ଚୀନରେ କରୋନାର ଦ୍ୱିତୀୟ ଲହରି!

ବିଦେଶରୁ ସ୍ବଦେଶକୁ ପ୍ରତ୍ୟାବର୍ତ୍ତନ କରିଥିବା ଏକ ବିଶାଳ ସଂଖ୍ୟକ ଚୀନା ଲୋକଙ୍କ ମଧ୍ୟରୁ ଅନେକ କରୋନା ସଂକ୍ରମିତ ବୋଲି ଜଣାପଡ଼ିବା ପରେ ଏବଂ ପ୍ରାୟ ଗୋଟିଏ ସପ୍ତାହ ଧରି କରୋନା ସଂକ୍ରମଣରୁ ମୁକ୍ତ ରହିଥିବା ଚୀନରେ ଏହାର ଉତ୍ପତ୍ତି ସ୍ଥଳ ଉହାନ ତଥା ଅନ୍ୟାନ୍ୟ କିଛି ଅଞ୍ଚଳରେ ସ୍ଥାନୀୟ ସଂକ୍ରମଣରୁ ଚାରି ଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ବାଦ୍‌, ସେଠାରେ କରୋନାର ଦ୍ବିତୀୟ ଲହରି ସୃଷ୍ଟିର ଏକ ଅତ୍ୟନ୍ତ ଭୟାବହ ଆଶଙ୍କା ଜାତ ହୋଇଛି। ସେଠାକାର ଜାତୀୟ ସ୍ବାସ୍ଥ୍ୟ କମିସନ ସ୍ବୀକାର କରିଛି ଯେ ଏବେ ନୂଆ ଭାବେ ୭ ଜଣ କରୋନା ସଂକ୍ରମିତ ମୃତ୍ୟୁବରଣ କଲେଣି ଏବଂ ଗଲା ମଙ୍ଗଳବାର ଦିନ ବିଦେଶାଗତ ଚୀନାଙ୍କ ଭିତରୁ ଚିହ୍ନଟ ହୋଇଥିବା ୭୪ ଜଣ ହେଉଛନ୍ତି ପୂର୍ବ ଦିନ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ପ୍ରାୟ ଦୁଇ ଗୁଣ।

ଉଲ୍ଲେଖଯୋଗ୍ୟ ଯେ ମାତ୍ର ସପ୍ତାହକ ତଳେ ସଂକ୍ରମଣରୁ ମୁକ୍ତ ‌େହାଇଥିବା ଚୀନକୁ ଏବେ ବିଦେଶରେ ଅବସ୍ଥାପିତ ଚୀନାମାନଙ୍କ ସୁଅ ଛୁଟିବାରେ ଲାଗିଛି। ସେଠାକାର ସରକାରୀ ଗଣମାଧ୍ୟମ ମଧ୍ୟ ଏକ ‘ଦ୍ବିତୀୟ ଲହରି’ର ଆଶଙ୍କା ନେଇ ସତର୍କ କରିଛି। ତେଣୁ, କ୍ବାରାଣ୍ଟାଇନ୍‌ ବ୍ୟବସ୍ଥାକୁ ଅତ୍ୟନ୍ତ କଡ଼ାକଡ଼ି କରିବା ସହିତ ବେଜିଂରେ ବିମାନ ଅବତରଣ ନ କରାଇ ଚୀନର ଅନ୍ୟାନ୍ୟ ସହର‌େର ବିମାନ ଓହ୍ଲାଇବାର ବ୍ୟବସ୍ଥା କରାଯାଉଛି।

ଏଥିରୁ ମିଳିଥିବା ସଂକେତଟି ହେଉଛି କରୋନା ଏକ ଅତ୍ୟନ୍ତ ମାରାତ୍ମକ ସଂକ୍ରମଣ ଏବଂ ଶିକ୍ଷାଟି ହେଉଛି କରୋନା ମୁକ୍ତ ହୋଇଗଲା ପରେ ମଧ୍ୟ ଅନେକ ମାସ ଯାଏ ‘ଲକ୍‌ ଡା‌ଉନ୍‌’ ବା କଟକଣାର ପ୍ରାବଲ୍ୟରେ ଢିଲା ପଣ ପ୍ରଦର୍ଶନ ଆଦୌ ଉଚିତ ନୁହେଁ।

ସମ୍ବନ୍ଧିତ ଖବର