ରଙ୍ଗର ପର୍ବ ଓ ରଙ୍ଗରେ ବିଷ

ବିଜୟ କେତନ ପଟ୍ଟନାୟକ

ସବୁ ଧର୍ମରେ କିଛି ନା କିଛି ପୂଜା ଓ ଉତ୍ସବର ଅବକାଶ ରହିଛି। କିନ୍ତୁ ହିନ୍ଦୁ ଧର୍ମରେ ପୂଜା ପାର୍ବଣର ସ୍ଥାନ ସ୍ବତନ୍ତ୍ର। ଏଠି ବାର ମାସରେ ତେର ପର୍ବ। ଏହି କ୍ରମରେ ମାର୍ଚ୍ଚ ମାସରେ ବସନ୍ତର ଆଗମନ ସହିତ ହିନ୍ଦୁମାନଙ୍କର ଅନ୍ୟ ଏକ ପର୍ବ ଆସେ ଦୋଳ ମେଳଣ ଓ ରଙ୍ଗର ପର୍ବ ହୋଲି। ପଶ୍ଚିମବଙ୍ଗ, ଆସାମ ଓ ତ୍ରିପୁରାରେ ଏହି ଗଣପର୍ବ ‘ବସନ୍ତୋତ୍ସବ’ ନାମରେ ନାମିତ। ବସନ୍ତ ଋତୁ ହିଁ ସୂଚାଇ ଦିଏ ଶୀତର ସମାପ୍ତି ଏବ˚ ଗ୍ରୀଷ୍ମର ଆବାହନୀ। ଦେଶର ଅନେକ ସ୍ଥାନରେ କେଉଁଠି ଫଗୁଣ ମାସ ପୂର୍ଣ୍ଣିମା ଦିନ ବା କେଉଁଠି ତା’ ପରଦିନ ‘ହୋଲି’ ଉତ୍ସବ ପାଳିତ ହୋଇଥାଏ।

ହିନ୍ଦୁମାନଙ୍କର ପର୍ବ ହୋଇଥିଲେ ମଧୢ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏହି ଉତ୍ସବ ପାଳନରେ ସାମିଲ ହୋଇଥାନ୍ତି। ଦୋଳ ଉତ୍ସବ ଏବ˚ ହୋଲି ପର୍ବ ଭାରତୀୟ ପର˚ପରା ଓ ସ˚ସ୍କୃତି ସହିତ ଓତପ୍ରୋତ ଭାବେ ଜଡ଼ିତ। ଚତୁର୍ଥ ଶତାବ୍ଦୀରେ ଲିଖିତ ମହାନ୍‌ କବି କାଳିଦାସଙ୍କ ବିଭିନ୍ନ କାବ୍ୟ କବିତାରେ ମଧୢ ହୋଲି ଖେଳର ବା ରଙ୍ଗ ଖେଳର ବର୍ଣ୍ଣନା ରହିଛି। ଏହି ଅବସରରେ ଦସ୍ୟୁ ସମ୍ରାଟ ହିରଣ୍ୟକାଶ୍ୟପର ଭଗ୍ନୀ ‘ହୋଲିକା’ ଦହନ ପର˚ପରା ସହିତ ଦ୍ବାପର ଯୁଗର ଯେଉଁ ପର˚ପରାଟି ସର୍ବପ୍ରଥମେ ମନରେ ଆସେ ଏବ˚ ଯାହା ସର୍ବଜନ ଆଦୃତ, ତାହା ହେଉଛି ରାଧାକୃଷ୍ଣଙ୍କର ପ୍ରେମ ଭାବାତ୍ମକ କୌତୁକପୂର୍ଣ୍ଣ ପିଚକାରିରେ ରଙ୍ଗ ଖେଳ ଓ ଫଗୁ ବୋଳା ଉତ୍ସବ। ପୂର୍ବ କାଳରେ ହୋଲି ଖେଳରେ ବିଭିନ୍ନ ପ୍ରାକୃତିକ ରଙ୍ଗ ବ୍ୟବହାର ହେଉଥିଲା, ଯାହା ହାନିକାରକ ନ ଥିଲା। ବିଡ଼ମ୍ବନାର ବିଷୟ ଏହି ଯେ, ଆଜିକାଲି ‘ହୋଲି’ ବିଷାକ୍ତ, ଅସ୍ବାସ୍ଥ୍ୟକର ଏବ˚ କ୍ଷତିକାରକ ରଙ୍ଗରେ ଖେଳାଯାଉଛି। ରାସାୟନିକ ପ୍ରକ୍ରିୟାରେ ପ୍ରସ୍ତୁତ କୃତ୍ରିମ ରଙ୍ଗ ଶସ୍ତା ଏବ˚ ଅଧିକ ଉଜ୍ଜ୍ବଳ। କିନ୍ତୁ ଏହା ଆମର ସ୍ବାସ୍ଥ୍ୟ ଓ ପରିବେଶ ପାଇଁ ଅତ୍ୟନ୍ତ ବିପଜ୍ଜନକ।

ଆଜିକାଲି ବଜାରରେ ଚାରି ପ୍ରକାରର ହୋଲି ରଙ୍ଗ ମିଳୁଛି। ଗୁଲାଲ ବା ଅବିର, ନାଲି, ନେଳି, ହଳଦିଆ, ବାଇଗଣୀ ଆଦି ଶୁଖିଲା ରଙ୍ଗ, ପେଷ୍ଟ ବା ଅଠାଳିଆ ରଙ୍ଗ ଏବ˚ ପାଣିରେ ମିଶା ଯାଉଥିବା ରଙ୍ଗ। ଏହି ଚାରି ପ୍ରକାରର ରଙ୍ଗ ମଧୢରୁ ଗୁଲାଲ ବା ଅବିର ସବୁଠାରୁ ଅପେକ୍ଷାକୃତ ହାଲ୍‌କା ଏବ˚ ପ୍ରାୟତଃ କ୍ଷତିକାରକ ନୁହେଁ। ଶୁଖିଲା ବା ଗୁଣ୍ତ ପାଉଡ଼ର ରଙ୍ଗରେ ଦୁଇଟି ଅ˚ଶବିଶେଷ ଥାଏ। ପ୍ରଥମଟି ମୌଳିକ ଉପାଦାନ ବା ଭିତ୍ତିଭୂମି, ଯାହା ଆଜବେଷ୍ଟସ୍‌ ଗୁଣ୍ତ କିମ୍ବା ସରୁ ବାଲି ହୋଇପାରେ ଏବ˚ ଦ୍ବିତୀୟଟି ରଙ୍ଗ ଦେବା ପାଇଁ ବ୍ୟବହୃତ ପଦାର୍ଥ, କୃତ୍ରିମ ରଙ୍ଗ ପ୍ରସ୍ତୁତିରେ ମୁଖ୍ୟତଃ ଭାରୀଧାତୁ ଯଥା କ୍ୟାଡମିୟମ, କ୍ରୋମିୟମ, ଲୌହ, ସୀସା, ପାରଦ, ଦସ୍ତା ବା ଜିଙ୍କ୍‌ର ଜାରକ ରହିଥାଏ। ଏହା ବ୍ୟତୀତ କ୍ଷାର, ଅଭ୍ରକ, ଧଳା ଚକ୍‌ ଗୁଣ୍ତ ଏବ˚ ଏପରିକି ଅତି ସୂକ୍ଷ୍ମ କାଚ କଣିକା ମଧୢ ବ୍ୟବହୃତ ହୋଇଥାଏ। କାଚଗୁଣ୍ତ ଓ ଅଭ୍ର କଣିକା ରଙ୍ଗକୁ ଅଧିକ ଉଜ୍ଜ୍ବଳ ଏବ˚ ଆକର୍ଷଣୀୟ କରେ। ଆନନ୍ଦ, ଉତ୍ସାହ ଓ ଉଲ୍ଲାସରେ ରଙ୍ଗ ଖେଳିବା ବେଳେ ଲୋକମାନେ ପରସ୍ପର ମୁହଁରେ ଫଗୁ ବା ଅବିର ବୋଳିଥାନ୍ତି। ଅନେକତ୍ର ରାଧାକୃଷ୍ଣ ପରଂପରାକୁ ମନେ ପକାଇ ପ୍ରେମିକ, ପ୍ରେମିକାମାନେ ମଧୢ ଶ୍ରଦ୍ଧାରେ ପରସ୍ପର ମୁହଁରେ ରଙ୍ଗ ବୋଳିଥାନ୍ତି ବା ପିଚକାରିରେ ରଙ୍ଗ ଖେଳିଥାନ୍ତି, ବେଳେ ବେଳେ କିଛି ଲୋକ ଶୁଖିଲା ପାଉଡ଼ର ରଙ୍ଗରେ ସାମାନ୍ୟ ପାଣି ମିଶେଇ ମଣ୍ତ ବା ଖଳି ପ୍ରସ୍ତୁତ କରିଥାନ୍ତି। ଏହି ପ୍ରକାରର ରଙ୍ଗ ପରସ୍ପର ମୁହଁରେ ବା ମୁଣ୍ତରେ ବୋଳିଲେ, ଚର୍ମ କୁଣ୍ତେଇ ହେବା, ଫଳିଯିବା, ଶାରୀରିକ ପ୍ରତିକ୍ରିୟା କାରଣରୁ ଆଲର୍ଜି ହେବା, ଆଖି ସ˚କ୍ରମଣ ହେବା ସହିତ ମୁଣ୍ତବାଳର ମଧୢ କ୍ଷତି ହୋଇଥାଏ।

ମାର୍କେଟ୍‌ରେ ମିଳୁଥିବା ବିଭିନ୍ନ ପ୍ରକାରର କୃତ୍ରିମ ରାସାୟନିକ ରଙ୍ଗ ମଣିଷର ସ୍ବାସ୍ଥ୍ୟ ଓ ଶରୀର ଉପରେ ପକାଉଥିବା ପ୍ରଭାବ ସ˚ପର୍କରେ ସୂଚନା ଦିଆଯାଇଛି।

(କ) କଳା ପାଉଡ଼ର ରଙ୍ଗ- ଏହା ସାଧାରଣତଃ ସୀସା ଓ ଅମ୍ଳଜାନ ମିଶ୍ରିତ ଯୌଗିକ, ସୀସା ସବୁଠାରୁ ବିପଜ୍ଜନକ ଭାରୀ ଧାତୁ, ଯାହା ରଙ୍ଗରେ ଉଜ୍ଜ୍ବଳତା ଆଣିବା ପାଇଁ ବ୍ୟବହାର କରାଯାଏ। ଏହାର ବ୍ୟବହାର ଦ୍ବାରା ସନ୍ତାନ ଉତ୍ପାଦନକାରୀ ଏବ˚ ସ୍ନାୟବିକ ପ୍ରଣାଳୀ କ୍ଷତିଗ୍ରସ୍ତ ହୋଇଥାଏ। ଗର୍ଭବତୀ ସ୍ତ୍ରୀ ସୀସା ପରି ବିଷାକ୍ତ ଧାତୁର ସ˚ସ୍ପର୍ଶରେ ଆସିଲେ, ତାର ଗର୍ଭପାତ ଘଟିଥାଏ ବା ଅପରିପକ୍ବ ସନ୍ତାନ ଜନ୍ମ ହୋଇଥାଏ। ଜନ୍ମିତ ପିଲାର ଶାରୀରିକ ଓ ମାନସିକ ବିକାଶ ବାଧାପ୍ରାପ୍ତ ହୁଏ। ସ୍ମୃତି ଶକ୍ତି ହ୍ରାସ ପାଏ। ରକ୍ତହୀନତା ଦେଖାଦିଏ। ଭ୍ରୂଣସ୍ଥ ଶିଶୁ ଉପରେ ସ୍ନାୟବିକ ଚାପ ପଡ଼େ।

(ଖ) ଲାଲ ରଙ୍ଗ- ପାରଦ ଓ ଗନ୍ଧକ ମିଶ୍ରିତ ଯୌଗିକ ବସ୍ତୁ। ପାରଦ ଏକ ବିଷାକ୍ତ ଧାତୁ ଯାହାକି ମୁଖ୍ୟତଃ ଲାଲ ରଙ୍ଗ ପାଇଁ ବ୍ୟବହାର ହୋଇଥାଏ। ଲାଲ ରଙ୍ଗ ମୁହଁରେ ବୋଳିଲେ ସୂକ୍ଷ୍ମ ପାରଦ କଣିକା ଶ୍ବାସକ୍ରିୟାରେ ଭିତରକୁ ଯାଇ ଯନ୍ତ୍ରଣାଦାୟକ କାଶ, କଫ ହୁଏ। ନିଃଶ୍ବାସ ନେବାରେ କଷ୍ଟ ହୁଏ। ପାରଦ ସାଧାରଣତଃ ଯକୃତ, ମୂତ୍ରାଶୟ ଓ ସ୍ନାୟବିକ ସ୍ତରରେ କ୍ଷତି ପହୁଞ୍ଚାଇଥାଏ। ଏହା ମଧୢ ଚର୍ମ କର୍କଟ ରୋଗ ସୃଷ୍ଟି କରେ।

(ଗ) ସବୁଜ ରଙ୍ଗ- ତମ୍ବା ଓ ଗନ୍ଧକାମ୍ଳ ଯୌଗିକ। ଚକ୍ଷୁ କୁଣ୍ତେଇ ହୁଏ, ଲାଲ୍‌ ପଡ଼ିଯାଏ। ବେଳେବେଳେ ଫୁଲିଯାଏ ଓ ଆଲର୍ଜି ଦେଖାଦିଏ। ଅନେକ ସମୟରେ ଯକୃତ, ମୂତ୍ରାଶୟ ଓ ଶ୍ବାସଯନ୍ତ୍ରକୁ ମଧୢ କ୍ଷତି ପହୁଞ୍ଚାଇଥାଏ। ସାମୟିକ ଭାବେ ଆଖିର ଦୃଷ୍ଟି ଶକ୍ତି ନଷ୍ଟ ହୋଇଯାଏ।

(ଘ) ହାଲ୍‌କା ବାଇଗଣି (ନାଲି ଓ ନୀଳର ମଧୢବର୍ତ୍ତୀ) ରଙ୍ଗ- କ୍ରୋମିୟମ ଓ ଆୟୋଡିନ୍‌ର ଯୌଗିକ। ଆଜ୍‌ମା ଆଦି ଶ୍ବାସକ୍ରିୟାଜନିତ ରୋଗ ସୃଷ୍ଟି କରିଥାଏ।

(ଚ) ପର୍ସିୟାନ ବ୍ଲୁ ବା ଘନନୀଳ ରଙ୍ଗ- ଲୁହା ଓ ଅମ୍ଳଜାନ ମିଶ୍ରଣରୁ ପ୍ରସ୍ତୁତ ଯୌଗିକ ବସ୍ତୁ। ଏହି ରଙ୍ଗ ଖେଳିଲେ ବିଭିନ୍ନ ଚର୍ମରୋଗ ସ˚କ୍ରମଣ ହୋଇଥାଏ।

(ଛ) ଧଳା, ରୁପା ରଙ୍ଗ- ଆଲୁମିନିୟମ ଓ ବ୍ରୋମିନ୍‌ର ଯୌଗିକ। ଏହା ଅଧିକ କ୍ଷତିକାରକ ଏବ˚ ଚର୍ମ କର୍କଟ ରୋଗ ସୃଷ୍ଟିର କାରକ ହୋଇଥାଏ।
ଉପରୋକ୍ତ ରଙ୍ଗ ପ୍ରସ୍ତୁତିରେ ବ୍ୟବହୃତ ହେଉଥିବା ମୌଳିକ ଉପାଦାନ ମଧୢରେ ରହିଛି ଆଜବେଷ୍ଟସ ଗୁଣ୍ତ, ବାଲି, ଚର୍ମ କର୍କଟ ରୋଗ ସୃଷ୍ଟିକାରୀ ଏବ˚ ଚର୍ମକୁ ଶୁଷ୍କ କରିଦିଏ। ଏହା ବ୍ୟତୀତ ଶୁଖିଲା ରଙ୍ଗ ପାଉଡର‌୍‌ରେ କାଚ ଗୁଣ୍ତ ମଧୢ ବ୍ୟବହୃତ ହୁଏ, ଯାହା ଫଳରେ ଏହି ରଙ୍ଗକୁ ମୁହଁରେ ବୋଳିଲେ ଆଖି ନଷ୍ଟ ହେବାର ସମ୍ଭାବନା ଥାଏ। ବ୍ୟବସାୟୀମାନେ ଅଠାଳିଆ ରଙ୍ଗ ପ୍ରସ୍ତୁତ କଲାବେଳେ ନିକୃଷ୍ଟ ଧରଣର ଇ˚ଜିନ୍‌ ତୈଳ ବ୍ୟବହାର କରିଥାନ୍ତି। ଏହା ବ୍ୟତୀତ ଯନ୍ତ୍ରପାତିରେ ଲାଗୁଥିବା ମେଟାଲିକ୍‌ ରଙ୍ଗ କିମ୍ବା ତୈଳଚିତ୍ର ପ୍ରସ୍ତୁତିରେ ବ୍ୟବହୃତ ରଙ୍ଗ ମିଶାଇଥାନ୍ତି। ଇ˚ଜିନ୍‌ ତୈଳରୁ ଚର୍ମ କୁଣ୍ତାଇ ହେବା ସହ ଆଲର୍ଜି ମଧୢ ହୋଇଥାଏ। ପାଣିରେ ଗୋଳେଇ ପିଚ୍‌କାରିରେ ଖେଳାଯାଉଥିବା ରଙ୍ଗରେ କ୍ଷାରୀୟ ଉପାଦାନ, ସ୍ୟାହି ଓ ଆୟୋଡିନ ଦ୍ରବଣ ଥାଏ। ଏହା ବିଭିନ୍ନ ଚର୍ମରୋଗର କାରକ ହୋଇଥାଏ। ସ୍ବାସ୍ଥ୍ୟ ସମସ୍ୟା ବ୍ୟତୀତ ରାସାୟନିକ, କୃତ୍ରିମ ରଙ୍ଗର ପରିବେଶ ଉପରେ ମଧୢ ପ୍ରତିକୂଳ ପ୍ରଭାବ ପଡ଼େ। ସାଧାରଣତଃ ରଙ୍ଗ ପ୍ରସ୍ତୁତିରେ ବ୍ୟବହୃତ ଉପାଦାନଗୁଡ଼ିକ ଜୈବ ବିଘଟନ ଅକ୍ଷମ। ଟନ୍‌ ଟନ୍‌ ବିଷାକ୍ତ ରାସାୟନିକ ପଦାର୍ଥ ଓ ଭାରୀ ଧାତୁ ଜଳଉତ୍ସ, ମୃତ୍ତିକା ଓ ପାରିପାର୍ଶ୍ବିକ ପରିବେଶକୁ ପ୍ରଦୂଷିତ କରେ। ଭୂପୃଷ୍ଠ ଜଳ ପ୍ରବାହକୁ କଳୁଷିତ କରିବା ବ୍ୟତୀତ, ମାଟିରୁ କ୍ଷରିତ ହୋଇ ଭୂତଳ ଜଳକୁ ମଧୢ ଦୂଷିତ କରିଥାଏ।

ଆମର ପୂର୍ବଜମାନେ ପରିବେଶ ସହାୟକ ପ୍ରାକୃତିକ ରଙ୍ଗ ବିଷୟରେ ଅବଗତ ଥିଲେ। ପୂର୍ବକାଳରେ ହୋଲି ପାଇଁ ରଙ୍ଗ ପ୍ରାକୃତିକ ଉତ୍ସରୁ ପ୍ରସ୍ତୁତ ହେଉଥିଲା। ଗଛର ବିଭିନ୍ନ ଅ˚ଶ ଯଥା ଫୁଲ, ଫଳ, ପତ୍ର, କାଣ୍ତ ଯଥା ନିମ୍ବପତ୍ର, ହଳଦୀ, କୁଙ୍କୁମ ଗଛର ଫଳ ବିଶେଷ ଭାବେ ଉପଯୋଗ ହେଉଥିଲା। ଆମ ପ୍ରାଚୀନ ସାହିତ୍ୟରେ ମଧୢ ପଳାଶ ଓ ଗେଣ୍ତୁଫୁଲ, ମଞ୍ଜୁଆତି, ହଳଦୀ ଓ ବିଟ୍‌ରୁ ପ୍ରସ୍ତୁତ ରଙ୍ଗ ହୋଲି ଖେଳରେ ବ୍ୟବହୃତ ହେଉଥିଲା ବୋଲି ଉଲ୍ଲେଖ ଅଛି। ଏବେବି ଉତ୍ତରପ୍ରଦେଶର ବୃନ୍ଦାବନରେ ହୋଲି ଖେଳରେ ବିଭିନ୍ନ ପ୍ରାକୃତିକ ଫୁଲ ବ୍ୟବହାର କରାଯାଏ। ଊନବି˚ଶ ଶତାବ୍ଦୀର ମଧୢଭାଗରେ କୃତ୍ରିମ ରାସାୟନିକ ରଙ୍ଗ ସବୁ ମାର୍କେଟ୍‌କୁ ଆସିଲା ଏବ˚ ଧୀରେ ଧୀରେ ପ୍ରାକୃତିକ ରଙ୍ଗର ବ୍ୟବହାର ଲୋପ ପାଇଗଲା। ପ୍ରାକୃତିକ ଉତ୍ସରୁ ପ୍ରସ୍ତୁତ ବିଭିନ୍ନ ରଙ୍ଗ ବିଷୟରେ କିଛିଟା ସୂଚନା ଦିଆଯାଇଛି।

(୧) କମଳା-ଲାଲ୍‌: ହେନା ଗଛର ଶୁଖିଲା ପତ୍ରକୁ ପାଣିରେ ମିଶାଇ ପ୍ରସ୍ତୁତ କରାଯାଏ।
(୨) ସବୁଜ: ମଞ୍ଜୁଆତି ପତ୍ର, କୃଷ୍ଣଚୂଡ଼ା ଗଛର ଶୁଖିଲା ପତ୍ର ଏବ˚ ପାଳଙ୍ଗ ଆଦି ଖାଇବା ଶାଗକୁ ପାଣିରେ ଫୁଟାଇ ଏବ˚ ବାଟି ପ୍ରସ୍ତୁତ କରାଯାଇଥାଏ।
(୩) ହଳଦିଆ ଅବିର: ହଳଦୀଗୁଣ୍ତ ଏବ˚ ବେସନକୁ ମିଶାଇ ପ୍ରସ୍ତୁତ ହୁଏ।
(୪) ହଳଦିଆ ପାଣି ରଙ୍ଗ: ହଳଦିଆ ଗେଣ୍ତୁ ଓ ପଳାଶ ଫୁଲକୁ ଗରମ ପାଣିରେ ଫୁଟାଇ ପ୍ରସ୍ତୁତ ହୋଇଥାଏ।
(୫) ହାଲ୍‌କା ଲାଲ ବା ବାଇଗଣୀ ରଙ୍ଗ: ‘ବିଟ୍‌’କୁ ପତଳା ପତଳା କରି କାଟି ପାଣିରେ ଭିଜାଇଲେ ଏହି ରଙ୍ଗ ବାହାରେ।
(୬) ନୀଳ ରଙ୍ଗ: ଅଙ୍ଗୁର ଫଳ, ନୀଳ ଗଛ, ନୀଳ ମନ୍ଦାର ଫୁଲକୁ ପାଣିରେ ମିଶାଇଲେ ନୀଳ ରଙ୍ଗ ବାହାରେ।
(୭) ବାଦାମୀ: ଶୁଖିଲା ଚା’ ପତ୍ର, ଖଇର ଗଛର ପତ୍ରକୁ ପାଣିରେ ମିଶାଇ ପ୍ରସ୍ତୁତ ହୁଏ।
(୮) କଳା ରଙ୍ଗ: ଅଙ୍ଗୁର ଏବ˚ ଅଁଳା କୋଳିକୁ ମିଶାଇ ଗରମ ପାଣିରେ ଫୁଟାଇ ବାଟି ଦିଆଯାଏ।

କୃତ୍ରିମ, ରାସାୟନିକ ହୋଲି ରଙ୍ଗର ବିଷାକ୍ତ ଏବ˚ ବିପଜ୍ଜନକ ପ୍ରଭାବକୁ ଲକ୍ଷ୍ୟ ରଖି, ବିଭିନ୍ନ ସରକାରୀ ଓ ବେସରକାରୀ ପ୍ରୟୋଗଶାଳା ଏବ˚ ସ୍ବେଚ୍ଛାସେବୀ ଅନୁଷ୍ଠାନମାନେ ପ୍ରାକୃତିକ ନିରାପଦ ରଙ୍ଗ ପ୍ରସ୍ତୁତ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଖାଦ୍ୟ, ଔଷଧ ଓ ପ୍ରସାଧନ ସାମଗ୍ରୀ ନିୟମାବଳୀ ଏବ˚ ବ୍ୟୁରୋ ଅଫ୍‌ ଇଣ୍ତିଆନ୍‌ ଷ୍ଟାଣ୍ତାର୍ଡସ୍‌ର ନିର୍ଦ୍ଦେଶକ ନିୟମାବଳୀକୁ ମାନି, ବ୍ୟବସାୟିକ ଅନୁଷ୍ଠାନମାନେ ରାସାୟନିକ ରଙ୍ଗ ପ୍ରସ୍ତୁତ କରିବା ଉଚିତ। ରାସାୟନିକ ରଙ୍ଗ, ଶୁଖିଲା ରଙ୍ଗ ଏବ˚ ଅଠାଳିଆ ରଙ୍ଗରେ ବ୍ୟବହୃତ ହେଉଥିବା ରାସାୟନିକ ଦ୍ରବ୍ୟର ଠିକ୍‌ ବିବରଣୀ ଏବ˚ ଏହାର ପ୍ରତିକ୍ରିୟା ସ˚ପର୍କରେ ନ ଜଣାଇ, କେହି ଯେପରି ସେଗୁଡ଼ିକୁ ମାର୍କେଟ୍‌ରେ ବିକ୍ରି କରିପାରିବେ ନାହିଁ, ସେ ବିଷୟରେ ମଧୢ ପ୍ରତିବନ୍ଧ ରହିବା ଆବଶ୍ୟକ। ଗତ ୨୦୦୩ ମସିହାରେ ‘କଳ୍ପବୃକ୍ଷ’ ନାମକ ଏକ ସ୍ବେଚ୍ଛାସେବୀ ସ˚ସ୍ଥା, ଅନ୍ୟ କେତେକ ସ˚ସ୍ଥାର ସହାୟତାରେ ହଳଦୀ, ମଇଦା, କିଛି ଫୁଲ ଓ ପତ୍ରକୁ ଉପାଦାନ ଭାବେ ବ୍ୟବହାର କରି ଚାରି ପ୍ରକାରର ରଙ୍ଗ ପ୍ରସ୍ତୁତ କରିଥିଲେ। ପରବର୍ତ୍ତୀ ସମୟରେ କୋଲକାତା ଯାଦବପୁର ବିଶ୍ବବିଦ୍ୟାଳୟର ବୈଷୟିକ ବିଭାଗ ସ୍ଥାନୀୟ ଫୁଲ ବଜାରରୁ ବାହାରୁଥିବା ବଳକା ଫୁଲ ଯଥା ପଳାଶ, ଗେଣ୍ତୁ, ଅପରାଜିତା ଆଦିରୁ ଭିନ୍ନ ଭିନ୍ନ ରଙ୍ଗ ପାତନ ପ୍ରଣାଳୀରେ ନିଷ୍କାସନ କରିଛନ୍ତି। ଜାତୀୟ ଉଦ୍ଭିଦ ବିଜ୍ଞାନ ଗବେଷଣା ପ୍ରତିଷ୍ଠାନ, ଲକ୍ଷ୍ନୌ, ଔଷଧୀୟ ବୃକ୍ଷ, ଲତା, ଗୁଳ୍ମର ପ୍ରାକୃତିକ ଅ˚ଶରୁ ଅବିର ବା ଗୁଲାଲ ପ୍ରସ୍ତୁତ କରିବା ପାଇଁ ଜ୍ଞାନ କୌଶଳ ଆବିଷ୍କାର କରିଛନ୍ତି। ସେଠିକାର ବିଷ ବିଜ୍ଞାନ ଗବେଷଣା ସ˚ସ୍ଥା ମଧୢ ଗଛର ବିଭିନ୍ନ ଅ˚ଶରୁ ଉଦ୍ଭିଦଜାତ ରଙ୍ଗ ପ୍ରସ୍ତୁତ କରୁଛନ୍ତି, ଯାହା କି ରାସାୟନିକ ରଙ୍ଗ ସ୍ଥାନରେ ବ୍ୟବହାର କରାଯାଇପାରିବ।

ଚଳିତ ବର୍ଷ ମଧ୍ୟ ପୂର୍ବ ବର୍ଷ ଭଳି କରୋନା କାରଣରୁ ହୋଲି ଖେଳକୁ ମନା କରାଯାଇଛି। କିନ୍ତୁ ଯଦି ବା କେଉଁଠି ହୋଲି ଖେଳାଯାଏ, ତେବେ ଲୋକେ ସଚେତନ ହୋଇ ବିଷାକ୍ତ ରାସାୟନିକ ରଙ୍ଗ ଠାରୁ ଦୂରରେ ରହିବା ବୁଦ୍ଧିମତ୍ତାର ପରିଚାୟକ ହେବ।

ମୋ: ୯୪୩୭୦୦୦୯୦୪

ସମ୍ବନ୍ଧିତ ଖବର