ଆମ ସ୍ବାସ୍ଥ୍ୟ ସେବା ଓ କ୍ବାକ୍‌

ଗୋବିନ୍ଦ ସାହୁ

ଗତ ଜୁନ୍‌ ମାସରେ ନବରଙ୍ଗପୁର ଜିଲ୍ଲାର ହାତୀଗାଁ ପଞ୍ଚାୟତର ତିନି ମାସର ଅନ୍ତଃସତ୍ତ୍ବା ଅନିତା ରାଉତ ନାମ୍ନୀ ଜନୈକା ମହିଳା ଅସ୍ବସ୍ତି ଅନୁଭବ କରିବା କାରଣରୁ ଯେଉଁ ଡାକ୍ତରଙ୍କ ପରାମର୍ଶ ନେଇଥିଲେ ସେ ପ୍ରକୃତରେ ଥିଲେ ଜଣେ କ୍ବାକ୍‌। ସୁତରା˚, କ୍ବାକ୍‌ ଜଣକ ତାଙ୍କୁ ମ୍ୟାଲେରିଆ ହୋଇଛି ବୋଲି କହି କିଛି ଔଷଧ ଏବ˚ ଇ˚ଜେକ୍‌ସନ୍‌ ଦେଲେ। ଫଳରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇଗଲା। ପରିଶେଷରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଅନିତାଙ୍କ ମୃତ୍ୟୁ ଘଟିଲା। ଏଇଟା କେବଳ ଅନିତାଙ୍କ ଭାଗ୍ୟରେ ଘଟି ନଥିଲା। ଏଇମିତି ଅନେକ ବ୍ୟକ୍ତି କ୍ବାକ୍‌ମାନଙ୍କ ଦ୍ବାରା ଚିକିତ୍ସିତ ହୋଇ ନିଜ ଜୀବନକୁ ବିପଦରେ ପକାଉଛନ୍ତିି। କେବଳ ଗାଁ ମଫସଲର ଅଧିବାସୀ ନୁହନ୍ତି, ସହରରେ ରହୁଥିବା ଅନେକ ରୋଗୀ ଏମାନଙ୍କ ଶିକାର ହୁଅନ୍ତି। ଅବଶ୍ୟ, ଏହି ରୋଗୀମାନେ ଆର୍ଥିକ ଭାବେ ଦୁର୍ବଳ ଶ୍ରେଣୀର। ଉତ୍ତର ପ୍ରଦେଶର ଉନ୍ନାଓ ଜିଲ୍ଲାରେ ୨୦୧୭ ମସିହାରେ ଘଟିଥିବା ଏକ ଘଟଣା ଆହୁରି ବିଚଳିତ କଲା ଭଳି। ଶସ୍ତା ଚିକିତ୍ସା ଯୋଗାଇ ଦେବା ପାଇଁ ଗରିବ ରୋଗୀଙ୍କୁ ଜଣେ କ୍ବାକ୍‌ ଗୋଟିଏ ଅଶୋଧିତ ସିରିଞ୍ଜ୍‌ରେ ଇ˚ଜେକ୍‌ସନ୍‌ ଦେବା କାରଣରୁ କେବଳ ବାଙ୍ଗରମାଉ ତହସିଲରେ ୨୪ ଜଣ ଏଚ୍‌ଆଇଭିରେ ଆକ୍ରାନ୍ତ ହେଲେ।

ପୁନମ ବର୍ମା ବନାମ ଅଶ୍ବିନୀ ପାଟିଲ (ଏଆଇଆର‌୍‌ ୧୯୯୬ ଏସ୍‌ସି ୨୧୧୧) ମାମଲାରେ ମାନ୍ୟବର ସୁପ୍ରିମ କୋର୍ଟ କହିଛନ୍ତି, ‘ଜଣେ ଲୋକ ଯିଏ ଏକ ଅନୁମୋଦିତ ଔଷଧୀୟ ପଦ୍ଧତିର ଉପଯୁକ୍ତ ଜ୍ଞାନ ଓ କୌଶଳ ବିନା ସେହି ପଦ୍ଧତିକୁ ଚିକିତ୍ସା ନିମନ୍ତେ ବ୍ୟବହାର କରନ୍ତି ସେ ଜଣେ କ୍ବାକ୍‌। ତାଙ୍କୁ ଛଳନାକାରୀ ବୋଲି ଅଭିହିତ କରାଯାଇପାରେ।’

ଗତ ୨୦୧୮ ମସିହାରେ ବରଗଡ଼ ଜିଲ୍ଲାରେ ଜନୈକ କ୍ବାକ୍‌ ଦ୍ବାରା ଦନ୍ତ ଚିକିତ୍ସା କରାଉଥିବା ଜଣେ ରୋଗୀ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କଲେ। ଏହା ପରେ ଓଡ଼ିଶାକୁ ‘କ୍ବାକ୍‌ମୁକ୍ତ ରାଜ୍ୟ’ କରିବା ଉଦ୍ଦେଶ୍ୟରେ ‘ମିସ୍‌ଡ୍‌ କଲ୍‌’ ଓ ଦସ୍ତଖତ ମାଧୢମରେ ଏକ ସଚେତନତା ପ୍ରସାରକାରୀ ଅଭିଯାନ ଆରମ୍ଭ କରାଯାଇଥିଲା। ଏହି ଅଭିଯାନକୁ ଭାରତୀୟ ଆୟୁର୍ବିଜ୍ଞାନ ସ˚ସ୍ଥା ସମର୍ଥନ ଜଣାଇବା ସହ ନିୟମ ବହିର୍ଭୂତ ଚିକିତ୍ସା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ କରିବାକୁ ସରକାରଙ୍କୁ ନିବେଦନ କରିଥିଲେ। ଏହା ସହିତ ଏକ କ୍ବାକ୍‌ ବିରୋଧୀ ଆଇନ ପ୍ରଣୟନ କରିବାକୁ ମଧୢ ସରକାରଙ୍କୁ ଅନୁରୋଧ କରାଯାଇଛି।

କରୋନା ମହାମାରୀ ଦ୍ବାରା ଆକ୍ରାନ୍ତ ହେବା ଭୟରେ ଲୋକେ ଚିକତ୍ସା ନିମନ୍ତେ ଡାକ୍ତରଖାନାକୁ ଯିବା ପାଇଁ ଅନିଚ୍ଛା ପ୍ରକାଶ କରି କ୍ବାକ୍‌ମାନଙ୍କ ଚିକିତ୍ସାର ଆଶ୍ରୟ ନେଇଥିବା ଦେଖିବାକୁ ମିଳିଛି। ଏହି ସମସ୍ୟାର ଏକ ସମାଧାନ ହୋଇ ପାରନ୍ତା ଯଦି ରାଜ୍ୟରେ ଆଇନ ଆସନ୍ତା ଯେ କୌଣସି ଔଷଧ ଦୋକାନୀ ବିନା ଡାକ୍ତରୀ ପ୍ରେସକ୍ରିପ୍‌ସନରେ ଔଷଧ ବିକ୍ରି କରି ପାରିବେ ନାହିଁ। ତେଣୁ ଏ ଦିଗରେ ସରକାର ପଦକ୍ଷେପ ନେବା ଉଚିତ।

ଜାତୀୟ ସ୍ବାସ୍ଥ୍ୟ ପ୍ରୋଫାଇଲ୍‌-୨୦୧୯ ଅନୁସାରେ ଦେଶରେ ପ୍ରତି ୧୦୯୨୬ ଲୋକଙ୍କ ପାଇଁ ଜଣେ ସରକାରୀ ଏଲୋପାଥିକ୍‌ ଡାକ୍ତର ଅଛନ୍ତିି (ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ ଅନୁସାରେ ପ୍ରତି ହଜାରେ ଲୋକରେ ଜଣେ ଡାକ୍ତର ରହିବା କଥା), ସମଗ୍ର ଦେଶରେ ରାଜ୍ୟମାନଙ୍କ ଦ୍ବାରା ପରିଚାଳିତ ୧୫୮୪୧୭ଟି ସବ୍‌ ସେଣ୍ଟର‌୍‌, ୨୫୭୪୩ଟି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର, ୫୬୨୪ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଏବ˚ ୨୫୭୭୮ଟି ସରକାରୀ ଡାକ୍ତରଖାନା ରହିଛି। ୩୧ ଡିସେମ୍ବର ୨୦୧୮ ସୁଦ୍ଧା ସମୁଦାୟ ବୈଧ ମେଡିକାଲ ଡିଗ୍ରୀଧାରୀ ଡାକ୍ତରଙ୍କ ସ˚ଖ୍ୟା ୧୧୫୪୬୮୬ ଓ ଦନ୍ତ ଚିକିତ୍ସକଙ୍କ ସ˚ଖ୍ୟା ୨୫୪୨୮୩ ଥିଲା ବେଳେ ଆୟୁଷ ଡାକ୍ତରଙ୍କ ସ˚ଖ୍ୟା ୭୯୯୮୭୯ ା ସମଗ୍ର ଦେଶରେ ହସ୍‌ପିଟାଲ୍‌ ବେଡ୍‌ ସ˚ଖ୍ୟା ୭୧୩୯୮୬; ଯାହାର ଅର୍ଥ ପ୍ରାୟ ୨୦୦୦ ଲୋକଙ୍କ ପାଇଁ ଗୋଟିଏ ହସ୍‌ପିିଟାଲ୍‌ ବେଡ୍‌ ରହିଛି। ତେଣୁ ଏହା ମଧୢ କହିଲେ ଭୁଲ ହେବ ନାହିଁ ଯେ ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଓ ସ୍ବାସ୍ଥ୍ୟ ଭିତ୍ତିଭୂମିର ଅଭାବ କାରଣରୁ ଦେଶରେ ଦଶ ଲକ୍ଷରୁ ଅଧିକ କ୍ବାକ୍‌ ସାଧାରଣ ଲୋକଙ୍କୁ ଚିକିତ୍ସା କରୁଛନ୍ତିି ଓ ସେମାନଙ୍କ ଲାଗି ବିପଦର କାରଣ ହେଉଛନ୍ତି। ମାନ୍ୟବର ସୁପ୍ରିମ କୋର୍ଟ ୨୦୦୨ ମସିହାରେ ଏକ ରାୟରେ ଉଲ୍ଲେଖ କରିଛନ୍ତି ଯେ ‘ଯଥାର୍ଥ ଅନୁମୋଦିତ ଜ୍ଞାନ ଓ କୌଶଳ ବିନା ପ୍ରଦାନ କରାଯାଉଥିବା ଚିକିତ୍ସା ବେନିୟମ ହେବ। ସେହି ରାୟରେ ଆହୁରି କୁହାଯାଇଥିଲା ଯେ ଆୟୁର୍ବେଦିକ, ୟୁନାନୀ ଅଥବା ହୋମିଓପାଥି ଔଷଧରେ ଡିଗ୍ରୀଧାରୀ ଡାକ୍ତର ଏଲୋପାଥିକ ଔଷଧ ଦ୍ବାରା ଚିକିତ୍ସା କଲେ ତାକୁ ଚିକିତ୍ସାରେ ଅବହେଳା ବୋଲି କୁହାଯିବ। ଏପରିକି ଆଇଏମ୍‌ଏ ଦ୍ବାରା ଆୟୋଜିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପୂର୍ବରୁ ବିଦେଶରୁ ଏମ୍‌ବିବିଏସ୍‌ ଡିଗ୍ରୀଧାରୀ ଡାକ୍ତରମାନଙ୍କୁ ମଧୢ ଦେଶରେ ଚିକିତ୍ସା କରିବାକୁ ଅନୁମତି ମିଳି ନଥାଏ।

ଇତି ମଧୢରେ ଦେଶରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସ୍ବାସ୍ଥ୍ୟସେବାକୁ ଗୁରୁତ୍ବ ଦେଇ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତିି। ସେହି କ୍ରମରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ବାରା ହାତକୁ ନିଆଯାଇଥିବା ଅନେକ ସ୍ବାସ୍ଥ୍ୟ ବୀମା ଯୋଜନା ସାଧାରଣ ଦରିଦ୍ର ଲୋକଙ୍କୁ ଉନ୍ନତ ଚିକିତ୍ସା ଲାଭ କରିବାର ସୁଯୋଗ ଦେଇଛି। ଏହା ହିଁ ସମୟ ଯେତେବେଳେ କ୍ବାକ୍‌ମାନେ ସ˚ପୂର୍ଣ୍ଣ ନିର୍ମୂଳ ହେବା ଆବଶ୍ୟକ। ଏହା ସହିତ ଆଉ ଏକ ପଦକ୍ଷେପ ସରକାର ନେବା ଉଚିତ। ତାହା ହେଲା ଗ୍ରାମାଞ୍ଚଳରେ ଯଥେଷ୍ଟ ସ˚ଖ୍ୟକ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବା ଆବଶ୍ୟକ।

ଗୋଲାମୁଣ୍ତା, କଳାହାଣ୍ତି
ମୋ- ୯୪୩୭୪୪୬୪୭୯
[email protected]

ସମ୍ବନ୍ଧିତ ଖବର