ଚୀନର ଚକ୍ରାନ୍ତ ଓ ମାକ୍‌ସୱେଲଙ୍କ ବହି

ପାବକ କାନୁନ୍‌ଗୋ

ଗଲା ଜୁନ୍‌ ମା‌ସରେ ଚୀନ୍‌ ସେନା ଭାରତର ସୀମାନ୍ତରେ ଅନୁପ୍ରବେଶ କଲା ପରେ ଏକ ଉ‌େତ୍ତଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇ ଅନେକ ଦିନ ଯାଏ ଯୁଦ୍ଧର ଭୟ ଲାଗି ରହିଥିଲା। ଏବେ ଯଦିଓ ସେ ଭୟ ଅନେକ ପରିମାଣରେ ଦୂରୀଭୂତ ହୋଇଛି, କିନ୍ତୁ ସୀମା ଉପରେ ଉଭୟ ପକ୍ଷର ସୈନିକ ଧାରଣା ଜମାଇ ବସିଗଲା ଭଳି ବସି ରହିଛନ୍ତି। ଏହି ପରିପ୍ରେକ୍ଷୀରେ ୧୯୬୦ ଦଶକ ସମୟର ଚୀନ୍‌ର ଚଞ୍ଚକତାପୂର୍ଣ୍ଣ କୂଟନୀତି ସ୍ମରଣକୁ ଆସିଥାଏ। ଏ ବିଷୟରେ ସମସ୍ତେ ଜାଣିବା ଜରୁରୀ। ୧୯୬୨ ଅକ୍‌ଟୋବର ୨୦ ତାରିଖ ଦିନ ଭାରତ ଉପରେ ଚୀନ୍‌ ଆକ୍ରମଣ କରିବା ଘଟଣା ଗୋଟିଏ ଦୃଷ୍ଟିରୁ ଇତିହାସର ଅ˚ଶ ହୋଇଯାଇଥିଲେ ମଧୢ ଆଜିର ପରିସ୍ଥିତିରେ ତାହାର ପ୍ରାସଙ୍ଗିକତା ରହିଛି। ନିଜ ଦେଶର ସ୍ବାର୍ଥ ସାଧନ ଲାଗି ସେ ଦେଶ କିପରି ଚଞ୍ଚକତାପୂର୍ଣ୍ଣ ମନୋଭାବ ଦେଖାଇପାରେ ଏବ˚ ବନ୍ଧୁତ୍ବର ଆଢ଼ୁଆଳରେ ବିଶ୍ବାସଘାତକ ଆଚରଣ ଦେଖାଇପାରେ, ତାହା ସମସ୍ତେ ଜାଣିବା ଉଚିତ।

ଅସ୍ଥିରତା ସୃଷ୍ଟି କରି ଭାରତକୁ ଅଡୁଆରେ ପକାଇବାର ଚୀନ୍‌ର ଇତିହାସ ପ୍ରାୟ ଷାଠିଏ ବର୍ଷର ବୋଲି କହିଲେ ଭୁଲ ହେବ ନାହିଁ। ୧୯୬୨ ଯୁଦ୍ଧରେ ଭାରତ ପରାଜିତ ହେବା ଫଳରେ ଆନ୍ତର୍ଜାତିକ ସ୍ତରରେ ଏହା କେବଳ ଅପମାନିତ ହୋଇନଥିଲା, ବିପୁଳ ଧନଜୀବନ ହରାଇଥିଲା। କିନ୍ତୁ, ଅତି ଚତୁରତାର ସହିତ ଆନ୍ତର୍ଜାତିକ ସ୍ତରରେ ଚୀନ୍‌ ଗୋଟିଏ ଧାରଣା ସୃଷ୍ଟି କରିଥିଲା ଯେ ନେହରୁଙ୍କ ଚୀନା-ବିରୋଧୀ ନୀତି ଫଳରେ ‘ନିରୀହ ଚୀନ୍‌’ କ୍ଷତିଗ୍ରସ୍ତ ହେଲା। ଜଣେ ପାଶ୍ଚାତ୍ୟ ସାମ୍ବାଦିକ ନେଭିଲ ମାକ୍‌ସ୍‌େଵଲଙ୍କ ପୁସ୍ତକ ‘ଇଣ୍ତିଆଜ୍‌ ଚାଇନା ଵାର’ ପଢ଼ି ବିଶ୍ବର ବହୁ ଅ˚ଶରେ ଲୋକେ ଧରି ନେଲେ ଯେ ଚୀନ୍‌ର କୌଣସି ଦୋଷ ନାହିଁ। ଉତ୍ତେଜନା ସୃଷ୍ଟି କରି ଯୁଦ୍ଧ ପରିସ୍ଥିତି ସୃଷ୍ଟି କରିବା ପାଇଁ ଭାରତବର୍ଷ ହିଁ ଦାୟୀ। ଏହି ବହିଟିକୁ ଚୀନା ନେତାମାନେ ଉଚ୍ଚ ପ୍ରଶ˚ସା କଲେ। ୧୯୭୧ରେ ପାକିସ୍ତାନ ରାଷ୍ଟ୍ରପତି ଭୁଟ୍ଟୋ ଚୀନ୍‌ ଗସ୍ତରେ ଯାଇଥିଲାବେଳେ ତାଙ୍କ ଉପସ୍ଥିତିରେ ଚୀନା ପ୍ରଧାନମନ୍ତ୍ରୀ ଚାଓଏନ୍‌ଲାଇ ମାକ୍‌ସ୍‌େଵଲ୍‌ଙ୍କ ପାଖକୁ ଚାଲିଯାଇ ତାଙ୍କୁ ଅଭିନନ୍ଦନ ଜଣାଇବା ସଙ୍ଗେ ସଙ୍ଗେ ଚୀନ୍‌ ଏହାଦ୍ବାରା ଉପକୃତ ହୋଇଛି ବୋଲି ପ୍ରଶ˚ସାସୂଚକ ମନ୍ତବ୍ୟ ଦେଇଥିଲେ। ପ୍ରଧାନମନ୍ତ୍ରୀ ନେହରୁ ତାଙ୍କର ସୀମାନ୍ତ ନୀତିକୁ କାର୍ଯ୍ୟକାରୀ କରିବାକୁ ପ୍ରକୃତ ସୀମାରେଖା (ଏଲ୍‌.ଏ.ସି)ରେ ଅନେକ ସ୍ଥାନରେ ସାମରିକ ଘାଟୀ ତିଆରି କରିଥିଲେ। ଫଳରେ ଚୀନ୍‌ ପକ୍ଷରୁ ବାଧୢ ହୋଇ ଆକ୍ରମଣ ହେଲା ବୋଲି ଚାଓ କହିଥିଲେ। ବିସ୍ମୟର କଥା ହେଉଛି ଯେ ମାକ୍‌ସ୍‌େଵଲଙ୍କ ଏପରି ସିଦ୍ଧାନ୍ତ ପଛରେ ଦୁଇଜଣ ଭାରତୀୟ ସେନାଧିକାରୀଙ୍କ ରିପୋର୍ଟ ଥିଲା। ଏହାକୁ ହେଣ୍ତରସନ୍‌ ବ୍ରୁକ୍‌ସ-ଭଗତ ରିପୋର୍ଟ ବୋଲି କୁହାଯାଏ। ବହିଟିକୁ ପଢ଼ି ପ୍ରେସିଡେଣ୍ଟ ନିକ୍‌ସନ ଓ ତାଙ୍କ ନିରାପତ୍ତା ପରାମର୍ଶଦାତା ହେନ୍‌ରି କିସିଞ୍ଜର ଅତି ମାତ୍ରାରେ ପ୍ରଭାବିତ ହୋଇଥିଲେ।

୧୯୬୨ର ଯୁଦ୍ଧ ପାଇଁ ‘‘ନିରୀହ ଚୀନ୍‌’’କୁ ଦୋଷ ନ ଦେଇ ନେହରୁଙ୍କ ସୀମାନ୍ତ ନୀତିକୁ ଦାୟୀ କରାଯିବ ବୋଲି ମାକ୍‌ସ୍‌େଵଲଙ୍କ ବହି ବିଶ୍ବ ଜନମତକୁ ଦୀର୍ଘ କାଳ ଧରି ପ୍ରଭାବିତ କରିଥିଲା। କିନ୍ତୁ କ୍ରମେ ସ୍ପଷ୍ଟ ହେବାରେ ଲାଗିଲା ଯେ ଅତି ସୁଚିନ୍ତିତ ଯୋଜନା କରି ଚୀନ୍‌ ନିଜର ଚଞ୍ଚକତାପୂର୍ଣ୍ଣ କୂଟନୀତିକୁ ଆଗେଇ ନେବାରେ ସଫଳ ହୋଇଥିଲା। ଆକ୍ରମଣର ସମୟ ନିର୍ଦ୍ଧାରଣ ପଛରେ ମଧୢ ସୁଚିନ୍ତିତ ଯୋଜନା ହୋଇଥିଲା। ଯେଉଁଦିନ ଚୀନ୍‌ ଆକ୍ରମଣ କଲା ସେହିଦିନ କ୍ୟୁବା କ୍ଷେପଣାସ୍ତ୍ର ସଙ୍କଟ ଚରମ ସୀମାରେ ପହଞ୍ଚିଥିଲା ଏବ˚ ଆମେରିକା ଓ ରୁଷ ସେମାନଙ୍କର ଆଣବିକ କ୍ଷେପଣାସ୍ତ୍ର ସହିତ ମୁହାଁମୁହିଁ ହୋଇଯାଇଥିଲେ। ବିଶ୍ବ ତୃତୀୟ ମହାସମରର ଦ୍ବାର ଦେଶରେ ପହଞ୍ଚିଥିଲା ବେଳେ ସୁଦୂର ଏସିଆରେ ଅଗମ୍ୟ ପାହାଡ଼ ଉପରେ କିଏ କାହା ସହିତ ଲଢୁଛି; ସେଥିପ୍ରତି କେହି ଗୁରୁତ୍ବ ଦେଇନଥିଲେ।

୨୦୧୮ରେ ସାମ୍ବାଦିକ ବର‌୍‌ଟିଲ୍‌ ଲିଣ୍ଟରଙ୍କ ‘ଚାଇନାଜ୍‌ ଇଣ୍ତିଆ ଵାର’ ପୁସ୍ତକ ପ୍ରକାଶ ହେବା ପରେ ଅର୍ଦ୍ଧଶତାବ୍ଦୀର ଯୁଦ୍ଧକାହାଣୀ ସମ୍ପର୍କରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଲା ଏବ˚ ଭାରତ ଉପରେ ନଗ୍ନ ଆକ୍ରମଣର ସୁଚିନ୍ତିତ ଯୋଜନାକୁ ଚୀନ୍‌ କିପରି ଢଙ୍ଗରେ କାର୍ଯ୍ୟକାରୀ କରିଥିଲା ତାହା ଜଣାପଡ଼ିଗଲା। ଶାନ୍ତି ଓ ବନ୍ଧୁତାରେ ବିଶ୍ବାସ କରୁଥିବା ଭାରତ ଯେ ଆକ୍ରମଣର ପନ୍ଥାକୁ ଆବୋରି ନେବ ଏହାର କୌଣସି ଠୋସ୍‌ ପ୍ରମାଣ ମିଳିଲା ନାହିଁ। ଲଦାଖରୁ ଆରମ୍ଭ କରି ନେଫା ପର୍ଯ୍ୟନ୍ତ ବିସ୍ତୃତ ସୀମା କିପରି ସୁରକ୍ଷିତ ରହିବ ତାହା ପଣ୍ତିତ ନେହରୁଙ୍କ ଅଧୢକ୍ଷତାରେ ୧୯୬୧ ନଭେମ୍ବର ୨ ତାରିଖରେ ଅନୁଷ୍ଠିତ ବୈଠକରେ ସ୍ଥିର ହୋଇଥିଲା। ପ୍ରତିରକ୍ଷାମନ୍ତ୍ରୀ କୃଷ୍ଣ ମେନନ୍‌ଙ୍କ ସହିତ ଉଚ୍ଚ ସେନାଧିକାରୀ ଏଥିରେ ଯୋଗ ଦେଇଥିଲେ।

କୌଣସି ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି କରିବାରେ ଭାରତ ଆଦୌ ଆଗ୍ରହୀ ନ ଥିଲା। ବର˚ ଏହା କହିଲେ ଠିକ୍‌ ହେବ ଯେ ୧୯୪୯ରେ ସେ ଦେଶ ପ୍ରତିଷ୍ଠା ହେବା ଦିନୁ କମ୍ୟୁନିଷ୍ଟ ନେତୃବୃନ୍ଦ ସୀମାରେ ଉତ୍ତେଜନା ସୃଷ୍ଟି କରୁଥିଲେ। ୧୯୫୯ରେ ତିବ୍ବତର ରାଜଧାନୀ ଲାସାରେ ଏକ ବଡ଼ଧରଣର ବିଦ୍ରୋହ ଦେଖାଦେଲା। ଶହ ଶହ ନାଗରିକ ଓ ବୌଦ୍ଧ ଭିକ୍ଷୁଙ୍କୁ ହତ୍ୟା କରାଗଲା। ତିବ୍ବତୀୟ ଧର୍ମଗୁରୁ ଦଲାଇଲାମାଙ୍କ ସହିତ ହଜାର ହଜାର ଶରଣାର୍ଥୀ ଭାରତକୁ ପଳାଇ ଆସିଲେ। ଭାରତ ସେମାନଙ୍କୁ ଆଶ୍ରୟ ଦେଲା। ଭାରତର ଏପରି କାର୍ଯ୍ୟରେ ଚୀନ୍‌ କ୍ଷୁବ୍‌ଧ ହୋଇ ଭାରତକୁ ଦିନେ ଉଚିତ ଶିକ୍ଷା ଦେବ ବୋଲି ସ୍ଥିର କରିଥିଲା। ୧୯୬୨ର ଯୁଦ୍ଧ ଏହି ମାନସିକତାର ପ୍ରତିଫଳନ ଥିଲା।

ଘମାଘୋଟ ଲଢ଼ାଇ ଚାଲିଥିଲା ବେଳେ ହଠାତ୍‌ ଯୁଦ୍ଧ ବିରତି କରି ଦେଇ ସ୍ଥିତାବସ୍ଥା ବଜାୟ ରଖିବାକୁ ଚୀନ୍‌ର ନିଷ୍ପତ୍ତି ଅନେକଙ୍କୁ ବିସ୍ମିତ କଲା। ଯୁଦ୍ଧ ଯେଉଁ ସ୍ଥିତିରେ ପହଞ୍ଚିଥିଲା, ସେଥିରେ ଚୀନା ସୈନ୍ୟ ସହଜରେ ଆସାମ ଓ ବ୍ରହ୍ମପୁତ୍ରର ସମତଳ ଆଡ଼କୁ ମାଡ଼ି ଆସିପାରିଥାନ୍ତେ। କିନ୍ତୁ କୌଣସି ଦେଶକୁ ଜୟ କରିବା ଚୀନ୍‌ର ଲକ୍ଷ୍ୟ ନ ଥିଲା। ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ପ୍ରମୁଖ ବିନ୍ଧାଣି ନେହରୁଙ୍କୁ ଅପମାନିତ କରି ଆଫ୍ରୋ-ଏସିଆ ଆକା˚କ୍ଷାର ପ୍ରତୀକ ବୋଲି ତାଙ୍କୁ ମିଳୁଥିବା ସ୍ବୀକୃତିକୁ ଚୀନ୍‌ ସହି ପାରୁ ନ ଥିଲା। ଭାରତ ଯୁଦ୍ଧରେ ହାରିବା ପରେ ମାଓସେତୁଙ୍ଗ ତୃତୀୟ ବିଶ୍ବର ନେତୃତ୍ବ ନେବେ ବୋଲି ଧରିନେଲେ। ଚୀନ୍‌ର ଆଭ୍ୟନ୍ତରୀଣ ପରିସ୍ଥିତି ମଧୢ ଭାରତ ଉପରେ ଆକ୍ରମଣ କରିବା ଯୋଜନାକୁ ସାକାର କଲା। ଚୀନ୍‌ରେ ମାଓଙ୍କ ନେତୃତ୍ବ ଦୁର୍ବଳ ହେଉଥିବାରୁ କୌଣସି ବାହ୍ୟ ଶତ୍ରୁ ସହିତ ଲଢ଼ିବା ଜରୁରୀ ବୋଲି ସେ ଧରି ନେଲେ। ତେଣୁ ଭାରତ ଉପରେ ଆକ୍ରମଣ କରାଗଲା।

ତେଣୁ ଚୀନ୍‌ର କୁଟିଳତାକୁ ବୁଝି ତା’ଠାରୁ ସର୍ବଦା ଧାପେ ଆଗରେ ରହି କାମ କରିବାକୁ ଆମକୁ ଇତିହାସ ଶିକ୍ଷା ଦେଇଥାଏ।

ସିଡିଏ, କଟକ
ମୋ: ୯୭୭୬୦୪୪୭୩୬

ସମ୍ବନ୍ଧିତ ଖବର