୨୦୨୦ ବର୍ଷର ଶିରୋନାମାରେ ମୁଖ୍ୟତଃ ତିନିଟି ବିଷୟ ଅଧିକ ପ୍ରଭାବ ବିସ୍ତାର କରିଥିଲା ବା ଧ୍ୟାନ-ଆକର୍ଷକ ଥିଲା। ମହାମାରୀର ଭୟ, ଅର୍ଥନୈତିକ ଦୁର୍ଗତି ଓ ଚାଇନା ସହ ସୀମା ବିବାଦ। ଭାରତର ଗଣମାଧ୍ୟମ ଏବ˚ ସାଧାରଣ ଭାବେ ଭାରତ ରାଜନୀତି-ପାଗଳ। କିନ୍ତୁ, ୨୦୨୦ରେ ରାଜନୈତିକ ବ୍ୟାପାର ପଛରେ ଥିଲା। ତାହାର ସ୍ଥାନ ନେଇଥିଲା ସ୍ବାସ୍ଥ୍ୟ, ଅର୍ଥନୀତି ଓ ପ୍ରତିରକ୍ଷା।
ଗତ ବର୍ଷ ଭାରତୀୟ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଦୃଶ୍ୟମାନ ହୋଇଥିଲା; ଏକ ମୁଖ୍ୟ ବିକାଶ ପରିଲକ୍ଷିତ ହୋଇଥିଲା; ଯାହାର ପରିଣାମ ଆମ ସାଧାରଣତନ୍ତ୍ରର ଭବିଷ୍ୟତ୍ ପାଇଁ ଗଭୀର ଭାବେ କ୍ଷତିକାରକ ହୋଇପାରେ। ଏହା ଥିଲା ଭାରତର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ରାଜନୈତିକ ଦଳରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ଉତ୍ଥାନ ବା ଅଭ୍ୟୁଦୟ। ୨୦୧୯ର ଶେଷ ବେଳକୁ ଲାଗୁଥିଲା, ଯଦି ୨୦୨୪ ସାଧାରଣ ନିର୍ବାଚନରେ ଭାଜପା କ୍ରମାଗତ ଭାବେ ତୃତୀୟ ଥର ସ˚ଖ୍ୟାଗରିଷ୍ଠତା ହାସଲ କରେ, ସ˚ଭବତଃ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, ନରେନ୍ଦ୍ର ମୋଦୀଙ୍କ ଉତ୍ତରାଧିକାରୀ ଭାବେ ପ୍ରଧାନମନ୍ତ୍ରୀ ଆସନରେ ବସିବେ। ଶାହ ପ୍ରାୟ ଦୁଇ ଦଶନ୍ଧି ଧରି ମୋଦୀଙ୍କର ନିକଟତମ ସମର୍ଥକ ରହିଆସିଛନ୍ତି। ଧାରା-୩୭୦ର ଉଚ୍ଛେଦ ଏବ˚ ନାଗରିକତ୍ବ ସ˚ଶୋଧନ ଆଇନ ପାରିତ କରାଇ ସେ ଦଳ ମଧ୍ୟରେ ନିଜର ବିଶେଷ ପରିଚୟ ସୃଷ୍ଟି କରିପାରିଛନ୍ତି। ତାଙ୍କ ପ୍ରତି ସ˚ଭବତଃ ମୋଦୀଙ୍କର ଆଶୀର୍ବାଦ ରହିଛି। ତେଣୁ, ସେ ହିଁ ମୋଦୀଙ୍କ ସ୍ଥାନ ନେବା ଭଳି ଲାଗୁଥିଲା।
୨୦୨୦ ବେଳକୁ ମଧ୍ୟ ଏହି ଅବବୋଧ ବଳବତ୍ତର ଥିଲା। ପାର˚ପରିକ ଜ୍ଞାନରୁ ଲାଗୁଥିଲା, ନରେନ୍ଦ୍ର ମୋଦୀଙ୍କ ଉତ୍ତରାଧିକାରୀ ବନିବା ପାଇଁ ଅମିତ ଶାହ ପ୍ରସ୍ତୁତ ଏବ˚ ଦୃଢ଼ ସ୍ଥିତିରେ ଅଛନ୍ତି। ତେବେ, କ୍ରମଶଃ ଏହାର ସ˚ଭାବନା ମଉଳିବା ଆରମ୍ଭ ହେଲା। ସମସ୍ତଙ୍କ ଦୃଷ୍ଟି ଯୋଗୀ ଆଦିତ୍ୟନାଥଙ୍କ ଆଡ଼କୁ ଗଲା ଏବ˚ ଭାଜପାର ବରିଷ୍ଠତମ ନେତାମାନେ ମଧ୍ୟ ସ୍ବୀକୃତି ଦେବାକୁ ଲାଗିଲେ। ଏଠାରେ ଦେଖିବା କଥା, ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସି˚ହ ଚୌହାନ ଏବ˚ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା କିପରି ତତ୍ପରତା ଓ ସତ୍ବରତାର ସହ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ଅନୁକରଣ କଲେ ଏବ˚ ନିଜ ନିଜ ରାଜ୍ୟରେ ହିନ୍ଦୁ-ମୁସଲମାନ ବିବାହ ବିରୋଧରେ ଆଇନ ଲାଗୁ କରାଇଲେ। ବାଜପେୟୀଙ୍କ ସମୟରେ ଚୌହାନ ଓ େୟଦୁରପ୍ପାଙ୍କୁ ବିଶେଷ ଗୁରୁତ୍ବ ଦିଆଯାଉ ନ ଥିଲା। ସେମାନଙ୍କୁ ଶାହ ଓ ମୋଦୀଙ୍କ ଭଳି କଠୋପନ୍ଥୀଙ୍କ ତୁଳନାରେ ଅପେକ୍ଷାକୃତ ନରମପନ୍ଥୀ ଏବ˚ ଶିଷ୍ଟ ବିବେଚନା କରାଯାଉଥିଲା। ଦୁହେଁ ଏବେ ଆଦିତ୍ୟନାଥଙ୍କ ମାର୍ଗର ଯାତ୍ରୀ। ନିଜ ନିଜର ରାଜନୈତିକ ଭବିଷ୍ୟତ୍ ପାଇଁ ଶିଷ୍ଟତା ଓ ନରମ ପନ୍ଥା ତ୍ୟାଗ କରି, ଧର୍ମାନ୍ଧତା ଓ ଅସହିଷ୍ଣୁତା ଗ୍ରହଣ କରିବା ଉଚିତ ବୋଲି ଦୁହେଁ ବିଶ୍ବାସ କରୁଛନ୍ତି।
୨୦୧୨-୧୩ରେ ଯେତେ ବେଳେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପାଇଁ ନିଜର ଅଭିଳାଷ ସାର୍ବଜନୀନ କଲେ, ସେ ପ୍ରଥମେ ଏକ ‘ଗୁଜରାଟ ମଡେଲ୍’ କଥା ଏବ˚ ଏହାକୁ ସାରା ଦେଶରେ ଲାଗୁକରାଇବା ପାଇଁ ଚାହୁଁଥିବା କହିଥିଲେ। ତାଙ୍କ ‘ଗୁଜରାଟ ମଡେଲ୍’ ପ୍ରଗତିଶୀଳ, ଅର୍ଥନୈତିକ ଓ ସାମାଜିକ ଦୃଷ୍ଟିକୋଣରୁ ପ୍ରଖର ଥିବା ସେ ଦାବି କରିଥିଲେ; ଯଦିଓ ତାଙ୍କର ସମାଲୋଚକମାନେ ଭିନ୍ନ କିଛି ଦର୍ଶାଇଥିଲେ। ମୋଦୀଙ୍କ ବିରୋଧୀ ତଥା ସମାଲୋଚକଙ୍କ ପାଇଁ ତାଙ୍କ ‘ଗୁଜରାଟ ମଡେଲ୍’ ଅସହନଶୀଳ ରାଜନୀତିର ନମୁନା ଏବ˚ ମୁସଲମାନ ସ˚ପ୍ରଦାୟକୁ ଦମନ କରିବା ଏହାର ଏକ ମାତ୍ର ଲକ୍ଷ୍ୟ। ଆଦିତ୍ୟନାଥ ଏ ପର୍ଯ୍ୟନ୍ତ ଏ ଭଳି ଏକ ‘ଉତ୍ତର ପ୍ରଦେଶ ମଡେଲ୍’ ଏବ˚ ଏହାକୁ ସାରା ଭାରତରେ ଲାଗୁ କରିବା ଦାବି କରିନାହାନ୍ତି। ତେବେ, ସେ ନିଜ ରାଜ୍ୟରେ ଯାହା କରୁଛନ୍ତି, ସେଥିରୁ ତାଙ୍କ ବାବଦରେ ଯଥେଷ୍ଟ ସୂଚନା ମିଳୁଛି; ସେ କ’ଣ ଓ ତାଙ୍କ ‘ଉତ୍ତର ପ୍ରଦେଶ ମଡେଲ୍’ କ’ଣ, ତାହା ଭଲ ଭାବେ ବୁଝିହେଉଛି।
ମୋଦୀ ଓ ଆଦିତ୍ୟନାଥଙ୍କ ମଧ୍ୟରେ ଉଲ୍ଲେଖନୀୟ ସାଦୃଶ୍ୟ ଅଛି। ଦୁହେଁ କର୍ତ୍ତୃତ୍ବବାଦୀ ବ୍ୟକ୍ତିତ୍ବର ପାଠ୍ୟ-ପୁସ୍ତକୀୟ ଦୃଷ୍ଟାନ୍ତ। ସେମାନେ ନିଜର କ୍ୟାବିନେଟ୍ ସାଥୀଙ୍କଠାରୁ ଆରମ୍ଭ କରି ସା˚ସଦ-ବିଧାୟକ, ପଦସ୍ଥ ସରକାରୀ ଅଧିକାରୀ, ବିଜ୍ଞାନୀ-ଗବେଷକ, ଗଣମାଧ୍ୟମ ଏପରିକି ସାଧାରଣ ଜନତା ପର୍ଯ୍ୟନ୍ତ ସମସ୍ତଙ୍କ ଉପରେ ନିଜର କର୍ତ୍ତୃତ୍ବ ଜାହିର କରିବାକୁ ଇଚ୍ଛା କରନ୍ତି। ଦୁହେଁ ଆଉ ଏକ ପାଗଳାମିର ଶିକାର ଏବ˚ ତାହା ହେଉଛି, ସମସ୍ତ ସଫଳତା- ତାହା ବାସ୍ତବ ହେଉ ବା କାଳ୍ପନିକ, ସବୁର ଶ୍ରେୟ କେବଳ ନିଜେ ପାଇବାକୁ ହକଦାର ବୋଲି ଭାବନ୍ତି।
ପୁଣି, ଦୁହିଁଙ୍କ ମଧ୍ୟରେ ଉଲ୍ଲେଖନୀୟ ଫରକ ମଧ୍ୟ ରହିଛି। ମୋଦୀଙ୍କ ତୁଳନାରେ ଆଦିତ୍ୟନାଥ ଅଧିକ ସ୍ପଷ୍ଟ ଭାବେ ସ˚ଖ୍ୟାଗରିଷ୍ଠତାବାଦୀ। ମୋଦୀ ବେଳେ ବେଳେ ଧର୍ମ ନିରପେକ୍ଷତାରେ ସମସ୍ତଙ୍କ ସହ ଥିବା(ସବ କେ ସାଥ) କହନ୍ତି। କ୍ବଚିତ୍ ବେଳେ ବେଳେ ସାଧାରଣ ମୁସଲମାନଙ୍କ ସହ ଫଟୋ ଉଠାଇବାକୁ ଇଚ୍ଛା କରନ୍ତି। ତେବେ, ଆଦିତ୍ୟନାଥ କେବେ ଏ ଭଳି କରନ୍ତିନାହିଁ। ଅନ୍ୟ ଧର୍ମ-ବିଶ୍ବାସୀ ବିଶେଷତଃ ମୁସଲମାନଙ୍କ ତୁଳନାରେ ହିନ୍ଦୁମାନେ ଉତ୍କୃଷ୍ଟ ବୋଲି ସେ ସ୍ପଷ୍ଟ ଭାବେ ବିଶ୍ବାସ କରନ୍ତି ଏବ˚ ନିଜ କଥା ଓ କର୍ମରେ ଏହା କରିଦେଖାଇଚାଲିଛନ୍ତି।
ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ମୋଦୀ ପୁଲିସ୍ ଓ ପ୍ରଶାସନ ମାଧ୍ୟମରେ ନିଜର ସମାଲୋଚକମାନଙ୍କୁ ଦମନ କରିବାରେ ସଫଳ ହୋଇଥିଲେ। ଆଦିତ୍ୟନାଥ ମଧ୍ୟ ନିଜ ପ୍ରଦେଶରେ ସମାନ କାର୍ଯ୍ୟ କରୁଛନ୍ତି। ଉତ୍ତର ପ୍ରଦେଶରେ ଅତ୍ୟନ୍ତ କଠୋରତାର ସହ ନାଗରିକତା ସ˚ଶୋଧନ ଆଇନ ବିରୋଧରେ ଚାଲିଥିବା ଆନ୍ଦୋଳନକୁ ଦବାଇ ଦିଆଯାଇଥିଲା। ତେବେ, ସେ ମୋଦୀଙ୍କଠାରୁ ଆହୁରି ଆଗରେ ଅଛନ୍ତି। ସେ ପୁଲିସ୍ ଓ ନିମ୍ନ ଅଦାଲତ ମାଧ୍ୟମରେ ଭାରତର ଅନ୍ୟ ପ୍ରଦେଶରେ ଥିବା ନିଜର ସମାଲୋଚକମାନଙ୍କୁ ମଧ୍ୟ ଆକ୍ରମଣ କରୁଛନ୍ତି। ଅନ୍ୟ ପ୍ରଦେଶରେ କାମ କରୁଥିବା ସାମ୍ବାଦିକ ଓ ବ୍ୟଙ୍ଗକାରଙ୍କ ବିରୋଧରେ ଉତ୍ତର ପ୍ରଦେଶରେ ଏତଲା ଦାଖଲ ଏହାର ପ୍ରମାଣ। ସେ ମୋଦୀଙ୍କ ତୁଳନାରେ ଅଧିକ କର୍ତ୍ତୃତ୍ବବାଦୀ ବୋଲି ଏଥିରୁ ମଧ୍ୟ ପ୍ରମାଣିତ।
ତାଙ୍କ ନିଜ ପ୍ରଦେଶର ଲୋକେ ହିଁ ଆଦିତ୍ୟନାଥଙ୍କର ଦମନକାରୀ ନୀତି ଓ ବଳପ୍ରୟୋଗର ଶିକାର ହେଉଛନ୍ତି। ‘ଆର୍ଟିକିଲ୍ ୧୪’ େଵବ୍ସାଇଟ୍ରେ ଏକ ସୁନ୍ଦର ନିବନ୍ଧ ପ୍ରକାଶ ପାଇଛି। ସେଥିରେ ଉଲ୍ଲେଖିତ ଯେ, ‘ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଯୋଗୀ ଆଦିତ୍ୟନାଥଙ୍କ ମନୋନୟନ ଆମ ସାଧାରଣତନ୍ତ୍ରରେ ଭାଜପାର ଅଗ୍ରଗତିକୁ ସୂଚାଉଛି। ମୁସଲମାନ ସ˚ପ୍ରଦାୟକୁ ନିନ୍ଦନୀୟ ଭାବେ ଟାର୍ଗେଟ୍ କରିବା ଏବ˚ ରାଜନୈତିକ ବିରୋଧୀମାନଙ୍କୁ ଜନତାର ଶତ୍ରୁ ଭାବେ ଆଖ୍ୟାୟିତ କରିବା ହେଉଛି ନୂଆ ଶାସନର ନୀତି। ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ଭାବେ ଯୋଗ ଦେବାର ପ୍ରଥମ ଦିନରୁ ହିଁ ତାଙ୍କର ମୁସଲମାନ ବିରୋଧୀ ଆଭିମୁଖ୍ୟ ସ୍ପଷ୍ଟ ହୋଇଯାଇଛି। ପ୍ରାରମ୍ଭରୁ ସେ ହିନ୍ଦୁ ବିଶେଷତଃ ଉଚ୍ଚ ଜାତିକୁ ଗୁରୁତ୍ବ ଦେଇ ଚାଲିଛନ୍ତି। ମୁସଲମାନ ତଥା ବିରୋଧୀମାନଙ୍କୁ ବଦନାମ କରାଯାଉଛି, ଦଣ୍ତ ଦିଆଯାଉଛି, ବନ୍ଦୀ କରାଯାଉଛି, ଏପରିକି ବେଳେ ବେଳେ ମାରି ମଧ୍ୟ ଦିଆଯାଉଛି। ଏହି କାର୍ଯ୍ୟରେ ପୁଲିସ୍, ପ୍ରଶାସନ ଓ ଆଇନକୁ ବ୍ୟବହାର କରାଯାଉଛି।’ ମୁସଲମାନ ସ˚ପ୍ରଦାୟ ଓ ବିରୋଧୀଙ୍କୁ ଟାର୍ଗେଟ୍ କରାଯାଉଥିବା ଏବ˚ ଅନ୍ୟାୟ ଭାବେ ହତ୍ୟା କରାଯାଉଥିବାର ବହୁ ଦୃଷ୍ଟାନ୍ତ ଏଥିରେ ଦିଆଯାଇଛି। ଉପସ˚ହାରରେ ଲେଖାଯାଇଛି- ‘ପୂର୍ବର ଭାଜପା ଶାସନ ବ୍ୟବସ୍ଥାରେ ସବୁ କିଛି ଏକ ସୀମା ଭିତରେ ଥିଲା। ତେବେ, ଆଦିତ୍ୟନାଥ ସରକାର ସମସ୍ତ ସୀମା ଲ˚ଘନ କରିଛି। ଏହା ଏକ ପ୍ରତିଶୋଧପରାୟଣ, ଦମନକାରୀ ଓ ସ˚ଖ୍ୟାଗରିଷ୍ଠବାଦୀ ସରକାର।’(https://www.article-14.com/post/the-creation-of-a-vigilante-state-in-uttar-pradesh)
ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ହେବାର ବହୁ ପୂର୍ବରୁ ଆଦିତ୍ୟନାଥ ‘ହିନ୍ଦୁ ଯୁବ ବାହିନୀ’ ନାମକ ସ˚ଗଠନ ପ୍ରତିଷ୍ଠା କରିଥିଲେ। ଏହା ନିଜକୁ ହିନ୍ଦୁତ୍ବ ଓ ଜାତୀୟତାବାଦ ପ୍ରତି ଉତ୍ସର୍ଗୀକୃତ ଜ୍ବାଳାମୟୀ ସା˚ସ୍କୃତିକ-ସାମାଜିକ ସ˚ଗଠନ ରୂପେ ଘୋଷଣା କରିଥିଲା। ଏହା ବେଶ୍ ସ˚ଗଠିତ। ଏହାର ସଦସ୍ୟମାନେ ହି˚ସାକାଣ୍ତ ଘଟାଇବାରେ ନିପୁଣ। ହତ୍ୟାକାଣ୍ତ, ଅଗ୍ନିକାଣ୍ତ ଓ ଦଙ୍ଗା ଘଟାଇବାର ଆରୋପ ଏହାର ସଦସ୍ୟମାନଙ୍କ ଉପରେ ଅଛି। ମସ୍ଜିଦ, ବସ୍, ଟ୍ରକ୍, ରେଳ ଓ ଘର-ବାଡ଼ି ଜଳାଇଥିବାର ବହୁ ଅଭିଯୋଗ ଅଛି। ଏହି ସ˚ଗଠନର ସଦସ୍ୟମାନେ ନିଜ ନେତାଙ୍କ ପ୍ରତି ବେଶ୍ ବିଶ୍ବସ୍ତ; ସର୍ବଦା ନେତାଙ୍କ ନିର୍ଦେଶ ପାଳନ କରିବାକୁ ପ୍ରସ୍ତୁତ। ଆଦିତ୍ୟନାଥ ସ˚ଭବତଃ ସ୍ବାଧୀନ ଭାରତର ରାଜନୈତିକ ଇତିହାସର ଏ ଭଳି ପ୍ରଥମ ଏବ˚ ଅଦ୍ୟାବଧି ଏକ ମାତ୍ର ନେତା, ଯିଏ ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ଏକ ଆଇନ ଭଙ୍ଗକାରୀ ସ˚ଗଠନ ପ୍ରତିଷ୍ଠା କରିଥିଲେ।
୨୦୦୧ରେ ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ହେବା ବେଳକୁ ରାଜ୍ୟ ଶିଳ୍ପ ସମୃଦ୍ଧ ଥିଲା; ଔଦ୍ୟୋଗିକ ସ˚ସ୍କୃତି ପୂର୍ଣ୍ଣ ମାତ୍ରାରେ ବିକଶିତ ଥିଲା। ୨୦୧୭ରେ ଆଦିତ୍ୟନାଥ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ହେବା ବେଳକୁ ତାଙ୍କ ରାଜ୍ୟରେ ସେହି ଭଳି କିଛି ବି ନ ଥିଲା। ଏହା ଭାରତର ପ୍ରଥମ ଜନବହୁଳ ପ୍ରଦେଶ। ସାମାଜିକ ଓ ଅର୍ଥନୈତିକ ଦୃଷ୍ଟିରୁ ପଛୁଆ। ଆଦିତ୍ୟନାଥଙ୍କ ନୀତି ଏହାର ଛବି ବଦଳାଇବାରେ ଅଦ୍ୟାବଧି ସକ୍ଷମ ହୋଇପାରିନାହିଁ।
ଏ ଭଳି ବ୍ୟକ୍ତିତ୍ବ ଓ ରାଜନୈତିକ ପୃଷ୍ଠଭୂମିର ଜଣେ ବ୍ୟକ୍ତି ଏବେ ନରେନ୍ଦ୍ର ମୋଦୀଙ୍କ ଉତ୍ତରାଧିକାରୀ ହେବା ତଥା ଭାଜପା ଦଳର ମୁଖ୍ୟ ହେବା ଶୁଣିବାକୁ ମିଳୁଛି। ଯଦି ପ୍ରକୃତରେ ଆଗାମୀ ସାଧାରଣ ନିର୍ବାଚନରେ ଯୋଗୀ ଆଦିତ୍ୟନାଥ ଦଳର ମୁଖ୍ୟ ଭାବେ ନିର୍ବାଚନ ପ୍ରଚାରର ନେତୃତ୍ବ ନେବେ, ମତଦାତା ବା ଭୋଟର୍ଙ୍କୁ ସେ କେଉଁ ପ୍ରକାରର ‘ଭଲ ଦିନ’ ବା ‘ଅଛେ ଦିନ’ର ପ୍ରତିଶ୍ରୁତି ଦେବେ? ୨୦୧୩-୧୪ରେ ମୋଦୀ କହିଥିଲେ, ସେ ଭାରତର ଯୁବ ପିଢ଼ି ପାଇଁ ଚାକିରି, ସମୃଦ୍ଧି ଓ ନିରାପତ୍ତା ଆଣିଦେବେ। ‘ହିନ୍ଦୁ ଯୁବ ବାହିନୀ’ର ପ୍ରତିଷ୍ଠାତା ଆଦିତ୍ୟନାଥ, ଅନ୍ୟ ଧର୍ମର ବିଶ୍ବାସୀଙ୍କ ଉତ୍ପୀଡ଼ନ ବ୍ୟତୀତ, ଯୁବ ପିଢ଼ିକୁ ଅନ୍ୟ କିଛି ପ୍ରତିଶ୍ରୁତି ଦେଇପାରିବେ କି?
ପ୍ରଧାନମନ୍ତ୍ରୀ ଭାବେ ମୋଦୀ ସାରା ବିଶ୍ବ ଭ୍ରମଣ କରିଛନ୍ତି। ଅନ୍ୟ ଦେଶର ନେତୃବୃନ୍ଦଙ୍କୁ ପ୍ରଭାବିତ କରିବା ପାଇଁ ଚେଷ୍ଟା କରିଛନ୍ତି। ତାଙ୍କୁ ଅଳ୍ପ-ବହୁତ ସଫଳତା ମଧ୍ୟ ମିଳିଛି। ଆଦିତ୍ୟନାଥ ଯଦି କେବେ ପ୍ରଧାନମନ୍ତ୍ରୀ ହୁଅନ୍ତି, ଅବଶିଷ୍ଟ ବିଶ୍ବ, ସେ ତଥା ତାଙ୍କ ଦେଶ ବାବଦରେ କ’ଣ ଭାବୁଛି, ସେ ତାହାର ଧାର ଧାରିବେ ନାହିଁ। କେବଳ ଭାରତରେ ନିଜର କ୍ଷମତାକୁ ସେ ପ୍ରାଧାନ୍ୟ ଦେବେ। ଯେଉଁମାନେ ତାଙ୍କର ରାଜନୈତିକ, ଦାର୍ଶନିକ ଓ ଆଧ୍ୟାତ୍ମିକ ବିଶ୍ବାସ ବିରୋଧୀ ତଥା ସମାଲୋଚକ, କେବଳ ସେହିମାନଙ୍କ ଉପରେ ନିଜର ଧ୍ୟାନ କେନ୍ଦ୍ରୀଭୂତ କରିବେ।
ଆମ ଦେଶର ଏବର ଓ ପୂର୍ବର ପ୍ରଧାନମନ୍ତ୍ରୀମାନଙ୍କର ଶୈଳୀ ସ˚ପର୍କରେ କିଛି ମାସ ତଳେ ଏକ ସ୍ତମ୍ଭ ଲେଖିଥିଲି। ରାଜନୈତିକ କେନ୍ଦ୍ରୀକରଣ ଓ ନିୟନ୍ତ୍ରଣ ଦୃଷ୍ଟିରୁ ପୂର୍ବର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସହ ଏବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମାନ ବୋଲି ସେଥିରେ ମୁଁ ଯୁକ୍ତି ବାଢ଼ିଥିଲି। ଲେଖିଥିଲି- ‘ଷ୍ଟେରଏଡ୍ ନେଉଥିବା ଇନ୍ଦିରା ଗାନ୍ଧୀ ହେଉଛନ୍ତି ନରେନ୍ଦ୍ର ମୋଦୀ।’ ଆଉ ଆଗକୁ ଯଦି କେବେ ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀ ହୁଅନ୍ତି, ତାଙ୍କୁ ‘ଷ୍ଟେରଏଡ୍ ନେଉଥିବା ନରେନ୍ଦ୍ର ମୋଦୀ’ କହାଯିବ। ଗତ ସାତ ବର୍ଷ ହେଲା ଦେଶ ଉପରେ ‘ଗୁଜରାଟ ମଡେଲ୍’ ଲଦାଯିବାର ପରିଣାମ ସାଧାରଣତନ୍ତ୍ର ଦେଖୁଛି। ସାମାଜିକ ଓ ଆନୁଷ୍ଠାନିକ ଭାବେ କ୍ଷତିଗ୍ରସ୍ତ ହୋଇଛି ମଧ୍ୟ। ‘ଉତ୍ତର ପ୍ରଦେଶ ମଡେଲ୍’ ଏକ କାର୍ଯ୍ୟ-କାଳ ବି ଯଦି ରହେ, ସାଧାରଣତନ୍ତ୍ର ସ˚ପୂର୍ଣ୍ଣ ଧ୍ବ˚ସ ହୋଇଯାଇପାରେ।
(ମତାମତ ଲେଖକଙ୍କ ସଂପୂର୍ଣ୍ଣ ନିଜସ୍ବ)