ତଥାପି ମହାମାରୀ ସରିନାହିଁ, ତଥାପି ଲାଗିରହିଚି ତାର ରାହୁଛାୟା ଜୀବନର ଚନ୍ଦ୍ରବିମ୍ବରେ। କ’ଣ ହେବ ଜଣାନାହିଁ, କିନ୍ତୁ ଆଶାବାଦୀ ମଣିଷ ଗତବର୍ଷର ଧ୍ବ˚ସସ୍ତୂପରୁ ଗୋଟେଇ ଆଣି ପରଖୁଚି ସ୍ନେହ, ପ୍ରେମ, ମୂଲ୍ୟ, ବିଚାର ଓ ନୈତିକ ସ˚ଘର୍ଷର ଅସ˚ଖ୍ୟ ଉପାଦାନ, କାଳେ ସେଥିରୁ ମିଳିଯିବ କି ଜୀବନକୁ ସ˚ପାଦିବାର, ସମ୍ଭାଳିବାର ଓ ପୁଣିଥରେ ଗଢ଼ିବାର କିଛି ସୂତ୍ର! ସେଗୁଡ଼ିକୁ ପରଖିଲା ବେଳେ ଦବି ଯାଉଚି ଛାତି, ମାଡ଼ି ବସୁଚି ଭୟ, ଏଇ ତା’ହେଲେ ଜୀବନ! କେଡ଼େ ଭ˚ଗୁର ଏ ଶରୀର! କେଡ଼େ ଦୁର୍ବଳ ମାନବୀୟ ସ˚ପର୍କ! କେଡ଼େ ଅସତ୍ୟ ପ୍ରେମ, ଆନୁଗତ୍ୟ, କୃତଜ୍ଞତା ଓ ଅଭେଦ୍ୟ ମିତ୍ରତାର ସ˚କଳ୍ପ! ସେଇଠି ଆନନ୍ଦାଶ୍ରୁ ଭରିଯାଉଚି ଆଖିରେ ଏତିକି ଭାବିଦେଲେ ଯେ ପରିବାର ବାହାରେ ବି ଅଛି ପରିବାର, କୁଟୁମ୍ବ ବାହାରେ ବି ଅଛି କୁଟୁମ୍ବ, ସଖା ନଥିବା ଲୋକର ବି ସଖା ଅଛି କୋଉଠି ନା କୋଉଠି! ନିରାଶ୍ରୟ ମଣିଷକୁ କୋଳରେ ଧରି ରାତି ରାତି ଜଗିବସିଚି ସେ କିଏ? କିଏ ସେ ଲଢ଼ୁଚି ରୋଗ ବିରୋଧରେ, କିଏ ସେ ମୁମୂର୍ଷୁଙ୍କୁ ଓଟାରି ଆଣିଚି ମରଣ ମୁହଁରୁ, କିଏ ସିଏ ନିଜର ଜୀବନକୁ ବିପନ୍ନ କରି ବ˚ଚେଇଚି ଅନ୍ୟକୁ? ତା’ହେଲେ କ’ଣ ନିଜର ଓ ପର ଭାବି ଦୁନିଆକୁ ଅସୁନ୍ଦର କରିଦେଇଥିବା ମଣିଷ ଜାଣିଗଲା ତାର ଭୁଲ୍‌? ନା ଆସିଗଲା ପୁଣିଥରେ ଭୁଲିଯିବାର ଆଉ ଗୋଟିଏ ବର୍ଷ! ହେ ବିପୁଳା ପୃଥ୍ବୀ, ଜଣାନାହିଁ କ’ଣ ସବୁ ଘଟିବ ଆଗକୁ, ସାମୂହିକ ଧ୍ବ˚ସର କେତେ ନିକଟକୁ ଆଉ ପାଦେ ଆଗେଇବ ସମୟ ନା କେତେ ପ୍ରତିବନ୍ଧକ ଅତିକ୍ରମ କରି କେତେ ନିକଟତର ହେବ ମଣିଷ ଅମୃତତ୍ବର! ତଥାପି ହେ ସର୍ବ˚ସହା, ତୋର ବିଶାଳ ବକ୍ଷରେ ନଦୀ, ସାଗର, ବନ, ଗିରି, ପ୍ରାନ୍ତର ସହିତ ତୁ ସମ୍ଭାଳିଥିବା ଏକ ହଜାର କୋଟି ମଣିଷ ଆମେ କୃତଜ୍ଞ ତୋର କରୁଣା ପାଇଁ। ଅପରାଧ କ୍ଷମା କର ମା’, ମଣିଷଜାତିକୁ ବ˚ଚେଇ ରଖ, ତୋର ଏ ଅବୋଧ ସନ୍ତାନସକଳ ସମଗ୍ର ବ୍ରହ୍ମାଣ୍ତରେ ବିସ୍ତୃତ ମହାପ୍ରକୃତିର କୋପରୁ ନିଜକୁ ରକ୍ଷା କରିବାରେ କେତେ ଅସହାୟ ଦେଖିଲୁ ତ!

Advertisment

୨୦୨୦ ସମାପ୍ତ ହେବା ସହିତ, ଆଜିଠାରୁ ଆମେ ପୃଥିବୀବାସୀ ଖ୍ରୀଷ୍ଟୀୟ ତୃତୀୟ ସହସ୍ରାବ୍ଦର ଦୁଇ ଦଶକ ଅତିକ୍ରମ କରି ତୃତୀୟ ଦଶକର ପ୍ରଥମ ବର୍ଷରେ ପଦାର୍ପଣ କଲେ। କିନ୍ତୁ କାଳ ତ ଖ୍ରୀଷ୍ଟୀୟ ନୁହେଁ! ଖ୍ରୀଷ୍ଟଜନ୍ମ ପୂର୍ବରୁ ପ୍ରଥମ ଶତାବ୍ଦୀରେ ରୋମ୍‌ର ଶାସକ ଜୁଲିଅସ ସିଜର‌୍‌ ଜୁଲିଆନ୍‌ କ୍ୟାଲେଣ୍ତର‌୍‌ ପ୍ରବର୍ତ୍ତିତ କରାଇଥିଲେ। ଏହି କ୍ୟାଲେଣ୍ତର‌୍‌ ଖ୍ରୀଷ୍ଟଧର୍ମାବଲମ୍ବୀ ଦେଶ ମାନଙ୍କରେ ତଥା ମୁଖ୍ୟତଃ ରୋମାନ୍‌ ସଭ୍ୟତା ଅନ୍ତର୍ଗତ ଦେଶ ମାନଙ୍କରେ ଚଳୁଥିଲା। ଖ୍ରୀଷ୍ଟାବ୍ଦ ୧୫୮୨ରେ ପୋପ୍‌ ଗ୍ରେଗୋରି ତ୍ରୟୋଦଶ, ଜୁଲିଆନ୍‌ କ୍ୟାଲେଣ୍ତର୍‌କୁ ସ˚ଶୋଧିତ କରି ଆଉ ଏକ କ୍ୟାଲେଣ୍ତର‌୍‌ ଚଳାଇଲେ। ତାଙ୍କରି ନାଁ ଅନୁସାରେ ଏ କ୍ୟାଲେଣ୍ତର‌୍‌ର ନାମ ହେଲା ଗ୍ରେଗୋରିଆନ୍‌ କ୍ୟାଲେଣ୍ତର‌୍‌। ଜୁଲିଆନ୍‌ କ୍ୟାଲେଣ୍ତର୍‌ରେ ନୂଆବର୍ଷ ଆରମ୍ଭ ହୋଇଥିଲା ଜାନୁଆରି ୧ ତାରିଖରେ, ଗ୍ରେଗୋରିଆନ୍‌ କ୍ୟାଲେଣ୍ତର୍‌ରେ ବି ନୂଆବର୍ଷ ଆରମ୍ଭ ହେଲା ସେହି ଜାନୁଆରି ୧ ତାରିଖରେ, କିନ୍ତୁ ଖ୍ରୀଷ୍ଟପୂର୍ବ ଓ ଖ୍ରୀଷ୍ଟପର ଏ ବିଚାର ଯୋଡ଼ିଲା ରୋମାନ୍‌ କାଥଲିକ୍‌ ଚର୍ଚ୍ଚ। ସ୍ମରଣରେ ରହୁ ଯେ ଖ୍ରୀଷ୍ଟଜନ୍ମର ଅନ୍ତତଃ ପା˚ଚହଜାର ବର୍ଷ ପୂର୍ବରୁ ବୈଦିକ କାଳ ନିର୍ଣ୍ଣୟରେ ସୂକ୍ଷ୍ମତର ଓ ପ୍ରାଚୀନତର ଗଣନା ଥିଲା। ସେହିଭଳି ବିଶ୍ବର ବିଭିନ୍ନ ସଭ୍ୟତା ମାନଙ୍କରେ ସଭ୍ୟତାର ପ୍ରାଚୀନତା ଅନୁସାରେ କାଳ ନିର୍ଣ୍ଣୟର ବିଧି ଥିଲା। ଗ୍ରେଗୋରିଆନ୍‌ କ୍ୟାଲେଣ୍ତର୍‌ରେ ୨୦୨୦ ହେଲା ବେଳକୁ ଆସିରିଆନ୍‌ କ୍ୟାଲେଣ୍ତର୍‌ରେ ହେଲା ୬୭୭୦ ବର୍ଷ, ବାଇଜାଣ୍ଟାଇନ୍‌ କ୍ୟାଲେଣ୍ତର୍‌ରେ ୭୫୨୮ ବର୍ଷ, ଚାଇନିଜ୍‌ କ୍ୟାଲେଣ୍ତର‌୍ରେ ୪୭୧୬ ବର୍ଷ, ହିବ୍ରୁ କ୍ୟାଲେଣ୍ତର୍‌ରେ ୫୭୮୦ ବର୍ଷ, ସନାତନୀ (ହିନ୍ଦୁ) କ୍ୟାଲେଣ୍ତର୍‌ରେ କଳିଯୁଗର ୫୧୨୦ ବର୍ଷ। ଆସିରିଆନ୍‌, ବାଇଜାଣ୍ଟାଇନ୍‌ (ରୋମାନ୍‌ ସାମ୍ରାଜ୍ୟର ପ୍ରାଚୀନତମ ଗ୍ରୀକ୍‌ ଅ˚ଶ), ଚାଇନିଜ୍‌, ହିବ୍ରୁ ଓ ସନାତନୀ (ହିନ୍ଦୁ) ବା ଆର୍ଯ୍ୟ, ଥିଲେ ଗୋଟିଏ ଲେଖାଏଁ ସଭ୍ୟତା, ଗ୍ରେଗୋରିଆନ କାଳନିର୍ଣ୍ଣୟର ବହୁ ପୂର୍ବରୁ। କିନ୍ତୁ ଷୋଡ଼ଶ ଶତାବ୍ଦୀ ଶେଷ ହେଲା ବେଳକୁ ୟୁରୋପର ସାମ୍ରାଜ୍ୟବାଦୀ ବିସ୍ତାର ଆରମ୍ଭ ହୋଇଯାଇଥିଲା ଓ ଆଉ ଦୁଇଶହ ବର୍ଷ ଭିତରେ ପ୍ରାୟ ସମଗ୍ର ବିଶ୍ବ ସାମ୍ରାଜ୍ୟବାଦୀ ୟୁରୋପୀୟଙ୍କ ଉପନିବେଶରେ ପରିଣତ ହୋଇଥିଲା। ସବୁ ଉପନିବେଶରେ ଗ୍ରେଗୋରିଆନ୍‌ କ୍ୟାଲେଣ୍ତର୍‌କୁ ଥାପି ଦିଆଗଲା। ବିଭିନ୍ନ ଦେଶ ବିଭିନ୍ନ ସମୟରେ ୟାକୁ ଗ୍ରହଣ କରିନେଲେ। କହିପାରନ୍ତି ଗ୍ରହଣ କରିନେବାକୁ ବାଧୢ ହେଲେ। ପାଶ୍ଚାତ୍ୟ ମାନସିକତାର ପ୍ରସଙ୍ଗ ଏଠି ଜରୁରୀ। ଜୁଲିଅସ୍ ସିଜର‌୍‌ଙ୍କ ସମୟରୁ ଗୋଟିଏ ଆପ୍ତବାକ୍ୟ ୟୁରୋପୀୟ ସମ୍ରାଟମାନଙ୍କୁ ପୁଲକିତ କରୁଥିଲା, ତାହା ହେଲା: ଯିଏ କାଳକୁ କରାୟତ୍ତ କରେ, ସିଏ ସଭ୍ୟତାକୁ କରାୟତ୍ତ କରେ। ପାଶ୍ଚାତ୍ୟ ସାମ୍ରାଜ୍ୟବାଦୀ ଇତିହାସର ପ୍ରଥମ ପ୍ରଭୁତତ୍ତ୍ବ ଥିଲା କାଳ-ବିଚାରକୁ ନିୟନ୍ତ୍ରିତ କରିବା। ବିଭିନ୍ନ ସଭ୍ୟତାରେ ଗ୍ରେଗୋରିଆନ୍‌ କାଳପ୍ରବେଶ ସଭ୍ୟତାମାନଙ୍କଠାରୁ ତାଙ୍କର ଐତିହାସିକ ଦୃଷ୍ଟି, ପୁରାତାତ୍ତ୍ବିକ ଦୃଷ୍ଟି, ସା˚ସ୍କୃତିକ ଦୃଷ୍ଟି ଛଡ଼ାଇ ନେଲା। ଆମେ ଭାରତୀୟମାନେ ସେ ଦିଗରୁ ଗୋଟିଏ ବିସ୍ମୟକର ସଭ୍ୟତାର ଉତ୍ତରାଧିକାରୀ। ଆମର ଦୃକ୍‌ସିଦ୍ଧ ଖଗୋଳ ଶାସ୍ତ୍ର ଓ କାଳନିର୍ଣ୍ଣୟ ପାଶ୍ଚାତ୍ୟ ତତ୍ତ୍ବର ସ˚ପୂର୍ଣ୍ଣ ବିପରୀତ, ଅଥଚ ଆମର ଗଣନା ନିର୍ଭୁଲ୍‌! ଆମେ ଓଡ଼ିଆମାନେ ପଠାଣି ସାମନ୍ତଙ୍କ ଦୃକ୍‌ସିଦ୍ଧ ପ˚ଜିକାର ଗଣନା ଅନୁସାରେ ବାର ଏବ˚ ବ୍ରତ ପାଳନ କରୁ। ଅନେକ ପାଠକ ଜାଣିନଥାଇ ପାରନ୍ତି ଯେ ପଠାଣି ସାମନ୍ତଙ୍କ ତତ୍ତ୍ବ ଥିଲା ସୂର୍ଯ୍ୟ ପୃଥିବୀର ପରିକ୍ରମା କରେ। ପାଶ୍ଚାତ୍ୟ ତତ୍ତ୍ବ ହେଉଛି ପୃଥିବୀ ସୂର୍ଯ୍ୟର ପରିକ୍ରମା କରେ। ବିସ୍ମୟର କଥା ହେଉଚି ଠିକ୍‌ ବିପରୀତ ତତ୍ତ୍ବର ଆଧାରରେ ଆମ ସଭ୍ୟତାରେ ଦିନ, ବାର, ପରାଗ ଓ ଗ୍ରହଣ ମଧୢ ଠିକ୍‌। କିପରି? ଯଦି ବିପରୀତ ମଧୢ ଠିକ୍‌ ଗଣନା ଦେଇପାରୁଚି, ତେବେ ଆମର ଶାସ୍ତ୍ର ଭୁଲ୍‌ ନୁହେଁ। ଅନ୍ୟ ଭାବରେ କହିଲେ ସାମ୍ରାଜ୍ୟବାଦୀ ବିସ୍ତାର ସମଗ୍ର ବିଶ୍ବର ବିବିଧ ସଭ୍ୟତାମାନଙ୍କର ପ୍ରାଚୀନତା, ପାଣ୍ତିତ୍ୟ, ବିଦ୍‌ବତ୍ତା ଓ ଦୂରଦୃଷ୍ଟି ସବୁକୁ ନାକଚ କରି କାଳ ନିର୍ଣ୍ଣୟ ସହିତ ସଭ୍ୟତାମାନଙ୍କର ବିଲୋପ ମଧୢ ସୁନିଶ୍ଚିତ କରିଦେଲା। ୨୦୨୦ ସୁଦ୍ଧା ପ୍ରମାଣିତ ହୋଇଗଲା ଯେ ସଭ୍ୟତା ବିହୀନ ରାଷ୍ଟ୍ରମାନେ ଯୁଦ୍ଧଲିପ୍ତ ହୁଅନ୍ତି, ବିଶ୍ବକୁ କରାୟତ୍ତ କରି ସ୍ଥାନୀୟ ସ˚ସ୍କୃତିମାନଙ୍କୁ ନଷ୍ଟ କରି ଦିଅନ୍ତି, ବାତାବରଣ ପ୍ରଦୂଷିତ କରନ୍ତି, ପ୍ରକୃତିକୁ କ୍ରୀଡ଼ନକ କରନ୍ତି ଓ ମାନବ ସମାଜକୁ ସାମୂହିକ ଧ୍ବ˚ସ ଆଡ଼କୁ ବାଟ କଢ଼େଇ ନିଅନ୍ତି। ପ୍ରକୃତି ଯେତେବେଳେ ଆହତ ହୁଏ ବିପର୍ଯ୍ୟୟର ଭାଷାରେ ପ୍ରତିରୋଧ କରେ, ସେତେବେଳେ ବିଜ୍ଞାନ ଓ ବାହୁବଳ ବ୍ୟର୍ଥ ହୋଇଯାଏ। ତେଣୁ ଏକବି˚ଶ ଶତାବ୍ଦୀର ଦୂରଦର୍ଶୀ ସମକାଳୀନ ଚିନ୍ତନ ହେଉଚି ସଭ୍ୟତାର ପୁନରାବର୍ତ୍ତନ। ବିଶ୍ବକୁ ସଭ୍ୟତା ନ ଫେରିଲା ଯାଏଁ ପ୍ରକୃତି ସହିତ ମିତ୍ରତା ଓ ପ୍ରକୃତି ପ୍ରତି କୃତଜ୍ଞତାର ପାଠ ମାନବ ସମାଜକୁ ଉପଲବ୍‌ଧ ହେବ ନାହିଁ। ଏବେ ପ୍ରତି ସଭ୍ୟତା ସ˚ପନ୍ନ ରାଷ୍ଟ୍ର ତାର ଅତୀତକୁ ଚାହିଁବା ଏକବି˚ଶ ଶତାବ୍ଦୀର ଜରୁରୀ ଆଜେଣ୍ତା। ସଭ୍ୟତାର ପ୍ରତ୍ୟାବର୍ତ୍ତନ ହେବ ଏକବି˚ଶ ଶତାବ୍ଦୀର ଏକ ମୌଳିକ ଓ ଦୂରଦର୍ଶୀ ଚିନ୍ତନ। ପ୍ରାଚୀନତମ ସଭ୍ୟତାମାନଙ୍କ ଶାସ୍ତ୍ରଗୁଡ଼ିକ ସାମ୍ରାଜ୍ୟବାଦୀ ଲୁଣ୍ଠନକାରୀଙ୍କ କବଳରୁ ଉଦ୍ଧାର କରି, ତାର ପାଠ ବିଶ୍ଳେଷଣ କରି ମନ୍ତ୍ର ନେବା ହେବ ଏକବି˚ଶ ଶତାବ୍ଦୀର ଏକ ମୁଖ୍ୟ ବୌଦ୍ଧିକ ଓ କ୍ରାନ୍ତିକାରୀ ନୈତିକ ହସ୍ତକ୍ଷେପ। ଭାରତର ବିଶ୍ବ-ନେତୃତ୍ବ ଏ କ୍ଷେତ୍ରରେ ହେବ ଅନବଦ୍ୟ, କାରଣ ଏଠି ସଭ୍ୟତାର ଅବଶେଷ ଜାତୀୟ ସ୍ମୃତି ଆକାରରେ ଏବେ ମଧୢ ଗଚ୍ଛିତ ଅଛି, ବିସ˚ଗତି ଓ ବିଫଳତା ସତ୍ତ୍ବେ ଭାରତୀୟ ଗଣତନ୍ତ୍ର ବିଶ୍ବର ସଫଳତମ ଗଣତନ୍ତ୍ର।

ବିଶ୍ବର ସଭ୍ୟତା-ସ˚ପନ୍ନ ଦେଶମାନେ ବର୍ତ୍ତମାନ ବିପନ୍ନ। ମଧୢପ୍ରାଚ୍ୟର ବିଶାଳ ଅବବାହିକାରେ ଗଣତନ୍ତ୍ରର ବସନ୍ତ କେବେ ଆସିବ ଜଣାନାହିଁ, କାରଣ ମଧୢପ୍ରାଚ୍ୟ ବହୁଦିନ ଧରି ପାଶ୍ଚାତ୍ୟ ରଣକ୍ଷେତ୍ର। ଚୀନ୍‌ ଆଉ ସଭ୍ୟ ଦେଶମାନଙ୍କ ଭିତରେ ଗଣା ହେବାର ସ୍ଥିତିରେ ନାହିଁ, ଏକ ଗଣଶତ୍ରୁ ଭାବରେ ତା’ର ଭୂମିକା‌ର ବିଚାର ଏବେ ଚାଲିଚି। ପୂର୍ବରୋମାନ୍‌ ବାଇଜାଇଣ୍ଟାଇନ୍‌ ବା ଗ୍ରୀକ୍‌ ସଭ୍ୟତାକୁ ଉତ୍ତୋଳିତ କରି ରଖିବା ପାଇଁ ଗ୍ରୀସ୍‌ (ୟୁରୋପର ଦୁର୍ବଳତମ ରାଷ୍ଟ୍ର) ଆଉ ସମର୍ଥ ନୁହେଁ। ଆସିରିଆନ୍‌ ସଭ୍ୟତା ବା ମେସୋପୋଟାମିଆନ୍‌ ସଭ୍ୟତା ଖ୍ରୀଷ୍ଟଜନ୍ମର ଛ’ଶହ ବର୍ଷ ପୂର୍ବରୁ ଧ୍ବ˚ସ୍ତ ହୋଇଯାଇଥିଲା, ତା’ର ଏବର ଭୂଖଣ୍ତମାନଙ୍କରେ ଅତୀତର କ୍ଷମତାସ୍ମୃତି ଛଡ଼ା ଆଉ କିଛି ନାହିଁ। ୟୁରୋପୀୟମାନେ ଗ୍ରେଗୋରିଆନ୍‌ କ୍ୟାଲେଣ୍ତର୍‌ର ଆରମ୍ଭ ଅର୍ଥାତ୍‌ ଷୋଡ଼ଶ ଶତାବ୍ଦୀ ଠାରୁ ନିଜକୁ ରେନାଁସାଁ ବା ନବୋନ୍ମେଷର ନୂଆ ଉନ୍ମାଦ ଭିତରେ ଶିଳ୍ପ ବିପ୍ଳବ ଓ ପୁଞ୍ଜିବାଦୀ ଭିତ୍ତିପ୍ରସ୍ତର ପକାଇ ବିଶ୍ବକୁ ଅର୍ଥନୈତିକ ଆବର୍ଜନାରେ ପରିଣତ କରିଦେଲେ। ଆମେରିକା, ବିଶ୍ବର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର, ସଭ୍ୟତା ବିହୀନ ଚାରିଶହ ବର୍ଷର ଇତିହାସ ଧରି ବିଶ୍ବକୁ ନୈତିକ ନେତୃତ୍ବ ଦେବାର ସ୍ଥିତିରେ ନାହିଁ। ଏକା ଭାରତ ଏକ ସମୃଦ୍ଧ ସଭ୍ୟତାର ମାନସଭୂମିରେ ବିଶ୍ବର ବିଶାଳତମ ଗଣତନ୍ତ୍ର ଧାରଣ କରି ଦଣ୍ତାୟମାନ। ୨୦୨୦ ସୁଦ୍ଧା, ଗତ ଦୁଇହଜାର ବର୍ଷର ପର୍ଯ୍ୟାଲୋଚନାରୁ ଦିଶିବ କିପରି ଯୁଦ୍ଧ, ବାସ୍ତୁହରା, ଔପନିବେଶକ ଶୋଷଣ, ବିଜ୍ଞାନ ନାମରେ ଭୟଙ୍କର ମାରଣାସ୍ତ୍ର ନିର୍ମାଣ ଓ ବିଶ୍ବର ରାଜନୈତିକ ବିଖଣ୍ତନ ପାଇଁ ୟୁରୋପ ଓ ଆମେରିକା ଦାୟୀ। ଏବେ ସେମାନେ ନିଷ୍ପ୍ରଭ।

ଭାରତ ହିଁ ବିଶ୍ବର ଭବିଷ୍ୟତ। ଏକବି˚ଶ ଶତାବ୍ଦୀରେ ହିଁ ଏ ସମ୍ଭାବନାର ଦ୍ବାର ଖୋଲିବା ଆରମ୍ଭ ହୋଇଚି। କହିପାରନ୍ତି ୨୦୦୦ରୁ ୨୦୨୦ ଥିଲା ଏକ ସମ୍ଭାବ୍ୟ ମହାପାଠର ଭୂମିକା। ରାଷ୍ଟ୍ରବାଦ ସହିତ ବିଶ୍ବବୋଧର ସନ୍ତୁଳନ ହେବ ବିଶ୍ବନେତୃତ୍ବର ସୂତ୍ର। ଏ ସୂତ୍ରକୁ ଭାରତର ରାଜନେତା କିଭଳି ବ୍ୟବହାର କରିବେ ଭବିଷ୍ୟତ କହିବ। ଏବେ ଭାରତର ପ୍ରଧାନମନ୍ତ୍ରୀ ମତେ ରାଜର୍ଷି ଜନକଙ୍କ ଭଳି ଦିଶୁଚନ୍ତି। ହୁଏତ ‘ରାଜର୍ଷି ତତ୍ତ୍ବ’ ହିଁ ଭାରତୀୟ ରାଷ୍ଟ୍ରନାୟକର ପ୍ରେରକ ତତ୍ତ୍ବ! ‘ରାଜର୍ଷି’ କିଛି କମ୍‌ ବଡ଼ କଥା ନୁହେଁ। ପ୍ଲାଟୋଙ୍କ ଫିଲୋସଫର‌୍‌ କିଙ୍ଗ୍‌ର ଇଏ ଆଉ କେତେ ପାଦ ଆଗରେ। ଉପନିଷଦରେ ତ ଅସ˚ଖ୍ୟ ବାକ୍ୟ ଅଛନ୍ତି ସ˚ସାରର ମଙ୍ଗଳ ପାଇଁ। ସେ ମଙ୍ଗଳବାଣୀ ବିଶ୍ବକୁ ଶୁଣାଇବ କିଏ? ଜଣେ ଋଷିପ୍ରାଣ ରାଜନେତା ହିଁ ଏହା କରିପାରେ। ୟାର ଆବଶ୍ୟକତା ୨୦୨୦ର ମହାମାରୀ ଓ ତା’ପରର ଘୋର ଆତଙ୍କ ଭିତରେ ଅନୁଭୂତ ହେଉଚି ଏଇଥିପାଇଁ ଯେ ଗତାନୁଗତିକ ରାଜନୀତି, ଯାହାର ମଡେଲ ପାଶ୍ଚାତ୍ୟ ସ˚ସ୍କାରହୀନତା, ସ୍ବାର୍ଥାନ୍ବେଷୀ ପଦାର୍ଥମୟତା, ଭୋଗମୟତା ଓ ପ୍ରାଚୁର୍ଯ୍ୟମୟତା ଭିତରେ ବିକଶିତ ହୋଇଥିଲା, ଏବେ ଅନ୍ତଃସାର ଶୂନ୍ୟ ସତ୍ତା-ସ˚ଘର୍ଷର ବହୁସ୍କୋଣୀ ବିଭ୍ରମରେ ପରିଣତ ହୋଇଚି। କିଏ ବିକଶିତ କରିବ ନୂଆ ମଡେଲ୍‌? ସେ ମଡେଲ ବିକଶିତ ହେବ ପ୍ରାଚୀନତମ ସଭ୍ୟତାମାନଙ୍କରେ ହଜାର ହଜାର ବର୍ଷ ଧରି ନିର୍ମିୟମାଣ ଓ ଅସ˚ଖ୍ୟ ଅସମାପ୍ତ ନିର୍ମାଣମାନଙ୍କର ନୈତିକ ଆଧାର ଶିଳା ଉପରେ। ସଭ୍ୟତାର ପ୍ରତ୍ୟାଖ୍ୟାତ ମୂଲ୍ୟବୋଧ ଗୁଡ଼ିକର ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତି ଆରମ୍ଭ ହେବ ୨୦୨୧ରେ। ଏଥିପାଇଁ ସମକାଳୀନ ବିଶ୍ବର ଉଦାରବାଦୀ ଅନୁଷ୍ଠାନଗୁଡ଼ିକ ଯଥେଷ୍ଟ ନୁହନ୍ତି। ନୂଆ ଅନୁଷ୍ଠାନ ଦରକାର। ୟାର ନୈତିକ ପାଠ୍ୟକ୍ରମ ବିକଶିତ କରିବା ପାଇଁ ମୂଲ୍ୟବୋଧରେ ଆସ୍ଥା ରଖିବାର ପ୍ରୟୋଜନ ଜରୁରୀ। ଦୁଇ ବିଶ୍ବଯୁଦ୍ଧ ପରେ ଯେପରି ବ୍ରେଟନ୍‌ ଉଡ୍‌ସ ଅନୁଷ୍ଠାନ ଗୁଡ଼ିକ ଗଢ଼ି ଉଠିଥିଲେ, ସେହିପରି ମହାମାରୀ ପରେ ମୂଲ୍ୟବୋଧ-ଭିତ୍ତିକ ଅନୁଷ୍ଠାନ ମାନ ନିର୍ମିତ ହେବା ଜରୁରୀ।

ଆଉ ବିଶ୍ବଯୁଦ୍ଧ ହେବନାହିଁ। ଆଉ ମାରଣାସ୍ତ୍ର ଦ୍ବାରା ମାନବ ସଭ୍ୟତାର ବିନାଶ ହେବ ନାହିଁ। ମାନବ ସମାଜର ବିନାଶ କରିବେ, ମହାବଳୀ ରାଷ୍ଟ୍ରମାନେ ଅଦୃଶ୍ୟ ଆତଙ୍କ ଦ୍ବାରା। ଏ ଅଦୃଶ୍ୟ ଆତଙ୍କ ଜୀବାଣୁର, ଭୂତାଣୁର ଓ ପ୍ରକୃତିକୁ ବିଦୀର୍ଣ୍ଣ କରି ନିଜକୁ ସ୍ଥାପିତ କରିବାର ଆସୁରିକ ସାମର୍ଥ୍ୟ ରଖୁଥିବା ବୁଦ୍ଧିର। ପରମାଣୁ ଶକ୍ତି ସମସ୍ତ ବଡ଼ ରାଷ୍ଟ୍ରଙ୍କ ହାତରେ। ୟାର କ୍ୟାପି˚ ଅସମ୍ଭବ। ତେଣେ ଉଚ୍ଚକୋଟୀର ବୈଜ୍ଞାନିକ ଅନୁସନ୍ଧାନ ବସ୍ତୁର ଓ ବାସ୍ତବିକ ପୃଥିବୀର ସୃଜନରହସ୍ୟ ଖୋଜି ଖୋଜି ଯାଇ ପହଞ୍ଚିଲାଣି ‘ଈଶ୍ବର କଣିକା’ରେ। ଖଗୋଳୀୟ ରହସ୍ୟ ଉଦ୍‌ଘାଟନ ପହଞ୍ଚିଲାଣି ‘କୃଷ୍ଣଗର୍ତ୍ତ’ (ବ୍ଲାକ୍‌ ହୋଲ୍‌)ରେ। ରହସ୍ୟ ମିଥ୍‌ ନୁହେଁ, ବାସ୍ତବତା।

ବିଶ୍ବରେ ମାନବ ସମାଜର ଆରମ୍ଭ ଦିନଠାରୁ ୨୦୨୦ ପର୍ଯ୍ୟନ୍ତ ବ୍ୟାଧି, ଦୁର୍ବିପାକ ଓ ଯୁଦ୍ଧରେ ଅସ˚ଖ୍ୟ ମଣିଷ ମରିଚନ୍ତି, କିନ୍ତୁ ଏଭଳି ମହାମାରୀ ଯାହା ସମଗ୍ର ବିଶ୍ବକୁ ଆକ୍ରାନ୍ତ କରି ତା’ର ଅପରାଜେୟ ଧ୍ବ˚ସକାରୀ ଶକ୍ତିର ପ୍ରତିଷ୍ଠା କରିବ, ଜଣାନଥିଲା। ଯେଉଁ ପଞ୍ଚଭୂତରୁ ଜୀବନର ସୃଷ୍ଟି, ସେହି ପଞ୍ଚଭୂତଙ୍କୁ ବ୍ୟସ୍ତ ବିକଳ କଲେ ତହିଁରୁ ଜୀବନ ବିନାଶକ ଶକ୍ତି ନିର୍ଗତ ହେବ ନିଶ୍ଚୟ। ସମୁଦ୍ରମନ୍ଥନ ବେଳେ ଦେବାସୁରଙ୍କ ମହତ୍ତ୍ବାକା˚କ୍ଷାର ରଜ୍ଜୁ ହୋଇ ବାସୁକୀ ଯେତେବେଳେ ଅତ୍ୟଧିକ ପୀଡ଼ିତ ହେଲେ ସେତେବେଳେ ଜନ୍ମ ନେଲା ହଳାହଳ, କିନ୍ତୁ ତାକୁ ଆଞ୍ଜୁଳା ପତେଇ ପିଇ ନେବାର ସାମର୍ଥ୍ୟ ରଖୁଥିବା ଜଣେ କରୁଣାବତାର ଶିବ ଥିଲେ। ଏବେ ପ୍ରକୃତି-ପୀଡ଼ନରୁ ନିର୍ଗତ ହଳାହଳ କିଏ ପାନ କରିବ, କିଏ ହେବ ନୀଳକଣ୍ଠ ଆମ ସମୟରେ? ନୀଳକଣ୍ଠ ହିଁ ଆମ ସମୟର ନେତୃପୁରୁଷ। ସେ ଗୋଟିଏ ରାଷ୍ଟ୍ର ହୋଇପାରେ, ଜଣେ ଅଜ୍ଞାତ ଶିବ ହୋଇପାରନ୍ତି ସେ ବ୍ୟକ୍ତି! ଅନୁଷ୍ଠାନଗୁଡ଼ିକ ବିଫଳ ହେଲେ ଅଧୢାତ୍ମ ଛଡ଼ା ଆଉ କୌଣସି ବିକଳ୍ପ ନାହିଁ। ଏହି ଅଧୢାତ୍ମ ହିଁ ଜଣେଇବ ବିଜ୍ଞାନର ଅନୁସନ୍ଧିତ୍ସା କୋଉଠି ଅଟକିବ, ସ୍ବାର୍ଥ କୋଉଯାଏଁ ଜାୟଜ୍‌, ଲୋକକ୍ଷୟ କେତେ ଅମାନବୀୟ ଓ ପ୍ରକୃତି ବିରୋଧରେ ମଣିଷର ଉଲ୍ଲ˚ଘନର ଅପରାଧ କେତେ ଅକ୍ଷମଣୀୟ।
ଗୋଟାକ ପରେ ଗୋଟାଏ ଆନ୍ତର୍ଜାତିକ ପରିବେଶ-ପ୍ରୋଟୋକଲ ବିଫଳ ହୋଇଚାଲିବାର ପ୍ରକୃତ ତାତ୍ପର୍ଯ୍ୟ କ’ଣ? ଏହାର ପ୍ରକୃତ ତାତ୍ପର୍ଯ୍ୟ ହେଉଛି ପ୍ରକୃତି ସହିତ ମଣିଷର ଛଳ। ପ୍ରକୃତି ନିର୍ଭର ଜୀବନକୁ ଉପହାସ କରି ଜୀବନଧ୍ବ˚ସୀ ଜୀବାଣୁ, ଭୂତାଣୁ ଓ ମାରକ ଭୌତିକ ଶକ୍ତିର ବିକାଶ କର, ସେ ଶକ୍ତି ଧ୍ବ˚ସଲୀଳା ଆରମ୍ଭ କଲେ ଧ୍ବ˚ସ ପାଇଁ ନିବେଶ କରିଥିବା ପୁଞ୍ଜିର ଗୋଟିଏ କ୍ଷୁଦ୍ରଅ˚ଶ ନିବେଶ କରି ମାନବ ସମାଜର ସହାୟକ ହୁଅ। ବିଲ୍‌ଗେଟ୍‌ସ ଫାଉଣ୍ତେସନ ଭଳି ଏକ ଦାତବ୍ୟ ଅନୁଷ୍ଠାନ ବି ଆଫ୍ରିକାରେ ଘାସ ଚାଷ କରି ଏକ ବିଶେଷ ଉତ୍ପାଦ ପାଇଁ ସହାୟକ ହେଲେ ଓ ହଜାର ହଜାର ଏକରର ସେ ବଣ୍ୟ ଘାସରେ ମଶା ହେଲେ, ମେଲେରିଆରେ ଆଫ୍ରିକାରେ ଲକ୍ଷ ଲକ୍ଷ ଲୋକଙ୍କର ବିନାଶ ହେଲା, ଠିକ୍‌ ସେତିକିବେଳେ ଘାସ ଚାଷରେ ନିବେଶ କରିଥିବା ମୁନାଫାର ଏକ ପ୍ରତିଶତ ଖର୍ଚ୍ଚ କରି ମେଲେରିଆ- ପ୍ରତିଷେଧକ ଔଷଧ ବାଣ୍ଟିଲେ। କି ବଦାନ୍ୟତା ଏ! ଇଏ ମୁନାଫା ପାଇଁ, ବଦାନ୍ୟ ଦେଖେଇ ହେବା ପାଇଁ ପ୍ରକୃତି ସହିତ ମଣିଷର ଛଳ ନୁହେଁ କି? ଦାର୍ଶନିକ ସ୍ପେଙ୍ଗଲର‌୍‌ ବହୁଦିନ ତଳେ କହିଥିଲେ ସମୟ ହିଁ ପ୍ରକୃତି! ୨୦୨୦ ପର୍ଯ୍ୟନ୍ତ ମଣିଷର କାଳଦୃଷ୍ଟି ଘଣ୍ଟାରେ ଓ ପ୍ରକୃତି ଦୃଷ୍ଟି ବିନୋଦନରେ ରହିଗଲା। ୨୦୨୦ର ମହାମାରୀ ପ୍ରମାଣ କଲା ଯେ ପ୍ରକୃତି ଚାହିଁଲେ ତାର କାଳଶକ୍ତିକୁ ପ୍ରୟୋଗ କରିପାରେ ବା ପ୍ରତ୍ୟାହାର କରି ନେଇପାରେ, ପ୍ରକୃତି ସହିତ ଛଳ ବିପଜ୍ଜନକ।

୨୦୨୦ ମହାମାରୀ ପରର ପୃଥିବୀ ଏକ ଭିନ୍ନ ପୃଥିବୀ। ୨୦୨୧ ବିଶ୍ବ ଇତିହାସରେ ଏକ ଅଭୂତପୂର୍ବ ସମୟ ହୋଇ ଠିଆ ହେଲା ଆଜିଠୁ। ଆଜିଠୁ ସବୁ ତତ୍ତ୍ବ, ନିଷ୍କର୍ଷ ଓ ଉଦାହରଣ ପ୍ରଶ୍ନାକୁଳ ମଣିଷର ସାମ୍ନା କରିବେ। ସଭ୍ୟତା, ସମୟ ଓ ପ୍ରକୃତି ହେବେ ମଣିଷର ଚର୍ଚ୍ଚାର ବିଷୟ, ଜ୍ଞାନର ବିଷୟ ଓ ପରିକଳ୍ପନାର ବିଷୟ। ଏହା ହିଁ ହେବ ଏକବି˚ଶ ଶତାବ୍ଦୀର ବାକି ଅଶୀ ବର୍ଷର ଏଜେଣ୍ତା।

ବାଗର୍ଥ, ଏନ୍ ୨/୨୬
ଆଇଆର୍‌ସି ଭିଲେଜ୍, ଭୁବନେଶ୍ବର-୧୫
ମୋ-୯୪୩୭୦୩୯୮୫୮