ପାଞ୍ଚ ଜାଗା, ପାଞ୍ଚ କଥା

ବିଜୟ ନାୟକ

ମହାତ୍ମା ଗାନ୍ଧୀ ୧୯୨୧ ମସିହା ମାର୍ଚ୍ଚ ମାସ ୨୩ ତାରିଖ ଦିନ ପ୍ରଥମ କରି ଓଡ଼ିଶା ମାଟିରେ ପଦାର୍ପଣ କରିଥିଲେ। ସେଦିନ ବଡ଼ି ଭୋରରୁ ହାୱଡା-ପୁରୀ ରେଳଯୋଗେ ଆସି ଗାନ୍ଧୀଜୀ କଟକ ରେଳଷ୍ଟେସନ୍‌ରେ ଓହ୍ଲାଇଥିଲେ। ତାଙ୍କ ସାଙ୍ଗରେ ଥିଲେ କସ୍ତୁରବା ଓ ତାଙ୍କ ସାନପୁଅ ଦେବଦାସ। ତାଙ୍କୁ ଏକ ଭବ୍ୟ ଶୋଭାଯାତ୍ରାରେ ରେଳଷ୍ଟେସନ୍‌ରୁ ସ୍ବରାଜ ଆଶ୍ରମ ପର୍ଯ୍ୟନ୍ତ ପାଛୋଟି ନିଆଯାଇଥିଲା। ବାସ୍ତରି କୀର୍ତ୍ତନ ମଣ୍ତଳୀ ସହିତ ପ୍ରାୟ ଦଶ ହଜାର ଲୋକ ଏହି ଶୋଭାଯାତ୍ରାରେ ଅ˚ଶ ଗ୍ରହଣ କରିଥିଲେ।

ସେଥର ଗାନ୍ଧୀଜୀ କଟକରେ ଦୁଇ ଦିନ ବିତାଇ ଥିଲେ। ସେହି ରହଣି ଭିତରେ ସେ ଏକାଧିକ ସଭାରେ ଭାଷଣ ଦେଇଥିଲେ। କିନ୍ତୁ ତାଙ୍କର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଭାଷଣଟି ଥିଲା ଇ˚ରେଜୀ ଶିକ୍ଷାର ଅସାରତା ଓ ମାତୃଭାଷାର ମହତ୍ତ୍ବ ସ˚ପର୍କରେ। ୨୧ ଅପ୍ରେଲ୍‌, ୧୯୨୧ ‘ୟଙ୍ଗ୍‌ ଇଣ୍ତିଆ’ ସ˚ଖ୍ୟାରେ ସେ ସ˚ପର୍କରେ ଗାନ୍ଧୀଜୀ ଲେଖିଥିଲେ, ‘‘ଏହା ମୋର ସ୍ଥିର ନିର୍ଦ୍ଦିଷ୍ଟ ମତ ଯେ ଯେଉଁପରି ଧରଣର ଇ˚ରେଜୀ ଶିକ୍ଷା ଦିଆଯାଉଛି, ସେଥିରେ ଇ˚ରେଜୀ ଶିକ୍ଷିତ ଓ ଭାରତବାସୀ ନିର୍ଜୀବ ହୋଇଯାଉଛନ୍ତି। ଏହା ଭାରତୀୟ ଛାତ୍ରର ସ୍ନାୟବିକ ଶକ୍ତିର ଅପଚୟ ଘଟାଉଛି ଏବ˚ ଏହା ଆମ୍ଭମାନଙ୍କୁ ଅନୁକରଣକାରୀ କରାଇ ଦେଉଛି। ଦେଶୀୟ ଭାଷାକୁ ଯେପରି ଉଠାଇ ଦିଆଗଲା, ତାହା ଭାରତର ବ୍ରିଟିସ୍‌ ସହିତ ସ˚ପର୍କର ଇତିହାସରେ ସବୁଠାରୁ ଦୁଃଖଦାୟକ ଅଧ୍ୟାୟ।’’

ଏହି ଅବସରରେ ଗାନ୍ଧୀଜୀ ଆଉ କେତୋଟି ଗୁରୁତ୍ବପୂର୍ଣ୍ଣ କଥା କହିଥିଲେ। ତାଙ୍କ ମତ ଥିଲା, ‘‘ଅନୁବାଦକ ଗୋଷ୍ଠୀ ସୃଷ୍ଟି କରି କୌଣସି ଦେଶ ଏକ ଜାତି ହୋଇ ପାରି ନାହିଁ।’’

ସେତେବେଳେ ବୋଧହୁଏ କେତେକ ଇ˚ରେଜୀ ଶିକ୍ଷିତ ଲୋକ ମନେ କରୁଥିଲେ ଯେ ଇ˚ରେଜୀ ଭାଷା ନ ଜାଣିଲେ ସ୍ବାଧୀନତା ସମ୍ବନ୍ଧରେ ଚିନ୍ତା ପ୍ରକଟ କରିବା ସମ୍ଭବ ନୁହେଁ। ଏପରି ଚିନ୍ତାକୁ ମହାତ୍ମା ଗାନ୍ଧୀ ଅନ୍ଧବିଶ୍ବାସ ଆଖ୍ୟା ଦେଇଥିଲେ- ‘‘ଭାରତରେ ଯେତେ ଅନ୍ଧବିଶ୍ବାସ ଅଛି, ସେଥି ଭିତରୁ ସବୁଠାରୁ ବଡ଼ ହେଉଛି ଏହି ବିଶ୍ବାସ ଯେ ଇ˚ରେଜୀ ଭାଷା ନ ଜାଣିଥିଲେ, ସ୍ବାଧୀନତା ସମ୍ବନ୍ଧରେ ଧାରଣା ବା ଚିନ୍ତା ପ୍ରକାଶ ଠିକ୍‌ ଭାବରେ ହୋଇପାରିବ ନାହିଁ।’’

ମାର୍ଚ୍ଚ ୨୪ ତାରିଖ ରାତିରେ ପାସେଞ୍ଜର ଟ୍ରେନ୍‌ରେ ଗାନ୍ଧୀଜୀ କଟକରୁ ଭଦ୍ରକ ଯାଇଥିଲେ। ୨୫ ତାରିଖ ପୂର୍ବାହ୍ନରେ ବ୍ୟବସାୟୀମାନଙ୍କ ସହିତ ଏବ˚ ଅପରାହ୍‌ଣରେ ଓକିଲମାନଙ୍କ ସହିତ ଅସହଯୋଗ ବିଷୟରେ ଆଲୋଚନା କରିଥିଲେ। ତେବେ ସାନ୍ଧ୍ୟ ସାଧାରଣ ସଭାରେ ତାଙ୍କ ବକ୍ତବ୍ୟ ଥିଲା ଅଭୂତପୂର୍ବ, ଯାହା ସାରା ପୃଥିବୀରେ ହଇଚଇ ସୃଷ୍ଟି କରିଥିଲା। ସେହି ବିଶାଳ ଜନସମାବେଶରେ ଗାନ୍ଧୀଜୀ ଗୁଜରାଟୀ ଭାଷାରେ, ‘‘ଇସ୍‌ ସଲତ୍‌ନତ୍‌ ମେଁ ସୈତାନିୟତ୍‌ ଆ ଗୈ’’ ବୋଲି କହିଥିଲେ ଯାହାର ଅର୍ଥ, ଏହି ସରକାର ଭିତରେ ସୈତାନପଣ ଆସିଗଲାଣି। ଏଥି ପୂର୍ବେ ସେ ବ୍ରିଟିସ୍‌ ଶାସନ ପ୍ରତି ଏତେ କଠୋର ଓ କଟୁ ମନ୍ତବ୍ୟ ପ୍ରଦାନ କରି ନଥିଲେ। ଏମନ୍ତ ଐତିହାସିକ ଭାଷଣର ବିବରଣୀ ଭାରତ ସମେତ ପୃଥିବୀର ସବୁ ବଡ଼ ବଡ଼ ଖବରକାଗଜର ପୁରୋପୃଷ୍ଠା ମଣ୍ତନ କରିଥିଲା।

ସେଦିନ ରାତିରେ ପୁଣି ପାସେଞ୍ଜର ଟ୍ରେନ୍‌ ଚଢ଼ି ଗାନ୍ଧୀଜୀ ତହିଁ ପରଦିନ ଅର୍ଥାତ୍‌ ମାର୍ଚ୍ଚ ୨୬ ତାରିଖ ସକାଳେ ସାକ୍ଷୀଗୋପାଳରେ ପହଞ୍ଚିଥିଲେ ଏବ˚ ଅପରାହ୍‌ଣରେ ବନ ବିଦ୍ୟାଳୟ ପରିସରରେ ଭାଷଣ ଦେଇ ପୁରୀ ଯାଇଥିଲେ। ସ˚ଧ୍ୟାରେ ପୁରୀରେ ଏତେ ଜନସମାଗମ ହୋଇଥିଲା ଯାହା ଅଦିନ ରଥଯାତ୍ରାର ଭ୍ରମ ସୃଷ୍ଟି କରିଥିଲା। ପୁରୀରେ ମହାତ୍ମା ତିନି ଦିନ ଅବସ୍ଥାନ କରିଥିଲେ। ସେହି ପୁରୀ ରହଣି ଭିତରେ ଗାନ୍ଧୀଜୀ ଗୋପବନ୍ଧୁଙ୍କ ସହିତ ସସ୍ତ୍ରୀକ ଶ୍ରୀମନ୍ଦିର ଯାଇ ଶ୍ରୀଜିଉମାନଙ୍କୁ ଦର୍ଶନ କରିଥିଲେ, ସାଧାରଣ ସଭାରେ ଭାଷଣ ଦେଇଥିଲେ, ମହିଳାମାନଙ୍କୁ ସମ୍ବୋଧନ କରିଥିଲେ ଏବ˚ ଦୁର୍ଭିକ୍ଷ ପ୍ରପୀଡ଼ିତ ଅଞ୍ଚଳ ମଧ୍ୟ ବୁଲି ଦେଖିଥିଲେ। ‘ଓଡ଼ିଶା ଓ ଆନ୍ଧ୍ର’ ଶୀର୍ଷକ ଲେଖାରେ ଗାନ୍ଧୀଜୀ ତାଙ୍କ ଓଡ଼ିଶା ଅନୁଭୂତି ବର୍ଣ୍ଣନା କରିଛନ୍ତି। ପୁରୀ ଗସ୍ତ ସ˚ପର୍କରେ ଗାନ୍ଧୀଜୀଙ୍କ କଥା ବେଶ୍‌ ଗୁରୁତ୍ବପୂର୍ଣ୍ଣ।

ବନ ବିଦ୍ୟାଳୟର ପରିବେଶ ତଥା ଛାତ୍ର ଓ ଶିକ୍ଷକମାନଙ୍କ ସ˚ପର୍କ ଆଦି ବିଷୟରେ ସେ ସନ୍ତୋଷ ପ୍ରକାଶ କରିଥିଲେ। ଉତ୍କଳମଣି ପଣ୍ତିତ ଗୋପବନ୍ଧୁ ଏବ˚ ତାଙ୍କ ସହଯୋଗୀମାନଙ୍କୁ ଗାନ୍ଧୀଜୀ ଯେଉଁ ଭାଷାରେ ପ୍ରଶ˚ସା କରିଥିଲେ ତା’ର ପଟାନ୍ତର ନାହିଁ- ‘‘ଏପରି ନିଷ୍ଠାପର କର୍ମୀମାନଙ୍କ ଉଦ୍ୟମରେ ବର୍ଷକ ଭିତରେ ସ୍ବରାଜ୍ୟ ମିଳିବ ବୋଲି ଯଦି ମୁଁ ବିଶ୍ବାସ କରେ ତେବେ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।’’

ସେହିପରି ଦୁର୍ଭିକ୍ଷ ପ୍ରପୀଡ଼ିତ ଅଞ୍ଚଳର ଦୃଶ୍ୟ ଦେଖି ଗାନ୍ଧୀଜୀ ତାଙ୍କ ଅନୁଭୂତିରେ ଲେଖିଥିଲେ, ‘‘ଓଡ଼ିଶାରେ କଙ୍କାଳର ଦୃଶ୍ୟ ଦେଖିବି ବୋଲି ମୁଁ ପ୍ରସ୍ତୁତ ଥିଲି, କିନ୍ତୁ ଯାହା ଦେଖିଲି ସେତେ ମୁଁ ଆଶା କରି ନଥିଲି। ମୁଁ ଭୀଷଣ ଦୃଶ୍ୟ ମାନ ଦେଖିଛି, କିନ୍ତୁ ଯାହା ଦେଖିଲି ତାହା ଆହୁରି ଭୀଷଣ।’’ କିନ୍ତୁ ନିରନ୍ନ ଜନତାର ବଦାନ୍ୟପ୍ରବଣତା ଦେଖି ମହାତ୍ମା ଅଭିଭୂତ ହୋଇଯାଇଥିଲେ- ‘‘ସାକ୍ଷୀଗୋପାଳରେ ହଜାର ହଜାର ଦରିଦ୍ର ଲୋକ ସଭାକୁ ଆସି କାନି ଗଣ୍ଠି ଖୋଲି ଯେ ପାହୁଲା ପଇସା ଦାନ କଲେ ସେ ଜ୍ବଳନ୍ତ ସ୍ମୃତିକୁ ଉଲ୍ଲେଖ କରି ମୋର ଅନୁଭୂତି ବର୍ଣ୍ଣନା ଶେଷ କରିବି। ସେମାନେ ଯାହା ଦେଲେ ତାହା ବିଧବାଙ୍କ ଦାନ ପରି ସଫଳ-ଆଶୀର୍ବାଦ-ବ୍ୟଞ୍ଜକ। ହଜାର ହଜାର ଲୋକ ପରସ୍ପରକୁ ଦେବା ପାଇଁ ଯେ ପ୍ରବର୍ତ୍ତାଉଥା’ନ୍ତି, ସେଥିରେ ମୋର ବିଶ୍ବାସ ଆହୁରି ଦୃଢ଼ତର ହେଲା।’

ପୁରୀରୁ ମହାତ୍ମା ଗାନ୍ଧୀ ୨୯ ତାରିଖ ଦିନ ବ୍ରହ୍ମପୁର ଯାଇଥିଲେ। ସେଠାରେ ସାଧାରଣ ସଭାରେ ଭାଷଣ ଦେଇଥିଲେ ଏବ˚ ଦୁଇ ସ୍ନାତକ (ନିରଞ୍ଜନ ପଟ୍ଟନାୟକ ଓ ଚକ୍ରପାଣି ପ୍ରଧାନ)ଙ୍କ ଦ୍ବାରା ଲିଖିତ ‘ଓଡ଼ିଆ ମୁଭ୍‌ମେଣ୍ଟ’ ବହିଟି ପ୍ରାପ୍ତ ହୋଇଥିଲେ। ବ୍ରହ୍ମପୁର ବିଷୟରେ ତାଙ୍କର ଅନୁଭୂତି ବର୍ଣ୍ଣନା ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ। ଓଡ଼ିଆ ଭାଷାଭାଷୀ ଅଂଚଳଗୁଡ଼ିକୁ ଏକତ୍ର କରି ସ୍ବତନ୍ତ୍ର ଓଡ଼ିଶା ଗଠନର ଦାବିକୁ ସେ ସମର୍ଥନ କରିଥିଲେ। ଗାନ୍ଧୀଜୀଙ୍କ ପରି ଜଣେ ସର୍ବଭାରତୀୟ ନେତା ପ୍ରଥମେ ବିଖଣ୍ତିତ ଓଡ଼ିଶାର ମୂକ ଜନତାର ସ୍ବରକୁ ଶୁଣିଥିଲେ, ବୁଝିଥିଲେ ଏବ˚ ସେଥିପ୍ରତି ଦରଦ ପ୍ରକାଶ କରିଥିଲେ। ମହାତ୍ମାଙ୍କ ସେହି ବର୍ଣ୍ଣନା ଏମିତି: ‘‘ଓଡ଼ିଶାର ଗୋଟିଏ ନ୍ୟାଯ୍ୟ ଆପତ୍ତି ଅଛି। ‘ଓଡ଼ିଆ ମୁଭ୍‌ମେଣ୍ଟ’ ନାମକ ପୁସ୍ତକର ସମର୍ଥ ଲେଖକ ଠିକ୍‌ କହିଛନ୍ତି ଯେ ରାଜନୈତିକ ଉଦ୍ଦେଶ୍ୟରେ ଓଡ଼ିଶାକୁ ଖଣ୍ତବିଖଣ୍ତ କରାହୋଇଛି। ଗୋଟିଏ ଅ˚ଶ ବଙ୍ଗରେ, ଗୋଟିଏ ବିହାରରେ, ଗୋଟିଏ ମଧ୍ୟ ପ୍ରଦେଶରେ ଓ ଗୋଟିଏ ଆନ୍ଧ୍ରରେ। ଓଡ଼ିଶାର ହୋଇ କିଛି ନାହିଁ। ଓଡ଼ିଆଭାଷୀ ଅଂଚଳମାନଙ୍କୁ ଗୋଟିଏ ପ୍ରଦେଶ ବୋଲି କ˚ଗ୍ରେସ ସ୍ବୀକାର କରିଛି।’’ ସ୍ବତନ୍ତ୍ର ଓଡ଼ିଶା ଦେଖିବାକୁ ସିନା ମଧୁସୂଦନ ବା ଗୋପବନ୍ଧୁ ଇହ ଜଗତ୍‌ରେ ନଥିଲେ, ମହାତ୍ମା ଗାନ୍ଧୀ କିନ୍ତୁ ୧୯୩୬ ମସିହାରେ ସ୍ବତନ୍ତ୍ର ଓଡ଼ିଶାର ରୂପ ଦେଖିଥିଲେ। ଓଡ଼ିଶା ନୂଆ ପ୍ରଦେଶ ଭାବରେ ଉଭା ହେବା ପରେ ସେ ଆଉ ଦୁଇ ଥର ଓଡ଼ିଶାକୁ ମଧ୍ୟ ଆସିଥିଲେ।

ଭି-ଏ, ୯/୨, ୟୁନିଟ୍‌-୨, ଭୁବନେଶ୍ବର-୭୫୧୦୦୯
[email protected]

ସମ୍ବନ୍ଧିତ ଖବର