ଗାନ୍ଧୀଙ୍କ ଦୃଷ୍ଟିରେ ନ୍ୟାୟ

ପ୍ରଫୁଲ୍ଲ ମହାପାତ୍ର

ନ୍ୟାୟ କ’ଣ? ଗୋଟିଏ ପୂର୍ଣ୍ଣ ନ୍ୟାୟଭିତ୍ତିକ ସମାଜ କିପରି ହେବ?- ଏହା ଏକ ସ˚ପୂର୍ଣ୍ଣତାବାଦୀ ସ˚ଜ୍ଞା ସର୍ବସ୍ବ ପ୍ରଶ୍ନ। ଏହାର ଠିକ ଉତ୍ତର ହୁଏତ ଅସମ୍ଭବ ହେଇପାରେ ଏବ˚ ପୂର୍ଣ୍ଣ ନ୍ୟାୟଭିତ୍ତିକ ସମାଜ ଏକ ଅପହଞ୍ଚ ଇଉଟୋପିଆନ୍‌ ଆଦର୍ଶ ହେଇ ହଜିଯାଇପାରେ। କିନ୍ତୁ ନ୍ୟାୟ ବିଷୟରେ ଏକ ମୋଟାମୋଟି ଧାରଣାର ଆଧାରରେ କିପରି ବା କେଉଁ ଉପାୟରେ ସମାଜର ବିଭିନ୍ନ କ୍ଷେତ୍ରରେ ଥିବା ଅନ୍ୟାୟର ଦୂରୀକରଣ ହେଇପାରିବ, ସେ ଦିଗରେ ଚିନ୍ତା ଓ କାର୍ଯ୍ୟ କରିବା ଫଳପ୍ରଦ ହେବ।

ଗାନ୍ଧୀଜୀ ତାଙ୍କ ଜୀବନରେ ନ୍ୟାୟର ଏହି ବାସ୍ତବଧର୍ମୀ ଦିଗ ପ୍ରତି ଅଧିକ ଧୢାନ ଦେଉଥିଲେ; ତାଙ୍କ ନ୍ୟାୟ ଧାରଣାରେ ବାସ୍ତବତା ବିବର୍ଜିତ ତାତ୍ତ୍ବିକତାର ସ୍ଥାନ ପ୍ରାୟ ନ ଥିଲା। ନିଜେ ଭୋଗିଥିବା ଏବ˚ ଅନ୍ୟମାନେ ଭୋଗିବାର ଦେଖିଥିବା ଅନ୍ୟାୟ ସବୁର ବିରୋଧରେ ସେ ସ୍ବର ଉତ୍ତୋଳନ କରିଥିଲେ ଓ ସ˚ଗ୍ରାମ ଚଳାଇଥିଲେ।

ନ୍ୟାୟ, ସତ୍ୟ ଭଳି ପ୍ରତ୍ୟୟ ଏବ˚ ତତ୍‌ସ˚ବନ୍ଧୀୟ ସିଦ୍ଧାନ୍ତ ସବୁ ବାସ୍ତବ ଜୀବନରେ ପ୍ରୟୋଗକ୍ଷମ ହେବା ଉଚିତ ବୋଲି ଗାନ୍ଧୀଙ୍କର ଦୃଢ଼ ମତ ଥିଲା ଏବ˚ ଏସବୁର ପ୍ରୟୋଗକୁ ସେ ଗୋଟିଏ ଗୋଟିଏ ପରୀକ୍ଷଣ (experiment) ବୋଲି ଭାବୁଥିଲେ। କୌଣସି ପ୍ରକଳ୍ପ (hypothesis) ପ୍ରୟୋଗଯୋଗ୍ୟ ନ ହେଲେ ବୈଜ୍ଞାନିକ ଯେପରି ତାହା ପ୍ରତ୍ୟାଖ୍ୟାନ କରିଥାଏ, ଗାନ୍ଧୀ ମଧୢ ସେହିପରି ପ୍ରୟୋଗହୀନ ସତ୍ୟ ବା କ୍ଷେତ୍ରୋପଯୋଗୀ ହେଉନଥିବା ନୀତିକୁ ପ୍ରତ୍ୟାଖ୍ୟାନ କରିବାରେ କୁଣ୍ଠାବୋଧ କରୁନଥିଲେ। ତାଙ୍କ ବିଚାରରେ ଯେଉଁ ନୀତି ସମୟ ଓ ପରିସ୍ଥିତି ସହ ଖାପ ଖାଇ ଲକ୍ଷ୍ୟ ସାଧନରେ ସହାୟକ ହୁଏ, ତାହା ହିଁ ପ୍ରକୃତ ସତ୍ୟ ଓ ଉପଯୁକ୍ତ ନୀତି। ଏହି କାରଣରୁ ସେ ତାଙ୍କ ନୀତି ଓ କାର୍ଯ୍ୟପନ୍ଥାରେ ସମୟୋପଯୋଗୀ ପରିବର୍ତ୍ତନ କରିବାର ମୁକ୍ତ ମନୋଭାବ ପ୍ରଦର୍ଶନ କରୁଥିଲେ। ବିଶିଷ୍ଟ ଗାନ୍ଧୀ ବିଶେଷଜ୍ଞ ରୋମା ରୋଲାଁଙ୍କ ଭାଷାରେ ଗାନ୍ଧୀଙ୍କ ବିଚାରଧାରାରେ ‘‘ନିରନ୍ତର ବିବର୍ତ୍ତନ’’ ଲାଗି ରହିଥିଲା ଏବ˚ ଦଶ ବର୍ଷ ତଳେ ତାଙ୍କ ଅନୁସୃତ ନୀତି ଓ କହିଥିବା କଥାର ଆଧାରରେ ତାଙ୍କୁ ବୁଝିବାକୁ ଚେଷ୍ଟା କଲେ ଯେ କେହି ଭ୍ରମରେ ପଡ଼ିବାର ଆଶଙ୍କା ରହିବ। ତାଙ୍କ ନୀତି ଓ ବିଚାରରେ ଏପରି ପରିବର୍ତ୍ତନର ଉଦ୍ଦେଶ୍ୟ ଥିଲା ଇ˚ରେଜମାନଙ୍କର ଏ ଦେଶ ଉପରେ ଅନ୍ୟାୟ ଅଧିକାରର ଦୂରୀକରଣ। ଯେଉଁ ନ୍ୟାୟ ପାଇଁ ସେ ସ˚ଗ୍ରାମ କରୁଥିଲେ, ତାହା କୌଣସି ସୈଦ୍ଧାନ୍ତିକ ତତ୍ତ୍ବ ନ ଥିଲା। ଭାରତରେ ବ୍ରିଟିସ ଆଧିପତ୍ୟ ଯୋଗୁଁ ଯେଉଁ ନ୍ୟାୟର ଉଲ୍ଲ˚ଘନ ହେଇଥିଲା, ଦକ୍ଷିଣ ଆଫ୍ରିକାରେ ବର୍ଣ୍ଣ ବୈଷମ୍ୟ ଯୋଗୁଁ ଯେଉଁ ନ୍ୟାୟର ଖିଲାପ ହେଉଥିଲା, ଭାରତର ହିନ୍ଦୁମାନଙ୍କ ଭିତରେ ଥିବା ଅସ୍ପୃଶ୍ୟତା ପ୍ରଥା ଏବ˚ ହିନ୍ଦୁ-ମୁସଲମାନଙ୍କ ମଧୢରେ ସା˚ପ୍ରଦାୟିକ ବିଦ୍ବେଷ ଫଳରେ ଯେଉଁ ନ୍ୟାୟ ବ୍ୟାହତ ହେଉଥିଲା, ସେହିସବୁ ନ୍ୟାୟର ପୁନଃ ପ୍ରତିଷ୍ଠା ପାଇଁ ସେ ସ˚ଗ୍ରାମ ଚଳାଇଥିଲେ। ବିଭିନ୍ନ କ୍ଷେତ୍ରରେ ଘଟୁଥିବା ଏସବୁ ଅନ୍ୟାୟର ଅବସାନ ହେଲେ ମାନବ ଜାତି ନ୍ୟାୟାଭିମୁଖୀ ହେବ- ଏହି ବିଶ୍ବାସ ଗାନ୍ଧୀଙ୍କର କଥା ଓ କାର୍ଯ୍ୟରେ ପ୍ରତିଫଳିତ ହେଉଥିଲା। ତେବେ ବିଦେଶୀ ଶାସକର ବଶ୍ୟତା ଓ ଶୋଷଣ ତୁଳନାରେ ଦେଶରେ ଚାଲିଥିବା ଅସ୍ପୃଶ୍ୟତା ଓ ସା˚ପ୍ରଦାୟିକ ବିଦ୍ବେଷକୁ ସେ ଅଧିକ ଅନ୍ୟାୟ ଓ ଅନୈତିକ ବୋଲି ବିଚାରୁଥିଲେ। କାରଣ ଏସବୁ ନ୍ୟାୟ ବିରୋଧୀ ହେବା ସଙ୍ଗେ ସଙ୍ଗେ ଭାରତୀୟ ଏକତାକୁ ଦୁର୍ବଳ କରୁଥିଲା ଏବ˚ ଏ ଦେଶରେ ଇ˚ରେଜ ଶାସନର ସ୍ଥିତି ଓ ଅବଧି ବୃଦ୍ଧିର ପରୋକ୍ଷ ସହାୟତା କରୁଥିଲା। ଏଣୁ ନିଜ ଘରକୁ ସଜାଡ଼ିବା, ନିଜ ଦେଶ ଓ ସମାଜକୁ ଅନ୍ୟାୟମୁକ୍ତ କରି ଗଢ଼ିବା ଗାନ୍ଧୀଙ୍କ ସ˚ଗ୍ରାମରେ ପ୍ରାଥମିକ ସ୍ଥାନ ନେଲା। ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖିବା ଏବ˚ ପ୍ରତ୍ୟେକଙ୍କୁ ନିଜ ନିଜର ଉଚିତ ପ୍ରାପ୍ୟ ଦିଆଇବା ‘ନ୍ୟାୟ’ର ସର୍ବସମ୍ମତ ସ˚ଜ୍ଞା। ସୁତରା˚ ନ୍ୟାୟଭିତ୍ତିକ ସମାଜରେ ଜାତିଧର୍ମ ସ˚ପ୍ରଦାୟ ବିଚାରରେ କୌଣସି ପ୍ରକାର ବାଛ ବିଚାର ସ୍ପୃହଣୀୟ ନୁହେଁ। ଭାରତର ସାମାଜିକ ଓ ରାଜନୈତିକ ଜୀବନରୁ ଏସବୁ ବୈଷମ୍ୟ ଦୂର ନ ହେଲେ ସ୍ବାଧୀନତା ସ˚ଗ୍ରାମ ଦୁର୍ବଳ ହେବ- ଏହି ଆଶଙ୍କା ଗାନ୍ଧୀଜୀଙ୍କୁ ବିଚଳିତ କରୁଥିଲା।

ଶୋଷଣମୁକ୍ତ ସ୍ବାଧୀନ ଦେଶ ଓ ବୈଷମ୍ୟହୀନ ସମାଜ ଗାନ୍ଧୀଙ୍କ ସ˚ଗ୍ରାମର ଯୁଗ୍ମ ଲକ୍ଷ୍ୟ ଥିଲା ଏବ˚ ତାଙ୍କ ପାଇଁ ଏହି ଲକ୍ଷ୍ୟ ସାଧନର ଦୁଇଟି ବିଶିଷ୍ଟ ଉପାୟ ଥିଲା ସତ୍ୟାଗ୍ରହ ଓ ଅହି˚ସା। ଆତ୍ମଶକ୍ତି ବା soul force ସତ୍ୟାଗ୍ରହର ମେରୁଦଣ୍ତ। ଏହି ଶକ୍ତି ବଳରେ ନିଜେ କଷ୍ଟ ସହି ଅତ୍ୟାଚାରୀର ହୃଦୟ ପରିବର୍ତ୍ତନ କରିବାର ନୀତିକୁ ଗାନ୍ଧୀ କାର୍ଯ୍ୟରେ ପ୍ରୟୋଗ କରି ଦେଖାଇଥିଲେ। ତାଙ୍କ ଅନୁସୃତ ଅହି˚ସ ବିରୋଧ ଦେଶବାସୀଙ୍କୁ ଉଦ୍‌ବୁଦ୍ଧ କରିବା ସଙ୍ଗେ ସଙ୍ଗେ ଶକ୍ତିଶାଳୀ ବ୍ରିଟିସ ଶାସନକୁ ଦୋହଲାଇ ଦେଇଥିଲା। ଗାନ୍ଧୀଙ୍କର ପ୍ରଖର ବାସ୍ତବ ଜ୍ଞାନ ତାଙ୍କୁ ବ୍ରିଟିସ ଶକ୍ତି ବିରୋଧରେ ସଶସ୍ତ୍ର ସ˚ଗ୍ରାମର ବ୍ୟର୍ଥତା ଓ ଧୃଷ୍ଟତା ପ୍ରତି ସଚେତନ କରିଥିଲା। ହି˚ସାର ପରିଣାମ ପ୍ରତି-ହି˚ସା (counter-violence) ହେବ ସିନା, କାହାରି ହୃଦୟ ପରିବର୍ତ୍ତନରେ ସହାୟକ ହେବ ନାହିଁ। ଶତ୍ରୁର ପ୍ରହାର ସହି ତା’ପ୍ରତି ମିତ୍ରଭାବ ପ୍ରଦର୍ଶନ କରିପାରିଲେ ହିଁ ତା’ର ହୃଦୟ ଜିତିବା ସମ୍ଭବ ହେବ। ଦୃଢ଼ ଆତ୍ମଶକ୍ତି ସ˚ପନ୍ନ ବ୍ୟକ୍ତି ହିଁ ଏହା ସମ୍ଭବ କରି ଦେଖାଇପାରିବ। ବେଦାନ୍ତ ଦର୍ଶନର ଜୀବ-ବ୍ରହ୍ମ ଅଭିନ୍ନତା ସବୁ ଜୀବଙ୍କର ଏକତ୍ବ ପ୍ରତିପାଦନ କରେ। ଦାର୍ଶନିକ ସୋପେନ୍‌ହଵାର କହିଥିଲେ ଯେ ଆମେ-ସବୁ ଆମ ଭାଇମାନଙ୍କର ରକ୍ଷକ- We are our brothers’ keepers। ଏହି ସତ୍ୟରେ ଉଦ୍‌ବୁଦ୍ଧ ହେଇ ଗାନ୍ଧୀଜୀ ବିଶ୍ବ ଭ୍ରାତୃତ୍ବର ବାର୍ତ୍ତା ବାଣ୍ଟିଥିଲେ। ଅତ୍ୟାଚାରୀର ଉତ୍ପୀଡ଼ନ ବଦଳରେ ତା’ପ୍ରତି ପ୍ରେମ ଓ ସହିଷ୍ଣୁତା ପ୍ରଦର୍ଶନ କରିବାର ନୈତିକ ଶକ୍ତି ଗାନ୍ଧୀଙ୍କର ଅହି˚ସ ବିରୋଧ ଓ ସତ୍ୟାଗ୍ରହର ସ୍ବତନ୍ତ୍ରତା ଥିଲା।

ପ୍ରତିପକ୍ଷର ଅନ୍ୟାୟ ଅତ୍ୟାଚାରକୁ ନିରବରେ ସହି ବିରୋଧ ପ୍ରଦର୍ଶନ କରିବା ଫଳରେ ଅତ୍ୟାଚାରୀ ହୃଦୟର ସୁପ୍ତ ମାନବିକତାକୁ ଜାଗ୍ରତ କରି ହେବ ଏବ˚ ତା’ମନରେ ସେ କରିଥିବା ଆଚରଣର ଅନୈତିକ ଦିଗ ପ୍ରତି ସଚେତନତା ସୃଷ୍ଟି କରିହେବ। ତାଙ୍କ ଜୀବନରେ ବହୁ ପରିସ୍ଥିତିରେ ଏହିଭଳି କଷ୍ଟ ସହି ଗାନ୍ଧୀଜୀ ଏହି ନୀତିର ବାସ୍ତବ ସଫଳତା ପ୍ରଦର୍ଶନ କରିଛନ୍ତି। ଦକ୍ଷିଣ ଆଫ୍ରିକାରେ ଡର୍ବାନରୁ ଜୋହନ୍‌ସବର୍ଗ ରେଳଯାତ୍ରାରେ ଶ୍ବେତାଙ୍ଗମାନଙ୍କ ଦ୍ବାରା ତାଙ୍କ ପ୍ରତି ଅମାନୁଷିକ ଦୁର୍ବ୍ୟବହାର, ବର୍ଣ୍ଣ ବୈଷମ୍ୟ ବିରୋଧରେ ତାଙ୍କର କ୍ଳେଶସ˚କୁଳ ସ˚ଗ୍ରାମ, ଭାରତରେ ଅନୁସୃତ ଅସ୍ପୃଶ୍ୟତା ଓ ଗୋଷ୍ଠୀ ବିଦ୍ବେଷ ବିରୋଧରେ ବହୁବାର ଅନଶନ, ବ୍ରିଟିସ ସରକାରଙ୍କ ଅନ୍ୟାୟ ଆଇନର ଯନ୍ତ୍ରଣା ଜର୍ଜରିତ ଉଲ୍ଲ˚ଘନ ଏବ˚ କାରାବରଣ- ଏ ସମସ୍ତ ଛାଡ଼ି ଯାଇଛି ଶିକ୍ଷଣୀୟ ସଫଳ କାହାଣୀ: ଅହି˚ସ ସତ୍ୟାଗ୍ରହ ଦ୍ବାରା ଅନ୍ୟାୟର ପ୍ରକୃଷ୍ଟ ପ୍ରତିବାଦ କରାଯାଇପାରେ ଏବ˚ ଫଳପ୍ରଦ ଭାବରେ ନ୍ୟାୟର ପ୍ରତିଷ୍ଠା ସମ୍ଭବ ହେଇପାରେ। ପରିଣାମରେ ପ୍ରତିଷ୍ଠିତ ହୁଏ ପ୍ରକୃତ ଓ ଦୀର୍ଘସ୍ଥାୟୀ ନ୍ୟାୟ। ପ୍ରକୃତ ନ୍ୟାୟ ପ୍ରତିଷ୍ଠାରେ ଜୟ ପରାଜୟର ସ୍ଥାନ ନାହିଁ। ଉଭୟ ପକ୍ଷର ହି˚ସା-ପ୍ରତିହି˚ସା, ଈର୍ଷା-ଅସୂୟାରେ ଆହତ ମନର ସ୍ଥାୟୀ ଉପଶମରେ ପ୍ରତିଷ୍ଠିତ ହୁଏ ଯଥାର୍ଥ ନ୍ୟାୟ। ଏହା ହିଁ ଥିଲା ଗାନ୍ଧୀଙ୍କ ସତ୍ୟାଗ୍ରହ ଓ ଅହି˚ସ ଆନ୍ଦୋଳନର ଲକ୍ଷ୍ୟ ଏବ˚ ପରିଣାମ। ଏ ସ˚ଗ୍ରାମ ହାର ଜିତରେ ସରେ ନାହିଁ; ଉଭୟ ପକ୍ଷର ସଦିଚ୍ଛାପୂର୍ଣ୍ଣ ସ˚ପର୍କ ହିଁ ଏହି ସ˚ଗ୍ରାମର ସୁପରିଣତି। ବିଶ୍ବ ସାରା ବ୍ରିଟିସ ଶାସନର ଅବସାନ ପରେ ବ୍ରିଟେନ ଏବ˚ ଏହା ଅଧୀନରୁ ମୁକ୍ତି ଲାଭ କରିଥିବା ରାଷ୍ଟ୍ରମାନଙ୍କ ମଧୢରେ ଗଢ଼ା ଯାଇଥିବା ରାଜ୍ୟଗୋଷ୍ଠୀ ବା Commonwealth of Nations ଏହି ସଦିଚ୍ଛାର ସଫଳ ଦୃଷ୍ଟାନ୍ତ। କେବଳ ଭାରତ ନୁହଁ, ଅନ୍ୟ ସମସ୍ତ ବିଟ୍ରିସ ଉପନିବେଶ ସ୍ବାଧୀନତା ପ୍ରାପ୍ତି ପରେ ପୂର୍ବତନ ଶାସକ ରାଷ୍ଟ୍ର ଗ୍ରେଟ୍‌ ବ୍ରିଟେନ୍‌ ସହ ବନ୍ଧୁତ୍ବର ବନ୍ଧନରେ ବାନ୍ଧି ହୋଇ ଶିକ୍ଷା ଓ ସ˚ସ୍କୃତି କ୍ଷେତ୍ରରେ ସହଯୋଗ ଓ ସାଫଲ୍ୟର ରୋଚକ ଇତିହାସ ସୃଷ୍ଟି କରିଛନ୍ତି। ଏକଦା ସାମ୍ରାଜ୍ୟବାଦୀ ଶାସକ ସାଜିଥିବା ଏହି ରାଷ୍ଟ୍ର ପୃଥିବୀର ଅନ୍ୟତମ ମର୍ଯ୍ୟାଦାପୂର୍ଣ୍ଣ କମନ୍‌େଵଲ୍‌ଥ୍‌ ଶିକ୍ଷା ବୃତ୍ତି ପ୍ରଦାନ କରି ପ୍ରାକ୍ତନ ଶାସିତ ରାଷ୍ଟ୍ରଙ୍କ ପ୍ରତି ଅଭୂତପୂର୍ବ ସାମାଜିକ କର୍ତ୍ତବ୍ୟ ସ˚ପାଦନ କରି ଚାଲିଛନ୍ତି, ଯାହାଦ୍ବାରା ଏହି ଦେଶଗୁଡ଼ିକ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି ହାସଲ କରୁଛନ୍ତି। ଶହ ଶହ ବର୍ଷ ଧରି ଅନ୍ୟାୟ ଅତ୍ୟାଚାରର ଶିକାର ହେଇଥିବା ଉକ୍ତ ଦେଶମାନଙ୍କ ପ୍ରତି ଏହା ଏକ ସକାରାତ୍ମକ ପଦକ୍ଷେପ (affirmative action) କହିଲେ ଅତ୍ୟୁକ୍ତି ହେବ ନାହିଁ। ସାମାଜିକ ନ୍ୟାୟର ପୁନଃ ପ୍ରତିଷ୍ଠା ଦିଗରେ ଗାନ୍ଧୀଜୀଙ୍କ ପ୍ରଦର୍ଶିତ ମାର୍ଗ ଓ କାର୍ଯ୍ୟପନ୍ଥା ଫଳରେ ଏହା ସ˚ଭବ ହେଇପାରିଛି।

ସାମାଜିକ ନ୍ୟାୟ ଆବଣ୍ଟନ କ୍ଷେତ୍ରରେ ଗାନ୍ଧୀଙ୍କର ମାର୍ଫତଦାରୀ (Trusteeship) ତତ୍ତ୍ବ ଆଉ ଏକ ଉଲ୍ଲେଖଯୋଗ୍ୟ ଅବଦାନ। ଜାତୀୟ ସ˚ପତ୍ତିର ବିଷମ ମାଲିକାନା ଏବ˚ ତତ୍‌ ଜନିତ ଧନୀ ଦରିଦ୍ରଙ୍କ ଆର୍ଥିକ ଅବସ୍ଥାର ଉଦ୍‌ବେଗଜନକ ତାରତମ୍ୟ ଗାନ୍ଧୀଜୀଙ୍କୁ ବିଚଳିତ କରୁଥିଲା। କାରଣ ଏହି ବୈଷମ୍ୟ ସାମାଜିକ ସ୍ତରରେ ଈର୍ଷା ଅସୂୟାର କାରଣ ହେଇ ଦେଶବାସୀଙ୍କର ଐକ୍ୟଭାବକୁ କ୍ଷୁଣ୍ଣ କରୁଥିଲା, ଯାହା ଫଳରେ ସ୍ବାଧୀନତା ଆନ୍ଦୋଳନ ଦୁର୍ବଳ ହେବାର ଆଶଙ୍କା ଉପୁଜୁଥିଲା। ସାମାଜିକ ଓ ଅର୍ଥନୀତିକ ବୈଷମ୍ୟର ଏହି ଅବାଞ୍ଛନୀୟ ବ୍ୟାଧିର ଉପଶମ ପାଇଁ ଗୋଷ୍ଠୀ ସ˚ଘର୍ଷ ଅନିବାର୍ଯ୍ୟ ବୋଲି କାର୍ଲ ମାର୍କ‌୍‌ସ୍‌ ଯୁକ୍ତି କରିଥିଲେ। ମାତ୍ର ଗାନ୍ଧୀଙ୍କ ମତରେ ଲକ୍ଷ୍ୟ ଏବ˚ ଲକ୍ଷ୍ୟ ସାଧନର ମାର୍ଗ ଉଭୟେ ନୀତି ସମର୍ଥିତ ହେବା ବାଞ୍ଛନୀୟ ଏବ˚ ହି˚ସା ଓ ଘୃଣାର ମାର୍ଗରେ ସାଧିତ କୌଣସି ଉଦ୍ଦେଶ୍ୟ ସଫଳ ହେଇପାରେନା। ସୁତରା˚ ନ୍ୟାୟୋଚିତ ମାର୍ଗରେ କିପରି ଏ ବୈଷମ୍ୟ ଦୂର କରାଯାଇପାରିବ, ଏହା ତାଙ୍କ କାର୍ଯ୍ୟପନ୍ଥାର ପ୍ରଧାନ ଆଭିମୁଖ୍ୟ ଥିଲା। ଏ ଦିଗରେ ବିଶିଷ୍ଟ ଅର୍ଥନୀତିଜ୍ଞ ଆଲ୍‌ଫ୍ରେଡ୍‌ ମାର୍ଶାଲ୍‌ଙ୍କ ପ୍ରଦର୍ଶିତ ଆର୍ଥିକ ଶିଷ୍ଟାଚାର (economic chivalry) ଗାନ୍ଧୀଙ୍କ ପାଇଁ ଅଧିକ ପସନ୍ଦଯୋଗ୍ୟ ମାର୍ଗ ଥିଲା। ଏଣୁ ସେ ବିଭବଶାଳୀ ଧନିକ ବର୍ଗଙ୍କୁ ନିଜର ବଳକା ସ˚ପତ୍ତି ସମାଜର ଦରିଦ୍ର ଶ୍ରେଣୀର ଲୋକଙ୍କ ପାଇଁ ସ୍ବେଚ୍ଛାକୃତ ଭାବରେ ଉତ୍ସର୍ଗ କରିବା ପାଇଁ ନିବେଦନ କରିଥିଲେ। ତାଙ୍କ ମତରେ ଧନୀ ଲୋକମାନେ ନିଜ ନିଜର ଆବଶ୍ୟକତା ଠାରୁ ଅଧିକ ସ˚ପତ୍ତିର ତତ୍ତ୍ବାବଧାରକ ମାତ୍ର; ଏହି ବଳକା ବିତ୍ତକୁ ସେମାନେ ଦରିଦ୍ର ଲୋକଙ୍କ ଆବଶ୍ୟକତା ପୂରଣ କରିବାରେ ସୁବିନିଯୋଗ କରିବା ଉଚିତ। (ହରିଜନ, ଅଗଷ୍ଟ ୨୫, ୧୯୪୦)। ମାର୍କ‌୍‌ସ୍‌ଙ୍କ ପରି ସବୁ ସ˚ପତ୍ତି ଚୋରିଧନ ବୋଲି କହି ଶିଳ୍ପପତି/ଉଦ୍ୟୋଗପତିମାନଙ୍କ ଅଧୢବସାୟ ଓ ଉପାର୍ଜନ କ୍ଷମତାର ଅପମାନ କରି ଗାନ୍ଧୀଙ୍କ ଚିନ୍ତାର ବହୁ ଦୂରରେ ଥିଲା। ବର˚ ଏଥିପାଇଁ ସେମାନଙ୍କୁ ଯଥେଷ୍ଟ ସମ୍ମାନ ଦେଇ ସେ ଅନନ୍ୟ ବିଚାରଶୀଳତା ଓ ବ୍ୟାବହାରିକ ବୁଦ୍ଧିର ପରିଚୟ ଦେଇଥିଲେ। ତାଙ୍କ କଳ୍ପିତ ମାର୍ଗରେ ଦାତା-ଗ୍ରହୀତା ଉଭୟଙ୍କର ତୁଷ୍ଟି ସାଧନ ହେବ ଏବ˚ କାହାରି ଅସମ୍ମାନ ହେବ ନାହିଁ। ଜାତୀୟ ସ˚ପତ୍ତିର ନ୍ୟାୟୋଚିତ ଆବଣ୍ଟନ ପାଇଁ ଏହାଠାରୁ ଅଧିକ ଶ୍ରେଷ୍ଠ ପନ୍ଥା କ’ଣ ହେଇପାରେ? ଏହାର ଆନ୍ତରିକ ଉପଯୋଗ ହୋଇପାରିଲେ ଦେଶରୁ ଆର୍ଥିକ ବୈଷମ୍ୟଜନିତ ତିକ୍ତତା ଦୂର ହେବ ବୋଲି ଗାନ୍ଧୀଙ୍କର ଦୃଢ଼ ବିଶ୍ବାସ ଥିଲା ଏବ˚ ତାଙ୍କ ମହନୀୟ ବ୍ୟକ୍ତିତ୍ବର ପ୍ରଭାବରେ ଏହି ନୀତି ବହୁ ଅ˚ଶରେ ସଫଳ ହେଇପାରିଥିଲା। ଘନଶ୍ୟାମ ଦାସ ବିରଳା ଓ ଯମୁନା ଲାଲ ବଜାଜ୍‌ ପ୍ରମୁଖ ବହୁ ବିଶିଷ୍ଟ ବିତ୍ତଶାଳୀ ବ୍ୟକ୍ତି ସମାଜ ସେବାରେ ନିଜ ନିଜର ବଳକା ଧନ ବିନିଯୋଗ କରିଥିଲେ ଏବ˚ ସ୍ବାଧୀନତା ସ˚ଗ୍ରାମରେ ଗାନ୍ଧୀଙ୍କର ପ୍ରମୁଖ ସହଯୋଗୀ ଭାବେ ଆଗେଇ ଆସିଥିଲେ। ଏହିପରି ଭାବରେ ଗାନ୍ଧୀଙ୍କ କଳ୍ପିତ ସର୍ବୋଦୟ ନୀତିର ସଫଳ ପ୍ରୟୋଗ ପ୍ରାକ୍‌ ସ୍ବାଧୀନତା କାଳରେ ହିଁ ସମ୍ଭବ ହେଇଥିଲା।

ଅତଏବ ତାତ୍ତ୍ବିକ ଏବ˚ ବ୍ୟାବହାରିକ ଉଭୟ ଦୃଷ୍ଟିକୋଣରୁ ଗାନ୍ଧୀଙ୍କର ନ୍ୟାୟନୀତି ସୁଚିନ୍ତିତ ଓ ଦୂରଦୃଷ୍ଟି ସମ୍ପନ୍ନ ଥିଲା। ଭାରତୀୟ ପ୍ରାଜ୍ଞ ପରମ୍ପରାର ପୃଷ୍ଠଭୂମିରେ ପ୍ରତିଷ୍ଠିତ ଏହି ନ୍ୟାୟ ତତ୍ତ୍ବ ଜୀବନର ବିଭିନ୍ନ ପରିସ୍ଥିତିରେ ପ୍ରୟୋଗ ଉପଯୋଗୀ ହେବାର ପ୍ରଚୁର ସମ୍ଭାବନା ରହିଛି। ଏହି କାରଣରୁ କେବଳ ଭାରତ ପାଇଁ ନୁହଁ, ସ୍ବାଧୀନତା ଚେତା ବିଶ୍ବର ସବୁଦେଶ ପାଇଁ ଏହା ଅନୁକରଣୀୟ ଆଦର୍ଶ ହେଇ ରହିଛି।

ପ୍ରାକ୍ତନ ଦର୍ଶନ ପ୍ରଫେସର
ଉତ୍କଳ ବିଶ୍ବବିଦ୍ୟାଳୟ
ମୋ: ୯୪୩୭୧୦୧୫୧୧

ସମ୍ବନ୍ଧିତ ଖବର