ସାଧାରଣ ମୋବାଇଲ ବ୍ୟବହାରକାରୀଟିଏ ପାଇଁ ‘ହ୍ବାଟ୍ସଆପ୍’ ପ୍ଲାଟ୍ଫର୍ମର ବ୍ୟବହାର ଏକପ୍ରକାର ଚରମ ସତ୍ୟ ବୋଲି ପରିଗଣିତ ହୋଇଥାଏ। ଯେମିତି ପୃଥିବୀର ସବୁ କିଛି ତଥ୍ୟ କେବଳ ଗୁଗୁଲ୍ ପାଖରେ ଥାଏ ବୋଲି ଧାରଣା ହୋଇଥାଏ,ଏଥିରେ କୌଣସି ଅସୁବିଧା ଅଛି ବୋଲି କେହି କଳ୍ପନା ମଧ୍ୟ କରିପାରନ୍ତି ନାହିଁ। କିନ୍ତୁ ଯେତେବେଳେ ‘ହ୍ବାଟ୍ସଆପ୍’ ଓ ଏହାର ଜନନୀ ଫେସ୍ବୁକ୍ ସେ ସମ୍ପର୍କରେ ମୂଳ ନିୟମରେ ପରିବର୍ତ୍ତନ କରି ତଥ୍ୟ ନେବାର ଘୋଷଣା କରୁଛନ୍ତି ଓ ତାହା ବିରୋଧରେ ସାରା ବିଶ୍ବରେ ପ୍ରବଳ ଅସନ୍ତୋଷ ସୃଷ୍ଟି ହେଉଛି, ସେତେବେଳେ ଏ ସବୁରେ ଏତେ କଥା ଜଡ଼ିତ ଅଛି ବୋଲି ଅନେକ ଲୋକ ଜାଣିବାକୁ ପାଉଛନ୍ତି ଓ ବ୍ୟତିବ୍ୟସ୍ତ ମଧ୍ୟ ହୋଇପଡୁଛନ୍ତି।
ସାମାଜିକ ଗଣମାଧୢମ ଫେସ୍ବୁକ୍ର ଏକ ଶାଖା ‘ହ୍ବାଟ୍ସଆପ୍’ ଦ୍ବାରା ଏହାର ବ୍ୟବହାରକାରୀମାନେ ନିଜର ଗୋପନୀୟତାକୁ ରକ୍ଷା କରିପାରିବେ ବୋଲି ଧାରଣା ଦେଇଥିଲେ। ଏହି ବ୍ୟବସ୍ଥା ଭିତରେ ଜଣେ, ଆଉ ଜଣକ ସହ କୌଣସି ଗୋପନୀୟ କଥାବାର୍ତ୍ତା ହେଲେ ତାହା କେହି ଶୁଣି ପାରିବେ ନାହିଁ। ଏହି ମାଧୢମରେ ଜଣେ ଆଉ ଜଣକୁ ଚିଠିଟିଏ ପଠାଇଲେ ତାହା କେହି ଦେଖି ପାରିବା କଥା ନୁହେଁ। ଏହା ଫଳରେ ଏହି ବ୍ୟବସ୍ଥା ପ୍ରତି ସମସ୍ତଙ୍କର ଏକ ବିଶ୍ବାସ ଥିଲା। କିନ୍ତୁ ‘ହ୍ବାଟ୍ସଆପ୍’ ଏବେ ନୂଆ ନିୟମର ଘୋଷଣା କରିଛି ଯେ, ‘ହ୍ବାଟ୍ସଆପ୍’ରୁ ମିଳୁଥିବା ତଥ୍ୟକୁ ଏହି କମ୍ପାନି ଏହାର ଜନନୀ ଫେସ୍ବୁକ୍ କମ୍ପାନିରେ ଠୁଳକରି ରଖିପାରିବ। ଏହି ତଥ୍ୟକୁ ସେ କମ୍ପାନି ଅନ୍ୟତ୍ର, ଅନ୍ୟ କାମରେ ଲଗାଇପାରିବ। ଅର୍ଥାତ୍, ଜଣେ ବ୍ୟବହାରକାରୀ କେଉଁ ଜାଗାରେ ଅଛି, ତା’ର ଆଇ.ଡି. (ପରିଚୟ ନମ୍ବର) କେତେ, କେଉଁ ମୋବାଇଲ୍ ନେଟ୍ୱାର୍କ ତା’ର ମୋବାଇଲ୍ରେ କାମ କରୁଛି, ମୋବାଇଲ୍ରେ ବ୍ୟାଟେରି କେତେ ବାକି ଅଛି, ମୋବାଇଲ୍ ନମ୍ବର କେତେ, ତା’ର ମୋବାଇଲ୍ ଗ୍ରୁପ୍ରେ କିଏ କିଏ ସଦସ୍ୟ ଅଛନ୍ତି, ସେମାନଙ୍କ ମଧୢରେ କଥାବାର୍ତ୍ତା ଇତ୍ୟାଦିରେ କେଉଁମାନେ ଅ˚ଶଗ୍ରହଣ କରନ୍ତି, ସେମାନଙ୍କ ମଧୢରେ କ’ଣ କ’ଣ ତଥ୍ୟ ଆଦାନପ୍ରଦାନ ହେଉଛି ଇତ୍ୟାଦିକୁ ଫେସ୍ବୁକ୍ ଜାଣିବ। ‘ହ୍ବାଟ୍ସଆପ୍’ ପକ୍ଷରୁ କୁହାଯାଇଛି, ଯଦି କେହି ଗ୍ରାହକ ଏହି ନୂଆ ନିୟମ ସହ ଏକମତ ନହୁଅନ୍ତି, ତେବେ ସେମାନେ ଫେବ୍ରୁଆରି ୮ ସୁଦ୍ଧା (ଯାହା ଏବେ ମେ ୧୫କୁ ସ୍ଥଗିତ କରାଯାଇଛି) ଏହି ସେବା ପୂରାପୂରି ଛାଡ଼ିଦିଅନ୍ତୁ।
ମୁଖ୍ୟତଃ, ସାମାଜିକ ଗଣମାଧୢମରେ ବିଜ୍ଞାପନଦାତାମାନଙ୍କୁ ଆକର୍ଷିତ କରିବା ପାଇଁ ଏହି ନୂଆ ନିୟମ କରାଯାଇଛି। ବ୍ୟବହାରକାରୀମାନଙ୍କର ତଥ୍ୟ ପାଇ ଗଲେ, ସେମାନଙ୍କୁ ପ୍ରଭାବିତ କରିବା ପାଇଁ ବିଜ୍ଞାପନଦାତାମାନେ ସେହି ଦିଗରେ ପ୍ରଚେଷ୍ଟା କରିବେ। ଫେସ୍ବୁକ୍ ପକ୍ଷରୁ କୁହାଯାଇଛି ଯେ, ‘ହ୍ବାଟ୍ସଆପ୍’ ପକ୍ଷରୁ ମିଳିଥିବା ଏହି ତଥ୍ୟମାନଙ୍କୁ ସେହି କମ୍ପାନି, ଅନ୍ୟ ସହଯୋଗୀ ମାର୍କେଟି˚ କମ୍ପାନିମାନଙ୍କ ସହ ଆଦାନପ୍ରଦାନ କରିବ। କିନ୍ତୁ ଏହା ଫଳରେ ବିଜ୍ଞାପନ ଦେଉଥିବା କମ୍ପାନିମାନେ ଲାଭବାନ ହେବେ। କିନ୍ତୁ ସାଧାରଣ ବ୍ୟବହାରକାରୀଙ୍କର ଏହାଦ୍ବାରା କି ଲାଭ ହେବ? ଏପରିକି ଭବିଷ୍ୟତ୍ରେ ଫେସ୍ବୁକ୍ ପକ୍ଷରୁ ରାଷ୍ଟ୍ରୀୟ ସୁରକ୍ଷା ନାମରେ ବିଭିନ୍ନ ବ୍ୟବହାରକାରୀମାନଙ୍କ ତଥ୍ୟ ସରକାରଙ୍କୁ ମଧୢ ଯୋଗାଇ ଦିଆଯାଇପାରେ। ଏହାଦ୍ବାରା ବିଜ୍ଞାପନଦାତା ଓ ସରକାର, ବ୍ୟବହାରକାରୀମାନଙ୍କ ଉପରେ ଅତିରିକ୍ତ ଧୢାନ କେନ୍ଦ୍ରିତ କରିପାରନ୍ତି, ଯାହା ବ୍ୟବହାରକାରୀ ପାଇଁ ବିରକ୍ତିକାରକ ବା ଏପରିକି କ୍ଷତିକାରକ ହୋଇପାରିବ। କାରଣ ବ୍ୟବହାରକାରୀଟି, ସେ କେଉଁଠି ଅଛି, ତା’ର ମୋବାଇଲ୍ ନମ୍ବର କେତେ ଆଦି ଅତି ସାଧାରଣ ତଥ୍ୟରୁ ବିଜ୍ଞାପନଦାତା ବା ସରକାର କି ଲାଭ ପାଇବେ ତାହା କଳ୍ପନା ମଧୢ କରିନପାରେ। ଏହି ତଥ୍ୟମାନଙ୍କୁ ଯିଏ ବ୍ୟବହାର କରିବ, ତା’ଉପରେ ଅନେକ କଥା ନିର୍ଭର କରୁଛି। ଏହି ମାଧୢମକୁ ବ୍ୟବହାର କରୁଥିବା ସ˚ସ୍ଥା ବ୍ୟବହାରକାରୀର ସାମାଜିକ ଓ ଶାରୀରିକ ତଥ୍ୟରୁ ତାକୁ ଚିହ୍ନଟ କରିପାରିବ। ଏହା ଫଳରେ ବ୍ୟବହାରକାରୀଟି ଏହି ତଥ୍ୟ ଜାଣିଥିବା ବ୍ୟକ୍ତି ବା ସ˚ସ୍ଥାଟି ନିକଟରେ ଅସହାୟ ହୋଇପଡ଼ିବେ। ବ୍ୟବହାରକାରୀର କେଉଁ ରୋଗ ହୋଇଛି, ତା’ର ଆର୍ଥିକ ଓ ସାମାଜିକ ସ୍ଥିତି କ’ଣ, ସେ କେଉଁଠି ଅଛି, ଇତ୍ୟାଦି ତାକୁ ଅନ୍ୟ ପାଖରେ ଏକ ପ୍ରକାର ଖୋଲି ଦେଇପାରେ। ଏହା ତା’ର ସ୍ବାଧୀନତାକୁ ଖର୍ବ କରିବ। ଜଣେ ‘ହ୍ବାଟ୍ସଆପ୍’ ମାଧୢମରେ କେଉଁ ଔଷଧ କିଣିଲା, ସେ ତଥ୍ୟ ଜାଣିଥିବା ଔଷଧ କମ୍ପାନି ତାକୁ ଅନ୍ୟ ଔଷଧ କିଣିବା ପାଇଁ ବାରମ୍ବାର ପ୍ରଭାବିତ କରିବେ। ଆହୁରି ମଧୢ ଆପଣ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥଳରେ ଆନ୍ଦୋଳନରେ ଉପସ୍ଥିତ ଥିଲେ ଓ ସେଠାରେ ହି˚ସାକାଣ୍ତ ଘଟିଲେ, ଜଣେ ହି˚ସାରେ ସମ୍ପୃକ୍ତ ନ ଥାଇ ମଧୢ ପୁଲିସ ଦ୍ବାରା ଗିରଫ ହୋଇପାରନ୍ତି। ଏହା ପରେ ଫେସ୍ବୁକ୍ ନୂଆ ନିୟମ ପ୍ରଣୟନ କରି ‘ହ୍ବାଟ୍ସଆପ୍’ରେ କେହି ପଢ଼ିପାରୁନଥିବା ଯେଉଁ ଚିଠି (ଏନ୍କ୍ରିପଟେଡ୍) ଯାଉଛି ତାହାକୁ ପଢ଼ିପାରେ, ଅବା କି କି କଥାବାର୍ତ୍ତା କିଏ କରୁଛି ତାହାକୁ ଶୁଣିପାରେ। ଏହାକୁ ନେଇ ସାରା ବିଶ୍ବରେ ଏବେ ନାନା ପ୍ରକାରର ଆଲୋଡ଼ନ ସୃଷ୍ଟି ହୋଇଛି ଓ ଫେସ୍ବୁକ୍ ବିରୋଧରେ ନାନା ଆପତ୍ତି ଉଠୁଛି। ଏହାର ସୁଯୋଗ ନେଇ ‘ହ୍ବାଟ୍ସଆପ୍’ର ପ୍ରତିଦ୍ବନ୍ଦ୍ବୀ ସ˚ସ୍ଥା ସିଗ୍ନାଲ୍ ଓ ଟେଲିଗ୍ରାମ, ଗ୍ରାହକମାନଙ୍କୁ ନିଜ ଆଡ଼କୁ ଟାଣିବାରେ ଲାଗିଛନ୍ତି।
‘ହ୍ବାଟ୍ସଆପ୍’ ସ˚ସ୍ଥା ଏପରି ଅସୁବିଧାରେ ପଡ଼ିଯାଇଥିବାରୁ ବିଭିନ୍ନ ସମ୍ବାଦପତ୍ର ଓ ଟିଭି ଚ୍ୟାନେଲମାନଙ୍କରେ ବିଜ୍ଞାପନ ଦେଇ ନିଜର ଗୋପନୀୟତା ରକ୍ଷା ପ୍ରତିଶ୍ରୁତିକୁ ପାଳନ କରିବ ବୋଲି ପ୍ରତିଶ୍ରୁତି ଦେଇଛି। ‘ହ୍ବାଟ୍ସଆପ୍’ ପକ୍ଷରୁ କୁହାଯାଇଛି ଯେ ଏହି ସ˚ସ୍ଥା ଓ ଫେସ୍ବୁକ୍ କାହାରି ବ୍ୟକ୍ତିଗତ ବାର୍ତ୍ତା ଓ କଥାବାର୍ତ୍ତା ଦେଖିପାରିବେ ନାହିଁ ଅବା ଶୁଣିପାରିବେ ନାହିଁ। କାହା ପାଖକୁ ପଠାଯାଉଥିବା କାଗଜପତ୍ର ମଧୢ ପଢ଼ିପାରିବେ ନାହିଁ। ‘ହ୍ବାଟ୍ସଆପ୍’ ଅବା ଫେସ୍ବୁକ୍ ଜଣେ କେଉଁଠି ଅଛି ତାହା ଜାଣିପାରିବ ନାହିଁ, ଏ ଧରଣର ବ୍ୟକ୍ତିଗତ ଅବା ଗୋଷ୍ଠୀଗତ କଥାବାର୍ତ୍ତା ଅବା ବାର୍ତ୍ତାକୁ ସଦାବେଳେ ସୁରକ୍ଷିତ ରଖାଯିବ। ଏହି ତଥ୍ୟମାନଙ୍କୁ ‘ହ୍ବାଟ୍ସଆପ୍’, ଫେସ୍ବୁକ୍ ସହ ଆଦାନ ପ୍ରଦାନ କରେନାହିଁ। ତେଣୁ ପୁରୁଣା ଗୋପନୀୟତା ଯେମିତି ଥିଲା, ସେଇମିତି ରହିବ।
ପୂର୍ବ କଥାଗୁଡ଼ିକ ସମାନ ରହିବାକୁ ଥିବା ବେଳେ କେବଳ ଯାହା ପରିବର୍ତ୍ତିତ ହେବ ତାହା ହେଲା, କେବଳ ‘ହ୍ବାଟ୍ସଆପ୍’ ମାଧୢମରେ ବ୍ୟବସାୟ ସମ୍ବନ୍ଧୀୟ ଯେଉଁ ତଥ୍ୟ ଦିଆଯିବ, ତାହାକୁ କେବଳ ଫେସ୍ବୁକ୍ ସହ ଆଦାନ ପ୍ରଦାନ ହୋଇପାରିବ। ଏହା ମଧୢ ଇଚ୍ଛାଧୀନ। କୌଣସି ବ୍ୟବସାୟ ଯଦି ତାଙ୍କର ତଥ୍ୟକୁ ପ୍ରକାଶ କରିବାକୁ ନ ଚାହାନ୍ତି, ତେବେ ତାହା କରାଯିବ ନାହିଁ। ତଥ୍ୟ କେମିତି ସ˚ଗ୍ରହ କରାଯାଏ ଓ ବ୍ୟବହାର କରାଯାଏ, ସେ ସମ୍ପର୍କରେ ‘ହ୍ବାଟ୍ସଆପ୍’ରେ ପାରଦର୍ଶିତା ରହିଛି ଯାହା ସମସ୍ତେ ଜାଣିପାରିବେ।
ପ୍ରତି ଦେଶମାନଙ୍କରେ ଏକଚାଟିଆ ବ୍ୟବସାୟକୁ ରୋକିବା ପାଇଁ ଗୋଟିଏ ଗୋଟିଏ ଏକଚାଟିଆ ବ୍ୟବସାୟ ନିୟନ୍ତ୍ରକ ସ˚ସ୍ଥା ଗଠିତ ହୋଇଥାଏ। ଏକଚାଟିଆ କମ୍ପାନିମାନେ ଆଉ କୌଣସି ନୂଆ କମ୍ପାନିକୁ ଉଠିବାକୁ ଦେଉନଥିବାରୁ ତଥା ବଜାରର ଦରକୁ ନିଜ ହାତ ମୁଠାରେ ରଖୁଥିବାରୁ, ଏହି ଏକଚାଟିଆ ନିୟନ୍ତ୍ରକ କମିସନ ସେଥିରେ ହସ୍ତକ୍ଷେପ କରେ ଓ ନୂଆ କମ୍ପାନି (ଷ୍ଟାର୍ଟ ଅପ୍)ମାନଙ୍କୁ ନିଜ ଗୋଡ଼ ସୁଦୃଢ଼ କରିବାକୁ ସୁଯୋଗ ଦିଏ। ଏହା ଫଳରେ ବଜାରରେ ପ୍ରତିଦ୍ବନ୍ଦ୍ବିତା ସୃଷ୍ଟି ହେବାର ବାତାବରଣ ତିଆରି ହୋଇଥାଏ। ଅତୀତରେ ଆମେରିକାର ଗୋଟିଏ ମାଲିକାନାରେ ଥିବା ମାଇକ୍ରୋସଫ୍ଟ ଓ ଆପଲ କମ୍ପାନି ମିଶିଯିବାକୁ ଚାହିଁବାରୁ ଓ ଏହା ବଜାରରେ ଏକଚାଟିଆ ବ୍ୟବସ୍ଥା ସୃଷ୍ଟି କରିବାର ଆଶଙ୍କା ତିଆରି କରିବାରୁ, ଆମେରିକାର ପ୍ରତିଦ୍ବନ୍ଦ୍ବିତା କମିସନ ଏହି ମିଶ୍ରଣକୁ ବେଆଇନ ବୋଲି ଘୋଷଣା କରି ସେମାନଙ୍କୁ ଅଲଗା କରି ରଖିଲା।
ସେହିପରି ଭାରତରେ ମଧ୍ୟ କମ୍ପିଟିସନ କମିସନ ଅଫ ଇଣ୍ତିଆ (ସି.ସି.ଆଇ.) ରହିଛି ଏହି ଏକଚାଟିଆ ନିୟନ୍ତ୍ରକ କାର୍ଯ୍ୟ କରିବା ପାଇଁ। ସି.ସି.ଆଇ. ପୂର୍ବରୁ ଘୋଷଣା କରିଛି ଯେ, ‘ହ୍ବାଟ୍ସଆପ୍’ ହେଉଛି ବଜାରରେ ଓଟିଟି ବାର୍ତ୍ତା ପ୍ରେରଣକାରୀ ସ˚ସ୍ଥାମାନଙ୍କ ମଧ୍ୟରେ ଏକ ପ୍ରଭୁତ୍ବ ବିସ୍ତାରକାରୀ କମ୍ପାନି। ଏହି ଓଟିଟିି ବାର୍ତ୍ତାମାନ ଭାରତରେ ସ୍ମାର୍ଟଫୋନ୍ମାନଙ୍କ ମାଧ୍ୟମରେ ଯାଇଥାଏ। ଏହି କମ୍ପାନି ନେଟ୍ୱାର୍କ ପ୍ରଭୁତ୍ବ ସୃଷ୍ଟି କରୁଥିବାରୁ ଲାଭବାନ ମଧ୍ୟ ହେଉଛି। ଅର୍ଥାତ୍, ଏହାର ବିଭିନ୍ନ ଶାଖାମାନଙ୍କ ଦ୍ବାରା ଏହି କମ୍ପାନି ସବୁ ପ୍ରକାର ବିଜ୍ଞାପନ ପାଇପାରୁଛି। ଯେଉଁମାନେ ବିଜ୍ଞାପନ ଦେବାକୁ ଚାହାନ୍ତି, ସେମାନେ ତଥ୍ୟକୁ ଭିତ୍ତି କରି କେବଳ ଏହି ପ୍ଲାଟ୍ଫର୍ମ ମାଧ୍ୟମରେ ବିଜ୍ଞାପନ ଦେଇପାରିବେ। ତେବେ ଅଲଗା ଅଲଗା ବାର୍ତ୍ତା ପ୍ରେରଣକାରୀ ପ୍ଲାଟ୍ଫର୍ମମାନ ଥିବାରୁ ଗୋଟିଏ ପ୍ଲାଟ୍ଫର୍ମରୁ ଅନ୍ୟ ଏକ ପ୍ଲାଟ୍ଫର୍ମକୁ ତଥ୍ୟ ଯିବାକୁ ନେଇ ବ୍ୟବହାରକାରୀମାନେ ରାଜି ନୁହନ୍ତି ବୋଲି ସି.ସି.ଆଇ. ସ୍ବୀକାର କରିଛି। ବର୍ତ୍ତମାନ ଫେସ୍ବୁକ୍ ସେହି କଥା କହୁଥିବାରୁ ତାହା ସାମାଜିକ କ୍ଷେତ୍ରରେ ଘୋର ସନ୍ଦେହ ଓ ଦ୍ବନ୍ଦ୍ବ ସୃଷ୍ଟି କରୁଛି। ତଥାପି ମଧ୍ୟ ବିଶେଷଜ୍ଞମାନଙ୍କର ଧାରଣା, ବ୍ୟବହାରକାରୀମାନେ ନୂଆ ଗୋପନୀୟତା ନିୟମକୁ ମାନିବାକୁ ବାଧ୍ୟ ହେଉଛନ୍ତି। କାରଣ ‘ହ୍ବାଟ୍ସଆପ୍’କୁ ପୂରାପୂରି ଭାବରେ ଛାଡ଼ିବା ସମ୍ଭବପର ହେଉନାହିଁ। ଏହାର ଅନ୍ୟ କିଛି ବିକଳ୍ପ ମଧ୍ୟ ନାହିଁ। ଫେସ୍ବୁକ୍ର ‘ହ୍ବାଟ୍ସଆପ୍’ ସହିତ ସମନ୍ବୟର ଯୋଜନାର ଅର୍ଥ ହେଲା ବ୍ୟବହାରକାରୀ କେବଳ ଗୋଟିଏ ବ୍ୟବସ୍ଥା ସହିତ ସମ୍ପୃକ୍ତ ନୁହେଁ। ଏହି ବ୍ୟବସ୍ଥା ସହିତ ସମ୍ପୃକ୍ତ ଥିବା କମ୍ପାନିମାନଙ୍କର ପରିବାର ସହିତ ମଧ୍ୟ ସେ ସମ୍ପୃକ୍ତ, ଯେମିତି କି ‘ହ୍ବାଟ୍ସଆପ୍’କୁ ଯାଉଥିବା ତଥ୍ୟ ଫେସ୍ବୁକ୍ ପାଖକୁ ଯିବ। କିନ୍ତୁ ଏକପାଖିଆ ଭାବରେ କୌଣସି ନିୟମକୁ ପରିବର୍ତ୍ତନ କରିବା ଏକ ଅନ୍ୟାୟ ଅଭ୍ୟାସ। କାରଣ ଏଥିରେ ବ୍ୟବହାରକାରୀର ମତ ନିଆଯାଇ ନଥାଏ। ଏଥିରେ ଏକ ନେଟ୍ୱାର୍କ ପ୍ରଭାବର କଥା ଉଠୁଛି। ଏହି ନେଟ୍ୱାର୍କ ପ୍ରଭାବ ବଜାରରେ ସୃଷ୍ଟି ହୋଇଥାଏ। ଯେତେବେଳେ ଗୋଟିଏ ନିର୍ଦ୍ଦିଷ୍ଟ ପ୍ଲାଟ୍ଫର୍ମ ଦ୍ବାରା ଅନ୍ୟ ବ୍ୟବହାରକାରୀମାନଙ୍କ ମୂଲ୍ୟରେ ସିଧାସଳଖ ବୃଦ୍ଧି ଆସିଥାଏ ସେତେବେଳେ ଦେଖାଯାଏ ଯେ, ସାମାଜିକ ଗଣମାଧ୍ୟମକୁ ସବୁ କିଛି ଲାଭ ମିଳେ। ଆଉ କେହି କିଛି ପାଆନ୍ତି ନାହିଁ। ଏହି ପ୍ରଭାବ ଫଳରେ ଅନ୍ୟ ପ୍ରତିଯୋଗୀମାନେ ସେହି କ୍ଷେତ୍ରକୁ ପ୍ରବେଶ କରିବା ଓ ବ୍ୟବହାରକାରୀମାନେ ତାକୁ ଛାଡ଼ିଦେଇ ବାହାରିଯିବା ସମ୍ଭବପର ହୁଏନାହିଁ। ବର୍ତ୍ତମାନ ‘ହ୍ବାଟ୍ସଆପ୍’ ତରଫରୁ ବିଭିନ୍ନ ସମ୍ବାଦପତ୍ରମାନଙ୍କରେ ନିଜକୁ ରକ୍ଷା କରି ଯେଉଁ ବିଜ୍ଞାପନମାନ ବାହାରୁଛି ଯେ, ଏହି ସ˚ସ୍ଥା ଫେସ୍ବୁକ୍ ସହ ଏହାର ବ୍ୟବହାରକାରୀମାନଙ୍କ ତଥ୍ୟର ଆଦାନପ୍ରଦାନ କରିବ ନାହିଁ, ତାହା ସତ୍ୟ। କାରଣ ପୂର୍ବରୁ ତାହା ସେହି କଥା କରିଆସୁଛି। ଏବେ ପୁଣି ନୂଆ ଆଉ କ’ଣ କରିବ?
୨୦୧୬ରେ ଅଳ୍ପ କିଛି ସମୟ ପାଇଁ ଯେଉଁ ବ୍ୟବହାରକାରୀମାନେ ‘ହ୍ବାଟ୍ସଆପ୍’ର ବ୍ୟବହାର କରୁନାହାନ୍ତି ସେମାନଙ୍କୁ ଏହି ବ୍ୟବସ୍ଥା ଛାଡ଼ିଦେବାକୁ ଏକ ପ୍ରସ୍ତାବ ଦିଅାହୋଇଥିଲା। ଯେଉଁମାନେ ଏହି ପ୍ଲାଟ୍ଫର୍ମ ଛାଡ଼ିବାର ସୁଯୋଗ ନେଇନଥିଲେ ସେମାନଙ୍କୁ ଫେସ୍ବୁକ୍ ପ୍ଲାଟ୍ଫର୍ମକୁ ଠେଲି ଦିଆଯାଇଥିଲା। ତେଣୁ ଭବିଷ୍ୟତ୍ର ଅନିଚ୍ଛୁକ ବ୍ୟବହାରକାରୀମାନଙ୍କୁ ‘ହ୍ବାଟ୍ସଆପ୍’ ପ୍ରଦତ୍ତ ଗୋପନୀୟତାର ସୁଯୋଗ ମିଳିବନାହିଁ। ବର୍ତ୍ତମାନ ଯେଉଁ ନିୟମ ପରିବର୍ତ୍ତନର କଥା ‘ହ୍ବାଟ୍ସଆପ୍’ କହୁଛି, ବ୍ୟବହାରକାରୀମାନେ ଏହି ପ୍ରସ୍ତାବରେ ରାଜି ନହେଲେ ଅର୍ଥାତ୍ ଫେସ୍ବୁକ୍ ସହ ତଥ୍ୟର ଆଦାନପ୍ରଦାନ ପାଇଁ ରାଜି ନହେଲେ ସେମାନଙ୍କୁ କି ବିକଳ୍ପ ଦିଆଯିବ, ସେ କଥା କୁହାଯାଇନାହିଁ। କେବଳ କୁହାଯାଇଛି ସେମାନଙ୍କୁ ଏହି ପ୍ଲାଟ୍ଫର୍ମରେ ଥିବା ସୁଯୋଗକୁ ଆଉ ଦିଆଯିବନାହିଁ। ଭାରତରେ ୪୦ କୋଟି ଲୋକ ‘ହ୍ବାଟ୍ସଆପ୍’ର ବ୍ୟବହାର କରିଥାନ୍ତି। ସାରା ପୃଥିବୀରେ ୨୦୦ କୋଟି ଲୋକ ‘ହ୍ବାଟସ୍ଆପ୍’ର ବ୍ୟବହାର କରିଥାନ୍ତି। ସାରା ବିଶ୍ବରେ ଧୀରେ ଧୀରେ ଏହି ବିଶ୍ବବ୍ୟାପୀ ସ୍ବତନ୍ତ୍ର ସୁବିଧା ଯୋଗାଉଥିବା ପ୍ଲାଟ୍ଫର୍ମମାନଙ୍କ ବିରୋଧରେ ଘୋର ଅସନ୍ତୋଷ ସୃଷ୍ଟି ହେଉଛି। ବିଭିନ୍ନ ରାଷ୍ଟ୍ରମାନଙ୍କରୁ ଯେଉଁ ତଥ୍ୟମାନ ସ˚ଗ୍ରହ କରାଯାଉଛି ସେଥିପାଇଁ ଗୁଗୁଲ ପରି ସ˚ସ୍ଥାମାନେ ପଇସା ଦିଅନ୍ତୁ ବୋଲି ଅଷ୍ଟ୍ରେଲିଆ ଓ ଅନ୍ୟ ଅନେକ ଦେଶ ଦାବି କଲେଣି। ଖୋଦ ଆମେରିକାରେ ସେଠାକାର ସ˚ସଦ ସଦସ୍ୟମାନେ ଫେସ୍ବୁକ୍, ଅନ୍ୟ ଷ୍ଟାର୍ଟ ଅପ୍ମାନଙ୍କୁ ଉଠିବାକୁ ଦେଉନାହିଁ ବୋଲି ଅଭିଯୋଗ କଲେଣି ଓ କେତେକ ଦେଶର ସ˚ସଦମାନଙ୍କରେ ଏହାକୁ ନେଇ ତୀବ୍ର ବିତର୍କ ଆରମ୍ଭ ହୋଇଛି। ମୁକ୍ତ ବଜାର ଅର୍ଥନୀତିରେ ପ୍ରତିଦ୍ବନ୍ଦ୍ବିତା ହେଉଛି ମୁଖ୍ୟ କଥା। ଏହି ବ୍ୟବସ୍ଥାରେ ଏକାଧିପତ୍ୟକୁ ଗ୍ରହଣ କରାଯାଏ ନାହିଁ। ଫେସ୍ବୁକ୍, ଗୁଗୁଲ ଆଦି ସ˚ସ୍ଥାମାନେ ଏକଦା ଏହି ଷ୍ଟାର୍ଟ ଅପ୍ ଭାବରେ ସେମାନଙ୍କର ପ୍ରତିଦ୍ବନ୍ଦ୍ବିତା ଆରମ୍ଭ କରିଥିଲେ ଓ ବିଶ୍ବରେ ଦିନେ ଅପରିକଳ୍ପନୀୟ ବ୍ୟବସ୍ଥା ସୃଷ୍ଟି କରିପାରିଥିଲେ। ଯେତେବେଳେ ଫେସ୍ବୁକ୍ ସୃଷ୍ଟି ହେଲା ସେତେବେଳେ ତା’ର ସ୍ରଷ୍ଟା ମାର୍କ ଜୁକରବର୍ଗଙ୍କ ବୟସ ହୋଇଥିଲା ମାତ୍ର ୩୨ ବର୍ଷ। ବର୍ତ୍ତମାନ ମଧ୍ୟ ୫୦ ବର୍ଷ ସେ ପାର ହୋଇନାହାନ୍ତି। କିନ୍ତୁ ଅନ୍ୟ କାହାରିକୁ ଆଉ ଉଠିବାକୁ ସୁଯୋଗ ନଦେବା ତଥା ଲାଭ ପାଇଁ ପ୍ରଥମେ ଦେଇଥିବା ପ୍ରତିଶ୍ରୁତିକୁ ପାଳନ ନକରିବା ତାଙ୍କର ଅନୈତିକତାର ପ୍ରମାଣ କରୁଛି। ଏହାର ସର୍ବାଦୌ ବିରୋଧ ଜରୁରୀ।
ମୋ- ୯୪୩୭୦୨୦୨୯୦
[email protected]