ଦ୍ବିତୀୟ ବିଶ୍ବଯୁଦ୍ଧ ଯାହା ୧.୯.୧୯୩୯ରୁ ଆରମ୍ଭ ହୋଇ ୨.୯.୧୯୪୫ ଯାଏ ଦୀର୍ଘ ୬ ବର୍ଷ ଧରି ଚାଲିଥିଲା, ତହିଁରେ ପ୍ରାୟ ୨୫ ନିୟୁତ ସୈନିକଙ୍କ ସମେତ ୭୫ ନିୟୁତ ଲୋକ ପ୍ରାଣ ହରାଇଥିଲେ। ଏହା ୧୯୪୦ର ବିଶ୍ବ ଜନସ˚ଖ୍ୟାର ପ୍ରାୟ ୩% ଥିଲା। ଏହି ଯୁଦ୍ଧରେ ଆଣବିକ ବୋମାର ବ୍ୟବହାର ମଧୢ କରାଯାଇଥିଲା। ଅଗଷ୍ଟ ୬, ୧୯୪୫ ମସିହାରେ ଜାପାନର ହିରୋସିମା ଉପରେ ‘ଲିଟଲ୍ ବୟ’ ଏବ˚ ଏହାର ତିନି ଦିନ ପରେ ନାଗାସାକି ଉପରେ ‘ଫ୍ୟାଟ୍ ମ୍ୟାନ୍’ ନାମକ ଦୁଇଟି ଆଣବିକ ବୋମା ଯୁକ୍ତରାଷ୍ଟ୍ର ଆମେରିକା ଦ୍ବାରା ପକାଇ ଦିଆଗଲା ଯେଉଁଥିରେ ଯଥାକ୍ରମେ ୧,୪୦,୦୦୦ ଏବ˚ ୭୪,୦୦୦ ଲୋକଙ୍କ ପ୍ରାଣ ଚାଲିଗଲା। କେବଳ ଏ ଦୁଇଟି ସହର ନୁହଁ, କ୍ଷୁଦ୍ର ଦ୍ବୀପ ରାଷ୍ଟ୍ର ଜାପାନ ଯେମିତି ସ˚ପୂର୍ଣ୍ଣ ଭାବେ ଧରାଶାୟୀ ହୋଇଗଲା।
Sambad is now on WhatsApp
Join and get latest news updates delivered to you via WhatsApp
ଯୁଦ୍ଧ ସରିବା ପରେ ଯୁକ୍ତରାଷ୍ଟ୍ର ଆମେରିକା ବିବେକ ଦ˚ଶନର ଶିକାର ହୋଇ ଧ୍ବସ୍ତବିଧ୍ବସ୍ତ ଜାପାନର ପୁନରୁଦ୍ଧାର ଓ ପୁନନିର୍ମାଣ କାର୍ଯ୍ୟର ନେତୃତ୍ବ ନେଲା। ଏହି କାର୍ଯ୍ୟର ସୁପରିଚାଳନା ପାଇଁ ଆମେରିକୀୟ ଜେନେରାଲ ଡଗ୍ଲାସ୍ ମ୍ୟାକ୍ଆର୍ଥର ଟୋକିଓରେ ନିଜ ଅଫିସ କଲେ। ତାଙ୍କ କୋଠରିର କାନ୍ଥରେ ଜର୍ଜ ଵା˚ସିଂଟନ୍ ଓ ଆବ୍ରାହମ୍ ଲିଙ୍କନଙ୍କ ଫଟୋ ସହିତ ଆଉ ଗୋଟିଏ ଚିତ୍ର ମଧୢ ଲଗା ହୋଇଥିଲା, ଯାହା ଥିଲା ଗୋଟିଏ ଛୋଟ ପଦ୍ୟ। ପଦ୍ୟଟିର ଶୀର୍ଷକ ଥିଲା ‘ୟୁଥ୍’ ବା ଯୁବାବସ୍ଥା। ଏହାର ଲେଖକ ଥିଲେ ଜଣେ ଆମେରିକୀୟ ଉଦ୍ୟୋଗୀ ସାମୁଏଲ୍ ଉଲ୍ମ୍ୟାନ୍। ଏହାକୁ ରଚନା କଲା ବେଳେ କବିଙ୍କ ବୟସ ଥିଲା ୭୮ ବର୍ଷ। କବିତାଟିର ମର୍ମ ଥିଲା ଏୟା ଯେ ଯୌବନ ବୟସ ସହିତ ଯୋଡ଼ା ନୁହେଁ; ଜଣେ ପରିଣତ ବୟସରେ ମଧୢ ସକାରାତ୍ମକ ମନୋଭାବ ନେଇ ସକ୍ରିୟ ଓ କାର୍ଯ୍ୟକ୍ଷମ ରହିପାରିବ। ଏବ˚ ତାହା ହିଁ ଯୁବକତ୍ବ। ସୁତରା˚, କବିତାଟି କହିଥିଲା ଯେ ତାରୁଣ୍ୟ ବୟସଗତ ନୁହେଁ ବର˚ ଏହା ଏକ ମାନସିକ ଅବସ୍ଥା। କବିତାଟି ପଢ଼ି ଜେନେରାଲ ମ୍ୟାକ୍ଆର୍ଥର ଏତେ ଅଭିଭୂତ ହୋଇପଡ଼ିଥିଲେ ଯେ ଏଥିସହ ଜାପାନର ପୁନର୍ନିର୍ମାଣରେ ଏହାକୁ ପାଥେୟ ଭାବେ ଗ୍ରହଣ କରିନେଲେ। କ୍ରମେ ଏହି ପଦ୍ୟ ଜାପାନରେ ଲୋକପ୍ରିୟ ହୋଇ ଉଠିଲା।
ଘଟଣାକ୍ରମେ ଜାପାନର ସର୍ବବୃହତ୍ ଇଲେକ୍ଟ୍ରୋନିକ୍ସ ଉଦ୍ୟୋଗ ‘ମାତୁଶିତା ଇଲେକ୍ଟ୍ରିକ୍ ଇଣ୍ତଷ୍ଟ୍ରିଆଲ୍ କମ୍ପାନି’ର ପ୍ରତିଷ୍ଠାତା କୋନୁସୁକେ ମାତୁଶିତା ଏହି ପଦ୍ୟ ଦ୍ବାରା ଏତେ ପ୍ରଭାବିତ ହୋଇଗଲେ ଯେ ସେହି କବିତାର ପ୍ରଥମ ଆଠ ଧାଡ଼ିକୁ ତାଙ୍କ ଅନୁଷ୍ଠାନର ଲକ୍ଷ୍ୟ ବା ‘Motto’ ଭାବେ ବାଛିଲେ। ତା’ଛଡ଼ା ଏହାକୁ ଜାପାନୀ ଭାଷାରେ ଅନୁବାଦ କରି ତାଙ୍କ ସ˚ସ୍ଥାର ୨୦,୦୦୦ କର୍ମଚାରୀଙ୍କ ଭିତରେ ବାଣ୍ଟିଥିଲେ। ଜାପାନ ନବନିର୍ମାଣର ଅନ୍ୟତମ ବିନ୍ଧାଣି ୟାସୁଜାମନ୍ ମାତ୍ସୁନାଗା ମଧୢ ଏହି କବିତାର ଜଣେ ବିଦଗ୍ଧ ପ୍ରଶ˚ସକ ଥିଲେ। ସେ ଓ ତାଙ୍କ ପରି ଅନେକ ଜାପାନୀ ବୁଦ୍ଧିଜୀବୀ ତଥା ଉଦ୍ୟୋଗୀଙ୍କୁ କବିତାଟି ଗଭୀର ଭାବେ ପ୍ରଭାବିତ ଓ ଅନୁପ୍ରେରିତ କରିଥିଲା। ଅନେକ ପରିଣତ ବୟସ୍କ ଜାପାନୀ ଏହା ଦ୍ବାରା ପ୍ରଭାବିତ ହୋଇ ଜାପାନ ନର୍ବନିର୍ମାଣରେ ଲାଗିଗଲେ।
ଡିସେମ୍ବର, ୧୯୪୫ରେ ମୂଳ ଇ˚ରେଜୀ କବିତା ‘ରିଡର୍ସ୍ ଡାଇଜେଷ୍ଟ’ରେ ପ୍ରକାଶ ପାଇଲା। ଏହାର ଜାପାନୀ ରୂପ ମଧୢ ସେହି ପତ୍ରିକାରେ ୧୯୪୬ରେ ପ୍ରକାଶ ପାଇଲା। ତେଣୁ ସ୍ବୀକାର କରିବାକୁ ହେବ ଯେ ଯୁଦ୍ଧ ବିଭୀଷିକା ପରେ ଯଦି ଜାପାନ ଏକ ଅତି ସମୃଦ୍ଧ ରାଷ୍ଟ୍ର ଭାବେ ବିଶ୍ବ ଦରବାରରେ ଚମକ ସୃଷ୍ଟି କରିଛି, ତେବେ ତା’ ପଛରେ ରହିଛି ଏହି କବିତାର ପ୍ରେରଣା। ଜାପାନୀମାନଙ୍କର ନିଷ୍ଠା, ଅଧୢବସାୟ ଏବ˚ ପ୍ରତିଶ୍ରୁତିବଦ୍ଧତା ସହ ଏହି ପଦ୍ୟଟିର ମର୍ମ ଓ ବାର୍ତ୍ତା ମେଳ ଖାଇଥାଏ, ଯାହା ଜାପାନକୁ ଆଜି ଏକ ସର୍ବଶ୍ରେଷ୍ଠ ଦେଶରେ ପରିଣତ କରିଛି।
ଏହି ପୃଷ୍ଠଭୂମିରେ ସଫଳତାର ସୂତ୍ର ଭାବେ ଜାପାନୀ ଅବଧାରଣା ‘ମ୍ୟୁଡ଼ା’ (Muda) ବିଷୟରେ ସାମାନ୍ୟ ଆଲୋଚନା କରାଯାଇପାରେ। ସାର୍ଥକତାର ଭିତ୍ତି ଭାବେ ଜାପାନୀ ଜୀବନଶୈଳୀ ‘ଇକିଗାଏ’ (Ikigai) ଜାପାନ ସମେତ ସମଗ୍ର ବିଶ୍ବରେ ଆଦୃତି ଲାଭ କରିଛି। ସେହିପରି ମ୍ୟୁଡ଼ା ମଧୢ ଆନ୍ତର୍ଜାତିକ ସ୍ବୀକୃତି ଲାଭ କରିଛି। ଏହି ଶବ୍ଦଟି ପ୍ରାୟତଃ ନିଷ୍ଫଳତା, ଅନାବଶ୍ୟକତା, ଆଳସ୍ୟ, ଅପଚୟ, ବିଳମ୍ବ, ଅଯଥା ଖର୍ଚ୍ଚ ଆଦିକୁ ବୁଝାଇଥାଏ। ଏହା ଲୋକଙ୍କୁ ଅଯୋଗ୍ୟ, ଅକର୍ମଣ୍ୟ ଏବ˚ ଅପଦାର୍ଥରେ ପରିଣତ କରିଥାଏ। ଏଗୁଡ଼ିକୁ ପରିହାର କଲେ ଜୀବନର ସବୁ କ୍ଷେତ୍ରରେ ସଫଳତାର ପଥ ସୁଗମ ହୁଏ।
କିଛିବର୍ଷ ପୂର୍ବେ ତାଜ ହୋଟେଲ ଗ୍ରୁପ୍ ତରଫରୁ ଜାପାନୀ ମ୍ୟାନେଜ୍ମେଣ୍ଟ ବିଶାରଦ ମାସାଇ ଇମାଇଙ୍କୁ କର୍ମଚାରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଏକ ଵାର୍କସପ୍କୁ ଡକାଯାଇଥିଲା। ଏମିତି ତ ହୋଟେଲ୍ର ବ୍ୟାବସାୟିକ ପ୍ରଦର୍ଶନ ବେଶ୍ ଭଲ ଥିଲା। ହୋଟେଲ୍ ଶିଳ୍ପରେ ଅଭିଜ୍ଞତା ନ ଥବା ମାସାଇଙ୍କୁ ଦେଖି କର୍ମଚାରୀବୃନ୍ଦ ବିଶେଷ ଆଗ୍ରହୀ ହେଲେ ନାହିଁ। ତେବେ ଵାର୍କସପ୍ ଠିକ୍ ସମୟରେ ଆରମ୍ଭ ହେଲା। ମାସାଇ ତାଙ୍କ ସ୍ବଭାବସୁଲଭ ଢଙ୍ଗରେ କହିଲେ- ମୋ ଜାଣିବାରେ ଏଇଟା ଗୋଟିଏ ଵାର୍କସପ୍। କିନ୍ତୁ ଏଠାରେ ନା ମୁଁ ଦେଖୁଛି କିଛି ଵାର୍କ (କାମ) ବା କୌଣସି ସପ୍ (ଦୋକାନ)! ଚାଲନ୍ତୁ ସେଇ ଜାଗାକୁ ଯିବା ଯେଉଁଠି କିଛି କାମ ଚାଲିଛି। ସୁତରା˚, ସମସ୍ତେ ସମ୍ମିଳନୀ କକ୍ଷରୁ ପ୍ରଥମ ତାଲାର ପ୍ରଥମ କୋଠରିକୁ ଗଲେ, ଯାହା ଥିଲା ହୋଟେଲ୍ର ଲଣ୍ତ୍ରି। ମାସାଇ ଲଣ୍ତ୍ରିର ଝରକା ଖୋଲି ବାହାରକୁ ଦେଖିଲେ ଓ କହିଲେ- ବାଃ, କି ମନୋରମ ଦୃଶ୍ୟ। କର୍ମଚାରୀମାନଙ୍କ ମଧ୍ୟରେ କୌଣସି ଉତ୍କଣ୍ଠା ନ ଥିଲା। ଏବେ ମାସାଇ କହିଲେ- ‘ଏତେ ସୁନ୍ଦର କୋଠରିଟିକୁ ଅଯଥା ଲଣ୍ତ୍ରି ଭାବେ ବ୍ୟବହାର କରାଯିବା ଠିକ୍ ନୁହେଁ। ତେଣୁ ଲଣ୍ତ୍ରିକୁ ଉଠାଇ ଏହାକୁ ହୋଟେଲ୍ର ଅନ୍ୟତମ କୋଠରି ଭାବେ ବ୍ୟବହାର କରାଯାଉ। ଏ କଥାଟି ଥିଲା ନୂଆ। ମାସାଇଙ୍କ ପରାମର୍ଶକୁ ତତ୍କ୍ଷଣାତ୍ କାର୍ଯ୍ୟକାରୀ କରାଗଲା। ଏହା ଥିଲା ମାସାଇଙ୍କ ନୂଆ ପ୍ରକାର ଦେଖିବାର ଢଙ୍ଗ। କିନ୍ତୁ ଏହି କାର୍ଯ୍ୟକ୍ରମ କାଳରେ ମାସାଇଙ୍କ ଦ୍ବାରା କର୍ମଚାରୀମାନେ ଅଧିକରୁ ଅଧିକ ଅନୁପ୍ରେରିତ ହେବାକୁ ଲାଗିଲେ। କାରଣ ସବୁ ହୋଟେଲ୍ର ବିଭିନ୍ନ ବିଭାଗର କାର୍ଯ୍ୟ ଶୈଳୀରେ ମାସାଇ ଆବିଷ୍କାର କଲେ ସ୍ବାଭାବିକ ଭାରତୀୟ ‘ମ୍ୟୁଡ଼ା’ ବା ମନ୍ଥରତା ବା ଆଳସ୍ୟ। ଏହାକୁ ତୁରନ୍ତ ପରିତ୍ୟାଗ କଲେ କିଭଳି ସବୁ କିଛି ବଦଳି ଯାଇପାରେ, ତାହା ସେ ଦେଖାଇ ଦେବା ଲାଗି ଚେଷ୍ଟା କରି ସଫଳ ହୋଇଥିଲେ।
ତେବେ କେବଳ ତାଜ ହୋଟେଲ୍ ନୁହେଁ, ଆମ ଜୀବନ ତଥା ସମାଜର ସବୁ କ୍ଷେତ୍ରରେ ‘ମ୍ୟୁଡ଼ା’ ପରିହାର କରିବାର ପ୍ରାସଙ୍ଗିକତା ରହିଛି। ଆମ ସରକାରୀ କଳର କାର୍ଯ୍ୟ ଶୈଳୀରେ, ଆମ ବ୍ୟବସ୍ଥା ଓ ପ୍ରଶାସନରେ ଏବ˚ ଶିକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ମ୍ୟୁଡ଼ାର ଅସ˚ଖ୍ୟ ଦୃଷ୍ଟାନ୍ତ ଦେଖିବାକୁ ମିଳେ, ଯାହା ଆମ ଜୀବନକୁ ଗଭୀର ଭାବେ ଆକ୍ରାନ୍ତ କରୁଛି।
ସେହି କର୍ମଶାଳାର ଶେଷ ଅଧିବେଶନରେ ମାସାଇ ଗୋଟିଏ ଗପ କହିଲେ। ଗପଟି ହେଉଛି ଏହିପରି- ଥରେ ଜଣେ ଆମେରିକୀୟ ଶିକାରୀ ଓ ଜଣେ ଜାପାନୀ ଶିକାରୀ ଜଙ୍ଗଲକୁ ଶିକାର କରିବାକୁ ଗଲେ। ଶିକାର କରିବା ଅବସରରେ ସେମାନେ ହଠାତ୍ ଦେଖିଲେ ତାଙ୍କର ଗୁଳି ସରିଯାଇଛି। ସେତିକିି ବେଳେ ସେମାନେ ଗୋଟିଏ ସି˚ହର ଗର୍ଜନ ଶୁଣିଲେ। ସି˚ହଠାରୁ ରକ୍ଷା ପାଇବା ପାଇଁ ସେମାନେ ଦୌଡ଼ିବା ଆରମ୍ଭ କଲେ। କିଛି କ୍ଷଣ ପରେ ଜାପାନୀ ଶିକାରୀ ଜଣକ ଅଟକି ଗଲେ ଓ ନିଜର ସ୍ପୋର୍ଟସ ଜୋତା ପିନ୍ଧିଲେ। ଅନ୍ୟ ଶିକାରୀ ପ୍ରଶ୍ନ କଲେ, ‘ଏ କ’ଣ କରୁଛ? ଆମକୁ ଶୀଘ୍ର କାର୍ ପାଖରେ ପହଞ୍ଚିବାକୁ ପଡ଼ିବ!’ ଜାପାନୀ ଜଣକ ଉତ୍ତର ଦେଲେ, ‘ମୁଁ ତୁମଠାରୁ କିଛି ପାଦ ଆଗରେ ରହିବାକୁ ଚାହୁଁଛି। ଏ ଜୋତା ପିନ୍ଧି ମୁଁ ତୁମଠାରୁ ଆଗକୁ ଧାଇଁଯିବି।’
ଜାପାନୀ ଶିକାରୀଙ୍କ ଏଭଳି କହିବାର ଉଦ୍ଦେଶ୍ୟ ଥିଲା ଦୌଡ଼ାରେ ଆଗରେ ରହିଲେ ସି˚ହ ପଛରେ ପଡ଼ିଥିବା ଆମେରିକୀୟ ଶିକାରୀଙ୍କୁ ଧରିବ। ଜାପାନୀ ଶିକାରୀ ସହଜରେ କାର୍ ପାଖରେ ପହଞ୍ଚିଯିବେ।
ଗପଟିରେ ସମସ୍ତଙ୍କ ଲାଗି ଯେଉଁ ବାର୍ତ୍ତା ଥିଲା, ତାହା ହେଲା ଆଜିର ତୀବ୍ର ପ୍ରତିଦ୍ବନ୍ଦ୍ବିତାର ଯୁଗରେ ଅନ୍ୟମାନଙ୍କ ଠାରୁ ପାଦେ ଦି ପାଦ ଆଗରେ ନ ରହିଲେ ନିସ୍ତାର ନାହିଁ। ସୁତରା˚, ‘ମ୍ୟୁଡ଼ା’ର ପରିହାର ଏକାନ୍ତ ଜରୁରୀ।
ଏହି ପରିପ୍ରେକ୍ଷୀରେ ମାସାଇଙ୍କ ‘କାଇଜେନ୍’ ଅବଧାରଣାର ଉଲ୍ଲେଖ କରାଯିବା ପ୍ରାସଙ୍ଗିକ ହେବ। କାଇଜେନ୍ର ଅର୍ଥ ନିରବଚ୍ଛିନ୍ନ ଉନ୍ନତି ତଥା ଉତ୍କର୍ଷ ପାଇଁ ନିଜ ଭିତରେ ପରିବର୍ତ୍ତନ ସାଧନ। ଏହା ଏକ ଦୀର୍ଘମିଆଦୀ ରଣକୌଶଳ ମଧୢ। ବ୍ୟକ୍ତିଗତ, ପାରିବାରିକ, ବୃତ୍ତିଗତ ଏବ˚ ସାମାଜିକ କ୍ଷେତ୍ରରେ କାଇଜେନ୍ର ଉପଯୋଗିତା ରହିଛି। ସ୍ମରଣ ରଖିବାର କଥା ଯେ ‘ମ୍ୟୁଡ଼ା’ର ବର୍ଜନ ଓ ‘କାଇଜେନ୍’ର ଆବାହନ ଆମ ଜୀବନକୁ ସର୍ବୋତ ଭାବେ ସୁସ˚ହତ କରିବ। ତେବେ ସବୁଠାରୁ ବଡ଼ କଥା ହେଲା ‘କାଇଜେନ’କୁ ଆପଣାର ‘ମ୍ୟୁଡ଼ା’ ନିବାରଣରେ ବ୍ୟବହାର କରାଯାଇପାରେ।
ମୋ: ୮୨୮୦୨୩୯୯୫୭