ଯେଉଁମାନେ ଋକ୍‌ବେଦକୁ ଗଭୀର ଭାବେ ଅନୁଶୀଳନ କରିଛନ୍ତି ସେମାନେ ଆମକୁ କହନ୍ତି ଯେ ଋକ୍‌ବେଦର ମନ୍ତ୍ରଦ୍ରଷ୍ଟା ଋଷିମାନେ ଏ ସ˚ସାର ଅଳୀକ, ମିଥ୍ୟା, ମାୟା, ଜୀବନ ଦୁଃଖମୟ ବା ଜୀବନ ପାଣିଫୋଟକା ପରି ଏଭଳି ଭାବି ନାହାନ୍ତି। ସେମାନେ ଖାଲି ବଞ୍ଚିବାକୁ ଚାହି ନାହାନ୍ତି, ବର˚ ଭଲ ଭାବେ ବ˚ଚିବା, ଶହେ ବର୍ଷ ବ˚ଚିବା ଓ ବିନା ଦୁଃଖ ଦାରିଦ୍ର୍ୟରେ ବ˚ଚିବାକୁ ଚାହିଛନ୍ତି। ସେମାନେ ଅର୍ଥ, ସମ୍ପତ୍ତି, ସୁନା ଓ କନ୍ୟା ସନ୍ତାନ ପରିବର୍ତ୍ତେ ପୁତ୍ର ସନ୍ତାନ ଚାହିଛନ୍ତି। ଶତ୍ରୁର ପରାଜୟ ନିଜର ବିଜୟ, ଗୋଧନ- ଏସବୁ ଚାହିଛନ୍ତି। ସୁଖ ସମୃଦ୍ଧି ପାଇଁ ବୈଦିକ ଋଷିମାନେ ପ୍ରାର୍ଥନା କରିଚନ୍ତି। ଭଲ ବର୍ଷା ହେଉ, ଫସଲ ଭଲ ହେଉ, ଗାଈଗୋରୁଙ୍କ ସ˚ଖ୍ୟା ବଢ଼ୁ, ଗାଈମାନେ ଅଧିକ ଦୁଗ୍‌ଧବତୀ ହୁଅନ୍ତୁ- ଏସବୁ କାମନା କରିଚନ୍ତି। ଏସବୁ ତ ବର୍ତ୍ତମାନ ମଣିଷର ମଧୢ କାମନା। ‘ଧନ ଲୋଡ଼ା ନାହିଁ, ଜନ ଲୋଡ଼ା ନାହିଁ’ରେ ସେମାନଙ୍କର ବିଶ୍ବାସ ନ ଥିଲା।

Advertisment

ବେଦର ଯେଉଁ ଅ˚ଶରେ ବିସ୍ତୃତ କର୍ମକାଣ୍ତର ବ୍ୟବସ୍ଥା ରହିଲା ସେଥିରେ ବ୍ରାହ୍ମଣମାନଙ୍କର ପାର୍ଥିବ ଇଚ୍ଛା ପୂରଣ ପାଇଁ ମଧୢ ବ୍ୟବସ୍ଥା ରହିଲା, କିନ୍ତୁ ଅନ୍ୟ ସମ୍ପତ୍ତିରେ ଲୋଭର ନିନ୍ଦା କରାଗଲା, ତଥା ଯେତିକି ଆବଶ୍ୟକ ସେତିକିରେ ଚଳିବା ପାଇଁ ପରାମର୍ଶ ଦିଆଗଲା। ବ୍ରାହ୍ମଣମାନେ ଅଧୢୟନ, ଅଧୢାପନ କରିବେ, ଦାନ ଗ୍ରହଣ କରିବେ ଓ ଦାନ ମଧୢ ଦେବେ। କିନ୍ତୁ ଋକ୍‌ବେଦର ଦାନସ୍ତୁତିରେ ଆମେ ଜଣେ ଅତି ଲୋଭୀ ବ୍ରାହ୍ମଣଙ୍କର ପାର୍ଥିବ ଲୋଭ ବିଷୟରେ ଉଦାହରଣ ପାଇବା। ଜଣେ ରାଜା କିପରି ନିଜର ବଡ଼େଇ ବଢ଼େଇବା ପାଇଁ, ନିଜର ଖ୍ୟାତି ଓ ମହିମାର ପ୍ରଚାର ପ୍ରସାର ପାଇଁ ଯଜ୍ଞ କଲେ ଓ କିପରି ଯଜ୍ଞର ଜଣେ ପୁରୋହିତ ତାଙ୍କ ଠାରୁ ହଜାର ସ˚ଖ୍ୟାରେ ଗାଈ/ଗୋରୁ, ସ୍ବର୍ଣ୍ଣମୁଦ୍ରା, ଘୋଡ଼ାମାନଙ୍କ ସହ ଦଶଟି ରଥରେ ଭର୍ତ୍ତି ଦାସୀ କନ୍ୟା ମଧୢ ପାଇପାରିଲେ ତା’ର ଉଲ୍ଲେଖ ରହିଛି।

କିନ୍ତୁ ଦାନସ୍ତୁତିରେ ତ ଜଣେ ବ୍ରାହ୍ମଣଙ୍କର ନିଚ୍ଛକ ଲୋଭର ଉଦାହରଣ ରହିଛି। ଆଉ କେତେକ ଶ୍ଳୋକ ରହିଛି ସେସବୁ ବର୍ତ୍ତମାନର ଯୌନ କ୍ଷେତ୍ରରେ ଏକ ପ୍ରକାର ମୁକ୍ତ ବାତାବରଣରେ ମଧୢ ଅତି ଅଶ୍ଳୀଳ ଜଣାପଡ଼ିବ। ଖବରକାଗଜରେ ଛାପି ପାରିବା ଭଳି ମାତ୍ର ଦୁଇଟି ଉଦାହରଣ ଦିଆଯାଉଚି। ୧- ଯେପରି ବଙ୍କା ଶିଂଘ ବାଲା ଷଣ୍ଢ ମସ୍ତ ହୋଇ ହୁଙ୍କାର କରି ରମଣ କରେ, ସେହିପରି ମୋ ସହ ସମ୍ଭୋଗ କର। (ଋକ୍‌ ୧୦.୮୬/୮୫), ୨- ହେ ‌େସାମ, ମୁଁ ତୁମକୁ ସେହି ପ୍ରକାରେ ଗ୍ରହଣ କରିବାକୁ ଚାହୁଁଛି ଯେପରି ସ୍ତ୍ରୀ ନିଜ ଜାର ପୁରୁଷକୁ ଗ୍ରହଣ କରେ।

(ଋକ୍‌.୯/୩୧/୫) ଏକଥା ସତ ଯେ ଋକ୍‌ବେଦର ମନ୍ତ୍ରଦ୍ରଷ୍ଟା ଋଷିଗଣ ଜୀବନକୁ ଭୋଗ କରିବା ପାଇଁ ଚାହିଛନ୍ତି, କିନ୍ତୁ ଦାନସ୍ତୁତିଟିକୁ ପରବର୍ତ୍ତୀ ସମୟରେ କେହି ଖଞ୍ଜି ଦେଇଥିବାର ଜଣାଯାଏ। ସେହିପରି ଅତିମାତ୍ରାରେ ଅଶ୍ଳୀଳ ଶ୍ଳୋକଗୁଡ଼ିକୁ ତନ୍ତ୍ରଯୁଗର ପ୍ରାଧାନ୍ୟ ସମୟରେ ଋକ୍‌ବେଦରେ ଅପମିଶ୍ରିତ ହୋଇଥିବା ଅନୁମାନ କରାଯାଇପାରେ। ସେସବୁ ଶ୍ଳୋକର ସଫେଇ ଆବଶ୍ୟକ। ଅବଶ୍ୟ ଏଠାରେ ପ୍ରଣିଧାନଯୋଗ୍ୟ ଯେ ବୈଦିକ ସ˚ସ୍କୃତ ଲୌକିକ ସ˚ସ୍କୃତଠାରୁ ଭିନ୍ନ ବୋଲି କୁହାଯାଏ ଓ ଗୋଟିଏ ଶ୍ଳୋକର ଏକାଧିକ ଅର୍ଥ ବାହାର କରାଯାଇପାରେ। ହେଲେ ମଧୢ ବେଦରେ ଏଭଳି ଅଶ୍ଳୀଳ ଅର୍ଥ ବାହାରି ପାରୁଥିବା ଶ୍ଳୋକ ରଚନା ଗ୍ରହଣଯୋଗ୍ୟ କି?

ଏବେ ବ୍ୟାସକୃତ ଶ୍ରୀମଦ୍‌ ଭାଗବତକୁ ଆସିବା। ଅନ୍ୟମାନେ ପୁରାଣ, ଶ୍ରୀମଦ୍‌ ଭାଗବତ କିନ୍ତୁ ମହାପୁରାଣ। ଅନ୍ୟମାନେ ଶାସ୍ତ୍ର, ଇଏ ପରମ ଶାସ୍ତ୍ର। ‘ପରମ ଶାସ୍ତ୍ର ଭାଗବତ, ଅଭ୍ୟାସ କରୁଥିବ ନିତ୍ୟ’। ମୂଳ ସ˚ସ୍କୃତ ଗ୍ରନ୍ଥର ସରଳ ଓଡ଼ିଆ ଅନୁବାଦ କରି ଅତିବଡ଼ୀ ଜଗନ୍ନାଥ ଦାସ ଓଡ଼ିଶାର ପୁରପଲ୍ଲୀରେ ଭାଗବତକୁ ଅତି ପରିଚିତ କରିଦେଲେ। ଗାଁମାନଙ୍କରେ ଭାଗବତ ଟୁଙ୍ଗୀ ହୋଇଗଲା ଓ ଦୈନିକ ଭାଗବତ ପାଠ ଅତ୍ୟନ୍ତ ଶ୍ରଦ୍ଧା ଓ ସମ୍ମାନର ସହ କରାଗଲା। ଅନେକ ଭାଗବତ ବାଣୀ ଯଥା: ପ୍ରାଣୀଙ୍କ ଭଲମନ୍ଦ ବାଣୀ, ମରଣ କାଳେ ତାହା ଜାଣି। ଆପଣା ହସ୍ତେ ଜିହ୍ବା ଛେଦି, କେ ଅଛି ତା’ର ପ୍ରତିବାଦୀ। ସକଳ ଦେହେ ନାରାୟଣ, ବସନ୍ତି ଅନାଦି କାରଣ। ମନୁଷ୍ୟ ଦେହେ ଦିବ୍ୟ ଜ୍ଞାନ, ଦେଖି ସନ୍ତୋଷ ଭଗବାନ। ଘୋର ତପ ଯେ ଆଚରନ୍ତି, ଦେବେ ତାଙ୍କର ମନ୍ଦ ଚିନ୍ତି। ମର୍ତ୍ତ ମଣ୍ତଳେ ଦେହ ବହି, ଦେବତା ହୋଇଲେ ମରଇ ଇତ୍ୟାଦି ଓଡ଼ିଆଙ୍କର ଅସ୍ଥି ମଜ୍ଜାଗତ ହୋଇଗଲା।

କୁହାଯାଏ ଯେ ସମସ୍ତ ବେଦ, ଉପନିଷଦ ଓ ଶାସ୍ତ୍ରମାନଙ୍କର ସାର କଥା ବ୍ୟାସଦେବ ଶ୍ରୀମଦ୍‌ ଭାଗବତରେ ରଖିଦେଲେ। ସକଳ ଶାସ୍ତ୍ରର ନିର୍ଯ୍ୟାସ ବା ଲହୁଣି ହେଲା ଭାଗବତ। କୃଷ୍ଣ କୀର୍ତ୍ତି ଗାଥା ବ୍ୟତୀତ ଭାଗବତକୁ ଘନୀଭୂତ ଭାଗବତ ସଭା ବୋଲି କେତେକ ମତ ଦିଅନ୍ତି। ସାରକଥା ହେଲା, ନିଜ ଆତ୍ମାରେ ସର୍ବସାର ଦର୍ଶନ ବା ସକଳ ପ୍ରାଣୀଙ୍କ ମଧୢରେ ନିଜର ଆତ୍ମାର ଉପଲବ୍‌ଧି। ଯୀଶୁଖ୍ରୀଷ୍ଟ ଯେତେବେଳେ କହିଲେ ପଡ଼ୋଶୀଙ୍କୁ ନିଜ ପରି ମନେ କରି ଭଲ ପାଅ, ସେ ଏହି କଥା ହିଁ ଅନ୍ୟ ଭାବରେ କହିଥିଲେ। ଅଧିକନ୍ତୁ ଭାଗବତର ମର୍ମ ହେଲା ସାରା ବିଶ୍ବ ବ୍ରହ୍ମାଣ୍ତର ସ୍ଥାବର ଜଙ୍ଗମ ସବୁ ଗୋଟିଏ ସୂତାରେ ଗୁନ୍ଥା।

ଏଭଳି ମହାନ୍‌ ବାର୍ତ୍ତା ଦେଉଥିବା ଗ୍ରନ୍ଥରେ ଆମେ କିପରି ପାଇବା ସ୍ବଭାବେ ସ୍ତିରୀ ଜନ୍ମ ହୋଇ, ଭଲ ମନ୍ଦରେ ନଜାଣଇ ବା ସ୍ବଭାବେ ସ୍ତିରୀ ଜନ୍ମ ହୋନ୍ତି, ବେଦ ପୁରାଣ ନ ଜାଣନ୍ତି। ପୁଣି ପୁରୁରବା ଉର୍ବଶୀ ଉପାଖ୍ୟାନରେ ଉର୍ବଶୀ, ଅର୍ଥାତ୍‌ ଜଣେ ନାରୀ ମୁଖରେ କୁହାଗଲା:- ସ୍ତିରୀଙ୍କ ଦେହେ ଯେତେ ଗୁଣ, ରାଜନ ସାବଧାନେ ଶୁଣ। ନିର୍ଦ୍ଦୟ, କପଟ, କଠିନ, ସାହସ ଆଦି ଚାରିଗୁଣ। ଅଳ୍ପ କ୍ରୋଧେ ପ୍ରାଣ ନ୍ୟନ୍ତି, ପତି ଭ୍ରାତାଙ୍କୁ ନ ଗଣନ୍ତି। ଅଜ୍ଞାନ ଭାବେ ଥାନ୍ତି ନିତ୍ୟେ, ବାଞ୍ଛନ୍ତି କାମ ଭୋଗ ଚିତ୍ତେ। ସ୍ବଭାବେ ହୋନ୍ତି ନିତ୍ୟକାମୀ, ଇଚ୍ଛନ୍ତି ନବ ନବ ସ୍ବାମୀ। ନାରୀଙ୍କ ସ୍ବଭାବ ଏମନ୍ତ, କିମ୍ପା ତୁ କରୁ ଦୁଃଖ ଚିତ୍ତ। (ନବମ ସ୍କନ୍ଧ, ଚତୁର୍ଦ୍ଦଶ ଅଧ୍ୟାୟ (୧୩୫-୧୪୧)। ପୁଣି କୁହାଗଲା ସକଳ ଭୂତେ ବାସ ମୋର, ମୁଁ ଆତ୍ମା ସୁହୃତ ଈଶ୍ବର। ଏକାଦଶ ଅଧୢାୟ (୨୬)

ଏସବୁରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ଭାଗବତର ବିଚାର, ମୂଳ ଦର୍ଶନ ସହ ନାରୀ ଜାତି ବିଷୟରେ ଯାହା କୁହାଯାଇଛି ତାହା ଖାପ ଖାଉନି ଓ ଏହା ନାରୀ ବିଦ୍ବେଷୀଙ୍କ ଦ୍ବାରା ଅପମିଶ୍ରିତ ହୋଇଛି।

ଭାଗବତର ସମୁଦାୟ ଦ୍ବାଦଶ ସ୍କନ୍ଧଟି ପରେ ଯୋଡ଼ାଯାଇଛି ବୋଲି କୁହାଯାଏ। ନିମ୍ନରେ ଦିଆଯାଇଥିବା କେତୋଟି ପଦରୁ ତାହା ସ୍ପଷ୍ଟ ହୋଇ ଯାଉଛି ‘କୂଳ ଧର୍ମକୁ ନ ରଖିବେ, ବର୍ଣ୍ଣଭେଦକୁ ସେ ଛାଡ଼ିବେ। ବେଦରେ ଜାତିଭେଦ ନାହିଁ, ସମସ୍ତେ ଏକାକାର ହୋଇ। ଜାତିଧର୍ମକୁ ନ ବିଚାରି, ବଚନେ ଉପ୍ରୋଧ ନ କରି। ଜାତିଭେଦକୁ ଭୟ ନାହିଁ, ଦୀପେ ପତଙ୍ଗ ପ୍ରାୟ ହୋଇ। (ଦ୍ବାଦଶ ସ୍କନ୍ଧ ୨୪,୫୧,୧୨୮,୨୭୬) ମାନବ ଦେହେ ଦିବ୍ୟଜ୍ଞାନ, ଦେଖି ସନ୍ତୋଷ ଭଗବାନ। ବା ସକଳ ଦେହେ ନାରାୟଣ, ବସନ୍ତି ଅନାଦି କାରଣ। ଏହି ଉକ୍ତିଗୁଡ଼ିକ ଯାହା ଭାଗବତର ନିର୍ଯ୍ୟାସର ଅ˚ଶ ତା’ସହ ଉପରୋକ୍ତ ଦ୍ବାଦଶ ସ୍କନ୍ଧର ଉକ୍ତିଗୁଡ଼ିକ କିପରି ଖାପ ଖାଉଛି? ଏ ଉକ୍ତିଗୁଡ଼ିକ ଅପ୍ରାସଙ୍ଗିକ ନୁହେ କି? ଜାତି ବିଦ୍ବେଷୀମାନଙ୍କ ଦ୍ବାରା ଏହି ଉକ୍ତିଗୁଡ଼ିକ ପରେ ଯୋଡ଼ି ଦେଇଥିବା ସ୍ପଷ୍ଟ ଜଣାଯାଉଛି।

ପୁରପଲ୍ଲୀରେ ଭାଗବତ ପଢ଼ା ହେଉଥିବା ଓ ଭାଗବତ ଗ୍ରନ୍ଥ ପ୍ରତି ଲୋକମାନଙ୍କର ଶ୍ରଦ୍ଧା ଓ ସମ୍ମାନର ସୁଯୋଗ ନେଇ ଜନମାନସକୁ ପ୍ରଭାବିତ କରିବା ପାଇଁ ଏଭଳି ଉଦ୍ୟମ କରାଯାଇଛି। ସଫେଇ କର୍ମୀମାନେ ଏଭଳି ଖାପଛଡ଼ା ଅପ୍ରାସଙ୍ଗିକ ଉକ୍ତିଗୁଡ଼ିକୁ ଠାବ କରି ଭାଗବତ ଭଳି ମହାନ୍‌ ଗ୍ରନ୍ଥରୁ ବାଦ୍‌ ଦେବା ଆବଶ୍ୟକ।

ଏବେ ସ୍ମୃତି ଶାସ୍ତ୍ରମାନଙ୍କୁ ଆସିବା। ଯେପରି ନିର୍ବାଚନ ହେବା ସମୟରେ ସେଥିରେ ଭାଗ ନେଉଥିବା ବ୍ୟକ୍ତିମାନେ କେତେକ ମୌଳିକ କଥା ମାନି ଚଳିବା ଦରକାର ଭାବି ସେମାନଙ୍କ ପାଇଁ ଆଚାର ସ˚ହିତା ପ୍ରଣୟନ କରାଯାଇଛି ଓ ସେଥିରେ ମଝିରେ ମଝିରେ ସ˚ଶୋଧନ କରାଯାଉଛି, ସେହିଭଳି ଅତୀତରେ ସମାଜକୁ ଠିକ୍‌ ଭାବେ ପରିଚାଳିତ କରିବା ପାଇଁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଋଷିମାନେ ଜନସାଧାରଣଙ୍କ ପାଇଁ ଓ ବିଭିନ୍ନ ବର୍ଗ ପାଇଁ ଆଚାର ସ˚ହିତାମାନ ପ୍ରଣୟନ କରିଥିଲେ। ପରାଶର ସ˚ହିତା, ଯାଜ୍ଞବଳ୍‌କ୍ୟ ସ˚ହିତା, ନାରଦ ସ˚ହିତା, ବୃହସ୍ପତି ସ˚ହିତାମାନଙ୍କରେ ସମାଜର ଚଳଣିଗୁଡ଼ିକୁ ସଜାଡ଼ିବା ପାଇଁ ନିୟମମାନ କରାଯାଇଛି। କିନ୍ତୁ ଏ ସମସ୍ତଙ୍କ ଭିତରେ ମନୁ ସ˚ହିତାର ପ୍ରଭାବ ବେଶି ଥିବା ଜଣାଯାଏ। ସେଥିପାଇଁ ବିଭିନ୍ନ ସମୟରେ ମନୁ ସ˚ହିତାକୁ ପୋଡ଼ିବାଠୁ ଆରମ୍ଭ କରି ତାଙ୍କୁ ନିଷିଦ୍ଧ କରିବା ପାଇଁ ଆହ୍ବାନ ଦିଆଯାଉଛି। କାହିଁକି ଏଭଳି ଡାକରା ଦିଆଯାଉଛି ଦେଖିବା।

ମନୁ ସ˚ହିତାକୁ ମାନବ ଧର୍ମଶାସ୍ତ୍ର ବୋଲି ମଧୢ କହନ୍ତି। ଗୋଟିଏ ମତ ହେଲା ବେଦକୁ ଆଧାର କରି ମଣିଷ ସମାଜର ପରିଚାଳନା ତଥା କର୍ତ୍ତବ୍ୟ ବିଷୟରେ ମନୁ ପ୍ରବଚନ ଦେଇଥିଲେ ଓ ତାଙ୍କର ଶିଷ୍ୟବର୍ଗ ସେଗୁଡ଼ିକୁ ସ˚କଳନ କରି ମନୁ ସ˚ହିତା ଭାବେ ପ୍ରଚଳନ କଲେ। ତେବେ ମନୁ ସ˚ହିତାର ଉତ୍ପତ୍ତି ଯେଭଳି ହୋଇଥାଉ, ଏହାର ମୁଖ୍ୟ ବ୍ୟବସ୍ଥାଗୁଡ଼ିକ କ’ଣ?

ମନୁ ସ୍ମୃତିରେ ଅହି˚ସା କଥା କୁହାଯାଇଛି। ଯଥା ନିଜର ସୁଖ କାମନା କରି ଯେ ଅହି˚ସକ ଜୀବମାନଙ୍କୁ ହତ୍ୟା କରେ, ସେ ଜୀବନ କାଳରେ ଓ ମୃତ୍ୟୁ ପରେ କେଉଁଠାରେ ହେଲେ ସୁଖ ପାଏ ନାହିଁ। ସେହିପରି ପ୍ରାଣୀମାନଙ୍କୁ ପୀଡ଼ା ଦେବାକୁ ଯେ ଇଚ୍ଛା କରେ ନାହିଁ, ସେ ସମସ୍ତଙ୍କର ହିତାକା˚କ୍ଷୀ ହୋଇ ଅତ୍ୟନ୍ତ ସୁଖ ଲାଭ କରେ, (୭(୫୫), ୮(୪୬) ଜୀବ ହି˚ସା ନ କଲେ ମା˚ସ ପାଇ ହୁଏନି ଓ ଜୀବହତ୍ୟା କେବେ ହେଲେ ସୁଖ ଦିଏନି। ତେଣୁ ମା˚ସ ଭକ୍ଷଣ ସର୍ବଦା ବର୍ଜନୀୟ (୧୦.୪୮)। କେବଳ ସେତିକି ନୁହେଁ ପୁଣି କୁହାଯାଇଛି ଜୀବହତ୍ୟା ପାଇଁ କହିଥିବା ବ୍ୟକ୍ତି, ମା˚ସ ବିିକ୍ରି କରୁଥିବା ବ୍ୟକ୍ତି, ହତ୍ୟାକାରୀ, ପରିବେଷଣକାରୀ ଓ ମା˚ସାହାରୀ- ଏ ସମସ୍ତଙ୍କୁ ଘାତକ କୁହାଯିବ ୧୨ (୫୧)। ଅଥଚ ସେଇ ମନୁ ସ୍ମୃତିରେ କୁହାଗଲା ଯେ କୁକୁର ଦ୍ବାରା ହତ ପଶୁ, ପକ୍ଷୀ ମା˚ସ, ବାଘ, ଚିଲ, ଚଣ୍ତାଳ, ଦସ୍ୟୁ ଦ୍ବାରା ହତ ଜୀବର ମା˚ସ ପବିତ୍ର। ପୁଣି ମଧୁପର୍ବ, ଯଜ୍ଞ, ଶ୍ରାଦ୍ଧ ଓ ଦେବ କାର୍ଯ୍ୟରେ ପଶୁବଧ କରିବ। ଏହି ସମୟରେ ବେଦଜ୍ଞ ବ୍ରାହ୍ମଣ ପଶୁ ହି˚ସା କରି ଆପଣାର ଓ ନିହତ ପ୍ରାଣୀର ସଦ୍‌ଗତି ସମ୍ପାଦନ କରନ୍ତି। (୫-୪୨), ୫ (୪୪)। ଏଥି ସହ ଶ୍ରାଦ୍ଧରେ କେଉଁ ପଶୁପକ୍ଷୀ, ମାଛ ଇତ୍ୟାଦି ଭୋଜନ ଦେଲେ ମୃତ ଆତ୍ମା କେତେ ବର୍ଷ ସ୍ବର୍ଗରେ ବାସ କରିବେ ତା’ର ତାଲିକା ଦିଆଯାଇଛି।

ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ହି˚ସା ଓ ମା˚ସ ଭକ୍ଷଣ ପାଇଁ ଲିଖିତ ଶ୍ଳୋକଗୁଡ଼ିକ ମାଛ, ମା˚ସ ଭୋଜନରେ ଆଗ୍ରହୀ ପଣ୍ତିତମାନଙ୍କ ଦ୍ବାରା ପ୍ରକ୍ଷେପ ବା ଅପମିଶ୍ରଣ କରାଯାଇଛି।

ନାରୀମାନଙ୍କ ବିଷୟରେ ମନୁ ସ୍ମୃତିର ବାର୍ତ୍ତା ଖୁବ୍‌ ଚମତ୍କାର ହୋଇଛି। କେତୋଟି ଉଦାହରଣ ହେଲା- ଯେଉଁ ଘରେ ନାରୀମାନଙ୍କର ପୂଜା ବା ସତ୍‌କାର ହୁଏ, ସେଠାରେ ଦିବ୍ୟ ସନ୍ତାନ ହୁଅନ୍ତି ଓ ଯେଉଁ ଘରେ ନାରୀମାନଙ୍କର ଆଦର ନ ଥାଏ, ସେଠାରେ ସବୁ କର୍ମ ନିଷ୍ଫଳ ହୁଏ। ୩୨ (୫୬)। ଯେଉଁଠି ପତିଙ୍କ ବ୍ୟବହାରରେ ସ୍ତ୍ରୀ ଲୁହ ଗଡ଼ାଏ, ସେ ଘର ଶୀଘ୍ର ନାଶ ହୁଏ ଓ ଯେଉଁଠି ନାରୀମାନଙ୍କର ଦୁଃଖ ଶୋକ ନ ଥାଏ, ସେଠାରେ ସମୃଦ୍ଧି ଥାଏ। (୩୩-୫୭)। ଐଶ୍ବର୍ଯ୍ୟ ଚାହୁଁଥିବା ପୁରୁଷମାନେ ସ୍ତ୍ରୀମାନଙ୍କୁ ଭୂଷଣ, ବସ୍ତ୍ର ଓ ଖାଦ୍ୟପେୟ ଦ୍ବାରା ପ୍ରସନ୍ନ ରଖିବେ। (୩୫-୫୯)। ଏହିଭଳି ଅନେକ ଶ୍ଳୋକ ରହିଛି।

ଅଥଚ ସେହି ମନୁ ସ୍କୃତିରେ କୁହାଗଲା- ଯେଉଁ ଯଜ୍ଞରେ ସ୍ତ୍ରୀ ଓ ଶୂଦ୍ର ଘୃତାହୁତି ଦିଅନ୍ତି ତାହା ସାଧୁମାନଙ୍କ ପାଇଁ ଅହିତକର ଓ ଦେବତାମାନଙ୍କ ପାଇଁ ପ୍ରତିକୂଳ। ତେଣୁ ତାହା ତ୍ୟାଜ୍ୟ। ୪ (୨୦୬)। ପୁଣି ସ୍ତ୍ରୀମାନେ ରୂପ ଓ ବୟସ ନିର୍ବିଶେଷରେ ପୁରୁଷ ପାଇଲେ ସମ୍ଭୋଗ ଇଚ୍ଛା କରନ୍ତି। ... ଏମାନେ ପତିଙ୍କ ଦ୍ବାରା ସୁରକ୍ଷିତ ରହିଲେ ସୁଦ୍ଧା ତାଙ୍କର ବିରୁଦ୍ଧାଚରଣ କରନ୍ତି। ... କାମ, କ୍ରୋଧ, କୁଟିଳତା, ଦ୍ରୋହ ଓ କୁତ୍ସିତାଚାର- ଏସବୁ ମନୁ ସ୍ତ୍ରୀଙ୍କ ପାଇଁ ଗଢ଼ିଛନ୍ତି, (୯.୧୬)। ଏହିପରି ଅନେକ ଶ୍ଳୋକ ମୂଳ ବିଚାରର ପରିପନ୍ଥୀ ଓ ଅପମିଶ୍ରଣ ମାତ୍ର।

ମୋ- ୯୪୩୮୫୦୬୭୮୦