ଦେଶରେ ଭୂତଳ ଜଳସ୍ତର ଦ୍ରୁତ ଗତିରେ ନିମ୍ନଗାମୀ ହେଉଥିବାରୁ କିପରି ତା’ର ସ˚ରକ୍ଷଣ କରାଯାଇପାରିବ ସେ ସମ୍ପର୍କରେ ସୁପାରିସ କରିବାକୁ ଏକ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଇଛି। ଜଳସମ୍ପଦର ସୁରକ୍ଷା ଲାଗି, ବିଶେଷ କରି ଭୂତଳ ଜଳର ସ˚ରକ୍ଷଣ ସକାଶେ ଆଇନଗତ ପଦକ୍ଷେପ ନେବା ଏହାର ଉଦ୍ଦେଶ୍ୟ। ଏବେ ୮୫% ପାନୀୟ ଜଳ ଭୂତଳ ଜଳରୁ ମିଳୁଥିବା ବେଳେ ଜଳସେଚନ ପାଇଁ ବ୍ୟବହୃତ ୬୫% ଜଳ ଏହି ସୂତ୍ରରୁ ଅଣାଯାଉଛି। ଜଳର ଚାହିଦା ଦ୍ରୁତ ଗତିରେ ବଢ଼ୁଥିବାରୁ ଓ ଦେଶର ଅଧିକା˚ଶ ଅଂଚଳରେ ଭୂତଳ ଜଳ ସ୍ତର ବିପଜ୍ଜନକ ସ୍ତରକୁ ଖସି ଆସିଥିବା କାରଣରୁ ଏହା ଉପରେ ସ୍ବତନ୍ତ୍ର ଧ୍ୟାନ ଦିଆଯିବା ଦରକାର।
ସମ୍ବିଧାନରେ ଜଳ ପ୍ରସଙ୍ଗ ରାଜ୍ୟ ତାଲିକାରେ ରହିଛି। କିନ୍ତୁ ଏବେ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକ କାର୍ଯ୍ୟକାରୀ କରିପାରିବା ଭଳି ଏକ ଆଦର୍ଶ ଆଇନ ପ୍ରଣୟନ କରିବାକୁ ବିଚାର କରୁଛନ୍ତି। ଏହି ମଡେଲ ବିଲ୍ରେ ଭୂତଳ ଜଳର ସ˚ରକ୍ଷଣ, ସୁରକ୍ଷା, ନିୟନ୍ତ୍ରଣ ପାଇଁ ଉପଯୁକ୍ତ ବ୍ୟବସ୍ଥା ରହିବ। ଏ କ୍ଷେତ୍ରରେ ରହିଥିବା ଦୁର୍ବଳତାଗୁଡ଼ିକୁ ଚିହ୍ନଟ କରାଯାଇ ଏହାର ପ୍ରତିକାର ବ୍ୟବସ୍ଥା ରଖାଯିବ। ସାଧାରଣ ବିତର୍କ କରାଯାଇ ଏ କ୍ଷେତ୍ରରେ କଡ଼ା ବ୍ୟବସ୍ଥା ରଖାଯିବାକୁ ଚିନ୍ତା କରାଯାଉଛି। ଏଥିରେ ରହିଥିବା ପ୍ରସ୍ତାବଗୁଡ଼ିକ କାର୍ଯ୍ୟକାରୀ ହେଲେ ବିବାଦ ଉପୁଜି ପାରେ; ଯଦିଓ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଭୂତଳ ଜଳର ମନଇଛା ବ୍ୟବହାର ଉପରେ କଟକଣା ରହିବା ଉଚିତ। ଏବେ ଜମି ମାଲିକ ଭୂମି ତଳେ ଥିବା ଜଳକୁ ଇଛା ଅନୁସାରେ ବ୍ୟବହାର କରି ପାରୁଚନ୍ତି। ତାହା ଉପରେ କୌଣସି ସୀମା ବା ନିୟନ୍ତ୍ରଣ ରଖାଯାଇନାହିଁ। ସରକାର କିନ୍ତୁ ଏବେ ଭୂତଳ ଜଳର ମାଲିକାନା ବା ଆଇନଗତ ସ୍ଥିତିକୁ ବଦଳାଇବାକୁ ଚାହାନ୍ତି। ଅର୍ଥାତ୍ ଭୂତଳ ଜଳକୁ ସମୂହ ପ୍ରାକୃତିକ ସମ୍ପଦ ଭାବେ ବିବେଚନା କରାଯିବ। କାରଣ ସାଧାରଣ ଜୀବନ, ଜୀବିକା ଓ ପରିବେଶ ସହ ଏହାର ନିବିଡ଼ ସମ୍ପର୍କ ରହିଛି। ଆଉ ଏକ ପ୍ରସ୍ତାବ ହେଲା ପଂଚାୟତ ଓ ପୌରସ˚ସ୍ଥାଗୁଡ଼ିକ ସର୍ବସାଧାରଣଙ୍କ ସହଯୋଗ ଓ ଅନୁମୋଦନ ନେଇ ଭୂତଳ ଜଳର ପରିଚାଳନା କରିବାକୁ କ୍ଷମତାପ୍ରାପ୍ତ ହେବେ। ପିଇବା ପାଣି ବ୍ୟତୀତ ଅନ୍ୟ କାମ ପାଇଁ ଜଳର ‘ରି-ସାଇକ୍ଲି’ ବା ପୁନଃ ବ୍ୟବହାର ଲାଗି ସରକାର ପଦକ୍ଷେପ ନେବାକୁ ଆଇନରେ ପ୍ରସ୍ତାବ ରଖାଯାଇଛି। ଉମା ଭାରତୀ ଯୁକ୍ତି କରିଛନ୍ତି ଏମାନଙ୍କ ଉପରେ ନିର୍ଦ୍ଦିଷ୍ଟ କଟକଣା ରହୁ ଏବ˚ ଶିଳ୍ପ ଗୁଡ଼ିକ କେବଳ ‘ରି-ସାଇକ୍ଲି˚’ ପ୍ରକ୍ରିୟା ଦେଇ ଯାଇଥିବା ଜଳକୁ ବ୍ୟବହାର କରିପାରିବେ ବୋଲି ନିୟମ ରଖାଯାଉ। ଭାରତରେ ଯେପରି ଜଳାଭାବ ସମସ୍ୟା ବଢ଼ୁଛି, ସେ କାରଣରୁ ଅନେକ ଦେଶ ପରି ଏଠାରେ ଜଳର ପୁନଃ ବ୍ୟବହାର ଉପରେ ଅଧିକ ଗୁରୁତ୍ବ ଦିଆଯିବା ଉଚିତ। ସହରାଂଚଳ ଗୁଡ଼ିକରେ ପାନୀୟ ଜଳ ବ୍ୟତୀତ ଅନ୍ୟ କ୍ଷେତ୍ରରେ ରିସାଇକ୍ଲି˚ ଜଳ ବ୍ୟବହାର କରାଯିବା ଦରକାର। ତଦ୍ଦ୍ବାରା ଜଳ ବିଶୋଧନ ଖର୍ଚ୍ଚ ମଧ୍ୟ କମିଯିବ।
କେନ୍ଦ୍ର ଭୂତଳ ଜଳ ବୋର୍ଡ ଭୂତଳ ଜଳ ସମ୍ପର୍କିତ ନୀତି ନିୟମ କରୁଥିବା ବେଳେ କେନ୍ଦ୍ରୀୟ ଜଳ କମିସନ ଜଳଭଣ୍ତାର ଓ ଜଳସେଚନ ପ୍ରକଳ୍ପ ଗୁଡ଼ିକ ସହ ସ˚ଶ୍ଳିଷ୍ଟ। ଜଳସମ୍ପଦ ଓ ପରିବେଶ ମନ୍ତ୍ରଣାଳୟଗୁଡ଼ିକ ନଦୀ ଗୁଡ଼ିକର ସ˚ରକ୍ଷଣ ଓ ଯୋଜନା ପାଇଁ ଉତ୍ତରଦାୟୀ ଥିଲା ବେଳେ ଉତ୍ତର ଭାରତରେ ଗଙ୍ଗା ଆଦି ନଦୀଗୁଡ଼ିକ ସହିତ ଭୂବିଜ୍ଞାନ ମନ୍ତ୍ରଣାଳୟ ସଂପୃକ୍ତ। କୁହାଯାଉଛି ଯେ ଜଳ ପରିଚାଳନାରେ ୧୧ଟି ମନ୍ତ୍ରଣାଳୟ ଓ ବିଭାଗ ସ˚ଶ୍ଳିଷ୍ଟ। ଏହି ବ୍ୟବସ୍ଥାକୁ ସରଳ ଓ ସୁସମନ୍ବିତ କରାଯିବା ଦରକାର। ଜଳସଙ୍କଟ କ୍ରମାଗତ ଭାବେ ଭିନ୍ନ ରୂପରେ ପ୍ରକାଶ ପାଉଥିବାରୁ ଏହାର ଦାୟିତ୍ବକୁ କେବଳ ରାଜ୍ୟ ଗୁଡ଼ିକ ଉପରେ ଛାଡ଼ି ନଦିଆଯାଇ ଯଦି ମିଳିତ ତାଲିକାରେ ଏ ବିଷୟକୁ ରଖାଯାଇପାରିବ, ତେବେ ହୁଏତ ସମଗ୍ର ଦେଶର ଜଳ ପରିଚାଳନା ଲାଗି ଏକ ସମତୁଲ ଆଇନ କରିବା ସହଜ ହେବ। ଏହା ସହିତ ଆଇନର କଠୋର ଅନୁପାଳନ ଦରକାର। ଏଥି ପାଇଁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସହମତି ମଧ୍ୟ ଲୋଡ଼ା। ଏ ସବୁ ସହିତ ଜଳ ସମ୍ପଦର ସୁରକ୍ଷା ଓ ପରିଚାଳନା ଲାଗି ଦୀର୍ଘମିଆଦୀ ଯୋଜନା ଆବଶ୍ୟକ।
ଦୂରସଂଚାର ଭବନ, ଲିଙ୍କରୋଡ୍, କଟକ
ମୋ: ୯୪୩୭୦୦୨୮୮୮