ଭାରତ ଏବେ ବିଶ୍ବ ହାରାହାରିର ଏକ ତୃତୀୟା˚ଶ ଊର୍ଜା ବ୍ୟବହାର କରୁଛି। ଆମେ ଆଗକୁ ଆହୁରି ଅଧିକ ଊର୍ଜା ବ୍ୟବହାର ଦିଗରେ ଅଗ୍ରସର ହେବା ସମୟରେ ଭାରତକୁ ଅନେକ ଅଭିନବ ଆହ୍ବାନର ମୁକାବିଲା କରିବାକୁ ପଡ଼ିବ। ଊର୍ଜା କ୍ଷେତ୍ରରେ ଆମର କ୍ରମବର୍ଦ୍ଧିଷ୍ଣୁ ଆବଶ୍ୟକତାର ପୂରଣ ଏବ˚ ଏହା ଆବଶ୍ୟକତା ଅନୁସାରେ ପାଇବା ପାଇଁ ମଧ୍ୟ ଆମର କିଛି ବାଧ୍ୟବାଧକତା ରହିଛି। ବିଦେଶରୁ ଆମଦାନି ହେଉଥିବା ତୈଳ ଆଦିକୁ କମାଇବା ସହିତ ଆମ ଊର୍ଜା ଗ୍ରିଡ ବ୍ୟବସ୍ଥାକୁ ପ୍ରଦୂଷଣମୁକ୍ତ କରି ସ୍ବଳ୍ପ ମୂଲ୍ୟରେ ଶକ୍ତି ଯୋଗାଇ ଦେବାକୁ ପଡ଼ିବ। ଏଥିପାଇଁ ଊର୍ଜା ଉତ୍ପାଦନର ପୁରୁଣା ଉତ୍ସଗୁଡ଼ିକୁ ବଦଳାଇ ମାନବୀୟ ପୁଞ୍ଜିକୁ ବ୍ୟବହାର କରି ନିଯୁକ୍ତି ବଢ଼ାଇବା ସହ ଶକ୍ତି କ୍ଷେତ୍ରରେ ନୂଆ ପ୍ରୟାସ ଓ ସ˚ରଚନା ସୃଷ୍ଟି କରିବାକୁ ହେବ। କହିବା ଅନାବଶ୍ୟକ ଯେ ଊର୍ଜାକ୍ଷେତ୍ରର ଏହି ସନ୍ଧିକ୍ଷଣରେ ଆମର ଆବଶ୍ୟକତା ପୂରଣ ପାଇଁ ବଡ଼ ଧରଣର ଆହ୍ବାନ ରହିଛି ଏବ˚ ସେଥିପାଇଁ ନୂତନ ବିଚାର ଜରୁରୀ ହୋଇପଡ଼ିଛି। ମୁଁ ଯେଉଁ ମନ୍ତ୍ରଣାଳୟର ଦାୟିତ୍ବରେ ଅଛି ତା’ ପାଇଁ ଏହି ପ୍ରସଙ୍ଗଟି ବିଶେଷ ମହତ୍ତ୍ବ ରଖେ। ତୈଳ ଓ ପ୍ରାକୃତିକ ବାଷ୍ପ ଉଦ୍ୟୋଗ ଊର୍ଜା କ୍ଷେତ୍ରରେ ଜଳବାୟୁ ପରିବର୍ତ୍ତନ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। କାରଣ ତୈଳ ଓ ବାଷ୍ପ ଦହନ ଯୋଗୁଁ ସୃଷ୍ଟି ହେଉଥିବା ଅଙ୍ଗାରକାମ୍ଳର କୁପ୍ରଭାବ ପରିବେଶ ଉପରେ ପଡୁଛି। ତେଣୁ ବିକଳ୍ପ ଓ ପରିବେଶ ଅନୁକୂଳ ଇନ୍ଧନର ଆବଶ୍ୟକତା ଅପରିହାର୍ଯ୍ୟ ହୋଇପଡ଼ିଛି। ଆମେ ଆମର ଅଶୋଧିତ ତୈଳ ଆବଶ୍ୟକତାର ୮୫ ଶତା˚ଶ ଏବ˚ ଗ୍ୟାସ୍ ଆବଶ୍ୟକତାର ୫୬ ଶତା˚ଶ ଆମଦାନି କରିଥାଉ। ଏହା ଆମର ଘରୋଇ ଆବଶ୍ୟକତା ପୂରଣ ପାଇଁ ଉଦ୍ଦିଷ୍ଟ ଏବ˚ ଅପରିହାର୍ଯ୍ୟ। ଅତଏବ ଏହାର ବିକଳ୍ପ ହାସଲ କରିବା ଏବ˚ ଇନ୍ଧନ ଆବଶ୍ୟକତା ପୂରଣ କରିବା ଏକ କଠିନ ବ୍ୟାପାର। ଏହି ପ୍ରସଙ୍ଗରେ ଜୈବ ଇନ୍ଧନ ଏକ ବଡ଼ ମାଧ୍ୟମ; ଯାହା ଏହି ତୈଳ ଓ ଗ୍ୟାସ୍ ଆମଦାନିକୁ ହ୍ରାସ କରିବାରେ ବିଶେଷ ସହାୟକ ହୋଇପାରିବ।
ବିଗତ କେତେବର୍ଷ ମଧ୍ୟରେ ଇଥାନଲ, କମ୍ପ୍ରେସ୍ଡ ବାୟୋଗ୍ୟାସ୍ ଏବ˚ ବାୟୋ ଡିଜେଲ କ୍ଷେତ୍ରରେ ଦେଶରେ କିଛି ପ୍ରଗତି ହାସଲ ହୋଇଛି। ଏ ସମସ୍ତ ବିଭିନ୍ନ ପ୍ରକାର ଜୈବ ଇନ୍ଧନ। ଏହି ଇନ୍ଧନ ମଧ୍ୟ ଆମ ଚାଷୀଙ୍କ ଆୟ ଉପରେ ସକାରାତ୍ମକ ପ୍ରଭାବ ପକାଇପାରିବ ଏବ˚ ସେମାନଙ୍କ ସୁଖ ସ୍ବାଚ୍ଛନ୍ଦ୍ୟ ବୃଦ୍ଧିରେ ସହାୟକ ହେବ। ଏହା ମଧ୍ୟ ଆମର ଇନ୍ଧନ ଆମଦାନି ହ୍ରାସରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିପାରିବ। ୨୦୨୨ ସୁଦ୍ଧା ଆମେ ପେଟ୍ରୋଲରେ ୧୦ ଭାଗ ଇଥାନଲ ମିଶାଇବାକୁ ଲକ୍ଷ୍ୟ ରଖିଛୁ। ୨୦୩୦ ସୁଦ୍ଧା ଏହି ପରିମାଣକୁ ୨୦ ଶତା˚ଶକୁ ବଢ଼ାଇବା ପାଇଁ ମଧ୍ୟ ଆମର ଲକ୍ଷ୍ୟ ରହିଛି। ଏହାଦ୍ବାରା ଯାନବାହନଗୁଡ଼ିକରୁ ନିର୍ଗତ ହେଉଥିବା ଅଙ୍ଗାରକାମ୍ଳ ଯଥେଷ୍ଟ ହ୍ରାସ ପାଇବ।
୨୦୧୯ରେ ସାଧାରଣତନ୍ତ୍ର ପରେଡରେ ଭାରତୀୟ ବାୟୁସେନା ପକ୍ଷରୁ ଯେଉଁ ଉଡ଼ାଣ କୌଶଳ ପ୍ରଦର୍ଶନ କରାଯାଇଥିଲା ସେଥିରେ ଭାଗ ନେଇଥିବା ମୁଖ୍ୟ ବିମାନରେ ପାରମ୍ପରିକ ଓ ଜୈବ ଇନ୍ଧନକୁ ମିଶାଇ ଏକ ମିଶ୍ରିତ ଇନ୍ଧନ ପ୍ରଥମ ଥର ପାଇଁ ବ୍ୟବହାର କରାଯାଇଥିଲା। ଏହା ଥିଲା ଭାରତ ସରକାରଙ୍କ ବିକଳ୍ପ ଇନ୍ଧନ ଉତ୍ସ ସନ୍ଧାନର ଅଙ୍ଗୀକୃତ ନିଷ୍ପତ୍ତିର ପ୍ରତୀକ। ଇଥାନଲ ପାଇଁ ଆବଶ୍ୟକ ହେଉଥିବା ମୌଳିକ କଞ୍ଚାମାଲ ଭାରତରେ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ। ଏହା ଆଖୁ ଏବ˚ ଏହାର ଉପଜାତ ସାମଗ୍ରୀରୁ ମିଳିଥାଏ। ଏଥିରୁ ଆମେ ଆମ ଇଥାନଲ ଆବଶ୍ୟକତାର ୯୦ ଶତା˚ଶରୁ ଅଧିକ ପାଇପାରିବା ଏବ˚ ଏହା ଆମ ମନ୍ତ୍ରଣାଳୟର ଇଥାନଲ ମିଶ୍ରିତ ପେଟ୍ରୋଲ ପ୍ରସ୍ତୁତିର ଆବଶ୍ୟକତା ପୂରଣ କରିବାକୁ ଯଥେଷ୍ଟ। ଏହି କାର୍ଯ୍ୟକ୍ରମ ଦ୍ବାରା ଚାପଗ୍ରସ୍ତ ଆଖୁ ଉଦ୍ୟୋଗରେ ପ୍ରାଣ ସଞ୍ଚାର ହେବ ଏବ˚ ସେମାନେ ଏହାକୁ ବିକ୍ରୟ କରି ଏକ ବିକଳ୍ପ ରୋଜଗାର ଉତ୍ସ ପାଇବେ। ଏହି କାର୍ଯ୍ୟକ୍ରମ ମଧ୍ୟ ଇଥାନଲ ଉତ୍ପାଦନ ପାଇଁ ଆଖୁ ଯୋଗାଣକୁ ପ୍ରୋତ୍ସାହିତ କରିବ। ଏହା ଫଳରେ ଅଧିକ ଚିନି ଉତ୍ପାଦନ ଜନିତ ସମସ୍ୟା ସମାଧାନ ହେବା ସହ ଏହି ଉଦ୍ୟୋଗ ମଧ୍ୟ ମାନ୍ଦାବସ୍ଥାରୁ ମୁକୁଳିବ। ଉତ୍ପାଦନ ଅନୁସାରେ ଚିନିର ବିକ୍ରିବଟା ପାଇଁ ଯଥେଷ୍ଟ ବଜାର ଚାହିଦା ନ ଥିବାରୁ ଏହି ଶିଳ୍ପରେ ମାନ୍ଦାବସ୍ଥା ସୃଷ୍ଟି ହୋଇଛି। ଫଳରେ ଆଖୁକଳଗୁଡ଼ିକୁ ଚାଷୀ ଆଖୁ ବିକି ମଧ୍ୟ ଅନେକ ଦିନ ପର୍ଯ୍ୟନ୍ତ ସେମାନଙ୍କର ପ୍ରାପ୍ୟ ପାଇପାରୁ ନାହାନ୍ତି। ନୂଆ ବ୍ୟବସ୍ଥାରେ ସେ ସମସ୍ୟାର ସମାଧାନ ହୋଇପାରିବ। କାରଣ ଚିନି ପରିବର୍ତ୍ତେ ଇଥାନଲ ଉତ୍ପାଦନ ହେଲେ ତାହାର ବଜାର ଚାହିଦା ଥିବାରୁ ଏହା ଶୀଘ୍ର ବିକ୍ରି ହୋଇପାରିବ ଏବ˚ ଚାଷୀଙ୍କୁ ସେମାନଙ୍କ ପ୍ରାପ୍ୟ ପାଇଁ ଅପେକ୍ଷା କରିବାକୁ ପଡ଼ିବ ନାହିଁ।
୨୦୧୩-୧୪ରେ ଦେଶରେ ୩୮ କୋଟି ଲିଟର ଇଥାନଲ ଯୋଗାଣ ହୋଇଥିବା ବେଳେ ୨୦୧୯ରେ ଏହା ୧୮୯ କୋଟି ଲିଟରରେ ପହଞ୍ଚି ଥିଲା। ଚଳିତ ବର୍ଷ ବିଭିନ୍ନ ଚିନିକଳ, ଗୁଡ଼ ରନ୍ଧାଶାଳ, ବିଭିନ୍ନ ମଦ ପ୍ରସ୍ତୁତି ଭାଟି ଓ ଶସ୍ୟଭିିତ୍ତିକ ଭାଟିରୁ ୩୫୦ କୋଟି ଲିଟର ଇଥାନଲ ସ˚ଗୃହୀତ ହେବାର ଆଶା କରାଯାଉଛି। ଆଖୁ ବ୍ୟତୀତ ଇଥାନଲ ମଧ୍ୟ ବିଭିନ୍ନ ପ୍ରକାର ପଚାଶଢ଼ା ଖାଦ୍ୟଶସ୍ୟ ଖଣ୍ତସାରୀ ଜାତୀୟ ଗୁଡ଼ ଓ ପାଣିଆ ଗୁଡ଼ ତଥା ଆଖୁ ଦୋରୁଅରୁ ମିଳିଥାଏ। ଏହିସବୁ କ୍ଷେତ୍ରରୁ ସ˚ଗୃହୀତ ହୋଇଥିବା ଇଥାନଲ ବାବଦରେ ଗତ ୬ ବର୍ଷ ମଧ୍ୟରେ ଚାଷୀମାନଙ୍କୁ ପ୍ରାୟ ୩୫ ହଜାର କୋଟି ଟଙ୍କା ଯୋଗାଇ ଦିଆଯାଇଛି। ତୈଳ କ˚ପାନିମାନେ ଧାର୍ଯ୍ୟ ମୂଲ୍ୟରେ ଏ ସବୁ ଇଥାନଲ କିଣିବାର ବ୍ୟବସ୍ଥା କରାଯାଇଛି। ଏହିସବୁ ଇଥାନଲ ଚିନିକଳ ଓ ଡିଷ୍ଟିଲାରି ଗୁଡ଼ିକରୁ କ୍ରୟ କରାଯାଉଛି। ଫଳରେ ଚାଷୀମାନେ ବିଶେଷ ଉପକୃତ ହେଉଛନ୍ତି। ଏହି ବ୍ୟବସ୍ଥା ଦ୍ବାରା ଚାଷୀମାନଙ୍କୁ ସେମାନଙ୍କ ଦେୟ ପ୍ରଦାନ ପ୍ରକ୍ରିୟାରେ ଉନ୍ନତି ଆସିଛି। ତୈଳ କ˚ପାନିଗୁଡ଼ିକ ଇଥାନଲ କ୍ରୟ ବାବଦ ଅର୍ଥ ୨୧ ଦିନ ମଧ୍ୟରେ ସ˚ପୃକ୍ତ ଡିଷ୍ଟିଲାରିକୁ ପ୍ରଦାନ କରୁଛନ୍ତି। ଫଳରେ ଚାଷୀମାନେ ସ˚ପୃକ୍ତ ଡିଷ୍ଟିଲାରିରୁ ନିଜର ଅର୍ଥ ସିଧାସଳଖ ପାଇପାରୁଛନ୍ତି। ଆଗରୁ ଏହି ପ୍ରାପ୍ୟ ପ୍ରଦାନ ପ୍ରକ୍ରିୟା ବିଳମ୍ବିତ ହେଉଥିଲା ଏବ˚ ଚିନିକଳ ଗୁଡ଼ିକରୁ ଚାଷୀମାନଙ୍କୁ ପ୍ରାପ୍ୟ ପାଇବାକୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଥିଲା। ଭାରତୀୟ ଖାଦ୍ୟ ନିଗମ ପାଖରେ ବଳକା ରହୁଥିବା ଚାଉଳ ଏବ˚ ବଜାରରେ ଉପଲବ୍ଧ ହେଉଥିବା ମକାକୁ ଅତିରିକ୍ତ ମୌଳିକ ସାମଗ୍ରୀ ଭାବେ ବ୍ୟବହାର କରି ସେଥିରୁ ଇଥାନଲ ବାହାର କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଚଳିତ ବର୍ଷଠାରୁ ଏହା କାର୍ଯ୍ୟକାରୀ ହେବ। ଫଳରେ ଚାଷୀମାନେ ସେମାନଙ୍କ ଉତ୍ପାଦିତ ସାମଗ୍ରୀ ପାଇଁ ଆଉ ଏକ ବିକଳ୍ପ ବଜାର ସୁବିଧା ପାଇବେ।
ବାୟୋ ଡିଜେଲ ପାଇଁ ୨୦୧୮ରେ ଏକ ଜାତୀୟ ନୀତି ପ୍ରଣୀତ ହୋଇଛି। ତଦନୁସାରେ ୨୦୩୦ ସୁଦ୍ଧା ଡିଜେଲରେ ୫ ଶତା˚ଶ ବାୟୋ ଡିଜେଲ ମିଶାଇବାର ଲକ୍ଷ୍ୟ ରଖାଯାଇଛି। ଏହି ନୀତି ଦ୍ବାରା ବାୟୋ ଡିଜେଲ ଉତ୍ପାଦନ ପାଇଁ ଅଣଖାଦ୍ୟ ତୈଳବୀଜ, ରନ୍ଧନରେ ବ୍ୟବହୃତ ହୋଇ ସାରିଥିବା ତେଲ ଓ ସ୍ବଳ୍ପ ସମୟାବଧି ଫସଲର ଯୋଗାଣ ବ୍ୟବସ୍ଥା ବା ସପ୍ଳାଇ ଚେନ୍ ବଢ଼ିବ। ବିଭିନ୍ନ ରାଜ୍ୟରେ ଏହି ତୈଳବୀଜ ଚାଷ ପାଇଁ ଯଥେଷ୍ଟ ଜମି ଓ ଅନୁକୂଳ ପରିବେଶ ରହିଛି। ଚାଷୀମାନେ ବ୍ୟବସାୟିକ ଭିିତ୍ତିରେ ଏହି ଫସଲ ଚାଷକରି ଲାଭବାନ ହୋଇପାରିବେ। ବିଭିନ୍ନ ତୈଳ କ˚ପାନି ଦ୍ବାରା ହାଇସ୍ପିଡ୍ ଡିଜେଲରେ ମିଶାଇବା ପାଇଁ ବାୟୋ ଡିଜେଲ କ୍ରୟ କରାଯାଉଛି। ୨୦୧୫-୧୬ରେ ୧.୧୯ କୋଟି ଲିଟର ବାୟୋ ଡିଜେଲ କିଣା ଯାଇଥିବାବେଳେ ଗତବର୍ଷ ଏହା ୧୦.୫୫ କୋଟି ଲିଟରରେ ପହଞ୍ଚିଥିଲା।
‘ସତତ୍ ଯୋଜନା’ ବା ସୁଲଭ ପରିବହନ ପାଇଁ ଧାରଣକ୍ଷମ ବିକଳ୍ପ କାର୍ଯ୍ୟକ୍ରମ ୨୦୧୮ ଅକ୍ଟୋବରରେ ଦେଶରେ ଆରମ୍ଭ କରାଯାଇଥିଲା। ଏହି ଯୋଜନାରେ କମ୍ପ୍ରେସ୍ଡ ବାୟୋଗ୍ୟାସ୍ ବା ସିବିଜି ଉତ୍ପାଦନ ବୃଦ୍ଧି ପାଇଁ ଏକ ଅନୁକୂଳ ପରିବେଶ ତିଆରି କରିବାର ଲକ୍ଷ୍ୟ ଥିଲା। ଏହି ଯୋଜନାରେ ୨୦୩୦ ସୁଦ୍ଧା ୫ ହଜାର ସିବିଜି ପ୍ଲାଣ୍ଟ ସ୍ଥାପନ କରି ବାର୍ଷିକ ୧୫ ନିୟୁତ ମେଟ୍ରିକ ଟନ୍ ଏଭଳି ଗ୍ୟାସ୍ ଉତ୍ପାଦନ କରିବାର ଲକ୍ଷ୍ୟ ରଖାଯାଇଛି। ଏ ବାବଦରେ ଯେତେ ସିବିଜି ଉତ୍ପାଦିତ ହେବ ତାହା ୫୪ ଏମ୍ଏମ୍ଏସ୍ସିଏମ୍ଡି ଗ୍ୟାସ୍ ସହ ସମାନ। ଏହି ପ୍ରୟାସରେ ୧.୭୫ ଲକ୍ଷ କୋଟି ଟଙ୍କା ନିବେଶର ସୁଯୋଗ ରହିଛି ଏବ˚ ଏହାଦ୍ବାରା ୭୫ ହଜାର ଲୋକଙ୍କ ପାଇଁ ପ୍ରତ୍ୟକ୍ଷ କର୍ମନିଯୁକ୍ତି ସୁବିଧା ସୃଷ୍ଟି ହୋଇପାରିବ।
ଏ ସବୁ ପ୍ରସ୍ତାବିତ ପ୍ଲାଣ୍ଟ ମଧ୍ୟରୁ ଅଧିକା˚ଶ ଛଣ, କୁଟା, ଘାଗି ଭଳି ଫସଲ ଅବଶେଷ ତଥା ଜୈବିକ ପଦାର୍ଥକୁ କଞ୍ଚାମାଲ ଭାବେ ବ୍ୟବହାର କରିବେ। ସେଥିରୁ ସିବିଜି ଉତ୍ପାଦିତ ହେବ। କୃଷି ପ୍ରଧାନ ରାଜ୍ୟ ହରିଆନା, ପଞ୍ଜାବ ଓ ଉତ୍ତର ପ୍ରଦେଶରେ ଏସବୁ ପ୍ଲାଣ୍ଟ ବସିବ। ‘ସତତ୍ ଯୋଜନା’ କେବଳ ପରିବେଶର କ୍ଷତିସାଧନ କରୁଥିବା ସବୁଜ ଗୃହ ଗ୍ୟାସ୍ (ଜିଏଚ୍ଜି)କୁ ହ୍ରାସ କରିବ ନାହିଁ। ଏହା ମଧ୍ୟ ଜମିରେ ଫସଲ ଅବଶେଷ ଜାଳିବା କାର୍ଯ୍ୟକୁ ଯଥେଷ୍ଟ କମାଇବ। ଏହାଦ୍ବାରା ଦିଲ୍ଲୀ ଭଳି ସହରରେ ବାୟୁ ପ୍ରଦୂଷଣ ଯଥେଷ୍ଟ ହ୍ରାସ ପାଇବ। ଆହୁରି ମଧ୍ୟ ଏହାଦ୍ବାରା ଗ୍ରାମାଞ୍ଚଳରେ ନିଯୁକ୍ତି ସୁବିଧା ସୃଷ୍ଟିହେବା ସହିତ ଆବର୍ଜନା ପରିଚାଳନା କାର୍ଯ୍ୟ ସୁସ˚ହତ ହୋଇ ଚାଷୀଙ୍କ ଆୟ ବୃଦ୍ଧିରେ ସହାୟକ ହେବ। ଏହି କାର୍ଯ୍ୟକ୍ରମରେ ସେମାନଙ୍କର ବ୍ୟବହାରରେ ଲାଗୁ ନ ଥିବା ଜୈବିକ ପଦାର୍ଥର ବିନିଯୋଗ ହୋଇପାରିବ ଓ ସେମାନେ ଏହା ଦ୍ବାରା ଲାଭବାନ ହେବେ। ସେହିଭଳି ସିବିଜି ପ୍ଲାଣ୍ଟରୁ ଯେଉଁ ଉପଜାତ ବା ବର୍ଜ୍ୟବସ୍ତୁ ନିର୍ଗତ ହେବ ସେଗୁଡିକ ଜୈବ ଖତସାର ଭାବେ କୃଷିକ୍ଷେତ୍ରରେ ବ୍ୟବହୃତ ହୋଇପାରିବ। ଏକ ଜୈବ ଇନ୍ଧନ ଯୋଗାଣ ବ୍ୟବସ୍ଥାରେ ସ˚ପୃକ୍ତ ପକ୍ଷଗୁଡ଼ିକ ଗ୍ରାମାଞ୍ଚଳରେ ପରିତ୍ୟକ୍ତ ଓ ବ୍ୟବହୃତ ହେଉ ନ ଥିବା ସାମଗ୍ରୀଗୁଡ଼ିକୁ ପୁନଃ ପ୍ରକ୍ରିୟାକୃତ କରି ଏକ ନୂଆ ଚକ୍ରାକାର ଅର୍ଥନୀତି ସୃଷ୍ଟି କରିବାରେ ସହାୟକ ହେବ। ଏହାଦ୍ବାରା ପାରିବେଶିକ, ସାମାଜିକ, ଆର୍ଥିକ ଓ ସ୍ବାସ୍ଥ୍ୟଗତ ଲାଭ ବିଭିନ୍ନ ଜନ ସମୁଦାୟ ପାଇପାରିବେ।
ତୈଳ କ˚ପାନିମାନେ ନିକଟ ଭବିଷ୍ୟତରେ ବାର୍ଷିକ ୧ ଲକ୍ଷ କୋଟି ଟଙ୍କାର ଜୈବ ଇନ୍ଧନ କ୍ରୟ କରିବେ। ସେସବୁକୁ ପେଟ୍ରୋଲ ଓ ଡିଜେଲ ସହିତ ମିଶାଯିବ। ଏ ବାବଦ ଅର୍ଥ ଗ୍ରାମ୍ୟ ଅର୍ଥନୀତିରେ ପ୍ରବେଶ କରିବ ଏବ˚ ଚାଷୀଙ୍କ ଆୟ ଦ୍ବିଗୁଣିତ କରିବା ଲକ୍ଷ୍ୟରେ ଅବଶ୍ୟ ସହାୟକ ହେବ। ଜଳବାୟୁର ସୁରକ୍ଷା ପାଇଁ ଆନ୍ତର୍ଜାତିକ ଅଙ୍ଗୀକାରବଦ୍ଧତା ଏବ˚ ଘରୋଇ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଊର୍ଜାର ଉପଲବ୍ଧତା, ପହଞ୍ଚ ଏବ˚ ସୁଲଭ ମୂଲ୍ୟ ଉପରେ ଗୁରୁତ୍ବ ଦେଉଛନ୍ତି। ଏହାଛଡ଼ା ବୈଶ୍ବିକ ଅନିଶ୍ଚିତତା ହ୍ରାସ ପାଇଁ ସେ ମଧ୍ୟ ଉର୍ଜ୍ଜା ବ୍ୟବହାରରେ ଦକ୍ଷତା ବୃଦ୍ଧି, ଏ କ୍ଷେତ୍ରରେ ନିରନ୍ତରତା ରକ୍ଷା ତଥା ନିରାପତ୍ତା ବ୍ୟବସ୍ଥା ସୃଷ୍ଟି ଉପରେ ଅଗ୍ରାଧିକାର ପ୍ରଦାନ କରୁଛନ୍ତି। ଅତଏବ ଏ କ୍ଷେତ୍ରରେ ମୋ ମନ୍ତ୍ରଣାଳୟର ଲକ୍ଷ୍ୟ ଓ କାର୍ଯ୍ୟକ୍ରମ ହେଲା ଧାରଣା ବା ବିଚାରର ପରିବର୍ତ୍ତନ କରି ଏକ ନୂଆ ଅୟମାରମ୍ଭ କରିବା। କେବଳ ଆନ୍ତର୍ଜାତିକ ବାଣିଜ୍ୟ ଉପରେ ଦୃଷ୍ଟିକେନ୍ଦ୍ରିତ ନ କରି ଧାଡ଼ିବାନ୍ଧି ଦଣ୍ତାୟମାନ ଦରିଦ୍ରତମ ବ୍ୟକ୍ତିଙ୍କ ପାଇଁ ମାନବ ସମ୍ବଳ ବିକାଶ ସୂଚକାଙ୍କ ଗୁଡ଼ିକୁ ସୁଦୃଢ କରିବା ଦିଗରେ ଆମେ ପ୍ରୟାସ କରୁଛୁ।
ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ଏବ˚ ଇସ୍ପାତ ମନ୍ତ୍ରୀ, ଭାରତ