ଏକ ସମାଜବାଦୀ ରାଷ୍ଟ୍ରରେ ଖାଦ୍ୟ, ବସ୍ତ୍ର ଓ ବାସଗୃହ ଭଳି ବ୍ୟକ୍ତିର ସର୍ବନିମ୍ନ ଆବଶ୍ୟକତା ପୂରଣ କରିବା ହେଉଛି ରାଷ୍ଟ୍ରର ପ୍ରଧାନ କର୍ତ୍ତବ୍ୟ। ଏହି ତିନିଟି ମୋୖୖଳିକ ଆବଶ୍ୟକତା ମଧ୍ୟରୁ ବ୍ୟକ୍ତିର ଜୀବନଧାରଣ ପାଇଁ ଖାଦ୍ୟକୁ ପ୍ରାଥମିକତା ଦିଆଯାଇଛି। କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ଆମ ଦେଶର ଅଧିକା˚ଶ ଲୋକଙ୍କର ଜୀବିକା ନିର୍ବାହର ମାଧ୍ୟମ ଅଟେ। ଗ୍ରାମାଞ୍ଚଳର ପ୍ରାୟ ୭୦% କୃଷି ଉପରେ ନିର୍ଭରଶୀଳ। ଭାରତ ବର୍ଷର ସ୍ବାଧୀନତା ଆନ୍ଦୋଳନ କାଳରେ ମହାତ୍ମା ଗାନ୍ଧୀ କୃଷି ଉପରେ ଗୁରୁତ୍ବାରୋପ କରିଥିଲେ। ସେ କହୁଥିଲେ ଭାରତର ଆତ୍ମା ଗ୍ରାମାଞ୍ଚଳରେ ରହିଛି। ଏ ଆତ୍ମାର ପ୍ରକୃତ କାରିଗରମାନେ ହେଲେ କୃଷକ। କୃଷକମାନଙ୍କ ସହିତ କୃଷିର ଉନ୍ନତି ବିଧାନ କରିବା ପାଇଁ ସେ ଆଗ୍ରହ ପ୍ରକାଶ କରିଥିଲେ। ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ତିତ ଜବାହରଲାଲ ନେହରୁ ମଧ୍ୟ କୃଷି ଓ କୃଷକର ଉନ୍ନତି ପାଇଁ ସରକାରୀ ସ୍ତରରେ ଅନେକ ଯୋଜନା ପ୍ରସ୍ତୁତ କରିଥିଲେ। ୧୯୫୦ ମସିହାରେ ଯୋଜନା କମିସନ ମାଧ୍ୟମରେ କୃଷିର ବିକାଶ ଉପରେ ସେ ଗୁରୁତ୍ବ ଆରୋପ କରିଥିଲେ। ଯୋଜନାର ସଫଳ ରୂପାୟନ ଓ କୃଷକମାନଙ୍କର କଠିନ ଶ୍ରମ ଦ୍ବାରା ଶସ୍ୟ ଉତ୍ପାଦନରେ ଭାରତବର୍ଷ ଯଥେଷ୍ଟ ସଫଳତା ହାସଲ କରିପାରିଛି। ପ୍ରଥମ ପଞ୍ଚବାର୍ଷିକ ଯୋଜନା (୧୯୫୦-୫୧) କାଳରେ ଆମ ଦେଶର କୃଷି ଉତ୍ପାଦନ ୫୦.୮୨ ମିଲିୟନ (ନିୟୁତ) ଟନ୍ ଥିଲା ବେଳେ ୨୦୧୮-୧୯ରେ ଏହାର ପରିମାଣ ୨୯୨ ମିଲିୟନ୍ ଟନ୍ରେ ପହଞ୍ଚି ପାରିଛି।
ପୃଥିବୀରେ ଏକ ସଫଳ ଗଣତାନ୍ତ୍ରିକ ରାଷ୍ଟ୍ରର ମର୍ଯ୍ୟାଦା ପାଇଥିବା ଭାରତ ଖାଦ୍ୟଶସ୍ୟ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହେବା ସହିତ ବିଦେଶକୁ ମଧ୍ୟ ତାହା ରପ୍ତାନି କରି ବୈଦେଶିକ ମୁଦ୍ରା ଅର୍ଜନ କରିପାରୁଛି। ବିଶ୍ବରେ କ୍ଷୁଧାମୁକ୍ତି ସହିତ ଖାଦ୍ୟ ସୁରକ୍ଷା ଭଳି ମାନବୀୟ କାର୍ଯ୍ୟରେ ନିୟୋଜିତ ଜାତିସ˚ଘର ସହଯୋଗୀ ସ˚ଗଠନ ୱାର୍ଲଡ ଫୁଡ୍ ପ୍ରୋଗ୍ରାମ(WFP)କୁ ଚଳିତ ବର୍ଷର ନୋବେଲ ଶାନ୍ତି ପୁରସ୍କାର ପାଇଁ ଯୋଗ୍ୟ ବୋଲି ଘୋଷଣା କରାଯାଇଛି। ବିଶ୍ବର ମୋଟ ୮୩ଟି ରାଷ୍ଟ୍ରର ୯୭ ନିୟୁତରୁ ଅଧିକ ଲୋକଙ୍କୁ ଏହା ପ୍ରତିବର୍ଷ ଖାଦ୍ୟ ଯୋଗାଇଥାଏ। ତେବେ, ଏହା ସତ ଯେ ପୃଥିବୀର ପ୍ରତ୍ୟେକ ଦେଶ ନିଜ ଜନସାଧାରଣଙ୍କର କ୍ରୟ ଶକ୍ତିକୁ ଉନ୍ନତ କରାଇବା ସହିତ ଖାଦ୍ୟଶସ୍ୟ ଉତ୍ପାଦନର କ୍ଷମତାକୁ ବୃଦ୍ଧି କରାଇପାରିଲେ ଏକ କ୍ଷୁଧାବିହୀନ ପୃଥିବୀ ସମ୍ଭବ ହେବ।
ଭାରତରେ ମୋୖୖସୁମୀ ପ୍ରବାହଜନିତ ବର୍ଷାର ଅନିୟମିତତା, ବନ୍ୟା ଓ ବାତ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ କାରଣରୁ କୃଷି ଉତ୍ପାଦନ ବାଧାପ୍ରାପ୍ତ ହୋଇଥାଏ। ଏହା ଦ୍ବାରା ଚାଷୀକୁଳ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଥାନ୍ତି। କୃଷକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଉପଲବ୍ଧି କରି ଭାରତ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ୨୦୨୨ ମସିହା ସୁଦ୍ଧା ସେମାନଙ୍କର ଆୟକୁ ଦ୍ବିଗୁଣିତ କରିବା ପାଇଁ ଉଦ୍ୟମ କରୁଛନ୍ତି। ଭାରତୀୟ କୃଷକ ଓ କୃଷିକ୍ଷେତ୍ରକୁ ଏକ ନୂତନ ଦିଶା ଦେବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ତିନିଟି ସଂସ୍କାରମୂଳକ ଆଇନ ଅଣାଯାଇଛି ଯାହା କୃଷକମାନଙ୍କର ଉତ୍ପାଦିତ ଦ୍ରବ୍ୟର ବିକ୍ରିବଟାର ସୁଯୋଗକୁ ପ୍ରଶସ୍ତ କରିବ ଓ ଚୁକ୍ତିଭିତ୍ତିକ କୃଷି ସାହାଯ୍ୟରେ କୃଷକମାନଙ୍କ ଲାଗି ଅଧିକ ଆୟର ମାର୍ଗ ପ୍ରଶସ୍ତ କରିବ।
ତେବେ, ନୂତନ କୃଷି ଆଇନରେ ଥିବା ସ˚ସ୍କାରଗୁଡ଼ିକ ବାସ୍ତବ କ୍ଷେତ୍ରରେ ସଫଳ ଭାବେ ରୂପାୟିତ ହୋଇପାରିଲେ କୃଷିଜାତ ଦ୍ରବ୍ୟର ବଜାରରେ ଏକ ଅନୁକୂଳ ପରିବେଶ ସୃଷ୍ଟି ହୋଇପାରିବ। ଏହି ପରିପ୍ରେକ୍ଷୀରେ ସ୍ବୀକାର କରିବାକୁ ହେବ ଯେ ଏହି ବ୍ୟବସ୍ଥାର କାର୍ଯ୍ୟକାରିତା ନିମନ୍ତେ ଦେଶରେ ଖାଦ୍ୟଶସ୍ୟର ଉତ୍ପାଦନ ଓ ବିପଣନ ବ୍ୟବସ୍ଥା ମଧ୍ୟରେ ସମନ୍ବୟ ରଖିବା ପାଇଁ ପଣ୍ୟାଗାର (ଗୋଦାମ ଘର/ଶସ୍ୟାଗାର)ଗୁଡ଼ିକର ସୁପରିଚାଳନା ଅତ୍ୟନ୍ତ ଅପରିହାର୍ଯ୍ୟ ଅଟେ। ଆମ ଦେଶରେ ବର୍ତ୍ତମାନ ଭାରତୀୟ ଖାଦ୍ୟ ନିଗମ, କେନ୍ଦ୍ରୀୟ ପଣ୍ୟାଗାର ନିଗମ, ରାଜ୍ୟ ପଣ୍ୟାଗାର ନିଗମ ଓ ରାଜ୍ୟ ଯୋଗାଣ ନିଗମର ଗୋଦାମ ଘରଗୁଡ଼ିକ ମୁଖ୍ୟତଃ ଖାଦ୍ୟଶସ୍ୟ ସ˚ରକ୍ଷଣ ଓ ବିତରଣରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଏହି ଗୋଦାମଘର ଗୁଡ଼ିକ ସାଧାରଣତଃ ଜିଲ୍ଲା ଓ ସବ୍ଡିଭିଜନ୍ ସ୍ତରରେ କାର୍ଯ୍ୟ କରୁଥିବାରୁ ଗ୍ରାମାଞ୍ଚଳର କୃଷକମାନେ ପଣ୍ୟାଗାର ଗୁଡ଼ିକରେ ଶସ୍ୟ ସ˚ରକ୍ଷଣ କରି ରଖିବାର ସୁଯୋଗରୁ ବଞ୍ଚିତ ହୋଇଥାଆନ୍ତି। ଦେଶ ତଥା ଆମ ରାଜ୍ୟ ଓଡ଼ିଶାର କ୍ଷୁଦ୍ର, ନାମମାତ୍ର ଓ ମଧ୍ୟମବର୍ଗୀୟ କୃଷକମାନେ ଅମଳ ସରିବା ମାତ୍ରକେ ସେମାନଙ୍କର ବଳକା ଶସ୍ୟକୁ ବିକ୍ରୟ କରିବା ପାଇଁ ବ୍ୟସ୍ତ ହୋଇପଡ଼ନ୍ତି। ଏହାର କାରଣ ହେଲା ବଳକା କୃଷି ଉତ୍ପାଦିତ ଦ୍ରବ୍ୟକୁ ବୈଜ୍ଞାନିକ ପ୍ରଣାଳୀରେ ସ˚ରକ୍ଷଣ ପାଇଁ ସୁବିଧାର ଅଭାବ। ସେହିଭଳି ଘରର ଦୈନନ୍ଦିନ ଖର୍ଚ୍ଚ ତଥା କୃଷିକାର୍ଯ୍ୟ ପାଇଁ ଆଣିଥିବା ଋଣର ପରିଶୋଧ ପାଇଁ ଅର୍ଥର ଜରୁରୀ ଆବଶ୍ୟକତା ପଡ଼ିଥାଏ। ତେଣୁ ସେମାନେ କୃଷି ଉତ୍ପାଦକୁ ଯଥାଶୀଘ୍ର ବିକି ଦେବାକୁ ବ୍ୟଗ୍ର ହୋଇପଡ଼ନ୍ତି।
ନୂତନ କୃଷି ଆଇନ ଦ୍ବାରା ଚାଷୀ ନିଜ ଉତ୍ପାଦିତ ଶସ୍ୟକୁ ନିଜ ରାଜ୍ୟରେ ତଥା ରାଜ୍ୟ ବାହାରେ ମଧ୍ୟ କୋୖୖଣସି ସ୍ଥାନରେ ବିକ୍ରି କରିପାରିବେ ତଥା କୋୖୖଣସି ଖାଦ୍ୟ ପ୍ରକ୍ରିୟାକରଣ କମ୍ପାନି ବା ସିଧାସଳଖ ଗ୍ରାହକକୁ ମଧ୍ୟ ବିନା ମଧ୍ୟସ୍ଥିରେ ବିକ୍ରି କରି ପାରିବ। ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ପ୍ରାଥମିକ ଅବସ୍ଥାରେ ରାଜ୍ୟ ସରକାରଙ୍କୁ ମୁଖ୍ୟ ସମନ୍ବୟକାରୀର ଭୂମିକା ନେବାକୁ ହେବ। ସୁଦୃଢ଼ ଭିତ୍ତିଭୂମି ପାଇଁ ଅନେକ ଅର୍ଥ ବ୍ୟୟ କରିବାକୁ ସରକାରୀ ତଥା ବେସରକାରୀ ସ˚ସ୍ଥା ଆଗଭର ହୋଇ ଆସିବା ଉଚିତ। ଗ୍ରାମାଞ୍ଚଳରେ ପଞ୍ଚାୟତ ସ୍ତରରେ ପଣ୍ୟାଗାର ଉପଲବ୍ଧ ହେଲେ ଅମଳ ପରେ ଚାଷୀ ନିଜର ଉତ୍ପାଦିତ କୃଷିଦ୍ରବ୍ୟ ସେଠାରେ ବୈଜ୍ଞାନିକ ପ୍ରଣାଳୀରେ ସାଇତି ରଖିପାରିବ। ଖାଦ୍ୟଶସ୍ୟ ଜମା ରଖିବା ବାବଦରେ ପଣ୍ୟାଗାରର ପରିଚାଳକଙ୍କ ଠାରୁ ଯେଉଁ ପଣ୍ୟାଗାରର ରସିଦ (Warehouse Receipt) ମିଳିବ ତାହା ଏକ ବିଲ୍ ଇନ୍ଷ୍ଟ୍ରୁମେଣ୍ଟ ଭାବରେ ବିବେଚିତ ହେବ ଓ ତାକୁ ବ୍ୟାଙ୍କ୍ରେ ଜମା ଦେଇ ଚାଷୀ ଟଙ୍କା ଋଣ ଆକାରରେ ପାଇପାରିବ। ଯେତେବେଳେ ମୁକ୍ତ ବଜାରରେ ଗଚ୍ଛିତ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବ ଚାଷୀ ନିଜର ଜମା ରଖିଥିବା ସ˚ରକ୍ଷିତ ଶସ୍ୟକୁ ପଣ୍ୟାଗାରରୁ ଖଲାସ କରି ବର୍ଦ୍ଧିତ ମୂଲ୍ୟରେ ବିକ୍ରି କରିପାରିବ ଓ ବିକ୍ରି ଅର୍ଥରୁ ବ୍ୟାଙ୍କ୍ ଋଣକୁ କମ୍ ସୁଧରେ ପରିଶୋଧ କରିପାରିବ।
ସରକାରଙ୍କ ପ୍ରଣୀତ ନୂତନ କୃଷି ନୀତି-୨୦୨୦ ଅନୁଯାୟୀ ପଣ୍ୟାଗାର ଗୁଡ଼ିକ ମାର୍କେଟ୍ ୟାର୍ଡର କାର୍ଯ୍ୟ କରିବ, ଯେଉଁଠାରେ ପଣ୍ୟାଗାର ପରିଚାଳନା କରୁଥିବା ସରକାରୀ/ବେସରକାରୀ ସ˚ସ୍ଥାକୁ ଚାଷୀ ତାର ଉତ୍ପାଦିତ ଶସ୍ୟକୁ ବିକ୍ରୟ କରିପାରିବେ କିମ୍ବା ପରବର୍ତ୍ତୀ ସମୟରେ ବିକ୍ରି କରିବା ପାଇଁ ଜମା ରଖି ପାରିବେ। ପରୀକ୍ଷାନିରୀକ୍ଷା ଦ୍ବାରା ଅମଳ ପରବର୍ତ୍ତୀ ସମୟରେ ଶସ୍ୟର ଗ୍ରେଡ୍ ନିର୍ଦ୍ଧାରଣ ହେଉଥିବାରୁ ଇଲେକ୍ଟ୍ରୋନିକ୍ ପ୍ଲାଟଫର୍ମ ମଧ୍ୟରେ e-auction ହୋଇପାରିବ ଓ କୃଷକ ଦ୍ବାରା ଅନ୍ଲାଇନରେ ପ୍ରଦତ୍ତ ମୂଲ୍ୟରେ ବିକ୍ରୟ କରାଯାଇ ତା’ର ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା କରାଯାଇ ପାରିବ। ଏହି ବ୍ୟବସ୍ଥାରେ କୃଷିଜାତ ଦ୍ରବ୍ୟ ବିକ୍ରୟରେ ଥିବା ମଧ୍ୟସ୍ଥି ବ୍ୟବସ୍ଥା ହଟି ପାରିବ। ପଣ୍ୟାଗାରରେ କୃଷକମାନେ ସେମାନଙ୍କ କୃଷିଜାତ ଦ୍ରବ୍ୟ ସଂରକ୍ଷଣ କରି ପରବର୍ତ୍ତୀ କାଳରେ ସୁବିଧା ଦେଖି ପ୍ରକ୍ରିୟାକରଣ ପାଇଁ ଦେଇ ପାରିବେ। ଯାହା ଫଳରେ ସେମାନଙ୍କ ଉତ୍ପାଦ ମୂଲ୍ୟଯୁକ୍ତ ହେବ ଓ ତାକୁ ବିକ୍ରି କରି ସେମାନେ ଅଧିକ ଉପାର୍ଜନ କରିପାରିବେ। କୃଷକ ବିକ୍ରି କରିପାରୁ ନଥିବା ଦ୍ରବ୍ୟକୁ ପଣ୍ୟାଗାରରେ ଗଚ୍ଛିତ ରଖିବା ପାଇଁ ସରକାରୀ ପ୍ରୋତ୍ସାହନ ମିଳିଲେ, ତାହା କୃଷିଜାତ ଦ୍ରବ୍ୟ ବିପଣନ କ୍ଷେତ୍ରରେ ବିଶେଷ ସହାୟକ ହୋଇପାରିବ। ନୂତନ କୃଷି ଆଇନ କୃଷକଙ୍କୁ ତାଙ୍କ ଉତ୍ପାଦର ମୂଲ୍ୟ ସ୍ଥିର କରିବାରେ ଅଧିକାର ଦେବା ସଙ୍ଗେ ସଙ୍ଗେ ଭାରତୀୟ କୃଷିରେ ମଧ୍ୟସ୍ଥି ବା ଦଲାଲରାଜର ସମାପ୍ତ ହେବ ଓ ଗ୍ରାମାଞ୍ଚଳରେ ଏହା ଏକ ନୂତନ ଅର୍ଥନୈତିକ ବିପ୍ଳବକୁ ତ୍ବରାନ୍ବିତ କରିବ।
ସେଥି ଲାଗି କୃଷିଜାତ ଦ୍ରବ୍ୟ ବିପଣନର ସୁପରିଚାଳନା ପାଇଁ ଗ୍ରାମାଞ୍ଚଳରେ ଅଧିକ ପଣ୍ୟାଗାର ନିର୍ମାଣ କରାଯିବା ଆବଶ୍ୟକ। କୃଷିଜର ଉପଯୁକ୍ତ ଭଣ୍ଡାରଣ ବ୍ୟବସ୍ଥା ଯେ ସେମାନଙ୍କ ସଶକ୍ତୀକରଣ ଦିଗରେ ଏକ ବଡ଼ ପଦକ୍ଷେପ ତାହା ସମସ୍ତେ ସ୍ବୀକାର କରିବେ।
ଅବସରପ୍ରାପ୍ତ ମହାପ୍ରବନ୍ଧକ
ରାଜ୍ୟ ପଣ୍ୟାଗାର ନିଗମ, ଭୁବନେଶ୍ବର