କର୍ମୁ ଅଧିକ ଯେ ଲୋଡ଼ଇ

ପ୍ରଫେସର ଗଣେଶୀ ଲାଲ

ମା’ ଯଦି ତା’ର କର୍ତ୍ତବ୍ୟ କରିବ, ତେବେ ଶିଶୁ ତା’ର ଅଧିକାର ଆପେ ଆପେ ପାଇଯିବ। ତାକୁ ଆଉ ସ˚ଗ୍ରାମ କରିବାକୁ ପଡ଼ିବ ନାହିଁ। ଏମିତି ଅଗଣନ ସ˚ପର୍କରେ ଗଢ଼ା ମଣିଷର ଜୀବନ। ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ତ ପୁଣି ବ୍ୟକ୍ତି ଓ ରାଷ୍ଟ୍ର ମଧ୍ୟରେ। ଏହି ସ˚ପର୍କ ଓ ସମୀକରଣ ସରଳ ପ୍ରତୀୟମାନ ହେଉଥିଲେ ମଧ୍ୟ କ୍ରିୟା କ୍ଷେତ୍ରରେ ଜଟିଳ ରୂପ ଧାରଣ କରେ। ଏହାର କାରଣ ହେଉଛି କର୍ତ୍ତବ୍ୟ ପାଳନରେ ଅବହେଳା ଓ ଅଧିକାର ପ୍ରତି ଅହେତୁକ ଆସକ୍ତି। ବ୍ୟକ୍ତି ହେଉ କି ସମାଜ କି ରାଷ୍ଟ୍ର; ଯଦି ପ୍ରତ୍ୟେକ ନିଜ ନିଜର କର୍ତ୍ତବ୍ୟ କରିବେ; ତେବେ ଅଧିକାରକୁ ନେଇ ଅସାମଞ୍ଜସ୍ୟ ସୃଷ୍ଟି ହେବ ନାହିଁ।

ଇତିହାସସାରା କର୍ତ୍ତବ୍ୟ ଓ ଅଧିକାରକୁ ନେଇ ଯାବତୀୟ ସ˚ଘର୍ଷ ଓ ଦ୍ବନ୍ଦ୍ବ। ମଣିଷ ଅଧିକାର ସାବ୍ୟସ୍ତ କରିବାକୁ ତତ୍ପର, କିନ୍ତୁ କର୍ତ୍ତବ୍ୟ ପାଳନରେ ସେତେଟା ଆଗ୍ରହୀ ନୁହେଁ। ଏବେ ଅଧିକାର ତାଲିକାରେ ନୂଆ ନୂଆ ଅଧିକାର ଯୋଡ଼ାଯାଉଛି। ଅଧିକାରକୁ ଆହୁରି ସ୍ପଷ୍ଟ ଭାବରେ ରୂପାୟିତ କରାଯାଉଛି। ଅଧିକାର ପାଇଁ ବେଶୀ ବେଶୀ ସ˚ଗ୍ରାମ ଚାଲିଛି। ଏହା ସା˚ପ୍ରତିକ ସମୟ ଓ ସଭ୍ୟତାର ଆବଶ୍ୟକତା। ଏଥିରେ କୌଣସି ଅସ˚ଗତି ନାହିଁ। ମଣିଷର ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ଏବ˚ ବ୍ୟକ୍ତିଗତ ଅଭିବୃଦ୍ଧି ପାଇଁ ଅଧିକାରଗୁଡ଼ିକ ନିର୍ଣ୍ଣିତ ଓ ଚିହ୍ନିତ ହେବା ଦରକାର। କିନ୍ତୁ ସେହି ପରିମାଣରେ ଓ ସେହି ସ୍ପଷ୍ଟତାରେ କର୍ତ୍ତବ୍ୟଗୁଡ଼ିକୁ ଉପସ୍ଥାପନ ନକରାଯିବା ହିଁ ହୁଏ’ତ ବର୍ତ୍ତମାନର ବିଡ଼ମ୍ବନା। ଅତି ସରଳ ଭାବରେ ବ୍ୟାଖ୍ୟାନ କଲେ, ଅଧିକାର ହେଉଛି ମଣିଷର ଆଶା ଓ ଆକା˚କ୍ଷାର ସ˚ଜ୍ଞାୟିତ ରୂପ। ବ୍ୟକ୍ତିଠୁ ଆରମ୍ଭ କରି ଗୋଷ୍ଠୀ ପର୍ଯ୍ୟନ୍ତ, ରାଜ୍ୟଠୁ ଦେଶ ପର୍ଯ୍ୟନ୍ତ; ଏହା ପ୍ରତିଫଳିତ। କେତୋଟି ଅଧିକାର ନିଶ୍ଚିତ ରୂପେ ସାର୍ବଜନୀନ ଓ ସର୍ବକାଳୀନ। ଏହା ଯେ କୌଣସି ମଣିଷ ପାଇଁ ପ୍ରଯୁଜ୍ୟ। ଅଧିକାରର ଅ˚ଗ ବଢ଼ୁ, ଆକାର ବଢ଼ୁ; କିନ୍ତୁ ସେହି ଭାବରେ କର୍ତ୍ତବ୍ୟର କାୟା ମଧ୍ୟ ବଢ଼ୁ। ଜଣଙ୍କର କର୍ତ୍ତବ୍ୟ ହେଉଛି ଆଉ ଜଣଙ୍କର ଅଧିକାର। କର୍ତ୍ତବ୍ୟ ଓ ଅଧିକାର ମଧ୍ୟ ଏହି ଗୁଣରୂପ ଉପରେ ବେଶୀ ଆଲୋକ ପଡ଼ିବା ଦରକାର।

ଧରାଯାଉ, ଜଣେ ମା’ ଶିଶୁଟିକୁ ପୃଥିବୀକୁ ଆଣିଲା। ସେ ତାକୁ ସ୍ନେହ ଦେବ, ଲାଳନପାଳନ କରିବ। ତା’ର ଅଭିବୃଦ୍ଧିରେ ସହାୟକ ହେବ ଏବ˚ ତା’ ପାଇଁ ଏକ ଅନୁକୂଳ ପରିବେଶ ନିର୍ମାଣ କରିବ। ଏହା ହେଉଛି ମା’ର କର୍ତ୍ତବ୍ୟ। ଏହି କର୍ତ୍ତବ୍ୟଟି ଶିଶୁର ଅଧିକାରରେ ରୂପାନ୍ତରିତ ହୋଇଯାଉଛି। ମା’ ଯଦି ତା’ର କର୍ତ୍ତବ୍ୟ କରିବ, ତେବେ ଶିଶୁ ତା’ର ଅଧିକାର ଆପେ ଆପେ ପାଇଯିବ। ତାକୁ ଆଉ ସ˚ଗ୍ରାମ କରିବାକୁ ପଡ଼ିବ ନାହିଁ। ଏମିତି ଅଗଣନ ସ˚ପର୍କରେ ଗଢ଼ା ମଣିଷର ଜୀବନ। ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ତ ପୁଣି ବ୍ୟକ୍ତି ଓ ରାଷ୍ଟ୍ର ମଧ୍ୟରେ। ଏହି ସ˚ପର୍କ ଓ ସମୀକରଣ ସରଳ ପ୍ରତୀୟମାନ ହେଉଥିଲେ ମଧ୍ୟ କ୍ରିୟା କ୍ଷେତ୍ରରେ ଜଟିଳ ରୂପ ଧାରଣ କରେ। ଏହାର କାରଣ ହେଉଛି କର୍ତ୍ତବ୍ୟ ପାଳନରେ ଅବହେଳା ଓ ଅଧିକାର ପ୍ରତି ଅହେତୁକ ଆସକ୍ତି। ବ୍ୟକ୍ତି ହେଉ କି ସମାଜ କି ରାଷ୍ଟ୍ର; ଯଦି ପ୍ରତ୍ୟେକ ନିଜ ନିଜର କର୍ତ୍ତବ୍ୟ କରିବେ; ତେବେ ଅଧିକାରକୁ ନେଇ ଅସାମଞ୍ଜସ୍ୟ ସୃଷ୍ଟି ହେବ ନାହିଁ।

ଆମ ସ˚ବିଧାନରେ ମୂଳରୁ ଅଧିକାର କେବଳ ଥିଲା; ନାଗରିକମାନଙ୍କ ପାଇଁ ମୌଳିକ କର୍ତ୍ତବ୍ୟ ବୋଲି କିଛି ସୂଚିତ ନଥିଲା। ବହୁ ପରେ ୧୯୭୬ରେ ନାଗରିକଙ୍କ କର୍ତ୍ତବ୍ୟ ଯୋଡ଼ା ହେଲା। କିନ୍ତୁ କର୍ତ୍ତବ୍ୟ ଆଗ ଓ ପରେ ଅଧିକାର ; ଏହା ପ୍ରକୃତିର ନିୟମ। ଯେହେତୁ ସ˚ପ୍ରତି ଆମ ଶାସନ ବ୍ୟବସ୍ଥା ସାମାଜିକ ଚୁକ୍ତିନାମା ତତ୍ତ୍ବ ଉପରେ ପର୍ଯ୍ୟବସିତ; ତେଣୁ ଅଧିକାର ଅଗ୍ରାଧିକାର ପାଉଛି। ଦେଣନେଣ ସ˚ପର୍କ ହେଉଛି ମୂଳକଥା। ରାଷ୍ଟ୍ର ବାଦ୍‌, ବ୍ୟକ୍ତିଗତ ଓ ସାମାଜିକ ସ୍ତରରେ ମଧ୍ୟ କର୍ତ୍ତବ୍ୟ ଓ ଅଧିକାର ସ˚ପର୍କରେ ସମସ୍ତେ ସଚେତନ ହେବା ଦରକାର। ବେଶୀ କର୍ତ୍ତବ୍ୟକୁ ନେଇ।

ଆମ ପର˚ପରାରେ କର୍ତ୍ତବ୍ୟ ସବୁବେଳେ ଗୁରୁତ୍ବ ପାଇ ଆସିଛି। ଆମ ଶାସ୍ତ୍ର କର୍ତ୍ତବ୍ୟ କରିବାକୁ ଯେତିକି ନିର୍ଦ୍ଦେଶ/ପରାମର୍ଶ ଦେଇଛି, ଅଧିକାର ପାଇଁ ସେତିକି କହିନାହିଁ। କାରଣ କର୍ତ୍ତବ୍ୟ ଭିତରେ ଅଧିକାର ହିଁ ଲୁକ୍‌କାୟିତ ରହିଛି। ଆମେ ଯେତେସବୁ ସାମାଜିକ ସ˚ପର୍କରେ ପ୍ରବେଶ କରୁ, ସ˚ପର୍କର ଶିରୋନାମା ଥାଏ କର୍ତ୍ତବ୍ୟ। ବିବାହ ସମୟରେ ବର କନ୍ୟାକୁ ଅଧିକାର ନୁହେଁ; କର୍ତ୍ତବ୍ୟ ସ˚ପର୍କରେ ଜଣାଇଦିଆଯାଏ। ଯଦି ବର ଓ କନ୍ୟା ଉଭୟ ନିଜ ନିଜର କର୍ତ୍ତବ୍ୟ ପାଳନ କରିବେ; ତେବେ ଦା˚ପତ୍ୟ ଜୀବନରେ ଅଧିକାର ଆପେ ଆପେ ଆସିଯିବ। କୌଣସି ବିସ˚ଗତି ଦିଶିବ ନାହିଁ।

ପ୍ରକୃତି ପ୍ରତ୍ୟେକ ପ୍ରାଣୀଙ୍କ ପାଇଁ କର୍ତ୍ତବ୍ୟ ନିର୍ଣ୍ଣୟ କରିଛି। ସୃଷ୍ଟିଚକ୍ରକୁ ଆଗେଇ ନେବାକୁ କର୍ତ୍ତବ୍ୟ କରିବାକୁ ପଠାଉଛି। ଏମିତି ଦେଖିଲେ, ପ୍ରତ୍ୟେକ ବ୍ୟକ୍ତି, ପ୍ରତ୍ୟେକ ଗୋଷ୍ଠୀ, ପ୍ରତ୍ୟେକ ରାଜ୍ୟ, ପ୍ରତ୍ୟେକ ଦେଶଠୁ ସ୍ରଷ୍ଟା କିଛି ନା କିଛି ନିର୍ଦ୍ଦିଷ୍ଟ କର୍ତ୍ତବ୍ୟ ଆଶା ରଖିଛି। କିନ୍ତୁ ଏହି ଆଶାକୁ ପ୍ରକୃତି ତା’ର ଅଧିକାର ବୋଲି ଭାବିନାହିଁ। କର୍ତ୍ତବ୍ୟ ହିଁ ମୂଳକଥା ଓ ଶେଷ କଥା। ଧାର୍ଯ୍ୟ କର୍ତ୍ତବ୍ୟ ପାଳନ ନକରିବା ହିଁ ପ୍ରକୃତି ବିରୋଧୀ।

ଭଗବାନ ଶ୍ରୀକୃଷ୍ଣ ଗୀତାରେ କହୁଛନ୍ତି: ‘ନ ମେ ପାର୍ଥାସ୍ତି କର୍ତ୍ତବ୍ୟ˚ ତ୍ରିଷୁ ଲୋକେଷୁ କି˚ଚନ। ନାନବାପ୍ତମବାପ୍ତବ୍ୟ˚ ବର୍ତ୍ତ ଏବ ଚ କର୍ମଣି। (୩/୨୨)। ହେ ପାର୍ଥ! ତୁମେ ତ ଦେଖୁଥିବ, ମୁଁ ନିରଳସଭାବେ ତ୍ରିଲୋକରେ କର୍ମ କରିଚାଲିଛି। ଏ ତିନି ଲୋକରେ ମୋ ପାଇଁ କୌଣସି କର୍ତ୍ତବ୍ୟ ନାହିଁ, କୌଣସି ପ୍ରାପ୍ତିଯୋଗ୍ୟ ବସ୍ତୁ ମୋତେ ଅପ୍ରାପ୍ତ ନୁହେଁ, ତଥାପି ତ ମୁଁ କର୍ମ କରୁଛି। କାରଣ ମୁଁ କର୍ମ କଲେ ପ୍ରାଣୀ ତାହା ଅନୁସରଣ କରି କର୍ମ କରିବେ।’ କରିବାରେ କିଛି ନାହିଁ, ପ୍ରାପ୍ତିର ଆଶା ନାହିଁ ତଥାପି କର୍ତ୍ତବ୍ୟ କରୁଛନ୍ତି ଭଗବାନ। କିନ୍ତୁ ଆମ ସମାଜରେ,ଏବେ ଏକ ଅବିଗୁଣ ବେଶୀ ଦେଖିବାକୁ ମିଳୁଛି। କର୍ତ୍ତବ୍ୟ ପାଳନ ନ କରି ସବୁ ପାଇଯିବାର ଲୋଭ ମଣିଷକୁ ଗ୍ରାସ କରିଛି। ଏବ˚ ଏହା ମଧ୍ୟ ବେଳେ ବେଳେ ମଣିଷର ସଫଳତା ଓ ପାରିବାରପଣିଆର ପରିଚାୟକ ହୋଇଛି। ନିଜ କର୍ତ୍ତବ୍ୟରେ ଅବହେଳା ଯେ କାହାର କାହାର ଅଧିକାରକୁ ହନନ କରୁଛି, ତାହା ସେ ଜାଣୁନାହିଁ। ଜାଣିଲେ ମଧ୍ୟ ସ୍ବୀକାର କରୁନାହିଁ। ଏଥିରୁ ଏକ ଅଦ୍‌ଭୂତ ଆତ୍ମପ୍ରୀତି ଲାଭ କରିବା ମଧ୍ୟ ଦେଖାଯାଉଛି। ଏବ˚ ନିଜ ଅଧିକାରରେ ଆ˚ଚ ଆସିଲେ ନିଆଁ ହେଇଯାଉଛି।

ସ˚ସାରରେ ପ୍ରତ୍ୟେକ ଜୀବ ଅଜୀବ ସ୍ବ ସ୍ବ କର୍ତ୍ତବ୍ୟରେ ଲିପ୍ତ ଅଛନ୍ତି। ବିଡ଼ମ୍ବନା ଯେ ମଣିଷ କେବଳ ସେଥିରେ ବିକୃତି ଆଣିବାକୁ ପ୍ରୟାସ କରିଚାଲିଛି। ନଈ ବହୁୁଛି, ପାହାଡ଼ ଠିଆ ହେଇଛି, ଗଛ ତା’ର କାମ କରୁଛି। କେହି ଭଗବାନଙ୍କଠୁ ଦୂରେଇ ଯିବାକୁ ଅପଚେଷ୍ଟା କରିନାହାନ୍ତି। କର୍ତ୍ତବ୍ୟ ହିଁ ଭଗବାନ- ଏହା ସମସ୍ତେ ଅକ୍ଷରେ ଅକ୍ଷରେ ପାଳନ କରୁଥିବା ବେଳେ ମଣିଷ କାହିଁକି ଆଗପଛ ହେଉଛି? ଏହା ହିଁ ପୃଥିବୀର ଦୁଃଖ। ମଣିଷକୁ ଠିକ ବାଟକୁ ଆଣିବାକୁ କେତେ ଯେ ଅବତାର ମହାପୁରୁଷଙ୍କୁ ପୃଥିବୀକୁ ଆସିବାକୁ ପଡ଼ିଛି, ହେଲେ ବେଶୀ କିଛି ପରିବର୍ତ୍ତନ ଦିଶୁନି। ଅବଶ୍ୟ କ୍ରମାଗତ ସ˚ଶୋଧନ ପ୍ରକ୍ରିୟା ଚାଲିଛି।

ଗୀତାରେ ଭଗବାନ କହୁଛନ୍ତି: ସ୍ବେ ସ୍ବେ କର୍ମଣ୍ୟଭିରତଃ ସ˚ସିଦ୍ଧି˚ ଲଭତେ ନର˚- ନିଜର ନିଜର ସ୍ବାଭାବିକ କର୍ମରେ ତତ୍ପରତାର ସହ ଲାଗିରହିଥିବା ମନୁଷ୍ୟ ଭଗବତ୍‌ପ୍ରାପ୍ତିରୂପକ ପରମ ସିଦ୍ଧି ପାଇଯାଏ। ନିଜର ସ୍ବାଭାବିକ କର୍ମ ସ˚ପାଦନ ହିଁ ଈଶ୍ବର ଉପାସନା। ତେବେ କୋଉଟା କରଣୀୟ ଓ କୋଉଟା ବର୍ଜନୀୟ; ତାକୁ ନେଇ ମଧ୍ୟ ଅନେକ ସମୟରେ ସ˚ନ୍ଦେହ ଉତ୍ପନ୍ନ ହୁଏ। କି˚ କର୍ମ କିମକର୍ମେତି କବୟୋପ୍ୟତ୍ର ମୋହିତାଃ- କର୍ମ କ’ଣ ଏବ˚ ଅର୍କମ କ’ଣ, ତାହା ନିର୍ଣ୍ଣୟ କରିବା ପାଇଁ ବେଳେ ବେଳେ ବିବେକବନ୍ତ ପୁରୁଷମାନେ ମଧ୍ୟ ଭ୍ରମରେ ପଡ଼ିଯାଆନ୍ତି। ଏଣୁ ନିଜ କର୍ତ୍ତବ୍ୟର ସ୍ବରୂପ ଆକଳନ କରିବାରେ ଯଥେଷ୍ଟ ସତକର୍ତା ଆବଶ୍ୟକ।

ଯେହେତୁ କର୍ତ୍ତବ୍ୟ କ୍ଷେତ୍ରରେ ବିଭ୍ରାନ୍ତି ଓ ସ˚କୋଚନ ତଥା ଶୂନ୍ୟତା ସୃଷ୍ଟି ହେଲା; ସେଇଠୁ ଆସିଲା ଅଧିକାର ପ୍ରସ˚ଗ। ଅଧିକାର ମାଧ୍ୟମରେ କର୍ତ୍ତବ୍ୟ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ଦେଖାଗଲା। ଏହା ହିଁ ବାସ୍ତବତା। ଏଣୁ ଅନେକ ଅନେକ ଅଧିକାର ଆଗକୁ ଆସିବ ଏବ˚ ଅଧିକାର ପ୍ରଚୋଦିତ କର୍ତ୍ତବ୍ୟ କ୍ଷେତ୍ର ସୃଷ୍ଟି ହେବ। ଏହା ହୁଏତ କୃତ୍ରିମ ମନେ ହୋଇପାରେ। କିନ୍ତୁ ଏହା ବାଦ ଅନ୍ୟ କିଛି ବାଟ ଦିଶୁନାହିଁ।

ଆମ ଗଣତନ୍ତ୍ରର ସର୍ବମାନ୍ୟ ଧର୍ମଗ୍ରନ୍ଥ ‘ସ˚ବିଧାନ’ରେ ନାଗରିକଙ୍କ ଅଧିକାର ଓ କର୍ତ୍ତବ୍ୟକୁ ରେଖାଙ୍କିିିିତ କରାଯାଇଛି। ନୈତିକତା ହିଁ ଏହାର ମୂଳଭିତ୍ତି; ଯାହା ଆମର ଐତିହ୍ୟ, ପର˚ପରା ଓ ସ˚ସ୍କୃତିରୁ ଆହରିତ। ଅଧିକାରକୁ ସାବ୍ୟସ୍ତ କରିବାକୁ ଯେତିକି ଆନ୍ତରିକତା, ସେତିକି ଆନ୍ତରିକତା ମଧ୍ୟ କର୍ତ୍ତବ୍ୟ ପାଳନ ଉପରେ ଦେବା ଦରକାର। ଲର୍ଡ ନେଲସନ କହିଥିଲେ, ‘ଇ˚ଲାଡ ଚାହେଁ ଯେ ପ୍ରତ୍ୟେକ ନିଜ ନିଜର କର୍ତ୍ତବ୍ୟ ପାଳନ କରନ୍ତୁ। ବ୍ୟକ୍ତି, ସରକାର, ସ˚ସ୍ଥା, ବ୍ୟବସ୍ଥାସବୁ ଯଦି ନିଜ ନିଜ କର୍ତ୍ତବ୍ୟ ପାଳନ କରିବେ, ତେବେ ଅଧିକାରର ପ୍ରାପ୍ତିଟି ସୁଗମ ହୋଇପାରିବ। ସମସ୍ତଙ୍କ ପାଇଁ। ଇ˚ରେଜୀରେ କୁହାଯାଏ- ଫାଷ୍ଟ ଡିଜର୍ଭ, ଦେନ୍‌ ଡିଜାୟାର। ଏହାକୁ କେତେ କେତେ ବାଗରେ ଆମର ଶାସ୍ତ୍ର, ପୁରାଣ, ବିଧି, ବିଧାନ, ସ˚ବିଧାନ ବଖାଣିଛନ୍ତି। ଆଶା କରିବା ଯେତିକି ଗୁରୁତ୍ବପୂର୍ଣ୍ଣ, ତା’ଠୁ ବେଶୀ ଗୁରୁତ୍ବପୂର୍ଣ୍ଣ ହେଉଛି ଆଶାର ପରିପୂରଣ ପାଇଁ ନିଜକୁ ପ୍ରସ୍ତୁତ କରିବା; ନିଜକୁ ଯୋଗ୍ୟ କରିବା। ଏହି ପରିପ୍ରେକ୍ଷୀରେ ଶେଷରେ ଓଡ଼ିଆ ଲୋକମୁଖରୁ ପଦଟିଏ- ‘କର୍ମୁ ଅଧିକ ଯେ ଲୋଡ଼ଇ, ଚୋର ସମାନ ଦଣ୍ତ ପାଇ’। କର୍ତ୍ତବ୍ୟ ଓ ଅଧିକାର ସ˚ପର୍କରେ ଆଉ କିଛି ଅଧିକ ତର୍ଜମା କରିବା ବୋଧେ ଲୋଡ଼ା ନାହିଁ।

ରାଜ୍ୟପାଳ, ଓଡ଼ିଶା
([email protected])

ସମ୍ବନ୍ଧିତ ଖବର