ବୁଢ଼ା ଜେଜେବାପା ବାଳକୃଷ୍ଣ ଦାଶଙ୍କ ଜନ୍ମ ତାରିଖ କେହି ଠିକ୍ କହି ପାରିଲେ ନାହିଁ। ଜେଜେବାପା ବ୍ରଜ କିଶୋର ଦାଶଙ୍କ ଅନୁସାରେ ସେ ୧୮୬୬ର ନଅଙ୍କ ଦୁର୍ଭିକ୍ଷର କିଛି ବର୍ଷ ପରେ ଜନ୍ମଗ୍ରହଣ କରିଥିଲେ। ଦୁର୍ଭିକ୍ଷର କରାଳ ଛାୟା ଓଡ଼ିଶାର ସମୁଦ୍ର କୂଳବର୍ତ୍ତୀ ଜିଲ୍ଲାଗୁଡ଼ିକୁ ଗ୍ରାସି ଅବର୍ଣ୍ଣନୀୟ ବୁଭୁକ୍ଷା ଓ ମୃତ୍ୟୁ ସୃଷ୍ଟି କଲା। ଏଥିରେ ଓଡ଼ିଶାର ଏକତୃତୀୟା˚ଶ ଲୋକଙ୍କର ମୃତ୍ୟୁ ଘଟିଥିଲା।
ଏହି ଦୁର୍ଭିକ୍ଷର କାରଣ ଅନେକ ଥିଲା। ଐତିହାସିକ ପ୍ରଫେସର ହରିହର ପଣ୍ତାଙ୍କ ଅନୁସାରେ ୧୮୬୫ରେ ବର୍ଷା ନ ହେବା ଦୁର୍ଭିକ୍ଷର ମୁଖ୍ୟ କାରଣ। କୋଡ଼ିଏ ହଜାର ଟନ୍ ଧାନ ପ୍ରତି ବର୍ଷ ଅନ୍ୟ ପ୍ରଦେଶକୁ ରପ୍ତାନି କରାଯାଏ। ସେ ବର୍ଷ ୩୩ ହଜାର ଟନ୍ ଚାଉଳ ଧନୀ କୁମୁଟି ବ୍ୟବସାୟୀମାନେ ଏକ ଫ୍ରାନ୍ସ କଂପାନିକୁ ବିକି ଦେଲେ। ଅନ୍ୟ ପକ୍ଷରେ ଇ˚ରେଜ ସରକାର ୧୮୬୫ରେ ଓଡ଼ିଶାକୁ ଖାଦ୍ୟଶସ୍ୟ ଆମଦାନି ବନ୍ଦ କରିଦେଲେ। ଏଣେ ଓଡ଼ିଶାବାସୀଙ୍କ ଲୁଣ ମାରିବା ଅଧିକାର ରଦ୍ଦ କରି ଦିଆଯାଇଥିଲା। ସେତେବେଳେ ନଦୀଗୁଡ଼ିକ ଉପରେ ପୋଲ ନ ଥିବାରୁ ଓଡ଼ିଶା ଲୋକେ କଲିକତା ସହ ବ୍ୟବସାୟ କରି ପାରିଲେ ନାହିଁ।
ଦୁର୍ଭିକ୍ଷ ଅକ୍ଟୋବର ୧୮୬୫ରେ ଆରମ୍ଭ ହେଲା। ବଜାରରେ ଖାଦ୍ୟଶସ୍ୟର ତୀବ୍ର ଅନଟନ ଦେଖାଗଲା। ପୁରୀ କଲେକ୍ଟର ମିଷ୍ଟର ଜିଏନ ବାରଲୋ କମିସନର ସାହେବ ଟି ଇ ରେଭେନ୍ସାଙ୍କ ପାଖକୁ ଏହି ଉଦ୍ବେଗଜନକ ସ୍ଥିତି ବିଷୟରେ ଜଣାଇ ଚିଠି ଲେଖିଲେ। କିନ୍ତୁ ବାରଲୋଙ୍କ ଚିଠିରେ ଥିବା ପାରିକୁଦ ଓ ମାଲୁଦ ଅଞ୍ଚଳର ଦୁର୍ଭିକ୍ଷ ଖବର େରଭେନ୍ସା ସାହେବଙ୍କୁ ବିଚଳିତ କରି ପାରି ନ ଥିଲା। ପରିଶେଷରେ ‘ଫୁଡ୍ ଫର୍ ୱାର୍କ୍’ ବା ‘କାମ ବଦଳରେ ଖାଦ୍ୟ’ ପ୍ରୋଗ୍ରାମ ଦ୍ବାରା ତାଳଦଣ୍ତା, କେନ୍ଦ୍ରାପଡ଼ା, ଜଗତ୍ସି˚ହପୁର କେନାଲ ଖୋଳା ହେଲା। କେନାଲ ବନ୍ଧ ଯାତାୟାତର ମୁଖ୍ୟ ରାସ୍ତା ଏବ˚ କେନାଲରେ ବୋଟ୍ ଦ୍ବାରା ଧାନ, ଚାଉଳ, ମୁଗ, ନଡ଼ିଆ ଇତ୍ୟାଦି କଟକ ମାଲ୍ଗୋଦାମ ଆସୁଥିଲା। ସେହି ପରି ରେଳ ଦ୍ବାରା କଲିକତା, କାନପୁର ସହରରୁ ଡାଲି, ଲୁଗାପଟା, କିରାସିନି କଟକ ମାଲ୍ଗୋଦାମକୁ ପରିବହନ କରାଯାଉଥିଲା। କଟକ ଥିଲା ଓଡ଼ିଶାର ବ୍ୟବସାୟର ପ୍ରଧାନ କେନ୍ଦ୍ର।
ସେତେବେଳକୁ ହଇଜା ବ୍ୟାପି ସାରିଥିଲା। ଦଶ ଲକ୍ଷ ଲୋକ ମୃତ୍ୟୁବରଣ କରି ସାରିଥିଲେ। ଅଭାବ ଅନଟନ ଓ ଅନାହାର ଯୋଗୁଁ ବୁଢ଼ା ଓ ପିଲାମାନେ କ˚କାଳ ପରି ଦେଖାଗଲେ। ଲୋକେ ଗାଁଆ ଛାଡ଼ି ସହରକୁ ପଳାଇଲେ। ସ୍ତ୍ରୀ ସ୍ବାମୀ ଛାଡ଼ିଦେଲେ। ବାପ ମା’ ପିଲାମାନଙ୍କୁ ଖାଦ୍ୟ ପାଇଁ ବିକି ଦେଲେ। ସମାଜରେ ଅପରାଧ ବଢ଼ିଲା। ଇ˚ରେଜ ସରକାର ଜମିଦାରୀ ପ୍ରଥା ତିଆରି କରିଥିଲେ। ସାଧାରଣ ଲୋକେ ଜମି ଚାଷ କଲେ, ଯାହାର ମାଲିକ ଥିଲେ ଜମିଦାର। ଅମଳ ହୋଇଥିବା ଶସ୍ୟ ବିକ୍ରି କରି ଅର୍ଥ ତହସିଲ୍ ଅଫିସ୍େର ଜମା କରୁଥିଲେ। ଶୁଣାଯାଏ ଜମିଦାର ବୁଢ଼ା ଜେଜେବାପାଙ୍କୁ ଚାଷୀମାନଙ୍କ ସୁପରଭିଜନ ବା ଜଗିବା ଦାୟିତ୍ବ ଦେଇଥିଲେ। ଥରେ ଆମକୁ ମଣିଜଙ୍ଗା ତହସିଲ ଦେଖିବାକୁ ସୁଯୋଗ ମିଳିଥିଲା। ମୋଟା ଲୁହା ରଡ୍ର ଡବଲ ଦରଜା ଏବ˚ ୩ଟି ବଡ଼ ତାଲା ଦ୍ବାରା ବନ୍ଦ ଷ୍ଟୋରେଜ ଘର। ସେ ଯୁଗରେ ଟଙ୍କା ବ୍ୟାଗ୍ ଧରି ବନ୍ଧୁକ ଏବ˚ ତୋପଧାରୀ ଅଶ୍ବାରୋହୀ ଗାର୍ଡଙ୍କ ମଧ୍ୟରେ ଘୋଡ଼ା ଚଢ଼ି ଟପ୍ ଟପ୍ ଶବ୍ଦ କରି କଟକ ଟ୍ରେଜେରିରେ ସନ୍ଧ୍ୟା ସୁଦ୍ଧା ପହଞ୍ଚିବାକୁ ପଡୁଥିଲା।
ବୁଢ଼ା ଜେଜେବାପା ଗଣିତ ଏବ˚ ଓଡ଼ିଆ ଭାଷା ଜାଣିଥିଲେ। ମାଟି ଖଡ଼ିରେ ଦାଣ୍ତ ପିଣ୍ତାରେ ବସି ଅବଧାନୀ କରୁଥିଲେ; ପିଲାମାନଙ୍କୁ ଡାକି ପାଠ ପଢ଼ାଉ ଥିଲେ। ସାହାସ ଗାଁର ମଝି ପଡ଼ାରେ ବ୍ରାହ୍ମଣ ଶାସନ। ଧୋଇଆ ଅଂଚଳ ହୋଇଥିବାରୁ ବାରଣ୍ତା ପାଂଚ ଫୁଟ ଉଚ୍ଚ। ଦିନେ ସକାଳେ କ˚ସା ଢାଳ ଧରି ଦାନ୍ତ ଘଷୁଥିବା ବେଳେ ବୁଢ଼ୀଟିଏ ଦେଖି ପକାଇ କହିଲା- ‘ହେ ଭଗବାନ, ସକାଳୁ ସକାଳୁ ବାଂଝ ମୁହଁ ଦେଖିବାକୁ ପଡ଼ିଲା।’ ବୁଢ଼ା ଜେଜେବାପାଙ୍କର ପିଲାପିଲି ନ ଥିଲେ। ସେ ଥିଲେ କୁଜଙ୍ଗ ଅଂଚଳର ସଭାପତି। ତାଙ୍କୁ ଏହା ବାଧିଗଲା। ସେ ସେଇ ମୁହୂର୍ତ୍ତରେ ଢାଳଟିକୁ ଧରିି ଉଠି ଗାଁ ମୁଣ୍ତରେ କୁଡ଼ିଆଟିଏ ମାରି ରହିଲେ। ସେଇଠି ତାଙ୍କର ୪ କି ୫ ଏକର ଜମିରେ ନଡ଼ିଆ, ଆମ୍ବ, ପଣସ ବଗିଚା ଏବ˚ ପୋଖରୀଟିଏ ଥିଲା। ପଡ଼ୋଶୀ ହେଲେ କେତୋଟି ହରିଜନ, ଚଷା, ବଢ଼େଇ ଘର। ତାଙ୍କ ସହ ମଝି ସାହିରେ ଥିବା ଠାକୁର ସ୍ଥାନାନ୍ତରିତ ହେଲେ। ଧୀରେ ଧୀରେ ଅଂଚଳର ମାନ୍ୟଗଣ୍ୟ ଲୋକ ଓ ଜମିଦାର ବୁଢ଼ା ଜେଜେବାପାଙ୍କ ପ୍ରତିପତ୍ତି ଯୋଗୁଁ ତାଙ୍କୁ ଭେଟିବାକୁ ଆସିଲେ। ସେ ଜାମୁଗାଁ ମାଉସୀ ପୁଅ ଭାଇ ବ୍ରଜକିଶୋର ଦାଶଙ୍କୁ ପୁଅ କରି ଆଣିଲେ। ଘରେ ଥିଲେ ଯୋଡ଼ା ଯୋଡ଼ା ଗାଈ, ବଳଦ, ପାଲିଙ୍କି, ସବାରି। ଗାଁର କିଛି ଲୋକେ ଘରେ ଚାକିରି କଲେ। ଜମିବାଡ଼ି ପଶୁ ସଂପତ୍ତି ଦେଖା ଚାହାଁ କଲେ।
କୋର୍ଟ କେସ୍ ମେଣ୍ଟେଇବା ପାଇଁ ଜେଜେବାପା ଅନେକ ଥର କଟକ ବୋଟ୍ରେ ଆସୁଥିଲେ। ତାରପୁର, କନ୍ଦରପୁରରେ ଅଟକି ଚୁଡ଼ା, ନଡ଼ିଆ, କଦଳୀ ଏବ˚ କନ୍ଦ ଜଳଖିଆ କରୁଥିଲେ। ବାପା ବୀରକିଶୋର ଦାଶ କନକପୁର ଶାରଳା ଏକାଡେମୀରେ ପଢୁଥିଲେ। ମା’ ଶାରଳା ସେଠାକାର ଠାକୁରାଣୀ। ଶାରଳା ଠାକୁରାଣୀଙ୍କ କେବେ ଆବିର୍ଭାବ ଠିକ୍ କେହି ଜାଣନ୍ତି ନାହିଁ। ମାମୁ ଘର ବ˚ଶ ହରିପୁରର ମାମୁ ଅଜା ନରସି˚ହ ପଣ୍ତା ଥିଲେ ଶାରଳା ଠାକୁରାଣୀଙ୍କ ବଡ଼ପଣ୍ତା। ତାଙ୍କ ନାତି ରଞ୍ଜନ ପଣ୍ତାଙ୍କ ସ˚ଗୃହୀତ ତାଳପତ୍ର ପୋଥିରୁ କିଛି ମୂଲ୍ୟବାନ ତଥ୍ୟ ମିଳେ। ଶାରଳା ଠାକୁରାଣୀଙ୍କ ଆବିର୍ଭାବ ଅଷ୍ଟମ ଶତାବ୍ଦୀରେ ହୋଇଥିବା ଶାରଳା ମହାଭାରତରେ ଉଲ୍ଲେଖ କରାଯାଇଛି। ଭୌମକର ରାଜୁତି ସମୟରେ କିଂବଦନ୍ତି ଅନୁସାରେ ବର୍ତ୍ତମାନ କନକପୁର ଶାରଳା ଏକାଡେମୀ ପାଖରେ ଥିବା ପୁରାତନ ଭେଟବର ଠାରୁ ଦେବୀଙ୍କୁ ପର୍ଶୁରାମ ଭଗବାନ ପାଇଥିଲେ। କୁହାଯାଏ ସେତେବେଳେ ସେ ଭାରତ ଭ୍ରମଣ କରୁଥିଲେ। ତାଙ୍କ ଧନୁ ଭେଟବର ପାଖରେ ଦବିଲା ନାହିଁ। ସେଠାରେ ଖୋଳିବାରୁ ଶାରଳା ମୂର୍ତ୍ତି ମିଳିଲେ। ଦେବୀ ଭେଟବର ତଳେ ପୂଜା ପାଇଲେ। ସେ ପର୍ଯ୍ୟନ୍ତ ଠାକୁରାଣୀ ହରିପୁରରେ ଥିବା ଲଣ୍ତା ଦେଉଳରେ ପୂଜା ହେଲେ। ଜଣାନାହିଁ ତାଙ୍କୁ ଲଣ୍ତା ଦେଉଳକୁ କିଏ ସ୍ଥାନାନ୍ତରିତ କଲେ। କୁହାଯାଏ କଳାପାହାଡ଼ ଆକ୍ରମଣ ସନ୍ଧାନ ପାଇ ଠାକୁରାଣୀ ପାଖରେ ଥିବା କୁଣ୍ତି ପୋଖରୀରେ (ଚନ୍ଦ୍ରଭାଗା ନଦୀର ଏକ ଅ˚ଶ) ଲୁଚିଥିଲେ। ମରହଟ୍ଟା କାଳରେ ୧୭୭୦ ମସିହାରେ ଶାରଳା ମନ୍ଦିର ତିଆରି ଆରମ୍ଭ ହୋଇଥିଲା।
ଠାକୁରାଣୀଙ୍କ ବଡ଼ପଣ୍ତା ନରସି˚ହ ପଣ୍ତାଙ୍କୁ ପିଲାଦିନେ ଦେଖିଛୁ। ସବୁବେଳେ ଧଳା ଧୋତି ଏବ˚ ଓତା ପିନ୍ଧୁଥିଲେ; ଦୁଇ କାନ୍ଧରେ ଦୁଇଟି ଗାମୁଛା ଏବ˚ ନଅ ଖିଅ ମୋଟା ପଇତା, ମଥାରେ ୩/୪ ଇଞ୍ଚ ଚଉଡ଼ା ଚନ୍ଦନର ପ୍ରଲେପ, ବେକରେ ମୋଟା ରୁଦ୍ରାକ୍ଷ ମାଳା, ହାତରେ ବାଡ଼ି। ଘର ପାଖରୁ ଦେଢ଼ କିଲୋମିଟର ଦୂର ଶାରଳା ମନ୍ଦିରକୁ ଚାଲି ଚାଲି ଆସନ୍ତି ସକାଳ ବେଳା। ପୁଣି ସନ୍ଧ୍ୟା ବେଳେ ଆସୁଥିଲେ ସନ୍ଧ୍ୟା ଆରତି ପାଇଁ। ସନ୍ଧ୍ୟା ଆଳତି ବେଳେ ଚାରି ଯୋଡ଼ା ଘଣ୍ଟ, କାହାଳୀ, ମୃଦଙ୍ଗ, ଖୋଳ କରତାଳର କାନଫଟା ନାଦ, ପ୍ରାର୍ଥନାର ସ୍ବର ଭିତରେ ଏକ ଅତୁଳନୀୟ ଐଶ୍ବରୀୟ କମ୍ପନ ସୃଷ୍ଟି କରେ।
ଇତିମଧ୍ୟରେ ସମୟ ଅନେକ ବଦଳି ଯାଇଛି। କିନ୍ତୁ ସେହି ସନ୍ଧ୍ୟା ଆରତି ବେଳର ନୈସର୍ଗିକ କମ୍ପନ ଏବେ ବି ଜୀବନକୁ ଶିହରିତ କରୁଛି। ସେହି ଭିତରେ ଆମ ପୂର୍ବ ପୁରୁଷମାନେ ବଞ୍ଚି ଉଠୁଛନ୍ତି।
ମୋ- ୯୯୩୭୨୨୦୨୧୬