ଓଡ଼ିଶାରେ ବିବାହ ଋତୁ

ବିକଳ୍ପ ବିଶ୍ବ - ଭଗବାନପ୍ରକାଶ

ରାତି ବାରଟା। ବାଣ, ବାଜା, ରୋଷଣି ଶବ୍‌ଦରେ ହଠାତ୍‌ ନିଦ ଭାଙ୍ଗିଗଲା। ଓଡ଼ିଶାରେ ବିବାହ ଋତୁର ଶେଷ ପର୍ଯ୍ୟାୟ। ହାଟ, ବଜାର, ମଲ୍‌, ଅଳଙ୍କାର ଦୋକାନରେ ମହିଳାଙ୍କ ଭିଡ଼। ପଛରେ ଚାଲିଛନ୍ତି ଅନୁଗତ ସ୍ବାମୀମାନେ। କାଖରେ ପିଲା ହାତରେ ଉପହାର ସାମଗ୍ରୀ। ଭାରତରେ ବିବାହ ବଜାର ଏକ ଲାଭଜନକ ଶିଳ୍ପ। ୨୦୧୭ କେପିଏମ୍‌ଜି ଅଧୢୟନ ଅନୁସାରେ ଭାରତରେ ପ୍ରତିବର୍ଷ ବିବାହ ଶିଳ୍ପର ପରିମାଣ ହେଲା ପ୍ରାୟ ୫୦ ହଜାର ବିଲିଅନ୍‌ ବା ଚାରିଲକ୍ଷ କୋଟି ଟଙ୍କା। ବାଟହସ, ମଙ୍ଗଳକୃତ୍ୟ, ବିବାହ ଉତ୍ସବ, ରିସେପ୍‌ସନ, ଚତୁର୍ଥୀକୁ ମିଶାଇ ଦୀର୍ଘ ଚାରିଦିନ ଓ ପ୍ରତିଦିନ ୧୦ରୁ ୧୫ ଘଣ୍ଟା ବ୍ୟାପି ଉତ୍ସବ ଲାଗି ରହିଥାଏ। ଏବେ ଓଡ଼ିଆ ବିବାହରେ ଉତ୍ତର-ପଶ୍ଚିମ ଭାରତରୁ ଆନୀତ ମେହେନ୍ଦୀ ଓ ନାଚଗୀତ ପ୍ରବେଶ କଲେଣି। ପ୍ରଥମେ ପାଲିଙ୍କି ଓ ତା’ପରେ ଜିପ୍‌, କାର‌୍‌, ମଟରକୁ ଧଳାଘୋଡ଼ାମାନେ କ୍ରମେ ହଟାଇଲେଣି। କନ୍ୟା ଓ ବରପକ୍ଷ ଉଭୟେ ଓଡ଼ିଆ କିନ୍ତୁ ନିମନ୍ତ୍ରଣ ପତ୍ର ଛପା ହେଉଛି ଇ˚ରେଜୀ ଭାଷାରେ। ଭୋଜିରେ ଆଉ ଓଡ଼ିଆ ରାନ୍ଧଣାର ସ୍ବାଦ ମିଳୁନାହିଁ। ଗାନା, ବାଜଣା ପ୍ରାୟ ପଞ୍ଜାବୀ ଓ ବଲିଉଡ୍‌ ଷ୍ଟାଇଲ୍‌ରେ। ମଧୢବିତ୍ତ ଓ ନିମ୍ନ ମଧୢବିତ୍ତ କନ୍ୟାପକ୍ଷଙ୍କର ଏଥିପାଇଁ ଖର୍ଚ୍ଚ ଦଶରୁ ପଚାଶ ଲକ୍ଷ ଓ ବେଳେ ବେଳେ ସତୁରିରୁ ଅଶୀ ଲକ୍ଷ ଟପିଯାଏ। ଏଥିପାଇଁ ଅନେକ ପିତାମାତା କନ୍ୟା ଜନ୍ମ ହେଲା ପରଠାରୁ ସ˚ଚୟ ଆରମ୍ଭ କରିଥାନ୍ତି। ଧନପତିମାନେ ତାଙ୍କ ପିଲାଙ୍କ ପାଇଁ ଯେଉଁ ‘‘ଫ୍ୟାଟ୍‌ ମ୍ୟାରେଜ’’ ବା ମୋଟା ଶାଦୀ କରନ୍ତି ସେଥିରେ ଶହେ କୋଟିରୁ ଅଧିକ ଖର୍ଚ୍ଚ ହେଇଥାଏ। ମେଡିଆ ରିପୋର୍ଟ ଅନୁସାରେ ଈଶା ଅମ୍ବାନିଙ୍କର ଆନନ୍ଦ ପିରାମଲ୍‌ଙ୍କ ସହ ବିବାହରେ ଖର୍ଚ୍ଚ ହୋଇଥିଲା ୭୦୦ କୋଟି। ସାହାରା ମାଲିକ ଶିଳ୍ପପତି ସୁବ୍ରତ ରାୟ ପୁଅ ବାହାଘରରେ ଖର୍ଚ୍ଚ କରିଥିଲେ ୨୨୫ କୋଟି। ବିଦେଶୀ ପର୍ଯ୍ୟଟକମାନେ ଦଶରୁ କୋଡ଼ିଏ ହଜାର ଟଙ୍କାର ଟିକଟ କାଟି ଭାରତୀୟ ବିବାହ ଦେଖିବାକୁ ଆସନ୍ତି।

ୟେ ହେଲା ଭାରତର ବିବାହ ଅର୍ଥନୀତି। ସମାଜ ଶାସ୍ତ୍ରୀମାନେ କହନ୍ତି ବଣ ଜଙ୍ଗଲରେ ବୁଲି ଫଳମୂଳ ସ˚ଗ୍ରହ କରି ଚଳୁଥିବା ମୁକ୍ତ ଆଦିମାନବର ଭୟ ଓ ବିଶ୍ବାସରୁ ସୃଷ୍ଟି ହେଲେ ଈଶ୍ବର ଓ ମନ୍ଦିର ଏବ˚ କୃଷି କର୍ମ ପାଇଁ ଏକତ୍ର ରହି ଶୃଙ୍ଖଳିତ ଯୌନ ଜୀବନ ଯାପନ ବିଚାରରୁ ସୃଷ୍ଟି ହେଲା ବିବାହ, ଅନୁଷ୍ଠାନ, ବନ୍ଧନ, ପ୍ରଥା ଓ ପଦ୍ଧତି। ମଣିଷର ପ୍ରକୃତି, ପ୍ରବୃତ୍ତି, ପ୍ରଜନନ ଓ ପ୍ରଗତି ମଧୢରେ ଏକ ଅପୂର୍ବ ସମନ୍ବୟ। ଏହି ବିବାହ ଅନୁଷ୍ଠାନର ସୁରକ୍ଷା ପାଇଁ ଋଷିମାନେ ରଚନା କଲେ ଅନେକ ମନ୍ତ୍ର, ଶପଥ ଓ ପ୍ରାର୍ଥନା। ବିବାହିତମାନେ ଅବିବାହିତଙ୍କ ଠାରୁ ଅଧିକ ବର୍ଷ ବଞ୍ଚିଲେ। ଏହା ପରେ ଦେବତାମାନଙ୍କୁ ମଧୢ ସ˚ସାରୀ ଭାବରେ ଚିତ୍ରଣ କରାଗଲା। ପରିବାରରୁ ସୃଷ୍ଟି ହେଲା ସମାଜ। ଏହାକୁ ରକ୍ଷା କରିବା ପାଇଁ ମହିଳାମାନେ ଅସୀମ ତ୍ୟାଗ କଲେ ଏବ˚ ଏହି ପ୍ରକ୍ରିୟାରେ ସେମାନଙ୍କୁ ମିଳିଥିଲା ସ୍ବୟ˚ ବରଣର ଅଧିକାର। ବେଦି ଉପରେ ସର୍ବ ସମକ୍ଷରେ ସପ୍ତପଦୀ ମନ୍ତ୍ର ଉଚ୍ଚାରଣ କରି, କନ୍ୟା ବରାନୁଗମନ ନ କରି ବର କନ୍ୟାନୁଗମନ କଲେ। ଏବ˚ ପ୍ରାର୍ଥନା କରି ଈଶ୍ବରଙ୍କୁ ମାଗିଲେ- ହେ ପ୍ରଭୁ, ‘‘ପତ୍ନୀ ମନୋରମା˚ ଦେହି ମନୋବୃତ୍ତ୍ୟନୁସାରିଣୀ’’। – ମତେ ମୋର ମନୋବୃତ୍ତି, ବିଚାର, ଆଚାର ସହିତ ମେଳ ଖାଉଥିବା ଭାର୍ଯ୍ୟାଟିଏ ମିଳୁ। କନ୍ୟା ଦେବୀ ଦୁର୍ଗାଙ୍କୁୁ ପ୍ରାର୍ଥନା କରି କହନ୍ତି- ‘‘ଦେବୀ ଦୁର୍ଗେ ଜଗଦ୍ଧାତ୍ରୀ, ପତି ମେ ବଶମାନୟ’’- ହେ ଦେବୀ, ମତେ ଆଶୀର୍ବାଦ କର ଯେପରି ମୋ ପତି ମୋ ବଶରେ ରହିବେ, ମୋ କଥା ମାନିବେ, ଶୁଣିବେ। ଲବଣ ଚାମରୀ ବେଳେ କନ୍ୟା ପୁଣି ପ୍ରାର୍ଥନା କରି କହିବେ- ମୋ ପତି ଶତାୟୁ ହୁଅନ୍ତୁ। ଶୁଭଗା ମା˚ ସଦା କୁରୁ। ମୁଁ ସଦାବେଳେ ସଧବା ରହେ। ଆମକୁ ବୀର ସନ୍ତାନ ମିଳୁ। ସେମିତି କନ୍ୟାଦାନ ବେଳେ ପିତାମାତା କହନ୍ତି- ଆଜି ଆମେ ଆମର କନକ ସ˚ପନ୍ନା, ଦେବୀ ତୁଲ୍ୟା କନ୍ୟାକୁ ବିଷ୍ଣୁତୁଲ୍ୟ ବରଙ୍କୁ ପ୍ରଦାନ କରୁଛୁ। ଏଥିରେ ଅଗ୍ନି ଓ ସର୍ବଦେବତା, ତଥା ଗୁରୁ ଓ ଗୁରୁଜନ ସାକ୍ଷୀ ରହିଲେ। ଯେ ପର୍ଯ୍ୟନ୍ତ ସୂର୍ଯ୍ୟ ଚନ୍ଦ୍ର ଅଛନ୍ତି ଓ ଧର୍ମତ୍ରୟ- କୂଳଧର୍ମ, ଜାତିଧର୍ମ, ସମାଜଧର୍ମ- ଅଛନ୍ତି, ଏହି ପବିତ୍ର ସ˚ପର୍କ ସେ ପର୍ଯ୍ୟନ୍ତ ସ୍ଥାୟୀ ରହିବ।

ଏ ବର୍ଷ ଭୁବନେଶ୍ବରରେ ପ୍ରାୟ ୮୦୦ ବାହାଘର ହେଲା। ସେଥିରୁ ଗୋଟିଏ ବାହାଘରରେ ବେଦୀ ନିକଟରେ ପ୍ରାୟ ଆଠଘଣ୍ଟା ବସି ବିବାହ ପଦ୍ଧତି ଓ ପ୍ରକ୍ରିୟାକୁ ନିରୀକ୍ଷଣର ସୁଯୋଗ ମିଳିଥିଲା। ପୂର୍ବରୁ ଏଥିପାଇଁ ଆବଶ୍ୟକ ଷାଠିଏ ସାମଗ୍ରୀର ଏକ ଲମ୍ବା ତାଲିକା ଦେଇଥିଲେ ପୁରୋହିତ। ଏକ ନମ୍ବରରେ ଶ୍ରୀଜଗନ୍ନାଥଙ୍କ ଫଟୋ। ତା’ପରେ ମହାପ୍ରସାଦ। ଓଡ଼ିଆଙ୍କ ବାହାଘର ପରମ୍ପରାରେ ପ୍ରଥମେ ଶ୍ରୀଜଗନ୍ନାଥଙ୍କୁ ନିମନ୍ତ୍ରଣ କଲା ପରେ ବନ୍ଧୁବାନ୍ଧବଙ୍କୁ ଗୁଆ ନିମନ୍ତ୍ରଣ ପତ୍ର ଦିଆଯାଏ। ତାଲିକାର ତୃତୀୟ ସ୍ଥାନରେ ଶୁକ୍ଳ ଧାନ୍ୟ, ପ˚ଚ ମୁରୁଜ ଏବ˚ ସର୍ବୋଷଧି ଓ ଗ୍ରହୋଷଧି। ତା’ପରେ ଦୀପ, କଳସ, ସରା, ପଇଡ଼ ଓ ନଡ଼ିଆ। ପଇଡ଼ ପାଣିକୁ ଗଙ୍ଗାଜଳ ଭାବେ ବ୍ୟବହାର କରାଯାଏ। ତା’ ସହ ଗୋଟା ପାନ, ଗୋଟା ଗୁଆ, ଗାମୁଛା, ମାତୃଗଣ ଶାଢ଼ି, ସମୁଦୀ, ଶାଶୂ ପାଇଁ ନୂଆଶାଢ଼ି, ଖଇଲିଆ ଓ ସିନ୍ଦୁର ଏବଂ ବର କନ୍ୟା ଖେଳିବା ପାଇଁ ୨୧ଟା କଉଡ଼ି। ଖାଇବା ପାଇଁ ଲଡୁ, ପିଠା ଓ ବିଭିନ୍ନ ଖାଦ୍ୟ ପଦାର୍ଥ ଓ ପଞ୍ଚାମୃତ, ତଥା ହୋମ ସାମଗ୍ରୀ। କନ୍ୟା ପାଇଁ ଗଜରା ହାର ଇତ୍ୟାଦି। ସେହିପରି ଚତୁର୍ଥୀ ହୋମ ପାଇଁ ୨ଟି ମୁକୁଟ, ସାତଦୀପ ସହ ଆହୁରି ଦଶ ପ୍ରକାର ସାମଗ୍ରୀ। ଓଡ଼ିଶାର ଅନେକ ଅ˚ଚଳରେ ବିବାହର ଚତୁର୍ଥ ଦିନ ହୋମ ପରେ ବରକନ୍ୟାଙ୍କର ପ୍ରକୃତ ମିଳନ ଓ ହନିମୁନ୍‌ ହୋଇଥାଏ ଏବ˚ ତା’ପରେ ବରକନ୍ୟା ପରସ୍ପରକୁ ଅଧିକ ଜାଣିବା ପାଇଁ ବେଳେ ବେଳେ ବାହାରକୁ ଯା’ନ୍ତି।

ବିବାହ କର୍ମର ସବୁଠୁ ଗୁରୁତ୍ବପୂର୍ଣ୍ଣ ବିଷୟଟି ହେଲା- ହସ୍ତଗଣ୍ଠି। ଏହି ପ୍ରକ୍ରିୟାରେ ମନ୍ତ୍ର ଉଚ୍ଚାରଣ ସହ ବରଙ୍କ ଡାହାଣ ହାତ ପାପୁଲି ଉପରେ କନ୍ୟାଙ୍କ ହାତ ପାପୁଲିକୁ ମନ୍ତ୍ର ପଢ଼ି ପୁଷ୍ପମାଳରେ ବାନ୍ଧି ଦିଆଯାଏ। ଏହି ସମୟରେ ବେଦୀ ଚାରିପଟେ ବେଶି ଭିଡ଼ ହୋଇଥାଏ। ଯେଉଁ ମନ୍ତ୍ରଟି ପଢ଼ା ଯାଏ ତା’ର ଭାବାର୍ଥ ହେଲା- ‘‘ସମସ୍ତ ଆସୁରିକ ପ୍ରବୃତ୍ତିମାନଙ୍କୁ ନିବୃତ୍ତି କରି ଓ ମାନବୀୟ ଗୁଣମାନଙ୍କୁ ଅନୁସରଣ କରି ପିତୃପୁରୁଷଙ୍କ ଆଶୀର୍ବାଦ ସହ ଏକ ନୂତନ ଜୀବନ ଆରମ୍ଭ କର। ହାତଗଣ୍ଠି ଫିଟାଇଲା ବେଳେ କୁହାଯାଏ- ସଦାସର୍ବଦା ତୁମ ଭିତରେ ଯୌବନ ଭରପୂର ରହୁ, ତୁମ ଭିତରେ ଥିବା ସର୍ଜନା ଶକ୍ତିର ବିକାଶ ହେଉ ଏବ˚ ତୁମେ ଦୁହେଁ ପରସ୍ପରର ହୃଦୟ ଓ ମନକୁ ବୁଝିବାକୁ ଚେଷ୍ଟା କର। କନ୍ୟାକୁ ଗ୍ରହଣ କରି ବର ଶ୍ବଶୁରଙ୍କୁ କହନ୍ତି- ଆପଣଙ୍କ ଠାରୁ ବ୍ରହ୍ମାଙ୍କ ଦ୍ବାରା ସୃଷ୍ଟ ଏହି ଦିବ୍ୟ କନ୍ୟାଙ୍କୁ ସମ୍ମାନ ସହ ଗ୍ରହଣ କରୁଛି। ଏହା ପରେ ବର କନ୍ୟାଙ୍କୁ ମଙ୍ଗଳ ସୂତ୍ର ପିନ୍ଧାଇ ଦିଅନ୍ତି ଏବ˚ ଆଗରେ କନ୍ୟା ଓ ତାଙ୍କ ପଛରେ ବର ସପ୍ତପଦୀ ବା ସାତଥର ଅଗ୍ନି ପ୍ରଦକ୍ଷିଣ କରନ୍ତି। ସପ୍ତ ପଦୀ ପରେ ବରକନ୍ୟାଙ୍କୁ ସମାଜ ଦ୍ବାରା ସ୍ବାମୀ ଓ ସ୍ତ୍ରୀର ମର୍ଯ୍ୟାଦା ତଥା ସ୍ବୀକୃତି ମିଳିଥାଏ। ଏହି ସପ୍ତପଦୀ ପାଇଁ ଉଚିତ ସାତଟି ମନ୍ତ୍ର ମଧୢ ବେଶ୍‌ ଅର୍ଥପୂର୍ଣ୍ଣ। ଯଦିଓ ବିଭିନ୍ନ ଅଞ୍ଚଳରେ ଏହା ଭିନ୍ନ ଭିନ୍ନ ଭାବରେ ଉଲ୍ଲେଖ ରହିଚି। ପ୍ରଥମ ମନ୍ତ୍ରରେ ବରକନ୍ୟାଙ୍କୁ ପରସ୍ପର ପ୍ରେମ ଓ ସମ୍ମାନ ଜଣାଇବାକୁ କହେ। ଦ୍ବିତୀୟ ପ୍ରଦକ୍ଷିଣରେ ଗୃହକୁ ଖୁସି ଓ ଆନନ୍ଦମୟ ରଖିବା କଥା କୁହାଯାଇଛି। ତୃତୀୟରେ ତ୍ୟାଗ ଓ ଚତୁର୍ଥରେ ଧୈର୍ଯ୍ୟର ଆବଶ୍ୟକତା ଓ ପଞ୍ଚମରେ ନିରୋଗ, ସୁସ୍ଥ ଶରୀର ପାଇଁଁ ପ୍ରାର୍ଥନା ଓ ଆଶୀର୍ବାଦ ଭିକ୍ଷା। ଷଷ୍ଠରେ ନିଜ ଧର୍ମ ଓ କର୍ତ୍ତବ୍ୟ ପାଳନ ପାଇଁ ବିଷ୍ଣୁଙ୍କ ଆଶୀର୍ବାଦ ଓ ସପ୍ତମ ପଦରେ ଶକ୍ତି ଓ ସମୃଦ୍ଧି, ସ˚ପଦ ପାଇଁ ପ୍ରାର୍ଥନା। ଏହା ପରେ ବର କହନ୍ତି ଆଜିଠାରୁ ଆମେ ପରସ୍ପରର ବନ୍ଧୁ। ମୁଁ ଋଗ୍‌ବେଦ ହେଲେ ତୁମେ ସାମଦେବ ଏବ˚ ସାମବେଦରେ ଋଗ୍‌ବେଦର ଅ˚ଶ ଥିବା ଭଳି ମୁଁ ତୁମ ଭିତରେ ଓ ତୁମେ ମୋ ଭିତରେ ରହିଚ। ମୁଁ ଆକାଶ ହେଲେ ତୁମେ ପୃଥିବୀ। ମୁଁ ପୁରୁଷ ଓ ତୁମେ ପ୍ରକୃତି। ମୁଁ ମନ ଓ ତୁମେ ବଚନ। ଏହି ବିବାହ ମାଧୢମରେ ଆମେ ଭବିଷ୍ୟତ ପାଇଁ ସୁଯୋଗ୍ୟ ସନ୍ତାନ ସୃଷ୍ଟି କରିବା। ଆସ ଏକାଠି ସ˚ସାର ଗଢ଼ିବା। ଏବ˚ ମୁଁ ପ୍ରାର୍ଥନା କରୁଛି ଆଜିଠାରୁ ମୋ ଇଚ୍ଛା ତୁମ ଇଚ୍ଛା ଏକ ହେଉ, ମୋ ବାକ୍ୟ ତୁମ ବାକ୍ୟ ଏକ ହେଉ। ଏଥିପାଇଁ ଆଜିଠାରୁ ପ୍ରଜାପିତା ବ୍ରହ୍ମା ଆମ ଦୁହିଁଙ୍କୁ ଯୁକ୍ତ କଲେ।

ବିବାହ ସ˚ପର୍କ ସ୍ଥାପନ ପାଇଁ କେଉଁ ବ୍ୟକ୍ତି ଅଯୋଗ୍ୟ ସେ ସ˚ପର୍କରେ ମଧୢ ଉପଦେଶ ଓ ନିର୍ଦ୍ଦେଶ ରହିଚି। ଯେଉଁ ପୁରୁଷ ବାଚାଳ, ପତିତ ବା ନଷ୍ଟ ଚରିତ୍ର, ନପୁ˚ସକ, ସମଗୋତ୍ରରେ ଜାତ, ଅନ୍ଧ, ବଧିର ଓ ଅପସ୍ମାରଗ୍ରସ୍ତ, ସେ ବର ମାଳା ପାଇଁ ଅଯୋଗ୍ୟ। ସେମିତି କନ୍ୟା ପିତା ବରକୁ ଅନୁରୋଧ କରି ଝିଅର ଦଶଟି ଦୋଷକୁ କ୍ଷମା କରି ଦେବାକୁ ନିବେଦନ କରିଥାନ୍ତି। ସେଗୁଡ଼ିକ ହେଲା, ନିର୍ଲଜତା, ଚୋରି, ବ୍ୟଭିଚାରିଣୀ, ମୁଖରା, ଦୁଷ୍ଟା, ହି˚ସ୍ର ସ୍ବଭାବ, ମିଥ୍ୟାବାଦିନୀ, ଅନ୍ୟ ତୋଷଣୀ, ମାନସିକ ବିକାରଗ୍ରସ୍ତ ଓ ପଳାୟନ ପ୍ରବଣ। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଯେଉଁ ୧୬ଟି ସ˚ସ୍କାର ବ୍ୟବସ୍ଥା ହିନ୍ଦୁ ସମାଜରେ ରହିଚି ସେଥି ମଧୢରେ ବିବାହ ସ˚ସ୍କାର ସର୍ବୋଚ୍ଚ। ଏଥିରେ ସାତ ଜନ୍ମ ପାଇଁ ଏକାଠି ରହିବା ସକାଶେ ବରକନ୍ୟା ଶପଥ ନେଇଥାନ୍ତି। କିନ୍ତୁ ସମାଜ ଓ ପରିବାରକୁ ସୁଦୃଢ଼ କରିବା ପାଇଁ ଉଚିତ ଏହି ମହାନ୍‌ ମନ୍ତ୍ରଗୁଡ଼ିକୁ ବରକନ୍ୟାଙ୍କୁ ବୁଝାଇ ଦିଆଯାଏ ନାହିଁ। ଅତିଥି ଓ ଆୟୋଜକ ଭୋଜି ଭାତରେ ବ୍ୟସ୍ତ ରହନ୍ତି। ଏବେ ଆର୍ଯ୍ୟ ସମାଜ ଏହି ମନ୍ତ୍ରଗୁଡ଼ିକୁ ଅନୁବାଦ କରି ବୁଝାଉଛନ୍ତି। ଏହା ଏକ ସାଧୁ ଉଦ୍ୟମ।

ଏମାନେ ସପ୍ତପଦୀ ଜାଗାରେ ଧର୍ମ, ଅର୍ଥ, କାମ, ମୋକ୍ଷ ପାଇଁ ଚତୁଷ୍ପଦୀ ବା ଚାରିଥର ଅଗ୍ନି ପ୍ରଦକ୍ଷିଣ କରନ୍ତି। ସମୟ କ୍ରମେ ବିବାହ ପଦ୍ଧତିର ଅନେକ ପ୍ରଥା ଲୋପ ପାଇଗଲାଣି। ସେଥିରୁ ଗୋଟିଏ ହେଲା ଫୁଲସଭା। ଏହା ବିବାହ କାର୍ଯ୍ୟକ୍ରମର ଶେଷ ଅ˚ଶ। ଏହି ସଭାରେ ବର ଓ କନ୍ୟା ପକ୍ଷର ସବୁ ନିମନ୍ତ୍ରିତ ଅତିଥି ଏକାଠି ହୋଇ ବରକନ୍ୟାଙ୍କୁ ଆଶୀର୍ବାଦ କରନ୍ତି ଓ ବୌଦ୍ଧିକ ଚର୍ଚ୍ଚାରେ ଭାଗ ନିଅନ୍ତି। ‘‘ହୋଟେଲ୍‌ ମ୍ୟାରେଜ’’ମାନଙ୍କରେ ଏହି ପ୍ରଥା ପ୍ରଥମେ ବଳି ପଡ଼ିଲା। ଆଉ ଗୋଟିଏ ଅବଲୁପ୍ତ ପ୍ରଥା ଥିଲା କନିଆଁ କାନ୍ଦଣା। ବାହାଘର ଦୁଇ ସପ୍ତାହ ପୂର୍ବରୁ ବନ୍ଧୁକୁଟୁମ୍ବ ଝିଅକୁ ଖାଇବାକୁ ନିମନ୍ତ୍ରଣ କରନ୍ତି। ସେତିକିବେଳେ କନିଆଁ ବିଭିନ୍ନ ଗୀତ ବୋଲି କାନ୍ଦିବା ଆରମ୍ଭ କରେ। ଏଥିପାଇଁ ବଜାରରେ ‘କାନ୍ଦଣା ଲହରି’ ଭଳି ବହି ମିଳିଥାଏ। ଓଡ଼ିଆ ନବବର୍ଷରେ ନୂଆ ପାଞ୍ଜି ବାହାରିଲା ପରେ ବାହାଘର ତିଥି ସ୍ଥିର କରାଯାଏ। ତା’ପୂର୍ବରୁ ଆରମ୍ଭ ହୋଇଥାଏ ବର ଓ କନିଆଁ ଖୋଜା। ଏବେ ଅନେକ କ୍ଷେତ୍ରରେ ପୁଅ ଝିଅ ନିଜ ସାଥୀ ବାଛିଲା ପରେ ବାପାମାଆ ସେମାନଙ୍କୁ ବାହା କରିଦେଉଛନ୍ତି।

ସନାତନ ହିନ୍ଦୁ ଧର୍ମୀଙ୍କ ଅପେକ୍ଷା ଖ୍ରୀଷ୍ଟିଆନ୍‌ମାନଙ୍କ ବିବାହ ପଦ୍ଧତି ଅପେକ୍ଷାକୃତ ସରଳ ଓ କମ୍‌ ବ୍ୟୟ ବହୁଳ। କମ୍‌ ସମୟ ବି ଲାଗେ। ୬୦ରୁ ନବେ ମିନିଟ୍‌ରେ ସରିଯାଏ। ବରକନ୍ୟା ଚର୍ଚ୍ଚରେ ବନ୍ଧୁ, ବାନ୍ଧବ, ପରିବାର ଓ ପାଦ୍ରିଙ୍କ ସାମନାରେ ପ୍ରେମ ବନ୍ଧନରେ ଆବଦ୍ଧ ହୋଇଥାନ୍ତି। ପାଖରେ ଥା’ନ୍ତି ଦୁଇ ଜଣ ସାକ୍ଷୀ। ଖ୍ରୀଷ୍ଟିଆନମାନେ ବିଶ୍ବାସ କରନ୍ତି ଯେ ବିବାହ ଈଶ୍ବରଙ୍କ ଆଶୀର୍ବାଦ ଏବ˚ ଏକ କଣ୍ଟ୍ରାକ୍ଟ ବା ଚୁକ୍ତି। ସ୍ବାମୀ ଓ ସ୍ତ୍ରୀଙ୍କ ମଧୢରୁ କେହି ଜଣେ ବ୍ୟଭିଚାର କଲେ ବିବାହ ଭାଙ୍ଗିଯାଏ। ଚର୍ଚ୍ଚରେ ବାହାଘର ପଞ୍ଜୀକରଣ ହୋଇଥାଏ ଓ ପ୍ରମାଣ ପତ୍ର ମିଳିଥାଏ। କନ୍ୟାଙ୍କର ବୟସ ଯେମିତି ୧୮ରୁ କମ ହୋଇନଥିବ ଓ ଆଗରୁ ପତି ନ ଥିବେ ଏବଂ ବରଙ୍କ ବୟସ ଯେମିତି ୨୧ରୁ କମ ହୋଇନଥିବ ଓ ଆଗରୁ ପତ୍ନୀ ନ ଥିବେ। ଏବ˚ ଉଭୟଙ୍କର ବିବାହ ପାଇଁ ସମ୍ମତି ଥିବ। ଖ୍ରୀଷ୍ଟିଆନଙ୍କ ଭଳି ମୁସ୍‌ଲିମ୍‌ମାନଙ୍କ ବିବାହ ମଧୢ ଏକ କଣ୍ଟ୍ରାକ୍ଟ ଏବ˚ ଖୁବ୍‌ ସରଳ। ଏହାର ନାମ ‘ନିକାହ୍‌’’ ଓ ଏହାରି ଜରିଆରେ ବରକନ୍ୟା ପରସ୍ପରକୁ ବିବାହ ପାଇଁ ସମ୍ମତି ଦେଇଥାନ୍ତି। କିନ୍ତୁ ହିନ୍ଦୁମାନଙ୍କ ଭଳି ଆଜୀବନ ବିବାହ ବନ୍ଧନରେ ବାନ୍ଧି ହୋଇ ରହିବାକୁ କୌଣସି ଧାର୍ମିକ ପ୍ରତିଶ୍ରୁତି ନ ଥାଏ। ସେହିପରି ଇସ୍‌ଲାମ ପତିମାନଙ୍କୁ ବହୁ ବିବାହ ପାଇଁ ଅନୁମତି ଦେଇଥାଏ କେବଳ ଗୋଟିଏ ସର୍ତ୍ତରେ – ପତି ତାଙ୍କର ସବୁ ପତ୍ନୀଙ୍କ ପ୍ରତି ସମବ୍ୟବହାର କରିବେ। ଏବେ ବିବାହ ବ୍ୟବସ୍ଥା କାଳକ୍ରମେ ଲୋପ ପାଇବାର ଆଶଙ୍କା ଦେଖାଗଲାଣି। କାରଣ ଅନେକ ଦେଶରେ ପୁଅଝିଅମାନେ ବାହା ନ ହୋଇ ‘ଲିଭ୍‌ ଇନ୍‌’ ବା ଏକାଠି ରହୁଛନ୍ତି। ଏହାକୁ ଆଇନସଙ୍ଗତ ବୋଲି ବିଚାରାଳୟମାନେ ଘୋଷଣା କଲେଣି। ଏହାଦ୍ବାରା ସାରା ବିଶ୍ବରେ ଦିନେ ପରିବାର ପ୍ରଥା ଭୁଶୁଡ଼ି ପଡ଼ିବ ଓ ଆମେ ପୁଣିଥରେ ଆଦିମ ଯୁଗକୁ ଫେରିଯିବା।

ମୋ-୯୯୩୭୦୨୭୦୧୭
[email protected]

ସମ୍ବନ୍ଧିତ ଖବର