ଭାରତୀୟ ବିଜ୍ଞାନର ସ୍ଥିତି, ଗତି ଓ ଭବିଷ୍ୟତ

ଅମୂଲ୍ୟ କୁମାର ପଣ୍ତା

କୋଭିଡ୍‌-୧୯ ମହାମାରୀ ଯୋଗୁଁ ଗତ ଜାନୁଆରି ୩ ରୁ ୭ ଯାଏଁ ଅନୁଷ୍ଠିତ ହେବାକୁ ଥିବା ଭାରତୀୟ ବିଜ୍ଞାନ କ˚ଗ୍ରେସ୍‌ର ୧୦୮ତମ ଅଧିବେଶନକୁ ସ୍ଥଗିତ କରି ଦିଆଯାଇଛି। ପ୍ରାୟ ୧୦,୦୦୦ ପ୍ରତିନିଧି ତଥା ଅ˚ଶଗ୍ରହଣକାରୀଙ୍କୁ ନେଇ ଏକ ଭର୍ଚୁଆଲ୍‌ ସମ୍ମିଳନୀର ଆୟୋଜନ ସମ୍ଭବ ନୁହେଁ ବୋଲି ଅନୁଭବ କରି ଏହି ଅଧିବେଶନକୁ ୨୦୨୨ ଜାନୁଆରିକୁ ଘୁଞ୍ଚାଇ ଦିଆଯାଇଛି। ଏହାର ମୁଖ୍ୟ ବିଷୟବସ୍ତୁ ରହିଛି, ‘ପୋଷଣୀୟ ବିକାଶ ପାଇଁ ବିଜ୍ଞାନ ଓ ଔଦ୍ୟୋଗିକୀ ଏବ˚ ନାରୀ ସଶକ୍ତୀକରଣ।’ ପରମ୍ପରା ଅନୁଯାୟୀ ଏହି ଅଧିବେଶନରେ ପ୍ରଧାନମନ୍ତ୍ରୀ ଯୋଗ ଦେବେ। ଏଠାରେ ସୂଚନା ଦିଆଯାଇପାରେ ଯେ ଏଗାର ବର୍ଷ ପୂର୍ବେ ଭାରତୀୟ ବିଜ୍ଞାନ କ˚ଗ୍ରେସ୍‌ର ୯୭ତମ ଅଧିବେଶନ (୨୦୧୦)ର ଉଦ୍‌ଘାଟନୀ ଉତ୍ସବରେ ତଦାନୀନ୍ତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସି˚ହ ଯୋଗ ଦେଇ ଭାରତୀୟ ବିଜ୍ଞାନକୁ ଅମଲାତନ୍ତ୍ରର ପ୍ରଭାବ ଓ ପ୍ରିୟାପ୍ରୀତି ତୋଷଣରୁ ମୁକ୍ତ କରିବାକୁ ଆହ୍ବାନ ଦେଇଥିଲେ। ଏହାର ଏଗାର ବର୍ଷ ପୂର୍ବରୁ ୧୯୯୯ ମସିହାରେ ଲବ୍‌ଧପ୍ରତିଷ୍ଠ ବିଜ୍ଞାନ ପତ୍ରିକା ‘Science’ରେ ଡକ୍ଟର ସି.ଏନ୍‌.ଆର‌୍‌. ରାଓଙ୍କ ‘ଭବିଷ୍ୟତ୍‌ର ଭାରତରେ ବିଜ୍ଞାନ’ ଶୀର୍ଷକ ନିବନ୍ଧ ପ୍ରକାଶ ପାଇଥିଲା। ଏଥିରେ ଭାରତରତ୍ନ ଓ ଶାନ୍ତି ସ୍ବରୂପ ଭଟ୍ଟନାଗର ପୁରସ୍କାର ସମେତ ବହୁ ସମ୍ମାନ ଓ ପଦକରେ ଭୂଷିତ ଏହି ସ୍ବନାମଧନ୍ୟ ବିଜ୍ଞାନୀ ଭାରତୀୟ ବିଜ୍ଞାନର ବିିଭିନ୍ନ ଦିଗ ଉପରେ ଆଲୋଚନା କରି ଏଥିସହ ସ˚ଶ୍ଳିଷ୍ଟ ସମସ୍ୟା ଓ ଆହ୍ବାନ ଉପରେ ଗୁରୁତ୍ବାରୋପ କରିଥିଲେ। ତାଙ୍କ ମତରେ ଦେଶ ପାଇଁ ଦୁଇଟି ମୁଖ୍ୟ ସମସ୍ୟା ହେଲା ବର୍ଦ୍ଧିଷ୍ଣୁ ଜନସ˚ଖ୍ୟାର ଖାଦ୍ୟ ଓ ଅନ୍ୟ ଚାହିଦା ମେଣ୍ଟାଇବା ପାଇଁ ପ୍ରୟାସ କରିବା ଏବ˚ ଅଗ୍ରଣୀ ଦେଶମାନଙ୍କର ସମକକ୍ଷ ହେବା ଲକ୍ଷ୍ୟରେ ସେମାନଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରିବା। କିନ୍ତୁ ଅଧିକା˚ଶ ଶିକ୍ଷାନୁଷ୍ଠାନ ବିଶେଷତଃ ବିଶ୍ବବିଦ୍ୟାଳୟଗୁଡ଼ିକର ଶୋଚନୀୟ ଭିତ୍ତିଭୂମି ଯୋଗୁଁ ଶିକ୍ଷା ଓ ଗବେଷଣା ପାଇଁ ପର୍ଯ୍ୟାପ୍ତ ସୁବିଧାସୁଯୋଗ ଉପଲବ୍‌ଧ ହେଉନାହିଁ, ଯଦ୍ଦ୍ବାରା ସମୃଦ୍ଧ ଦେଶ ଓ ଭାରତ ଭିତରେ ବ୍ୟବଧାନ ବଢ଼ିଚାଲିଛି ବୋଲି ସେ କ୍ଷୋଭ ପ୍ରକାଶ କରିଥିଲେ। ଏ’ ସବୁଥିରୁ ସ୍ପଷ୍ଟ ହେଉଛି ଯେ ଭାରତୀୟ ବିଜ୍ଞାନର ସ୍ଥିତି ଉତ୍ସାହଜନକ ନୁହେଁ।

ଏଥି ପାଇଁ ବହୁ କାରଣ ଦାୟୀ। ପ୍ରଥମତଃ ଆମ ତରୁଣ ଛାତ୍ରଛାତ୍ରୀଙ୍କ ଠାରେ ବିଜ୍ଞାନ ପ୍ରତି ଆଗ୍ରହର ଅଭାବ ଦେଖାଯାଉଛି। ଖୁବ୍‌ କମ୍‌ ସ˚ଖ୍ୟକ ମେଧାବୀ ବିଦ୍ୟାର୍ଥୀ ବିଜ୍ଞାନରେ ଉଚ୍ଚତର ଶିକ୍ଷା ପ୍ରତି ଆକର୍ଷିତ ହେଉଛନ୍ତି। ଫଳରେ ବିଜ୍ଞାନ, ବିଶେଷତଃ ମୌଳିକ ବିଜ୍ଞାନ କ୍ଷେତ୍ରରେ ପ୍ରତିଭାସମ୍ପନ୍ନ ଛାତ୍ରଛାତ୍ରୀଙ୍କ ସ˚ଖ୍ୟା କମିଯାଉଛି। ଏଣେ ପିତାମାତା ତଥା ଅଭିଭାବକମାନେ ପିଲାଏ କିପରି ଦ୍ବାଦଶ ଶ୍ରେଣୀ ପରେ ପରେ ହିଁ ପ୍ରଯୁକ୍ତି ବିଦ୍ୟା ବା ଔଦ୍ୟୋଗିକୀଭିତ୍ତିକ ଶିକ୍ଷାଲାଭ କରିବେ ଓ ଡାକ୍ତରୀ ବା ଇଞ୍ଜିନିୟରି˚ ପରି ଡିଗ୍ରୀ ହାସଲ କରିବେ, ସେଥିରେ ଅହେତୁକ ଆଗ୍ରହ ପ୍ରକାଶ କରୁଛନ୍ତି। ତଦନୁଯାୟୀ ପିଲାଟି ଦିନୁ ସେମାନଙ୍କୁ ଏ ଦିଗରେ ମାନସିକ ସ୍ତରରେ ପ୍ରସ୍ତୁତ କରୁଛନ୍ତି। ଫଳରେ ବଛା ବଛା ପିଲା ଏହିଭଳି ବୃତ୍ତିକୁ ଜୀବନର ଚରମ ଲକ୍ଷ୍ୟ ବୋଲି ମନେ କରୁଛନ୍ତି। ଅପରପକ୍ଷରେ ଅପେକ୍ଷାକୃତ ନିମ୍ନମାନର ବିଦ୍ୟାର୍ଥୀ ମୌଳିକ ବିଜ୍ଞାନ କ୍ଷେତ୍ରରେ ପ୍ରବେଶ କରୁଛନ୍ତି। ତେଣୁ ସ୍ବାଭାବିକ ଭାବେ ଏ କ୍ଷେତ୍ରରେ ଶିକ୍ଷା ଓ ଗବେଷଣାର ମାନ ହ୍ରାସ ପାଉଛି। କହିବା ବାହୁଲ୍ୟ ଯେ ମୌଳିକ ବିଜ୍ଞାନରେ ପର୍ଯ୍ୟାପ୍ତ ତଥା ଉଚ୍ଚ ମାନର ଗବେଷଣା ନ ହେଲେ ଏଥିରେ ଓ ଔଦ୍ୟୋଗିକୀ କ୍ଷେତ୍ରରେ ଅଗ୍ରଗତି ସମ୍ଭବ ନୁହେଁ। ଦ୍ବିତୀୟତଃ ଆମ ଦେଶରେ ବିଜ୍ଞାନ ଶିକ୍ଷା ତଥା ଗବେଷଣା ପ୍ରତି ଏବ˚ ବିଜ୍ଞାନୀଙ୍କ ପ୍ରତି ଆଦର୍ଶ ପ୍ରଶାସନିକ ମନୋଭାବ ରହିବା ତ ଦୂରର କଥା ସର୍ବନିମ୍ନ ସରକାରୀ ପ୍ରୋତ୍ସାହନ ମିଳିବା ମଧୢ ସମ୍ଭବପର ହେଉନାହିଁ। ତା’ଛଡ଼ା ଅଯଥା ରାଜନୈତିକ ହସ୍ତକ୍ଷେପ, ପାତରଅନ୍ତର ନୀତି, ଅସୂୟା ଓ କାଳକ୍ଷେପଣ ଭଳି ସମସ୍ୟା ଅବସ୍ଥାକୁ ଆହୁରି ଖରାପ କରୁଛି। ପରିଣାମସ୍ବରୂପ ଆମ ଯୁବ ପିଢ଼ି ବିଜ୍ଞାନ ପ୍ରତି ବିମୁଖ ହେଉଛନ୍ତି, ସେମାନଙ୍କର ସର୍ଜନାତ୍ମକ ବିଭାବ ବାଧାପ୍ରାପ୍ତ ହେଉଛି ଏବ˚ ସେମାନଙ୍କର ନବୋନ୍ମେଷ ସାମର୍ଥ୍ୟର ପ୍ରସ୍ଫୁଟନ ସମ୍ଭବ ହେଉନାହିଁ।

ବିଜ୍ଞାନର ଗୁରୁତ୍ବକୁ ଦୃଷ୍ଟିରେ ରଖି ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜଵାହରଲାଲ ନେହରୁ କହିଥିଲେ, ‘କ୍ଷୁଧା, ଦାରିଦ୍ର୍ୟ, ନିରକ୍ଷରତା, ଅନ୍ଧବିଶ୍ବାସ, ସ˚ପଦ ଅପଚୟ ପରି ଆମ ଦେଶର ବିଭିନ୍ନ ଗୁରୁଗମ୍ଭୀର ସମସ୍ୟାର ସମାଧାନ ପାଇଁ ବିଜ୍ଞାନ ହିଁ ଏକମାତ୍ର ମାର୍ଗ ଏବ˚ ଆଗାମୀ ଯୁଗ ବିଜ୍ଞାନର ଯୁଗ, ବିଜ୍ଞାନ ସହ ସୁସମ୍ପର୍କ ରଖୁଥିବା ବ୍ୟକ୍ତିମାନଙ୍କ ଯୁଗ।’ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଶାସ୍ତ୍ରୀଜୀଙ୍କ ଅମର ସ୍ଲୋଗାନ୍‌ ‘ଜୟ ଜୱାନ, ଜୟ କିଷାନ’ ସହିତ ‘ଜୟ ବିଜ୍ଞାନ’ ଯୋଡ଼ିଥିଲେ ଏବ˚ ବିଜ୍ଞାନର ଉନ୍ନତି ପାଇଁ ଦୂରସ˚ଚାର, ଆଣବିକ ଶକ୍ତିର ଭୂତଳ ପରୀକ୍ଷଣ, ମହାକାଶ ବିଜ୍ଞାନ ପରି ବିବିଧ କ୍ଷେତ୍ରରେ ବହୁ ପଦକ୍ଷେପ ନେଇଥିଲେ। ଦେଶର ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମତରେ ଆମର ସାମାଜିକ-ଅାର୍ଥନୀତିକ ପରିବର୍ତ୍ତନର ମୂଳରେ ରହିଛି ବିଜ୍ଞାନ। ତେଣୁ ସେ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବ˚ ନବପ୍ରବର୍ତ୍ତନ ଉପରେ ଯଥେଷ୍ଟ ଗୁରୁତ୍ବ ଦେଉଛନ୍ତି। ସାମାନ୍ୟ ଆଶ୍ବାସନାର ବିଷୟ ଯେ ଗତ କିଛି ବର୍ଷ ଧରି ବିଜ୍ଞାନର ସ୍ଥିତିରେ କିଛିଟା ବାଞ୍ଛିତ ପରିବର୍ତ୍ତନ ହେଉଛି; ଅର୍ଥାଭାବ ବିଜ୍ଞାନ ଶିକ୍ଷା ଓ ଗବେଷଣାରେ ଆଉ ବିରାଟ ପ୍ରତିବନ୍ଧ ହୋଇ ରହୁନାହିଁ। ଏହା ସ୍ବାଗତଯୋଗ୍ୟ।

ଏହି ପୃଷ୍ଠଭୂମିରେ ୧୯୮୭ ମସିହା ଠାରୁ ପ୍ରତିବର୍ଷ ଫେବ୍ରୁଆରି ୨୮ରେ ପାଳନ କରାଯାଉଥିବା ଜାତୀୟ ବିଜ୍ଞାନ ଦିବସ ଉପରେ ସାମାନ୍ୟ ଆଲୋଚନା ପ୍ରାସଙ୍ଗିକ ହେବ। ସୂଚନାଯୋଗ୍ୟ ଯେ ୧୯୨୮ ମସିହା ଫେବ୍ରୁଆରି ୨୮ ତାରିଖରେ ସାର‌୍‌ ଚନ୍ଦ୍ରଶେଖର ଭେଙ୍କଟରମଣ ‘ଆଲୋକର ବିଚ୍ଛୁରଣ’ ସ˚ପର୍କିତ ତାଙ୍କ ସନ୍ଦର୍ଭ ପ୍ରଥମେ ଉପସ୍ଥାପନ କରିଥିଲେ। ଏହି ଐତିହାସିକ ଦିନର ମହତ୍ତ୍ବ ଦୃଷ୍ଟିରୁ ୨୮ ଫେବ୍ରୁଆରିକୁ ଜାତୀୟ ବିଜ୍ଞାନ ଦିବସ ଭାବେ ପାଳନ କରାଯାଉଛି।। ‘ରମଣ ପ୍ରଭାବ’ ଭାବେ ବେଶ୍‌ ଜଣାଶୁଣା ତାଙ୍କର ଏହି ଅବଦାନ ପାଇଁ ସେ ୧୯୩୦ ମସିହାର ପଦାର୍ଥବିଜ୍ଞାନ ନୋବେଲ୍‌ ପୁରସ୍କାରରେ ସମ୍ମାନିତ ହୋଇଥିଲେ। ପ୍ରକାଶଥାଉ କି ସାର‌୍‌ ସି.ଭି.ରମଣ ହେଉଛନ୍ତି ଏକମାତ୍ର ଭାରତୀୟ ବୈଜ୍ଞାନିକ ଯିଏ କି ନିଜ ଦେଶରେ ହିଁ ଗବେଷଣା କରି ନୋବେଲ୍‌ ପୁରସ୍କାର ପାଇଛନ୍ତି। ତା’ଛଡ଼ା ଏହି ଗବେଷଣା ପାଇଁ ସେ ଯେଉଁ ସବୁ ଉପକରଣ ବ୍ୟବହାର କରିଥିଲେ ତା’ର ମୂଲ୍ୟ ସେତେବେଳେ ଥିଲା ମାତ୍ର ପ୍ରାୟ ୩୦୦ ଟଙ୍କା।

ବିଜ୍ଞାନ ଦିବସ ପାଳନର ପ୍ରମୁଖ ଲକ୍ଷ୍ୟ ଭିତରେ ରହିଛି ଆମ ଦୈନନ୍ଦିନ ଜୀବନରେ ବିଜ୍ଞାନର ମହତ୍ତ୍ବପୂର୍ଣ୍ଣ ଭୂମିକା ବିଷୟରେ ସମାଜକୁ ବାର୍ତ୍ତା ଦେବା ଏବ˚ ସାମଗ୍ରିକ ଭାବେ ମାନବ ଜାତିର ମଙ୍ଗଳ ପାଇଁ ଉଦ୍ଦିଷ୍ଟ ବିଜ୍ଞାନ ଓ ଔଦ୍ୟୋଗିକୀଭିତ୍ତିକ କାର୍ଯ୍ୟକ୍ରମ ତଥା ସଫଳତାଗୁଡ଼ିକୁ ସର୍ବସାଧାରଣଙ୍କ ସମ୍ମୁଖରେ ପ୍ରଦର୍ଶନ କରିବା। ତା’ଛଡ଼ା ଲୋକଙ୍କ ଠାରେ ଏକ ବୈଜ୍ଞାନିକ ମନୋଭାବ ଜାଗ୍ରତ କରିବା ଏବ˚ ଜିଜ୍ଞାସୁ ଛାତ୍ରଛାତ୍ରୀମାନଙ୍କୁ ନୂତନତ୍ବର ସନ୍ଧାନ ତଥା ନବୋନ୍ମେଷ ପଥରେ ଅଗ୍ରସର ହେବା ପାଇଁ ପ୍ରେରଣା ଓ ପ୍ରୋତ୍ସାହନ ଦେବା। ଏ ବର୍ଷର ମୁଖ୍ୟ ବିଷୟବସ୍ତୁ ହେଉଛି, ‘ବିଜ୍ଞାନ, ଔଦ୍ୟୋଗିକୀ ଓ ନବପ୍ରବର୍ତ୍ତନର ଭବିଷ୍ୟତ୍‌: ଶିକ୍ଷା, କଳାକୌଶଳ ଓ କାର୍ଯ୍ୟ ଉପରେ ଏହାର ପ୍ରଭାବ’। ଗୌରବର ବିଷୟ, ପ୍ରାଚୀନ ଭାରତରେ ବିଜ୍ଞାନ ବେଶ୍‌ ଋଦ୍ଧିମନ୍ତ ଥିଲା। ଗଣିତଶାସ୍ତ୍ର, ମୌଳିକ ବିଜ୍ଞାନ, ଶିଳ୍ପଭିତ୍ତିକ ରସାୟନ ଶାସ୍ତ୍ର, ଭେଷଜ ବିଜ୍ଞାନ ଆଦି କ୍ଷେତ୍ରରେ ଆମ ଦେଶ ଶୀର୍ଷରେ ଥିଲା। ଆମ ଦେଶରେ ପ୍ରତିଭାର ଅଭାବ ନାହିଁ, କିନ୍ତୁ ପ୍ରତିଭାର ପ୍ରସ୍ଫୁଟନ ପାଇଁ ଯେଉଁ ମନୋଭାବ ଓ ପରିବେଶ ଆବଶ୍ୟକ ତା’ର ଘୋର ଅଭାବ ରହୁଛି। ଫଳରେ ବିଜ୍ଞାନର ସ୍ଥିତି ଦୁର୍ବଳ ହେଉଛି; ଆମେ ଗତିଶୀଳ ହୋଇପାରୁନାହୁଁ।

ଏହି ପରିପ୍ରେକ୍ଷୀରେ ଜାନୁଆରି ମାସରେ କେନ୍ଦ୍ର ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ତରଫରୁ ପ୍ରସ୍ତୁତ ଚିଠା ପଞ୍ଚମ ଜାତୀୟ ବିଜ୍ଞାନ, ଔଦ୍ୟୋଗିକୀ ଓ ନବପ୍ରବର୍ତ୍ତନ ନୀତି, ୨୦୨୦ ଉପରେ ସାମାନ୍ୟ ଆଲୋଚନା କରାଯାଇପାରେ। ଏହି ନୀତିର ଲକ୍ଷ୍ୟ ହେଉଛି ଏସବୁ କ୍ଷେତ୍ରରେ ସମୁଚିତ ଯୋଜନା, ତଥ୍ୟ ପ୍ରଦାନ ଓ ମୂଲ୍ୟାୟନ ପୂର୍ବକ ଗବେଷଣାର ପଥ ପ୍ରସ୍ତୁତ କରିବା। ପ୍ରତିଭା ସମ୍ପନ୍ନ ଛାତ୍ରଛାତ୍ରୀ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତି ଆକର୍ଷିତ ହେଲେ ଏହା ସହଜ ହେବ।

ଏ ପରିପ୍ରେକ୍ଷୀରେ ‘ଆତ୍ମନିର୍ଭର ଭାରତ’ ପ୍ରସଙ୍ଗରେ ଗୋଟିଏ କଥା ସ୍ପଷ୍ଟ ଯେ ଏଥିପାଇଁ ଆମର ପାରମ୍ପରିକ ଜ୍ଞାନଭଣ୍ତାର ଓ ଦେଶୀ ତଥା ସ୍ଥାନୀୟ ଜ୍ଞାନକୌଶଳର ବିକାଶ ଏବ˚ ତୃଣମୂଳସ୍ତରୀୟ ନବୋନ୍ମେଷକୁ ଗୁରୁତ୍ବ ଦେବାକୁ ପଡ଼ିବ। ଏହା ଏକ ନୂଆ ପ୍ରକାରର ଆହ୍ବାନ ହୋଇଥିଲେ ମଧୢ ଏଥି ଲାଗି ଅନେକ ସୁଯୋଗ ରହିଛି। ଉଭୟ ବ୍ୟକ୍ତି ଏବ˚ ପ୍ରତିଷ୍ଠାନ ସ୍ତରରେ ଏହାର ରୂପାୟନ କରାଯିବା ଆବଶ୍ୟକ। ପ୍ରକାଶ ଥାଉ କି ପୂର୍ବରୁ ଆମ ଦେଶରେ ପ୍ରଥମ ବିଜ୍ଞାନ ନୀତି, ‘ସାଇଣ୍ଟିଫିକ୍‌ ପଲିସି ରିଜୋଲ୍ୟୁସନ’ ୧୯୫୮ରେ ପ୍ରଣୟନ କରାଯାଇଥିଲା। ତା’ପରେ ‘ଟେକ୍‌ନୋଲୋଜି ପଲିସି ଷ୍ଟେଟ୍‌ମେଣ୍ଟ’ (୧୯୮୩), ‘ସାଇନ୍‌ସ ଆଣ୍ତ ଟେକ୍‌ନୋଲୋଜି ପଲିସି’ (୨୦୦୩) ଏବ˚ ‘ସାଇନ୍‌ସ ଟେକ୍‌ନୋଲୋଜି ଆଣ୍ତ ଇନୋଭେସନ ପଲିସି’ (୨୦୧୩) ପ୍ରଣୀତ ହୋଇଥିଲା। ଏବର ପଞ୍ଚମ ଚିଠା ନୀତି ପ୍ରସ୍ତୁତି ପାଇଁ ବିଭିନ୍ନ ଅଞ୍ଚଳ ଓ ବୟସ ଗୋଷ୍ଠୀର ଅ˚ଶୀଦାରମାନଙ୍କ (ଉଭୟ ନାରୀ ଓ ପୁରୁଷ) ସହ ବ୍ୟାପକ ଆଲୋଚନା କରାଯାଇଛି। ଏଥିପାଇଁ ସେମାନଙ୍କର ଅାର୍ଥନୀତିକ ସ୍ଥିତି ଓ ଶିକ୍ଷାଗତ ଯୋଗ୍ୟତା ମଧୢ ବିଚାରକୁ ନିଆଯାଇଛି। ଏହି ଚିଠା ନୀତି ସମ୍ପ୍ରତି ବିଶାରଦ ତଥା ସଚେତନ ନାଗରିକଙ୍କ ମତାମତ ପାଇଁ ଉନ୍ମୁକ୍ତ ରହିଛି। ଆଶା କରାଯାଏ ଠିକ୍‌ ସମୟରେ ଚିଠା ନୀତିଟି ଏକ ନିର୍ଦ୍ଦିଷ୍ଟ ରୂପ ନେବ।

ପ୍ରଖ୍ୟାତ ବିଜ୍ଞାନୀ ଆର‌୍‌.ଏ. ମାଶେଲ୍‌କରଙ୍କ ମତରେ ‘ଭାରତ ଏବେ ଏପରି ବିଜ୍ଞାନ ଚାହୁଁଛି ଯାହା ସମସ୍ୟା ସମାଧାନ କରିପାରିବ, ଏମିତି ପ୍ରଯୁକ୍ତି ବିଦ୍ୟା ଚାହୁଁଛି ଯାହା ପରିବର୍ତ୍ତନ ଆଣିପାରିବ ଏବ˚ ଏମିତି ନବପ୍ରବର୍ତ୍ତନ ଚାହୁଁଛି ଯାହା ପ୍ରଭାବଶାଳୀ ହୋଇପାରିବ।’ ସୂଚନାଯୋଗ୍ୟ ଯେ କୋଭିଡ୍‌-୧୯ ମହାମାରୀ ଆମକୁ ବିଜ୍ଞାନର ସୁରକ୍ଷା ପ୍ରଦାୟୀ ଭୂମିକା ଉପରେ ଯଥେଷ୍ଟ ସଚେତନ କରିପାରିଛି। ବିଜ୍ଞାନକୁ ଗତିଶୀଳ ଓ ଫଳପ୍ରସୂ କରିବାକୁ ହେଲେ ଏହି କ୍ଷେତ୍ର ପାଇଁ ବ୍ୟୟ ଅଟକଳ ଜିଡିପିର ଶତକଡ଼ା ୦.୭ ଭାଗ ପରିବର୍ତ୍ତେ ଏହି ଦଶନ୍ଧିରେ ହିଁ ଶତକଡ଼ା ୨.୦ ଭାଗକୁ ବଢ଼ାଇବାକୁ ପଡ଼ିବ। ଭାରତୀୟ ବିଜ୍ଞାନର ପ୍ରଚୁର ସାମର୍ଥ୍ୟ ରହିଛି ଏବ˚ ସାମର୍ଥ୍ୟର ବିକାଶ ପାଇଁ ଅନେକ ପ୍ରକଳ୍ପ ହାତକୁ ନିଆଯାଇଛି। ‘ମେକ୍‌ ଇନ୍‌ ଇଣ୍ତିଆ’, ‘ଷ୍ଟାର୍ଟଅପ୍‌ ଇଣ୍ତିିଆ’, ‘ଡିଜିଟାଲ ଇଣ୍ତିଆ’, ‘ସ୍ବଚ୍ଛ ଓ ସୁସ୍ଥ ଭାରତ’ ଆଦି ଏହାର କିଛି ଉଦାହରଣ। ଉପଲବ୍‌ଧ ସୁଯୋଗର ସମୁଚିତ ବିନିଯୋଗ, ଉପସ୍ଥିତ ସମସ୍ୟାର ସଫଳ ମୁକାବିଲା ଏବ˚ ଆହ୍ବାନକୁ ଗ୍ରହଣ କରିବାର ସୁସ୍ଥ ମାନସିକତା ବଳରେ ବିଜ୍ଞାନରେ ଅଗ୍ରଗତି ଯେ ସମ୍ଭବ ତାହା କହିବା ଅନାବଶ୍ୟକ।

(ଜାତୀୟ ବିଜ୍ଞାନ ଦିବସ ଅବ୍ୟବହିତ ପୂର୍ବରୁ)

ମୋ: ୮୨୮୦୨୩୯୯୫୭
[email protected]

ସମ୍ବନ୍ଧିତ ଖବର