ବାଟ ବନ୍ଦ ନାହିଁ, ଆଖି ବନ୍ଦ ଅଛି

କୁମାର ପ୍ରଶାନ୍ତ

ବସ୍ତରରେ କାହା ହାତରେ କିଛି ବି ନାହିଁ। ଛତିଶଗଡ଼ ସରକାର ଓ ନକ୍‌ସଲଙ୍କ ମଧ୍ୟରେ ଛତିଶର ସ˚ପର୍କ ଥିଲା ଓ ଅଛି। ଏବେ ଯାହା ଦିଶୁଛି, ସେଥିରୁ ହୃଦ୍‌ବୋଧ ହେଉଛି, ଆଗକୁ ମଧ୍ୟ ଏହି ପରି ରହିବ। ୩ ଏପ୍ରିଲ୍‌ ୨୦୨୧ରେ ଯାହା ଘଟିଲା, ତାହା ପୂର୍ବରୁ ଅନେକ ଥର ଏହି ରାଜ୍ୟରେ ଅନ୍ୟତ୍ର ଭିନ୍ନ ଭିନ୍ନ ସ୍ଥାନରେ ଘଟିଥିଲା। ଜୀବନ୍ତ ମଣିଷ ଶବରେ ପରିଣତ ହେବା ଏବ˚ ତାହା ପରେ ଶବର ଗଣନା କିଛି ନୂଆ ନୁହେଁ। ବସ୍ତରରେ କେନ୍ଦ୍ରୀୟ ପୁଲିସ୍‌ ବଳର ବାଇଶ ଜଣ ଅର୍ଦ୍ଧ-ସାମରିକ ଯବାନମାନଙ୍କର ଶବ ଗଣା ସାରି ଉଭୟ କେନ୍ଦ୍ର ଓ ରାଜ୍ୟ ନିଜ କାମକୁ ଫେରିଗଲେଣି। ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ କଥା ଯଦି ବିଶ୍ବାସକୁ ନେବା, ନକ୍‌ସଲମାନେ ନିଜ ସାଥୀଙ୍କର ପ୍ରାୟ ଦୁଇ ଟ୍ରାକ୍‌ଟର‌୍‌ ଶବ ସଙ୍ଗରେ ଧରି ଫେରିସାରିଲେଣି। ବସ୍ତରରେ ଭୟପ୍ରଦ ନିରବତା ବିରାଜୁଛି। ଜୀବନ ଉପରେ ଯେତେବେଳେ ମୃତ୍ୟୁର ବିଜୟ ହୁଏ, ଏ ଭଳି ଭୟପ୍ରଦ ନିରବତା ଘୋଟି ଯାଏ।

ଏବେ ସେଠାରେ କ’ଣ ଚାଲିଛି? ମୃତ୍ୟୁର ଆଗାମୀ ଆକ୍ରମଣ ପାଇଁ ପ୍ରସ୍ତୁତି- ବସ୍ତରର ଅଭ୍ୟନ୍ତରୀଣ ଜଙ୍ଗଲରେ ଏବ˚ ଶାସନ କଳର ବନ୍ଦ କୋଠରିରେ ମଧ୍ୟ! ଗଣମାଧ୍ୟମରେ ବହୁତ କାହାଣୀ ଶୁଣିବାକୁ ମିଳୁଛି ଏବ˚ ଅନେକ ବିଭିନ୍ନ ପ୍ରକାରର ପୂର୍ବାନୁମାନ ଲଗାଉଛନ୍ତି। ଏହା ଭିତରେ ଏକ ଉଲ୍ଲେଖନୀୟ ଘଟନା ଘଟିଛି। ୩ ଏପ୍ରିଲ୍‌ ଖଣ୍ତ-ଯୁଦ୍ଧ କାଳରେ ନକ୍‌ସଲମାନେ ହି˚ସାକାଣ୍ତ ଘଟାଇ ପଳାୟନ କଲା ବେଳେ ସଙ୍ଗରେ ରାକେଶ ସି˚ହ ମିନ୍‌ହାସ ନାମକ ଜବାନଙ୍କୁ ଉଠାଇ ନେଇଥିଲେ। ସମସ୍ତେ ଭାବୁଥିଲେ ସେତେ ବେଳେ ଯାହାଙ୍କୁ ମାରି ପାରି ନ ଥିଲେ ଏବେ ନିଶ୍ଚିତ ମାରିଦେବେ। ରାକେଶଙ୍କୁ ଅମାନବୀୟ ଯନ୍ତ୍ରଣା ଦିଆ ଯାଉଥିବାର ଗୁଜବ ମଧ୍ୟ ବେଶ୍‌ ପ୍ରସାରିତ ହୋଇଥିଲା। ତେବେ, ଉକ୍ତ ନାରକୀୟ କାଣ୍ତର ପାଞ୍ଚ ଦିନ ପରେ ନକ୍‌ସଲମାନେ ରାକେଶଙ୍କୁ ସାର୍ବଜନୀନ ଭାବେ ମୁକ୍ତ କଲେ; ଏବ˚ ସ˚ପୂର୍ଣ୍ଣ ଅକ୍ଷତ ଅବସ୍ଥାରେ ଓ ନିଃସର୍ତ୍ତରେ। ଏହା ଅଦ୍ଭୁତ ତ ନିଶ୍ଚୟ; ତେବେ, ଆକସ୍ମିକ ନୁହେଁ। ଯାହା ଆକସ୍ମିକ ନୁହେଁ, ତାହା ପଛରେ ଅନେକ ସ˚ଭାବନା ଛପିଥାଏ। ଉକ୍ତ ସ˚ଭାବନାଗୁଡ଼ିକୁ ଚିହ୍ନିବା ପାଇଁ ଆଖି ଥିଲେ ଏବ˚ ସେଗୁଡ଼ିକୁ ସାକାର କରିବା ପାଇଁ ସାହସ ଥିଲେ, ଅନେକ କିଛି ଅସମ୍ଭବ, ସମ୍ଭବ ହୋଇଯାଏ। ଏ ଭଳି ଆଖି ଓ ସାହସ ରାଜ୍ୟ ପାଖରେ ଥିବା ପରି ତ ଲାଗୁନାହିଁ। ତେବେ, ଏହା ମଧ୍ୟ ସତ୍ୟ ଯେ, ଯାହା ଲାଗେ ନାହିଁ, ତାହା ହୁଏ ନାହିଁ- ଏହା ବି ସତ୍ୟ ନୁହେଁ। ଆଖି ଖୋଲି ସାହସ ଜୁଟାଇବା କ୍ଷଣ କେତେ ବେଳେ ଆସିଯିବ, କେହି କହି ପାରିବେ ନାହିଁ।

୩ ଏପ୍ରିଲ୍‌ କାଣ୍ତ ପରେ ସର୍ବଦା ନିର୍ବାଚନୀ ଜ୍ବରଗ୍ରସ୍ତ ଗୃହମନ୍ତ୍ରୀ ଏବ˚ ରାଜ୍ୟର ମୁଖ୍ୟମନ୍ତ୍ରୀ ଯାହା କହିଲେ ଓ ଯେଉଁ ମୁଖ-ମୁଦ୍ରାରେ କହିଲେ, ତାହା ଅନ୍ଧାର ଉପରେ କଳା କାଳି ଢାଳିବା ଠାରୁ ଅଧିକ କିଛି ନ ଥିଲା। ଅନ୍ତରର ଅସନ୍ତୋଷ ସହ ଯୁଝିବା ପାଇଁ ଯୁଦ୍ଧର ଭାଷା କହିବା, ଧମକ ଦେବା ଓ କ୍ଷମତାର ଅହ˚କାର ପ୍ରଦର୍ଶନ କରିବାର ସେହି ଭଳି କୌଣସି ସୁଫଳ ମିଳେନାହିଁ। ଏହା ଆପଣଙ୍କର ଭୟଭୀତ ମନକୁ ଭିତରେଭିତରେ ଅଧିକ କୋରି, ଖାଏ। ନକ୍‌ସଲ ସମସ୍ୟା ଆମ ସମୟର ସେହି କଠୋର ସତ୍ୟ, ଯାହାର ମୂଳ ବିଫଳ ସରକାର, ଅସମ୍ବେଦନଶୀଳ ପ୍ରଶାସନ ଓ ବନ୍ଧ୍ୟା ଲୋକତାନ୍ତ୍ରିକ ପ୍ରକ୍ରିୟା ଭିତରେ ଛପି ରହିଛି। ସ୍ବାର୍ଥପର, କ୍ରୂର ଓ ସମ୍ବେଦନାଶୂନ୍ୟ ରାଜନୀତି ଦ୍ବାରା ଅସମର୍ଥ ନାଗରିକ ଆଜି ତ୍ରସ୍ତ, ବିବ୍ରତ ଏବ˚ ଉପାୟହୀନ। ସେ ସହଜରେ ପଥଭ୍ରଷ୍ଟ ହୋଇଯାଉଛି ବା ତାହାକୁ ପଥଭ୍ରଷ୍ଟ କରିଦିଆଯାଉଛି ଏବ˚ ତାହା ପରେ ସବୁ କିଛି ହି˚ସା-ପ୍ରତିହି˚ସାର ଚକ୍ରବ୍ୟୂହ ମଧ୍ୟରେ ଫସିଯାଉଛି। ଯଦି, କେଉଁଠି, କିଛି ସ˚ଭାବନା ରହିଛି ତ ତାହା ଏହି ହି˚ସା-ପ୍ରତିହି˚ସାର ବିଷ-ଚକ୍ରକୁ ଧ୍ବ˚ସ କଲେ, ମିଳିବ। ଯବାନ ରାକେଶ ସି˚ହଙ୍କ ମୁକ୍ତି, ଏହାର ସୂଚନା ଦେଉଛି। ଆମେ ଏହା ହୃଦୟଙ୍ଗମ କରିବା ଉଚିତ। ବସ୍ତରର ନକସଲ ରାକ୍ଷସ ନୁହନ୍ତି, ତୁମ-ଆମ ଭଳି ସାଧାରଣ ମଣିଷ; ରାକେଶଙ୍କ ମୁକ୍ତି, ଏହାର ବୟାନ କରୁଛି।

ସରକାର ଅନ୍ଧ ଦମନରେ ଲିପ୍ତ। ପ୍ରଶାସନ ନିଷ୍ଠୁର। ଆଦିବାସୀ ନିରୁପାୟ। ଉପାୟହୀନ ଆଦିବାସୀ ହି˚ସା ମାଧ୍ୟରେ କ୍ରୂର ପ୍ରତିକ୍ରିୟା ପ୍ରକାଶ କଲେ ବି ସେମାନଙ୍କ ନକସଲୀ ହୃଦୟରେ ମାନବିକତା ବଞ୍ଚିରହିଛି। ଏହା ହିଁ ତ ଜଳାଉଛି, ଆଶାର ଆଲୋକ। ଟିକିଏ ଚିନ୍ତା କରନ୍ତୁ ତ! ଯଦି ୩ ଏପ୍ରିଲ୍‌ କାଣ୍ତ ପରେ କୌଣସି ‘ରାକେଶ ସି˚ହ’ ଯବାନଙ୍କ ହାତରେ ଯଦି କୌଣସି ନକସଲ ପଡ଼ିଥା’ନ୍ତେ, ତାହା ହେଲେ କ’ଣ ତାଙ୍କର ଅକ୍ଷତ-ନିଃସର୍ତ୍ତ ମୁକ୍ତି ସ˚ଭବ ହୋଇଥାଆନ୍ତା? ଏକ ପକ୍ଷରେ ବସିଛି, ହି˚ସ୍ର ଓ ସ୍ବେଚ୍ଛାଚାରୀ ସତ୍ତା ଏବ˚ ଅପର ପକ୍ଷରେ କ୍ରୋଧିତ ଓ ଅସହାୟ ଆଦିବାସୀ ଜନତା। ହି˚ସାର ରାଜନୈତିକ ଦର୍ଶନରେ ବିଶ୍ବାସ ରଖିଥିବା କୌଣସି ସଂଗଠନ, ସେମାନଙ୍କୁ ଅସ୍ତ୍ର ଧରିବା ଓ ପ୍ରତିଶୋଧ ନେବା ପାଇଁ ଉସକାଉଛି। ଏହି ପରିସ୍ଥିତିରେ ଆଦିବାସୀ ଜନତା କଥା ଛାଡ଼ନ୍ତୁ, ଆମେ ମଧ୍ୟ ଭଳିବାରେ ବିଳମ୍ବ ହେବନାହିଁ। ଆମେ ବି ପଥଭ୍ରଷ୍ଟ ହୋଇଯିବା! ଏହାର ଜବାବରେ ରାଜ୍ୟ ସତ୍ତା ମଧ୍ୟ କ’ଣ ସମାନ କରିବା ଉଚିତ? ଯଦି ରାଜ୍ୟ ସତ୍ତା ବି ଆଦିବାସୀ ମାନସିକତା ରଖି ହି˚ସା ଜାରି ରଖିବ, ପଥଭ୍ରଷ୍ଟ ହେବାର ଶିକୁଳି ଛିଡ଼ିବ କିପରି?

ଏହାର ଜବାବ ଦେଇଛନ୍ତି, ଧରମପାଲ ସୈନୀ ଓ ତାଙ୍କର ସାଥୀମାନେ। ସେମାନଙ୍କ ପଛରେ ଛତିଶଗଡ଼ ସରକାରର ସହମତି ଓ ପ୍ରୋତ୍ସାହନ ଥିଲା। ତେବେ, ସମସ୍ତ ବ୍ୟବସ୍ଥା ଧରମପାଲ ହିଁ କରିଥିଲେ। ଧରମପାଲ ସୈନୀ କିଏ? ସେ ବସ୍ତର ବା ଛତିଶଗଡ଼ର ବାସିନ୍ଦା ନୁହନ୍ତି। ତେବେ, ଗତ ଚାଳିଶ ବର୍ଷ ହେଲା ବସ୍ତର ହିଁ ତାଙ୍କର ଘର, ତାଙ୍କର ସବୁ କିଛି। ବସ୍ତରର ଘରେ ଘରେ ସେ ‘ତାଉ’ ବା ବଡ଼ବାପା ଭାବେ ଏବ˚ ଅନ୍ୟତ୍ର ‘ବସ୍ତରର ଗାନ୍ଧୀ’ ଭାବେ ସୁପରିଚିତ। ତାଙ୍କ ବୟସ ଏବେ ବୟାନବେ ବର୍ଷ। ସେ ଆଚାର୍ଯ୍ୟ ବିନୋବା ଭାବେଙ୍କ ଶିଷ୍ୟ। ଯୁବକ ଥିବା ବେଳେ ବସ୍ତରରେ କାମ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଅନୁମତି ଦେବା ପାଇଁ ବିନୋବାଙ୍କୁ ଅନୁରୋଧ କରିଥିଲେ। ହେଲେ, ବିନୋବା ଅନୁମତି ଦେଇ ନ ଥିଲେ। ଲୋକଙ୍କ ମଙ୍ଗଳ ପାଇଁ କାମ କରିବାରୁ ବିନୋବା, ତାଙ୍କୁ କାହିଁକି ରୋକୁଛନ୍ତି, ଯୁବକ ଧରମପାଲ ବୁଝିପାରି ନ ଥିଲେ। ଯେତେ ବେଳେ ଦ୍ବିତୀୟ ଥର ଅନୁମତି ମାଗିଲେ, ବିନୋବା ଏକ ଶପଥ ନେବାକୁ କହିଲେ ଏବ˚ ତାହା ଥିଲା: ଯଦି ଯିବାକୁ ଚାହୁଁଛ, ଶପଥ କର, ଦଶ ବର୍ଷ ପର୍ଯ୍ୟନ୍ତ ସେହି ସ୍ଥାନ ଛାଡ଼ିବ ନାହିଁ। ତାହା ହେଲେ ଅନୁମତି ଦେବି। ଧରମପାଲ କେବଳ ଶପଥ ରକ୍ଷା କଲେନାହିଁ; ନିଜର ସମସ୍ତ ଜୀବନ ବସ୍ତରକୁ ଦେଇଦେଲେ। କାହାର ଗୁଣଗାନ କରିବା ପାଇଁ ଏହି କାହାଣୀ ଲେଖୁନାହିଁ। ଏଥି ପାଇଁ ଲେଖୁଛି, ଆମେ ସମସ୍ତେ ତଥା ସରକାର ମଧ୍ୟ ଏହା ବୁଝିବା ଦରକାର ଯେ, ଅହି˚ସା ଯାଦୁର ଛଡ଼ି ନୁହେଁ; ସମାଜବିଜ୍ଞାନ ଓ ମନୋବିଜ୍ଞାନର ବୈଜ୍ଞାନିକ ପ୍ରକ୍ରିୟା। ବସ୍ତର ହେଉ କି ନକ୍‌ସଲୀ ଅଶାନ୍ତି ଓ ହି˚ସା ଘେରା ଅନ୍ୟ କୌଣସି ଅଞ୍ଚଳ, ସରକାର ଯଦି ଲୋକଙ୍କୁ ଡରାଇବା-ଧମକାଇବା-ମାରିବା ଭଳି ଅସଭ୍ୟ କାର୍ଯ୍ୟ କରେ, ତାହାକୁ ମଧ୍ୟ ହି˚ସାରେ ଜବାବ ମିଳିବ। ହି˚ସାର ବିଷ-ଚକ୍ର ଭାଙ୍ଗିବା ପାଇଁ କୌଣସି ଧରମପାଲ ସୈନୀଙ୍କୁ ଆଗକୁ ଆସିବାକୁ ହେବ। ସରକାର ପକ୍ଷେ ତାଙ୍କୁ ସମର୍ଥନ ଦେବାକୁ ହେବ। ଧରମପାଲ ସଚ୍ଚୋଟ, ସାହସୀ, ସତ୍ୟବାଦୀ ଏବ˚ ସେବା ତାଙ୍କ ଜୀବନର ଧର୍ମ। ଏ ଭଳି ମଣିଷଙ୍କୁ ସମସ୍ତେ ସହଜରେ ଗ୍ରହଣ କରନ୍ତି ଏବ˚ ଭଲପାଆନ୍ତି। ଚ˚ବଲର ଡାକୁ ମଧ୍ୟ ବିନୋବା ଓ ଜୟପ୍ରକାଶ ନାରାୟଣଙ୍କ ନିକଟରେ ବନ୍ଧୁକ ତ୍ୟାଗ କରିଥିଲେ। ଏହା କୌଣସି ଚମତ୍କାରୀ ନୁହେଁ, ବିଜ୍ଞାନ।

ଯବାନ ରାକେଶ ସି˚ହଙ୍କ ବାହୁଡ଼ା, ଆମକୁ ମଧ୍ୟ ଫେରିବା ପାଇଁ କହୁଛି। ସରକାର ସଚ୍ଚୋଟ ଓ ନ୍ୟାୟପରାୟଣ ହେଉ। ଧରମପାଲ ସୈନୀଙ୍କ ଭଳି ମଣିଷଙ୍କୁ ସବୁ କ୍ଷେତ୍ରରୁ ସହଯୋଗ-ସମର୍ଥନ ମିଳୁ। ତାହା ହେଲେ ନୂଆ ବାଟ ଖୋଲିବ; ସମସ୍ୟାର ସମାଧାନ ନିଶ୍ଚିତ ହେବ। ବାଟ କେବେ ହେଲେ ବନ୍ଦ ନ ଥାଏ; ଆମ ଆଖି ହିଁ ବନ୍ଦ ଥାଏ। ବସ୍ତରର ନକସଲମାନେ ଆମର ଆଖି ଖୋଲିବାର ପରିବେଶ ବନାଇଛନ୍ତି।
(ମତାମତ ଳେଖକଙ୍କ ନିଜସ୍ବ)

ସମ୍ବନ୍ଧିତ ଖବର