ମନର ଦୀପ ଜଳାଇବା

କୁମାର ପ୍ରଶାନ୍ତ

ଆମ ଦେଶରେ ‘ଅବିକଶିତ’ ବୁଦ୍ଧି ସ˚ପନ୍ନ ‘ବାଳୁତ’ଙ୍କ ସ˚ଖ୍ୟା କିଛି କମ୍‌ ନୁହେଁ! ଏହି ସ୍ବଳ୍ପ-ବୁଦ୍ଧି ସ˚ପନ୍ନ ବିଷାକ୍ତ ‘ବାଳୁତ’ମାନେ ସାରା ମାମଲାକୁ ହିନ୍ଦୁ-ମୁସଲମାନ ରୂପ ଦେବାରେ ଲାଗିଛନ୍ତି। ଏବେ କରୋନା ସା˚ପ୍ରଦାୟିକ ହୋଇଗଲାଣି। ଫଳରେ ଏହାର ମାରକ କ୍ଷମତା ହଜାରେ ଗୁଣ ବଢ଼ିଯାଇଛି। ତବଲିଘି ଜମାତ ଭୂମି ତଳ (କବର) ଏବ˚ ଭୂମି ଉପର (ସ୍ବର୍ଗ)ର ଜୀବନ କଥା କହୁଥିବା ଶୁଣାଯାଏ। କିନ୍ତୁ, ମୁସଲମାନ ହେଉ ବା ହିନ୍ଦୁ ବା ଅନ୍ୟ କୌଣସି ଧର୍ମାବଲମ୍ବୀ, ସମସ୍ତଙ୍କର ସ୍ଥାନ ତ ଏହି ଭୂମିରେ।

ଏବେ ମୁଁ ଏହି ନିବନ୍ଧ ଲେଖୁଥିବା ବେଳେ ଦେଶ-ଦୁନିଆରେ କରୋନା ନିଜ କାହାଣୀର ଆଗାମୀ ପୃଷ୍ଠା ଲେଖୁଛି। ଭାରତରେ ୪୭୮୯ ଜଣ ଆକ୍ରାନ୍ତ ହୋଇସାରିଲେଣି ଏବ˚ ୧୨୪ ଜଣଙ୍କର ମୃତ୍ୟୁ ଘଟିସାରିଲାଣି। ସ˚ଖ୍ୟା ଏତେ ଅଧିକ ନୁହେଁ; ତଥାପି ଯେଉଁ ତେଜ ଓ ବେଗର ସହ ଏହା କାୟା ବିସ୍ତାର କରୁଛି ଏବ˚ ର˚ଗ ବଦଳାଉଛି, ଏହା ନିଶ୍ଚିତ ଯେ, ଆମେ ଏହି ସମୟରେ ନିଜ ନିଜ ଭିତରେ ନ ଲଢ଼ି, ଏହା ବିରୋଧରେ ଲଢ଼ିବା ଉଚିତ। କିନ୍ତୁ, ମଣିଷର ଦୁର୍ଭାଗ୍ୟ ଯେ ଏହା ନିଜ ନିଜ ଭିତରେ ଲଢ଼ି ମରୁ ପଛକେ ଲଢ଼ିବ ନିଶ୍ଚିତ।

ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳରେ ମୁସଲମାନ ସ˚ପ୍ରଦାୟର ଏକ ରକ୍ଷଣଶୀଳ ଧର୍ମାନୁଷ୍ଠାନ- ତବଲିଘି ଜମାତ୍‌ର ଅନ୍ତର୍ଜାତୀୟ କାର୍ଯ୍ୟାଳୟ ଅଛି; ଯାହାର ନାମ- ନିଜାମୁଦ୍ଦିନ ମରକଜ। ଦେଶର ଅଗ୍ରଣୀ ତଥା ବିକାଶକାମୀ ମୁସଲମାନ ସମାଜ ସହ ଏହାର କୌଣସି ସ˚ପର୍କ ନାହିଁ। ସେମାନେ ଏହି ମୁସଲମାନ ସ˚ପ୍ରଦାୟକୁ ‘ଆର‌୍‌ଏସ୍‌ଏସ୍‌’ କହନ୍ତି। ଏହି ମରକଜରୁ ବହୁ ସ˚ଖ୍ୟକ କରୋନା ସ˚କ୍ରମିତ ମିଳିଛନ୍ତି। ଅଦ୍ୟାବଧି ଏତେ ସ˚ଖ୍ୟକ କରୋନା ସ˚କ୍ରମିତ ଦିଲ୍ଲୀର ଅନ୍ୟ କୌଣସି ସ୍ଥାନରୁ ମିିଳିନାହାନ୍ତି। ୧୩-୧୪ ମାର୍ଚ୍ଚ ମଧ୍ୟରେ ଏହି ସ୍ଥାନରେ ଦେଶ-ବିଦେଶର ଚାରି ହଜାର ଲୋକଙ୍କର ଧାର୍ମିକ ସମାବେଶ ଅନୁଷ୍ଠିତ ହୋଇଥିଲା। ସମାବେଶକୁ ଆସିଥିବା ପ୍ରତିନିଧିମାନେ ଏଠାରୁ ଦେଶର ବିଭିନ୍ନ ଅଞ୍ଚଳକୁ ଫେରିଥିଲେ। ଏଠାରୁ କରୋନାର ଭୟାବହ ପ୍ରସାରଣ ଆରମ୍ଭ ହୋଇ ଏବେ ସାରା ଦେଶକୁ ଗ୍ରାସ କରିବାରେ ଲାଗିଛି। ଲୋକ ମରୁଛନ୍ତି। କିଛି ଲୋକଙ୍କୁ ଅଲଗା କରାଯାଇଛି। ଏମାନେ କେଉଁ କେଉଁ ଆଡ଼େ ଯାଇଛନ୍ତି, ଏମାନଙ୍କ ଦ୍ବାରା କେଉଁମାନେ କେତେ ସ˚ଖ୍ୟାରେ ସ˚କ୍ରମିତ ହେଲେଣି, ତାହାର ଅନୁସନ୍ଧାନ ଚାଲିଛି। ଏହି ଅସମ୍ଭବ କାମକୁ ସମ୍ଭବ କରିବାରେ ଏ ଭଳି ଅନେକ ଲାଗିଛନ୍ତି, ଯେଉଁମାନେ ଏହି ସମୟରେ ଅନ୍ୟ ଗୁରୁତ୍ବପୂର୍ଣ୍ଣ କାମ କରିବା କଥା। କିଛି ଲୋକଙ୍କର ସଇତାନିପୂର୍ଣ୍ଣ କାରବାର, ଅନ୍ଧ ଚିନ୍ତାଧାରା ଓ ଧାର୍ମିକତାର ଅଧାର୍ମିକ ବିଚାରବୋଧ ନିଅାଁରେ ଘିଅ ଢାଳିବା ଭଳି କାମ କରୁଛି। ତବଲିଘି ଜମାତରେ ଯାହା ଘଟିଥିଲା, ତାହା ସ˚ପୂର୍ଣ୍ଣ ଜାଣତରେ ହୋଇଥିଲା। ମରକଜର ପ୍ରମୁଖ ହଜରତ ମୌଲାନା ଶାଦଙ୍କ କଥା-ବାର୍ତ୍ତା, ତାଙ୍କ ଅଙ୍ଗ-ଭଙ୍ଗୀରୁ ଯାହା ଜଣାପଡ଼ୁଛି, ଏ ମହାଶୟଙ୍କର ବିଚାର-ବୁଦ୍ଧି ବୋଲି କିଛି ନାହିଁ। ଏହା ମାନସିକ କରୋନା। ଏହି ଜମାତ କରୋନା ସ˚କ୍ରମଣ ପ୍ରସାରିତ କରୁ ନ ଥିଲା। ଏହା ନିଜର ଅନୁଗାମୀଙ୍କୁ ମାନସିକ କରୋନାର ପଞ୍ଝା ମଧ୍ୟରେ ବନ୍ଦ କରିବାକୁ ଚାହୁଁଥିଲା। ନିଜ ଜମାତର ଅନ୍ଧବିଶ୍ବାସକୁ ଅଧିକ ଦୃଢ଼ କରିବାର ପ୍ରୟାସ କରୁଥିଲା ଯେ, ସେମାନଙ୍କର ଭଗବାନ, କୋରାନ, ମସ୍‌ଜିଦ ତଥା ସେମାନଙ୍କର ମୌଲାନା ଯେ କୌଣସି ‘ଶକ୍ତି’ ଠାରୁ ଅଧିକ ‘ଶକ୍ତିମାନ୍‌’।

ଅନ୍ୟ ଧର୍ମ ସ˚ଗଠନ ପରି ଏମାନଙ୍କ ଧନ୍ଦା ମଧ୍ୟ ଧୋକାବାଜିରେ ଚାଲୁଛି। ଅନ୍ଧଙ୍କ ମଧ୍ୟରେ ଏମାନେ ସବୁଠାରୁ ବଡ଼ ଅନ୍ଧତ୍ବର ଶିକାର। ଏମାନଙ୍କ ପୂର୍ବରୁ ଅନେକ ଧରାପଡ଼ିଛନ୍ତି; ଏବେ ଏମାନଙ୍କ ପାଳି; ନିଜାମୁଦ୍ଦିନ ମରକଜ ବନ୍ଦ କରିଦିଆଯାଇଛି। ଏହି ପୂରା ମାମଲା ଦିଲ୍ଲୀ ସରକାର, ଭାରତ ସରକାର ଏବ˚ ଦିଲ୍ଲୀ ପୁଲିସ୍‌ ହାତରେ ଛାଡ଼ିଦିଆଯିବା ଉଚିତ। ଆମର ପୂରା ଧ୍ୟାନ କରୋନା, ଅନ୍ୟର ସହାୟତା ଏବ˚ ସାବଧାନତା ରକ୍ଷା ଉପରେ ରହିବା ହେଉଛି ସମୟର ଆହ୍ବାନ। କରୋନା ବିରୋଧରେ ଲଢ଼ି ତାହାକୁ ହରାଇବାର ଏହା ହିଁ ଏକମାତ୍ର ବାଟ।

କିନ୍ତୁ, ଏହା ହୋଇପାରିଲେ ତ? ଆମ ଦେଶରେ ‘ଅବିକଶିତ’ ବୁଦ୍ଧି ସ˚ପନ୍ନ ‘ବାଳୁତ’ଙ୍କ ସ˚ଖ୍ୟା କିଛି କମ୍‌ ନୁହେଁ! ଏହି ସ୍ବଳ୍ପ-ବୁଦ୍ଧି ସ˚ପନ୍ନ ବିଷାକ୍ତ ‘ବାଳୁତ’ମାନେ ସାରା ମାମଲାକୁ ହିନ୍ଦୁ-ମୁସଲମାନ ରୂପ ଦେବାରେ ଲାଗିଛନ୍ତି। ଏବେ କରୋନା ସା˚ପ୍ରଦାୟିକ ହୋଇଗଲାଣି। ଫଳରେ ଏହାର ମାରକ କ୍ଷମତା ହଜାରେ ଗୁଣ ବଢ଼ିଯାଇଛି। ତବଲିଘି ଜମାତ ଭୂମି ତଳ (କବର) ଏବ˚ ଭୂମି ଉପର (ସ୍ବର୍ଗ)ର ଜୀବନ କଥା କହୁଥିବା ଶୁଣାଯାଏ। କିନ୍ତୁ, ମୁସଲମାନ ହେଉ ବା ହିନ୍ଦୁ ବା ଅନ୍ୟ କୌଣସି ଧର୍ମାବଲମ୍ବୀ, ସମସ୍ତଙ୍କର ସ୍ଥାନ ତ ଏହି ଭୂମିରେ। ସେ ଏହି ଧରା-ପୃଷ୍ଠରେ କେମିତି ବଞ୍ଚିବ ଓ କେମିତି ମରିବ, ଏହା ଶିଖାଇବା-ବତାଇବା ହିଁ ଶ୍ରେଷ୍ଠ ଧର୍ମ ଏବ˚ ଧାର୍ମିକ କାର୍ଯ୍ୟ। ଯେଉଁମାନେ ତଳ ଓ ଉପରକୁ ନେଇ ଚିନ୍ତିତ, ସେମାନେ ସେଠାକୁ ଯାଇ, ଧରିତ୍ରୀବାସୀ ସମାଜକୁ ଅପେକ୍ଷା କରନ୍ତୁ।

ସ˚କଟର ଏହି କାଳରେ, ଏହି ରାଷ୍ଟ୍ରୀୟ ବିପତ୍ତି ସମୟରେ, ଆମେ କେବଳ ସେତିକି କହିବା-ଲେଖିବା-ଦେଖାଇବା-ବତାଇବା ଉଚିତ, ଯାହା ସ˚କଟର ମୁକାବିଲାରେ ସହାୟକ ହୋଇପାରିବ। ବାକି ସବୁକୁ ଦବାଇ ଦେବାକୁ ହେବ, ପଛକୁ ଠେଲି ଦେବାକୁ ହେବ, ଯେମିତି ସା˚ପ୍ରଦାୟିକ ଅଶାନ୍ତି ବେଳେ କୌଣସି ସ˚ପ୍ରଦାୟର ନାମ ନିଆଯାଏନାହିଁ। ଭାବନ୍ତୁ, ଏହି ସ˚କଟ ପୂର୍ବରୁ ଦିଲ୍ଲୀର ଆୟୋଜିତ ଦଙ୍ଗା ବେଳେ ଉତ୍ତେଜନାପୂର୍ଣ୍ଣ ଭାଷଣ ଦେଇ ଭିଡ଼କୁ ଉସକାଇ ହି˚ସ୍ର କରିଥିବା ଅପରାଧୀଙ୍କ ଉପରେ ମକଦ୍ଦମା ଚଳାଇବା ପାଇଁ ଅଦାଲତ କାହିଁକି ନିର୍ଦେଶ ଦେଇଥିଲେ? କୌଣସି ବି ନିଅାଁରେ ଘିଅ ଢାଳିବା ଅନୈତିକ ଓ ଅମାନବୀୟ। ମୁମ୍ବାଇର ଵର୍ଲି ପୁଲିସ୍‌ ଶିବିରରେ କାହିଁକି ଆଠ ଶହ ପୁଲିସ୍‌ କର୍ମୀ ଏକତ୍ର ଥିଲେ; ଯେଉଁମାନଙ୍କ ମଧ୍ୟରୁ ଜଣେ ଏବେ କରୋନା ଆକ୍ରାନ୍ତ? ଏବେ ସେ ସମସ୍ତଙ୍କୁ ଅଲଗା ଅଲଗା ଅଟକ ରଖାଯାଇଛି। ଆଉ ଏହି ଆଠ ଶହ ପୁଲିସ୍‌ କର୍ମୀ ନିଜ ନିଜର ଦାୟିତ୍ବ ତୁଲାଇବାକୁ କେତେ ସ୍ଥାନକୁ ଯାଇଥିଲେ ଏବ˚ କେତେ ଲୋକଙ୍କ ସ˚ସ୍ପର୍ଶରେ ଆସିଥିଲେ, ଏହାର ଉତ୍ତର କାହା ପାଖରେ ଅଛି କି? ଯେଉଁଠି ପୁଲିସ୍‌ ହାତରେ ସମସ୍ତ ଦାୟିତ୍ବ ନ୍ୟସ୍ତ, ସେଇଠି ସେମାନଙ୍କ ଏକତ୍ର ହେବାକୁ ନେଇ କିଏ ବା ପ୍ରଶ୍ନ କରିପାରିବ? ମୁମ୍ବାଇର ଵର୍ଲି-କୋଲିଵାଡ଼ାକୁ, ସେଠାକାର ସବୁଠାରୁ ବିପଜ୍ଜନକ ଅଞ୍ଚଳ ଭାବେ ଘୋଷିତ କରାଯାଇଛି। ଆଉ ମଧ୍ୟପ୍ରଦେଶରେ କ’ଣ ଘଟିଥିଲା? ସେଠାକାର ଦଳେ ବିଧାୟକଙ୍କୁ ଏକତ୍ର ବିଭିନ୍ନ ସ୍ଥାନରେ ଲମ୍ବା ସମୟ ଅଟକ ରଖାଯାଇଥିଲା। ଉଦ୍ଦେଶ୍ୟ ସରକାର ଭାଙ୍ଗିବା ଏବ˚ ଆଉ ଏକ ସରକାର ଗଢ଼ିବା। ତାହା କ’ଣ କରୋନାର ବିପଦ ବିରୋଧରେ ଲଢ଼ିବାର ପଦ୍ଧତି ଥିଲା? ସେହି ପରି ଅଯୋଧ୍ୟାରେ ଠିକ୍‌ ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ରାମଲାଲାଙ୍କ ପ୍ରତିମା ସ୍ଥାନାନ୍ତରଣ ଯୋଜନା କାହିଁକି କରାଯାଇଥିଲା ଏବ˚ ସେଥିପାଇଁ କିଏ ଅନୁମତି ଦେଇଥିଲା? ହରିଦ୍ବାର ଭଳି ସ୍ଥାନରେ ଭିଡ଼ ହୋଇଛି ଏବ˚ ଲୋକେ ସେଠାରୁ ବାହାରି ଇଆଡ଼େ-ସିଆଡ଼େ ଯାଇଛନ୍ତି। ଏହା କିପରି ଘଟିଲା? କ’ଣ ଏହିସବୁ ପ୍ରଶ୍ନ ଯଥାର୍ଥ ନୁହେଁ? କ’ଣ ଏ ସବୁ ଉଦ୍‌ବେଗଜନକ ନୁହେଁ? ତେବେ, ଏ ସବୁକୁ ନେଇ ଏବେ ହଙ୍ଗାମା କରିବା ଅନୁଚିତ। ଏବେ ଆମେ ବ୍ୟକ୍ତିଗତ ଓ ସାମାଜିକ ଦୁର୍ବଳତାର ଶିକାର ହେବାନାହିଁ। ସାବଧାନ ରହିବା ଏବ˚ କେବେ ହେଲେ ଗହଳି କରିବା ନାହିଁ। ଏହି ବିପତ୍ତିରୁ ମୁକ୍ତି ମିଳିବା ପରେ ଯେଉଁମାନେ ବର୍ତ୍ତିଥିବେ, ସେମାନେ ଯାଞ୍ଚ କରିବେ, ଅନୁସନ୍ଧାନ କରିବେ ଏବ˚ ଦଣ୍ତ ମଧ୍ୟ ଦେବେ। ଏ ଭଳି ବିପତ୍ତିର ମୁକାବିଲା ପାଇଁ ନୂଆ ନୀତି-ନିୟମ ବନାଇବେ ବୋଲି ଆଶା କରିବା। ତେବେ, ଏବେ କେବଳ ଛପି ରହିବାର ବେଳ, ନିଜକୁ ଅନ୍ୟ ଠାରୁ ଅଲଗା ରଖିବାର କାଳ। କେବଳ ଏହା ଦ୍ବାରା ସଫଳ ମୁକାବିଲା ସମ୍ଭବ।

ଯେଉଁ ଲୋକ, ସ˚ଗଠନ, ଚାନେଲ୍‌ ଓ ଆଙ୍କୋର‌୍‌ ଦେଶକୁ ସା˚ପ୍ରଦାୟିକ କରୋନା ଆଡ଼କୁ ଟାଣୁଛନ୍ତି, ସେମାନେ ସବୁଠାରୁ ଅଧିକ ମାରାତ୍ମକ। ଏହି କରୋନାର ଆୟୁ ଚଉଦ ଦିନ ବୋଲି ଶୁଣୁଛି। ତେବେ, ସା˚ପ୍ରଦାୟିକ କରୋନାର ଆୟୁ ବହୁତ ଅଧିକ। ଲକ୍ଷେ ଲୋକଙ୍କ ଦ୍ବାରା ଥାଳି ବା ତାଳି ବଜାଇବା ବା ଦୀପ ଜଳାଇବା ଦ୍ବାରା ଏହା ମରେ ନାହିଁ। ଏହାକୁ ମାରିବା ପାଇଁ ମନର ଦୀପ ଜଳିବା ଜରୁରୀ।

ଅଧ୍ୟକ୍ଷ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଦିଲ୍ଲୀ

ସମ୍ବନ୍ଧିତ ଖବର