ମୁଁ ପ୍ରାରମ୍ଭରୁ ଉପସ˚ହାର ପର୍ଯ୍ୟନ୍ତ ପଢ଼ିଥିବା ପ୍ରଥମ ପୁସ୍ତକ ଜଣେ ଅଷ୍ଟ୍ରେଲିଆନ୍ଙ୍କ ଦ୍ବାରା ଲିଖିତ। ତାଙ୍କ ନାମ- କିଥ୍ ମିଲର୍ ଏବ˚ ସେ ନିଜ ଦେଶର ସର୍ବଶ୍ରେଷ୍ଠ ଅଲ୍ରାଉନ୍ଡର୍ କ୍ରିକେଟ୍ ଖେଳାଳି ଥିଲେ। ୧୯୫୬ରେ କ୍ରିକେଟ୍ରୁ ଅବସର ନେବା ପରେ ସେ ‘କ୍ରିକେଟ୍ କ୍ରସ୍ଫାୟାର୍’ ନାମକ ଆତ୍ମଚରିତ ଲେଖିଥିଲେ। ଜଣେ ଭାରତୀୟ ପ୍ରକାଶକ ସେହି ପୁସ୍ତକର ପୁନଃମୁଦ୍ରଣ କରାଇଥିଲେ। ହିମାଳୟ ପର୍ବତମାଳା ପାଦଦେଶରେ ମୁଁ ବଢ଼ୁଥିବା ଛୋଟିଆ ସହରକୁ ସେହି ପୁସ୍ତକର କିଛି କପି ବିକ୍ରି ନିମନ୍ତେ ପଠାଇଥିଲେ। ମିଲର୍ ଅବସର ନେବାର ସ˚ପୂର୍ଣ୍ଣ ଏକ ଦଶନ୍ଧି ପରେ ଉକ୍ତ ପୁସ୍ତକ ମୋ ହାତରେ ଲାଗିଥିଲା। ସ˚ଭବତଃ ଭାରତରେ ପ୍ରସାରିତ ସେହି ଶେଷ ପୁସ୍ତକଟିକୁ ମୋ ପିତା ଡେରାଡୁନର ରାଜପୁର ରୋଡ୍ସ୍ଥିତ ଏକ ପୁସ୍ତକ ଭଣ୍ତାରରୁ କିଣି, ମୋତେ ଦେଇଥିଲେ।
ସେତେ ବେଳେ ମୁଁ ବାଳକ ମାତ୍ର। ‘କ୍ରିକେଟ୍ କ୍ରସ୍ଫାୟାର୍’ ପଢ଼ୁଥିବା ବେଳେ ଦୁଇଟି କଥା ବିଶେଷ ଭାବେ ମୋ ମଗଜରେ ଲାଖିଯାଇଥିଲା। ପ୍ରଥମ- ନିଜର କପ୍ତାନ ଡନ୍ ବ୍ରାଡ୍ମ୍ୟାନ୍ଙ୍କ ପ୍ରତି ମିଲର୍ଙ୍କର ବିରୋଧାତ୍ମକ ମନୋଭାବ। ଦ୍ବିତୀୟ- ଭାରତ ଓ ଭାରତୀୟଙ୍କ ପ୍ରତି ମିଲର୍ଙ୍କର ଶ୍ରଦ୍ଧା ବା ବିଶେଷ ଅନୁରାଗ। ବ୍ରାଡ୍ମ୍ୟାନ୍ ନିଜ ବୟସର ସର୍ବଶ୍ରେଷ୍ଠ କ୍ରିକେଟ୍ ଖେଳାଳି ବୋଲି ମିଲର୍ ନିଜ ଆତ୍ମଚରିତରେ ସ୍ବୀକାର କରିଥିଲେ। ତେବେ, ତାହା ସହ ଏହା ମଧ୍ୟ ଲେଖିଥିଲେ ଯେ ଜଣେ ବ୍ୟକ୍ତି ଭାବେ ବ୍ରାଡ୍ମ୍ୟାନ୍ ଏକକ-ମନସ୍କ (single-minded) ଓ ସ୍ବାର୍ଥପର। ଅପରପକ୍ଷେ, ତାଙ୍କ ବିପକ୍ଷରେ ଖେଳୁଥିବା ଭାରତୀୟମାନଙ୍କୁ ସେ ମହାନ୍ ଖେଳାଳି ଓ ମଣିଷ ଭାବେ ଆଖ୍ୟାୟିତ କରିଥିଲେ। ଇତି ମଧ୍ୟରେ ଅର୍ଧ ଶତାବ୍ଦୀରୁ ଅଧିକ କାଳ ବିତିଗଲାଣି; ତଥାପି, ମିଲର୍ଙ୍କ ବହି ମୋ ପାଇଁ ବିସ୍ମୃତ ହୋଇନାହିଁ। ସେଥିରେ ମୁଶ୍ତାକ ଅଲୀ, ସିଏସ୍ ନାଇଡୁ, ଭିନୁ ମ˚କଡ଼ ଓ ବିଜୟ ମର୍ଚ˚ଟ ଆଦିଙ୍କ ସ˚ପର୍କରେ ସ˚କ୍ଷିପ୍ତ ଉଲ୍ଲେଖ ଥିବା ମୋର ମନେଅଛି।
୧୯୬୭ କି˚ବା ୧୯୬୮ରେ ମୁଁ ‘କ୍ରିକେଟ୍ କ୍ରସ୍ଫାୟାର୍’ ପଢ଼ିଥିଲି। ପ୍ରାୟ ଏକ ସମୟରେ ମାଡ୍ରାସ (ସହରର ନାମ ସେତେ ବେଳେ ଏହା ଥିଲା)ରୁ ‘କସ୍ତୁରୀ ଆଣ୍ତ୍ ସନ୍ସ’(ଏହି ନାମ ଏବେ ବି ରହିଛି)ଙ୍କ ଦ୍ବାରା ପ୍ରକାଶିତ ‘ସ୍ପୋର୍ଟ୍ସ ଆଣ୍ତ୍ ପାସ୍ଟାଇମ୍’(ଏବେ ଆଉ ପ୍ରକାଶିତ ହେଉନାହିଁ) ପତ୍ରିକାରେ ଜ୍ୟାକ୍ ଫିଙ୍ଗଲ୍ଟନ୍ଙ୍କ ନିବନ୍ଧମାନ ପଢ଼ିବା ଆରମ୍ଭ କରିଥିଲି। ମିଲର୍ଙ୍କର ପ୍ରାୟ ଏକ ଦଶନ୍ଧି ପୂର୍ବରୁ ବ୍ରାଡ୍ମ୍ୟାନ୍ଙ୍କ ସହ ତଥା ତାଙ୍କ ଅଧୀନରେ ଫିଙ୍ଗଲ୍ଟନ୍ ଖେଳିଥିଲେ। ପରେ ଫିଙ୍ଗଲ୍ଟନ୍ଙ୍କ କିଛି ବହି ପଢ଼ି ଜାଣିଲି, ସେ ମଧ୍ୟ ମିଲର୍ଙ୍କ ପରି ବ୍ରାଡ୍ମ୍ୟାନ୍ଙ୍କୁ ଯଦିଓ ମହାନ୍ ଖେଳାଳି ଭାବେ ଗ୍ରହଣ କରିଥିଲେ; ତେବେ, ତାଙ୍କ ବ୍ୟକ୍ତିତ୍ବ ବା ଚରିତ୍ରକୁ ପସନ୍ଦ କରୁ ନ ଥିଲେ।
ଯେଉଁ ସମୟରେ ମିଲର୍ ଓ ଫିଙ୍ଗଲ୍ଟନ୍ଙ୍କୁ ପଢ଼ିଥିଲି, ପ୍ରାୟ ସେହି ସମୟରେ ଆମ ଘରେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆନ୍ ସ୍ବର ଆସିବା ଆରମ୍ଭ ହୋଇଥିଲା। ଗତ ଶତାବ୍ଦୀର ଷଷ୍ଠ ଦଶକର ଶେଷ ଭାଗ ବେଳକୁ ଭାରତୀୟମାନଙ୍କ ଘରକୁ ଟେଲିଭିଜନ୍ ଆସି ନ ଥିଲା। ତେଣୁ, ମୋ ଭଳି କ୍ରିକେଟ୍-ପାଗଳମାନେ ରେଡିଓ ଏବ˚ ଛପା ଗଣମାଧ୍ୟମ ଉପରେ ନିର୍ଭର କରୁଥିଲେ। ୧୯୬୭-୬୮ରେ ଭାରତୀୟ କ୍ରିକେଟ୍ ଦଳର ଅଷ୍ଟ୍ରେଲିଆ ଗସ୍ତ ତଥା ଖେଳ ସ˚ପର୍କିତ କିଛି କିଛି ବିବରଣୀ ଶୁଣିଥିଲି। ଆମ ଦଳ ଚାରି-ଶୂନରେ ହାରିଥିଲା। ସେହି ବର୍ଷ ଶୀତଦିନେ େଵଷ୍ଟ୍ ଇ˚ଡିଜ୍ ଦଳ ଭାରତରେ ଖେଳିଥିଲା। ମୁଁ ଆଗନ୍ତୁକ ଦଳର ସମର୍ଥକ ଥିଲି। ସେହି ଦଳର ନେତୃତ୍ବ ନେଉଥିଲେ ବ୍ରାଡ୍ମ୍ୟାନ୍ଙ୍କଠାରୁ ଅଧିକ ମହାନ୍ ଖେଳାଳି ଗାର୍ଫିଲ୍ଡ ସୋବର୍ସ୍। ଟେଷ୍ଟ୍ କ୍ରିକେଟ୍ରେ ଆୟୋଜକ ଦେଶ ଦ୍ବାରା ସୋବର୍ସ୍ଙ୍କ ଦଳର ତିନି-ଏକ ପରାଜୟ, ମୋତେ ହତାଶ କରିଥିଲା। ‘ଏବିସି’ରେ ଖେଳର ଧାରା ବିବରଣୀ ଶୁଣିଥିଲି। ଭାଷ୍ୟକାର ଥିଲେ ସଦା ଉତ୍ଫୁଲ୍ଲିତ ଆଲାନ୍ ମ୍ୟାକ୍ଗିଲ୍ଭ୍ରେ ଏବ˚ ବିଚକ୍ଷଣ ଓ ଧ୍ୟାନଶୀଳ ଲି˚ଡ୍ସେ ହାସେ।
ଡେରାଡୁନର ଶୀତ ଅତି ଦାରୁଣ। ଡିସେମ୍ବର୍ ବା ଜାନୁଆରିର ପ୍ରଚଣ୍ତ ଥଣ୍ତାରେ ସକାଳ ପାଞ୍ଚଟାରେ ଶେଯରୁ ଉଠି ‘ଫିଲିପ୍ସ ରେଡିଓ ସେଟ୍’ ଲଗାଇବା ଅତି କଷ୍ଟକର ଥିଲା। ସେଥି ପାଇଁ ରୀତିମତ ଯୁଝିବାକୁ ହେଉଥିଲା। ରେଡିଓର ଧ୍ବନିକୁ ଯଥାସ˚ଭବ କମ୍ ରଖିବାକୁ ପଡ଼ୁଥିଲା, ଯେପରି ଘରେ ଅନ୍ୟ କାହାର ସୁନିଦ୍ରା ବ୍ୟାହତ ନ ହୁଏ। ଦାନ୍ତ ଠକ୍ଠକ୍ ବାଜୁଥିଲା ଏବ˚ ପାଦ ଥରୁଥିଲା। ତେବେ, ଅନେକ ସମୟରେ ଥଣ୍ତାକୁ ବଳି ଯାଉଥିଲା ଉତ୍ତେଜନା; ମ୍ୟାକ୍ଗିଲ୍ଭ୍ରେ ଓ ହାସେ ତଥା ସେମାନଙ୍କ ସାଥୀମାନେ କ’ଣ କହିବେ! ୧୯୭୦ ଶୀତଦିନେ େଵଷ୍ଟ୍ ଇ˚ଡିଜ୍, ଇ˚ଲଣ୍ତ୍, ପାକିସ୍ତାନ ଓ ଭାରତର ଦଳଗୁଡ଼ିକ ଅଷ୍ଟ୍ରେଲିଆ ଗସ୍ତ କରିଥିଲେ। ରେଡିଓରେ ସିଧା ପ୍ରସାରଣ ଶୁଣୁଥିଲି ଏବ˚ ପର ଦିନ ବିଭିନ୍ନ ଖବରକାଗଜରେ ତାହାର ବିବରଣୀ ପଢ଼ୁଥିଲି। ପରେ ଘରକୁ ଆସୁଥିବା କ୍ରୀଡ଼ା ପତ୍ରିକା- ‘ସ୍ପୋର୍ଟ୍ ଆଣ୍ତ୍ ପାସ୍ଟାଇମ୍’ ଓ ବମ୍ବେରୁ ପ୍ରକାଶିତ ‘ସ୍ପୋର୍ଟ୍ସଵିକ୍’ ଆରାମରେ ବସି ପଢ଼ୁଥିଲି। ବଡ଼ ହେବା ପରେ ନିଜେ ବହି କିଣିବା ଆରମ୍ଭ କଲା ପରେ ବି ଜ୍ୟାକ୍ ଫିଙ୍ଗଲ୍ଟନ୍ ଓ ରେ ରବିନ୍ସନ୍ ଆଦିଙ୍କ ପୁସ୍ତକ ପଢ଼ିଥିଲି। ରବିନ୍ସନ୍ ଯଦିଓ ମିଲର୍ ବା ଫିଙ୍ଗଲ୍ଟନ୍ଙ୍କ ସ୍ତରର ଖେଳାଳି ନ ଥିଲେ, ତଥାପି ତାଙ୍କର କ୍ରୀଡ଼ା ଶୈଳୀ ବେଶ୍ ଉଚ୍ଚକୋଟୀର ଥିଲା।
ମୋର କୈଶୋର ଓ ଯୌବନର ପ୍ରିୟ ଅଷ୍ଟ୍ରେଲିଆନ୍ମାନେ ଥିଲେ କ୍ରିକେଟ୍ ଲେଖକ ଏବ˚ କ୍ରିକେଟ୍ ଭାଷ୍ୟକାର। ଅଷ୍ଟ୍ରେଲିଆନ୍ କ୍ରିକେଟ୍ ଖେଳାଳିମାନଙ୍କୁ ସଶରୀରେ ପ୍ରଥମ ଥର ପାଇଁ ଦେଖିବା ବେଳକୁ କୋଡ଼ିଏ ବର୍ଷ ହୋଇସାରିଥିଲା। ୧୯୭୯ରେ ବେଙ୍ଗାଲୁରୁରେ ଟେଷ୍ଟ୍ ମ୍ୟାଚ୍ ବେଳେ ପ୍ରଥମ ଥର ପାଇଁ ସେମାନଙ୍କୁ ଜୀବନ୍ତ ଦେଖିଥିଲି। ସେତେ ବେଳେ ଏହି ଦଳ କେରି ପ୍ୟାକର୍ଙ୍କ ଅର୍ଥ ଦ୍ବାରା ନଷ୍ଟ ହୋଇଥିଲା। ଅଷ୍ଟମ ଦଶନ୍ଧିରେ ମୁଁ ଅଷ୍ଟ୍ରେଲିଆର ଖେଳ ଦେଖିବାକୁ ଇଚ୍ଛା କରି ନ ଥିଲି। ଏହି ଦଳ ପ୍ରତିଦ୍ବନ୍ଦ୍ବିତା ମନୋଭାବ ହରାଇଥିଲା। ଏହାର କାରଣ ଥିଲେ ପ୍ୟାକର୍। ୧୯୯୦ରେ ପରିବର୍ତ୍ତନ ଆସିଥିଲା। ୧୯୯୦-୨୦୦୦ରେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ଦଳ ବେଙ୍ଗାଲୁରୁରେ ଗୁଡ଼ିଏ ଟେଷ୍ଟ୍ ମ୍ୟାଚ୍ ଖେଳିଥିଲା। ମୁଁ ସର୍ବଦା ଷ୍ଟାଡିଅମ୍ରେ ଉପସ୍ଥିତ ରହୁଥିଲି। ପଣ୍ଟିଂ ଏବ˚ ଵ ଭ୍ରାତା ଦ୍ବୟଙ୍କ ବ୍ୟାଟି˚, ଵାର୍ନ୍ ଓ ମ୍ୟାକ୍ଗ୍ରାଥ୍ ବୋଲି˚ ଏବ˚ ଗିଲ୍ଖ୍ରିଷ୍ଟ ଓ ହିଲିଙ୍କ ଵିକେଟ୍ ରକ୍ଷଣ ଦକ୍ଷତା ଦ୍ବାରା ଚମତ୍କୃତ ହେଉଥିଲି।
ଅଷ୍ଟ୍ରେଲିଆର କ୍ରିକେଟ୍ ଖେଳାଳିଙ୍କ ବାବଦରେ ଅନେକ କିଛି ପଢ଼ିଛି, ଶୁଣିଛି ଏବ˚ ସେମାନଙ୍କ ଖେଳ ଦେଖିଛି। ସେମାନଙ୍କୁ ନେଇ ସର୍ବଶ୍ରେଷ୍ଠ ଦଳର କଳ୍ପନା ମଧ୍ୟ କରିଛି, ଯେଉଁ ଦଳରେ ବ୍ୟାଟି˚ କ୍ରମରେ ଆସିବେ: ୧. ଭିକ୍ଟର୍ ଟ୍ର˚ପର୍ ୨. ଆର୍ଥର୍ ମରିସ୍ ୩. ଡନ୍ ବ୍ରାଡ୍ମ୍ୟାନ୍ ୪. ରିକି ପଣ୍ଟିଂ ୫. ଆଲାନ୍ ବର୍ଡର୍ ୬. କିଥ୍ ମିଲର୍ ୭. ଆଡମ୍ ଗିଲ୍ଖ୍ରିଷ୍ଟ ୮. ସେନ୍ ଵାର୍ନ୍ ୯. ଡେନିସ୍ ଲିଲି ୧୦. ବିଲ୍ ଓ’ରାଇଲି ୧୧. ଗ୍ଲେନ୍ ମ୍ୟାକ୍ଗ୍ରାଥ୍।
ମୋର ସ୍ବପ୍ନର ଏକାଦଶରୁ ଷ୍ଟିଭ୍ ସ୍ମିଥ୍ଙ୍କୁ ବାଦ୍ଦେବାର କାରଣ ସେ ଏବେ ବି ଖେଳୁଛନ୍ତି। ମୋର ସଦସ୍ୟ ମନୋନୟନ ବିତର୍କ ମୁକ୍ତ ହେବନାହିଁ ବୋଲି ମୁଁ ସ˚ଦେହ କରେ। ପ୍ରଥମେ ଓପ୍ନର୍ ଯୋଡ଼ିଙ୍କୁ ନେଇ ବିତର୍କ ହେବ। ଅନେକ କ୍ରିକେଟ୍-ପ୍ରେମୀ ମାର୍କ୍ ଟେଲର୍ ଓ ମାଥ୍ୟୁ ହେଡେନ୍ଙ୍କୁ ଓପ୍ନର୍ ଭାବେ ଦେଖିବାକୁ ଚାହିଁବେ। ଏକତ୍ର ରନ୍ ବନାଇବାରେ ଦୁହେଁ ସବୁଠାରୁ ଅଧିକ ପାରଙ୍ଗମ; ଏଥିରେ କେହି ଦ୍ବିମତ ହେବେନାହିଁ। ସେମାନଙ୍କ ଖେଳ ବାରମ୍ବାର ‘ୟୁଟ୍ୟୁବ୍’ରେ ଦେଖାଯାଇପାରେ। ତେବେ, ଅଷ୍ଟ୍ରେଲିଆନ୍ କ୍ରିକେଟ୍ ସ୍ମୃତିକଥା ଓ ଜନଶ୍ରୁତିରେ ଟ୍ର˚ପର୍ଙ୍କ ସ୍ଥାନ ସ୍ବତନ୍ତ୍ର। ଗିଡିଅନ୍ ହେ ଏବ˚ ଜ୍ୟାକ୍ ଫି˚ଗଲ୍ଟନ୍ଙ୍କ ସମେତ ଅନେକ, ତାଙ୍କ ବାବଦରେ ଲେଖିଛନ୍ତି। ଟ୍ର˚ପର୍ଙ୍କ ପରି ଆର୍ଥର୍ ମରିସ୍ ମଧ୍ୟ ଜଣେ ଚମତ୍କାର ଆକ୍ରାତ୍ମକ ବ୍ୟାଟସ୍ମ୍ୟାନ୍। ଉଭୟ ପେସ୍ ଓ ସ୍ପିନ୍ ବଲ୍କୁ ସାମନା କରିବାରେ ତାଙ୍କ ଦକ୍ଷତାକୁ ଦଳୀୟ ସାଥୀ ତଥା ବିରୋଧୀମାନେ ସ୍ବୀକାର କରନ୍ତି। ତେଣୁ, ମୋ ସ୍ବପ୍ନର ଏକାଦଶରେ ଅନ୍ୟ ଦୁଇ ବାମ-ହାତୀ ଖେଳାଳି ଟେଲର୍ ଓ ହେଡେନ୍ଙ୍କୁ ନ ନେଇ ମୁଁ ମରିସ୍ଙ୍କୁ ରଖିଛି।
ଏହାକୁ ନେଇ ଆଉ ଏକ ବିତର୍କ ହୋଇପାରେ। ଏହି ଏକାଦଶର କପ୍ତାନ କିଏ ହେବେ? ବ୍ରାଡ୍ମ୍ୟାନ୍ଙ୍କୁ ଅନେକ କପ୍ତାନ ଭାବେ ଦେଖିବାକୁ ଚାହିଁବେ, ଏହା ମୁଁ ଜାଣେ। ତେବେ, ମୋର ପସନ୍ଦର କପ୍ତାନ ଆଲାନ୍ ବର୍ଡର୍। ବ୍ରାଡ୍ମ୍ୟାନ୍ଙ୍କ ଦଳ ସବୁ ବିଭାଗରେ ଭଲ ପ୍ରଦର୍ଶନ କରିବା ସହ ବେଶ୍ ଶକ୍ତିଶାଳୀ ଥିଲା। ସେମାନେ ସହଜରେ ଜିତିପାରୁଥିଲେ। ଅପରପକ୍ଷେ, ବର୍ଡର୍ ଏ ଭଳି ଏକ ସମୟରେ ଅଷ୍ଟ୍ରେଲିଆନ୍ କ୍ରିକେଟ୍କୁ ଆଗକୁ ନେଇଥିଲେ, ଯେତେବେଳେ ତାହା ସ˚କଟ ମଧ୍ୟରେ ଗତି କରୁଥିଲା। ବର୍ଡର୍ଙ୍କ ସମୟ ଅଷ୍ଟ୍ରେଲିଆର କ୍ରିକେଟ୍ ଇତିହାସରେ ଏହି ଖେଳ ପାଇଁ ସବୁଠାରୁ ଖରାପ ସମୟ ଥିଲା। ସେ ଅପେକ୍ଷାକୃତ କମ୍ ବୟସ୍କ ଓ ଅନଭିଜ୍ଞ ଖେଳାଳିଙ୍କ ପରିପୋଷଣ କରିବା ସହ ଦଳୀୟ-ସଂହତି ଗଢ଼ିଥିଲେ। ଫ୍ରାଙ୍କ୍ ଓରେଲ୍ଙ୍କ କପ୍ତାନୀରେ ସର୍ବକାଳୀନ ଶ୍ରେଷ୍ଠ େଵଷ୍ଟ୍ ଇ˚ଡିଜ୍ ଏକାଦଶ ସହ ମୋ ସ୍ବପ୍ନର ଅଷ୍ଟ୍ରେଲିଆ ଦଳ ମଧ୍ୟରେ ପ୍ରତିଯୋଗିତାରେ ମୁଁ ବ୍ରାଡ୍ମ୍ୟାନ୍ଙ୍କ ପରିବର୍ତ୍ତେ ବର୍ଡର୍ଙ୍କୁ କପ୍ତାନ ଭାବେ ଦେଖିବାକୁ ଚାହିଁବି।
ଜଣେ ଇ˚ଲିସ୍ ବ୍ୟକ୍ତିଙ୍କ ଲେଖାରୁ ଉଦ୍ଧାର କରି, ଜଣେ ଅଷ୍ଟ୍ରେଲିଆନ୍ କ୍ରିକେଟ୍ ଖେଳାଳିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ସହ ଲେଖାକୁ ଶେଷ କରିବି। ସେ ବ୍ୟକ୍ତି ଜଣକ ହେଉଛନ୍ତି ଜନ୍ ଆର୍ଲଟ୍, କ୍ରିକେଟ୍ ଲେଖକଙ୍କ ମଧ୍ୟରେ ସବୁଠାରୁ କମ୍ ସ˚କୀର୍ଣ୍ଣ। ୧୯୪୮ର ଇ˚ଲଣ୍ତ୍ ଗସ୍ତ ପରେ ଅଷ୍ଟ୍ରେଲିଆନ୍ ଖେଳାଳିଙ୍କ କ୍ରିକେଟ୍ ଖେଳ ଉପରେ ସେ ଏକ କ୍ଷୁଦ୍ର ଅଥଚ ବେଶ୍ ସୂକ୍ଷ୍ମଦର୍ଶୀ ନିବନ୍ଧ ରଚନା କରିଥିଲେ। କିଛି ପ୍ରଶ୍ନକୁ ନେଇ ଉକ୍ତ ନିବନ୍ଧ ଆରମ୍ଭ ହୋଇଥିଲା: ‘ଅଷ୍ଟ୍ରେଲିଆନ୍ କ୍ରିକେଟ୍ ଖେଳାଳିମାନେ ଭିନ୍ନ କାହିଁକି? ଅଷ୍ଟ୍ରେଲିଆ ବିରୋଧରେ ଏକ ଟେଷ୍ଟ୍ ମ୍ୟାଚ୍, ଅନ୍ୟ ଯେକୌଣସି ଦେଶ ବିରୋଧରେ ଟେଷ୍ଟ୍ ମ୍ୟାଚ୍ଠାରୁ ଭିନ୍ନ କାହିଁକି? ଏହା ଭିନ୍ନ ବୋଲି ଆମେ କାହିଁକି ଅନୁଭବ କରିଥାଉ?’ ଆର୍ଲଟ୍ ନିଜେ ଦେଖିଥିବା ବା ପଢ଼ିଥିବା ମ୍ୟାଚ୍ଗୁଡ଼ିକ ଉପରେ ଆଲୋଚନା କରିଥିଲେ ଏବ˚ ସେଥିରେ ଅଷ୍ଟ୍ରେଲିଆନ୍ ଖେଳାଳିମାନଙ୍କର କେତେକ ବିଶେଷତ୍ବ ବର୍ଣ୍ଣନା କରିଥିଲେ।
ନିଜ ନିବନ୍ଧର ଉପସ˚ହାରରେ ଆର୍ଲଟ୍ ଲେଖିଥିଲେ: ‘ଯେତେ ବେଳେ ବି ଇ˚ଲିସ୍ ଦଳ ଆସେସ୍ ଟେଷ୍ଟ୍ ଖେଳେ, ଏହା ଅଷ୍ଟ୍ରେଲିଆନ୍ ବ୍ୟାଟି˚, ବୋଲି˚, ଫିଲ୍ଡି˚, କପ୍ତାନୀ ତଥା ଅଷ୍ଟ୍ରେଲିଆନ୍ବାଦର ସାମନା କରେ। ଅଷ୍ଟ୍ରେଲିଆନ୍ବାଦର ଅର୍ଥ ବିଜୟ ପାଇଁ ଦୃଢ଼ ସ˚କଳ୍ପଭାବ- ନିୟମ ଭିତରେ ରହି ବିଜୟ; ତେବେ, ଯଦି ଆବଶ୍ୟକ ହୁଏ, ନିୟମ ମଧ୍ୟରେ ଶେଷ ସୀମା ପର୍ଯ୍ୟନ୍ତ। ଏହାର ଅର୍ଥ, ଯଦି ମଣିଷ ଅସ˚ଭବକୁ ସ˚ଭବ କରିବାକୁ ସକ୍ଷମ, ଅଷ୍ଟ୍ରେଲିଆନ୍ମାନେ ମଧ୍ୟ ତାହା କରି ଦେଖାଇପାରିବେ। ପ୍ରକୃତରେ ସେମାନେ ଅନେକ ଚମତ୍କାରୀ କରି ଦେଖାଇଛନ୍ତି। ତେଣୁ, ଭାବିଲେ ବିସ୍ମିତ ହେବାକୁ ହୁଏ, ସେମାନଙ୍କ ପାଇଁ କିଛି ଅସ˚ଭବ କି! ଏଣୁ, ସେମାନେ ସହଜରେ ହାରନ୍ତିନାହିଁ- ବିଶେଷତଃ ଟେଷ୍ଟ୍ ମ୍ୟାଚ୍- ଶେଷ ରନ୍ ସ୍କୋର୍ ନ ହେବା ଯାଏ ବା ଶେଷ ଵିକେଟ୍ ନ ଝଡ଼ିବା ଯାଏ।’
ଏହା ଥିଲା ଜଣେ ଇ˚ଲିସ୍ ବ୍ୟକ୍ତିଙ୍କ କଥନ। ତେବେ, ଆମ ଭାରତୀୟଙ୍କ ପାଇଁ ମଧ୍ୟ ଏହା ପ୍ରଯୁଜ୍ୟ। ଆମେ ଏବେ ଅଷ୍ଟ୍ରେଲିଆ ସହ ଖେଳୁଛେ। ଟେଷ୍ଟ୍ ସିରିଜ୍ ଆରମ୍ଭ ହେବାକୁ ଯାଉଛି। ଆର୍ଲଟ୍ଙ୍କ ସତୁରି ବର୍ଷ ତଳର ମନ୍ତବ୍ୟ ଏବେ ବି ଆମ ପାଇଁ ପ୍ରାସଙ୍ଗିକତା ରଖୁଛି।
(ବି.ଦ୍ର.: ରାମଚନ୍ଦ୍ର ଗୁହାଙ୍କର ପୁସ୍ତକ ‘ଦ କମନ୍େଵଲ୍ଥ ଅଫ୍ କ୍ରିକେଟ୍’ ନିକଟରେ ପ୍ରକାଶ ପାଇଛି।)