ମହାମାରୀ ଓ ଏବର ସରକାର

ରାମଚନ୍ଦ୍ର ଗୁହା

ଆଜକୁ ଠିକ୍‌ ଏକ ବର୍ଷ ତଳେ ଏପ୍ରିଲ୍‌ ୨୦୨୦ରେ ‘ହିନ୍ଦୁସ୍ତାନ ଟାଇମ୍‌ସ’ରେ ଏକ ନିବନ୍ଧ ପ୍ରକାଶ କରିଥିଲି। କୌଣସି ନିଷ୍ପତ୍ତି ନେବା ପୂର୍ବରୁ ବିଶେଷଜ୍ଞମାନଙ୍କ ପରାମର୍ଶ ନେବା ପାଇଁ ସେଥିରେ ମୁଁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଥିଲି। କରୋନା ଭୂତାଣୁ ଜନିତ ମହାମାରୀ ପରିପ୍ରେକ୍ଷୀରେ ମୁଁ ଲେଖିଥିଲି, ‘ବିଭାଜନ ପରେ ଦେଶ ବୋଧହୁଏ ଏବେ ସବୁଠାରୁ ବଡ଼ ସ˚କଟ ଓ ଆହ୍ବାନର ସାମନା କରୁଛି। ମହାମାରୀ କାରଣରୁ ମଣିଷ ଯଥେଷ୍ଟ ଭୋଗି ସାରିଲେଣି ଏବ˚ ଆଗକୁ ଏହା ବହୁଗୁଣିତ ହେବ। ଏହି ପରିସ୍ଥିତିରେ ସାମାଜିକ ବିଶ୍ବାସ ବଜାୟ ରଖିବା ସହ ଅର୍ଥନୀତିର ପୁନଃ ନିର୍ମାଣ ଜଣେ ମଣିଷ ଏବ˚ ତାଙ୍କର ଅଳ୍ପ କିଛି ସ˚ଖ୍ୟକ ପରାମର୍ଶଦାତାଙ୍କ ଦ୍ବାରା ସ˚ଭବ ହୋଇ ନ ପାରେ।’

ମୁଖ୍ୟ ସସମ୍ୟାକୁ ଚିହ୍ନିତ କଲା ପରେ ମୁଁ କିଛି ଯଥାର୍ଥ ଓ ନିର୍ଦିଷ୍ଟ ସୁପାରିସ କରିଥିଲି। ମୁଁ ଲେଖିଥିଲି- ‘ପ୍ରଧାନମନ୍ତ୍ରୀ ସ˚କଟର ସମାଧାନ ପାଇଁ ପୂର୍ବତନ ଅଭିଜ୍ଞ ବିତ୍ତ ମନ୍ତ୍ରୀମାନଙ୍କ ସହ ପରାମର୍ଶ କରିପାରିବେ, ସେମାନେ ଏପରିକି କ˚ଗ୍ରେସ୍‌ ଦଳ ସହ ସ˚ପର୍କିତ ହୋଇଥାନ୍ତୁ ନା କାହିଁକି। ଏ କ୍ଷେତ୍ରରେ ଅଭିଜ୍ଞତା ଥିବା ସାମର୍ଥ୍ୟବାନ୍‌ ପୂର୍ବତନ ଅର୍ଥ ସଚିବ ଓ ରିଜର୍ଭ‌୍‌ ବ୍ୟାଙ୍କ୍‌ର ପୂର୍ବତନ ଗଭର୍ନର‌୍‌ମାନଙ୍କ ସହ ମଧ୍ୟ ପରାମର୍ଶ କରିପାରିବେ। ଏବେ ନର୍ଥ‌୍‌ ବ୍ଲକ୍‌କୁ ମଣ୍ତନ କରୁଥିବା ଅର୍ଥଶାସ୍ତ୍ରୀମାନଙ୍କଠାରୁ ଅଧିକ ବିଜ୍ଞ ବିଦ୍ବାନ୍‌ମାନଙ୍କର ସାହାଯ୍ୟ ନେଇପାରିବେ, ଯେଉଁମାନେ କୃଷକ ଓ ଶ୍ରମିକମାନଙ୍କ ଅବସ୍ଥା ଭଲ ଭାବେ ବୁଝିଛନ୍ତି। ପୋଲିଓ ଦୂରୀକରଣ, ଏଡ୍‌ସ ସ˚କଟ, ଏଚ୍‌୧ଏନ୍‌୧ ଭୟ ଆଦି କ୍ଷେତ୍ରରେ କାର୍ଯ୍ୟ କରିଥିବା ଚିକିତ୍ସା ବିଶେଷଜ୍ଞ ତଥା ପୂର୍ବତନ ସ୍ବାସ୍ଥ୍ୟ ସଚିବମାନଙ୍କ ପରାମର୍ଶ ମଧ୍ୟ ନେଇପାରିବେ।

ତିକ୍ତ ଅଭିଜ୍ଞତା ଥିଲେ ବି ଆଶା ଉପରେ ଭରସା ରଖିବା, ମୋର ପସନ୍ଦ। ବିଶେଷଜ୍ଞମାନଙ୍କୁ ବିଶ୍ବାସକୁ ନ ନେବା ଏବ˚ ସେମାନଙ୍କ ପ୍ରତି ଅବଜ୍ଞା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବରୁ ଦେଖାଇ ସାରିଛନ୍ତି। ଏହି ପ୍ରସଙ୍ଗରେ ତାଙ୍କର ମନ୍ତବ୍ୟ ଉଲ୍ଲେଖଯୋଗ୍ୟ- ‘ମୁଁ ହାର୍ଭାର୍ଡ‌୍‌ ନୁହେଁ, କଠିନ ଶ୍ରମରେ ବିଶ୍ବାସ କରେ’(ଆଇ ବିଲିଭ୍‌ ଇନ୍‌ ହାର୍ଡ‌୍‌ ଵାର୍କ‌୍‌, ନଟ୍‌ ହାର୍ଭାର୍ଡ‌୍‌)। କାର୍ଯ୍ୟତଃ ସେ ଏହା ହିଁ କରି ଦେଖାଇଥିଲେ; ତାଙ୍କ ନିଜ ପ୍ରଶାସନର ଅଭିଜ୍ଞ ଅର୍ଥଶାସ୍ତ୍ରୀମାନଙ୍କର ଚେତାବନୀ ଓ ବାରଣ ସତ୍ତ୍ବେ ସେ ବିମୁଦ୍ରୀକରଣର ବିପଜ୍ଜନକ ପରୀକ୍ଷା କରିଥିଲେ। ଅନ୍ୟ ଦଳର ରାଜନୀତିଜ୍ଞଙ୍କ ପ୍ରତି ସେ ଶତ୍ରୁଭାବାପନ୍ନ ଶାସକ; ନିଜ କଥା ଓ କାର୍ଯ୍ୟରେ ବେଶ୍‌ ଔଦ୍ଧତ୍ୟର ସହ ସେ ଏହା ଦେଖାନ୍ତି।

ପ୍ରଧାନମନ୍ତ୍ରୀଙ୍କ ଚରିତ୍ରର ଏହି ଦୁଇଟି ଦିଗ ବେଶ୍‌ ସ୍ପଷ୍ଟ ଭାବେ ଦୃଶ୍ୟମାନ। ତାଙ୍କ ଚରିତ୍ରର ଆଉ ଏକ ବୈଶିଷ୍ଟ୍ୟ ହେଉଛି- ନିଜର ବ୍ୟକ୍ତିତ୍ବର ଏକ ବ୍ରାଣ୍ତ୍‌ ନିର୍ମାଣ ଏବ˚ ଏହାର ବ୍ୟାପକ ପ୍ରସାରଣ। ତାଙ୍କ ଅହମିକାର ଦୁଇଟି ସଦ୍ୟ ନମୁନା। ପ୍ରଥମ- ପ୍ରତ୍ୟେକ ଟିକାକରଣ ପ୍ରମାଣ-ପତ୍ର ବା ଭାକ୍‌ସିନେସନ୍‌ ସାର୍ଟିଫିକେଟ୍‌ ଉପରେ ତାଙ୍କର ଫଟୋ ମୁଦ୍ରଣର ନିଷ୍ପତ୍ତି ତାଙ୍କ ନିଜସ୍ବ। ଦ୍ବିତୀୟ- ଦେଶର ବୃହତ୍ତମ କ୍ରିକେଟ୍‌ ଷ୍ଟାଡିଅମ୍‌କୁ ନିଜ ନାମରେ ନାମିତ କରିବାକୁ ତାଙ୍କର ସ୍ବୀକୃତି। ଏହି ସ୍ବୀକୃତି ଦେବା ସହ ସେ ମୁସୋଲିନି, ହିଟ୍‌ଲର‌୍‌, ଷ୍ଟାଲିନ୍‌, ଗଦ୍ଦାଫି ଓ ସଦ୍ଦାମ ହୁସେନଙ୍କ ସହ ସମାନ ହୋଇଛନ୍ତି, ଯେଉଁମାନେ ନିଜ ନିଜର ଜୀବନ କାଳରେ ନିଜ ନିଜ ନାମରେ ଏକ ଏକ କ୍ରୀଡ଼ାଙ୍ଗନର ନାମକରଣକୁ ଅନୁମତି ଦେଇଥିଲେ।

ଅହମଦାବାଦରେ ଥିବା ସରଦାର ପଟେଲ ଷ୍ଟାଡିଅମକୁ ନରେନ୍ଦ୍ର ମୋଦୀଙ୍କ ନାମରେ ନାମିତ କରାଯିବା, କ୍ରିକେଟ୍‌ ପ୍ରଶାସନ ସହ ସ˚ପୃକ୍ତ ଥିବା ଜଣେ ଗୁଜରାଟୀ ନେତାଙ୍କ ଚିନ୍ତାଧାରା ବୋଲି ମୁଁ ପୂର୍ବରୁ ଏକ ସ୍ତମ୍ଭରେ ଲେଖିଥିଲି। ନିଜ ପ୍ରଭୁଙ୍କୁ ସନ୍ତୁଷ୍ଟ କରିବା ସହ ନିଜର ପୁତ୍ରଙ୍କର ସମାଲୋଚକମାନଙ୍କୁ ଚୁପ୍‌ କରିବା ପାଇଁ ସେ ଏହା କରିଥିଲେ। ପ୍ରଭୁଙ୍କୁ ଖୁସି କରିବାର ଆଉ ଏକ ନମୁନା, ଏହି ନିବନ୍ଧ ଲେଖୁଥିବା ବେଳେ(୨୨ ଏପ୍ରିଲ୍‌ ଗୁରୁବାରେ), ଏକ ସ୍ଥାନୀୟ ଖବରକାଗଜର ପ୍ରଥମ ପୃଷ୍ଠାରେ ଦେଖିଲି। ସାରା ପୃଷ୍ଠା ମଣ୍ତନ କରୁଥିବା ବିଜ୍ଞାପନଟି କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ପ୍ରକାଶ କରାଯାଇଥିଲା। ବିଜ୍ଞାପନର ମୁଖ୍ୟା˚ଶରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏକ ବିରାଟ ସହାସ୍ୟ ଫଟୋ। ବିଜ୍ଞାପନ ମାଧ୍ୟମରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ, ତାଙ୍କୁ ପ୍ରଶ˚ସାରେ ପୋତି ପକାଇଥିଲେ। ତହିଁରେ ଲେଖାଥିଲା- ‘ନମ୍ମା ମେଟ୍ରୋ(ଆମର ମେଟ୍ରୋ)ର ଫେଜ୍‌-୨ ଏ ଓ ୨ ବି କାର୍ଯ୍ୟକୁ ଅନୁମୋଦନ କରି ଥିବାରୁ ବେଙ୍ଗଲୁରୁବାସୀଙ୍କ ପକ୍ଷରୁ ଭାରତର ସମ୍ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ହୃଦୟର ସହ ଧନ୍ୟବାଦ’।

ପରେ ଜାଣିବାକୁ ପାଇଲି ଯେ, ସମାନ ବିଜ୍ଞାପନଟି ନୂଆ ଦିଲ୍ଲୀରୁ ବାହାରୁଥିବା କିଛି ହିନ୍ଦୀ ଓ ଇ˚ଲିସ୍‌ ଖବରକାଗଜରେ ମଧ୍ୟ ପ୍ରକାଶିତ ହୋଇଛି। ନୂଆଦିଲ୍ଲୀରୁ ବାହାରୁଥିବା ଖବରକାଗଜରେ ପ୍ରକାଶନ ପାଇଁ ଦିଆଯିବାର ଉଦ୍ଦେଶ୍ୟ ହେଉଛି- ଯେଉଁମାନେ ଏହା ନିହାତି ଦେଖିବା ଆବଶ୍ୟକ ବା ଯେଉଁମାନଙ୍କ ପାଇଁ ଏହା ଉଦ୍ଦିଷ୍ଟ, ସେମାନେ ଦେଖିପାରିବେ। ମୁଖ୍ୟମନ୍ତ୍ରୀ ନିଜର ପ୍ରଭୁଙ୍କୁ ତୁଷ୍ଟ କରିବା ସହ ନିଜ ପ୍ରଶାସନରେ ଥିବା ସମାଲୋଚକ ଏବ˚ ଦଳର ଅସନ୍ତୁଷ୍ଟ ବିଧାୟକମାନଙ୍କୁ ଚୁପ୍‌ କରିବା ପାଇଁ ଏହା ଉଦ୍ଦିଷ୍ଟ। ଆଉ ସରକାରୀ ବ୍ୟୟରେ ଏହି ଚାମଚାଗିରି। କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବା ସାଧାରଣ ଦଳୀୟ କର୍ମୀ, ଭାରତୀୟ ଜନତା ପାର୍ଟିର ସମସ୍ତେ, ସେମାନଙ୍କ ସୁପ୍ରିମୋ ବା ମୁଖ୍ୟ ନେତାଙ୍କ ଦୁର୍ବାର ଅହ˚ ସହ ପରିଚିତ ଏବ˚ ସମସ୍ତେ ଏହାର ତୋଷଣ ଚାହଁାନ୍ତି।

ଏପ୍ରିଲ୍‌ ୨୦୨୦ରେ ଯେତେ ବେଳେ ଅଭିଜ୍ଞ ବିଶେଷଜ୍ଞମାନଙ୍କ ପରାମର୍ଶ ନେବା ପାଇଁ ମୁଁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଥିଲି, ଉକ୍ତ ଆଦର୍ଶବାଦ ପଛରେ ଥିଲା, ମୋ ପେସାଦାର ଜୀବନର ଭିତ୍ତିଭୂମିରୁ ସୃଷ୍ଟ ବିଚାରବୋଧ। ଜଣେ ଐତିହାସିକ ଭାବେ ମୁଁ ଏହା ଭଲ ଭାବେ ଅବଗତ ଯେ, ଅତୀତରେ ଅନେକ ପ୍ରଧାନମନ୍ତ୍ରୀ ଦଳୀୟ ଭ୍ରାନ୍ତି ଭାବରୁ ନିଜକୁ ମୁକ୍ତ କରି, ବିପକ୍ଷ ଦଳର ରାଜନୀତିଜ୍ଞଙ୍କ ସହାୟତା ମାଗିଛନ୍ତି। ‘ଶୀତଳ ଯୁଦ୍ଧ’ ଶୀର୍ଷରେ ଥିବା ବେଳେ, ୧୯୬୦ରେ ଶାନ୍ତିର ବାର୍ତ୍ତା ଘେନି, ଏକ ପ୍ରତିନିଧି ଦଳର ନେତୃତ୍ବ ନେଇ, ପାଶ୍ଚାତ୍ୟକୁ ଯିବା ପାଇଁ ଜଵାହରଲାଲ ନେହରୁ, ଚକ୍ରବର୍ତ୍ତୀ ରାଜଗୋପାଲାଚାରୀଙ୍କୁ ଅନୁରୋଧ କରିଥିଲେ। ୧୯୭୦-୭୧ରେ ପାକିସ୍ତାନୀ ସେନାର କାର୍ଯ୍ୟାନୁଷ୍ଠାନ ଯୋଗୁଁ ପୂର୍ବ ବଙ୍ଗରେ ଯେଉଁ ଶରଣାର୍ଥୀ ସ˚କଟ ହୋଇଥିଲା, ସେହି ବାବଦରେ ଅବଶିଷ୍ଟ ବିଶ୍ବର ଦୃଷ୍ଟି ଆକର୍ଷଣ କରିବା ପାଇଁ ଇନ୍ଦିରା ଗାନ୍ଧୀ, ଜୟପ୍ରକାଶ ନାରାୟଣଙ୍କୁ ଅନୁରୋଧ କରିଥିଲେ। ୧୯୯୪ରେ କାଶ୍ମୀର ସ˚ପର୍କିତ ଆମର ଦୃଷ୍ଟିଭଙ୍ଗୀ ‘ଜାତିସ˚ଘ’ରେ ଉପସ୍ଥାପନ କରିବା ପାଇଁ ପିଭି ନରସି˚ହ ରାଓ, ଅଟଳ ବିହାରୀ ବାଜପେୟୀଙ୍କୁ ଅନୁରୋଧ କରିଥିଲେ ଏବ˚ ବାଜପେୟୀ ଭାରତର ପ୍ରତିନିଧି ଦଳର ନେତୃତ୍ବ ନେଇଥିଲେ।

ଏକତ୍ର କାର୍ଯ୍ୟ କରିବାର ଏହି ଦୃଷ୍ଟାନ୍ତଗୁଡ଼ିକ ଉଲ୍ଲେଖନୀୟ ତଥା ପ୍ରଶ˚ସନୀୟ। ଆଉ ଏକ ଦୃଷ୍ଟାନ୍ତ ମଧ୍ୟ ଦିଆଯାଇପାରେ, ଯେଉଁଟି ଅଧିକ ପ୍ରଶ˚ସନୀୟ ଓ ଏବେ ବି ମହତ୍ତ୍ବ ରଖେ। ଏହା ଥିଲା, ସ୍ବାଧୀନତା କାଳରେ ଏକ ମିଳିତ ସରକାରର ଗଠନ। ପରିସ୍ଥିତିର ଗମ୍ଭୀରତାକୁ ଦେଖି, ଏହାର ଉଚିତ ମୁକାବିଲା ପାଇଁ ଜଵାହରଲାଲ ନେହରୁ ଓ ବଲ୍ଲଭଭାଈ ପଟେଲ ଦଳ ବାହାରେ ଥିବା ଯୋଗ୍ୟ ବିରୋଧୀଙ୍କ ସହ ଯୋଗାଯୋଗ କରିଥିଲେ ଏବ˚ ସରକାରରେ ମିଶିବା ପାଇଁ ସେମାନଙ୍କୁ ଅନୁରୋଧ କରିଥିଲେ। ଯଦିଓ କୋଡ଼ିଏ ବର୍ଷରୁ ଅଧିକ କାଳ ଭୀମରାଓ ଆମ୍ବେଦକର, କ˚ଗ୍ରେସ୍‌ର ବିରୋଧ କରି ଆସିଥିଲେ, ଆଇନ ମନ୍ତ୍ରୀ ହେବା ପାଇଁ ତାଙ୍କୁ ପ୍ରସ୍ତାବ ଦିଆଯାଇଥିଲା। କ˚ଗ୍ରେସ୍‌ର ରାଜନୈତିକ ବିରୋଧୀ ଏସ୍‌ପି ମୁଖାର୍ଜୀ ଓ ଆର‌୍‌କେ ଶନମୁଖମ ଚେଟ୍ଟୀଙ୍କୁ ଅନ୍ୟ ମୁଖ୍ୟ ମନ୍ତ୍ରାଳୟ ପ୍ରଦାନ କରାଯାଇଥିଲା। ନିଜ କଥା ଓ କାର୍ଯ୍ୟ‌ରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଏବ˚ ପ୍ରଥମ ଗୃହମନ୍ତ୍ରୀ ନିଜର ଅହମିକା ଓ ଭ୍ରାନ୍ତିକୁ ଦୂରେଇ, ଦେଶକୁ ନିଜ ଦଳ ଠାରୁ ଊର୍ଦ୍ଧ୍ବରେ ରଖିଥିଲେ। ଉଭୟ ପଟେଲ ଓ ନେହରୁ ପ୍ରକୃତ ଅର୍ଥରେ ଦେଶପ୍ରେମୀ ଥିଲେ। ବହୁ କଷ୍ଟରେ ମିଳିଥିବା ସ୍ବାଧୀନତାକୁ ଦୃଢ଼ ଓ ନିରାପଦ କରିବା ଦୁହେଁ ଚାହୁଁଥିଲେ। ତେଣୁ, କ୍ଷମତାର ଅହ˚କାରରୁ ମୁକ୍ତ ହୋଇ ନମ୍ରତାର ସହ କାର୍ଯ୍ୟ କରିଥିଲେ।

ପ୍ରଧାନମନ୍ତ୍ରୀଙ୍କୁ ଏକ ନିବନ୍ଧ ମାଧ୍ୟମରେ ନିବେଦନ କରିବାର ବର୍ଷକ ପରେ ମୁଁ କରିଥିବା ଯୁକ୍ତି, ଗତ ସପ୍ତାହର ଆଦ୍ୟ ଭାଗରେ ‘ଦ ଟେଲିଗ୍ରାଫ୍‌’ରେ ପ୍ରକାଶିତ ଏକ ସ˚ପାଦକୀୟରେ ପ୍ରତିଫଳିତ ହୋଇଛି। ଏଥିରେ ଲେଖାଅଛି- ‘ଏକ ଭୂତାଣ ସହ ଦେଶର ଯୁଦ୍ଧ ପରିପ୍ରେକ୍ଷୀରେ, ଏହି ସ˚କଟମୟ କାଳରେ, କେନ୍ଦ୍ର ସରକାର ମିଳିତ ଆଭିମୁଖ୍ୟ ରଖି କାର୍ଯ୍ୟ କରିବା ଉଚିତ। ଅତୀତରେ ଭେଷଜ, ରାଜନୈତିକ ତଥା ଅର୍ଥନୈତିକ ସ˚କଟ କାଳରେ ଦେଶ ମିଳିତ ଆଭିମୁଖ୍ୟ ରଖି ଏକତ୍ର ଲଢ଼ିଥିଲା। ଭାରତୀୟ ଜନତା ପାର୍ଟି ଇତିହାସରୁ ଶିକ୍ଷା ନ କରିବା ନିଶ୍ଚିତ ଭାବେ କ୍ଷୋଭ ଓ ପରିତାପର ବିଷୟ। ସ˚ଘୀୟ ବ୍ୟବସ୍ଥାକୁ ସମ୍ମାନ ଦେବା ସହ ବିରୋଧୀଙ୍କ ପ୍ରତି ସକାରାତ୍ମକ ଦୃଷ୍ଟିଭଙ୍ଗୀ ରଖିବା ସମୟର ଆହ୍ବାନ। ବିରୋଧୀଙ୍କ ମଧ୍ୟରେ ଏ ଭଳି ଅନେକ ଅଛନ୍ତି, ଯେଉଁମାନଙ୍କର ଦେଶ ଚଳାଇବାରେ ଉଲ୍ଲେଖନୀୟ ଅଭିଜ୍ଞତା ଅଛି। ସେମାନଙ୍କ ସାହାଯ୍ୟ ନିଆଗଲେ ଏହି ସ˚କଟ କାଳରେ ଦେଶର ଉପକାର ହେବ।’

ଆମ ଭିତରେ ଏ ଭଳି ଅନେକ ଭାରତୀୟ ଅଛନ୍ତି, ଯେଉଁମାନେ ସରଳ ଏବ˚ ନିଜ ବିଶ୍ବାସରେ ଆଶାବାଦୀ, ଯଦିଓ ଅଭିଜ୍ଞତା ଭିନ୍ନ କିଛି ବୟାନ କରେ। ଅତୀତରେ ସ˚କଟ କାଳରେ ସହଯୋଗିତା ଦେଖିବାକୁ ମିଳିଥିଲା। ତେବେ, ଏବର ସ˚କଟ କାଳରେ, ଏବର ସରକାର, ଦଳ ଊର୍ଦ୍ଧ୍ବକୁ ଯାଇପାରିବ କି ନାହିଁ ଏବ˚ ନାଗରିକଙ୍କର ଆସ୍ଥା ଓ ବିଶ୍ବାସ ଜିତିପାରିବ କି ନାହିଁ; ତାହା ଭିନ୍ନ ପ୍ରସଙ୍ଗ।

ଭୂତାଣୁ ବିରୋଧରେ ଦେଶର ଯୁଦ୍ଧ କାଳରେ ପ୍ରଧାନମନ୍ତ୍ରୀଙ୍କର ‘ବ୍ୟକ୍ତିତ୍ବ ଉପାସନା’ କ୍ରମଶଃ ସ˚ପ୍ରସାରିତ ହୋଇଚାଲିଛି। ବିରୋଧୀ ଦଳଗୁଡ଼ିକ ପ୍ରତି ସରକାରର ଆଭିମୁଖ୍ୟ ନକାରାତ୍ମକ। ଏହା କେବଳ ବିରୋଧୀଙ୍କ ସହ ମୁହାଁ-ମୁହିଁ ହେବାକୁ ଚାହେଁ। ମହାରାଷ୍ଟ୍ର ଓ ଦିଲ୍ଲୀର ମୁଖ୍ୟମନ୍ତ୍ରୀଙ୍କ ପ୍ରତି କେନ୍ଦ୍ର ମନ୍ତ୍ରୀ ଏବ˚ ଭାରତୀୟ ଜନତା ପାର୍ଟିର ସା˚ସଦମାନଙ୍କର ବିଷୋଦ୍‌ଗାର କେବଳ ନିଜ ହୀନ ମନୋଭାବର ପ୍ରଦର୍ଶନ। ଦିଲ୍ଲୀ ଓ ମୁମ୍ବାଇ ଦେଶର ବୃହତ୍ତମ ଏବ˚ ସବୁଠାରୁ ମହତ୍ତ୍ବପୂର୍ଣ୍ଣ ସହର। ଗୋଟିଏ ଆମର ରାଜନୈତିକ ରାଜଧାନୀ ଏବ˚ ଅନ୍ୟଟି ଅର୍ଥନୈତିକ ରାଜଧାନୀ। ଉଭୟର ଜନସ˚ଖ୍ୟା କୋଟିଏରୁ ଅଧିକ। ଏହି ଦୁଇଟି ସ୍ଥାନ କେବଳ ଭାଜପା ଶାସିତ ହୋଇ ନ ଥିବାରୁ ଏଠାକାର ଲୋକ ଭୋଗନ୍ତୁ ବୋଲି ଯେଉଁମାନେ ଚାହୁଁଛନ୍ତି, ସେମାନେ କେଉଁ ପ୍ରକାରର ଦେଶଭକ୍ତ?

ଏ ଧରଣର ପକ୍ଷ ନେବା ଯଦି କେବଳ ଭାଜପାର ସମର୍ଥକଙ୍କ ମଧୢରେ ସୀମିତ ରହନ୍ତା, ବ୍ୟସ୍ତ ହେବାରେ କିଛି ନ ଥା’ନ୍ତା। ପରିତାପର ବିଷୟ ଯେ କେନ୍ଦ୍ର ସରକାରର ସବୁଠାରୁ ଶକ୍ତିଶାଳୀ ଲୋକେ ମଧ୍ୟ ଏ ଭଳି ମାନସିକତା ରଖି କାର୍ଯ୍ୟ କରୁଛନ୍ତି। ମହାମାରୀ ହେବା ପରଠାରୁ ଭାରତର ଗୃହମନ୍ତ୍ରୀଙ୍କ କାର୍ଯ୍ୟ ଓ ଗସ୍ତ ସୂଚୀରୁ ଯାହା ଜଣାପଡ଼ୁଛି, ତାଙ୍କ ପାଇଁ ପ୍ରାଥମିକତା ହେଉଛି- ପଶ୍ଚିମବଙ୍ଗରେ ତାଙ୍କ ଦଳକୁ କ୍ଷମତାକୁ ଆଣିବା ଏବ˚ ମହାରାଷ୍ଟ୍ରରେ ତାଙ୍କ ଦଳକୁ କ୍ଷମତାକୁ ଫେରାଇଆଣିବା। ତାଙ୍କ ମନ୍ତ୍ରାଳୟ ସହ ଏହାର କୌଣସି ସଂପର୍କ ନ ଥିବା ସତ୍ତ୍ବେ, ତାଙ୍କର ପ୍ରକୃତ କାର୍ଯ୍ୟ ଠାରୁ ଏହା ତାଙ୍କ ପାଇଁ ଅଧିକ ମହତ୍ତ୍ବପୂର୍ଣ୍ଣ।

ପ୍ରଧାନମନ୍ତ୍ରୀଙ୍କ ପାଇଁ କ’ଣ ଅଧିକ ମହତ୍ତ୍ବପୂର୍ଣ୍ଣ, ତାଙ୍କ ଭାଷଣରୁ ବୁଝିହୁଏ। ୧୭ ଏପ୍ରିଲ୍‌ ୨୦୨୧ରେ ଆସାନସୋଲରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ନିଜ ଭାଷଣରେ ସେ କହିଥିଲେ- ‘ମୁଁ ଏକ ସଭାରେ ଏହାଠାରୁ ଅଧିକ ଭିଡ଼ ପୂର୍ବରୁ କେବେ ଦେଖିନାହିଁ।’ ଏହା ନିଶ୍ଚିତ ଯେ, ଆମେ ପୂର୍ବରୁ କେବେ ଏ ଭଳି ଅସମ୍ବେଦନଶୀଳ ଓ ହୃଦୟହୀନ ଭାରତୀୟ ନେତା ଦେଖିନାହୁଁ। ୧୭ ଏପ୍ରିଲ୍‌ ବେଳକୁ ମହାମାରୀର ଦ୍ବିତୀୟ ଲହର ଆମକୁ ଗଭୀର ଭାବେ ଆକ୍ରାନ୍ତ କରିସାରିଥିଲା। ଚିକିତ୍ସାଳୟଗୁଡ଼ିକ ରୋଗୀରେ ଭରିସାରିଥିଲା। ଶ୍ମଶାନଗୁଡ଼ିକରେ ବି ଶୂନ୍ୟତା ନ ଥିଲା। ଏହି ଦୁଃଖଦ ପରିସ୍ଥିତିରେ ଆମର ପ୍ରଧାନମନ୍ତ୍ରୀ ଆନନ୍ଦରେ ଜନତାକୁ କହୁଥିଲେ- ‘ଦେଖ ଦେଖ, ମୋତେ ଶୁଣିବା ପାଇଁ କେତେ ଗହଳି ହୋଇଛି!’

ମହାମାରୀ ଏବଂ ଏହାର ପରବର୍ତ୍ତୀ ଲହରଗୁଡ଼ିକ କାରଣରୁ ଆମ ସମାଜ ଓ ଅର୍ଥନୀତି ଭଙ୍ଗୁରଶୀଳ। ବିଭାଜନ ପରେ ଆମ ଦେଶ ବୋଧହୁଏ ସବୁଠାରୁ ବଡ଼ ସ˚କଟ ଭୋଗୁଛି। ଏହି ସମୟରେ ଆମର ଲୋଡ଼ା ଏ ଭଳି ଏକ ସରକାର, ଯିଏ ଶୁଣିବ, ଶୁଣିବା ଶିଖିବ; ଦଳ ଓ ଧର୍ମ ଊର୍ଦ୍ଧ୍ବରେ ରହି କାର୍ଯ୍ୟ କରିବ ଏବ˚ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି, କେବଳ ଜଣେ ନେତାଙ୍କ କଥାରେ ଚାଲିବନାହିଁ। ଏ ଭଳି ସରକାର କେବେ ମିଳିବ, ମିଳିବ କି ନାହିଁ, ଏହା ଉପରେ ନିର୍ଭର କରୁଛି, ଆମ ସାଧାରଣତନ୍ତ୍ରର ଭବିଷ୍ୟତ୍‌।
(ମତାମତ ଲେଖକଙ୍କ ନିଜସ୍ବ)

ସମ୍ବନ୍ଧିତ ଖବର