ଏକବି˚ଶ ଶତାବ୍ଦୀର ଆରମ୍ଭ ସହିତ ‘ଗଣତନ୍ତ୍ର’କୁ ନେଇ ଏକ ବଡ଼ ସନ୍ଦିଗ୍ଧ ଦୃଷ୍ଟି ମୋତେ ଚିନ୍ତାକୁଳ କରିଦେଲା। ଗଣତନ୍ତ୍ରରେ ବିଶ୍ବାସୀ ଓ ଜଣେ ପ୍ରବଳ ଆଶାବାଦୀ ବ୍ୟକ୍ତି ଭାବରେ ସତେ ଯେମିତି ମୁଁ ଗଣତନ୍ତ୍ର ବିରୋଧରେ କୌଣସି ତର୍କର ସମ୍ମୁଖୀନ ହେବାକୁ ଚାହୁଁନଥିଲି। କେବଳ ମୁଁ ନୁହେଁ, ଏ ବିଶ୍ବରେ ମୋ ଭଳି ଅସ˚ଖ୍ୟ ବ୍ୟକ୍ତି ଅଛନ୍ତି ଯେଉଁମାନଙ୍କ ପାଇଁ ଗଣତନ୍ତ୍ର ହିଁ ଶ୍ରେଷ୍ଠ ରାଜନୈତିକ ମଡେଲ୍, ଯାହାର ବିକଳ୍ପ ନାହିଁ। ଆମେ ସମସ୍ତେ ଏ ବିଷୟରେ ସହମତ ଯେ ଆମର ଗଣତନ୍ତ୍ରମାନଙ୍କରେ ଯାହା କିଛି ଦୁର୍ବଳତା ରହିଚି, ସେସବୁ ଲୋକ ସଚେତନତା ବଢ଼ିବା ସହିତ ଦୂର ହୋଇଯିବ, ଯେତେ ଯାହା ହେଲେବି ଆମକୁ ଗଣତନ୍ତ୍ରର ଚଳନ୍ତି ରାଜନୈତିକ ମଡେଲ୍ଟିକୁ ବଞ୍ଚେଇ ରଖିବାକୁ ପଡ଼ିବ। ଵାରଵିକ୍ ବିଶ୍ବବିଦ୍ୟାଳୟର ପ୍ରଫେସର କଲିନ୍ କ୍ରାଉଚ୍ ୨୦୦୦ରେ ପୋଷ୍ଟ-ଡିମୋକ୍ରାସି (ଉତ୍ତର-ଗଣତନ୍ତ୍ର) ଭଳି ଗୋଟିଏ ଆପାତତଃ ଅସୁଖକର ବିଚାର ନେଇ ଆସିଲେ। ୨୦୦୩ରେ ନ୍ୟୁୟର୍କର ପ୍ରସିଦ୍ଧ ବହି ଦୋକାନ ‘ବାର୍ନ୍ସ୍ ଆଣ୍ତ ନୋବ୍ଲ’ରେ ଏ ବହିର ଉଚ୍ଛ୍ବସିତ ପ୍ରଶସ୍ତି ସମ୍ବଳିତ ବିଜ୍ଞାପନ ଦେଖି ମୁଁ ଏହିଟି କିଣିଥିଲି, କିନ୍ତୁ ମୁଁ ବୁଝିପାରିନଥିଲି ଗଣତନ୍ତ୍ରର ପରିଚାଳନାଗତ ବ୍ୟବସ୍ଥାରେ ଏଭଳି କି ଦୁଃଶ୍ଚକ୍ର ରହିଚି ଯେ ୟାର ଆନ୍ତରିକ ସ˚ରଚନା ଭ୍ରଷ୍ଟ ହୋଇ ଚାଲିଚି। କ୍ରାଉଚ୍ ମୁଖ୍ୟତଃ ଆମେରିକା ଓ ଇ˚ଲଣ୍ତର ଗଣତନ୍ତ୍ରର କ୍ରମବିକାଶ ଆଲୋଚନା କରି ଗଣତନ୍ତ୍ର ଏକ ଅଗଣତାନ୍ତ୍ରିକ ପରିଚାଳନା ବ୍ୟବସ୍ଥା ଆଦରି ନେଇଚି ବୋଲି ଖେଦ ବ୍ୟକ୍ତ କରିଥିଲେ। ତାଙ୍କର ନିଷ୍କର୍ଷ ସହିତ ମୁଁ ସହମତ ହୋଇପାରିନଥିଲି, କିନ୍ତୁ ଚିନ୍ତାର ବିଷୟ ଥିଲା ଗଣତନ୍ତ୍ରର ଭବିଷ୍ୟତ। ସେତେବେଳକୁ ଗଣତନ୍ତ୍ର ସହିତ ଦୁଇଶହ ବର୍ଷ ବଞ୍ଚି ସାରିଥିବା ଆମେରିକାନ୍ ସମାଜ ଯଦି ସନ୍ଦିଗ୍ଧ, ତେବେ ଆମର କ’ଣ ହେବ? ଏ ଭିତରେ ସତର ବର୍ଷ ଅତିକ୍ରାନ୍ତ ହୋଇଗଲାଣି ଓ ମୋ ଦେଶର ଗଣତନ୍ତ୍ରର ପରିଚାଳନା-ବ୍ୟବସ୍ଥାକୁ ଅନୁଧୢାନ କରି ମୁଁ ଏ ନିଷ୍କର୍ଷରେ ପହଞ୍ଚିଲିଣି ଯେ ଭାରତୀୟ ଗଣତନ୍ତ୍ର, ଆମେରିକାନ୍ ବା ବ୍ରିଟିସ୍ ଗଣତନ୍ତ୍ରଠାରୁ ଅଲଗା, ଏମିତି କି ଆମର ଆନୁଷ୍ଠାନିକ ବିଚାର ଓ ସ˚ଘୀୟତାର ସ୍ବତନ୍ତ୍ରତା ଆମକୁ ବିଶ୍ବର ଗଣତାନ୍ତ୍ରିକ ରାଷ୍ଟ୍ରମାନଙ୍କ ମଧୢରେ ଏକ ନେତୃସ୍ଥାନୀୟ ଗଣତନ୍ତ୍ରରେ ପରିଣତ କରିଚି। କ୍ରାଉଚ ତ କହୁଚନ୍ତି ଯେ ଆମେରିକାନ୍ ଗଣତନ୍ତ୍ରରେ ଆଉ କିଛି ହେବାର ନାହିଁ, ଆନ୍ତରିକ ସ˚ରଚନାର ଦୁର୍ବଳତା ଯାହା ଥିଲା ତାହା ରହିବା ସହିତ, ପ୍ରୟୋଗରେ ଏକ ପ୍ରକାରର କ୍ଳାନ୍ତି ଆସିଗଲାଣି ଗଣତନ୍ତ୍ରରେ। କ୍ଳାନ୍ତ ଗଣତନ୍ତ୍ର? ମାତ୍ର ଦୁଇଶହ ବର୍ଷରେ କ୍ଳାନ୍ତ? ତା’ହେଲେ ବିଶ୍ବର ଭବିଷ୍ୟତକୁ କି ପ୍ରକାରର ରାଜନୀତି ନିୟନ୍ତ୍ରିତ କରିବ? ଏ ଚିନ୍ତା ଥିଲା, ରହିଲା, କିନ୍ତୁ ସମାଧାନ ମିଳିନଥିଲା।
ଗତ ସପ୍ତାହରେ (ବୋଧହୁଏ ଗତ ଗୁରୁବାର) ଦିନ ରାଷ୍ଟ୍ରପତିଙ୍କ ଅଭିଭାଷଣର ଉତ୍ତର ଦେଲେ କେନ୍ଦ୍ର ପେଟ୍ରୋଲିଅମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସ˚ସଦର ସତ୍ର ଚାଲିଥିବା ବେଳେ ମୁଁ ନିୟମିତ ଭାବରେ ଲୋକସଭା ଓ ରାଜ୍ୟସଭା ଚାନେଲ୍ ଦେଖେ। ମୋର ଆଗ୍ରହ ବିଚକ୍ଷଣ ସା˚ସଦମାନଙ୍କର ବକ୍ତବ୍ୟ ଓ ତା’ ମାଧୢମରେ ଗଣତନ୍ତ୍ରରେ ଦଳୀୟ ରାଜନୀତିକୁ ବୁଝିବାରେ। ମୁଁ ଏବେ ବି ସେ ବ୍ୟଥାତୁର ଅତୀତକୁ ଭୁଲିନାହିଁ ଯେତେବେଳେ ଜଣେ ଯୁବ ଡେପୁଟି ସେକ୍ରେଟାରି ଭାବରେ, ଅଫିସର୍ସ ଗ୍ୟାଲେରିରେ ବସି ମୁଁ ଓଡ଼ିଶାର ସା˚ସଦମାନଙ୍କୁ ଶୁଣିବା ପାଇଁ ଉତ୍କର୍ଣ୍ଣ ହୋଇ ବସିଥାଏ। ମୋ ମନରେ ଗୋଟେ ଅଭିଳାଷ ଥାଏ, ଦିନେ କେବେ ମୁଁ ଜଣେ ଓଡ଼ିଆ ସା˚ସଦଙ୍କୁ ଶୁଣିବି ଯିଏ ସ˚ସଦକୁ ତାଙ୍କର ବିଚକ୍ଷଣ ବକ୍ତୃତା ବା ହସ୍ତକ୍ଷେପ ଦ୍ବାରା ପ୍ରଭାବିତ କରିଦେବେ, ତାଙ୍କ ଭିତରେ ଜଣେ ରାଷ୍ଟ୍ରୀୟ ନେତାର ସାହସ ଓ ବୁଝାମଣା ଥିବ। ୨୦୦୫ରୁ ଏଇ ପନ୍ଦର ବର୍ଷ ଭିତରେ ସ୍ଥିତି ବଦଳିଚି, ଆମର ଅନେକ ଯୁବ ସା˚ସଦ ପ୍ରଭାବଶାଳୀ ଭାଷଣ ଦେଇଚନ୍ତି, ଉଚିତ ହସ୍ତକ୍ଷେପ ବି କରିଚନ୍ତି। ଗତ ଗୁରୁବାର କିନ୍ତୁ ଥିଲା ଏକ ବିଶେଷ ଦିନ। ଧର୍ମେନ୍ଦ୍ରଜୀଙ୍କ ଭାଷଣରେ ରାଜନୈତିକ ପରିପକ୍ବତା, ସ୍ପଷ୍ଟବାଦିତା ଓ ବୃହତ୍ତର ଦୃଷ୍ଟିକୋଣ ଥିଲା। କୃଷି ନୀତିରେ ସ୍ବାମୀନାଥନ୍ ଫର୍ମୁଲାକୁ ନେଇ ବିଜୁ ଜନତା ଦଳ ପକ୍ଷରୁ ଦଳୀୟ ସା˚ସଦ କିଛି ତଥ୍ୟଗତ ପ୍ରମାଦ ଦର୍ଶାଇଥିଲେ। ତା’ର ଉତ୍ତର ଦଳୀୟ ନେତାମାନେ ପରସ୍ପରକୁ ଦେବେ, କିନ୍ତୁ ଧର୍ମେନ୍ଦ୍ରଜୀଙ୍କ ଭାଷଣରେ ଏଭଳି କିଛି ଥିଲା, ଯାହା ସହସା ମୋତେ ଏ ଅନୁଭବ ଦେଲା ଯେ ଭାରତୀୟ ଗଣତନ୍ତ୍ର ତିଷ୍ଠି ରହିବ ନାହିଁ କେବଳ; ଏ ଗଣତନ୍ତ୍ରର ସ୍ବରୂପ ଏଭଳି ବିକଶିତ ହେବ ଯେ ଏହା ବିଶ୍ବର ଗଣତନ୍ତ୍ରଙ୍କ ପାଇଁ ଏକ ନୂଆ ଉଦାହରଣ ହୋଇ ଠିଆ ହେବ। ମୁଁ ତାଙ୍କ ସୁଚିନ୍ତିତ ଓ ସୁଗଠିତ ଭାଷଣର ଆଲୋଚନା କରୁଚି ଏଇଥିପାଇଁ ଯେ ରାଜନୈତିକ ବିମର୍ଶ ତାକୁ ଯେଭଳି ଦେଖୁଚି ଦେଖୁ, କିନ୍ତୁ ସେ ହୃଦୟ ଜିଣିନେଲେ ଗୋଟିଏ ବକ୍ତବ୍ୟରେ। ଭାଷଣର ଉପସ˚ହାର କରୁ କରୁ ସେ ସ୍ମରଣ କଲେ ସନ୍ଥ କବି ଭୀମଭୋଇଙ୍କର ଓ କହିଲେ ‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ’ ବର୍ତ୍ତମାନର କେନ୍ଦ୍ର ସରକାରଙ୍କ ନୀତି-ନିୟନ୍ତା! ସନ୍ଥକବି ଭୀମଭୋଇଙ୍କର ଏହି ପଦଟି ଅସ˚ଖ୍ୟ ବାର ଉଚ୍ଚାରିତ ହୋଇଚି, ଓ ହୋଇ ଚାଲିଥିବ, କିନ୍ତୁ ସ˚ସଦରେ ସରକାରଙ୍କ ଦଳୀୟ ଓ ପ୍ରଶାସକୀୟ ଭାବମୂର୍ତ୍ତିକୁ ଏ ପଦରେ ସମାହିତ କରି ଧର୍ମେନ୍ଦ୍ରଜୀ ଓଡ଼ିଶାର ମହାନ୍ ସନ୍ଥଙ୍କୁ ନେଇ ଗଣତନ୍ତ୍ରର ଅଗ୍ରଲେଖ, ତର୍କ ଓ ତଥ୍ୟ କରି ଥୋଇ ଦେଲେ, ତାହା ହିଁ ଥିଲା ଗର୍ବର ବିଷୟ। ଜଣେ ଓଡ଼ିଆ ଭାବରେ ମୁଁ ଅନୁଭବ କଲି ଯେ ଜଣେ ଓଡ଼ିଆ ସନ୍ଥର ବାଣୀକୁ ଏକ ରାଜନୈତିକ ବିଚାରଧାରାରେ ପରିଣତ କରି ଧର୍ମେନ୍ଦ୍ରଜୀ ଗଣତନ୍ତ୍ରର ଭବିଷ୍ୟତ-ଚିନ୍ତନ ପାଇଁ ଗୋଟିଏ ନୂଆ ରାସ୍ତା ଖୋଲିଦେଲେ।
ମୁଁ କ୍ରାଉଚ୍ଙ୍କ ବହିଟି ପୁଣିଥରେ ପଢ଼ିଲି। କ୍ଳାନ୍ତ ଗଣତନ୍ତ୍ରର ଅନୁମାନରେ ପହଞ୍ଚିବା ପାଇଁ କ୍ରାଉଚ କେତେଗୁଡ଼ିଏ କାରଣର ଉଲ୍ଲେଖ କରିଚନ୍ତି। ସେ କାରଣଗୁଡ଼ିକ ଏହିପରି: (୧) ସାଧାରଣ ନାଗରିକମାନେ କୌଣସି ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳକୁ ସମର୍ଥନ କରିବା ପାଇଁ ଆଧାର ଖୋଜି ପାଉନାହାନ୍ତି, କାରଣ ଏକେ ତ ସବୁ ଦଳ ସମାନ କଥା କହୁଚନ୍ତି, ଦ୍ବିତୀୟରେ ଶ୍ରମିକ, କୃଷକ ଓ ଉଦ୍ୟୋଗୀମାନେ ଗୋଷ୍ଠୀ ବିଚାର କରି ଦଳୀୟ ଏଜେଣ୍ତାରେ ହସ୍ତକ୍ଷେପ କରିବାର ସାମର୍ଥ୍ୟ ହାସଲ କରିପାରିନାହାନ୍ତି। ଏଠି ନାଗରିକତା ସ˚ଶୋଧନ ଆଇନକୁ ଓ ନୂଆ କୃଷିନୀତିକୁ ନେଇ ଅବରୋଧର ରାଜନୀତିକୁ ସ୍ମରଣ କରାଯାଇପାରେ। ଏଥିରେ ସନ୍ଦେହ ନାହିଁ ଯେ ଏ ଦୁଇଟିଯାକ କ୍ଷେତ୍ରରେ ଆନ୍ଦୋଳନକାରୀମାନେ ତଥ୍ୟ-ବିଚାରକୁ ପଛ କରିଦେଇ କେବଳ ସରକାରଙ୍କୁ ଅପଦସ୍ଥ କରିବାର ଜିଦ୍କୁ ନେଇ ମୁଖର। ୟାଙ୍କ ସହିତ ଭାରତର ତଥାକଥିତ କ୍ଷତିଗ୍ରସ୍ତ ଗୋଷ୍ଠୀ ନାହାନ୍ତି, କାରଣ ଏକେ ତ ଗୋଷ୍ଠୀ ନାହିଁ, ଦ୍ବିତୀୟରେ ରାସ୍ତା ଅବରୋଧର ବା ନିୟମ ଭାଙ୍ଗି ରାଷ୍ଟ୍ରଧ୍ବଜ ସ୍ଥାନରେ ଆନ୍ଦୋଳନକାରୀଙ୍କ ନିଜ ପତାକା ଉଡ଼େଇବାର ମାନସିକତା ବିପଜ୍ଜନକ ଭାବରେ ଗଣତନ୍ତ୍ରରେ ଅସିଦ୍ଧ ଏକ ଦ୍ରୋହୀ ମାନସିକତା, ଯାହା ଭାରତୀୟମାନେ ଗ୍ରହଣ କରନ୍ତି ନାହିଁ। (୨) ବିଶ୍ବୀକରଣର ଅର୍ଥନୀତି ମୁକ୍ତବଣିଜ ଓ ରାଷ୍ଟ୍ରହୀନ ସମତଳ ଆଳରେ ବିଶ୍ବର ଗଣତାନ୍ତ୍ରିକ ରାଷ୍ଟ୍ରମାନଙ୍କର ଅର୍ଥନୀତିକୁ ଏଭଳି ନିୟନ୍ତ୍ରଣ କରି ରଖିଚି ଯେ ଏ ରାଷ୍ଟ୍ରମାନଙ୍କର ଗଣତାନ୍ତ୍ରିକ ଅନୁଷ୍ଠାନମାନେ ଆନ୍ତର୍ଜାତିକ ଶକ୍ତିମାନଙ୍କର କୂଟକୁ ନା ବୁଝିପାରୁଚନ୍ତି ନା ତାକୁ ପ୍ରତିହତ କରିପାରୁଚନ୍ତି। ପ୍ରତିହତ କରିବାର ସାମର୍ଥ୍ୟ ଅର୍ଜନ କରିବା ମଧୢ ସମ୍ଭବ ନୁହେଁ। (୩) ଗଣତନ୍ତ୍ର ଗୁଡ଼ିକରେ ଲୋକ-ବିମର୍ଶ ସମ୍ଭବ ହେଉନାହିଁ; କାରଣ ସବୁ ରାଜନୈତିକ ଦଳ ସମାନ ଦିଶୁଚନ୍ତି ଓ ଲୋକେ ଭାବୁଚନ୍ତି ଯେ ସବୁ ନେତା ସମାନ ଭାବରେ ଦୋଷୀ ବା ଦୁର୍ବଳ ବା ଅସାଧୁ, ଫଳରେ ଜଣେ ଭଲ ଉପାଦାନରେ ଗଢ଼ା ନେତା ମଧୢ ସହଜରେ ଆଖିରେ ପଡୁନାହିଁ। ୟାର ପରିଣତି ଏଇଆ ଯେ ରାଜନୈତିକ କ୍ୟା˚ପେନ୍ (ଭୋଟ ଅଭିଯାନ) ପୋଷ୍ଟର କମ୍ପିଟିସନ୍ରେ ପରିଣତ ହେଇଚି। ୟାର ପରିଣତି ଏହି ଯେ ସ୍ପର୍ଶକାତର ବା ବିଚାରଧାରା ପ୍ରଧାନ ସମସ୍ୟାଗୁଡ଼ିକୁ ପରିତ୍ୟାଗ କରି ନେତାଏ ପରସ୍ପରର ଚରିତ୍ର-ସ˚ହାର ଓ ସ˚କୀର୍ଣ୍ଣ ଜାତି ବା ଗୋଷ୍ଠୀ ସମର୍ଥନ ପାଇଁ ପ୍ରଚାର କରୁଚନ୍ତି। (୪) ଉଦାରବାଦୀ-ପୁଞ୍ଜିବାଦୀ ଗଣତନ୍ତ୍ରରେ ନ୍ୟସ୍ତସ୍ବାର୍ଥ ମହାଧନୀମାନେ ଗଣତାନ୍ତ୍ରିକ ସରକାରଙ୍କୁ ଭୋଟଦାତା ନାଗରିକଙ୍କ ଠାରୁ ଅଧିକ ପ୍ରଭାବିତ କରିପାରୁଚନ୍ତି, ଏପରିକି ଏଇମାନଙ୍କ ଚାପରେ ବିଶ୍ବର ବିଭିନ୍ନ ଗଣତନ୍ତ୍ରରେ ବଡ଼ ବଡ଼ ନିୟମ-କାନୁନ ପ୍ରବର୍ତ୍ତିତ କରାଯାଇପାରୁଚି। ବିଧାନ ବ୍ୟବସ୍ଥା ଅଛି, କିନ୍ତୁ ପ୍ରଭାବ କ୍ଷେତ୍ର ନ୍ୟସ୍ତ-ସ୍ବାର୍ଥଙ୍କ ହାତମୁଠାରେ। ଏପରି ମଧୢ ହେଉଚି ଯେ ଆଜିର ଶିଳ୍ପପତି, କାଲିର ନେତା ବା ଆଜିର ନେତା କାଲିର ଶିଳ୍ପପତି। (୫) ଘରୋଇକରଣ ଓ ‘ଆଉଟ୍ ସୋର୍ସି˚’ ହେତୁ ବ୍ୟବସାୟୀ-ତର୍କ ସରକାରୀ ବ୍ୟବସ୍ଥାରେ ପ୍ରବେଶ କରିଚି, ଯାହା ଫଳରେ ଲୋକ ହିତକର କାର୍ଯ୍ୟଗୁଡ଼ିକ ଉପରେ ଗଣତାନ୍ତ୍ରିକ ସରକାରର ଅ˚କୁଶ ନାହିଁ। କ୍ଷେତ୍ର ବାହାରେ ଥାଇ, ନିୟନ୍ତ୍ରିତ କରିବାର ‘ରେଗୁଲେଟରି’ ସୂତ୍ର ଅକାମି।
ଏ କାରଣଗୁଡ଼ିକ ଓ କ୍ରାଉଚ୍ଙ୍କ ନିଷ୍କର୍ଷ ବିଶ୍ବର ପୁରୁଣା ଗଣତନ୍ତ୍ରରେ ଠିକ୍, କିନ୍ତୁ କ୍ରାଉଚ୍ ଗୋଟିଏ ବହୁତ ବଡ଼ ଦିଗକୁ ଆଲୋକିତ କରିପାରିନାହାନ୍ତି। ସେ ଦିଗଟି ଗଣତନ୍ତ୍ରର ପୃଷ୍ଠଭୂମି। ଯେଉଁ ଗଣତନ୍ତ୍ରଗୁଡ଼ିକୁ ଆଖିରେ ରଖି କ୍ରାଉଚ୍ କାରଣ ଅନୁସନ୍ଧାନ କରିଚନ୍ତି ସେଗୁଡ଼ିକ ରାଜନୈତିକ ଗଣତନ୍ତ୍ର, ବା ଅନ୍ୟ ଭାବରେ କହିଲେ ସେଗୁଡ଼ିକ ସାମ୍ରାଜ୍ୟବାଦୀ ଶକ୍ତିମାନଙ୍କର କ୍ଷେତ୍ର ବୁଝାମଣାର ପରିଣତି। ଯେମିତି ଆମେରିକା। ୟୁରୋପୀୟମାନଙ୍କର ଉପନିବେଶ ଆମେରିକାରେ ଗଣତନ୍ତ୍ରର ଆବିର୍ଭାବ ସାମ୍ରାଜ୍ୟବାଦୀଙ୍କ ପରସ୍ପର ସହିତ ଯୁଦ୍ଧର ପରିଣତି। ଇ˚ଲଣ୍ତ ଓ ଫ୍ରାନ୍ସ (ଆ˚ଗ୍ଲୋ-ଫ୍ରେଂଚ୍ ଵାର୍) ଅନ୍ତିମ ଯୁଦ୍ଧରେ କ୍ଷେତ୍ର ବୁଝାମଣା ନ କରିଥିଲେ ଆମେରିକା ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତି ହୋଇପାରିନଥାନ୍ତା। ଭାରତର ସ୍ଥିତି ଅଲଗା। ଭାରତର ସ୍ବାଧୀନତା ସ˚ଗ୍ରାମରେ ଏକ ବହୁତ ବଡ଼ ନୈତିକ-ପକ୍ଷ ଥିଲା, ଯାହାର ପ୍ରବକ୍ତା ଥିଲେ ଗାନ୍ଧୀ। ଏ ନୈତିକ ପକ୍ଷ ଥିଲା ମାନବ ଇତିହାସର ସଭ୍ୟ-ପକ୍ଷ। ଅର୍ଥାତ୍ ଯେଉଁ ରାଷ୍ଟ୍ରଗୁଡ଼ିକ ତାତ୍କାଳିକ ଲାଭ ଓ କ୍ଷତି ଦ୍ବାରା ପରିଚାଳିତ, ତାଙ୍କ କ୍ଷେତ୍ରରେ ସଭ୍ୟତାର କିଛି ଅର୍ଥ ନାହିଁ। ଆମ ପାଇଁ ଅଛି। ଆମ ଗଣତନ୍ତ୍ରକୁ ଯେଉଁ ସାଧାରଣ ଭାରତୀୟମାନେ ନିଜ ମତାଧିକାର ସାବ୍ୟସ୍ତ କରି ବଞ୍ଚେଇ ରଖିଚନ୍ତି, ସେମାନେ ‘ସନ୍ଥତ୍ବ’ର ଭାଷା ଅଧିକ ବୁଝନ୍ତି। ରାଜନୀତି ଭାରତୀୟମାନଙ୍କ ପାଇଁ ଗୋଟେ ଅଲଗା କ୍ଷେତ୍ରର ଶାସ୍ତ୍ର, ଏବର ଗଣତନ୍ତ୍ରକୁ ସେମାନେ ବିଶ୍ବାସ କରନ୍ତି କିନ୍ତୁ ଗଣତନ୍ତ୍ରର ନାୟକମାନଙ୍କୁ ଅବିଶ୍ବାସ କରନ୍ତି। ଭାରତୀୟଙ୍କ ରାଜନୀତି ଏକ ଆଧୢାତ୍ମିକ କ୍ଷେତ୍ର। ଏଠି ରାଜନେତା ସ୍ବୟ˚ ରାଜା, ଏ ରାଜା ଶାସ୍ତ୍ର ଚର୍ଚ୍ଚା କରନ୍ତି, ନୀତି ଶିକ୍ଷା ଦିଅନ୍ତି ଓ ଲୋକହିତ ପାଇଁ ସର୍ବସ୍ବ ତ୍ୟାଗ କରିପାରନ୍ତି। ସନ୍ଥ ପର˚ପରାର ଆଦି ପୁରାଣ ‘ରାମାୟଣ’ରେ ଅସୁର ମଧୢ ବେଦଜ୍ଞ ପୁରୋହିତ, ସେ ଶତ୍ରୁର ପିତୃଶ୍ରାଦ୍ଧରେ ପୌରୋହିତ୍ୟ କରନ୍ତି! ୟାର ତାତ୍ପର୍ଯ୍ୟ ଏଇଆ ଯେ ଭାରତୀୟ ଗଣତନ୍ତ୍ରରେ ବା ଯେକୌଣସି ଲୋକାନୁଷ୍ଠାନରେ ‘ସନ୍ଥତ୍ବ’ର ଅଭିନିବେଶ ଏକ ସଭ୍ୟତାଗତ ଉତ୍ତରାଧିକାର ଭାରତୀୟଙ୍କର। ସନ୍ଥତ୍ବ କ୍ଳାନ୍ତ ଗଣତନ୍ତ୍ରକୁ କର୍ମଚଞ୍ଚଳ କରିପାରେ।
‘ସନ୍ଥତ୍ବ’ର ଗଣତନ୍ତ୍ର କାହିଁକି ଗୁରୁତ୍ବପୂର୍ଣ୍ଣ? ଏଇଥିପାଇଁ ଯେ ସନ୍ଥତ୍ବ ହିଁ ଭାରତୀୟଙ୍କ ପାଇଁ ଭଲ ମଣିଷ ବା ମଣିଷପଣିଆର ମାନ। ଏ ପର˚ପରା ସଭ୍ୟତା ଓ ସଭ୍ୟତାର ସ୍ମୃତି ହରାଇଥିବା ଦେଶମାନଙ୍କରେ ନାହିଁ। ଭାରତୀୟମାନେ ସଭ୍ୟତା ଆପାତତଃ ହରାଇଚନ୍ତି, କିନ୍ତୁ ଅନ୍ତତଃ ପାଞ୍ଚ ହଜାର ବର୍ଷର ସ୍ମୃତି-ସନ୍ତକ ଭାବରେ ବହୁ ଶାସ୍ତ୍ର, ପୁରାଣ, ବିମର୍ଶ ଭାରତୀୟଙ୍କ ଜାତୀୟ ସ୍ମୃତିର ଅ˚ଶ। ତେଣୁ ଭାରତୀୟଙ୍କ ଗଣତନ୍ତ୍ର କ୍ରାଉଚ୍ଙ୍କ କ୍ଳାନ୍ତ ଗଣତନ୍ତ୍ର ହୋଇପାରିବ ନାହିଁ। ପତନକୁ ରୋକିବା ପାଇଁ ଆମର ପୃଷ୍ଠଭୂମି ଅଛି। ଏ ପୃଷ୍ଠଭୂମିକୁ ଲୋକକ୍ଷେତ୍ରରେ ଜାଗ୍ରତ କରିବ କିଏ? ଏ ପୃଷ୍ଠଭୂମିକୁ ଜାଗ୍ରତ କରାଇବେ ରାଜନେତା ଓ ଲୋକକ୍ଷେତ୍ରର ମଧୢସ୍ଥମାନେ। ଏ ମଧୢସ୍ଥ ହେଉଚନ୍ତି ମଧୢବର୍ଗୀ କର୍ମଜୀବୀ, ଚିନ୍ତାଶୀଳ ବୁଦ୍ଧିଜୀବୀ, କଳାକାର, ସାହିତ୍ୟିକ, ସ୍ବୟ˚ ରାଜନେତା ଓ ଲୋକାନୁଷ୍ଠାନ। ଏମାନଙ୍କ ଭିତରେ ସ˚ସୁପ୍ତ ବା ସୁପ୍ତ ସନ୍ଥତ୍ବ ଅଭିବ୍ୟକ୍ତି-କ୍ଷମ; ତେଣୁ ସକ୍ରିୟ ହୋଇପାରିବ।
ଅନ୍ୟ ଭାବରେ କହିଲେ, ରାଜନୀତିର ଅଣରାଜନୀତୀକରଣ ସମ୍ଭବ କରାଇବାକୁ ହେବ। ଯୋଉ ମୁହୂର୍ତ୍ତରେ ଗଣତନ୍ତ୍ରକୁ ଏକ ଲୋକନ୍ୟାସ ଭାବରେ କଳ୍ପିତ କରାଗଲା, ସେଇ ମୁହୂର୍ତ୍ତରେ ‘ରାଜ’ ଚାଲିଗଲା। ରାଜା ‘ରାଜ’ କରନ୍ତି, ଗଣ ବା ଲୋକ ସମ୍ବିଧାନ ଓ ଆଇନ ଦ୍ବାରା ନିଜକୁ ପରିଚାଳିତ କରନ୍ତି। ତେବେ ଗଣତନ୍ତ୍ରର ନୀତି ରାଜନୀତି ନୁହେଁ ଲୋକନୀତି। ଯେଉଁ ଗ୍ରେକୋ-ରୋମାନ୍ ମୂଳରୁ ସବୁ ଅର୍ଥ-ପ୍ରପ˚ଚର ସୃଷ୍ଟି, ସେ ମୂଳ ଆଉ ନାହିଁ, କିନ୍ତୁ ଅର୍ଥ ସେଇଆ ରହିଚି। ଜ୍ଞାନ ଆଉ ସାମ୍ରାଜ୍ୟବାଦୀ ଅଭିଯାନ ଦ୍ବାରା କବଳିତ ନୁହେଁ, ତେଣୁ ଅର୍ଥ-ପ୍ରକରଣ ସାମ୍ରାଜ୍ୟବାଦୀ ହେବ କାହିଁକି? ଗଣତନ୍ତ୍ରର ଅଣରାଜନୀତୀକରଣ ଘଟି ସାରିଚି, କିନ୍ତୁ ଆମେ ସ୍ବୀକାର କରୁନେ ବୋଲି, ରାଜନୀତିରେ ପୁରୁଣା ଅର୍ଥ ଚାଲିଚି। ଆମର ଏବର ସମୟ ‘ଲୋକ’ ବା ଗଣର ସମୟ। ନେତା ଆଉ ରାଜନେତା ନୁହନ୍ତି ସେ ଜଣେ ଲୋକନାୟକ। ଗଣତନ୍ତ୍ରରେ ଲୋକ ନାୟକକୁ ଲୋକ ହିଁ ନିର୍ମାଣ କରନ୍ତି ଏବ˚ ଭାଙ୍ଗିଦିଅନ୍ତି। ଗଣତନ୍ତ୍ରର ନାୟକତ୍ବ ସ୍ବଭାବତଃ ଭ˚ଗୁର। ୟାଙ୍କ ଭିତରେ ସନ୍ଥତ୍ବର ଉପାଦାନ ଜାଗ୍ରତ ହେଲେ ଇଏ ଭ˚ଗୁରତାକୁ ଚିହ୍ନିବେ, ସତ୍ତାକୁ ଅଧିକାର ମଣିବେ ନାହିଁ। ନିଜ ସୁଖକୁ ଭ୍ରୂକ୍ଷେପ ନ କରି ଜଗତ-ଉଦ୍ଧାରର କଥା ଭାବିବେ। ସମତାର ଆଧାରରେ ଲୋକୋଦ୍ଧାର ବା ରେଡେ˚ପ୍ସନ୍ ଅଫ୍ ମ୍ୟାନ (ନଟ୍ ସେଲ୍ଫ) ସନ୍ଥତ୍ବର ପରାକାଷ୍ଠା। ସନ୍ଥ ଗଣତନ୍ତ୍ର ହିଁ ସୁସ୍ଥ ଗଣତନ୍ତ୍ର। ଯେମିତି ସବୁ ଲୋକଙ୍କ ଭିତରେ ସନ୍ଥତ୍ବ ଅଛି, ସେହିଭଳି ସବୁ ଲୋକନାୟକଙ୍କ ଭିତରେ ସନ୍ଥତ୍ବ ଅଛି। ଆମେ ତାଙ୍କଠାରୁ ସନ୍ଥତ୍ବ ଆଶା ନ କରି ଜାନ୍ତବ ସାମର୍ଥ୍ୟ ଆଶା କରିଚେ, ତାଙ୍କର ଭଲପଣକୁ ଆମେ ହିଁ ନଷ୍ଟ କରି ଚାଲିଚେ। ସନ୍ଥତ୍ବର ଅର୍ଥ ନୁହେଁ ସ˚ସାର ଛାଡ଼ି ପଳେଇବା। ସନ୍ଥତ୍ବର ଅର୍ଥ ଜାନ୍ତବ ସାମର୍ଥ୍ୟ ତ୍ୟାଗ କରିବା, ଆଧୢାତ୍ମିକ ଲୋକପ୍ରାଣ ବିକଶିତ କରିବା। ଏହାରି ଆଧାରରେ ଗଣତନ୍ତ୍ରର ପୁନରୁଦ୍ଧାର ସମ୍ଭବ। ପାଶ୍ଚାତ୍ୟ ଦେଶମାନଙ୍କରେ ସନ୍ଥତ୍ବର ପରିକଳ୍ପନା ଧର୍ମୀୟ, ଆଧୢାତ୍ମିକ ନୁହେଁ। ଆମର ସନ୍ଥତ୍ବ ଆଧୢାତ୍ମିକ। ଆମର ସନ୍ଥତ୍ବ ବାହୁବଳୀ ରାଜନେତାଙ୍କ ଜାନ୍ତବ ସାମର୍ଥ୍ୟ ଠାରୁ ଅଧିକ ଶକ୍ତିଶାଳୀ।
ଧର୍ମେନ୍ଦ୍ରଜୀ ସ˚ସଦରେ ଯାହା କହିଲେ, ତାହା ଯଦି ସରକାରଙ୍କର ଲୋକନୀତିର ଆଧାର ହୁଏ, ତେବେ ପାଶ୍ଚାତ୍ୟ ଗଣତନ୍ତ୍ରର ବିକଳ୍ପ ଭାରତରୁ ହିଁ ବିକଶିତ ହେବ। ଜଗତ ଉଦ୍ଧାର ପାଇଁ ବ୍ୟକ୍ତିର ତ୍ୟାଗ ହିଁ ଏକମାତ୍ର ମାର୍ଗ।
ବାଗର୍ଥ, ଏନ୍ ୨/୨୬
ଆଇଆର୍ସି ଭିଲେଜ୍, ଭୁବନେଶ୍ବର-୧୫
ମୋ-୯୪୩୭୦୩୯୮୫୮
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/QQQQQQQQQ.jpg)