ଆଖି ଖୋଲି ଦେଲା ଭଳି କଥାଟିଏ

କୁମାର ପ୍ରଶାନ୍ତ

ଅବାଞ୍ଛିତ ଓ ଅମଙ୍ଗଳକାରୀ ଖବରର ଭିଡ଼ରେ ଏହି ଶୁଭ ଖବର ହଜିଯିବାର ଆଶଙ୍କା ଥିବାରୁ, ମୁଁ ଏହାକୁ ଗୁରୁତ୍ବ ଦେଇ ଲେଖୁଛି ଏବ˚ ଏଥି ସହ ଵସିମ ରିଜଭିଙ୍କୁ ଧନ୍ୟବାଦ ମଧ୍ୟ ଦେଉଛି। ଏହି ଅନ୍ଧ କାଳରେ ସେ ଅନ୍ଧକାରର ଖୋସାମତ ନ କରି, ଆଖି ଖୋଲିବା ପାଇଁ ଆହ୍ବାନ ଦେଉଛନ୍ତି।

ଓ୍ୱସିମ ରିଜଭି ଏକଦା ଉତ୍ତର ପ୍ରଦେଶର ସିଆ କେନ୍ଦ୍ରୀୟ ଵକ୍‌ଫ ପରିଷଦର ଅଧ୍ୟକ୍ଷ ଥିଲେ। ସେ ସର୍ବଦା ଆତଙ୍କବାଦ, ଆତଙ୍କବାଦୀ ସ˚ଗଠନ ଓ କାର୍ଯ୍ୟକଳାପ ବିରୋଧରେ ସ୍ବର ଉତ୍ତୋଳନ କରିଆସିଛନ୍ତି। ଏ କ୍ଷେତ୍ରରେ ସେ ଅଗ୍ରଣୀ ଏବ˚ ତାଙ୍କ ବିରୋଧର ବାର୍ତ୍ତା ସ୍ପଷ୍ଟ ଶୁଣାଯାଏ। ସେ ସୁବିଧାବାଦୀ ମଣିଷ ନୁହନ୍ତି। ସେ ସର୍ବୋଚ୍ଚ ନ୍ୟାୟାଳୟରେ ଏକ ଜନହିତକାରୀ ଯାଚିକା ଦାଏର କରିଛନ୍ତି। କୁରାନରୁ ଛବିଶଟି ପଙ୍‌କ୍ତି (ଆୟତ) ବାଦ୍‌ ଦେବା ପାଇଁ ସେ ଅଦାଲତଙ୍କୁ ପ୍ରାର୍ଥନା କରିଛନ୍ତି। ଏହି ଛବିଶଟି ଆୟତ, ଆତଙ୍କବାଦ ଓ ଜେହାଦକୁ ପ୍ରୋତ୍ସାହନ ଦେଉଥିବା ତାଙ୍କର ବିଶ୍ବାସ। ନିଜର ଆବେଦନରେ ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଏହି ଆୟତଗୁଡ଼ିକ ମୂଳ କୁରାନରେ ନ ଥିଲା। ହଜରତ ମୁହମ୍ମଦଙ୍କ ପରେ, ଇସଲାମ ଧର୍ମର ପ୍ରଚାର-ପ୍ରସାର କରିଥିବା, ତାଙ୍କର ତିନି ଜଣ ଉତ୍ତରାଧିକାରୀ ଖଲିଫାଙ୍କ ଦ୍ବାରା ଏଗୁଡ଼ିକୁ ସମୟ କ୍ରମେ ଯୋଡ଼ାଯାଇଥିଲା। କଥା କେବଳ ଏତିକି ମାତ୍ର- ସାଧାରଣ। ତେବେ, ଏହା ଉପରେ ହୋଇଥିବା ପ୍ରତିକ୍ରିୟା- ଅସାଧାରଣ, ବିଷାକ୍ତ ଓ ରାଜନୈତିକ ଉଦ୍ଦେଶ୍ୟରେ ଭରପୂର।

ଦେଶର ସମସ୍ତ ସା˚ପ୍ରଦାୟିକ ସ˚ଗଠନ ଓ ବ୍ୟକ୍ତି, ଵସିମ ରିଜଭିଙ୍କୁ ଡରାଇବା ଓ ଧମକାଇବାରେ ଲାଗି ପଡ଼ିଛନ୍ତି। ଆଉ ଆପଣ ବିଶ୍ବାସ କରନ୍ତୁ ବା ନ କରନ୍ତୁ, ଏ କ୍ଷେତ୍ରରେ ସବୁଠାରୁ ଆଗରେ ଅଛନ୍ତି ଭାରତୀୟ ଜନତା ପାର୍ଟିର ମୁସଲମାନ ଶାଖାର ଅନେକ ସଦସ୍ୟ। କାଶ୍ମୀରର ଭାରତୀୟ ଜନତା ପାର୍ଟିର ଆଇଟି ସେଲ୍‌ର ପ୍ରଭାରୀ ମଂଜୁର ଅହମଦ ଭଟ୍ଟ ପ୍ରଥମେ ଵସିମ ରିଜଭିଙ୍କ ବିରୋଧରେ ବଡ଼ ଧରଣର ପ୍ରଦର୍ଶନର ଆୟୋଜନ କଲେ। ତାହା ପରେ ତାଙ୍କ ବିରୋଧରେ ଏକ ଏତଲା ଦାଏର କରିବା ପାଇଁ ଶ୍ରୀନଗରର ପୁଲିସ୍‌ ମୁଖ୍ୟଙ୍କୁ କହିଲେ। ମ˚ଜୁରଙ୍କ ଭାଷାରେ ଵସିମ ରିଜଭି ନିଜର ଆବେଦନ ଦ୍ବାରା ଘୃଣାର ପ୍ରସାର କରୁଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, କୌଣସି ସ˚ପ୍ରଦାୟର ଧାର୍ମିକ ଭାବନାକୁ ଆହତ କରିବା ପାଇଁ ତାଙ୍କ ଦଳ ଭାଜପା, କାହାକୁ ବି ଅନୁମତି ଦେବନାହିଁ। ଭାରତୀୟ ଜନତା ପାର୍ଟିର କାଶ୍ମୀର ପ୍ରବକ୍ତା ଅଲତାଫ ଠାକୁର, ଏହି ପ୍ରସଙ୍ଗକୁ ଜାତୀୟ ନୁହେଁ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇସାରିଲେଣି। ସେ କହିଛନ୍ତି, ଵସିମ ରିଜଭିଙ୍କ ବୟାନ ଓ ଆବେଦନ ଦ୍ବାରା ସାରା ବିଶ୍ବର ମୁସଲମାନଙ୍କ ଧାର୍ମିକ ଭାବନା ଆହତ ହୋଇଛି। ସେ ପାଦେ ଆଗକୁ ବଢ଼ି ଵସିମ ରିଜଭିଙ୍କ ଗିରଫଦାରି ଦାବି କରିଛନ୍ତି। ଲକ୍ଷ୍ନୌ ହେଉଛି ଇସଲାମ ଧର୍ମର ସମସ୍ତ ବଡ଼ ନେତାଙ୍କ ଆଖଡ଼ା। ଏହି ସହରର ଜଣେ କେହି, ଵସିମ ରିଜଭିଙ୍କ ମୁଣ୍ତ କାଟିବା ପାଇଁ ନଗଦ ପୁରସ୍କାରର ଘୋଷଣା କରିସାରିଲେଣି। ସେ ଆହୁରି ମଧ୍ୟ କହିଛନ୍ତି, ପୁରସ୍କାର ରାଶି ସଡ଼କରେ ଚାନ୍ଦା ମାଗି ସ˚ଗ୍ରହ କରାଯିବ। ଵସିମ ରିଜଭିଙ୍କୁ ଦଣ୍ତ ଦେବା ପାଇଁ ଦାବି କରିଥିବା ମୁସଲମାନ ସ˚ଗଠନଗୁଡ଼ିକର ତାଲିକା ଏତେ ଲମ୍ବା ଯେ, ଜଣେ ପଢ଼ିବାକୁ ଆରମ୍ଭ କଲେ ସାରି ପାରିବନାହିଁ। ଵସିମ ରିଜଭି ହି˚ସାକୁ ପ୍ରୋତ୍ସାହନ ଦେଉଥିବା, ସମସ୍ତେ ଏକ ସ୍ବରରେ କହୁଛନ୍ତି।

ଏକ ପକ୍ଷରେ ଧମକ ଦେଉଥିବା, ଅପ-ଭାଷା ପ୍ରୟୋଗ କରୁଥିବା, ହି˚ସ୍ର ଉଦ୍ଦେଶ୍ୟ ରଖିଥିବା ଲୋକଙ୍କ ଭିଡ଼ ଏବ˚ ସେମାନଙ୍କର ବିଭିନ୍ନ ବୟାନ; ଅପରପକ୍ଷେ ଏକଲା ଓ ମୌନ ଵସିମ ରିଜଭି। ହି˚ସାକୁ ପ୍ରୋତ୍ସାହନ ତ ଦୂରର କଥା, ସେ କୌଣସି ପ୍ରତିକ୍ରିୟା ହିଁ ରଖୁନାହାନ୍ତି। ଲାଗୁଛି, ତାଙ୍କର ଯାହା କହିବାର ଓ କରିବାର ଥିଲା, ସେ କରିସାରିଛନ୍ତି। ଏବେ ଅଦାଲତଙ୍କ ପ୍ରତିକ୍ରିୟାକୁ ଅପେକ୍ଷା କରି, ନିରବରେ ବସିଛନ୍ତି। ଅପେକ୍ଷା କରିଛନ୍ତି, ମାନ୍ୟବର ଅଦାଲତ କେତେ ବେଳେ ହାତ ଉଠାଇବେ ଏବ˚ ମୁହଁ ଖୋଲିବେ। ଏହା ହିଁ ତ ଜଣେ ସଚ୍ଚୋଟ ନାଗରିକଙ୍କର ଲୋକତାନ୍ତ୍ରିକ ଓ ଦାୟିତ୍ବପୂର୍ଣ୍ଣ ଭୂମିକା।

ଓ୍ୱସିମ ରିଜଭି ଯାହା କହୁଛନ୍ତି, ତାହା ସ˚ପୂର୍ଣ୍ଣ ଠିକ୍‌ ହୋଇପାରେ; ଅଧା ଠିକ୍‌ ହୋଇପାରେ; ସ˚ପୂର୍ଣ୍ଣ ଭିତ୍ତିହୀନ ଓ ଅର୍ଥହୀନ ବି ହୋଇପାରେ। ତେଣୁ, ଅଦାଲତ ଏହାକୁ ଶୁଣି, ବିଚାର କରି, ରାୟ ଦେବା ପାଇଁ ତ ସେ କହୁଛନ୍ତି। ଏଥିରେ ହି˚ସା କେଉଁଠୁ ଆସିଲା? କାହାର ଧାର୍ମିକ ଭାବନା କେଉଁ ପରି ଆହତ ହୋଇଗଲା? କ’ଣ ଆପଣ ଏହା କହିବା ପାଇଁ ଚାହୁଁଛନ୍ତି ଯେ, ଅଦାଲତରେ ବିଚାର ପାଇଁ ଆବେଦନ କରିବା, ଏକ ହି˚ସ୍ର ଓ ଅଧାର୍ମିକ କାର୍ଯ୍ୟ?

କେବଳ କୁରାନ ନୁହେଁ, ଦୁନିଆର ପ୍ରତ୍ୟେକ ଧାର୍ମିକ ପୁସ୍ତକ ବାବଦରେ ସତ୍ୟ ହେଉଛି, ଏଥିରେ ଲିଖିତ ସତ୍ୟ କେଉଁଠି ହଜିସାରିଛି। ତାହା ଉପରେ ଜମିଯାଇଛି, ପରସ୍ତ ପରସ୍ତ ଧୂଳି। ଧର୍ମଗ୍ରନ୍ଥଗୁଡ଼ିକ ଯେତେ ବେଳେ ଲେଖାଯାଇଥିଲା, ମଣିଷ ହିଁ ଲେଖିଥିଲା। ହଜାର ହଜାର ବର୍ଷ ଧରି ମଣିଷ ହିଁ ଏହାର ଅବଲମ୍ବନ କରିଆସିଛି। ମଣିଷ ହେଉଛି ଅସ˚ପୂର୍ଣ୍ଣ; ଏହା କ୍ଷେତ୍ରରେ ଭୁଲ୍‌-ଭଟକା ସ୍ବାଭାବିକ। ମଣିଷ ଦ୍ବାରା ଧର୍ମ ପୁସ୍ତକ ପ୍ରଭାବିତ ହେଉଛି। ଏହା ଯେଉଁ ପରି ପ୍ରସାରିତ ହେବା କଥା, ହୋଇପାରୁନାହିଁ। ବର˚, କିଛି ଲୋକ ଏହାର ଅପବ୍ୟବହାର କରିବାରେ ସଫଳ ହେଉଛନ୍ତି। ଗୀତାରେ ଭଗବାନ୍‌ ବି କହିଛନ୍ତି- ଯେତେ ବେଳେ ଧର୍ମର କ୍ଷତି ଘଟେ, ସେତେ ବେଳେ ଏହାର ଉଦ୍ଧାର ପାଇଁ ମୁଁ ଜନ୍ମ ନିଏ। ଅର୍ଥାତ୍‌, ଧର୍ମର ବି କ୍ଷତି ହୋଇପାରେ, ଏହା ସ୍ବୟ˚ ଭଗବାନ୍‌ କହିଛନ୍ତି। ଧର୍ମର କ୍ଷତି କେଉଁମାନେ କରନ୍ତି? ଧର୍ମର ରକ୍ଷକମାନେ ହିଁ ଏହାର କ୍ଷତି କରନ୍ତି। ଧର୍ମ ଧୂଳି-ଧୂସରିତ ହେଲେ, ଏହା ସଫା କରିବା ପାଇଁ କୌଣସି ଅବତାର ଜନ୍ମ ନିଅନ୍ତି। ଆମେ ଲୋକତନ୍ତ୍ରର ଧର୍ମ ଗ୍ରହଣ କରିଛେ। ଏହାର ବ୍ୟବସ୍ଥା ଅନୁଯାୟୀ ସମ୍ବିଧାନ, ଧୂଳି ସଫାକରିବା ଦାୟିତ୍ବ, ଅଦାଲତ ଉପରେ ନ୍ୟସ୍ତ କରିଛି। ଵସିମ ରିଜଭି ଏହାର ଶରଣ ନେଇଛନ୍ତି, ଯାହା ଲୋକତାନ୍ତ୍ରିକ, ସୁସ୍ଥ ଓ ସାମ୍ବିଧାନିକ। ତେଣୁ, ତାଙ୍କ ପ୍ରତି ବିରୋଧର ସମସ୍ତ ସ୍ବର ଅଲୋକତାନ୍ତ୍ରିକ, ଅସାମ୍ବିଧାନିକ ଏବ˚ ରାଷ୍ଟ୍ରର ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ।

ଧର୍ମର ଧୂଳି-ଧୂସରତା ମହାତ୍ମା ଗାନ୍ଧୀଙ୍କୁ ମଧ୍ୟ ବ୍ୟଥିତ କରିଥିଲା। ହିନ୍ଦୁ ଧର୍ମର ଦୂଷଣ ଉପରେ ସେ ଯେଉଁ ଭଳି ପ୍ରହାର କରିଯାଇଛନ୍ତି, ଅନ୍ୟ କେହି କରି ନ ଥିବେ। ଏହା ସତ୍ତ୍ବେ ବି ସେ ନିଜକୁ ସନାତନୀ ହିନ୍ଦୁ କହୁଥିଲେ। ହିନ୍ଦୁ ଧର୍ମ ଆଡ଼ୁ ମରାଯାଇଥିବା ତିନିଟି ଗୁଳିରେ ଭୂଲୁଣ୍ଠିତ ହେବା ପର୍ଯ୍ୟନ୍ତ ସେ, ସେହି ହିନ୍ଦୁ ଧର୍ମକୁ ଗ୍ରହଣ କରିଥିଲେ, ଯାହା ମୂଳତଃ ଅପ୍ରଦୂଷିତ। ନିଜ ଧର୍ମ ବିଶ୍ବାସ ହିଁ ତାଙ୍କୁ କହିବାକୁ ଶିଖାଇଥିଲା- ମୁଁ ଜଣେ ସଚ୍ଚୋଟ ହିନ୍ଦୁ; ତେଣୁ, ମୁଁ ସଚ୍ଚୋଟ ମୁସଲମାନ, ସଚ୍ଚୋଟ କିରସ୍ତାନ, ସଚ୍ଚୋଟ ଶିଖ, ସଚ୍ଚୋଟ ପାରସୀ ଆଦି। ଏହାର ଅର୍ଥ, ତୁମେ କୌଣସି ଏକ ଧର୍ମ ପ୍ରତି ସଚ୍ଚୋଟ ହେଲେ, ସମସ୍ତ ଧର୍ମ ପ୍ରତି ସଚ୍ଚୋଟ ହୋଇପାରିବ। ଏ ଭଳି ଚିନ୍ତାଧାରା କାରଣରୁ ତାଙ୍କ ଉପରେ ବାରମ୍ବାର ଆକ୍ରମଣ ହୋଇଥିଲା। କେଉଁ କେଉଁମାନେ ଆକ୍ରମଣ କରିଥିଲେ, ଶୁଣିଲେ ବିସ୍ମିତ ହେବାକୁ ହୁଏ। ବିରୋଧୀମାନେ ତାଙ୍କୁ କହିଥିଲେ, ସେ ଯାହା କହୁଛନ୍ତି ଓ କରୁଛନ୍ତି, ତାହା ବେଦ ସମ୍ମତ ନୁହେଁ। ଏହାର ଜବାବରେ ସେ କହିଥିଲେ, ସେ ଯେତିକି ବେଦ ପଢ଼ିଛନ୍ତି, ତାହା ଆଧାରରେ ସେ ଏହା ନିଶ୍ଚିତ ଭାବେ କହିପାରିବେ, ଯାହା କହୁଛନ୍ତି, ତାହା ସ˚ପୂର୍ଣ୍ଣ ଭାବେ ବେଦ ସମ୍ମତ। ଆଉ ଯଦି କେହି ତାଙ୍କୁ ବୁଝାଇଦେଇପାରିବ, ସେ ଯାହା କହୁଛନ୍ତି, ତାହା ବେଦରେ କହାଯାଇନାହିଁ, ତାହା ହେଲେ ସେ ବେଦକୁ ମାନିବେନାହିଁ। ଅର୍ଥାତ୍‌, ସେ ମୂଳ ବେଦାବଲମ୍ବୀ ଥିଲେ ଏବ˚ ବେଦରେ ବିଭିନ୍ନ ସମୟରେ ବିଭିନ୍ନ ଅବାନ୍ତର କଥା ଓ କର୍ମ-କାଣ୍ତ ଆଦି ଯୋଡ଼ାଯାଇଥିବା ବାବଦରେ ନିଶ୍ଚିତ ଥିଲେ। ବେଦକୁ ପ୍ରଦୂଷଣ ମୁକ୍ତ ଓ ସଫା କରିବା ଜରୁରି ବୋଲି ସେ ଜାଣିଥିଲେ ଏବ˚ ସେଥିରେ ମନ ଦେଇଥିଲେ। ସଫେଇ ତ ପ୍ରକୃତିର ହିଁ ନିୟମ।

ବିନୋବା ଧର୍ମଜ୍ଞ ଥିଲେ। ସେ ଅନେକ ପାହାଚ ଆଗକୁ ବଢ଼ି, ସମସ୍ତ ପ୍ରମୁଖ ଧର୍ମର ଗଭୀର ଅଧ୍ୟୟନ କରିଥିଲେ। ତାହା ପରେ ସବୁର ସାର ଏକତ୍ର କରି ସମାଜ ସମ୍ମୁଖରେ ରଖିଥିଲେ। ସାରର ଅର୍ଥ ପ୍ରଦୂଷଣ-ମୁକ୍ତ ଧର୍ମ। ବେଦର ରଚୟିତା ଋଷିମାନଙ୍କ ପରି ସେ କାର୍ଯ୍ୟ କରିଥିଲେ। ତାଙ୍କ ଆଧାରରେ ମଧ୍ୟ ଆମେ ଵସିମ ରିଜଭିଙ୍କୁ ଦେଖିପାରିବା। ଧର୍ମାନ୍ଧତା ଓ ଉନ୍ମାଦତା ଦ୍ବାରା କୌଣସି ରାସ୍ତା ମିଳିବନାହିଁ। ରାସ୍ତା ଖୋଜିବା ହିଁ ପ୍ରକୃତ ଧର୍ମ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଵସିମ ରିଜଭିଙ୍କ ମାମଲାକୁ ଯେଉଁମାନେ ଉନ୍ମାଦନାକୁ ବଦଳାଇବାକୁ ଉଦ୍ୟମ କରୁଛନ୍ତି, ସେମାନଙ୍କ ରାଜନୈତିକ ପ୍ରଭୁ ନିରବତା ଅବଲମ୍ବନ କରୁଛନ୍ତି। ଛଅଟି ରାଜ୍ୟର ନିର୍ବାଚନ ରାଜନେତାଙ୍କ ମୁହଁ ବନ୍ଦ କରିରଖିଛି। ଏହି ଘୁଙ୍ଗାପଣ ମଧ୍ୟ ଧର୍ମକୁ ରାଜନୈତିକ ଚାଲ ଦ୍ବାରା ପରାସ୍ତ କରିବାର କୂଟ-କୌଶଳ ଭିନ୍ନ କିଛି ନୁହେଁ।

ଅଧ୍ୟକ୍ଷ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଦିଲ୍ଲୀ

ସମ୍ବନ୍ଧିତ ଖବର