ରାହୁଲ କ˚ଗ୍ରେସକୁ ନିଜ କଂଗ୍ରେସ ବନାଇପାରିବେ କି?

କୁମାର ପ୍ରଶାନ୍ତ

‘ନିତି ଆୟୋଗ’ର ଅମିତାଭକା˚ତଙ୍କୁ ଲାଗୁଛି, ଆବଶ୍ୟକତାରୁ ଅଧିକ ଲୋକତନ୍ତ୍ର, ଦେଶର ଭିତ୍ତି-ଭୂମି ନଷ୍ଟ କରିବାରେ ଲାଗିଛି। ଆଉ ଠିକ୍‌ ଏତିକି ବେଳେ କ˚ଗ୍ରେସ୍‌ର ବରିଷ୍ଠ ନେତାଙ୍କୁ ଲାଗୁଛି, ଆବଶ୍ୟକତାରୁ କମ୍‌ ଲୋକତନ୍ତ୍ର, ଏହି ପୁରୁଣା ରାଷ୍ଟ୍ରୀୟ ଦଳକୁ କ୍ରମାଗତ ଭାବେ ଦୁର୍ବଳ କରିଚାଲିଛି। ଲୋକତନ୍ତ୍ର ଏବେ ପାଲଟିଛି ଏ ଭଳି ଏକ ଖେଳଣା, ଯାହାକୁ ଅମିତାଭକା˚ତଙ୍କ ଭଳି ‘ଶିଶୁ’ ଏବ˚ କ˚ଗ୍ରେସ୍‌ର ‘କ୍ଷମତାଶାଳୀ’ମାନେ ଯେତେବେଳେ, ଯେମିତି ଚାହୁଁଛନ୍ତି, ଖେଳୁଛନ୍ତି। କିନ୍ତୁ, ଲୋକତନ୍ତ୍ରର ସମସ୍ୟା ହେଉଛି, ଏହା କୌଣସି ଖେଳଣା ନୁହେଁ। ଏକ ଗମ୍ଭୀର ପ୍ରକ୍ରିୟା ଏବ˚ ଗଭୀର ଆସ୍ଥାକୁ ନେଇ ଏହାର ସ୍ଥିତି ସୁଦୃଢ଼ ହୁଏ। ଆସ୍ଥା ଓ ବିଶ୍ବାସର ଅଭାବ ହେଲେ, ଏହା ସହ ଖେଳିବା ପାଇଁ ଅବିଶ୍ବାସୀମାନେ ବାହାରନ୍ତି।

କ˚ଗ୍ରେସ୍‌ରେ ଏବେ ଅଭ୍ୟନ୍ତରୀଣ ସ୍ବେଚ୍ଛାଚାରିତା ଜୋର‌୍‌ସୋର ଚାଲିଛି। ନେହରୁ ପରିବାରର ମୁଠିରେ କ˚ଗ୍ରେସ୍‌ର ଶ୍ବାସରୁଦ୍ଧ ହେଉଥିବା, କିଛି ମୁଖିଆଙ୍କୁ ଲାଗୁଛି। ରାହୁଲ ଗାନ୍ଧୀଙ୍କ ଆଡ଼କୁ ସମସ୍ତେ ଅଙ୍ଗୁଳି ଦେଖାଉଛନ୍ତି। ତାଙ୍କ ବିରୋଧରେ ମୁଖ୍ୟ ଅଭିଯୋଗ- ସେ ରାଜନୀତିକୁ ଗମ୍ଭୀରତାର ସହ ନେଉନାହାନ୍ତି; ଏକ ପ୍ରମୋଦ ଭ୍ରମଣ ଭାବୁଛନ୍ତି। କ˚ଗ୍ରେସ୍‌ କ୍ରମାଗତ ଦୁର୍ବଳ ହୋଇଚାଲିଛି। ତେବେ, ରାହୁଲ ଏକଲା କାହିଁକି, ଅନ୍ୟ କିଏ ବା ଆଉ ଏହି ଦଳର ଦୁର୍ବଳତାକୁ ଗମ୍ଭୀରତାର ସହ ନେଉଛି? ମୋତିଲାଲଙ୍କଠାରୁ ଆରମ୍ଭ କରି ନେହରୁ ପରିବାରର ଇନ୍ଦିରା ଗାନ୍ଧୀଙ୍କ ପର୍ଯ୍ୟନ୍ତ ସମସ୍ତେ ଥିଲେ ମୂଳତଃ ରାଜନୈତିକ ପ୍ରାଣୀ। ସେମାନେ ସ୍ବ-ଇଚ୍ଛାରେ କ୍ଷମତା ରାଜନୀତିର ମଇଦାନକୁ ଓହ୍ଲାଇଥିଲେ। କ୍ଷମତାର ଏହି କ୍ଷୁଧା ସ˚ଜୟ ଗାନ୍ଧୀଙ୍କୁ ମଧ୍ୟ ମିଳିଥିଲା, ଉତ୍ତରାଧିକାର ସୂତ୍ରରେ। ବିମାନ ଦୁର୍ଘଟନାରେ ଯଦି ତାଙ୍କର ମୃତ୍ୟୁ ହୋଇ ନ ଥାଆନ୍ତା, ନେହରୁ ପରିବାରର ଇତିହାସ ଓ ଭୂଗୋଳ ଭିନ୍ନ ହୋଇଥାଆନ୍ତା! ରାଜୀବ ଗାନ୍ଧୀଙ୍କଠାରେ କ୍ଷମତାର କ୍ଷୁଧା ନ ଥିବା, ସ˚ଜୟଙ୍କ ମୃତ୍ୟୁ ପରେ ଇନ୍ଦିରା ବେଶ୍‌ ଭଲ ଭାବେ ବୁଝିଥିଲେ। ତାଙ୍କୁ ଏହା ମଧ୍ୟ ଭଲ ଭାବେ ଜଣାଥିଲା, କ୍ଷମତା କ୍ଷୁଧା ବିନା ନା ରାଜନୈତିକ ନେତୃତ୍ବ ବନେ ନା ଚାଲେ।

ରାଜୀବଙ୍କ ହାତରେ ସେ କ୍ଷମତା ଦେଇଥିଲେ, ଯେମିତି ତାଙ୍କଠାରେ କ୍ଷୁଧା ଜାତ ହେବ। ଆମେ କେଉଁ କାଳୁ ଜାଣିଛେ, କିଛି ମହାନ୍‌ ଜନ୍ମ ହୁଅନ୍ତି, କେତେକଙ୍କୁ ମହାନତା ପ୍ରାପ୍ତ ହୁଏ ଏବ˚ ଆଉ କିଛିଙ୍କୁ ମହାନ୍‌ ବନାଇଦିଆଯାଏ। ରାଜୀବଙ୍କର ଅନିଚ୍ଛା ସତ୍ତ୍ବେ ମାଆ ତାଙ୍କ ହାତରେ କ୍ଷମତା ଧରାଇଦେଇଥିଲେ। କ୍ଷମତାର ଗଳି-କନ୍ଦି-ଅଳିନ୍ଦକୁ ସେ ଚିହ୍ନିବା ଓ ବୁଝିବା ପୂର୍ବରୁ ମାଆଙ୍କର ହତ୍ୟା ହୋଇଗଲା। ପରିଣାମ ସ୍ବରୂପ ତାଙ୍କୁ ଧରାଇଦିଆଯାଇଥିବା କ୍ଷମତା, ତାଙ୍କଠାରେ ଲାଖିଗଲା। ସେ କ୍ରମଶଃ କ୍ଷମତା ପ୍ରତି ଲାଳାୟିତ ହେଲେ; ଏହାର ଶକ୍ତି ଓ ସୁଖର ସ୍ବାଦ ଅନୁଭବ କରିପାରିଲେ ଏବ˚ ଏହାର ପାଲରେ ପଡ଼ିଗଲେ। ମାଆଙ୍କର ତେଜ ତାଙ୍କଠାରେ ନ ଥିଲା; ତେବେ, ମାଆଙ୍କ ପନ୍ଥାକୁ ସେ ଆପଣାଇଥିଲେ। ତାମିଲନାଡୁର ନିର୍ବାଚନୀ ସଭାରେ ଯଦି ସେ ଆତଙ୍କବାଦୀ ମାନବ-ବୋମାର ଶିକାର ହୋଇ ନ ଥାଆନ୍ତେ, ନିଜ ପରିବାରର ରଙ୍ଗ ଓ ଢଙ୍ଗରେ ସେ ଏବେ ବି ରାଜନୀତି କରୁଥିବା, ଆମେ ଦେଖୁଥାଆନ୍ତେ। ତାଙ୍କ ଉପରେ ବୋଫର୍ସ‌୍‌ ତୋପର ଅପବାଦ ଲଗାଇ କ୍ଷମତାକୁ ଆସିଥିଲେ ବିଶ୍ବନାଥ ପ୍ରତାପ ସି˚ହ। ତେବେ, ଉକ୍ତ ଅପବାଦ ମଧ୍ୟରୁ ବାହାରି, ନିଜ ବଳରେ ବହୁମତ ଓ କ୍ଷମତା ହାସଲ ଦିଗରେ ସେ ପ୍ରସ୍ତୁତି ଆରମ୍ଭ କରିଥିଲେ।

ରାଜୀବ-ବିହୀନ ଶୂନ୍ୟତାର ପୂରଣ ପାଇଁ କ˚ଗ୍ରେସ୍‌ ପୁଣି ଥରେ ନେହରୁ ପରିବାର ଆଡ଼କୁ ଅନାଇଲା ଏବ˚ ଦୃଶ୍ୟ ହେଲେ ସୋନିଆ ଗାନ୍ଧୀ। ସେତେବେଳେ କେବଳ ସେ ହିଁ ଥିଲେ। ରାଜନୀତି ପ୍ରତି ସେ ଥିଲେ ସ˚ପୂର୍ଣ୍ଣ ଉଦାସୀନ ଏବ˚ ରାଜନୀତି ମଇଦାନ ପାଇଁ ମଧ୍ୟ ଅଜଣା। ନିଜର ଦୁଇ ସନ୍ତାନଙ୍କୁ ସ˚ଭାଳିବା ଏବ˚ ରାଜନୀତିର ତାତିଠାରୁ ଦୂରେଇରଖିବା ସେ ଚାହୁଁଥିଲେ। ପୁଣି, ସେ ବିଦେଶୀ କନ୍ୟା। ସେତେବେଳେ କିଛି କ˚ଗ୍ରେସ୍‌ ମୁଖିଆ, ନରସି˚ହ ରାଓ, ସୀତାରାମ କେଶରୀ ଆଦିଙ୍କୁ ହଟାଇବା ପାଇଁ ଇନ୍ଦିରାଙ୍କ ପରି ଚାଲ ଖେଳିଲେ। ଇନ୍ଦିରା, ରାଜୀବଙ୍କ ପାଇଁ ଯାହା କରିଥିଲେ; ସେମାନେ, ସୋନିଆଙ୍କ ପାଇଁ ତାହା ହିଁ କଲେ ଏବ˚ କ˚ଗ୍ରେସ୍‌ ପଡ଼ିଲା, ତାଙ୍କ ମୁଠିରେ। ତାହା ପରେ ସୋନିଆ ତାହା କଲେ, ଯାହା ତାଙ୍କ ପତି ରାଜୀବ କରିଥିଲେ। ପ୍ରଥମେ ରାଜନୀତିକୁ ବୁଝିଲେ ଏବ˚ ତାହା ପରେ ତାହାର ଆନନ୍ଦ ନେବା ଆରମ୍ଭ କଲେ। ଆଧୁନିକ ଲୋକତାନ୍ତ୍ରିକ ରାଜନୀତିରେ ବିଶ୍ବରେ ଅନ୍ୟ କେଉଁଠି, ସୋନିଆଙ୍କ ପରି କେହି ଅଛନ୍ତି କି ନା ମୋତେ ଅଜଣା; ତେବେ, ସେ କ˚ଗ୍ରେସ୍‌କୁ ସେହିସବୁ ଦେଲେ, ଯାହା କ˚ଗ୍ରେସ୍‌ ନେହରୁ ପରିବାରଠାରୁ ପାଇଆସିଥିଲା। ଫରକ କେବଳ ସେ ଏହି ପରିବାରର ଇଟାଲି ସ˚ସ୍କରଣ। ସେ ସ˚ଯମ ଓ ଗରିମାର ସହ ରାଜନୈତିକ ଚାଲ ଚଳାଇଲେ। ନିଜେ ବସିବାକୁ ଥିବା ପ୍ରଧାନମନ୍ତ୍ରୀ ଆସନ ଅନ୍ୟ କାହାକୁ ଦେଇଦେଲେ ଏବ˚ ତାହା ପରେ ଉକ୍ତ ଆସନକୁ ନିଜ ନିୟନ୍ତ୍ରଣରେ ରଖି ରାଜନୈତିକ ପକ୍ବତା ତଥା ଚମତ୍କାରୀ ଦେଖାଇଲେ।

ରାହୁଲଙ୍କୁ କ˚ଗ୍ରେସ୍‌ର ମୁଖ୍ୟ ବନାଇଲେ, ତାଙ୍କ ମାଆ। ତାଙ୍କୁ ପ୍ରଧାନମନ୍ତ୍ରୀ ବନାଇବା ପାଇଁ ପ୍ରସ୍ତୁତ ମଧ୍ୟ କରୁଛନ୍ତି, ତାଙ୍କରି ହିଁ ମାଆ। ରାହୁଲ ମଧ୍ୟ ମୂଳତଃ ନିଜ ପିତା ବା ମାତାଙ୍କ ପରି ରାଜନୈତିକ ନ ଥିଲେ। ତେବେ, ତାଙ୍କୁ ନିଜ ମାର୍ଗ ବାଛିବା ପାଇଁ ସୁଯୋଗ ବି ମିଳିଲାନାହିଁ ବୋଲି କହାଯାଇପାରେ। ତାଙ୍କୁ ରାଜନୀତି ମଇଦାନରେ ଛାଡ଼ିଦିଆଗଲା ଏବ˚ ସେ ଏହାର ସର୍ବଭୁକ୍‌ ରୂପ ଦେଖି, କଡ଼କୁ ଦଉଡ଼ିଲେ। ଆଜି ପର୍ଯ୍ୟନ୍ତ ସେ ଦଉଡ଼ୁଛନ୍ତି। ଏହାର ଅର୍ଥ ଏହା ମଧ୍ୟ ନୁହେଁ ଯେ, ସେ କ୍ଷମତା ଚାହାଁନ୍ତିନାହିଁ ବା ରାଜନୀତି କରିବାକୁ ଇଚ୍ଛୁକ ନୁହନ୍ତି। ଇତି ମଧ୍ୟରେ ତାଙ୍କର ପ୍ରାରମ୍ଭିକ ସମସ୍ୟାଗୁଡ଼ିକ ଦୂର ହୋଇଗଲାଣି। କିନ୍ତୁ, କ˚ଗ୍ରେସ୍‌ର ଇନ୍ଦିରା ଗାନ୍ଧୀ ସ˚ସ୍କରଣକୁ ସେ ଗ୍ରହଣ କରିପାରୁନାହାନ୍ତି। ସେ ଏଥିରୁ ମୁକୁଳିବାକୁ ଏବ˚ ଏହାକୁ ବଦଳାଇବାକୁ ଚାହୁଁଛନ୍ତି। ହେଲେ, ପରିବର୍ତ୍ତନ କ’ଣ ହେବ, କେଉଁ ପରି ହେବ, ଏହା ତାଙ୍କୁ ସ୍ପଷ୍ଟ ଜଣାନାହିଁ। ସେ ବାଟ ଖୋଜୁଛନ୍ତି ସତ ଏ ପର୍ଯ୍ୟନ୍ତ ପାଇନାହାନ୍ତି। ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଅନେକ ବରିଷ୍ଠ କ˚ଗ୍ରେସ୍‌ ନେତା ପରିବର୍ତ୍ତନ ହିଁ ଚାହାଁନ୍ତିନାହିଁ। ଏଇଠି କ˚ଗ୍ରେସ୍‌ ଅଟକିରହିଛି।

କ˚ଗ୍ରେସ୍‌ର ଖୋଲା ମୁଠିରୁ ମତଦାତା ଖସିବାରେଲାଗିଛନ୍ତି। ଏହା କିପରି ମୁଠି ବନ୍ଦ କରିବ, ବତାଇବାକୁ କେହି ନାହାନ୍ତି। କ’ଣ ଏହି କ˚ଗ୍ରେସ୍‌କୁ ରାହୁଲ ନିଜ କ˚ଗ୍ରେସ୍‌ ବନାଇପାରିବେ? ବନାଇବା କଷ୍ଟ। ନେତୃତ୍ବ ନେବା ସହ ଆଗାମୀ ପନ୍ଥା ନିର୍ଦ୍ଧାରଣ ପାଇଁ ତାଙ୍କୁ ହିଁ ଉଦ୍ୟମ ଆରମ୍ଭ କରିବାକୁ ହେବ। ନେହରୁ ହୁଅନ୍ତୁ ବା ଇନ୍ଦିରା ବା ପିତା ରାଜୀବ, ସମସ୍ତେ ନିଜ ବଳରେ, ନିଜ ଉଦ୍ୟମରେ, କ˚ଗ୍ରେସ୍‌କୁ ନିଜ ଦଳ ବନାଇଥିଲେ। ରାହୁଲ ଏଇଠି ଅଟକିଯାଉଛନ୍ତି ଏବ˚ ଆଗକୁ ବଢ଼ୁନାହାନ୍ତି। ସେ କ˚ଗ୍ରେସ୍‌ ଅଧ୍ୟକ୍ଷ ରହିସାରିଛନ୍ତି। ଅର୍ଦ୍ଧାଧିକ କ˚ଗ୍ରେସ୍‌ ନେତା, ତାଙ୍କ ସପକ୍ଷରେ; ତଥାପି ସେ ନିଜର ଗୋଷ୍ଠୀ ବନାଇବାରେ ବିଫଳ। କ˚ଗ୍ରେସ୍‌କୁ ସେ କେଉଁ ଭଳି ରୂପ ଦେବାକୁ ଚାହାଁନ୍ତି, କହିପାରୁନାହାନ୍ତି। ଏବେ କ˚ଗ୍ରେସ୍‌କୁ ଲୋଡ଼ା ଏ ଭଳି ଏକ ରାହୁଲ, ଯିଏ ଏହି ଦଳକୁ ଗଢ଼ିପାରିବେ ଏବ˚ ଆଗେଇନେଇପାରିବେ। ଏବେ ସେ, ବରିଷ୍ଠ କ˚ଗ୍ରେସ୍‌ ନେତାଙ୍କୁ କହିବାର ସମୟ ଆସିଛି- ଯଦି ମୁଁ ରାଜନୀତିକୁ ଗମ୍ଭୀରତାର ସହ ନେଉନାହିଁ, ଆପଣମାନେ ନେଉନାହାନ୍ତି କାହିଁକି? ଏଥି ପାଇଁ ଆପଣମାନଙ୍କୁ ରୋକିଛି କିଏ? ଗତ ଲୋକସଭା ନିର୍ବାଚନ ବା ତା’ ପରବର୍ତ୍ତୀ କୌଣସି ପ୍ରାଦେଶିକ ନିର୍ବାଚନରେ ରାହୁଲଙ୍କ ଉପରେ ଆରୋପ ଲଗାଉଥିବା କୌଣସି ବରିଷ୍ଠ କ˚ଗ୍ରେସ୍‌ ନେତା ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଜଣାଯାଏନାହିଁ। ଯଦି କେହି କରିଥାଆନ୍ତେ, ତାହା ସ୍ପଷ୍ଟ ଦୃଶ୍ୟ ହୋଇଥାଆନ୍ତା! ଯେତେ ବେଳେ ରାହୁଲ ‘ଚୌକିଦାର ଚୋର’ ସ୍ଲୋଗାନ୍‌ ଦେଇ ସାରା ଦେଶରେ ଘୂରୁଥିଲେ, କୌଣସି ବରିଷ୍ଠ କ˚ଗ୍ରେସ୍‌ ନେତା କାହିଁକି ତାଙ୍କ ସ୍ବର ସହ ସ୍ବର ମିଳାଇ ନ ଥିଲେ? ଯଦି ଏହି ସ୍ଲୋଗାନ୍‌କୁ ନେଇ କାହାର କିଛି ଅସନ୍ତୋଷ ଥିଲା, ସେମାନେ କୌଣସି ନୂଆ ସ୍ଲୋଗାନ୍‌ ପାଇଁ ପ୍ରସ୍ତାବ ଦେଇ ନ ଥିଲେ କାହିଁକି? ଅଦ୍ୟାବଧି କେବଳ ରାହୁଲ ହିଁ କେନ୍ଦ୍ର ସରକାରର ନୀତି ବିରୋଧରେ ସିଧା-ସଳଖ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି, ଟିପ୍ପଣୀ ଦେଉଛନ୍ତି ଏବ˚ ଟ୍ବିଟ୍‌ କରୁଛନ୍ତି; ଅନ୍ୟମାନେ ନିରବ ରହୁଛନ୍ତି କାହିଁକି? ଯଦି ତାଙ୍କ ଛଡ଼ା ଅନ୍ୟ କେହି, କୌଣସି ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି, ତାହା ଶୁଭୁନାହିଁ କାହିଁକି? ପ୍ରାରମ୍ଭରେ ରାହୁଲ ଅପରିପକ୍ବ ବୟାନ ଦେଉଥିଲେ; କାରଣ, ତାଙ୍କୁ ସ˚ଭାଳିବା ପାଇଁ ତାଙ୍କ ପଛରେ କୌଣସି ଅଭିଜ୍ଞ ରାଜନୈତିକ ହାତ ନ ଥିଲା। ଏବେ ସମୟ ସହ ସେ ଠିକ୍‌ ହୋଇଯାଇଛନ୍ତି।

ଯଦି ଏହି ରାହୁଲଙ୍କୁ ଆପଣେଇବା ପାଇଁ କ˚ଗ୍ରେସ୍‌ ପ୍ରସ୍ତୁତ, ଏହି ଦଳ ନିମନ୍ତେ ତଥାପି ଆଶା ବଞ୍ଚିଛି। ରାହୁଲଙ୍କୁ ନିଜ ଦଳ ମଧ୍ୟରେ କାମ କରିବା ପାଇଁ ପୂର୍ଣ୍ଣ ସ୍ବାଧୀନତା ମିଳିବା ଆବଶ୍ୟକ। କାରଣ, ଆଜି ଏହି ଦଳରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀଙ୍କ ଭିନ୍ନ ଅନ୍ୟ କୌଣସି ନେତା ନାହାନ୍ତି, ଯିଏ କୌଣସି ନଗରପାଳିକା ନିର୍ବାଚନରେ ଦଳକୁ ବିଜୟୀ କରିପାରିବେ। ଅଶୋକ ଗେହଲଟ କ˚ଗ୍ରେସ୍‌ର ଏକ ମାତ୍ର ମୁଖ୍ୟମନ୍ତ୍ରୀ, ଯିଏ ଖୋଲା ଆହ୍ବାନ ଦେଇ ଭାରତୀୟ ଜନତା ପାର୍ଟିକୁ ନିର୍ବାଚନରେ ହରାଇଲେ। ତାଙ୍କ ସରକାରକୁ ଭାଙ୍ଗିବା ପାଇଁ ଭାରତୀୟ ଜନତା ପାର୍ଟି ଉଦ୍ୟମ କରି ବିଫଳ ହେଲା। ଏହା ରାଜନୀତିର ରାହୁଲ-ଶୈଳୀ। ଏ ଭଳି କ˚ଗ୍ରେସ୍‌ ଏବ˚ ଏମିତିକା ରାହୁଲ ହିଁ ପରସ୍ପରକୁ ଉଦ୍ଧାର କରିପାରିବେ।

ଅଧ୍ୟକ୍ଷ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଦିଲ୍ଲୀ

ସମ୍ବନ୍ଧିତ ଖବର