ସ୍ବାଧୀନ ଭାରତର ସମ୍ବିଧାନ ପ୍ରସ୍ତୁତ କରିବା ପାଇଁ ଯେଉଁ କମିଟି ହୋଇଥିଲା, ସେହି ଡ୍ରାଫ୍ଟି˚ କମିଟିର ଚେୟାରମ୍ୟାନ ହୋଇଥିଲେ ଡ. ବାବାସାହେବ ଆମ୍ବେଦକର। ସମ୍ବିଧାନ ପ୍ରସ୍ତୁତ ହୋଇସାରିବା ପରେ ଆମ୍ବେଦକର ଏହାକୁ ସମ୍ବିଧାନ ସଭାରେ ଉପସ୍ଥାପନ କଲା ପରେ ଏହା ଉପରେ ବିଭିନ୍ନ ଆଲୋଚନା ଅବ୍ୟାହତ ରହିଲା। ଆଲୋଚନା ଶେଷରେ ଆମ୍ବେଦକର ନିଜର ଉତ୍ତର ରଖିଥିଲେ। ସେହି ପରିପ୍ରେକ୍ଷୀରେ ସେ ପ୍ରଦାନ କରିଥିବା ଦୁଇଟି ଭାଷଣ ବିଶେଷ ପ୍ରଣିଧାନଯୋଗ୍ୟ। ତା’ ମଧ୍ୟରୁ ଗୋଟିଏ ସେ ପ୍ରାରମ୍ଭରେ ଦେଇଥିଲେ, ଯେଉଁ ସମୟେର ସମ୍ବିଧାନ ସଭାେର ସେ ଥିଲେ ଜଣେ ନବାଗତ। କିନ୍ତୁ ତାଙ୍କର ସେହି ଭାଷଣ ତାଙ୍କୁ ଜଣେ ଅତ୍ୟନ୍ତ ପ୍ରତିଭାସଂପନ୍ନ, ବିଚକ୍ଷଣ ଓ ଜ୍ଞାନୀ ଭାରତୀୟ ରୂପେ ପ୍ରତିଷ୍ଠା ପ୍ରଦାନ କରିଥିଲା। ଦ୍ବିତୀୟ ଭାଷଣଟି ସେ ପ୍ରଦାନ କରିଥିଲେ ସମ୍ବିଧାନ ପ୍ରସ୍ତୁତି ପରବର୍ତ୍ତୀ କାଳରେ। ଏହି ଭାଷଣଟି ମଧ୍ୟ ଥିଲା ତାର ଆବେଦନ ଦୃଷ୍ଟିରୁ ଅତ୍ୟନ୍ତ ସ୍ମରଣୀୟ।
ଆମ୍ବେଦକର ଥିଲେ ଅତ୍ୟନ୍ତ ଉଚ୍ଚ ଶିକ୍ଷିତ ତଥା ବହୁ ଡିିଗ୍ରୀର ଅଧିକାରୀ। ଦୁଇଟି ବିଶ୍ବବିଖ୍ୟାତ ବିଶ୍ବବିଦ୍ୟାଳୟ, ଯେମିତି କି ଆମେରିକାର କଲମ୍ବିଆ ବିଶ୍ବବିଦ୍ୟାଳୟ ଏବଂ ଇଂଲଣ୍ଡର ଲଣ୍ତନ ସ୍କୁଲ୍ ଅଫ୍ ଇକୋନୋମିକ୍ସରୁ ଯଥାକ୍ରମେ ତିନି ବର୍ଷରେ ଏମ.ଏ., ପିଏଚ୍.ଡି ଏବଂ ଦୁଇ ବର୍ଷ ଭିତରେ ଏମ.ଏସସି ଓ ଡି.ଏସସି ସହ ଲ’ ଡିଗ୍ରୀ ମଧୢ ଲାଭ କରିଥିଲେ। ଏତିକି ଯୋଗ୍ୟତା ହାସଲ କରି ମଧୢ ସେ ନିଜ ଦେଶରେ ଜାତିଗତ କାରଣରୁ ବହୁ ଅସମ୍ମାନ ଓ ବିଦ୍ବେଷର ଶିକାର ହୋଇଛନ୍ତି। ପିଲାଟି ବେଳୁ ବହୁ ଘୃଣା ଓ ଲା˚ଛନାକୁ ସହ୍ୟ କରିଛନ୍ତି। ତେଣୁ ଶିକ୍ଷା ସମାପ୍ତ ହେବା ପରେ ଭାରତୀୟ ସମାଜରୁ ଅସ୍ପୃଶ୍ୟତା ଓ ଜାତିଗତ ଭେଦଭାବକୁ ଦୂର କରିବାକୁ ସେ ସ˚କଳ୍ପବଦ୍ଧ ହୋଇଥିଲେ। ଘଟଣାକ୍ରମେ ସେ କ˚ଗ୍ରେସ ବିରୋଧୀ ହେବା ସହ କେତେକ ନୀତିଗତ ପ୍ରଶ୍ନକୁ ନେଇ ମହାତ୍ମା ଗାନ୍ଧୀଙ୍କ ସହ ତାଙ୍କର ମତାନ୍ତର ମଧ୍ୟ ହୋଇଥିଲା। କିନ୍ତୁ ତାହା ସତ୍ତ୍ବେ ସେ ସେହି ସମୟରେ ମଧ୍ୟ ଉଦାହରଣୀୟ ଥିଲେ।
ସେ ବେଙ୍ଗଲରୁ ସମ୍ବିଧାନ ସଭାକୁ ନିର୍ବାଚିତ ହୋଇ ଯାଇଥିଲେ। ସମ୍ବିଧାନ ପ୍ରଥମ ବୈଠକରେ ପଣ୍ତିତ ନେହରୁ ପ୍ରଦାନ କରିଥିବା ଏକ ଭାବୋଦ୍ଦୀପକ ଭାଷଣରେ ସ୍ଥାନିତ କେତେକ ପ୍ରସ୍ତାବ ଉପରେ ଆଲୋଚନା ପରିପ୍ରେକ୍ଷୀରେ ଆପଣା ମତ ଦେବା ଲାଗି ଆମ୍ବେଦକରଙ୍କୁ ସମ୍ବିଧାନ ସଭାର ସଭାପତି ରାଜେନ୍ଦ୍ର ପ୍ରସାଦ ହଠାତ୍ ଅନୁରୋଧ କରିଥିଲେ। ଏତେ ଶୀଘ୍ର କହିବାକୁ ପଡ଼ିପାରେ ବୋଲି ଆମ୍ବେଦକରଙ୍କ ଧାରଣା ନ ଥିବାରୁ ସେ ଅପ୍ରସ୍ତୁତ ଭାବରେ ତାହା ଆରମ୍ଭ କରିଥିଲେ ସତ, କିନ୍ତୁ ଭାଷଣ ସରିବା ବେଳକୁ ତାଙ୍କ ପ୍ରଜ୍ଞା ଓ ପାଣ୍ଡିତ୍ୟର ଔଜ୍ଜ୍ବଲ୍ୟରେ େସ ଝଲସୁ ଥିଲେ। ଆମ୍ବେଦକର ସେଦିନ ଏକ ଅତ୍ୟନ୍ତ ସ୍ମରଣୀୟ ଘଣ୍ଟାକିଆ ଭାଷଣଟିଏ ଦେଇଥିଲେ।
ସେ ତାଙ୍କ ଭାଷଣରେ କହିଥିଲେ ଯେ ଭାରତ ବହୁ ଧର୍ମ, ଭାଷା, ଜାତି ଓ ସ˚ସ୍କୃତିର ଦେଶ ହୋଇଥିବା ବେଳେ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ବିଚାରରେ ମଧ୍ୟ ଏହି ଦେଶରେ ଭିନ୍ନତା ଭରପୂର। ତେବେ ଦେଶ ସ୍ବାଧୀନ ହେଲେ ସକଳ ବାଧାବିଘ୍ନ ଅତିକ୍ରମ କରି ଭାରତ ଯେ ଏକ ସ˚ହତିପୂର୍ଣ୍ଣ ରାଷ୍ଟ୍ରରେ ପରିଣତ ହେବ, ଏ ବିଶ୍ବାସ ତାଙ୍କର ଥିଲା। ମୁସଲିମ୍ ଲିଗ୍ ଧର୍ମ ଭିତ୍ତିରେ ଦେଶକୁ ବିଭାଜନ କରିବା ପାଇଁ ଯେଉଁ ସ˚ଗ୍ରାମ ଚାହୁଥିଲା, ତାହାକୁ ସେ ନାପସନ୍ଦ କରିଥିଲେ। ତେଣୁ ତାଙ୍କ ଭାଷଣରେ ସେ ଆଶଙ୍କା ପ୍ରକଟ କରିଥିଲେ ଯେ ହୁଏତ ଭବିଷ୍ୟତରେ ଏଭଳି ନିଷ୍ପତ୍ତି ଯେ ଭ୍ରମାତ୍ମକ ଥିଲା, ତାହା ସେମାନେ ହୃଦୟଙ୍ଗମ କରିବେ। ଏକ ଅବିଭକ୍ତ ଭାରତ କେବଳ ଦେଶ ପାଇଁ ନୁହେଁ, ସମଗ୍ର ମାନବ ସଭ୍ୟତା ପାଇଁ ଅଧିକ ଶୁଭଙ୍କର ହୁଅନ୍ତା ବୋଲି ସେ କହିଥିଲେ। ସେ କହିଲେ ‘କ୍ଷମତାର ହସ୍ତାନ୍ତର ଏକ ସହଜ ବ୍ୟାପାର, କିନ୍ତୁ ପ୍ରଜ୍ଞା ଓ ଜ୍ଞାନର ଶିକ୍ଷା ବା ହସ୍ତାନ୍ତରଣ ଏକ ଜଟିଳ ପ୍ରକ୍ରିୟା। ତଥାପି ସା˚ପ୍ରତିକ ପରିବେଶରେ ଆମେ ଆମର ସାମର୍ଥ୍ୟ ଓ ଜ୍ଞାନର ମାର୍ଗକୁ ଉପଯୁକ୍ତ ଭାବରେ ସ୍ଥିର କରିବା ମହତ୍ତ୍ବପୂର୍ଣ୍ଣ। ସୁତରାଂ, ଆମେ ଆମର ବିଚାରଶୀଳତା ଓ ମାନବିକତାର ପ୍ରୟୋଗ କରି ଏକ ଐକ୍ୟବଦ୍ଧ ସମୁଦାୟ ଭାବେ ପୃଥିବୀରେ ମୁଣ୍ତଟେକି ଛିଡ଼ା ହେବା ଆବଶ୍ୟକ। ସମସ୍ତଙ୍କୁ ସାଙ୍ଗରେ ନେଇ ଆମକୁ ଅଗ୍ରସର ହେବାକୁ ପଡ଼ିବ, ଯେପରି ଆମର ବିବିଧତା ଆମ ଗୌରବର ପରିଚୟ ପ୍ରଦାନ କରିବ। ଆମର ଆଶା, ସ୍ବପ୍ନ ଓ ଭବିଷ୍ୟତ୍ ନିର୍ମାଣ ପାଇଁ ଆମେ ଯେପରି ସଫଳ ହେବା, ସେଥିପାଇଁ ଆମର ପ୍ରୟାସ ଅବ୍ୟାହତ ରହିବା ଦରକାର। ଏକ ସ୍ବାଧୀନ ରାଷ୍ଟ୍ର ପାଇଁ ଆମେ ଯେତେବେଳେ ଏକ ସମ୍ବିଧାନ ପ୍ରସ୍ତୁତ କରିବାକୁ ଯାଉଛେ, ସବୁ ନାଗରିକମାନଙ୍କର ଆତ୍ମସମ୍ମାନ, ସାମାଜିକ ନ୍ୟାୟ, ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ମାନବବାଦୀ ଆଭିମୁଖ୍ୟ ଆମ ସମ୍ମୁଖରେ ପ୍ରେରଣାଦାୟକ ଆଦର୍ଶ ହୋଇ ରହିବ। ଏ ଦେଶର ଅଗଣିତ ମଣିଷ ବହୁ ଦିନ ଧରି ଯେପରି ଅବହେଳିତ, ଶୋଷିତ ଓ ବଞ୍ଚିତ ହୋଇ ରହିଛନ୍ତି, ସେମାନଙ୍କୁ ଦେଶର ମୁଖ୍ୟ ସ୍ରୋତରେ ମିଶାଇ ପାରିଲେ ଆମେ ଏକ ଐକ୍ୟବଦ୍ଧ ସମାଜ ଓ ସ˚ହତିପୂର୍ଣ୍ଣ ରାଷ୍ଟ୍ର ନିର୍ମାଣ କରିପାରିବା।’
ଡ. ଆମ୍ବେଦକରଙ୍କର ଭାଷଣ ଥିଲା ଅତ୍ୟନ୍ତ ଭାବଗର୍ଭକ ଓ ପ୍ରେରଣାଦାୟୀ। ଏହା ପରେ କ˚ଗ୍ରେସର ଯେଉଁ ସଭ୍ୟମାନେ ତାଙ୍କ ପାଇଁ ପ୍ରଥମେ ବିଦ୍ରୂପର ଗୁ˚ଜରଣ ସୃଷ୍ଟି କରିଥିଲେ, ସେମାନେ ତାଙ୍କର ଭାଷା, ପାଣ୍ତିତ୍ୟ ଓ ବୌଦ୍ଧିକତା ଦେଖି ଚମତ୍କୃତ ହୋଇଥିଲେ। ସେ ସମୟର କେତେକ ଜାତୀୟ ସମ୍ବାଦପତ୍ର ତାଙ୍କ ଭାଷଣକୁ ବର୍ଣ୍ଣନା କରି ଲେଖିଥିଲେ ଯେ ଆମ୍ବେଦକରଙ୍କର ଏହା ଥିଲା ‘ଐକ୍ୟବଦ୍ଧ ରାଷ୍ଟ୍ର ନିର୍ମାଣ ପାଇଁ ଏକ ଚମତ୍କାର ଉଦ୍ଘୋଷଣା’।
ପ୍ରାରମ୍ଭରେ ସମ୍ବିଧାନ ପ୍ରସ୍ତୁତ କରିବା ପାଇଁ ଗଠିତ ଡ୍ରାଫ୍ଟି˚ କମିଟିର କିଏ ମୁଖ୍ୟ ହେବେ ଏହା ସ୍ଥିର ହୋଇପାରୁନଥିଲା। ଆନ୍ତର୍ଜାତିକ ଖ୍ୟାତିସ˚ପନ୍ନ ସମ୍ବିଧାନ ବିଶାରଦ ସାର୍ ଆଇଭର ଜେନିଙ୍ଗସ୍ ସେ ସମୟରେ ଅଧିକ ଚର୍ଚ୍ଚାରେ ଥାଆନ୍ତି। କାରଣ ସେ ଏସିଆର କେତେକ ଦେଶର ସମ୍ବିଧାନ ପ୍ରସ୍ତୁତ କରିଥାନ୍ତି। ପଣ୍ତିତ ନେହରୁ ଓ ପଟେଲ ଏହି ପ୍ରସଙ୍ଗରେ ଗାନ୍ଧୀଙ୍କ ସହ ଆଲୋଚନା କଲେ। ତେବେ, କୌଣସି ବିଦେଶୀ ନାଗରିକଙ୍କୁ ଭାରତର ସମ୍ବିଧାନ ପ୍ରସ୍ତୁତିରେ ସଂପୃକ୍ତ କରିବା ପ୍ରସ୍ତାବରେ ଗାନ୍ଧୀ ସମ୍ମତ ହେଲେ ନାହିଁ। ଗାନ୍ଧୀ ଏଥିପାଇଁ ଆମ୍ବେଦକରଙ୍କ ନାମର ପ୍ରସ୍ତାବ କରିଥିଲେ। ପରିଶେଷରେ ଆମ୍ବେଦକର ସମ୍ବିଧାନ ଚିଠା ପ୍ରସ୍ତୁତ କରିବା କମିଟିର ମୁଖ୍ୟ ହେଲେ। ସମୟ ସୀମା ଭିତରେ ଦେଶର ସମ୍ବିଧାନ ପ୍ରସ୍ତୁତ ହେଲା। ତା’ ପରେ ଆଲୋଚନା ହୋଇ ଡ୍ରାଫ୍ଟଟି ସମ୍ବିଧାନ-ସଭାରେ ଗୃହୀତ ହେବା ପରିପ୍ରେକ୍ଷୀରେ ଆମ୍ବେଦକର ଏକ ହୃଦୟସ୍ପର୍ଶୀ ଭାଷଣ ଦେଇଥିଲେ। ଏହା ଥିଲା ଏହି ପରିପ୍ରେକ୍ଷୀରେ ତାଙ୍କର ଶେଷ ଭାଷଣ, କିନ୍ତୁ ପ୍ରଥମ ଭାଷଣ ଭଳି ବଳିଷ୍ଠ ଓ ସ୍ମରଣୀୟ। ସେ କହିଥିଲେ- ‘ସାମାଜିକ ଓ ଅର୍ଥନୈତିକ ସ୍ତରରେ ସମତା ନ ରହିଲେ ରାଜନୈତିକ ସ୍ବାଧୀନତା ଓ ଗଣତନ୍ତ୍ରର ମୂଲ୍ୟ ରହିବ ନାହିଁ। ସାମାଜିକ ଗଣତନ୍ତ୍ର ଏକ ଜୀବନ-ଦର୍ଶନ ଓ ତାର ଆଧାର ହେଉଛି ସ୍ବାଧୀନତା, ସମାନତା ଓ ଭ୍ରାତୃତ୍ବ ଭାବ ଯାହା ପରସ୍ପର ସହ ସ˚ଯୋଜିତ। ଦେଶର ସ୍ବାଧୀନତା ସହ ଆମର ଦାୟିତ୍ବବୋଧ ଅନେକ ବୃଦ୍ଧି ପାଇଛି। ଏବେ ଜନଗଣଙ୍କର ଅନେକ ଆଶା ସରକାର ଉପରେ ରହିବ। ସାମ୍ବିଧାନିକ ବ୍ୟବସ୍ଥା ମଧୢରେ ଜନଗଣଙ୍କର ବିକାଶ ଓ ଜୀବନର ମାନକୁ ଉନ୍ନତ କରିବା ପାଇଁ ଆମକୁ ଅଙ୍ଗୀକାରବଦ୍ଧ ହେବାକୁ ପଡ଼ିବ। ପ୍ରତ୍ୟେକ ନାଗରିକର ଆତ୍ମସମ୍ମାନ ସହ ରାଷ୍ଟ୍ରର ଏକତା ଓ ସ˚ହତି ଆମ ପାଇଁ ଏବେ ବଡ଼ ଦାୟିତ୍ବ।’
ସମ୍ବିଧାନ ପ୍ରସ୍ତୁତି ଶେଷରେ ସଭାର ସଭାପତି ରାଜେନ୍ଦ୍ର ପ୍ରସାଦ କହିଥିଲେ ଯେ ଆମ୍ବେଦକର ସମ୍ବିଧାନ ପ୍ରସ୍ତୁତ କରିବାର ଦାୟିତ୍ବକୁ ନିଷ୍ଠାର ସହ ସମାପନ କରିବା ସହିତ ତାଙ୍କ ପଦର ଗରିମା ବୃଦ୍ଧି କରିଛନ୍ତି। ୩୯୫ ଧାରା ଓ ୮ଟି ଅନୁସୂଚି ବିଶିଷ୍ଟ ଦେଶର ସମ୍ବିଧାନ ‘ଲୋକମାନଙ୍କ ନାମରେ’ ସମ୍ବିଧାନ ସଭାରେ ରାଷ୍ଟ୍ରର ଲିଖିତ ଦଲିଲ ଭାବରେ ଗୃହୀତ ହେଲା। ସେତିକି ବେଳେ ରାଷ୍ଟ୍ରର କର୍ଣ୍ଣରେ ଆମ୍ବେଦକରଙ୍କ ଭାଷଣର ଏହି କିଛି ଅଂଶ ଅନୁରଣିତ ହେଉଥିଲା, ଯାହା କହିଥିଲା- ‘ଦେଶର ହିନ୍ଦୁମାନେ ବ୍ରହ୍ମସୂତ୍ର (ବେଦାନ୍ତ ଦର୍ଶନର ମୂଳ ଉତ୍ସ) ଚାହିଁଲେ, ତାହାର ରଚନା ଦାୟିତ୍ବ ବ୍ୟାସଦେବ ନେଇଥିଲେ, ଯିଏ ସବର୍ଣ୍ଣ ନୁହନ୍ତି। ସେହିପରି ହିନ୍ଦୁମାନେ ଏକ ମହାକାବ୍ୟ ରାମାୟଣ ଚାହିଁଲେ, ଯାହାର ଦାୟିତ୍ବ ବାଲ୍ମୀକି ନେଇଥିଲେ, ଯେ ହେଉଛନ୍ତି ଜଣେ ଅସ୍ପୃଶ୍ୟ। ସେମିତି ଭାରତୀୟମାନେ ସ୍ବାଧୀନ ଦେଶର ସମ୍ବିଧାନ ଚାହିଁଲେ ତ ତାହାର ଚିଠା ପ୍ରସ୍ତୁତ କମିଟିର ମୋତେ ଚେୟାରମ୍ୟାନ କଲେ’। ସମ୍ବିଧାନ ସଭାରେ ସମ୍ବିଧାନ ସମ୍ବନ୍ଧୀୟ ଆଲୋଚନା ବେଳେ ଏହା ଥିଲା ଆମ୍ବେଦକରଙ୍କର ଶେଷ ଅଭିବ୍ୟକ୍ତି।
ଏ-୧୨, ଭାଗୀରଥି ବିହାର, ଢେଙ୍କାନାଳ
ମୋ: ୯୪୩୮୫୪୭୮୯୫