ଉଭୟ ଭାରତୀୟ ତଥା ଭାରତୀୟ ଗଣତନ୍ତ୍ରର ସ୍ବାସ୍ଥ୍ୟ ପାଇଁ ୨୦୨୦ ଏକ ଖରାପ ବର୍ଷ ଥିଲା। ମୋଦୀ-ଶାହ ଯୋଡ଼ି ନିଜର ପ୍ରବୃତ୍ତି ଓ ବିଶ୍ବାସ ଅନୁଯାୟୀ କର୍ତ୍ତୃତ୍ବବାଦୀ ବା ପ୍ରଭୁବାଦୀ। ରାଷ୍ଟ୍ର ଓ ସମାଜ ଉପରେ ନିଜର କର୍ତ୍ତୃତ୍ବ ଜାରି କରିବା ସହ ଏହାକୁ ନିଜ ନିୟନ୍ତ୍ରଣାଧୀନ କରିବା ପାଇଁ ଦୁହେଁ ସାମ୍ବିଧାନିକ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଅଣ-ଦେଖା କରି ମହାମାରୀର ବ୍ୟବହାର କରିଥିଲେ। ଦୁହେଁ ନିଜ ଅଭିଳାଷ ଚରିତାର୍ଥ କରିବା ପାଇଁ ସ˚ସଦ, ଭାରତୀୟ ସ˚ଘୀୟ ବ୍ୟବସ୍ଥା, ଗଣମାଧ୍ୟମ ଏବ˚ ଆମ ଦେଶର ନାଗରିକ ସମାଜ ଅନୁଷ୍ଠାନଗୁଡ଼ିକ ଉପରେ ବହୁମୁଖୀ ଆକ୍ରମଣ ଜାରିରଖିଛନ୍ତି। ଏବେ ତର୍ଜମା କରିବାର ବେଳ ଆସିଛି।
ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ନରେନ୍ଦ୍ର ମୋଦୀ କ୍ରମାଗତ ଭାବେ ବୈଧାନିକ ପଦ୍ଧତିର ଅବମାନନା କରିଥିଲେ। ସେ କ୍ଷମତାରେ ଦଶ ବର୍ଷ ରହିବା ପରେ ତାଙ୍କର କାର୍ଯ୍ୟ-କଳାପକୁ ନେଇ ଏକ ରିପୋର୍ଟ୍ ପ୍ରକାଶ ପାଇଥିଲା। ଉକ୍ତ ରିପୋର୍ଟ୍ ସୂତ୍ରରୁ ପ୍ରକାଶ ଯେ, ନିଜ ଶାସନ କାଳରେ ଗୁଜରାଟର ଅନ୍ୟ ମୁଖ୍ୟମନ୍ତ୍ରୀଙ୍କ ତୁଳନାରେ ସେ ଯଥେଷ୍ଟ କମ୍ ଥର ପାଇଁ ବିଧାନସଭାର ଅଧିବେଶନ ଡାକିଥିଲେ। ମାସ ମାସ ଧରି ବିଧାନସଭା ବସୁ ନ ଥିଲା। ଯେତେ ବେଳେ ବସୁଥିଲା, କୌଣସି ଗୁରୁତ୍ବପୂର୍ଣ୍ଣ ବିଷୟରେ ଆଲୋଚନାକୁ ଅତି କମ୍ ସମୟ ଦିଆଯାଉଥିଲା। ଅପରପକ୍ଷେ, ଦେହାନ୍ତ ହୋଇଥିବା କୌଣସି ବିଧାୟକଙ୍କ ଶ୍ରଦ୍ଧାଞ୍ଜଳିରେ ଘଣ୍ଟା ଘଣ୍ଟା ସମୟ ଯାଉଥିଲା। ମୋଦୀ ଶାସନ ନୀତି ସ˚ପର୍କିତ କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ବିରୋଧୀ ଦଳ ବା ନିଜ ଦଳର ବିଧାୟକଙ୍କ ମତ ତ ଦୂରର କଥା କ୍ବଚିତ୍ ନିଜ କ୍ୟାବିନେଟ୍ର ମତାମତ ନେଉଥିଲେ।
ଅନ୍ୟମାନଙ୍କ ମତାଧିକାରର ଅବମାନନା ନିଜ ସହ ନେଇ ମୋଦୀ ଦିଲ୍ଲୀ ଆସିଥିଲେ। ତାଙ୍କ ଦୃଷ୍ଟିରେ ସ˚ସଦ ବାଜେ ପ୍ରସଙ୍ଗରେ ଭାଷଣ ଦେବା ପାଇଁ ଉଦ୍ଦିଷ୍ଟ; କୌଣସି ନୀତି ନିର୍ଦ୍ଧାରଣ ନିମନ୍ତେ ଆଲୋଚନା ଓ ବିତର୍କର ସ୍ଥାନ ନୁହେଁ। ଏ ପର୍ଯ୍ୟନ୍ତ ଲୋକସଭାର ବାଚସ୍ପତି ତଥା ରାଜ୍ୟସଭାର ଅଧ୍ୟକ୍ଷ ଏହି ଦିଗରେ, ନିଜର ସର୍ବୋଚ୍ଚ ନେତାଙ୍କର ହିଁ ଅନୁସରଣ କରିଆସିଛନ୍ତି। ସର୍ବୋଚ୍ଚ ନେତା ମୋଦୀ ଯାହା ବିଶ୍ବାସ କରନ୍ତି, ତାହା ମଧ୍ୟ ସେମାନେ ବିଶ୍ବାସ କରନ୍ତି। ତାଙ୍କ ଅଧସ୍ତନ ବା ଡେପୁଟିମାନଙ୍କର ମଧ୍ୟ ସମାନ ବିଶ୍ବାସ। ମନେପକାନ୍ତୁ, ରାଜ୍ୟସଭାରେ କୃଷି ବିଲ୍ଗୁଡ଼ିକ କେଉଁ ପରି ଭାବେ ପାରିତ ହୋଇଥିଲା। ସେତେବେଳେ ଗୃହ କାର୍ଯ୍ୟ ପରିଚାଳନା କରୁଥିଲେ, ରାଜ୍ୟସଭାର ଉପାଧ୍ୟକ୍ଷ ହରିବ˚ଶ। ସେ ସମସ୍ତ ନିୟମ ଓ ବିଧିକୁ ଜଳାଞ୍ଜଳି ଦେଇ ସା˚ସଦମାନଙ୍କର ପ୍ରକୃତ ମତଦାନ ବା ଭୋଟି˚ କରାଇ ଦେଇ ନ ଥିଲେ। ତାଙ୍କ ନିଜ ବିଶ୍ବାସ ଅନୁଯାୟୀ ବିଲ୍ଗୁଡ଼ିକୁ ଆଇନରେ ପରିଣତ କରାଇଦେଇଥିଲେ। ଏ ଭଳି ଭାବେ ଗଣତାନ୍ତ୍ରିକ ପଦ୍ଧତିକୁ ଦୂରେଇ ଦେବା ପ୍ରସଙ୍ଗରେ ଲୋକସଭାର ପ୍ରାକ୍ତନ ସାଧାରଣ ସଚିବ ପିଡିଟି ଆଚାରୀ ଲେଖିଥିଲେ- ‘ବିରୋଧୀଙ୍କୁ କହିବାର ଏବ˚ ବିରୋଧ କରିବାର ସୁଯୋଗ ଦେବା ପାଇଁ ସ˚ସଦୀୟ ବ୍ୟବସ୍ଥାର ସୃଷ୍ଟି। ସେମାନଙ୍କ କଥା ଶୁଣିବା ପରେ ସରକାର ନୀତି ନିର୍ଦ୍ଧାରଣ କରିବା ହିଁ ପ୍ରକୃତ ବ୍ୟବସ୍ଥା। ଯଦି ସେମାନଙ୍କୁ ଶୁଣା ନ ଯିବ, ସ˚ସଦ ଏକ ଗଣତାନ୍ତ୍ରିକ ଅନୁଷ୍ଠାନ ହୋଇ ରହିବନାହିଁ।’
ମୋଦୀ-ଭକ୍ତମାନେ ବ୍ୟବସ୍ଥାର ଉଲ୍ଲ˚ଘନକୁ ସ˚ପୂର୍ଣ୍ଣ ଭାବେ ଅଣ-ଦେଖା କଲେ ଏବ˚ ବିଲ୍ଗୁଡ଼ିକୁ ଐତିହାସିକ ଭାବେ ଆଖ୍ୟାୟିତ କଲେ। ଅପରପକ୍ଷେ, ଗଣତାନ୍ତ୍ରିକ ବ୍ୟବସ୍ଥାରେ ବିଶ୍ବାସ ରଖୁଥିବା ବିଚାରଶୀଳ ବ୍ୟକ୍ତିମାନେ ସ˚ସଦର ଅବମାନନା ହେଉଥିବା ଏବ˚ ଏହାର ପରିଣାମ ବାବଦରେ ଆମକୁ ଚେତାଇଲେ। ବରିଷ୍ଠ ଆଇନଜୀବୀ ଅରବିନ୍ଦ ଦାତାର ଲେଖିଛନ୍ତି- ‘ଯଦି କୃଷି ବିଲ୍ ତିନିଟିକୁ ସ˚ସଦ ଉପରେ ଥାପିଦିଆଯାଇ ନ ଥାଆନ୍ତା, ଆମେ ବିପୁଳ ଅର୍ଥନୈତିକ କ୍ଷତି ସହୁ ନ ଥାଆନ୍ତେ କି ଦିଲ୍ଲୀ ଉପକଣ୍ଠରେ ସାଧାରଣ ଜୀବନ ବ୍ୟତି-ବ୍ୟସ୍ତ ହେଉ ନ ଥାଆନ୍ତା। ସ˚ସଦୀୟ ପଦ୍ଧତିକୁ ସମ୍ମାନ ନ ଦେଲେ କ’ଣ ଘଟେ, ତାହାର ଶିକ୍ଷା କୃଷକ ଆନ୍ଦୋଳନରୁ ମିଳୁଛି।’ କେନ୍ଦ୍ର ମନ୍ତ୍ରୀ ଏହାକୁ ସହରୀ ନକସଲ, ଖଲିସ୍ତାନୀ ବା ବିରୋଧୀ ଦଳଙ୍କ କାର୍ଯ୍ୟ କହିପାରନ୍ତି; ତେବେ, ପ୍ରକୃତ କଥା ଦାତାର କହିଛନ୍ତି। ତରବରିଆ ହୋଇ ବିନା ଆଲୋଚନାରେ ଯେଉଁ ଭଳି ଭାବେ କୃଷି ବିଲ୍ ତିନିଟିକୁ ଲଦିଦିଆଗଲା, ତାହାର ପରିଣାମ- ଏବର ସ˚କଟ। ମହାମାରୀ ଆମର ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଥିବା ବେଳେ ଏବର ଆନ୍ଦୋଳନ ଆମକୁ ଆହୁରି ତଳକୁ ନେଇଯିବ।
ଏବେ ସରକାର ସ˚ସଦର ଶୀତକାଳୀନ ଅଧିବେଶନ ବାତିଲ କରିଛନ୍ତି। ମହାମାରୀକୁ ଏହାର କାରଣ ଦର୍ଶାଯାଇଛି; ଯେତେବେଳେ କି କେନ୍ଦ୍ର ଗୃହ ମନ୍ତ୍ରୀ ଆସାମ ଓ ପଶ୍ଚିମବଙ୍ଗରେ ବିଶାଳ ରାଜନୈତିକ ସମାବେଶରେ ଭାଷଣ ଦେଉଛନ୍ତି।
ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ନରେନ୍ଦ୍ର ମୋଦୀ ‘ସମବାୟ ସ˚ଘୀୟବାଦ’ରେ ବିଶ୍ବାସ ରଖୁଥିବା କୁହାଯାଉଥିଲା। ପ୍ରଧାନମନ୍ତ୍ରୀ ହେବା ପରେ ସେ ରାଜ୍ୟମାନଙ୍କର ଦାୟିତ୍ବ ଓ ଅଧିକାର କାଟ-ଛାଣ୍ଟ କରୁଥିବା କୁହାଯାଉଛି। ପୁଣି ଥରେ କୃଷି ବିଲ୍ର ଦୃଷ୍ଟାନ୍ତ ଦିଆଯାଇପାରେ। ହରିଶ ଦାମୋଦରନ ସୂଚାଇଛନ୍ତି- ‘କୃଷି’ ଓ ‘ବଜାର’ ରାଜ୍ୟ ବିଷୟ ବୋଲି ସମ୍ବିଧାନରେ ସ୍ପଷ୍ଟ ଭାବେ କହାଯାଇଛି। ତେଣୁ, ଏହି ବିଷୟରେ କେନ୍ଦ୍ର, ରାଜ୍ୟଗୁଡ଼ିକୁ ପ୍ରୋତ୍ସାହନ, ସହାୟତା ଓ ସମର୍ଥନ ଦେବା କଥା; ଫଳରେ ସେମାନେ ଏଥିରେ ଉନ୍ନତି ଆଣିପାରିବେ। ତେବେ, କେନ୍ଦ୍ର ଏହା କରିବା ପରିବର୍ତ୍ତେ ନିଜେ ଆଇନ ପ୍ରଣୟନ କରୁଛି; ତାହା ପୁଣି ରାଜ୍ୟମାନଙ୍କର ମତାମତ ନ ନେଇ। ଖାଦ୍ୟ ପଦାର୍ଥର ବାଣିଜ୍ୟ-ବ୍ୟବସାୟ ସମ୍ବିଧାନର ସମବର୍ତ୍ତୀ ତାଲିକା ଅନ୍ତର୍ଭୁକ୍ତ ବିଷୟ। ଏହାର ତ୍ରୁଟିପୂର୍ଣ୍ଣ ବ୍ୟାଖ୍ୟା କରି, ସରକାର କୃଷିକୁ ଏଥି ଅନ୍ତର୍ଭୁକ୍ତ କରିବା ସହ ବିବାଦୀୟ ପଦ୍ଧତିରେ ସ˚ସଦରେ ବିଲ୍ଗୁଡ଼ିକୁ ପାରିତ କରାଇନେଇଛନ୍ତି।
ମହାମାରୀ କାଳରେ ସ˚ଘୀୟ ବ୍ୟବସ୍ଥା ଉପରେ ଅଧିକ ଆକ୍ରମଣ ପ୍ରତ୍ୟକ୍ଷ ହୋଇଛି। କିଛି ଉପନିବେଶକାଳୀନ ଆଇନ ଏବ˚ ଜାତୀୟ ବିପର୍ଯ୍ୟୟ ପରିଚାଳନା ଆଇନ ମାଧ୍ୟମରେ କେନ୍ଦ୍ର ଅଧିକ ଶକ୍ତିଶାଳୀ ହୋଇଛି। ବିରୋଧୀ ଦଳମାନଙ୍କ ଦ୍ବାରା ପରିଚାଳିତ ପ୍ରାଦେଶିକ ସରକାରଗୁଡ଼ିକୁ ଭାଙ୍ଗିବା ପାଇଁ ଉଦ୍ୟମ ହୋଇଛି। ବିଧାୟକମାନଙ୍କୁ ଲାଞ୍ଚ ଏବ˚ ଧମକ ଦ୍ବାରା ଅଧୀନସ୍ଥ କରାଯାଇଛି ଏବ˚ ସେମାନଙ୍କ ସମର୍ଥନ ହାସଲ କରାଯାଇଛି। ଏହାର ସ୍ପଷ୍ଟ ପ୍ରତିଫଳନ ଦେଖିବାକୁ ମିଳେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ-କଳାପରେ। ଭାଜପା କ୍ଷମତା ପାଇଁ ଲାଳାୟିତ ଥିଲା। ପ୍ରଧାନମନ୍ତ୍ରୀ ସାଧାରଣ ଲୋକଙ୍କ ସ୍ବାସ୍ଥ୍ୟ ବାବଦରେ କେବେ ବି ଯତ୍ନବାନ ନ ଥିଲେ। ତେଣୁ, ସେ ମଧ୍ୟପ୍ରଦେଶରେ ତାଙ୍କ ଦଳର ସରକାର ଗଠିତ ହେବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ଏବ˚ ତାହା ପରେ ମାତ୍ର ଚାରି ଘଣ୍ଟା ସମୟ ଦେଇ ଡ୍ରାକୋନିଆନ୍ ତାଲାବନ୍ଦୀର ଘୋଷଣା କରିଥିଲେ।
ସ˚ଘୀୟ ବ୍ୟବସ୍ଥା ଉପରେ ଭାଜପାର ଆକ୍ରମଣ ମୁଖ୍ୟତଃ ଦୁଇଟି ବଡ଼ ପ୍ରଦେଶ ଉପରେ- ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗ। ଏହି ଦୁଇ ପ୍ରଦେଶର ରାଜ୍ୟପାଳ ସମ୍ବିଧାନ ନୁହେଁ, ହିନ୍ଦୁତ୍ବ ପ୍ରତି ଅଧିକ ବିଶ୍ବସ୍ତ। ସେହି ପରି କେନ୍ଦ୍ରୀୟ ତଦନ୍ତକାରୀ ସ˚ସ୍ଥାଗୁଡ଼ିକ ଆଇନ ପ୍ରତି ନୁହେଁ, ନିଜର ମନ୍ତ୍ରୀଙ୍କ ପ୍ରତି ଅଧିକ ବିଶ୍ବସ୍ତ। ରାଜ୍ୟପାଳ ଏବ˚ କେନ୍ଦ୍ରୀୟ ତଦନ୍ତକାରୀ ସ˚ସ୍ଥାର ବରିଷ୍ଠ ଅଧିକାରୀମାନଙ୍କ ମାଧ୍ୟମରେ ମୋଦୀ-ଶାହ ଯୋଡ଼ି ଏହି ଦୁଇ ରାଜ୍ୟରେ କ୍ଷମତାସୀନ ଅଣ-ଭାଜପା ସରକାରଙ୍କୁ ହଇରାଣ-ହରକତ କରୁଛନ୍ତି। ଏହି ଆକ୍ରମଣ ଅତି ସ୍ପଷ୍ଟ ଭାବେ ଦୃଶ୍ୟମାନ। ଏକଦା ଭାଜପାର ଅତି ଅନ୍ତରଙ୍ଗ ଥିବା ଶିବ ସେନା ଦଳ ବ୍ୟତିବ୍ୟସ୍ତ ହୋଇ ମନ୍ତବ୍ୟ ଦେଇଛି- ‘ଆମ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଗୁଡ଼ିକୁ ଭାଙ୍ଗିବା ପାଇଁ ଏତେ ବ୍ୟଗ୍ର କାହିଁକି? ପ୍ରଧାନମନ୍ତ୍ରୀ ଏହି ଦେଶର। ଦେଶ, ସ˚ଘୀୟ ବ୍ୟବସ୍ଥା ଦ୍ବାରା ପରିଚାଳିତ। ଯେଉଁ ପ୍ରଦେଶଗୁଡ଼ିକରେ ଭାଜପା ସରକାର ନାହିଁ, ସେମାନେ ସୁଦ୍ଧା ଜାତୀୟ ସ୍ବାର୍ଥ ସପକ୍ଷରେ କହିବେ। ତେବେ, ଏହି ଭାବନାର ହତ୍ୟା ଚାଲିଛି।’
ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ନରେନ୍ଦ୍ର ମୋଦୀ ନିହାତି ଅଣ-ରାଜନୈତିକ ନାଗରିକ ସମାଜ ଅନୁଷ୍ଠାନକୁ ବିଶ୍ବାସକୁ ନେଉ ନ ଥିଲେ। ତାଙ୍କର ଏହି ବିଶ୍ବାସ ମଧ୍ୟ ତାଙ୍କ ସହ ଦିଲ୍ଲୀ ଆସିଲା। ସ୍ବେଚ୍ଛାସେବୀ ସ˚ଗଠନଗୁଡ଼ିକୁ ସେ ପ୍ରଥମରୁ କାଟ-ଛାଣ୍ଟ କରିବା ଆରମ୍ଭ କରିଥିଲେ। ୨୦୨୦ରେ ତାହା ବ୍ୟାପକ ହୋଇଥିଲା। ବିଦେଶୀ ଅନୁଦାନ (ନିୟନ୍ତ୍ରଣ) ଆଇନରେ ନୂଆ ସ˚ଶୋଧନ ସ˚ପୂର୍ଣ୍ଣ ଉଦ୍ଦେଶ୍ୟମୂଳକ। ଏହା ଏକ ମନମୁଖୀ ସ˚ଶୋଧନ ଏବ˚ କେବଳ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ସୃଷ୍ଟ ବୋଲି ବିଶ୍ଳେଷକମାନେ କହନ୍ତି। ସ୍ବେଚ୍ଛାସେବୀ ସ˚ଗଠନଗୁଡ଼ିକୁ ସୀମିତ କରିବାର ପରିଣାମ ଶିକ୍ଷା, ସ୍ବାସ୍ଥ୍ୟ, ଜୀବନ-ଜୀବିକା, ଲିଙ୍ଗଗତ ନ୍ୟାୟ ଏପରିକି ଭାରତରେ ଗଣତନ୍ତ୍ର ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇପାରେ।
ସ୍ବାଧୀନ ଭାବେ କାର୍ଯ୍ୟ କରୁଥିବା ସାମ୍ବାଦିକମାନଙ୍କୁ ନରେନ୍ଦ୍ର ମୋଦୀ ପସନ୍ଦ କରନ୍ତିନାହିଁ। ସାଢ଼େ ଛଅ ବର୍ଷ ପ୍ରଧାନମନ୍ତ୍ରୀ ଆସନରେ ବସିବା ପରେ ସୁଦ୍ଧା ସେ ସାମ୍ବାଦିକ ସମ୍ମିଳନୀ ଡାକିନାହାନ୍ତି। ୨୦୨୦ରେ ଭାରତର ପ୍ରେସ୍ ସ୍ବାଧୀନତା ଉପରେ ଆକ୍ରମଣ ବହୁତ ବଢ଼ିଥିଲା। ମାର୍ଚ୍ ଶେଷ ଭାଗରେ ତାଲାବନ୍ଦୀ ଲାଗୁ ହେବାର ପ୍ରଥମ ଦୁଇ ମାସ ମଧ୍ୟରେ ପଞ୍ଚାବନ ଜଣ ସାମ୍ବାଦିକଙ୍କ ବିରୋଧରେ ଏତଲା ଦାଏର କରାଯାଇଥିଲା। ସେମାନଙ୍କୁ ଧମକ ଦିଆଯାଇଥିଲା ଏବ˚ ଗିରଫ ମଧ୍ୟ କରାଯାଇଥିଲା। ଭାଜପା ଶାସିତ ବା କେନ୍ଦ୍ର ଦ୍ବାରା ନିୟନ୍ତ୍ରିତ ରାଜ୍ୟ ଉତ୍ତର ପ୍ରଦେଶ, ହିମାଚଳ ପ୍ରଦେଶ ଏବ˚ ଜାମ୍ମୁ-କାଶ୍ମୀରରେ ସାମ୍ବାଦିକଙ୍କ ଉପରେ ସର୍ବାଧିକ ଆକ୍ରମଣ ହୋଇଥିଲା। ‘ଫ୍ରି ସ୍ପିଚ୍ କଲେକ୍ଟିଭ୍’ରେ ପ୍ରକାଶିତ ଏକ ରିପୋର୍ଟ୍ ଅନୁଯାୟୀ ୨୦୨୦ ବର୍ଷଟି ଭାରତୀୟ ସାମ୍ବାଦିକଙ୍କ ପାଇଁ ଏକ ଅତି ଖରାପ ବର୍ଷ ଥିଲା। ସାମ୍ବାଦିକଙ୍କ ଉପରେ ଆକ୍ରମଣ ବହୁତ ବଢ଼ିଥିଲା। ଅନେକ ସାମ୍ବାଦିକ ହତ୍ୟାର ଶିକାର ହୋଇଥିଲେ। ଅନେକ ଗଣମାଧ୍ୟମ ସ୍ବୟ˚ ନିଜର ସେନ୍ସର୍ କରୁଥିବା ବେଳେ ସରକାର ଅଧିକ ନିୟନ୍ତ୍ରଣ ପାଇଁ ତତ୍ପର ଥିଲା। ଅନ୍ଲାଇନ୍ ଗଣମାଧ୍ୟମଗୁଡ଼ିକୁ ନିୟନ୍ତ୍ରିତ କରିବା ପାଇଁ ପଦକ୍ଷେପମାନ ନିଆଯାଇଥିଲା। ନୂଆ ନିୟମ ଲାଗୁ କରାଯାଇଥିଲା। ‘ବିଶ୍ବ ପ୍ରେସ୍ ସ୍ବାଧୀନତା ସୂଚକାଙ୍କ’ରେ ଭାରତର ସ୍ଥାନ ଏବେ ୧୪୨ତମ। ଏହାର ସ୍ଥାନ ଏପରିକି ଶ୍ରୀଲଙ୍କା, ନେପାଳ ଓ ଅଫଗାନିସ୍ତାନ ତଳେ। ଆମେ ପାକିସ୍ତାନଠାରୁ ତିନି ସ୍ଥାନ ଉପରେ। ଦେଶ-ଭକ୍ତଙ୍କ ପାଇଁ ବୋଧହୁଏ କେବଳ ଏତିକି ସାନ୍ତ୍ବନା।
୨୦୨୦ ବର୍ଷରେ ସ˚ସଦ, ସ˚ଘୀୟ ବ୍ୟବସ୍ଥା, ନାଗରିକ ସମାଜ ଅନୁଷ୍ଠାନ ଏବ˚ ଗଣମାଧ୍ୟମ ସହ ଭାରତର ବୃହତ୍ତମ ସ˚ଖ୍ୟାଲଘୁ ସ˚ପ୍ରଦାୟ ମୁସଲମାନମାନଙ୍କୁ ମଧ୍ୟ ଟାର୍ଗେଟ୍ କରାଯାଇଛି। ସେମାନଙ୍କୁ କ୍ରମାଗତ ଭାବେ ନିନ୍ଦିତ-ଅପବାଦିତ କରାଯାଉଛି। ଦେଶର ଦୁଇ ପ୍ରମୁଖ ଶକ୍ତିଶାଳୀ ରାଜନେତା ଏହାକୁ ଅଣ-ଦେଖା କରୁଛନ୍ତି। ପୁଲିସ୍ ନିରପେକ୍ଷ ଭାବେ ଦିଲ୍ଲୀ ଦଙ୍ଗାର ତଦନ୍ତ କରିନାହିଁ। ଉତ୍ତର ପ୍ରଦେଶରେ ମୁସଲମାନମାନଙ୍କ ଉପରେ ମିଥ୍ୟା ଆରୋପ ଅଣାଯାଉଛି। ଭାଜପା ପକ୍ଷରୁ ପଶ୍ଚିମବଙ୍ଗର ପ୍ରାକ୍-ନିବାର୍ଚନୀ ପ୍ରଚାର ବେଳେ କେନ୍ଦ୍ର ଗୃହ ମନ୍ତ୍ରୀ ବିବାଦୀୟ ମନ୍ତବ୍ୟ ଦେଉଛନ୍ତି। ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସ˚ଖ୍ୟାଗରିଷ୍ଠ ରାଜନୀତିର ଖେଳ ଖେଳୁଛନ୍ତି। ସେଠାରେ ପକ୍ଷପାତୀ ଆଇନ ପ୍ରଣୟନ ଏବ˚ ଲାଗୁ ମଧ୍ୟ କରାଯାଉଛି।
ଯେତେ ବେଳେ କୃଷି ଓ ଶ୍ରମ ସ˚ପର୍କିତ ନୂଆ ଆଇନ ପାରିତ ହେଲା, ମୁକ୍ତ-ବଜାରକୁ ସମର୍ଥନ କରୁଥିବା ସ୍ତମ୍ଭକାରମାନେ ସମ୍ମତିସୂଚକ ତାଳି ମାରିଲେ। ତାହା ବିଶ୍ବସନୀୟ ଥିଲା। କାରଣ, ଧାରଣକ୍ଷମ ଅର୍ଥନୀତି ଉଭୟ କାର୍ମିକ ସକ୍ରିୟତା ଓ ଆଇନର ଶାସନ ଆବଶ୍ୟକ କରେ। ତେବେ, ମୋଦୀ-ଶାହ ଶାସନରେ ଉଭୟେ ଏକତ୍ର ରହିପାରିବେନାହିଁ। ପୁ˚ଜିବାଦୀମାନେ ଗୁପ୍ତରେ ନିର୍ବାଚନୀ ବଣ୍ତ୍ ଆକାରରେ ମୋଟା ଅଙ୍କର ଚାନ୍ଦା ଦେଇଛନ୍ତି। ତେଣୁ, ସେମାନେ ସ୍ବାଭାବିକ ଭାବେ ତୁଳନାତ୍ମକ ଭାବେ ଅଧିକ କିଛି ଚାହିଁବେ। ଅନ୍ୟ ଦଳ ତ୍ୟାଗ କରି ଭାଜପାରେ ସାମିଲ ହୋଇଥିବା ନେତାମାନଙ୍କ ବିରୋଧରେ ଗଡ଼ୁଥିବା ଦୁର୍ନୀତି ଅଭିଯୋଗ ଆଶ୍ଚର୍ଯ୍ୟଜନକ ଭାବେ ପ୍ରତ୍ୟାହାର କରିନିଆଗଲା। ପୁଲିସ୍, ଅମଲାତନ୍ତ୍ର ଏପରିକି ଅଦାଲତ ମଧ୍ୟ ଆଇନ ଅନୁଯାୟୀ ପରିଚାଳିତ ହେବା ପରିବର୍ତ୍ତେ ସେମାନଙ୍କର ରାଜନୈତିକ ପ୍ରଭୁମାନଙ୍କ ଦ୍ବାରା ପରିଚାଳିତ ହେଲେ।
ରାଷ୍ଟ୍ର ଓ ଘରୋଇ କ୍ଷେତ୍ରକୁ ଉତ୍ତରଦାୟୀ କରିବା ପାଇଁ ଆବଶ୍ୟକ- ମୁକ୍ତ ଗଣମାଧ୍ୟମର ତୀକ୍ଷ୍ଣ ଦୃଷ୍ଟି, ସ˚ସଦରେ ବିତର୍କ ଏବ˚ ସ୍ବାଧୀନ ନାଗରିକ ସମାଜ ଅନୁଷ୍ଠାନ। ୨୦୨୦ରେ ପୂର୍ବ ତୁଳନାରେ ଆମେ ଏସବୁ କମ୍ ପାଇଥିଲେ। ଶେଷରେ ଯଦି ଶାସକ ଦଳ ଏବ˚ ସରକାର ଅଣ-ହିନ୍ଦୁମାନଙ୍କୁ ନିକୃଷ୍ଟ ବିବେଚନା କରିବ, ଆମେ ସାମାଜିକ ସ˚ହତିରୁ ମଧ୍ୟ ବଞ୍ଚିତ ହେବା।
ପ୍ରଧାନମନ୍ତ୍ରୀ ଏବ˚ ତାଙ୍କ ଦଳ ପାଇଁ ଭାରତୀୟ ନାଗରିକଙ୍କ ଅର୍ଥନୈତିକ ଓ ସାମାଜିକ ସୁସ୍ଥତା ତୁଳନାରେ ରାଜନୈତିକ କ୍ଷମତା, ଆଦର୍ଶଗତ ନିୟନ୍ତ୍ରଣ ଏବ˚ ବ୍ୟକ୍ତିଗତ ଗୌରବ ଅଧିକ ଗୁରୁତ୍ବପୂର୍ଣ୍ଣ। ତେଣୁ, ସେମାନେ ନିଜ ସ୍ବାର୍ଥ ସାଧନ ପାଇଁ, ଭାରତୀୟ ଗଣତନ୍ତ୍ର ନାମକ ଅନୁଷ୍ଠାନକୁ ଦୁର୍ବଳ କରିବା ପାଇଁ ଏବ˚ ଭାରତୀୟ ବହୁବାଦୀ ପର˚ପରାକୁ ନଷ୍ଟ କରିବା ପାଇଁ, ଏକ ଜାତୀୟ ସ˚କଟର ବ୍ୟବହାର କରିଥିଲେ; ଯେପରିକି ସେମାନେ ଯେକୌଣସି ଜିନିଷଠାରୁ ଊର୍ଦ୍ଧ୍ବରେ ଚାହୁଁଥିବା ପ୍ରଭୁବାଦୀ ଓ ସ˚ଖ୍ୟାଗରିଷ୍ଠବାଦୀ ରାଷ୍ଟ୍ର ହାସଲ କରିପାରିବେ।
(ମତାମତ ଲେଖକଙ୍କ ସଂପୂର୍ଣ୍ଣ ନିଜସ୍ବ)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/Modi_Shah.jpg)