ଆମ ଦେଶରେ ଯୁଗ ଯୁଗ ଧରି ସରଳ ଓ ଦରିଦ୍ର ଗ୍ରାମବାସୀ ଓ ବିଶେଷତଃ ବନବାସୀମାନେ ଜମି ମାଲିକ, ସାହୁକାର ଓ ରାଜ କର୍ମଚାରୀମାନଙ୍କ ଦ୍ବାରା ଶୋଷିତ ଓ ଅତ୍ୟାଚାରିତ ହୋଇ ଆସୁଛନ୍ତି। ସେମାନଙ୍କ ସରଳ ପ୍ରକୃତି ଓ ଅଶିକ୍ଷାର ସୁଯୋଗ ନେଇ ସ୍ବାର୍ଥନ୍ବେଷୀମାନେ, କାଳେ କାଳେ ସେମାନଙ୍କୁ ତାଙ୍କ ଶ୍ରମର ଫଳରୁ ବଞ୍ଚିତ କରିଛନ୍ତି। ଏହା ବିରୋଧରେ ମଝିରେ ମଝିରେ ଆନ୍ଦୋଳନ ଓ ବିଦ୍ରୋହ ଜାଗିଉଠେ। ରାଜ ଶକ୍ତିର ଚାପରେ ବିଦ୍ରୋହ ପରାଜିତ ହୁଏ; କିଛିଟା ଦୁଃଖ ଉପଶମର ଉଦ୍ୟମ ହୁଏ କିନ୍ତୁ ଶୋଷଣ ପୂର୍ବଭଳି ବଳବତ୍ତର ରହେ। ଏ ଆନ୍ଦୋଳନର ନେତୃତ୍ବ କେତେକ ସ୍ତରରେ ନିଜେ ବନବାସୀମାନେ ନେଉଥିବା ବେଳେ ଆଉ କେତେକ ସ୍ତରରେ ଆଦର୍ଶବାଦରେ ପ୍ରଣୋଦିତ ଉଚ୍ଚ ବର୍ଗର ଶିକ୍ଷିତ ଧନଶାଳୀ ବ୍ୟକ୍ତି ମଧୢ ନିଅନ୍ତି। ଆମ ଦେଶରେ ରାଜନୈତିକ ଦଳମାନଙ୍କ ମଧୢରେ କମ୍ୟୁନିଷ୍ଟମାନେ ପ୍ରଥମେ ଏ ପ୍ରକାର ଆନ୍ଦୋଳନର ସୂତ୍ରପାତ କରାଇଥିଲେ।
କାଳକ୍ରମେ କମ୍ୟୁନିଷ୍ଟ ପାର୍ଟିର ବିଭାଜନ (୧୯୬୪) ଘଟିଲା। ମାର୍କସବାଦୀ କମ୍ୟୁନିଷ୍ଟଙ୍କ ସମେତ ଅନ୍ୟାନ୍ୟ କମ୍ୟୁନିଷ୍ଟ ଦଳମାନେ ନିର୍ବାଚନରେ ଭାଗ ନେଲେ ଓ ୧୯୬୩ ମସିହାରେ ମାର୍କସବାଦୀ କମ୍ୟୁନିଷ୍ଟମାନେ ଏକ ମିଳିତ ସରକାରରେ କ୍ଷମତାର ଭାଗୀଦାର ହେଲେ। କତିପୟ ସି.ପି.ଏମ୍ ନେତା, ଯେଉଁମାନେ ନିର୍ବାଚନ ଯୋଗ ପ୍ରକ୍ରିୟାକୁ ବିରୋଧ କରୁଥିଲେ, ସେମାନେ ଦାର୍ଜିଲି˚ ଜିଲ୍ଲା ଅନ୍ତର୍ଗତ ନକ୍ସଲବାଡ଼ି ଫାସିନେଓ, ଥାନା ଅଞ୍ଚଳରେ ଜମିଦାରମାନଙ୍କ ଠାରୁ ଜବରଦସ୍ତ ଫସଲ ନେଇଯାଇ, ସେଇ ଅଞ୍ଚଳମାନଙ୍କରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କଲେ। ସେଇ ଆନ୍ଦୋଳନରେ ଜଣେ ପୁଲିସ ଇନ୍ସପେକ୍ଟର ଓ ଏଗାର ଜଣ ଆନ୍ଦୋଳନକାରୀ ଓ କତିପୟ ଜମିଦାର ପ୍ରାଣ ହରାଇଥିଲେ। ସେଇଠାରୁ ହିଁ ନକ୍ସଲପନ୍ଥୀ ଆନ୍ଦୋଳନ, ସି.ପି.ଏମ୍.ଏଲ୍ ଦଳର ଜନ୍ମ ଓ ଏହା ତୁରନ୍ତ ଆନ୍ଧ୍ରପ୍ରଦେଶ, ଦକ୍ଷିଣ ଓଡ଼ିଶା, ମେଦିନୀପୁର ଜିଲ୍ଲା, ବସ୍ତର ଜିଲ୍ଲା ଓ ମହାରାଷ୍ଟ୍ରର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ବ୍ୟାପିଲା। ଏହି ଆନ୍ଦୋଳନ ଓ ରକ୍ତକ୍ଷୟ ପ୍ରାୟ ପଚାଶ ବର୍ଷରୁ ଅଧିକ କାଳ ଚାଲିଲାଣି। ବହୁ ନିରୀହ ଜନସାଧାରଣ, ଆନ୍ଦୋଳନକାରୀ ନକ୍ସଲ ଓ ସୁରକ୍ଷାକର୍ମୀମାନେ ପ୍ରାଣ ହରାଇଲେଣି। କଠୋର ସରକାରୀ କାର୍ଯ୍ୟାନୁଷ୍ଠାନ ଫଳରେ ଅବିଭକ୍ତ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାର ଅନେକ ଅଞ୍ଚଳ, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗ ଏ ଆନ୍ଦୋଳନରୁ ମୁକ୍ତ ହେଲାଣି। ତଥାପି ଓଡ଼ିଶାର ଦକ୍ଷିଣାଞ୍ଚଳ ଓ ଛତିଶଗଡ଼ର ପୂର୍ବତନ ବସ୍ତର ଜିଲ୍ଲାରେ ଏବେ ମଧୢ ନକ୍ସଲମାନେ ପ୍ରଭାବଶାଳୀ ଅଛନ୍ତି ଓ କେନ୍ଦ୍ର ଅର୍ଦ୍ଧ ସାମରିକ ବାହିନୀର ସଫଳ ମୁକାବିଲା କରି ସେମାନଙ୍କର ପ୍ରାଣହାନି ଘଟାଉଛନ୍ତି। ଏଇ ଅଳ୍ପ ଦିନ ତଳେ ଛତିଶଗଡ଼ରେ ପ୍ରାୟ ୨୨ ଜଣ ସି.ଆର.ପି.ଏଫ କର୍ମୀଙ୍କ ପ୍ରାଣହାନି ଘଟିଛି। ନକ୍ସଲପନ୍ଥୀ ମାଓବାଦୀମାନେ ମିଲିଟାରି କାଇଦାରେ ପ୍ରଶିକ୍ଷିତ ଓ ଆଧୁନିକ ଅସ୍ତ୍ରଶସ୍ତ୍ରରେ ସୁସଜ୍ଜିତ। ଏମାନେ ନେପାଳୀ ମାଓବାଦୀ, ଏଲ.ଟି.ଟି.ଇ, ଆଇ.ଏସ.ଆଇ ଓ ଉଲଫାଙ୍କ ସାହାଯ୍ୟରେ ଆଧୁନିକ ଅସ୍ତ୍ରଶସ୍ତ୍ର ପ୍ରାପ୍ତ ହେଲେ ଓ ଅନେକ ଜାଗାରେ ଅବସରପ୍ରାପ୍ତ ମିଲିଟାରି କର୍ମଚାରୀ ଦ୍ବାରା ପ୍ରଶିକ୍ଷଣ ପ୍ରାପ୍ତ ହେଲେ। ଫଳତଃ ପୁରୁଣାକାଳିଆ ବନ୍ଧୁକଧାରୀ ରାଜ୍ୟ ପୁଲିସ କର୍ମୀମାନେ ସେମାନଙ୍କ ମୁକାବିଲା କରିପାରିଲେ ନାହିଁ। ଗୋଟିଏ ଗୋଟିଏ ଥାନାରେ ଥିବା ଦଶ ପନ୍ଦର ଜଣ କର୍ମଚାରୀଙ୍କୁ ଏକ ସମୟରେ ଅଧିକ ସଂଖ୍ୟକ ମାଓବାଦୀ ଆକ୍ରମଣ କରି କାବୁ କଲେ। ଆନ୍ଧ୍ରରେ ଗ୍ରେ-ହାଉଣ୍ତ ନାମକ ଏକ ସ୍ବତନ୍ତ୍ର ବାହିନୀ ମାଓବାଦୀଙ୍କୁ ସଫଳ ମୁକାବିଲା କରିପାରିଛନ୍ତି। ଅନ୍ୟ ରାଜ୍ୟମାନଙ୍କରେ ବର୍ତ୍ତମାନ କେନ୍ଦ୍ର ଅର୍ଦ୍ଧ ସାମରିକ ବଳ ଏଥିରେ ନିୟୋଜିତ ହୋଇ ନକ୍ସଲମାନଙ୍କର ଗଡ଼ ମଧୢରେ ପ୍ରବେଶ କରି ନିଜର ଶିବିର ପ୍ରତିଷ୍ଠା କଲେଣି। କେତେକ ସ୍ଥାନରେ ନକ୍ସଲମାନେ କେନ୍ଦ୍ର ବାହିନୀର କର୍ମୀମାନଙ୍କୁ ହତ୍ୟା କରି ସେମାନଙ୍କ ଠାରୁ ଆଧୁନିକ ଅସ୍ତ୍ରଶସ୍ତ୍ର ଲୁଟି ନେବାରେ ସଫଳ ହୋଇଛନ୍ତି। ଢାକାରେ ମାଓବାଦୀମାନଙ୍କର “Coordination Committee of Maoist parties and organisations”(କୋ-ଅର୍ଡିନେସନ କମିଟି ଅଫ୍ ମାଓଇଷ୍ଟ୍ ପାର୍ଟିଜ୍ ଏଣ୍ଡ ଅର୍ଗାନାଇଜେସନ୍ସ) ନାମରେ ଏକ ସ˚ଘବଦ୍ଧ ଅନୁଷ୍ଠାନ ଅଛି ଓ ସେଥିରେ ଭାରତ, ନେପାଳ, ଶ୍ରୀଲଙ୍କା ଓ ବଙ୍ଗଳା ଦେଶର ଏଗାରଟି ଦଳ ସଦସ୍ୟ ଅଛନ୍ତି। ସଶସ୍ତ୍ର ବିପ୍ଳବ ଦ୍ବାରା ଦେଶର କ୍ଷମତା ଲାଭ ସେମାନଙ୍କର ଲକ୍ଷ୍ୟ। ନେପାଳରେ ଆ˚ଶିକ ଭାବରେ କ୍ଷମତା ଲାଭ ଦ୍ବାରା ସେମାନେ ବିଶେଷ ଭାବରେ ଉତ୍ସାହିତ ହୋଇ ଉଠିଥିଲେ।
ମାଓବାଦୀ ଆନ୍ଦୋଳନର ସାମାଜିକ ପୃଷ୍ଠଭୂମି ହିଁ ଦାରିଦ୍ର୍ୟ ଓ ଶୋଷଣ। ଅନ୍ୟ ଦେଶମାନଙ୍କ ଅପେକ୍ଷା ଭାରତରେ ଦରିଦ୍ରଙ୍କ ସ˚ଖ୍ୟା ଅଧିକ। ସ୍ବାଧୀନତା ପରେ ଆନୁପାତିକ ଭାବରେ ଦରିଦ୍ରଙ୍କ ସ˚ଖ୍ୟା କମିଲେ ମଧୢ, ଜନ ବିସ୍ଫୋରଣ ହେତୁ ସ˚ଖ୍ୟାଗତ ଭାବରେ ଦରିଦ୍ରଙ୍କ ସ˚ଖ୍ୟା ବୃଦ୍ଧି ପାଉଛି। ବର୍ତ୍ତମାନ ଭାରତରେ ପ୍ରାୟ ୨୫ କୋଟି ଦରିଦ୍ର ଅଛନ୍ତି। ଏମାନେ ରାଜନୈତିକ ଭୋଟାଧିକାର ପ୍ରାପ୍ତ ହୋଇଥିଲେ ମଧୢ ସର୍ବନିମ୍ନ ଆର୍ଥିକ ସୁବିଧା ଓ ସାମାଜିକ ସ୍ବୀକୃତି ପାଇପାରୁନାହାନ୍ତି। ଆମ ଦେଶରେ ଦରିଦ୍ରଙ୍କ ସ୍ବାର୍ଥରକ୍ଷା ନିମନ୍ତେ କୌଣସି ନିର୍ଦ୍ଦିଷ୍ଟ ଦଳ ନାହିଁ। ପ୍ରତ୍ୟେକ ରାଜନୈତିକ ଦଳ ଧନୀ ଠାରୁ ଅର୍ଥ ଓ ଗରିବ ଠାରୁ ଭୋଟ ସ˚ଗ୍ରହରେ ଆଗ୍ରହୀ ଓ ନିର୍ବାଚନ ପରେ ଧନିକଙ୍କ ସ୍ବାର୍ଥରକ୍ଷା ନିମନ୍ତେ ଅଧିକ ଧୢାନବାନ। ଏହି ଗରିବଙ୍କ ମଧୢରେ ଆଦିବାସୀମାନେ ହେଲେ ଅଧିକ ବଞ୍ଚିତ ଶ୍ରେଣୀ। ଆଦିବାସୀମାନଙ୍କ ସ୍ବାର୍ଥରକ୍ଷା ନିମନ୍ତେ ବିଭିନ୍ନ ପ୍ରକାର ଆରକ୍ଷଣ ବ୍ୟବସ୍ଥା, ବ୍ୟାପକ ଛାତ୍ରବୃତ୍ତିର ବ୍ୟବସ୍ଥା, ଜମିଜମା ହସ୍ତାନ୍ତରରେ ଆଇନଗତ କଟକଣା ସତ୍ତ୍ବେ, ବିଭିନ୍ନ ଉଦ୍ୟୋଗ ପ୍ରତିଷ୍ଠା ନିମନ୍ତେ ସେମାନଙ୍କୁ ବାରମ୍ବାର ବାସଚ୍ୟୁତ କରାଇବା, ସେମାନଙ୍କ ଜମି ସବୁ ଜାଲିଆତି କରି ହସ୍ତାନ୍ତର କରାଇବା, ସେମାନଙ୍କୁ ଜଙ୍ଗଲ ଓ ଜଙ୍ଗଲଜାତ ଦ୍ରବ୍ୟରୁ ବଞ୍ଚିତ କରାଇବା ଓ ସେମାନଙ୍କ ଉନ୍ନତି ନିମନ୍ତେ ଉଦ୍ଦିଷ୍ଟ ବିଭିନ୍ନ ଯୋଜନାରୁ ବ୍ୟାପକ ଅର୍ଥ ବାଟମାରଣା ହେତୁ, ଆଦିବାସୀମାନଙ୍କର ଆଖିଦୃଶିଆ ଉନ୍ନତି ହୋଇପାରୁନାହିଁ ଓ ସେମାନଙ୍କ ମଧୢରେ ଶିକ୍ଷାର ଅଗ୍ରଗତି ହେତୁ, ସେମାନେ ନିଜେ ଶୋଷିତ ହେଉଥିବା କଥାଟି ମଧୢ ହୃଦୟଙ୍ଗମ କରିପାରୁଛନ୍ତି। ଫଳତଃ ଏହା ଏକ ଆଦିବାସୀ ଆନ୍ଦୋଳନରେ ପରିଣତ ହେଲାଣି।
ଅର୍ଥନୈତିକ ଉଦାରୀକରଣ ପ୍ରକ୍ରିୟା ୧୯୯୧ରେ ଆରମ୍ଭ ହେଲା ପରେ ସରକାରୀ ଚାକିରି ଓ ନିଯୁକ୍ତି ହ୍ରାସ ପାଇଲା। ସରକାରୀ ଉଦ୍ୟୋଗମାନଙ୍କ ମଧୢରୁ କେତେକର ଘରୋଇକରଣ ହେବା ପରେ ଆରକ୍ଷିତ ଚାକିରି ହ୍ରାସ ପାଇଲା। ପକ୍ଷାନ୍ତରେ ଶିକ୍ଷିତ ଆଦିବାସୀ ଯୁବକ/ଯୁବତୀଙ୍କ ସ˚ଖ୍ୟା ବୃଦ୍ଧି ପାଉଛି ଓ ସେମାନେ ଆରକ୍ଷଣ ବ୍ୟବସ୍ଥା ସତ୍ତ୍ବେ ଚାକିରି ନ ପାଇ, ବେକାର ଅଛନ୍ତି। ସେଇ ବେକାର ଯୁବକ, ଯୁବତୀମାନେ ମାଓବାଦୀ ଆନ୍ଦୋଳନରେ ଯୋଗ ଦେଇ ବ୍ୟବସାୟୀ, କଣ୍ଟ୍ରାକ୍ଟରଙ୍କ ଠାରୁ ଟଙ୍କା ଆଦାୟ କରୁଛନ୍ତି। ଶିଳ୍ପାୟନ ଓ ସ୍ବତନ୍ତ୍ର ଅର୍ଥନୈତିକ ଅଞ୍ଚଳ ପ୍ରତିଷ୍ଠାର ଫଳ ସ୍ବରୂପ ଅନେକ ଆଦିବାସୀ ବାସଚ୍ୟୁତ ହେଉଛନ୍ତି ଓ କେତେକ ଆଦିବାସୀ ପରିବାର ଏକାଧିକବାର ବାସଚ୍ୟୁତ ହେବାର ନଜିର ଅଛି।
‘‘ବୁବୁକ୍ଷିତ˚ କି ନ କରୋତି ପାପମ’’ ନ୍ୟାୟରେ ମାଓବାଦୀମାନେ ଅତ୍ୟନ୍ତ ଉଗ୍ର ଓ ହି˚ସ୍ର ହୋଇ ଉଠିଛନ୍ତି। ଲ୍ୟାଣ୍ତ୍ମାଇନର ବ୍ୟାପକ ବ୍ୟବହାର, ଅସ୍ତ୍ରାଗାର ଲୁଟ୍, ସୁରକ୍ଷାକର୍ମୀ ଓ ସେମାନଙ୍କ ସମର୍ଥନକାରୀଙ୍କ ହତ୍ୟା, ଦଳତ୍ୟାଗୀମାନଙ୍କୁ ହତ୍ୟା, ବ୍ୟାପକ ଭାବରେ ବଳ ପ୍ରୟୋଗ କରି ଚାନ୍ଦା ଆଦାୟ, ସେମାନଙ୍କ କର୍ମପନ୍ଥାର ବିଭିନ୍ନ ଦିଗ। ମୋହମୁକ୍ତ ହୋଇ ଅନେକ ନକ୍ସଲପନ୍ଥୀ ସମାଜର ମୂଳସ୍ରୋତକୁ ଫେରୁଛନ୍ତି ଓ ପୁଲିସ ପାଖରେ ଆତ୍ମସମର୍ପଣ କରୁଛନ୍ତି। ତଥାପି କେତେକ ଜାଗାରେ ମାଓବାଦୀମାନଙ୍କ ପ୍ରଭାବ ବଳବତ୍ତର ରହିଛି। କେତେକ ଅଞ୍ଚଳରେ ସରକାରଙ୍କ ସାମର୍ଥ୍ୟ ଉପରେ ଆସ୍ଥା ହରାଇ ଲୋକେ ମାଓବାଦୀଙ୍କ ନେତୃତ୍ବକୁ ମାନିନେଲେଣି। ଏହା ଏକ ଅରାଜକ ପରିସ୍ଥିତି ସୃଷ୍ଟି କଲାଣି।
ହି˚ସାକାଣ୍ତରେ ଲିପ୍ତ ଥିଲେ ମଧୢ, ମାଓବାଦୀମାନେ ଆମର ନାଗରିକ ଓ ସରକାର ସେମାନଙ୍କୁ ସେଇ ଦୃଷ୍ଟିରେ ଦେଖିବା ଉଚିତ। ତେଣୁ ଆବଶ୍ୟକ ସ୍ଥଳେ ବଳ ପ୍ରୟୋଗ କରି ଦମନ କରିବା ସହିତ ଦୁଃଖ, ଦାରିଦ୍ର୍ୟ ଓ ଅଭାବ ଦୂର କରି ମାଓବାଦର ମୂଳ କାରଣକୁ ଉତ୍ପାଟିତ କରିବା ଆବଶ୍ୟକ। ଶାସନ କଳ ନିରପେକ୍ଷ, ଦୁର୍ନୀତିମୁକ୍ତ, ସ୍ବଚ୍ଛ ଓ ଜନମଙ୍ଗଳକାରୀ ହେବା ଆବଶ୍ୟକ। ଦେଶର ଅର୍ଥନୈତିକ ଅଭିବୃଦ୍ଧିର ଏକ ସି˚ହ ଭାଗ ଦାରିଦ୍ର୍ୟ ଦୂରୀକରଣରେ ନିୟୋଜିତ ହେବା ଦରକାର। ଦରିଦ୍ର ଲୋକଙ୍କ ମନରେ ସରକାର ଓ ସରକାରୀ କଳ ପ୍ରତି ଆସ୍ଥା ପ୍ରକଟ କରାଇବା ନିହାତି ଜରୁରୀ। ଦେଶରୁ ଦାରିଦ୍ର୍ୟ ଓ ବେରୋଜଗାର ଦୂରୀକରଣ ଓ ମାଓବାଦୀମାନେ ହି˚ସା ପରିହାର କରି, ଗଣତାନ୍ତ୍ରିକ ପଦ୍ଧତିରେ ସାମିଲ ହେବା ଏକ ଦୀର୍ଘମିଆଦୀ ଅପରିହାର୍ଯ୍ୟତା। ଏଥି ନିମନ୍ତେ ଉଦ୍ୟମ ଅବ୍ୟାହତ ରଖି, ଦେଶରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସରକାରଙ୍କର କର୍ତ୍ତବ୍ୟ। ଶାନ୍ତି ଶୃଙ୍ଖଳା ରକ୍ଷା ନ ହେଲେ, ସରକାର ଜନମଙ୍ଗଳ କାର୍ଯ୍ୟ କରିପାରିବେ ନାହିଁ। ତେଣୁ ମାଓବାଦୀ ଅଧ୍ୟୁଷିତ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ, କେନ୍ଦ୍ର ସରକାର ଓ ବିଭିନ୍ନ ରାଜ୍ୟ ସରକାର ସମ୍ମିଳିତ ଭାବରେ କାର୍ଯ୍ୟ କରନ୍ତୁ ଓ ଏ ବ୍ୟୟର ସି˚ହଭାଗ କେନ୍ଦ୍ର ସରକାର ବହନ କରନ୍ତୁ। ବିଭିନ୍ନ ଦେଶର ଅଭିଜ୍ଞତାରୁ ଜଣାଯାଏ ଯେ, ଉଗ୍ରବାଦକୁ ମୁକାବିଲା କରିବା ନିମନ୍ତେ ମିଲିଟାରି ବା ପୁଲିସ ଅପେକ୍ଷା ସ୍ପେସିଆଲ ଅପରେସନ ଗ୍ରୁପ୍ ଅଧିକ ସଫଳକାମ ହୁଅନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କର ଗୁଇନ୍ଦା ସ˚ସ୍ଥାମାନେ ପରସ୍ପର ମଧୢରେ ପ୍ରତିଦ୍ବନ୍ଦ୍ବିତାରେ ବ୍ୟାପୃତ ନ ରହି ସହଯୋଗ ମନୋଭାବ ନେଇ କାର୍ଯ୍ୟ କରନ୍ତୁ। ମାନବିକ ଅଧିକାର କମିସନ ଓ ମାନବିକ ଅଧିକାର କର୍ମୀମାନେ ସାଧାରଣ ନାଗରିକଙ୍କ ଅଧିକାର ଦିଗରେ ଯେପରି ସଚେତନ ଅଛନ୍ତି, ମାଓବାଦୀଙ୍କ ଦ୍ବାରା ନିହତ, ଆହତ ହୋଇଥିବା ସୁରକ୍ଷା କର୍ମୀ, ସରକାରୀ କର୍ମଚାରୀ ଓ ନିରୀହ ଜନସାଧାରଣଙ୍କ ମାନବିକ ଅଧିକାର ଦିଗରେ ସେଇପରି ସଚେତନ ରହିଲେ ଦେଶର ମଙ୍ଗଳ ହେବ। ଉତ୍ତମ ଶାସନ, ଦୁଃଖ ଓ ଅଭାବର ଦୂରୀକରଣ, ଆର୍ଥିକ ପ୍ରଗତି ଓ ଦୃଢ଼ ଶାନ୍ତିଶୃଙ୍ଖଳା ରକ୍ଷାର ସମନ୍ବୟରେ ବାମ ଉଗ୍ରବାଦର ଉପଶମ ଘଟିବା ସମ୍ଭବ।
ମୋ- ୯୯୩୭୪୨୨୫୨୧