କରୋନା ମହାମାରୀ ଯୋଗୁଁ ଅର୍ଥନୀତି ଭଳି ଶିକ୍ଷା ବ୍ୟବସ୍ଥା ମଧୢ ବିପର୍ଯ୍ୟସ୍ତ। ମାର୍ଚ୍ଚ ୨୦୨୦ରେ ଶେଷ କେତୋଟି ବିଷୟରେ ପରୀକ୍ଷା ହୋଇ ନ ପାରିବାରୁ ପରୀକ୍ଷା ହୋଇ ସାରିଥିବା ବିଷୟଗୁଡ଼ିକର ହାରାହାରି ମାର୍କ ଆଧାରରେ ଦଶମ ଏବ˚ ଦ୍ବାଦଶ ଶ୍ରେଣୀର ଫଳାଫଳ ପ୍ରକାଶିତ ହେଲା। ଯେନତେନ ପ୍ରକାରେଣ ପାଠପଢ଼ାକୁ ଅବ୍ୟାହତ ରଖିବାକୁ ‘ଅନଲାଇନ’ ପାଠର ବ୍ୟବସ୍ଥା କରାଗଲା, ଯାହା ଏକ କାମଚଳା ବ୍ୟବସ୍ଥା; ଏବ˚ ଅଧିକା˚ଶ ପିଲା ତା’ର ଲାଭ ନେଇ ପାରୁନାହାନ୍ତି। ଅନ୍ୟ ପକ୍ଷରେ, ତାହା ନୂଆ ନୂଆ ସମସ୍ୟାକୁ ଜନ୍ମ ଦେଇଛି। ସାନ ପିଲା ‘ଅନଲାଇନ’ ପାଠ ବାହାନାରେ ମୋବାଇଲ ଫୋନ୍ରୁ ‘ବାଜେ’ ଜିନିଷ ଦେଖୁଛନ୍ତି ବୋଲି ଅଭିଭାବକଙ୍କ ପାଖରୁ ଅଭିଯୋଗ ଆସୁଛି। ବୟସ ବଢ଼ିବା ସହିତ ପିଲା ‘ବାଜେ’ ଏବ˚ ‘ଭଲ’ ସାମଗ୍ରୀ ମଧୢରେ ପାର୍ଥକ୍ୟ ବୁଝିପାରେ। କିନ୍ତୁ ସେହି ଜ୍ଞାନ ଆସିବା ପୂର୍ବରୁ ପିଲା ହାତରେ ଏଣ୍ତ୍ରଏଡ ମୋବାଇଲ ପଡ଼ିଯିବାରୁ ସମସ୍ୟା ହେଉଛି। କରୋନା କାଳରେ ପୁଣି ପରିବାରର ଆର୍ଥିକ ସ୍ଥିତି ଅସମ୍ଭାଳ। ସେହି ବେଳାରେ ମୋବାଇଲ ଖର୍ଚ୍ଚ ତୁଲାଇବା ସାଧାରଣ ପରିବାର ପାଇଁ କାଠିକର ହୋଇପଡୁଛି। ଏସବୁ ବାଦ୍ ବି ‘ଅନଲାଇନ’ ପାଠପଢ଼ାକୁ ନେଇ ମାଳ ମାଳ ଅନ୍ୟାନ୍ୟ ସମସ୍ୟା। ଏଭଳି ସ୍ଥିତିରେ ସାଧାରଣ ‘ଅଫ୍ଲାଇନ’ ପାଠପଢ଼ା ବ୍ୟବସ୍ଥା ଯେତେଶୀଘ୍ର ଆରମ୍ଭ ହେବ ସେତେ ଭଲ। ଅନଲାଇନ ପାଠପଢ଼ା ‘ଅଫ୍ଲାଇନ’ର ବିକଳ୍ପ ନୁହେଁ; ଅତି ବେଶି ହେଲେ ପରିପୂରକ ହୋଇପାରେ।
ଗତ କିିଛି ମାସ ମଧୢରେ କର୍ତ୍ତୃପକ୍ଷ ସ୍କୁଲ ଖୋଲିବାକୁ ନେଇ ଅନେକ ଥର ଘୋଷଣା ଓ ପୁନଃ ଘୋଷଣା କରି ସାରିଲେଣି। ସ୍କୁଲ ଖୋଲିବା ପାଇଁ ଦିନ ଧାର୍ଯ୍ୟ ହେଲା ପରେ ତାକୁ ପୁଣି ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୁଞ୍ଚା ଯାଇଛି। ଏଥିପାଇଁ କେହି କେହି କର୍ତ୍ତୃପକ୍ଷଙ୍କୁ ଦୋଷ ଦେଉଛନ୍ତି। ମାତ୍ର ଏଭଳି ଦୋଷାରୋପର କୌଣସି ଆଧାର ନାହିଁ। କରୋନା ସ˚କ୍ରମଣର ଭୟ ଯୋଗୁଁ କର୍ତ୍ତୃପକ୍ଷ ନିଷ୍ପତ୍ତି ବଦଳେଇବାକୁ ବାଧୢ ହେବା ସ୍ବାଭାବିକ। ଶେଷ ଘୋଷଣା ଅନୁସାରେ ନଭେମ୍ବର ୧୫ ତାରିଖ ପରେ ସ୍କୁଲ ଖୋଲିବା କଥା। ମାତ୍ର ସ˚କ୍ରମଣର ଦ୍ବିତୀୟ ଲହଡ଼ିର ଆଶଙ୍କା ଯୋଗୁଁ ତାହା ମଧୢ କାର୍ଯ୍ୟକାରୀ ହୋଇପାରିଲା ନାହିଁ। ଏବେ ସମସ୍ତଙ୍କର ଆଶା ଯେ ୨୦୨୧ ନୂଆବର୍ଷରେ ସ୍କୁଲ କଲେଜ ଖୋଲିବ। ସେତେବେଳକୁ ସ˚କ୍ରମଣର ଆଶଙ୍କା ଊଣା ହେବା କଥା। ଅନ୍ୟଥା ୨୦୨୦-୨୧ର ଶିକ୍ଷାବର୍ଷ ପ୍ରାୟ ବୃଥା ଗଲା ବୋଲି ଭାବିବାକୁ ହେବ।
ଯଦି ୨୦୨୧ର ନୂଆବର୍ଷରେ ସ୍କୁଲ ଖୋଲେ ପାଠପଢ଼ା ଅନ୍ତତଃ ଛଅ ମାସ ପର୍ଯ୍ୟନ୍ତ ଚାଲିବା କଥା। ପରୀକ୍ଷା ଜୁନ୍ ପୂର୍ବରୁ ନୁହେଁ। ଯେଉଁ ପାଠପଢ଼ା ଅନଲାଇନରେ ଶେଷ ହୋଇଛି ବୋଲି ସ୍କୁଲ କର୍ତ୍ତୃପକ୍ଷ ଏବ˚ ଶିକ୍ଷକ ମନେ କରୁଛନ୍ତି, ତାକୁ ମଧୢ କିଛିଦିନ ଧରି ପିଲାଙ୍କ ସାଙ୍ଗରେ ‘ଡିସ୍କସ୍’ ବା ଆଲୋଚନା କଲା ପରେ ବାକି ପାଠକୁ ପଢ଼ାଯିବା କଥା। ବିଜ୍ଞାନ ଛାତ୍ର ଏହି ‘ଅନଲାଇନ’ ଅବଧିରେ ଆଦୌ ପ୍ରାକ୍ଟିକାଲ କରିପାରିନାହାନ୍ତି। ତାକୁ ସ୍କୁଲ ଖୋଲିଲା ପରେ ଆବଶ୍ୟକ ପ୍ରାଥମିକତା ଦେବାକୁ ପଡ଼ିବ। ଉଭୟ କେନ୍ଦ୍ରୀୟ ଶିକ୍ଷା ବୋର୍ଡ ଏବ˚ ରାଜ୍ୟ ବୋର୍ଡ କରୋନା ମହାମାରୀ କାରଣରୁ ୩୦ ପ୍ରତିଶତ ପାଠକୁ ପାଠ୍ୟକ୍ରମରୁ ବାଦ ଦେବାକୁ ଘୋଷଣା କରିଛନ୍ତି। ସମସ୍ତେ ଜାଣନ୍ତି ଯେ ଏହା ପିଲାର ହିତରେ ନୁହେଁ। ତେବେ, ମୋଟ ପାଠପଢ଼ାର ଅବଧି ସ˚କୁଚିତ ହେବା କାରଣରୁ ତାହା କରାଯାଇଛି। ପରୀକ୍ଷାରେ ତହିଁରୁ ପ୍ରଶ୍ନ ନ ଆସିପାରେ, ମାତ୍ର ବିଷୟକୁ ନେଇ ସାମଗ୍ରିକ ଜ୍ଞାନ ଆହରଣ ପାଇଁ ସମ୍ପୂର୍ଣ୍ଣ ପାଠ୍ୟକ୍ରମର ଆବଶ୍ୟକତା ରହିଛି। ଖାସ୍ କରି ଉଚ୍ଚ ଶିକ୍ଷା ପାଇଁ ଏଭଳି ସ˚କୋଚନ ଆଦୌ ଠିକ୍ ନୁହେଁ। ତେଣୁ, ଏହାକୁ ଦୃଷ୍ଟିରେ ରଖି ଶିକ୍ଷକ ସ୍କୁଲ ଖୋଲିଲା ପରେ ପିଲାଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତ କରାଇବେ- ଏଥିରେ ଦ୍ବିମତ ନାହିଁ। ସ୍କୁଲ ଖୋଲିଲା ପରେ ହୁଏତ ଛୁଟିଦିନଗୁଡ଼ିକୁ ମଧୢ ପାଠପଢ଼ା ପାଇଁ ଉପଯୋଗ କରିବାକୁ ପଡ଼ିପାରେ। ଏଥିିପାଇଁ ଯେତେ ଅଧିକ ମାତ୍ରାରେ ଶିକ୍ଷକଙ୍କୁ ତତ୍ତୋଧିକ ମାତ୍ରାରେ ପିଲାଙ୍କୁ ସହଯୋଗ କରିବାକୁ ପଡ଼ିବ। ଶ୍ରେଣୀ ଗୃହରେ କେବଳ ଶାରୀରିକ ସ୍ତରରେ ଉପସ୍ଥିତ ରହିବା ଏବ˚ ପାଠପଢ଼ାର ପ୍ରକ୍ରିୟାରେ ସାମିଲ ହେବା ଏକା କଥା ନୁହେଁ। ଉଭୟ ଶିକ୍ଷକ ଏବ˚ ଶିକ୍ଷାର୍ଥୀଙ୍କ ମଧୢରେ ପାରସ୍ପରିକ ସହଯୋଗ ବିନା ପାଠପଢ଼ାର ପ୍ରକ୍ରିୟା ସମାହିତ ହୋଇପାରେନା। କେବଳ ପାଠ୍ୟକ୍ରମକୁ ସାରିବା ଲାଗି ଅଧିକ ‘କ୍ଲାସ୍’ ନେଲେ ପାଠପଢ଼ାର ପ୍ରକୃତ ଉଦ୍ଦେଶ୍ୟ ସାଧିତ ହୋଇ ପାରେନାହିଁ।
ଆମ ସ୍କୁଲ ଶିକ୍ଷା ବ୍ୟବସ୍ଥାରେ କେବଳ ଦଶମ ଏବ˚ ଦ୍ବାଦଶ ଶ୍ରେଣୀରେ ‘ପବ୍ଲିକ’ ପରୀକ୍ଷା (ସାଧାରଣ ଭାଷାରେ ‘ବୋର୍ଡ’ ପରୀକ୍ଷା) ହୋଇଥାଏ। ଯଦିଓ ଅନ୍ୟ ଶ୍ରେଣୀଗୁଡ଼ିକ ମଧୢ ମହତ୍ତ୍ବପୂର୍ଣ୍ଣ, ଏହି ଦୁଇ ଶ୍ରେଣୀକୁ ଅଧିକ ପ୍ରାଧାନ୍ୟ ଦିଆଯାଇଥାଏ। ଏବେ ଅନ୍ତତଃ ୨୦୨୧ର ନୂଆ ବର୍ଷରେ ଆଉ ଅଧିକ ବିଳମ୍ବ ନ କରି ଦଶମ ଏବ˚ ଦ୍ବାଦଶର ପାଠପଢ଼ାକୁ ସ୍କୁଲ ପରିସରରେ ଆରମ୍ଭ କରାଯିବା କଥା। କରୋନା ସ˚କ୍ରମଣର ଭୟ ଯଦି ଜାରି ରହେ, ଏହି ଉଭୟ ଶ୍ରେଣୀର ପିଲାଙ୍କୁ ଖାଲିଥିବା ଅନ୍ୟ ଶ୍ରେଣୀ ଗୃହରେ ଭାଗ ଭାଗ କରି ବସାଇ ପାଠ ପଢ଼ାଯାଇପାରେ। ସେହି ସ୍ଥିତିରେ ସ୍କୁଲର ଅନ୍ୟ ଶ୍ରେଣୀର ଶିକ୍ଷକଙ୍କୁ ମଧୢ ସେମାନଙ୍କ ପାଠପଢ଼ାରେ ନିୟୋଜିତ କରିହେବ। ଏହି ବ୍ୟବସ୍ଥା ମଧୢ ପରୀକ୍ଷାମୂଳକ ଭାବେ ଲାଗୁ ହେବା କଥା। କିଛି ଦିନର ଅନୁଭୂତି ପରେ ଯଦି ତାହା ସୁବିଧାଜନକ ଏବ˚ ଫଳପ୍ରଦ ଲାଗେ, ନବମ ଏବ˚ ଏକାଦଶ ଶ୍ରେଣୀକୁ ମଧୢ ସେହି ଢଙ୍ଗରେ ଆରମ୍ଭ କରିହେବ। ଏହା ଲାଗୁ ହେଲା ପରେ ନିଶ୍ଚିତ ରୂପେ କିଛି ‘ରିସ୍କ୍’ ବା ବିପଦର ଆଶଙ୍କା ରହିବ। ତା’ପାଇଁ ମଧୢ ବହୁତ ପ୍ରସ୍ତୁତ ରହିବାକୁ ହେବ। ନ ହେଲେ ପିଲାଙ୍କର ଅମାପ କ୍ଷତି ହେବ। ଏବେ ପିଲାମାନେ ଘରୋଇ ଟ୍ୟୁସନକୁ ଗଲେଣି। ସେଠାରେ ବି ଦଳେ ପିଲା ପାଠ ପଢୁଛନ୍ତି। ତାର ଅର୍ଥ ପିଲାମାନଙ୍କ ପାଠପଢ଼ାକୁ ଦୃଷ୍ଟିରେ ରଖି ଅଭିଭାବକମାନେ କିଛି ‘ରିସ୍କ’ ନେଉଛନ୍ତି। ତେଣୁ, ସ୍କୁଲକୁ ପିଲାମାନଙ୍କୁ ଛାଡ଼ି ସେମାନେ ସେହି ‘ରିସ୍କ’ ନେବେ ବୋଲି ଆଶା କରାଯାଇପାରେ। ଦ୍ବିତୀୟତଃ, ଦଶମ ଏବ˚ ଦ୍ବାଦଶ କିମ୍ବା ଆଦର୍ଶ ସ୍ଥିତିରେ ନବମରୁ ଦ୍ବାଦଶ ଶ୍ରେଣୀର ପିଲାମାନେ ବୟସ ଦୃଷ୍ଟିରୁ ସାମାଜିକ ଦୂରତାର ଆବଶ୍ୟକତାକୁ ବୁଝିବା ଭଳି ମାନସିକ ପରିପକ୍ବତା ରଖିବା କଥା। ଯଦି ଶ୍ରେଣୀ ଗୃହରେ ପିଲା ନିଜ ପକ୍ଷରୁ ସାମାଜିକ ଦୂରତା ରକ୍ଷା ନ କରନ୍ତି ଏବ˚ ତା’ ପାଇଁ ଶିକ୍ଷକଙ୍କ ଉପରେ ଉତ୍ତରଦାୟିତ୍ବ ରହେ; ଅଭିଭାବକ ଶିକ୍ଷକଙ୍କୁ ନିୟମର ଉଲ୍ଲ˚ଘନ ପାଇଁ ଦାୟୀ କରନ୍ତି, ଶିକ୍ଷକ ପାଠପଢ଼ା ଓ ବିଷୟ ଆଲୋଚନାକୁ ଆବଶ୍ୟକ ଧୢାନ ଦେଇ ପାରିବେ ନାହିଁ; ରିସ୍କ୍ ନେବାକୁ ମଧୢ କୁଣ୍ଠାବୋଧ କରିବେ। ଏହା ସ୍କୁଲ ଖୋଲା ଯିବାର ଉଦ୍ଦେଶ୍ୟକୁ ପରାହତ କରିପାରେ।
ସ୍କୁଲ ଖୋଲିବା ଏବ˚ ଦଶମ-ଦ୍ବାଦଶର ପରୀକ୍ଷା କଥା ବିଚାର କଲାବେଳେ କେବଳ ଓଡ଼ିଶାକୁ ଏକ ସ୍ବୟ˚ସମ୍ପୂର୍ଣ୍ଣ ୟୁନିଟ୍ ଭାବରେ ଦେଖାଯିବା କଥା ନୁହେଁ। ଏହାର ସମ୍ବନ୍ଧ ବାକି ପ୍ରଦେଶ ସହିତ ରହିଛି। ସର୍ବଭାରତୀୟ ସ୍ତରରେ ଲଗଭଗ ଏକା ସାଙ୍ଗରେ ସ୍କୁଲ ଖୋଲାଯିବା କଥା ଏବ˚ ଦଶମ-ଦ୍ବାଦଶର ପରୀକ୍ଷା ଅନୁଷ୍ଠିତ ହେବା କଥା, ଯଦିଓ ଓଡ଼ିଶା ବୋର୍ଡ ସ୍ବତନ୍ତ୍ର। ଅନ୍ୟଥା, ଓଡ଼ିଶାର ପିଲା ସମତାଳରେ ଅନ୍ୟମାନଙ୍କ ସହ ଉଚ୍ଚଶିକ୍ଷା ପାଇଁ ଅଗ୍ରସର ହୋଇପାରିବେ ନାହିଁ। ସର୍ବଭାରତୀୟ ପରୀକ୍ଷାରେ ଭାଗ ନେଲା ବେଳେ ବି ସେମାନେ କେତେକ ଅସୁବିଧାର ସମ୍ମୁଖୀନ ହେବେ। କରୋନା ମହାମାରୀରେ ସମଗ୍ର ଦେଶର ଶିକ୍ଷା ବ୍ୟବସ୍ଥା ଯେତେବେଳେ ବିପର୍ଯ୍ୟସ୍ତ, ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଓଡ଼ିଶା ଆଗକୁ ମାଡ଼ିଯିବାର ବିଚାର ଯେମିତି ଏକ ଶୁଦ୍ଧ କଳ୍ପନାବିଳାସ ମାତ୍ର, ସେମିତି ପଛରେ ପଡ଼ିିଯିବାର ନିରାଶା ମଧୢ ନିରାଧାର ମନେହୁଏ। କରୋନାରେ ସମଗ୍ର ବିଶ୍ବର ଶିକ୍ଷା ବ୍ୟବସ୍ଥା ଆଜି ଧରାଶାୟୀ। ତେଣୁ ଏହା ଦ୍ବାରା କେବଳ ଆମେ ପୀଡ଼ିତ ବୋଲି ବିଚାର କରିବା ଅନୁଚିତ।
ଏ କଥା ସତ ଯେ ସାଧାରଣ ଦୃଷ୍ଟିରେ ଦଶମ ଏବ˚ ଦ୍ବାଦଶର ପାଠ ଓ ପରୀକ୍ଷା ଅଧିକ ମହତ୍ତ୍ବପୂର୍ଣ୍ଣ। ଏହାର ଅର୍ଥ ନୁହେଁ, ପ୍ରାଥମିକ ଶ୍ରେଣୀର ପିଲାଙ୍କୁ କିମ୍ବା ସେମାନଙ୍କ ସ୍କୁଲ ପାଠକୁ ଆମେ ଅବହେଳା କରିପାରିବା। ଦ୍ବିତୀୟ ସ˚କ୍ରମଣର ଆଶଙ୍କା ଊଣା ହେବା ମାତ୍ରକେ ସେମାନଙ୍କ ପାଇଁ ସ୍କୁଲ ଖୋଲିବା କଥା। ସ୍କୁଲ ପ୍ରକ୍ରିୟାରେ ସାମିଲ ହେବା ଏକ ପ୍ରାଥମିକତା। ପାଠପଢ଼ିବା ସାଙ୍ଗରେ ସେମାନେ ସ୍କୁଲ ପରିସରରେ ଖେଳନ୍ତି ଏବ˚ ସେମାନଙ୍କ ସାଙ୍ଗସାଥୀଙ୍କ ପରିଧି ବ୍ୟାପକ ହୁଏ। ଏହା ସେମାନଙ୍କୁ ଶୈଶବର ଭରପୂର ଆନନ୍ଦ ନେବା ସାଙ୍ଗରେ ଶୃଙ୍ଖଳା, ଶାଳୀନତା ଏବ˚ ସାମୁଦାୟିକତାର ଶିକ୍ଷା ଦିଏ। ଏ କଥା ସତ ଯେ ଅନେକ ସମୟରେ ସ୍କୁଲ ଏବ˚ ଶିକ୍ଷା ବ୍ୟବସ୍ଥାକୁ ନେଇ ଆଲୋଚନା କରାଯାଏ; ସମାଲୋଚନା ମଧୢ ହୁଏ। ବ୍ୟବସ୍ଥାକୁ ସୁଧାରିବା ନିମିତ୍ତ ଏଭଳି ସମାଲୋଚନା ଜରୁରୀ ମଧୢ। କିନ୍ତୁ ତା’ ସତ୍ତ୍ବେ ଶିକ୍ଷା କ୍ଷେତ୍ରରେ ସ୍କୁଲ ବ୍ୟବସ୍ଥାର ଯେ କେତେ ଅଧିକ ଆବଶ୍ୟକ, ତାହା କରୋନା କାଳରେ ସ୍କୁଲ ବନ୍ଦ ହେବା ପରେ ଅନୁଭବ କରିହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/India-schools.jpg)