ସରକାର ଚାଷୀଙ୍କୁ ବୁଝାନ୍ତୁ

କୃଷି: ରାଜନୀତି ଓ ଅର୍ଥନୀତି - ସୁଜିତ କୁମାର ପୃଷେଠ

୨୦୧୪ ମସିହାରେ ଭାରତ ସରକାର ଏକ ଆମେରିକୀୟ ଦ˚ପତିଙ୍କୁ ମର୍ଯ୍ୟାଦାଜନକ ବେସାମରିକ ସମ୍ମାନ ‘‘ପଦ୍ମଭୂଷଣ’’ରେ ସମ୍ମାନିତ କରିବା ଚହଳ ସୃଷ୍ଟି କରିଥିଲା। ସେ ଦୁହେଁ ଥିଲେ ଚିକାଗୋ ବିଶ୍ବବିଦ୍ୟାଳୟରେ ଅଧୢାପନା କରୁଥିବା ପ୍ରଫେସର ସୁଜାନେ ଏବ˚ ଲୋୟଡ ରୁଡ୍‌ଲଫ୍‌। ଭାରତ ସରକାର, ସେମାନଙ୍କ ମୌଳିକ ଗବେଷଣା ପାଇଁ ସେମାନଙ୍କୁ ସମ୍ମାନିତ କରିଥିଲେ। ୧୯୫୬ ପରଠାରୁ ପ୍ରଫେସର ଦଂପତି ଭାରତୀୟ ସମାଜ ଏବ˚ ରାଜନୈତିକ- ଅର୍ଥନୀତି ଉପରେ ଅଧୢୟନ କରି ଆସିଥିଲେ। ସେମାନଙ୍କ ଉଚ୍ଚକୋଟୀର ଗବେଷଣା ଏବ˚ ଅଧୢୟନକୁ ଆଧାର କରି ୧୯୮୭ ମସିହାରେ ପ୍ରକାଶ କରିଥିଲେ ଏକ ଅନବଦ୍ୟ ପୁସ୍ତକ, ‘ଇନ୍‌ ପରସ୍ୟୁଟ୍‌ ଅଫ୍‌ ଲକ୍ଷ୍ମୀ: ଦି ପଲିଟିକାଲ୍‌ ଇକୋନୋମି ଅଫ୍‌ ଇଣ୍ତିଏନ୍‌ ଷ୍ଟେଟ୍‌’। ଏହି ପୁସ୍ତକରେ ସେମାନେ ଏକ ନୂଆ ଅଭିବ୍ୟକ୍ତି ‘ବୁଲକ୍‌- କେପିଟାଲିଷ୍ଟ’ ଆରମ୍ଭ କରିଥିଲେ। ଭାରତୀୟ ରାଜନୀତିରେ ‘ବୁଲକ୍‌- କେପିଟାଲିଷ୍ଟ’ର ଗୁରୁତ୍ବପୂର୍ଣ୍ଣ ଭୂମିକାକୁ ଏହି ପୁସ୍ତକରେ ଚମତ୍କାର ଭାବେ ବର୍ଣ୍ଣନା କରାଯାଇଥିଲା। ମାତ୍ର ଗୋଟିଏ ଯୋଡ଼ି ହଳ-ବଳଦକୁ ପୁଞ୍ଜି କରି ଚାଷ ଦ୍ବାରା ନିଜର ଗୁଜୁରାଣ ମେଣ୍ଟାଉଥିବା ତଥା ଆର୍ଥିକ ରୂପରେ ଦୁର୍ବଳ, କ୍ଷୁଦ୍ର ଏବ˚ ନାମମାତ୍ର ଚାଷୀ ଗୋଷ୍ଠୀଙ୍କୁ ଏଥିରେ ‘ବୁଲକ୍‌- କେପିଟାଲିଷ୍ଟ’ ଭାବରେ ଅଭିହିତ କରାଯାଇଥିଲା। ସାଧାରଣତଃ ୧.୫ ରୁ ୨.୫ ଏକର ଜମିରେ ଚାଷ କରି ଆସୁଥିବା ଚାଷୀ ଗୋଷ୍ଠୀ ଏହି ଶ୍ରେଣୀରେ ଅନ୍ତର୍ଭୁକ୍ତ। ପୁଣି, ଚାଷ-ପ୍ରଣାଳୀକୁ ଉନ୍ନତ କରିବା ପାଇଁ ଏହି ଗୋଷ୍ଠୀ ପାଖରେ ଯଥେଷ୍ଟ ପୁଞ୍ଜି ନ ଥାଏ। ଏମାନେ ଚାଷ କାର୍ଯ୍ୟରେ ନିଜର ଶ୍ରମ ଶକ୍ତି ଲଗାଇଥାନ୍ତି ଏବ˚ କୌଣସି ଯନ୍ତ୍ରର ସାହାଯ୍ୟ ବିନା ଫସଲ ଉପୁଯାଇଥାନ୍ତି। କିନ୍ତୁ ସେମାନଙ୍କୁ ବିଶେଷ ଲାଭ ମିଳିପାରେ ନାହିଁ।
ବିଗତ କିଛି ଦିନ ମଧୢରେ ଭାରତୀୟ ରାଜନୀତି ଅଚାନକ ଚଳଚଞ୍ଚଳ ହୋଇ ରହିଛି, ଯାହାର ପୃଷ୍ଠଭୂମିରେ ରହିଛି କୃଷି କ୍ଷେତ୍ରରେ ସ˚ସ୍କାର। ଏହି ପରିପ୍ରେକ୍ଷୀରେ ପ୍ରଫେସର ସୁଜାନେ ଏବ˚ ଲୋୟଡ୍‌ ରୁଡ୍‌ଲଫ୍‌ଙ୍କ ‘ବୁଲକ୍‌ କେପିଟାଲିଷ୍ଟ’ ଅଭିବ୍ୟକ୍ତିଟି ଆହୁରି ପ୍ରାସଙ୍ଗିକ ହୋଇଉଠିଛି। ଗଲା ନଭେମ୍ବର ମାସରେ ଓଡ଼ିଶା ବିଧାନସଭା ସାମ୍ନାରେ କିଛି ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ ହେଉ ଅଥବା ପଞ୍ଜାବ ଓ ହରିଆଣାର ଚାଷୀଙ୍କ ଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ ପାଇଁ ଉଦ୍ୟମ ହେଉ; ଭାରତୀୟ ରାଜନୀତି ଉପରେ ଏହି ‘ବୁଲକ୍‌ କେପିଟାଲିଷ୍ଟ’ ଗୋଷ୍ଠୀର କିଭଳି ପ୍ରଭାବ ରହିଛି, ତାହା ଦର୍ଶାଉଛି।

୧୯୯୧ ମସିହାରେ ନୂଆ ଅର୍ଥନୈତିକ ଆଭିମୁଖ୍ୟ ଅନୁସାରେ ଭାରତରେ ଆର୍ଥିକ ଉଦାରୀକରଣ ତଥା ଆର୍ଥିକ ସ˚ସ୍କାର ପ୍ରକ୍ରିୟାର ଅୟମାରମ୍ଭ ହୋଇଥିଲା। ତେବେ, ବିଗତ ତିନି ଦଶନ୍ଧି ମଧୢରେ ଭାରତର ସମସ୍ତ ପ୍ରମୁଖ ରାଜନୈତିକ ଦଳ ଏହାକୁ ନୀତିଗତ ସମର୍ଥନ ଦେଇ ଆସିଛନ୍ତି। ଆର୍ଥିକ ସ˚ସ୍କାର ପ୍ରକ୍ରିୟା ବିଗତ ବର୍ଷମାନଙ୍କରେ ଗତିମାନ ହୋଇଛି। ଆର୍ଥିକ ସ˚ସ୍କାର ପ୍ରକ୍ରିୟା ପ୍ରଥମ ପିଢ଼ିରୁ ଯାଇ ଦ୍ବିତୀୟ ପିଢ଼ିରେ ପହଞ୍ଚି ସାରିଛି। ସେହି କ୍ରମରେ କୃଷି ଓ କୃଷି ଆଧାରିତ ଅର୍ଥନୀତି କ୍ଷେତ୍ରରେ ସ˚ସ୍କାର ଭାରତ ସରକାର ହାତକୁ ନେଇଛନ୍ତି। କିନ୍ତୁ ଏବେ ଏହାର ବିରୋଧ ଆମ ରାଜନୈତିକ କ୍ଷେତ୍ରକୁ ସରଗରମ କରି ରଖିଛି।

ଭାରତୀୟ ରାଜନୀତିରେ କୃଷି ଏବ˚ କୃଷି ଆଧାରିତ ଅର୍ଥନୀତିକୁ ନେଇ ରାଜନୈତିକ ସ˚ଘର୍ଷ ଖୁବ୍‌ ପୁରୁଣା। ଭାରତ ସ୍ବାଧୀନ ହେଲା ବେଳକୁ ଭାରତୀୟ ଅର୍ଥନୀତିରେ କୃଷିକ୍ଷେତ୍ରର ପ୍ରଭାବ ବେଶି ଥିଲା। ୧୯୫୦ ବେଳକୁ ଆରମ୍ଭ ହୋଇଥିବା ଭୂମି-ସ˚ସ୍କାର କୃଷି କ୍ଷେତ୍ରରେ ଥିବା ଏକଚାଟିଆ ମାଲିକାନା ଏବ˚ ସ୍ବତ୍ବାଧିକାର ବ୍ୟବସ୍ଥା ଉପରେ ପ୍ରହାର କରିଥିଲା। ତେଣୁ ୧୯୬୦ ବେଳକୁ ଦୁଇଟି ନୂଆ ଗୋଷ୍ଠୀ କୃଷିକ୍ଷେତ୍ରରେ ଉଭା ହୋଇଥିଲେ। ଗୋଟିଏ ହେଲା, ବିଭିନ୍ନ ଆକାରର ଜମି ମାଲିକାନା ଥିବା ଗୋଷ୍ଠୀ, ଯେଉଁମାନେ କୃଷି କ୍ଷେତ୍ରରେ ‘ଭାଗ ଚାଷ’ ଆରମ୍ଭ କରି ଦେଲେ ଏବ˚ ଦ୍ବିତୀୟ ଗୋଷ୍ଠୀଟି ହେଲେ ‘ବୁଲକ୍‌-କେପିଟାଲିଷ୍ଟ’ ଗୋଷ୍ଠୀ ଯେଉଁମାନେ (କ୍ଷୁଦ୍ର ଓ ମଧୢମ ବର୍ଗୀୟ ଚାଷୀ) ନିଜେ ଚାଷ କଲେ। ସପ୍ତମ ଦଶକର ଶେଷ ଭାଗରେ ଏବ˚ ୧୯୮୦ ପ୍ରାରମ୍ଭରେ ଭାରତୀୟ ରାଜନୈତିକ ପଟଳରେ ଏକ ସ˚ଗଠିତ ଚାପ-ସୃଷ୍ଟିକାରୀ ଗୋଷ୍ଠୀର ପ୍ରଭାବ ଦେଖିବାକୁ ମିଳିଥିଲା। ଏହି ଚାପ-ସୃଷ୍ଟିକାରୀ ଗୋଷ୍ଠୀ ସଫଳତାର ସହ ‘କୃଷି-ଉତ୍ପାଦ ପାଇଁ ସମର୍ଥନ ମୂଲ୍ୟ’ ବିଷୟକୁ ଭାରତୀୟ ରାଜନୀତିରେ ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ଭାବରେ ଉପସ୍ଥାପନା କରି ପାରିଥିଲେ। ୧୯୭୭ରେ କ˚ଗ୍ରେସର ପରାଜୟ ଏବ˚ ଜନତା ପାର୍ଟିର ବିଜୟ ‘କୃଷି-ସମ୍ବନ୍ଧିତ ରାଜନୀତି’ର ଆବିର୍ଭାବର ଉଦାହରଣ ଥିଲା। ପୁଣି, ୧୯୮୦ରେ କ˚ଗ୍ରେସ ପୁନର୍ବାର କ୍ଷମତାସୀନ ହୋଇ ‘କୃଷି-ଉତ୍ପାଦ ପାଇଁ ସମର୍ଥନ ମୂଲ୍ୟ’କୁ ସମର୍ଥନ ଦେବା ସହ ଗ୍ରାମାଞ୍ଚଳରେ କୃଷି ପାଇଁ ଉପକରଣ ଏବ˚ ପୁଞ୍ଜି ପାଇଁ ନୀତି ପ୍ରଣୟନ କରିଥିଲା। ଏହାର ଅନ୍ୟ ଦିଗରେ କୃଷି-ବିଷୟକୁ ଆଧାର କରି ‘କ୍ଷେତକରୀ ସ˚ଗଠନ’ ଶରଦ ଯୋଷୀଙ୍କୁ ଏବ˚ ‘ଭାରତୀୟ କିଷାନ୍‌ ୟୁନିଅନ୍‌’ ମହେନ୍ଦ୍ର ସି˚ହ ଟିକାୟତଙ୍କୁ ଶକ୍ତିଶାଳୀ ଚାଷୀ-ନେତା ଭାବରେ ଠିଆ କରେଇଥିଲା। ୧୯୮୮ ମସିହାରେ ମହେନ୍ଦ୍ର ସି˚ହ ଟିକାୟତଙ୍କ ନେତୃତ୍ବରେ ଲକ୍ଷାଧିକ ଚାଷୀ ନୂଆଦିଲ୍ଲୀର ବୋଟ୍‌ କ୍ଲବ୍‌ ପାଖରେ କିଛିି ଦିନ ଧରି ଜମି ରହି କେନ୍ଦ୍ର ସରକାରଙ୍କ ଉପରେ ଚାପ ପକେଇବାରେ ସଫଳ ହୋଇଥିଲେ। ଭାରତୀୟ ରାଜନୀତିରେ କୃଷିକୁ ପ୍ରାଧାନ୍ୟ ଦେବାରେ ଏହା ପ୍ରମୁଖ ଭୂମିକା ତୁଲେଇ ଥିଲା।

ନବମ ଦଶକରେ ରାଜନୈତିକ ଅସ୍ଥିରତା ଏବ˚ ପରବର୍ତ୍ତୀ ସମୟରେ ଆର୍ଥିକ ଉଦାରୀକରଣ ସହ ଅର୍ଥନୈତିକ ସ˚ସ୍କାର କୃଷି-ସମ୍ବନ୍ଧିତ ରାଜନୈତିକ ଶକ୍ତିମାନଙ୍କୁ ବିଭିନ୍ନ ଭାବରେ ପ୍ରଭାବିତ କରିଛି। ତେଣୁ ୧୯୯୦ରୁ ୨୦୨୦ ପର୍ଯ୍ୟନ୍ତ ବିଭିନ୍ନ ସମୟରେ କୃଷିକୁ ନେଇ ନୂଆ ପ୍ରକାର ରାଜନୈତିକ ପ୍ରକ୍ରିୟା ଦେଖିବାକୁ ମିଳିଛିି। କୃଷି-ଉତ୍ପାଦ ପାଇଁ ସମର୍ଥନ ମୂଲ୍ୟ ପ୍ରସଙ୍ଗ ସହିତ ଋଣ ଛାଡ଼, ସହଜ କିସ୍ତି ଓ ଦୀର୍ଘମିଆଦୀ ଋଣ, କର୍ପୋରେଟ୍‌ ଜଗତ୍‌ର ପୁଞ୍ଜି ଇତ୍ୟାଦି ଭଳି କୃଷି ସମ୍ବନ୍ଧୀୟ ବିଷୟ ରାଜନୀତିକୁ ପ୍ରଭାବିତ କରିଛି। ଏଠାରେ ଲକ୍ଷ୍ୟ କରିବାର କଥା ଯେ, କୃଷି-ସମ୍ବନ୍ଧୀୟ ରାଜନୀତି ଏବେ କୌଣସି ଶକ୍ତିଶାଳୀ କୃଷକ ନେତାଙ୍କ ବିନା ଚାଲିଛି। ଏହା ସହ କୃଷି-ସମ୍ବନ୍ଧୀୟ ରାଜନୀତି କରୁଥିବା ବର୍ଗ ଏକ ଚାପ-ସୃଷ୍ଟିକାରୀ ଗୋଷ୍ଠୀ ଭାବେ ଉଭା ହୋଇଛନ୍ତି।

୨୦୧୫-୧୬ରେ ପ୍ରକାଶିତ ୧୦ମ ଜନଗଣନା ଅନୁସାରେ, କ୍ଷୁଦ୍ର ଏବ˚ ନାମକୁ ମାତ୍ର ଚାଷୀ, ଯାହାଙ୍କ ପାଖରେ ୨ ହେକ୍ଟରରୁ କମ୍‌ ଜମି ଅଛି, ସେମାନଙ୍କ ସ˚ଖ୍ୟା, ଭାରତର ସମୁଦାୟ ଚାଷୀଙ୍କ ସ˚ଖ୍ୟାର ୮୬.୨%, ଅଥଚ ସମୁଦାୟ ଚାଷ-ଭୂମିର ୪୭.୩% ଉପରେ ସେମାନଙ୍କର ମାଲିକାନା ସ୍ବତ୍ବ ରହିଛି। ହେଲେ, ୨ ହେକ୍ଟରରୁ ୧୦ ହେକ୍ଟର ଜମି ରଖିଥିବା ମଧୢମ ବର୍ଗର ଚାଷୀଙ୍କ ସ˚ଖ୍ୟା ଭାରତର ସମୁଦାୟ ଚାଷୀଙ୍କ ସ˚ଖ୍ୟାର ମାତ୍ର ୧୩.୨%ଙ୍କ ହାତରେ ସମୁଦାୟ ଚାଷ ଭୂମିର ୪୩.୬% ରହିଛି। ଏଠାରେ ଉଲ୍ଲେଖନୀୟ ଯେ, ୨୦୧୦-୨୦୧୧ ଏବ˚ ୨୦୧୫-୨୦୧୬ ମଧୢରେ କ୍ଷୁଦ୍ର ଏବ˚ ନାମକୁ ମାତ୍ର ଚାଷୀଙ୍କ ସ˚ଖ୍ୟା ୮୪.୯% ରୁ ୮୬.୨%କୁ ବୃଦ୍ଧି ପାଇଛି। ଏଥିରୁ ଅନୁମାନସାପେକ୍ଷ କିଭଳି ଅର୍ଥନୈତିକ ଉଦାରୀକରଣ ଏବ˚ ଅର୍ଥନୈତିକ ସ˚ସ୍କାରର ପ୍ରଭାବ ‘ବୁଲକ୍‌ କେପିଟାଲିଷ୍ଟ’ ଗୋଷ୍ଠୀଙ୍କୁ ବିପରୀତ ଭାବେ ପ୍ରଭାବିତ କରିଛି।

ପର୍ଯ୍ୟାଲୋଚନା କଲେ ଜଣାଯାଏ ଯେ ୨୦୦୦ ମସିହା ପରଠାରୁ କେନ୍ଦ୍ର ରାଜନୀତିରେ ଚାଷୀ-ସମ୍ପର୍କୀୟ ବିଷୟକୁ ମୁଖ୍ୟ ପ୍ରସଙ୍ଗ କରାଯାଇଛି। କୃଷି-ଉତ୍ପାଦର ସମର୍ଥନ ମୂଲ୍ୟ ବୃଦ୍ଧି, ଚାଷୀଙ୍କୁ ଋଣ ଶିକୁଳିରୁ ମୁକ୍ତି ତଥା ବଜାର ବ୍ୟବସ୍ଥାକୁ ଟେକ୍‌ନୋଲୋଜି ମାଧୢମରେ ସୁଦୃଢ଼ କରିବା ଇତ୍ୟାଦି ଉପରେ ପ୍ରାୟ ସମସ୍ତ ରାଜନୈତିକ ଦଳଙ୍କ ମତ ସମାନ। କିନ୍ତୁ, ପଞ୍ଜାବ, ହରିଆଣା ଏବ˚ ଅନ୍ୟ ରାଜ୍ୟରୁ ଚାଷୀମାନେ କେନ୍ଦ୍ର ସରକାରଙ୍କ ନୂତନ ସ˚ସ୍କାର ନୀତିକୁ ବିରୋଧ କରିବା କୃଷି ସମ୍ବନ୍ଧିତ ରାଜନୈତିକ- ରାଜନୀତି ଓ ଅର୍ଥନୀତିକୁ ନୂଆ ଆଲୋକରେ ଦେଖିବାକୁ ପ୍ରେରିତ କରିଥାଏ। ମନେ ହୁଏ ଯେ କୃଷି-ସମ୍ବନ୍ଧିତ ସ˚ସ୍କାରକୁ ନେଇ ପରସ୍ପର ଭିତରେ ସମ୍ବାଦର ଅଭାବ ପରିସ୍ଥିତିକୁ ଜଟିଳ କରିଛି। ଏଠାରେ ଅନ୍ୟ ଏକ ଗୁରୁତ୍ବପୂର୍ଣ ବିଷୟକୁ ମଧୢ ବିଚାର କରାଯିବା କଥା। ତାହା ହେଲା, କ୍ଷୁଦ୍ର ଏବ˚ ନାମକୁ ମାତ୍ର ଚାଷୀଙ୍କ ଦ୍ବାରା ଉଠାଯାଉଥିବା ଋଣ ଯାହା ମୁଖ୍ୟତଃ ଅସ˚ଗଠିତ କ୍ଷେତ୍ରରୁ ଆସିଥାଏ। କୃଷି ଋତୁର ପ୍ରାରମ୍ଭରୁ ପିଢ଼ି ପରେ ପିଢ଼ି ଋଣଦାତା ଏବ˚ କ୍ଷୁଦ୍ର ଓ ନାମକୁ ମାତ୍ର ଚାଷୀଙ୍କ ଭିତରେ ଏକ ସ˚ପର୍କ ଗଢ଼ି ଉଠିଛି, ଯଦିଓ ଋଣ ପରିଶୋଧ ବେଳେ ସୁଧର ମାତ୍ରାଧିକ ହାର ଯୋଗୁଁ କ୍ଷୁଦ୍ର ଏବ˚ ନାମକୁ ମାତ୍ର ଚାଷୀ ଆର୍ଥିକ ରୂପରେ କ୍ଷତିଗ୍ରସ୍ତ ହୁଅନ୍ତି ଏବ˚ ଦାରିଦ୍ର୍ୟରୁ ମୁକୁଳି ପାରନ୍ତି ନାହିଁ। ତଥାପି ତୃଣମୂଳ ସ୍ତରରେ ଏହି ସ˚ପର୍କର ପ୍ରାବଲ୍ୟ ଯୋଗୁଁ ଋଣଦାତାମାନେ ଶକ୍ତିଶାଳୀ ରାଜନୈତିକ ଗୋଷ୍ଠୀ ବା ଚାପ-ସୃଷ୍ଟିକାରୀ ଗୋଷ୍ଠୀ ଭାବରେ ଉଭା ହୋଇଥାନ୍ତି। ପଞ୍ଜାବ ଏବ˚ ହରିଆଣାରେ ‘ଅର‌୍‌ହତିଆ’ ନାମରେ ପରିଚିତ ଏହି ଗୋଷ୍ଠୀ ଖୁବ୍‌ ପ୍ରଭାବଶାଳୀ, ଯଦିଓ ଏମାନେ ଚାଷୀଙ୍କୁ ଶୋଷଣ କରନ୍ତି। ଓଡ଼ିଶାରେ ମଧୢ ଏ ପ୍ରକାର ସ˚ପର୍କର ପ୍ରାବଲ୍ୟ ରହିଛି। ଏହି କୃଷି-ସ˚ସ୍କାରରେ ଚାଷୀଙ୍କୁ ଋଣର ବିଷାକ୍ତ-ବଳୟରୁ ବାହାର କରିବା ପାଇଁ ବ୍ୟବସ୍ଥା କରାଯାଇଛି। କିନ୍ତୁ, ସରକାର ଏବ˚ ଚାଷୀ ଗୋଷ୍ଠୀଙ୍କ ମଧୢରେ ଆବଶ୍ୟକ ସୂଚନା ଓ ଭାବ ବିନିମୟର ଅଭାବରୁ ଜଟିଳ ସ୍ଥିତି ଜାତ ହୋଇଛି।

ଗଲା ବର୍ଷମାନଙ୍କରେ ପଞ୍ଜାବ ଓ ହରିଆଣାରେ କୃଷି-ଉତ୍ପାଦନର ପରିମାଣ ଚରମ ସୀମାରେ ପହଞ୍ଚିଛି। ଏବେ ସେଠାରେ ପାରମ୍ପରିକ ଶସ୍ୟ ବଦଳରେ ନୂତନ କିସମର ଶସ୍ୟ ଉତ୍ପାଦନ ଆଡ଼କୁ ଯିବା ଅପରିହାର୍ଯ୍ୟ ହୋଇଛି। କୃଷି କ୍ଷେତ୍ରରେ ସ˚ସ୍କାର ଓ ବଜାର ବ୍ୟବସ୍ଥା ସ˚ଯୁକ୍ତୀକରଣ ଦରକାର, କିନ୍ତୁ ସେଥିପାଇଁ ପ୍ରାକ୍‌-ପ୍ରସ୍ତୁତି ମଧୢ ଆବଶ୍ୟକ। ବିଶେଷ କରି, କୃଷି କ୍ଷେତ୍ରରେ ସ˚ସ୍କାର ରାଜନୈତିକ ଦୃଷ୍ଟିରୁ ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିବାରୁ କୃଷି କ୍ଷେତ୍ରରେ କାର୍ଯ୍ୟରତ ‘ବୁଲ୍‌କ କେପିଟାଲିଷ୍ଟ’ ଗୋଷ୍ଠୀ ସମେତ ଅନ୍ୟ ସମସ୍ତ ଚାଷୀ-ଗୋଷ୍ଠୀଙ୍କ ସହ ନିରନ୍ତର ସମ୍ବାଦ ଓ ବାର୍ତ୍ତା ବିନିମୟ ଏକାନ୍ତ ଅପରିହାର୍ଯ୍ୟ।

ତେଣୁ ସରକାର ଚାଷୀଙ୍କୁ ବୁଝାନ୍ତୁ। ସେମାନଙ୍କ ମନରେ ଥିବା ସମସ୍ତ ସନ୍ଦେହ ଦୂର କରନ୍ତୁ। ତରବର ହୋଇ ସ˚ସ୍କାରକୁ ଗତିଶୀଳ ନ କରନ୍ତୁ।

ମୋ: ୯୮୬୮୭୬୬୭୦୫

ସମ୍ବନ୍ଧିତ ଖବର