ଶ୍ବେତ ପ୍ରାସାଦରେ ପ୍ରବେଶ ନ କରୁଣୁ ଜୋ ବାଇଡେନ୍ଙ୍କ କାନରେ ପଡ଼ିଲାଣି ହ˚କ˚ର ସ୍ବର। ରାଷ୍ଟ୍ରପତି ଭାବେ ଶପଥ ନ ନେଉଣୁ, ବାଇଡେନ୍ ଜାଣିସାରିଲେଣି ଯେ, ଅନ୍ତର୍ଜାତୀୟ ରାଜନୀତିରେ ଆରାମର ଅବକାଶ ନାହିଁ। ଉପ-ରାଷ୍ଟ୍ରପତି ଓ ରାଷ୍ଟ୍ରପତିଙ୍କ ଭୂମିକା ମଧ୍ୟରେ ଥିବା ବଡ଼ ବ୍ୟବଧାନ ମଧ୍ୟ ସେ ବୁଝିସାରିଲେଣି। ହ˚କ˚ର ସ୍ବରକୁ ସେ ଶୁଣି ନ ଥିବା କହିପାରିବେନାହିଁ; କାରଣ, ସେହି ସ୍ବର ଟ୍ର˚ପ୍ଙ୍କ ସମର୍ଥକଙ୍କର ନୁହେଁ, ଗଣତନ୍ତ୍ରର ସ୍ବର।
ଏକଦା ହ˚କ˚ ଥିଲା ଚାଇନା ସାମ୍ରାଜ୍ୟ ଭିତରେ। ତାହା ପରେ ପାଲଟିଥିଲା ବ୍ରିଟିସ୍ ଉପନିବେଶ। ପୂର୍ବରୁ ହୋଇଥିବା ଚୁକ୍ତି ବା ସନ୍ଧି ଅନୁଯାୟୀ ୧୯୯୭ରେ ହ˚କ˚ ଫେରିଥିଲା ଚାଇନାକୁ। ହ˚କ˚ ଗୋଟିଏ ଦେଶ, ଯାହାର ବିଧାନ ଦୁଇଟି। ଆଶା କରାଯାଉଥିଲା ଚାଇନାକୁ ହସ୍ତାନ୍ତରିତ ହେବା ପରେ, ଚାଇନାର ଅ˚ଶ ହୋଇ ରହିବ; ତେବେ, ଚାଇନିଜ୍ ଆଇନ-କାନୁନ ତାହା ପ୍ରତି ଲାଗୁହେବନାହିଁ। ମୂଳ ସନ୍ଧି ସର୍ତ୍ତମୂଳକ ଥିଲା। ସର୍ତ୍ତ ଥିଲା- ୨୦୪୭ ପର୍ଯ୍ୟନ୍ତ ହ˚କ˚ର ନିଜର ନାଗରିକ ଅଧିକାର ଓ ଲୋକତାନ୍ତ୍ରିକ ପର˚ପରା ରହିବ; ଚାଇନା ସେଥିରେ କୌଣସି ପ୍ରକାରେ ହସ୍ତକ୍ଷେପ କରିବନାହିଁ। ହ˚କ˚ର ଭୌଗୋଳିକ ସ୍ଥିତି ମଧ୍ୟ ତାହାର ସ୍ବାୟତ୍ତତା ରକ୍ଷା ପାଇଁ ବେଶ୍ ଅନୁକୂଳ। ଚାଇନା ପକ୍ଷରୁ ସନ୍ଧିକୁ ମର୍ଯ୍ୟାଦା ଦିଆଯାଉଥିବା ପର୍ଯ୍ୟନ୍ତ ହ˚କ˚ରେ ସବୁ ଠିକ୍ ଚାଲିଥିଲା। ଇ˚ଲଣ୍ତ୍ର ଲୋକତାନ୍ତ୍ରିକ ପର˚ପରା ଅନୁଯାୟୀ ହ˚କ˚ ପୁଷ୍ଟ ହୋଇଥିଲା। ଚାଇନା ଅଧୀନକୁ ଆସିବା ବେଳକୁ ଉକ୍ତ ପର˚ପରା ବଜାୟ ଥିଲା। ଅସହମତି ପାଇଁ ହ˚କ˚ର ସ୍ବାଧୀନତା ଥିଲା। କେବଳ ସେତିକି ନୁହେଁ ନୂଆ ସ˚ଗଠନ ଗଢ଼ିବା, ନୂଆ ମାର୍ଗ ଖୋଜିବା, କହିବା, ଲେଖିବା ଏବ˚ ବୟାନ ଦେବା ପାଇଁ ସ୍ବାଧୀନତା ଥିଲା। ଚାଇନା ପକ୍ଷରୁ ପ୍ରଥମେ କୌଣସି ବାଧା ଦିଆଯାଇ ନ ଥିଲା ସତ; ଧୀରେଧୀରେ ଫାଶ ଭିଡ଼ାଯାଉଥିଲା। ଫାଶ ଯେତେ ବେଳେ ଶ୍ବାସରୁଦ୍ଧ କରିବା ଆରମ୍ଭ କଲା, ପ୍ରତିବାଦର ସ୍ବର ଶୁଭିଲା। ତାହା ଅବଶିଷ୍ଟ ଦୁନିଆ କାନରେ ପଡ଼ିବାରେ ବିଳମ୍ବ ହେଲାନାହିଁ। ହ˚କ˚ର ପ୍ରତିବାଦ ଚାଇନାକୁ ଭଲଲାଗିଲାନାହିଁ। ହ˚କ˚ରୁ ଉଠୁଥିବା ପ୍ରତିଟି ସ୍ବର ତାହା ପାଇଁ ଅସହ୍ୟ ହେଲା। ଦବାଇବାକୁ ଚେଷ୍ଟା କରିବାରୁ, ତାହା ଦବିବା ପରିବର୍ତ୍ତେ ଅଧିକ ତୀବ୍ର ଭାବେ ଶୁଭିଲା।
ଚାରି ବର୍ଷ ତଳେ ହ˚କ˚ରେ ପ୍ରଥମ ଥର ପାଇଁ ପ୍ରତିବାଦ ହୋଇଥିଲା। ସେଠାକାର ସଡ଼କରେ ଯେଉଁ ଭଳି ପ୍ରତିବାଦ ହୋଇଥିଲା, ସେ ଭଳି ପୂର୍ବରୁ କେବେ ହୋଇ ନ ଥିଲା। ଯୁବା ଗୋଷ୍ଠୀ ପ୍ରତିବାଦର ନେତୃତ୍ବ ନେଇଥିଲା। କ୍ରମେ ସାରା ହ˚କ˚ ସେଥିରେ ସାମିଲ ହୋଇଥିଲା। ଭିଡ଼ା-ଟଣା ଓ କୋଳାହଳ ମଧ୍ୟରେ ଏହା ଦୁଇ ଟୁକୁଡ଼ାରେ ପରିଣତ ହେଲା: ଏକ ପକ୍ଷରେ ଚାଇନିଜ୍ ସପକ୍ଷବାଦୀ ଶାସନ ବ୍ୟବସ୍ଥା ଓ ଅମଲାତନ୍ତ୍ର ଏବ˚ ଅପର ପକ୍ଷରେ ଅବଶିଷ୍ଟ ଦେଶ। ପ୍ରତିରୋଧ ବ୍ୟାପକ ଓ ଉଗ୍ର ହେଲା। ତାହା ଅହି˚ସ ଥିଲେ ହେଁ ଶତ ପ୍ରତିଶତ ଶାନ୍ତିପୂର୍ଣ୍ଣ ନ ଥିଲା। ଶାସନତନ୍ତ୍ରର ଦମନମୂଳକ କାର୍ଯ୍ୟାନୁଷ୍ଠାନ ବିରୋଧରେ ପ୍ରତିବାଦ ଜୋର୍ଦାର ହୋଇଥିଲା, ଯାହାକୁ ପ୍ରାୟତଃ ଅହି˚ସ କହାଯାଇପାରିବ। ଗାନ୍ଧୀ ଥିଲେ, ଏହି ପରି ଆଖ୍ୟାୟିତ କରିଥାଆନ୍ତେ। ଗାନ୍ଧୀ କହୁଥିଲେ- ବିଲେଇ ପାଟିରେ ଥିବା ମୂଷା ବଞ୍ଚିବା ପାଇଁ ବିଲେଇକୁ କାମୁଡ଼ିବାକୁ ଚେଷ୍ଟା କଲେ, ତାହାକୁ ହି˚ସା କହାଯିବନାହିଁ। ଏହା ସାହସିକ କାର୍ଯ୍ୟ। ହ˚କ˚ର ଜନତା ମହାତ୍ମା ଗାନ୍ଧୀଙ୍କ ଦ୍ବାରା ଅନୁପ୍ରାଣିତ ହୋଇଥିବା କହାଯାଇପାରିବନାହିଁ। ତେବେ, ଏହା ବି କହାଯାଇପାରିବନାହିଁ ଯେ, ସେଠାରେ ମହାତ୍ମାଙ୍କ ବିଚାର ଉପସ୍ଥିତ ନ ଥିଲା। ପ୍ରତିବାଦ ପ୍ରାୟତଃ ଶାନ୍ତିପୂର୍ଣ୍ଣ ଥିବାରୁ, ସେଥିରେ ମହାତ୍ମାଙ୍କ ଛାପ ଥିବା କହାଯାଇପାରିବ। ନୈତିକ ମୂଲ୍ୟବୋଧ ଉପରେ ଆଧାରିତ ଥିବାରୁ ହ˚କ˚ର ପ୍ରତିବାଦକୁ ଆମକୁ ଦେଖିବାକୁ ହେବ ଏବ˚ ଶୁଣିବାକୁ ହେବ। ଚାଇନାକୁ ପଛକୁ ହଟିବା ପାଇଁ ଅବଶିଷ୍ଟ ଦୁନିଆ ଉକ୍ତ ରାଷ୍ଟ୍ର ଉପରେ ଚାପ ପକାଇବା ଉଚିତ ହେବ।
ଚଳିତ ବର୍ଷ ଜୁନ୍ରେ ଚାଇନିଜ୍ ସରକାର, ହ˚କ˚ ବାବଦରେ ଏକତରଫା ନିଷ୍ପତ୍ତି ନେଲା। ଚାଇନା ଦୃଷ୍ଟିରେ ହ˚କ˚ ଏକ ନଗର ମାତ୍ର। ହ˚କ˚ ନଗର ପ୍ରଶାସନକୁ ଏକ ବିଶେଷ ଅଧିକାର ଦିଆଗଲା। ଉକ୍ତ ଅଧିକାର ଅନୁଯାୟୀ ଯଦି କୌଣସି ରାଜନେତା ବା ରାଜନୈତିକ ଦଳ ବା ଗୋଷ୍ଠୀ ବା କୌଣସି ସ˚ଗଠନ ରାଷ୍ଟ୍ରୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବେ, କଠୋର ପଦକ୍ଷେପ ନିଆଯିବ। ନେତା ଓ ସ˚ଗଠନ ଉପରେ ‘ଦେଶଦ୍ରୋହ’ ମୋହର ଲଗାଯାଇପାରିବ। ଚାଇନା ପକ୍ଷରୁ ଏହା ମଧ୍ୟ ସ୍ପଷ୍ଟ କରିଦିଆଗଲା, ଯେଉଁମାନେ ହ˚କ˚ର ସ୍ବାଧୀନତା ସପକ୍ଷରେ କହୁଛନ୍ତି, ସେମାନେ ରାଷ୍ଟ୍ର ପ୍ରତି ବିପଦ ସୃଷ୍ଟି କରୁଛନ୍ତି। ଯେଉଁମାନେ ଚାଇନାର ଆଧିପତ୍ୟ ସ୍ବୀକାର କରୁନାହାନ୍ତି, ଯେଉଁମାନେ ହ˚କ˚ ମାମଲାରେ ବିଦେଶୀ ବା ବାହ୍ୟ ହସ୍ତକ୍ଷେପ ଦାବି କରୁଛନ୍ତି, ଯେଉଁମାନେ ଆନ୍ଦୋଳନରେ ଲିପ୍ତ ରହୁଛନ୍ତି, ସେମାନେ ରାଷ୍ଟ୍ରଦ୍ରୋହୀ। ଚାଇନାର ଏ ଭଳି ଘୋଷଣା ପରେ ହ˚କ˚ ନଗର ପ୍ରଶାସନ ପ୍ରଥମେ ଚାରି ଜଣ ସା˚ସଦଙ୍କୁ ସ˚ସଦରୁ ବହିଷ୍କୃତ କଲା। ଏହି ଚାରି ଜଣ ସା˚ସଦ ଆଚରଣରେ ସ˚ଯମୀ ଏବ˚ ବିଚାର ଓ ତର୍କଶୀଳ। ଅନ୍ୟ ଉଗ୍ର ସା˚ସଦଙ୍କୁ ସ୍ପର୍ଶ ନ କରି, ଏହି ଚାରି ଜଣଙ୍କୁ ବହିଷ୍କାର କରିବା, ଏକ ଚତୁର ଗୋଟି-ଚାଳନା। ହ˚କ˚ ସ˚ସଦରେ ସଦସ୍ୟ ସ˚ଖ୍ୟା ସତୁରି। ତନ୍ମଧ୍ୟରୁ ଊଣେଇଶ ଜଣ ଲୋକତନ୍ତ୍ର ସମର୍ଥକ ସ˚ଗଠନ ବଳରେ ନିର୍ବାଚନ ଜିତିଥିବା ଜଣାଯାଏ।
ଚାଇନା ସମର୍ଥକ ଡେମୋକ୍ରାଟିକ୍ ପାର୍ଟିର ଅଧ୍ୟକ୍ଷ ବୁ ଚି ବାଇ କହିଲେ- ‘ଆମେ ଏବେ ଗୋଟିଏ ଦେଶ ଓ ଦୁଇଟି ବିଧାନବାଲା ନୋହୁଁ। ନିଜର ଅଭ୍ୟନ୍ତରୀଣ ମାମଲାରେ ଆମେ ବାହ୍ୟ ଦୁନିଆର ହସ୍ତକ୍ଷେପ ଲୋଡ଼ୁନାହୁଁ। ନିଜ ସ˚ପର୍କରେ ଅବଶିଷ୍ଟ ଦୁନିଆକୁ ଅବଗତ କରାଇବା, ଆମ ପାଇଁ ଅନାବଶ୍ୟକ। ଏହା କରିବା, ନିଜ ମୃତ୍ୟୁର ଘୋଷଣା କରିବା ସହ ସମାନ।’ ଲୋକତନ୍ତ୍ରର ସମର୍ଥକମାନେ ଏହାର ଜବାବ ଦେବାକୁ ଛାଡ଼ିନାହାନ୍ତି। ଏହାର ଜବାବରେ ପ୍ରତିକ୍ରିୟା ଦେଖାଇ ନିକଟରେ ଅବଶିଷ୍ଟ ପନ୍ଦର ଜଣଯାକ ସା˚ସଦ ଏକତ୍ର ଇସ୍ତଫା ଦେଇଛନ୍ତି। ଲୋକତନ୍ତ୍ର ସମର୍ଥକଙ୍କ ପ୍ରବକ୍ତା କହିଛନ୍ତି- ‘ଯେଉଁଠି ଲୋକତନ୍ତ୍ର ନାହିଁ, ସେଇଠି ଆମେ ରହିବାର ଆବଶ୍ୟକତା ନାହିଁ।’ ଅର୍ଥାତ୍, ହ˚କ˚ର ସ˚ସଦ ଏବେ ଲୋକତନ୍ତ୍ରବିହୀନ ହୋଇଗଲା।
ଲୋକତନ୍ତ୍ରବାଦୀଙ୍କ ଏହି ପଦକ୍ଷେପ ଚାଇନା ସପକ୍ଷବାଦୀଙ୍କୁ ଆଛା କରି ପାନେ ଦେଇଛି। ସେମାନେ ଇ˚ଲଣ୍ତ୍ ବିରୋଧରେ ଚିତ୍କାର କରିଛନ୍ତି- ‘କରିଥିବା ଭୁଲ୍ ସୁଧାର!’ ତେବେ, ସେମାନେ କେଉଁ ଭୁଲ୍ କଥା କହୁଛନ୍ତି? ପ୍ରକୃତରେ ‘ବିଏଓ ପାସ୍ପୋର୍ଟ୍’ ସେମାନଙ୍କ ନିଶାଣରେ। ଏହି ପାସ୍ପୋର୍ଟ୍ ତିନି ଲକ୍ଷ ହ˚କ˚ବାସୀଙ୍କ ପାଖରେ ଅଛି। ଇ˚ଲଣ୍ତ୍ ପକ୍ଷରୁ ସେମାନଙ୍କୁ ଏହି ପାସ୍ପୋର୍ଟ୍ ମିଳିଥିଲା। ଏହା ଇ˚ଲଣ୍ତ୍ର ବୈଧ ନାଗରିକ ବନିବା ପାଇଁ ଅଧିକାର। ଏହି ପାସ୍ପୋର୍ଟ୍ଧାରୀମାନେ ହିଁ ଚାଇନା ପାଇଁ ନୈତିକ ବିପଦ। ଇ˚ଲଣ୍ତ୍ ଏହି ପାସ୍ପୋର୍ଟ୍ଗୁଡ଼ିକୁ ରଦ୍ଦ କରିବା, ଚାଇନା ଚାହେଁ। କିନ୍ତୁ, ଇ˚ଲଣ୍ତ୍ ତାହା କରୁନାହିଁ। ସର୍ବଦା ଆଶ୍ବସ୍ତ କରିଆସିଛି ଏବ˚ କହିଆସିଛି, ଯେତେ ବେଳେ ଚାହଁ ଆସିପାର; ତୁମମାନଙ୍କ ପାଇଁ ଆମ ଦ୍ବାର ସର୍ବଦା ଉନ୍ମୁକ୍ତ। ଚାଇନା ଭୟଭୀତ ହେବାର ଅନ୍ୟ ଏକ କାରଣ ବି ରହିଛି ଏବ˚ ତାହା ହେଉଛି ଆଉ ତିରିଶ ଲକ୍ଷ ନାଗରିକ, ଯେଉଁମାନଙ୍କ ଜନ୍ମ ହ˚କ˚, ଚାଇନା ଅଧୀନକୁ ଆସିବା ପୂର୍ବରୁ ହୋଇଥିଲା ଏବ˚ ସେହି ସମସ୍ତେ ‘ବିଏଓ ପାସ୍ପୋର୍ଟ୍’ ଲାଭକରିବାକୁ ବୈଧାନିକ ଭାବେ ହକଦାର। ଅର୍ଥାତ୍, ପ୍ରାୟ ପଞ୍ଚତିରିଶ ଲକ୍ଷ ନାଗରିକ ଯେତେ ବେଳେ ଚାହିଁବେ ହ˚କ˚ ଛାଡ଼ିଦେଇପାରିବେ। ସେହି ଦିନ ଦେଖିବାକୁ ଚାଇନା ପ୍ରସ୍ତୁତ ନାହିଁ। କିଛି ଅବୁଝା ଲୋକ ପୂରା ମାମଲାକୁ ପ୍ରାଚୀନ କାଳର ଗୋଷ୍ଠୀ-ବିବାଦ ଭାବେ ଦେଖୁଛନ୍ତି। ସେମାନେ ଏହା ବୁଝିପାରୁନାହାନ୍ତି ଯେ, ହ˚କ˚ ଏବେ କୌଣସି ପ୍ରାଚୀନ ରୀତି-ନୀତି ଦ୍ବାରା ପରିଚାଳିତ ନୁହେଁ। ଏହା ଲୋକତାନ୍ତ୍ରିକ ଲଢ଼େଇ ଲଢ଼ୁଛି।
ଏବେ ଅବଶିଷ୍ଟ ଦୁନିଆକୁ ଦେଖିବାକୁ ହେବ ହ˚କ˚ ଯେପରି ପୂର୍ବ-ପାକିସ୍ତାନ ବନି ନ ଯାଏ। ଏହା ଯେପରି କୌଣସି ୟାହୟା ଖାନର ଶିକାର ନ ପାଲଟେ। ଏବେ ୟାହୟା ଖାନକୁ ବିରୋଧ କରିବା ପାଇଁ କୌଣସି ଜୟପ୍ରକାଶ ନାରାୟଣ ବି ନାହାନ୍ତି, ଯିଏ ଏକ ପରାଧୀନ-ନିର୍ଯାତିତ ଅଞ୍ଚଳର ସ୍ବରକୁ ବିଶ୍ବ ଦରବାରରେ ଉପସ୍ଥାପିତ କରିବା ପାଇଁ ପ୍ରଯତ୍ନ କରିପାରିବେ। ତେଣୁ, ଆମ ସମସ୍ତଙ୍କୁ ହ˚କ˚ର ସ୍ବର ଶୁଣିବାକୁ ହେବ। ଏହା ଜରୁରୀ। ବାଇଡେନ୍ ଶୁଣନ୍ତୁ; ଆମ ଦେଶ ବି ଶୁଣୁ; ଯଦି ନ ଶୁଣିବା ଲୋକତନ୍ତ୍ର ଆମ ସ୍ବର ଶୁଣିବା ବନ୍ଦ କରିଦେବ।
ଅଧ୍ୟକ୍ଷ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଦିଲ୍ଲୀ