ଓଡ଼ିଆ ଅସ୍ମିତା

ଲୋକକ୍ଷେତ୍ର - ହରପ୍ରସାଦ ଦାସ

ସ୍ବାଧୀନତାର ଆଖପାଖରେ ଜନ୍ମ ହୋଇଥିବା ପିଢ଼ି (ମୁଁ ମଧୢ ସେହି ପିଢ଼ିର) ନିଜ ମହତ୍ବାକା˚କ୍ଷାର ପରିପୂରଣ ପାଇଁ ବହୁ କ୍ଷେତ୍ରରେ ବିଚରଣ କଲା; ଧନ, ମାନ ଓ ପ୍ରତିପତ୍ତି ଯୋଗାଡ଼ କଲା, କିନ୍ତୁ ରାଷ୍ଟ୍ରୀୟ ଦାୟିତ୍ବ ନିର୍ବାହ କରିବା ପାଇଁ ଆଗ୍ରହୀ ହେଲା ନାହିଁ; କହିପାରନ୍ତି ଏହି ପିଢ଼ିର ବୌଦ୍ଧିକ ବିଚାର ରାଜନୀତିକୁ ଏକ ଅସ୍ପୃଶ୍ୟ ଓ ବର୍ଜ୍ୟ କାର୍ଯ୍ୟ ବୋଲି କହି ନିଜକୁ ମହିମାମଣ୍ତିତ କଲା। ଏ ପିଢ଼ିର ପିଲାମାନେ କିନ୍ତୁ ଗୋଟିଏ ଭିନ୍ନ ଭାରତ ଦେଖିଲେ। ସେମାନେ ଠିକ୍‌ ଦେଖିଲେ ଯେ ରାଜନୀତିର ବିକଳ୍ପ ନାହିଁ, ଗଣତନ୍ତ୍ରର ବୌଦ୍ଧିକ ମୂଳ ଓ ଆବେଗିକ ଶାଖା-ପ୍ରଶାଖା ସବୁ ରାଜନୀତିରେ। ଭଲ ପାଠ ପଢ଼ି ଜଣେ ରାଜନୀତି ବି କରିପାରିବ, ଯେ କୌଣସି ବିଚାର କ୍ଷେତ୍ରରୁ ରାଜନୀତିକୁ ଆସିପାରିବ। ଏଇ ପିଢ଼ିର ଓଡ଼ିଆଙ୍କ ହାତରେ ଏବେ ଓଡ଼ିଶା। ଗତ ସପ୍ତାହରେ ମୋର ବିସ୍ମୟର ସୀମା ରହିଲା ନାହିଁ, ଯେତେବେଳେ ‘ଦିଲ୍ଲୀ ଓଡ଼ିଆ ସମାଜ’ର ଅଧୢକ୍ଷ ମୋତେ ଜଣାଇଲେ ଯେ କେନ୍ଦ୍ରର ପ୍ରଭାବଶାଳୀ ଓଡ଼ିଆ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ପରିକଳ୍ପନାକୁ ନେଇ ‘ଦିଲ୍ଲୀ ଓଡ଼ିଆ ସମାଜ’ ଏକ ବିଶ୍ବବ୍ୟାପୀ ଓଡ଼ିଆଙ୍କର ଦୁଇଦିନିଆ ଭର୍ଚୁଆଲ୍‌ ସମାରୋହ ଆୟୋଜନ କରୁଚି, ଯେଉଁଥିରେ ମୋତେ ମୋର ବକ୍ତବ୍ୟ ରଖିବାକୁ ହେବ। ଠିକ୍‌ ଏହି ସମୟକୁ ମୋର ‘ଓଡ଼ିଆ ଜାତିର ଇତିହାସ’ ତିନି ଖଣ୍ତରେ ପ୍ରକାଶିତ ହୋଇଯାଇଚି। ପାଠକମାନଙ୍କର ସ୍ମରଣରେ ଥିବ ଯେ ପ୍ରାୟ ପନ୍ଦର ବର୍ଷ ଧରି ଏହି ‘ସମ୍ବାଦ’ରେ ଏ ଇତିହାସ ଧାରାବାହିକ ପ୍ରକାଶିତ ହୋଇ ଚାଲିଥିଲା, ଯାହା ‘ସମ୍ବାଦ’ର ସ˚ପାଦକ ସୌମ୍ୟର˚ଜନ ପଟ୍ଟନାୟକଙ୍କ ପୃଷ୍ଠପୋଷକତା ବିନା ସମ୍ଭବ ହୋଇନଥାନ୍ତା। ସୌମ୍ୟର˚ଜନ ଓଡ଼ିଶାର ଶାସକ ଦଳର ଜଣେ ବିଧାୟକ ଓ ତେଣେ ରାଷ୍ଟ୍ରୀୟ ରାଜନେତା ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର ଶାସକ ଦଳର ବିରୋଧୀ ଦଳ ଭାରତୀୟ ଜନତା ପାର୍ଟିର ସା˚ସଦ ଓ ମନ୍ତ୍ରୀ। ଓଡ଼ିଆ ପ୍ରସଙ୍ଗରେ ବିରୋଧୀ କେହି ନାହାନ୍ତି। ଏବେ ବିଶ୍ବବ୍ୟାପୀ ଓଡ଼ିଆ ‘ଡାୟାସ୍ପୋରା’କୁ ଗୋଟିଏ ମମତ୍ବବୋଧରେ ବାନ୍ଧିବାର ଯେଉଁ ପ୍ରୟାସ କରିଚନ୍ତି ଧର୍ମେନ୍ଦ୍ରଜୀ ତାକୁ ‘ଓଡ଼ିଆ ଅସ୍ମିତାର ବିଶ୍ବାର୍ପଣ’ କୁହାଯାଇପାରେ। ସାରା ବିଶ୍ବରେ ଓଡ଼ିଆମାନେ ଓଡ଼ିଆଙ୍କ ଠାରୁ ଶୁଣିବେ ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ, ୟାର ପ୍ରାସ˚ଗିକତା କ’ଣ? ସ୍ବଳ୍ପ ସମୟ ଭିତରେ ମୁଁ ଭର୍ଚୁଆଲ୍‌ ସମାରୋହକୁ ମୋର ଉଦ୍‌ବୋଧନରେ ଯାହା କହିଚି ଓ ଯାହା କହିପାରିନାହିଁ, ତାକୁ ଏ ପ୍ରବନ୍ଧରେ ଠିକେ ଠିକେ କହିବାକୁ ଚାହୁଁଚି। କହିପାରନ୍ତି ମୋ ପିଢ଼ିର ସର୍ବଜ୍ଞମାନେ ସବୁ ଜାଣନ୍ତି; ଏ ରଚନା ଓଡ଼ିଆ ପିଲାଙ୍କ ପାଇଁ ଓ ନୂଆପିଢ଼ିର ଯୁବକ-ଯୁବତୀଙ୍କ ପାଇଁ।

‘ଅସ୍ମିତା’ ଶବ୍ଦର ଭୁଲ୍‌ ଅର୍ଥରେ ତିନି ପିଢ଼ି ଗଲାଣି। ଅତି ବିଶିଷ୍ଟ ବ୍ୟକ୍ତିମାନେ କହୁଚନ୍ତି ଯେ ‘ଅସ୍ମିତା’ର ଅର୍ଥ ଅହ˚କାର। ‘ଅସ୍ମିତା’ର ଅର୍ଥ ଅହଙ୍କାର ବୋଲି କହିଲେ ଜଣେ ଅତି ପ୍ରଭାବଶାଳୀ ଲେଖକ। ସୋସିଆଲ୍‌ ମିଡିଆରେ ବରିଷ୍ଠ ସାମ୍ବାଦିକ ଜଣେ ବି ସେଇଆ କହିଲେ। କେହି କେହି ଅଭିଧାନ ବି ଦେଖେଇଲେ। ‘ଅସ୍ମିତା’ର ଅର୍ଥ ନୁହେଁ ଅହ˚କାର। ଏଇଟା ଭୁଲ ଅର୍ଥ। ‘ଅସ୍ମିତା’ ଶବ୍ଦର ଅର୍ଥ ମୁଁ ଅଛି (ଅସ୍ମି), ଏହି ଭାବ। ଏହି ଅର୍ଥ ପ୍ରାମାଣିକ, ମୂଳ ସ˚ସ୍କୃତ ବ୍ୟୁତ୍ପତ୍ତିରୁ ଆଦୃତ। ୟାକୁ ଗ୍ରହଣ କରନ୍ତୁ। ଦ୍ବିତୀୟରେ ‘ଅସ୍ମିତା’ ଶବ୍ଦର ପ୍ରୟୋଗ ସହିତ ଆଉ ଯୋଡ଼ିଏ ଶବ୍ଦର ପ୍ରୟୋଗ ମଧୢ ବୁଝିବାକୁ ହେବ। ଅର୍ଥ ନ ବୁଝିବାରୁ ସେ ଦୁଇଟି ମଧୢ ‘ଅସ୍ମିତା’ ଅର୍ଥରେ ବ୍ୟବହୃତ ହେଉଚନ୍ତି। ସେ ଦୁଇଟି ଶବ୍ଦ ‘ଅସ୍ତିତ୍ବ’ ଓ ‘ପରିଚୟ’। ‘ଓଡ଼ିଆ’ କହିଲେ ଜଣେ ଓଡ଼ିଆ କ’ଣ ଭାବେ ଏ ହେଲା ‘ଅସ୍ମିତା’। ‘ଓଡ଼ିଆ’ କି’ଏ ଓ କେବର, ଏ ହେଲା ଅସ୍ତିତ୍ବ। ଓଡ଼ିଆ କହିଲେ ଜଣେ ଅଣଓଡ଼ିଆ କ’ଣ ବୁଝେ, ଏ ହେଲା ‘ପରିଚୟ’। ପ୍ରଥମେ ଅସ୍ତିତ୍ବ, ତା’ପରେ ଅସ୍ମିତା ଓ ଶେଷରେ ପରିଚୟ ବା ପରିଚିତି। ଏ ତିନି ଶବ୍ଦ ପରସ୍ପର ଉପରେ ନିର୍ଭରଶୀଳ କିନ୍ତୁ ପର୍ଯ୍ୟାୟବାଚୀ ନୁହନ୍ତି। ଏବେ ମୁଁ ‘ଓଡ଼ିଆ ଅସ୍ମିତା’ର ମୌଳିକ ଉପାଦାନଗୁଡ଼ିକୁ ରେଖାଙ୍କିତ କରିବି, ଯହିଁରୁ ଜଣେ ଓଡ଼ିଆ ତା’ର ଓଡ଼ିଆତ୍ବର ମୂଲ୍ୟ ବୁଝିବ। ଯଦି ଏତିକି ହୁଏ, ତେବେ ବାକି ସବୁ ଆପେ ଘଟିବ।

(୧) ବିଶ୍ବର ରାଜତନ୍ତ୍ରରେ ‘ଓଡ଼ିଶା’ ଏକମାତ୍ର ଲୋକ ସର୍ଜନା। ପ˚ଚଦଶ ଶତାବ୍ଦୀରେ କପିଳେନ୍ଦ୍ର ଦେବ ‘ଓଡ଼ିଶା’କୁ ଏକ ରାଷ୍ଟ୍ର ନାମ ଭାବରେ ସ୍ଥାପିତ କରିଥିଲେ। ‘ଓଡ଼ିଆ’ ଓଡ଼ିଶାର ରାଷ୍ଟ୍ରଭାଷା ବୋଲି ଘୋଷିତ କରିଥିଲେ। ଶ୍ରୀଜଗନ୍ନାଥଙ୍କୁ ଓଡ଼ିଶା ରାଷ୍ଟ୍ରର ରାଷ୍ଟ୍ର ଦେବତା ଘୋଷଣା କରିଥିଲେ ସେହି ମହାମହିମ। ବିଶ୍ବର ଇତିହାସରେ ଲୋକାସ୍ଥାର ଆଧାରରେ ରାଷ୍ଟ୍ର, ରାଷ୍ଟ୍ରଭାଷା ଓ ରାଷ୍ଟ୍ରଦେବତା ଘୋଷିତ ହେବାର ଏଭଳି ପର˚ପରା ଆଉ କୋଉଠି ବି ନାହିଁ।

(୨) ‘ଓଡ଼ିଶା’ ବିଶ୍ବର ପ୍ରଥମ ସ˚ଘୀୟ ଲୋକତନ୍ତ୍ର। କପିଳେନ୍ଦ୍ରଙ୍କ ସହିତ ଯେଉଁ ଓଡ଼ିଆ ଗଜପତି ରାଜ ପର˚ପରା ଆରମ୍ଭ ହେଲା ତା’ର ଶାସକ ଗଜପତି ଥିଲେ ସର୍ବସମକ୍ଷରେ ଘୋଷିତ ଜଣେ ‘ରାଉତ’ ବା ‘ସେବକ’, ପ୍ରକୃତ ଶାସକ ସ୍ବୟ˚ ଈଶ୍ବର, ଜଗନ୍ନାଥ। ଧର୍ମୀୟ ଲୋକାଦର୍ଶର ଏ ପର˚ପରା ବିଶ୍ବରେ ଏକମାତ୍ର! ଓଡ଼ିଆ ରାଜାଙ୍କ ରାଉତ ପର˚ପରା ଓଡ଼ିଶାର ପ˚ଚଦଶ ଶତାବ୍ଦୀକୁ ଗୋଟିଏ ଘୋଷଣାନାମାରେ ସତ୍ୟ ଯୁଗର ଇନ୍ଦ୍ରଦ୍ୟୁମ୍ନଙ୍କ ସହିତ ଯୋଡ଼ି ଓଡ଼ିଶାକୁ ଏକ କିମ୍ବଦନ୍ତୀୟ ରାଜତନ୍ତ୍ରରେ ପରିଣତ କରିଥିଲା। ଏଭଳି ଘଟନା ବିଶ୍ବ ରାଜତନ୍ତ୍ରରେ କୋଉଠି ବି ନ ଥିଲା କି ନାହିଁ।

(୩) ଓଡ଼ିଶାର କୌଣସି ରାଜାଙ୍କର ଭବ୍ୟ ରାଜମହଲ ନ ଥିଲା କି ନାହିଁ। ଗଙ୍ଗାରୁ ଗୋଦାବରୀ ଯାଏଁ ବ୍ୟାପ୍ତ ବିଶାଳ କ୍ଷେତ୍ରର ନରପତିଙ୍କର ପ୍ରାସାଦ ନାହିଁ? ନାହିଁ ଏଇଥିପାଇଁ ଯେ ଓଡ଼ିଶାର ପ୍ରକୃତ ରାଜମହଲ ରାଜା ଜଗନ୍ନାଥଙ୍କର, ରାଉତ-ସେବକ ସାଧାରଣ ଗୃହବାସୀ। ଏ ନିଦର୍ଶନ ବିଶ୍ବର କୌଣସି ରାଜତନ୍ତ୍ରରେ ନାହିଁ। ଏ ମଧୢ ଏକ ଅସାଧାରଣ ଏକକ ନିଦର୍ଶନ ଯେ ଏ ରାଜ୍ୟର କିମ୍ବଦନ୍ତୀୟ ଅତୀତରେ ରାଜା ପ୍ରାର୍ଥନା କରିଥିଲା ଯେ ତା ବ˚ଶରେ କେହି ନ ରହୁ ଜଗନ୍ନାଥଙ୍କୁ ଓ ତାଙ୍କର ଭବ୍ୟ ମନ୍ଦିରକୁ ପୈତୃକ ସ˚ପତ୍ତି ବୋଲି ଦାବି କରିବାକୁ। ନିର୍ବ˚ଶ ହେବାର ଏ ପ୍ରାର୍ଥନା କରିଥିବା ରାଜା ଓଡ଼ିଆଙ୍କ କିମ୍ବଦନ୍ତୀୟ ପିତୃପୁରୁଷ ଇନ୍ଦ୍ରଦ୍ୟୁମ୍ନ। ସେବଠୁ ଏଯାଏଁ ଜଗନ୍ନାଥ ତାଙ୍କର ସ˚ପତ୍ତିର ଅଧିକାରୀ, ଅତୀତରେ ରାଜ୍ୟ ଜୟରୁ ରାଜା ଯାହା ପାଇଲେ ଦିଅନ୍ତି ମାଲିକଙ୍କୁ, ସେ ନିଜେ ଜଗନ୍ନାଥ- ରାଜାଙ୍କ ସେବା କରନ୍ତି। ସେ ପ୍ରଥମ ସେବକ।

(୪) ଓଡ଼ିଆ ଅସ୍ତିିତ୍ବର ଆରମ୍ଭ ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରୁ ଆହୁରି ପ୍ରାଚୀନ। ଖ୍ରୀଷ୍ଟୀୟ ପ୍ରଥମ ଶତାବ୍ଦୀରେ ଐତିହାସିକ ପ୍ଲିନି ମଳୟ ଗିରି ପାଦଭୂମିରେ ଧାନଚାଷ କରୁଥିବା ଓରେଟସ୍‌ ଲୋକ ସ˚ପ୍ରଦାୟକୁ ଠାବ କରିଥିଲେ। ‘ଧାନ’ର ଗ୍ରୀକ୍‌ ପ୍ରତିଶବ୍ଦ ‘ଓରୁଆ’। ‘ଓଡ଼ିଆ’, ଏହି ‘ଓରୁଆ’ରୁ ନିଷ୍ପାଦିତ ହୋଇପାରିଥାଏ। କିନ୍ତୁ ତା’ପୂର୍ବରୁ ଖ୍ରୀଷ୍ଟପୂର୍ବ ତୃତୀୟରୁ ଷଷ୍ଠ ଶତାବ୍ଦୀ ମଧୢରେ ‘ଓଡ୍ର ବିଭାଷା’ ନାମକ ଏକ ଭାଷାର କାବ୍ୟିକ ପ୍ରୟୋଗ ଉଦ୍‌ଘାଟିତ କରିଥିଲେ। ‘ବିଭାଷା’ର ଅର୍ଥ ଉପଭାଷା ନୁହେଁ, ପାଣିନୀଙ୍କ ବ୍ୟାକରଣରେ ‘ବିଭାଷା’କୁ ‘ବୈକଳ୍ପିକ ଭାଷା’ କୁହାଯାଇଚି। ୟାର ଅର୍ଥ ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀ ପୂର୍ବରୁ ଅନ୍ତତଃ ହଜାରେ ବର୍ଷ ଧରି ‘ଓଡ୍ର ବିଭାଷା’ ସ˚ସ୍କୃତରୁ ଜନ୍ମିତ, କିନ୍ତୁ ସ˚ସ୍କୃତ ସମକକ୍ଷ ଏକ ବିକଳ୍ପ ହୋଇ ବିକଶିତ ହୋଇ ଚାଲିଥିବ। ଭାରତୀୟ ଭାଷାମାନଙ୍କର ଇତିହାସରେ ଏ ପ୍ରକାରର ଅସ୍ତିତ୍ବବାଚୀ ପୃଷ୍ଠଭୂମି ଆଉ କାହାରି ନାହିଁ। ଏବେ ଓଡ଼ିଆ ଆର୍ଯ୍ୟ ଭାରତର ଏକମାତ୍ର ଶାସ୍ତ୍ରୀୟ ଭାଷା। ଏ ବିଭବ ଭାରତରେ ଆଉ କାହାରି ନାହିଁ। ବିଶ୍ବରେ ଏ ଅନନ୍ୟ!
(୫) ଅଶୋକ ନୁହନ୍ତି, ଆସ୍ଥା ବଳରେ ବଳୀୟାନ ନିରସ୍ତ୍ର ଓଡ଼ିଆମାନେ ବିଶ୍ବର ପ୍ରଥମ ଶାନ୍ତିପାଠ ଲେଖିଥିଲେ। ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରେ, ବିନା ରାଜାରେ, ନିଜର ମାତୃଭୂମି ଓ ଆରାଧୢଙ୍କୁ ରକ୍ଷା କରିବା ପାଇଁ ନିରସ୍ତ୍ର ଓଡ଼ିଆମାନେ ଅଶୋକଙ୍କ ମହାବଳୀ ରାଜଶକ୍ତିର ସମ୍ମୁଖୀନ ହୋଇଥିଲେ ଓ ପ୍ରାଣ ଦେଇଥିଲେ। ଏ ଦୃଷ୍ଟାନ୍ତ ଦେଖି ଅଶୋକ ହି˚ସା ପରିତ୍ୟାଗ କଲେ। ଓଡ଼ିଆଙ୍କ ବଳିଦାନ, ବିଶ୍ବର ପଥମ ଶାନ୍ତିପାଠ।

(୬) ବ˚ଶବାଦ ଓ ଜାତିପ୍ରଥା ବିରୋଧରେ ପ୍ରଥମ ଉଦ୍‌ଘୋଷଣ ହୋଇଥିଲା ଓଡ଼ିଶାରେ। ଇନ୍ଦ୍ରଦ୍ୟୁମ୍ନଙ୍କ ପ୍ରାର୍ଥନା, ବ˚ଶବାଦ ବିରୋଧରେ ପ୍ରଥମ ଉଦ୍‌ଘୋଷଣା। ଷୋଡ଼ଶ ଶତାବ୍ଦୀରେ ବଳରାମ ଦାସଙ୍କ ‘ଲକ୍ଷ୍ମୀପୁରାଣ’ ଜାତିପ୍ରଥା ବିରୋଧରେ ପ୍ରଥମ ହସ୍ତକ୍ଷେପ। ଚର୍ଯ୍ୟାପଦର ଛାୟା ସ˚ଗିନୀମାନେ ଅଧୢାତ୍ମରେ ପ୍ରବେଶ କରିଥିବା ପ୍ରଥମ ନିମ୍ନ ବ˚ଶଜା ନାରୀ। ଇଏ ନବମ ବା ଦଶମ ଶତାବ୍ଦୀର କଥା।

(୭) ଓଡ଼ିଆ ଲୋକ ସ˚ପ୍ରଦାୟ, ବିଶ୍ବର ଏକମାତ୍ର ଲୋକ ସ˚ପ୍ରଦାୟ ଯିଏ ପ୍ରାକୃତିକ ଦୁର୍ବିପାକ ସତ୍ତ୍ବେ ହଜାର ହଜାର ବର୍ଷ ଧରି ତା’ର ଭୂମି ପରିତ୍ୟାଗ ନ କରି ଭୂଲଗ୍ନ ହୋଇ ବର୍ତ୍ତିଚି। ଓଡ଼ିଆଙ୍କ ମାଟି ଅନନ୍ୟ।

(୮) ଓଡ଼ିଶାର ଭକ୍ତି ପର˚ପରା, ଭାରତୀୟ ଭକ୍ତି ପର˚ପରାରେ ବ୍ରାହ୍ମଣ୍ୟ ଉପଚାର-ସର୍ବସ୍ବତା ବିରୋଧରେ ପ୍ରଥମ ଜ୍ଞାନମାର୍ଗୀ ହସ୍ତକ୍ଷେପ। ନିର୍ଗୁଣ ଧର୍ମଧାରା ଓଡ଼ିଶାର ବୌଦ୍ଧିକ ସ˚ପଦ। ଉନ୍ନବି˚ଶ ଶତାବ୍ଦୀର ମହିମା ଧର୍ମ, ବିଶ୍ବର ଧର୍ମୀୟ ପର˚ପରାରେ ଏକ ମୌଳିକ ନବୋନ୍ମେଷ! ଏ ଧର୍ମର ଉଦ୍‌ଗମ ଓଡ଼ିଆ ସନ୍ଥଙ୍କ ଦ୍ବାରା ଓଡ଼ିଶାରେ ସମ୍ଭବ ହୋଇଥିଲା।

(୯) ଓଡ଼ିଶାର ମନ୍ଦିର ସ୍ଥାପତ୍ୟ, ନୃତ୍ୟ, ଗୀତ, ତାଳ ଓ ବାଦ୍ୟ ଏକ ବିସ୍ମୟକର ଆର୍ଯ୍ୟ-ଦ୍ରାବିଡ ସ˚ଘର୍ଷ ଓ ସମନ୍ବୟର ପରିସୀମା ବାହାରେ ବର୍ତ୍ତି ଥିବା ମୌଳିକ କଳ୍ପନାରୁ ସୃଷ୍ଟ କଳା। ୟାର ପଟାନ୍ତର ନାହିଁ। ଓଡ଼ିଶୀର ଚଉକ, ଓଡ଼ିଆ ଛାନ୍ଦର ଅଭିନିବେଶ, ଓଡ଼ିଆ ତାଳବାଦ୍ୟର ଲୋକଛନ୍ଦ ସବୁ ମୌଳିକ। ଓଡ଼ିଆ ସୁଆଙ୍ଗ, ଲୋକନୃତ୍ୟ, ପଟଚିତ୍ର ଓ ରାଷ୍ଟ୍ର ଦେବତାଙ୍କ ଲୋକ ବିିଜୟ ଯାତ୍ରା, ତଥା ବ୍ୟଞ୍ଜନ ଓ ଉପଚାର ବିଧି ଲୋକଜ। ବିଶ୍ବରେ ଅନ୍ୟ କୌଣସି ଧର୍ମରେ ବା ଦେବାୟତନରେ ଏ ମୋଳିକତା ନାହିଁ।

(୧୦) ଓଡ଼ିଆ ଆଦିବାସୀଙ୍କ ଧର୍ମଧାରା ବୈଦିକ ଅପୌରୁଷେୟରେ ମିଶି ଅଧୢାତ୍ମକୁ ଧର୍ମରେ ପରିଣତ କରିବାର ବା ଧର୍ମକୁ ଅଧୢାତ୍ମରେ ପରିଣତ କରିବାର ଦୃଷ୍ଟାନ୍ତ ବିଶ୍ବର ଅନ୍ୟ କୌଣସି କ୍ଷେତ୍ରରେ ନାହିଁ।

(୧୧) ଓଡ଼ିଆ ଏକମାତ୍ର ଶାସ୍ତ୍ରୀୟ ଭାଷା ଯାହାର ଭାଷାତାତ୍ତ୍ବିକ ବ୍ୟାକରଣ ନାହିଁ। ପାଣିନୀ ଖ୍ରୀଷ୍ଟପୂର୍ବ ତୃତୀୟରୁ ଷଷ୍ଠ ଶତାବ୍ଦୀ ମଧୢରେ ଯେଉଁ ବ୍ୟାକରଣ ରଚନା କରିଥିଲେ ତହିଁରେ ବିକଳ୍ପ ଭାଷାକୁ ବ୍ୟବହାରିକ ବିଜ୍ଞାନ ଦ୍ବାରା ତତ୍ତ୍ବ ପ୍ରତିଷ୍ଠାର ସ୍ବାଧୀନତା ଦେବା ଅଭୀଷ୍ଟ ଥିଲା। ସେ ଅଭୀଷ୍ଟ ଅନ୍ତତଃ ଏକ ହଜାର ବର୍ଷର ମୌଖିକ ପ୍ରୟୋଗ ପରେ ସାରଳା ଦାସଙ୍କ ‘ମହାଭାରତ’ରେ ଆବିଷ୍କୃତ ହେଲା ଓ ଜଗନ୍ନାଥ ଦାସଙ୍କ ‘ଭାଗବତ’ରେ ସୂତ୍ରବଦ୍ଧ ହେଲା।

(୧୨) ଓଡ଼ିଶା ବିଶ୍ବର ଏକମାତ୍ର କ୍ଷେତ୍ର ଯହିଁରେ ତା’ର ସମଗ୍ର ଜ୍ଞାନ ପର˚ପରା ତାଳପତ୍ର ପୋଥିରେ ସ˚ରକ୍ଷିତ। ଏବେ ଓଡ଼ିଶାରେ ଅନ୍ତତଃ ଏକ ଲକ୍ଷରୁ ଅଧିକ ତାଳପତ୍ର ପୋଥି ଗଚ୍ଛିତ ଅଛନ୍ତି। ତାଳପତ୍ରର ରଚନା-ଜୀବନ ଚାରିଶହ ବର୍ଷ ହେଲା ବେଳେ କାଗଜର ଜୀବନ ମାତ୍ର ଦୁଇଶହ ବର୍ଷ (ସେ ପୁଣି ସ୍ବତନ୍ତ୍ର କାଗଜ)। ବିଦେଶରେ ବିଶ୍ବବିଦ୍ୟାଳୟ ଓ ଜ୍ଞାନ କେନ୍ଦ୍ରମାନଙ୍କରେ ଏବେ ଭାରତୀୟ ଜ୍ଞାନ ପର˚ପରାର ଅଧୢୟନ ଯେଉଁ ତାଳପତ୍ର ପୋଥିର ଆଧାରରେ କରାଯାଉଚି, ସେଗୁଡ଼ିକ ମୁଖ୍ୟତଃ ଓଡ଼ିଶାର ନିରବିଚ୍ଛିନ୍ନ ପୋଥି ଲିଖନ ପର˚ପରାର ଦାନ। ଗୁଜରାଟର ଜୈନପାଠ ଗୁଡ଼ିକର ତାଳପତ୍ର ପୋଥି ଓଡ଼ିଶାରେ ଉପଲବ୍‌ଧ, ପୁଣି ଗୁଜରାଟରୁ ବ୍ୟବସାୟୀ ପୁରୀର ହରିଦାସପୁରକୁ ଆସନ୍ତି କାଗଜ ଲେଖାକୁ ତାଳପତ୍ର ଲେଖାରେ ବଦଳାଇବା ପାଇଁ।

(୧୩) ଓଡ଼ିଆ ସାହିତ୍ୟର ଶ୍ରେଷ୍ଠ କାଳ ସାରଳା ଦାସ (ପ˚ଚଦଶ ଶତାବ୍ଦୀ)ରୁ ଭୀମଭୋଇ (ଉନ୍ନବି˚ଶ ଶତାବ୍ଦୀ) ଏହି ଚାରିଶହ ବା ପା˚ଚଶହ ବର୍ଷ ବିଶ୍ବ ସାହିତ୍ୟରେ ଅତୁଳନୀୟ। ମନ୍ତ୍ରରୁ ଗାଥା,- ଗାଥାରୁ ପଦ, ପଦରୁ ଛନ୍ଦ ଓ ଛନ୍ଦରୁ ବାଚିକତାକୁ ଗତି କରିଥିବା ଓଡ଼ିଆ କାବ୍ୟସାହିତ୍ୟ ଓଡ଼ିଆଙ୍କର ବିଶ୍ବସାହିତ୍ୟକୁ ଶ୍ରେଷ୍ଠ ଅବଦାନ। ଆଉ କୌଣସି ସାହିତ୍ୟରେ ଏ ପା˚ଚଶହ ବର୍ଷ କେବଳ କାବ୍ୟ-କବିତାକୁ ନେଇ ଏଭଳି ବିପୁଳ ଓ ରୁଦ୍ଧିମନ୍ତ ନୁହେଁ।

(୧୪) ଓଡ଼ିଆମାନେ ପ୍ରକୃତିର କ୍ରୂରତା ବିରୋଧରେ ଲଢ଼ି ଲଢ଼ି ଖର୍ବକାୟ, ଶୀର୍ଣ୍ଣ ଓ ନମ୍ର; କିନ୍ତୁ ଥରେ ଓଡ଼ିଆଙ୍କ ଆଗରେ ନିଜ ଭୂମି ବା ଆସ୍ଥାର ସୁରକ୍ଷା ପାଇଁ ଉଷ୍ମା ସୃଷ୍ଟି ହେଲେ, ଏହି ସାଧାରଣ ଲୋକେ ପ୍ରଳୟ କରିପାରନ୍ତି। ଓଡ଼ିଶାର ‘ପାଇକ ବିଦ୍ରୋହ’ ଭାରତର ପ୍ରଥମ ସ୍ବାଧୀନତା ସ˚ଗ୍ରାମ।

(୧୫) ଓଡ଼ିଶା ବିଶ୍ବର ଏକମାତ୍ର କ୍ଷେତ୍ର ଯହିଁରେ ଅକ୍ଷଦଣ୍ତୀୟ ଏକୀକରଣ ସମ୍ଭବ ହୋଇଚି। ବିସମାର୍କ କହିଥିଲେ ପୂର୍ବ ପଶ୍ଚିମ ଏକୀକରଣ ସମ୍ଭବ, କିନ୍ତୁ ଉତ୍ତର-ଦକ୍ଷିଣ ଏକୀକରଣ ସହଜ ନୁହେଁ। ପଶ୍ଚିମ ଓଡ଼ିଶାର ସୋମବ˚ଶୀ ନରପତି କେଶରୀମାନେ ଓଡ଼ିଶାର ପ୍ରଥମ ଅକ୍ଷଦଣ୍ତୀୟ ଏକୀକରଣ ସମ୍ଭବ କରାଇଲେ। ସେମାନେ ଉତ୍ତରରୁ ଓହ୍ଲାଇ ତଟୀୟ ଓଡ଼ିଶାରେ ଆସ୍ଥା ବିଗ୍ରହ ଶ୍ରୀଲିଙ୍ଗରାଜ ଓ ମାତା ବିରଜାଙ୍କ ମନ୍ଦିର ସ୍ଥାପନ କଲେ। ସେମାନେ ମଧୢ ସାମ୍ରାଜ୍ଞୀ ଶାସିତ ରାଜ ପର˚ପରା ସ୍ଥାପନ କଲେ। ପଶ୍ଚିମ ଓଡ଼ିଶା, ରାଜନୈତିକ ଓଡ଼ିଶାର ପ୍ରଥମ ଏକୀକରଣ ସ୍ଥାପୟିତା, ଇଏ ଓଡ଼ିଶାରୁ ଯିବ କୁଆଡ଼େ?

ହଁ ମୁଁ ଅଛି, ମୁଁ ଓଡ଼ିଆ! ମୋର ଅସ୍ତିତ୍ବ ଏତେ ପ୍ରାଚୀନ, ମୋର ଅସ୍ମିତା ଏତେ ବିପୁଳ ମୌଳିକତାରେ ସମୃଦ୍ଧ, ମୋର ପରିଚୟ ସ˚କଟ କାହିଁକି? ନୂଆ ଯୁବପିଢ଼ିର ଯିଏ ୟାକୁ ପଢୁଚନ୍ତି, ଜାଣନ୍ତୁ ଓ ବୁଝନ୍ତୁ ଏ ମାଟିର ମହାଗାଥା କେତେ ଅସାମାନ୍ୟ! ବିଦେଶୀ ଓ ପ୍ରତିଦ୍ବନ୍ଦ୍ବୀମାନେ ଆମର ଇତିହାସ ଲେଖିଥିଲେ ଦିନେ କେବେ; ଏବେ ତ ଇତିହାସ ଏଇ ଯୁବପିଢ଼ି ଲେଖିବ! ଉତ୍କଳ ଜନନୀ ଆଖିରୁ ଲୁହ ପୋଛିବା ପାଇଁ ଅସ˚ଖ୍ୟ ତତ୍ପର ହାତ ମୁଁ ଦେଖୁଚି। ବନ୍ଦେ ଉତ୍କଳ ଜନନୀ। ଜୟ ଭାରତ!

ବାଗର୍ଥ, ଏନ୍ ୨/୨୬
ଆଇଆର୍‌ସି ଭିଲେଜ୍, ଭୁବନେଶ୍ବର-୧୫
ମୋ-୯୪୩୭୦୩୯୮୫୮

ସମ୍ବନ୍ଧିତ ଖବର