ଏବେ ଚାଷୀମାନେ କ୍ଷେତରେ ଜୈବିକ ଖତ ପ୍ରୟୋଗ କରିବା ପ୍ରତି ବିଶେଷ ଯତ୍ନବାନ ହେଉନାହାନ୍ତି। ରାସାୟନିକ ସାର ଓ କୀଟନାଶକ ଇତ୍ୟାଦିର ପ୍ରୟୋଗ ପ୍ରତି ସେମାନଙ୍କ ଅଧିକ ଆଗ୍ରହ। କିନ୍ତୁ ଏହା ଦ୍ବାରା ସେ ନିଜର କ୍ଷେତ ଓ ଫସଲକୁ ବିଷାକ୍ତ କରିବା ସହିତ ନିଜର ଜୀବନକୁ ମଧ୍ୟ ବିପନ୍ନ କରୁଛି। କୀଟନାଶକ ପ୍ରୟୋଗ ବେଳେ ସତର୍କତା ରକ୍ଷା କରୁ ନ ଥିବାରୁ ଗତ ବର୍ଷ ମହାରାଷ୍ଟ୍ରର ଅମରାବତୀ ଏବ˚ ୟବତ୍ମାଲ ଜିଲ୍ଲାର ଅତି କମ୍ରେ ୪୦ ଜଣ ଚାଷୀ ଓ କୃଷି ଶ୍ରମିକ ବିଭିନ୍ନ ରୋଗରେ ପ୍ରାଣ ହରାଇଥିଲେ। ଏହି ସମାନ କାରଣରୁ ରାଜ୍ୟର ଭାତହାଣ୍ଡି ରୂପେ ପରିଚିତ ବରଗଡ଼ ଜିଲ୍ଲାରେ ଅଧିକରୁ ଅଧିକ ଚାଷୀ କର୍କଟ ରୋଗର ଶିକାର ହେଉଥିବା ଦେଖିବାକୁ ମିଳୁଛି।
କୀଟନାଶକ ଜନିତ ଚାଷୀ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ମହାରାଷ୍ଟ୍ର ସରକାର ଏକ ଏସ୍ଆଇଟି ଗଠନ କରିଥିଲେ। ନିକଟରେ ତାର ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ରାଜ୍ୟ ସରକାରଙ୍କ ପ୍ରଶାସନିକ କଳକୁ ଦାୟୀ କରାଯିବା ସଙ୍ଗେ ସଙ୍ଗେ ମୃତ୍ୟୁର ଶିକାର ହୋଇଥିବା ଚାଷୀମାନଙ୍କୁ ମଧ୍ୟ ଆଂଶିକ ଦାୟୀ କରାଯାଇଛି। କାରଣ ଏହିସବୁ ଚାଷୀମାନେ ଅତ୍ୟନ୍ତ ବିଷାକ୍ତ କୀଟନାଶକ ଔଷଧ ବ୍ୟବହାର କରୁଥିବା ସମୟରେ ନିଜ ଲାଗି ସୁରକ୍ଷାମୂଳକ ସତର୍କତା ଅବଲମ୍ବନ କରି ନ ଥିଲେ। ଏସଆଇଟି ପକ୍ଷରୁ କୁହାଯାଇଛି ଯେ ବ୍ୟବହାର କରାଯାଉଥିବା କୀଟନାଶକର ମାନ ପରୀକ୍ଷଣ ନିତାନ୍ତ ଆବଶ୍ୟକ। କାରଣ ଅନେକ ଅନାନୁମୋଦିତ ବିଷକୁ କୀଟନାଶକ ଭାବେ ବ୍ୟବହାର କରାଯାଉଛି।
ଆମ ଦେଶରେ କୃଷକଙ୍କ ଶିକ୍ଷା ଓ ସଚେତନତାର ସ୍ତର ବିଶେଷ ଉଚ୍ଚ ନୁହେଁ। କୀଟନାଶକର ବ୍ୟବହାର ବେଳର ସତର୍କତା ବିଷୟ ଡବା ବା ପ୍ୟାକେଟ ଉପରେ ଲିପିବଦ୍ଧ ଥିବା ବେଳେ ଅନେକ ଚାଷୀ ତାକୁ ଗୁରୁତ୍ବ ନ ଦେଇ ଖୋଲା ହାତରେ ବ୍ୟବହାର କରନ୍ତି; ଏପରିକି ସେମାନଙ୍କ ମୁହଁ ମଧ୍ୟ ମୁକୁଳା ଥାଏ, ଯାହା ସେମାନଙ୍କୁ ବିଷ ସହିତ ସିଧାସଳଖ ସଂସ୍ପର୍ଶରେ ଆଣେ।
ବସ୍ତୁତଃ, ନିୟମ ରହିଛି ଯେ କୀଟନାଶକଗୁଡ଼ିକୁ କିପରି ନିରାପଦରେ ବ୍ୟବହାର କରାଯାଇପାରିବ ଏବ˚ ବ୍ୟବହାର ପୂର୍ବରୁ କେଉଁ କେଉଁ ସୁରକ୍ଷା ସମ୍ବନ୍ଧିତ ପଦକ୍ଷେପ ନେବାକୁ ହେବ, ତାହା କୀଟନାଶକଗୁଡ଼ିକର ଉତ୍ପାଦକ କଂପାନି ଓ ଡିଷ୍ଟ୍ରିିବ୍ୟୁଟର ବା ବିତରକମାନଙ୍କ ତରଫରୁ ଚାଷୀମାନଙ୍କୁ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା କରାଯିବା ଜରୁରୀ। ମହାରାଷ୍ଟ୍ରର ଚାଷୀମାନଙ୍କ ମୃତ୍ୟୁ ପାଇଁ ମୁଖ୍ୟତଃ ‘ମନୋକ୍ରୋଟୋଫସ୍’ ଏବ˚ ‘ଅକ୍ସିଡିମେଟନ୍ମେଥିଲ୍’ ନାମକ ଦୁଇଟି କୀଟନାଶକକୁ ଦାୟୀ କରାଯାଇଛି। କିନ୍ତୁ ବିଡ଼ମ୍ବନା ହେଲା, ଏହି ଦୁଇଟି କୀଟନାଶକ ପ୍ରଥମ ଶ୍ରେଣୀର ଔଷଧ ବର୍ଗରେ ଅନ୍ତର୍ଭୁକ୍ତ ହୋଇ ସର୍ବତ୍ର ବ୍ୟହହୃତ ହେଉଛନ୍ତି।
ଏକ ‘ସି.ଏସ.ଇ.’ ରିପୋର୍ଟ ଅନୁସାରେ ୨୦୧୫-୧୬ରେ ଦେଶରେ ଯେତିକି ଓଜନର କୀଟନାଶକ ଦ୍ରବ୍ୟ ବ୍ୟବହୃତ ହୋଇଥିଲା, ତାର ପାଖାପାଖି ୩୦% ଥିଲା ଏହି ପ୍ରଥମ ଶ୍ରେଣୀର କୀଟନାଶକ। ତେଣୁ କୀଟନାଶକର ବ୍ୟବହାର ପାଇଁ ଯେ ଦେଶରେ ଏକ ନୂଆ ପରିଚାଳନା ଆଇନ ବା ନିୟମାବଳୀର ଆବଶ୍ୟକତା ରହିଛି, ତାହା ସ୍ବୀକାର୍ଯ୍ୟ। ଏହା ମଧ୍ୟ ସତ ଯେ କେବଳ ଚାଷୀ ନୁହେଁ ଖାଉଟିମାନେ ମଧ୍ୟ ଏହି ବିଷାକ୍ତ କୀଟନାଶକ କାରଣରୁ ବ୍ୟାଧିଗ୍ରସ୍ତ ହେଉଥିବା ଦେଖାଯାଉଛି। ଏହି ପରିପ୍ରେକ୍ଷୀରେ ଏକ ବିଷମୁକ୍ତ ଚାଷ ଲାଗି େଜୖବ ସାର ଓ ଜୖବ କୀଟନାଶକର ବ୍ୟବହାର ଉପରେ ଅଧିକ ଗୁରୁତ୍ବ ଦେବାର ସମୟ ଆସିଛି।
୪ଜି, ପ୍ରତାପ ଆପାର୍ଟମେଣ୍ଟ, ଜାମସେଦପୁର
ମୋ: ୯୨୦୪୬୫୨୦୬୫