ଏବେ ପ୍ରଜାପତିଙ୍କ ମେଳଣ

ପ୍ରକୃତି ଆଲୋଚନା - ଅଲେଖ ଚନ୍ଦ୍ର ସାମଲ

ଏବେ ଶୀତ ଋତୁ। ସବୁଠି ଫୁଲ ଓ ଫଳର ସମ୍ଭାର। ଏବଂ କରୋନା ବିଭୀଷିକା ସତ୍ତ୍ବେ ଯାହା ପରିବେଶ ଓ ପ୍ରକୃତି ପ୍ରେମୀଙ୍କୁ ପୁଲକ ଆଣି ଦେଇଛି ତାହା ହେଲା ନାନା ଜାତି ପ୍ରଜାପତିଙ୍କର ମେଳଣ। ରାସ୍ତାରେ ଗାଡ଼ିମଟରର ବିଶେଷ ଭିଡ଼ ନାହିଁ। ବଣଭୋଜି ଲାଗି ଲୋକେ ହାଉଯାଉ ହେଉ ନାହାନ୍ତି। ତେଣୁ ପରିବେଶ ନିର୍ମଳ ଓ ଶାନ୍ତ।

ସୂଚନା ଯୋଗ୍ୟ ଯେ ଗାଡ଼ିମୋଟରରୁ ନିର୍ଗତ ବିଷାକ୍ତ ସଲ୍‌ଫର୍‌ ଡାଇଅକ୍‌ସାଇଡ ଗ୍ୟାସ୍‌ ପ୍ରଜାପତିମାନଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇଥାଏ। ଏଥର ସେହି ଗ୍ୟାସ୍‌ର ନିର୍ଗମନର ପରିମାଣ ଅପେକ୍ଷାକୃତ କମ୍। ପୁଣି ଏଥର ସବୁଠି ଫୁଲଫଳଙ୍କ ଅପୂର୍ବ ସମ୍ଭାର ଦେଖିବାକୁ ମିଳିଛି। ସେହିପରି ଦୋକାନ ଆଦି ବନ୍ଦ ଥିବା ହେତୁ ଶସ୍ୟକ୍ଷେତ୍ରରେ କୀଟନାଶକର ବ୍ୟବହାର କମିଲା। ତାହା ଏହି ନିରୀହ ପତଙ୍ଗମାନଙ୍କ ବିଚରଣ ଲାଗି ସୁଯୋଗ ସୃଷ୍ଟି କରିଛି। ସ˚ଖ୍ୟାଧିକ ପ୍ରଜାତିର ପ୍ରଜାପତିଙ୍କ ଲାଗି ମିଳନ ଋତୁ ସାଧାରଣତଃ ମାର୍ଚ୍ଚ ଏବ˚ ଏପ୍ରିଲ ମାସ ହୋଇଥାଏ। କରୋନାକାଳୀନ ଲକ୍‌ଡାଉନ୍‌ ଏହି ସମୟରେ ପରିବେଶକୁ ଏଭଳି ପ୍ରଦୂଷଣହୀନ ଓ କୋଳାହଳଶୂନ୍ୟ କରି ପକାଇଲା ଯେ ପ୍ରଜ‌ା‌ପତିଗୁଡ଼ିକ ଅମରାବତୀର ଆନନ୍ଦ ଲାଭ କରିଥିବେ ଅବା!

ପ୍ରଜାପତି ହୁଅନ୍ତୁ ବା ଅନ୍ୟ କୀଟପତଙ୍ଗ; ସେମାନଙ୍କର ସୁନ୍ଦର ଦୁନିଆ ଏବେ ସଙ୍କୁଚିତ ହେବାରେ ଲାଗିଛି। କେବଳ ପ୍ରକୃତିର ସୌନ୍ଦର୍ଯ୍ୟ ପାଇଁ ନୁହେଁ, ମନୁଷ୍ୟର ଅସ୍ତିତ୍ବ ପାଇଁ ମଧ୍ୟ ଏହା ବିପଦର ସଙ୍କେତ। କୀଟପତଙ୍ଗ କେବଳ ଜୈବ ବିବିଧତାର ଅ˚ଶ ନୁହନ୍ତି। ସେମାନଙ୍କର ପରିଶ୍ରମ ଏବ˚ ସେମାନଙ୍କର ସ˚ଖ୍ୟା ବହୁଳତା ପରାଗ ସଂଗମ ପାଇଁ ଜରୁରୀ; ଯାହା ଖାଦ୍ୟ ଉତ୍ପାଦନର ମୂଳ କଥା। କୀଟପତଙ୍ଗ ଦ୍ବାରା ହେଉଥିବା ପ୍ରାକୃତିକ ପରାଗ ସଂଗମ ଯୋଗୁଁ ମନୁଷ୍ୟ ଜାତିକୁ ପ୍ରାୟ ୨୨୫ରୁ ୨୩୦ ନିୟୁତ ଡଲାର ପ୍ରକୃତି ଦତ୍ତ ଖାଦ୍ୟ ଉପହାର ସ୍ବରୂପ ମିଳେ। ପରାଗ ସଙ୍ଗମରେ ସବୁଠାରୁ ସକ୍ରିୟ ଯୋଗଦାନ ଥିବା କୀଟପତଙ୍ଗ ମଧ୍ୟରେ ପ୍ରଜାପତିର ସ୍ଥାନ ମହୁମାଛି ପରେ ଦ୍ବିତୀୟରେ। ଉଦ୍‌େବଗର ବିଷୟ ଯେ ଏବେ ସାରା ବିଶ୍ବରେ ବିଶେଷ କରି ଆମେରିକା ଓ ୟୁରୋପରେ ମହୁମାଛିଙ୍କ ସ˚ଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି। ଏହା ଦ୍ବାରା ପ୍ରାକୃତିକ ମହୁ ଉତ୍ପାଦନ ହ୍ରାସ ପାଇବା ସହିତ ଫଳ ଓ ପନିପରିବା ଉତ୍ପାଦନ ମଧ୍ୟ କମ୍‌ ହେଉଛି। ତେବେ, ମହୁମାଛିଙ୍କ ସ˚ଖ୍ୟା ଏତେ ଦ୍ରୁତ ଗତିରେ କାହିଁକି ହ୍ରାସ ପାଉଛି ତାର ରହସ୍ୟ ଭେଦ ବୈଜ୍ଞାନିକମାନେ ମଧ୍ୟ କରି ପାରୁନାହାନ୍ତି। କୀଟନାଶକର ଅତ୍ୟଧିକ ବ୍ୟବହାର, ବିଶ୍ବ ଉତ୍ତପ୍ତୀକରଣ, ତେଜଷ୍କ୍ରିୟ ବିକିରଣ, ମୋବାଇଲ ଟାୱାର ଏବ˚ ପରିବେଶ ପ୍ରଦୂଷଣ ମହୁମାଛିମାନଙ୍କ ସ˚ଖ୍ୟା ହ୍ରାସର ମୁଖ୍ୟ କାରଣ ବୋଲି ପ୍ରକୃତିବିଦ୍‌ମାନେ ମତ ଦିଅନ୍ତି।

ଚୀନ୍‌ ପରେ ଭାରତ ବିଶ୍ବର ସବୁଠାରୁ ବଡ଼ ପନିପରିବା ଉତ୍ପାଦକ ଦେଶ। ଏଠି ପ୍ରତିବର୍ଷ ପ୍ରାୟ ୭୫ ଲକ୍ଷ ଟନ୍‌ ପନିପରିବା ଉତ୍ପାଦିତ ହୁଏ। ଏହା ସାରା ବିଶ୍ବର ପନିପରିବା ଉତ୍ପାଦନର ପ୍ରାୟ ୧୪ ପ୍ରତିଶତ। ପନିପରିବା ଉତ୍ପାଦନରେ କୀଟପତଙ୍ଗଙ୍କ ଦ୍ବାରା ପରାଗ ସଂଗମର ବିଶେଷ ଭୂମିକା ରହିଛି। ସେଥି ଲାଗି କୃଷିରେ ଜୈବିକ ଉର୍ବରକ ବ୍ୟବହାର କରିବା ଏବ˚ କୀଟପତଙ୍ଗମାନଙ୍କ ପ୍ରାକୃତିକ ବାସସ୍ଥାନଗୁଡ଼ିକୁ ନଷ୍ଟ ନ କରିବା ସବୁଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ। ଜାତିସ˚ଘର ଖାଦ୍ୟ ଏବ˚ କୃଷି ସ˚ଗଠନ (ଫୁଡ୍ ଆଣ୍ତ ଏଗ୍ରିକଲ୍‌ଚର ଅର୍ଗାନାଇଜେସନ୍‌)ର ରିପୋର୍ଟ ଅନୁଯାୟୀ ବିଶ୍ବର ୧୫୦ଟି ଦେଶରେ ଖାଦ୍ୟଶସ୍ୟର ଶହେଟି ମୁଖ୍ୟ ପ୍ରଜାତି ବିଶ୍ବର ୯୦ ପ୍ରତିଶତ ଜନସ˚ଖ୍ୟାର ଖାଦ୍ୟ ଆବଶ୍ୟକତା ପୂରଣ କରେ। ଏଗୁଡ଼ିକ ମଧ୍ୟରୁ ୭୧ଟି ପ୍ରଜାତି ଫସଲର ପରାଗ ସଙ୍ଗମ ମହୁମାଛି ଦ୍ବାରା ହୋଇଥାଏ। ଏହି ସମସ୍ୟାକୁ ଗୁରୁତ୍ବର ସହ ବିଚାର କରି ଏଫ୍‌ଏଓ ଭାରତ ସମେତ ୭ଟି ଦେଶର କୀଟପତଙ୍ଗ ସ˚ଖ୍ୟା ହ୍ରାସକୁ ରୋକିବା ଏକ ବଡ଼ ଦାୟିତ୍ବ। ସର୍ବେକ୍ଷଣରୁ ଜଣାପଡ଼ିଛି ବ୍ରିଟେନ୍‌ରେ ୨୦୧୨ ଓ ୨୦୧୮ ମସିହାରେ ମହୁମାଛିଙ୍କ ସ˚ଖ୍ୟା ୨୨.୧୨ ପ୍ରତିଶତ ହ୍ରାସ ପାଇଛି। ଇଟାଲିରେ ଏମାନଙ୍କ ସ˚ଖ୍ୟା ୪୦ରୁ ୫୦ ପ୍ରତିଶତ ହ୍ରାସ ପାଇଛି। ଭାରତରେ ମଧ୍ୟ ସେମାନଙ୍କ ସ˚ଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି। ସେହି ଦୃଷ୍ଟିରୁ ଚଳିତ ବର୍ଷ ଅଧିକ ସଂଖ୍ୟକ ପ୍ରଜାପତି ଦେଖା ଦେବା ଅନେକ ପ୍ରକୃତି‌େପ୍ରମୀଙ୍କ ଲାଗି ଆନନ୍ଦ ଆଣି ଦେଇଛି।

ମୋ- ୯୪୩୭୨୫୭୧୨୩

ସମ୍ବନ୍ଧିତ ଖବର