଙ୍ଗ ଆମର ଭାଇ ଓ ଭଉଣୀ।’’ ଉପରାଷ୍ଟ୍ରପତି ନିର୍ବାଚନ ଜିତିବା ପରେ କମଳା ଦେବୀ ହାରିସ ଆମେରିକାନ୍‌ ଭୋଟରମାନଙ୍କୁ ସମ୍ବୋଧନ କରି କହିଛନ୍ତି- ‘‘ଆପଣମାନେ ଆମେରିକାରେ ଏକ ନୂଆ ଯୁଗ, ନୂଆ ଇତିହାସ ସୃଷ୍ଟି କରିଛନ୍ତି। ନୂଆ ବିଶ୍ବାସ, ନୂଆ ଆଶା, ଏକତା ଓ ସତ୍ୟକୁ ସମର୍ଥନ କରିଛନ୍ତି। ଧନ୍ୟବାଦ ଆମେରିକା।’’ ସେହିପରି ଜୋ ବାଇଡେନ୍ ବି କହିଛନ୍ତି ସେ ବିଭାଜନ ବିରୁଦ୍ଧରେ ଏବଂ ଏକତା, ଶାନ୍ତି, ସହଯୋଗ ସପକ୍ଷରେ କାମ କରିବେ। ବହୁତ ଭଲ କଥା, ତୁଣ୍ଡ ସୁତୁଣ୍ଡ ହେଉ। ଅଭିନନ୍ଦନ ବାଇଡେନ୍-ହାରିସ ଟିମ୍।

ବି-୨୯, ବିଡିଏ ଡୁପ୍ଲେକ୍‌ସ, ପ୍ରଜ୍ଞା ବିହାର, ବରମୁଣ୍ତା, ଭୁବନେଶ୍ବର
ମୋ-୯୯୩୭୦୨୭୦୧୭
[email protected]

ସମ୍ବନ୍ଧିତ ଖବର