ସତ୍ୟ, ଅସତ୍ୟ, ଅର୍ଦ୍ଧସତ୍ୟ!

ଲୋକକ୍ଷେତ୍ର - ହରପ୍ରସାଦ ଦାସ

ସ˚କଟ କାଳରେ ପୃଥିବୀରେ ମଣିଷର ଜୀବନ ତ୍ରସ୍ତ, ବିକଳ ଓ ବ୍ୟର୍ଥ ମନେହୁଏ ସତ, କିନ୍ତୁ ଏକ ପ୍ରାଣୀ ସମାଜ ଭାବରେ ଆମର ସାମୂହିକ ଜୀବନରେ ଏ ଆଶା ଦୃଢ଼ତର ହୁଏ ଯେ ଆମେ ବ˚ଚିବୁ! ନା ଆତଙ୍କ ନା ବ୍ୟାଧି ନା ଯୁଦ୍ଧ ନା ବିଧ୍ବ˚ସକ ଅସ୍ତ୍ର ପ୍ରୟୋଗ କେହି ବି ଆମକୁ ଆମର ପ୍ରିୟ ପୃଥିବୀରୁ ଉତ୍ପାଟିତ କରିପାରିବେ ନାହିଁ। ଏ ଆଶା, ଏକ ଅଘୋଷିତ ସ˚କଳ୍ପ ଯାହା ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ବ୍ୟବସ୍ଥାମାନଙ୍କୁ ସ˚କଟ କାଳରେ ଶକ୍ତି ଦିଏ ଓ ସହସ୍ର ମଣିଷ, କୋଟି କୋଟି ମଣିଷଙ୍କର ଜୀବନ ରକ୍ଷା ପାଇଁ ନିଜ ଜୀବନ ମୂର୍ଚ୍ଛି ଦିଅନ୍ତି। ଯେଉଁ ରାଷ୍ଟ୍ରକୁ ଆମେ ଗଣତନ୍ତ୍ର କହୁ, ଯେଉଁ ବ୍ୟବସ୍ଥାକୁ ଆମେ ସରକାର କହୁ; ସେ କିଭଳି ଭାବରେ ବିପଦର ମୁକାବିଲା କରେ, କିଭଳି ଭାବରେ ସମସ୍ତ ଶକ୍ତି ବିନିଯୋଗ କରି ଏ ପ୍ରୟାସ ଜାରି ରଖେ ଯେ କେବଳ ନାଗରିକ ନୁହେଁ, ସାମାଜିକ ଜୀବନରେ ମଣିଷର ନ୍ୟୂନତମ ସ୍ବାଚ୍ଛନ୍ଦ୍ୟ ବି ବ˚ଚି ରହୁ, ତାର ପ୍ରମାଣ ପ୍ରତି ଦିନ ଆମ ସାମ୍ନାରେ ଠିଆ। ଆମେ ତାକୁ କିଭଳି ଦୃଷ୍ଟିରେ ଦେଖୁଚେ, ସେ ପ୍ରଶ୍ନ ଆପାତତଃ ଆମେ ନିଜକୁ ପଚାରି ନାହେଁ, ବର˚ ଏଡ଼ାଇ ଯାଇଚେ। କହିପାରନ୍ତି ଆମ ଭିତରର ଆତ୍ମରକ୍ଷାର ଭୟ ଆମକୁ ଶଙ୍କାକୁଳ ଓ ସନ୍ଦେହୀ କରି ରଖିଚି। ମହାମାରୀ ସମୟରେ ନିର୍ବାଚନ ହେଉ, ମହାମାରୀ ସମୟରେ ପ୍ରତିଷେଧକ ଟିକା ହେଉ, ସଙ୍ଗରୋଧ ହେଉ ବା ସାମାଜିକ ଦୂରତା ରକ୍ଷା ହେଉ, ବଜାର ଖୋଲା ବା ବଜାର ବନ୍ଦ ହେଉ, ଅମ୍ଳଜାନ ହେଉ ବା ଔଷଧ ହେଉ, ସବୁଥିରେ କିଛି ସତ୍ୟ, କିଛି ଅସତ୍ୟ ଓ କିଛି ଅର୍ଦ୍ଧସତ୍ୟର ପ୍ରସାର ଲୋକକ୍ଷେତ୍ରରେ ଅସ୍ଥିରତା ସୃଷ୍ଟି କରି ଚାଲିଚି। ୟାର ତତ୍କାଳିକ ପରିଣତି ଏଇ ଯେ ବିପଦ ଅଧିକରୁ ଅଧିକ ଭୟାନକ ହୋଇ ଚାଲିଚି। କିନ୍ତୁ ୟାର ସୁଦୂର ପ୍ରସାରୀ ପରିଣତି ସିଧାସଳଖ ଗଣତାନ୍ତ୍ରିକ ରାଷ୍ଟ୍ର ସହିତ ଲୋକକ୍ଷେତ୍ରର ସ˚ପର୍କ ଉପରେ। ଅନ୍ୟ ଭାବରେ କହିଲେ ଗଣତନ୍ତ୍ରର ମୂଲ୍ୟବୋଧ ଉପରେ। ଗଣତନ୍ତ୍ର ସତ୍ୟରେ ଚାଲେ, ନା ଅସତ୍ୟରେ ନା ଅର୍ଦ୍ଧସତ୍ୟରେ ନା ଏସବୁ ମିଶି ସୃଷ୍ଟି କରିଥିବା ଗୋଟେ ଅସ୍ପଷ୍ଟ ଅନୁମାନରେ? ଏ ପ୍ରଶ୍ନ କେବଳ ମହାମାରୀ ସହିତ ମୁକାବିଲା କରୁଥିବା ରାଷ୍ଟ୍ରର ଲୋକକ୍ଷେତ୍ର ପାଇଁ ପ୍ରାସଙ୍ଗିକ ନୁହେଁ, ସବୁ ସମୟରେ ପ୍ରାସଙ୍ଗିକ। ଏ ପ୍ରଶ୍ନର ଉତ୍ତର ଆମକୁ ଖୋଜିବାକୁ ହେବ, କିଏ ଦାୟୀ ତାକୁ ଠାବ କରିବାକୁ ହେବ ଓ ଭବିଷ୍ୟତରେ ପଥ ପରିଷ୍କାର କରିବାକୁ ହେବ।

ଗାନ୍ଧୀ ତାଙ୍କର ଆତ୍ମଜୀବନୀକୁ ‘ସତ୍ୟ ସହିତ ପରୀକ୍ଷା’ ଶୀର୍ଷକ ଦେଇଥିଲେ। ଆମ ଭିତରେ ଅଳ୍ପ କେତେକ ଥିବେ ଯେଉଁମାନେ ଗାନ୍ଧୀଙ୍କ ଆତ୍ମଜୀବନୀ ପଢ଼ିନାହାନ୍ତି। ହୁଏତ ଏ ମହାମାରୀର ନିଃସଙ୍ଗ ନିବାସରେ ପଢ଼ିବେ। କିନ୍ତୁ ଯାହା ଗୁରୁତ୍ବପୂର୍ଣ୍ଣ, ତାହା ହେଉଛି ଗାନ୍ଧୀଙ୍କ ଜୀବନକୁ ସେ ନିଜେ ସତ୍ୟର ପରୀକ୍ଷା ବୋଲି କାହିଁକି କହିଚନ୍ତି। ଯେଭଁମାନେ ପଢ଼ିଚନ୍ତି ସୋମନେ ଜାଣନ୍ତି, କିନ୍ତୁ ଲୋକକ୍ଷେତ୍ରର ସାଧାରଣ ମଣିଷଙ୍କ ପାଇଁ ତା’ର ତିନିଟି କାରଣ ଦର୍ଶାଇ ମୁଁ ଆଗକୁ ଯିବି। ସେଗୁଡ଼ିକ ହେଲେ: (୧) ଯାହା ଅସତ୍ୟ ତାହା କେବେ ବି ମଣିଷ ହୃଦୟରେ ପ୍ରତ୍ୟୟ ଜାଗ୍ରତ କରିପାରେ ନାହିଁ (୨) କେବଳ ସତ୍ୟ ହିଁ ମଣିଷକୁ ସ˚କଳ୍ପବଦ୍ଧ କରାଏ (୩) ସତ୍ୟ ହିଁ ବିବେକର ଜନନୀ। ଗାନ୍ଧୀ କିପରି ‘ଗାନ୍ଧୀ’ରେ ପରିଣତ ହେଲେ ତାହା ଥିଲା ନିଜ ଜୀବନରେ ସତ୍ୟର ପ୍ରୟୋଗର ପରିଣତି। ପ୍ରତ୍ୟୟ ସ˚କଳ୍ପ ଓ ବିବେକ ଏ ତିନିଟି ଥିଲେ ଗାନ୍ଧୀଙ୍କର ବ୍ୟକ୍ତିତ୍ବର ଆଧାରଭୂତ ସ˚ରଚନାର ଉପାଦାନ। ଏଥିରେ ବିସ୍ମିତ ହେବାର ନାହିଁ ଯେ ଗଣତନ୍ତ୍ରର ଆଧାରଭୂତ ସ˚ରଚନାର ମଧୢ ଏଇ ତିନିଟି ଉପାଦାନ।

ଗଣତନ୍ତ୍ରର ରାଷ୍ଟ୍ର ଏକ ସ˚କଳ୍ପରୁ ଜନ୍ମନିଏ, ରାଷ୍ଟ୍ର ନିର୍ମାତା ଜନଗଣଙ୍କର ଏ ପ୍ରତ୍ୟୟ ଥାଏ ଯେ ତାଙ୍କ ଦ୍ବାରା ପ୍ରତିଷ୍ଠିତ ରାଷ୍ଟ୍ର ସଫଳ ହେବ; ରାଷ୍ଟ୍ରର ବ୍ୟବସ୍ଥା ପରିଚାଳନା କରିବ ଯେଉଁ ସରକାର ସେ ବିବେକୀ ହେବ। ମୋ ମତରେ ଭାରତୀୟ ଗଣତନ୍ତ୍ର ହିଁ ବିଶ୍ବର ସବୁଠୁ ସଫଳ ଓ ଚିରସ୍ଥାୟୀ ଗଣତନ୍ତ୍ର ହୋଇପାରିବ, କାରଣ ପ୍ରତ୍ୟୟ, ସ˚କଳ୍ପ ଓ ବିବେକ ସବୁ ଭାରତୀୟଙ୍କର ସଭ୍ୟତାଦତ୍ତ ଉତ୍ତରାଧିକାର। ଦୁଃଖ କେବଳ ଏତିକି ଯେ ଉପନିଷଦ ରଚନା ପରେ ମାନବୀୟ ମୂଲ୍ୟବୋଧର ଚର୍ଚ୍ଚା, ତର୍କ ଓ ପ୍ରତିଷ୍ଠାର ଉଦ୍ୟମ ଅବରୁଦ୍ଧ ହୋଇଗଲା। ମୂଳ ଜୀବନ୍ତ ଥିବା ସତ୍ତ୍ବେ ଭାରତୀୟ ଜ୍ଞାନବୃକ୍ଷର ଶାଖା ପ୍ରଶାଖା ଶୁଖିଗଲେ ଓ ସ୍ବାଧୀନତା ସ˚ଗ୍ରାମ ପରେ ଭାରତ ପାଶ୍ଚାତ୍ୟ ଗଣତନ୍ତ୍ରର ଚଳନ୍ତି ମଡେଲ ଆପଣେଇ ନେଲା, ଏପରିକି ଆମର ସମ୍ବିଧାନ ହେଲା ବିଶ୍ବର ପ୍ରତିଷ୍ଠିତ ଗଣତନ୍ତ୍ର ମାନଙ୍କର ଶ୍ରେଷ୍ଠ ସମ୍ବିଧାନ ମାନଙ୍କରୁ ଆହୃତ ଶ୍ରେଷ୍ଠ ଅଭିବ୍ୟକ୍ତି ମାନଙ୍କର ସମାହାର। ସତ୍ୟ ରକ୍ଷାରେ ଦାୟିତ୍ବ ନ୍ୟାୟପାଳିକା ହାତରେ ନ୍ୟସ୍ତ କରି ସାମ୍ବିଧାନିକ ଦାୟିତ୍ବ ନିର୍ବାହ ପାଇଁ ଶପଥ ପାଠ ସୁନିଶ୍ଚିତ କରାଇ, ଭାରତୀୟ ସାମ୍ବିଧାନିକ ଗଣତନ୍ତ୍ର ‘ସତ୍ୟ’କୁ ଲୋକକ୍ଷେତ୍ରରେ ଅସୁରକ୍ଷିତ କରି ଛାଡ଼ିଦେଲା। ଲୋକକ୍ଷେତ୍ର ଯେହେତୁ ସୀମାଙ୍କିତ ନୁହେଁ ଓ ଏଥିରେ ପ୍ରଚଳିତ ବହୁଳତାବାଦୀ ମତ ପ୍ରାବଲ୍ୟକୁ ନିୟନ୍ତ୍ରଣ କରିବା ପାଇଁ ନାଗରିକ ସମାଜ ଅନୁପସ୍ଥିତ, ତିନିଟି ଅପଶକ୍ତି ଲୋକକ୍ଷେତ୍ରରେ ସହଜରେ ପ୍ରବେଶ କରିଗଲେ। ଗୋଟିଏ ଅପଶକ୍ତି ରାଜନୀତର ମିଥ୍ୟା, ଆଉ ଗୋଟିଏ ଅପଶକ୍ତି ବିପଣି ବା ମାର୍କେଟ୍‌ର ମିଥ୍ୟା ଓ ତୃତୀୟଟି ବୁଦ୍ଧିଜୀବୀଙ୍କ ମିଥ୍ୟା। ରାଜନୀତିର ମିଥ୍ୟା ଲୋକକ୍ଷେତ୍ରରେ ଆଶା, ଆଶ୍ବାସନା, ପ୍ରତିଶ୍ରୁତି, ହୋଇ ପ୍ରବେଶ କଲା। ମାର୍କେଟ୍‌ର ମିଥ୍ୟା ବସ୍ତୁ ମୂଲ୍ୟ, ବସ୍ତୁ ଗୁଣ ଓ ବିଜ୍ଞାପନ ହୋଇ ପ୍ରବେଶ କଲା। ବୁଦ୍ଧିଜୀବୀଙ୍କ ମିଥ୍ୟା ପ୍ରବେଶ କଲା ଜ୍ଞାନୀଙ୍କ ଜ୍ଞାନ ଲଢେ଼ଇ, ବ୍ୟକ୍ତିଗତ ମହତ୍ବାକା˚କ୍ଷା, ଉତ୍ତମ କିନ୍ତୁ ବ୍ୟବହାର-ଅଯୋଗ୍ୟ ରଚନା, ଭୁଲ୍‌ ପରିସ˚ଖ୍ୟାନ, ତାରି ଆଧାରରେ ଭବିଷ୍ୟତ ବିଚାର, ତଥ୍ୟ-ଅବଦମନ, ଓ ସିଦ୍ଧାନ୍ତହୀନ ତଥାକଥିତ ବୃଦ୍ଧିଦୀପ୍ତ ମତ ପ୍ରତିଷ୍ଠା ମାଧୢମରେ। ଏଠି ଏ କଥା ବି କହିବାକୁ ହେବେ ଯେ ଏ ତିନି ଅସତ୍ୟର ଅନୁପ୍ରବେଶକୁ ଲକ୍ଷ୍ୟ କରିଥିବା ଗଣମାଧୢମ, ଲୋକକ୍ଷେତ୍ରକୁ ସବୁ ସତ୍ୟ ସିଧାସଳଖ କହିଲା ନାହିଁ। ଅର୍ଦ୍ଧ ସତ୍ୟର ମିଡିଆ ଏକ ବିଡ଼ମ୍ବନା, କିନ୍ତୁ ୟାର ବିକଳ୍ପ ନାହିଁ। ସମାଜ, ରାଜନୀତି, ଅର୍ଥନୀତି ଓ ଗଣତନ୍ତ୍ରର ବିଶ୍ବସ୍ତ ବାର୍ତ୍ତାକାର ଭାବରେ ଗଣମାଧୢମ ଏବେ ମଧୢ ଲୋକକ୍ଷେତ୍ରରେ ଗୃହୀତ। କିନ୍ତୁ ଗଣମାଧୢମର ସମସ୍ୟା ହେଉଛି ରାଜନୈତିକ ବା ଅର୍ଥନୈତିକ ମାଲିକାନା, ସମ୍ବାଦ ଚୟନ ଓ ସମ୍ବାଦର ପକ୍ଷଭୁକ୍ତି। ୟା ବିରୋଧରେ ଠିଆ ବିକଳ୍ପ ଗଣମାଧୢମ ଅତି ବେଶି ଅରାଜକ, ଦ୍ରୋହୀ ଓ ସ୍ଥଳ ବିଶେଷରେ ପ୍ରତିହି˚ସା ପ୍ରବଣ। ତେଣୁ ଲୋକକ୍ଷେତ୍ରରେ ସତ୍ୟ, ଅସତ୍ୟ ଓ ଅର୍ଦ୍ଧସତ୍ୟକୁ ନେଇ ରାଷ୍ଟ୍ର, ଗଣତନ୍ତ୍ର, ସରକାର ଏପରିକି ଦୁର୍ବିପାକ ମଧୢ ସନ୍ଦଗ୍‌ଧ।

ଗାନ୍ଧୀଙ୍କ ସତ୍ୟର ପ୍ରୟୋଗରେ ଗୋଟିଏ ପକ୍ଷ ନ ଥିଲା। ସେଇଟି ହେଉଚି ପ୍ରତୀୟମାନ ସତ୍ୟ ଓ ପ୍ରକୃତ ସତ୍ୟ। ସାମାଜିକ ଗଣମାଧୢମ ସେହି ଦିଗଟିକୁ ଖୋଲି ଦେଖେଇ ଦେଇଚି। ଅଭିବ୍ୟକ୍ତିର ସ୍ବାଧୀନତା ନାମରେ ଯେ କେହି ଯେ କୌଣସି ବ୍ୟବସ୍ଥା, ଅନୁଷ୍ଠାନ ବା ବ୍ୟକ୍ତି ବିରୋଧରେ ଭୟଙ୍କର ଅସତ୍ୟ କହିପାରେ, ସତ୍ୟକୁ ଭାଙ୍ଗି ଅର୍ଦ୍ଧସତ୍ୟର ନିର୍ମାଣ କରିପାରେ। ଆଶ୍ବାସନାର କଥା ସେହି ସାମାଜିକ ଗଣମାଧୢମ ସତ୍ୟକୁ ମଧୢ ଉପସ୍ଥାପନ କରିପାରେ। ସମସ୍ୟା ହେଉଚି ସତ୍ୟ ବା ଅସତ୍ୟ ବା ଅର୍ଦ୍ଧସତ୍ୟକୁ ପରୀକ୍ଷା କରି ନିର୍ଣ୍ଣାୟକ ଅନ୍ତିମ ପର୍ଯ୍ୟନ୍ତ ପରିଚାଳିତ କରି ନେବାର ସ˚ପୃକ୍ତି ବା ଧୈର୍ଯ୍ୟ ସାମାଜିକ ଗଣମାଧୢମର ନାହିଁ। ଟ୍ବିଟର‌୍‌ ଜରିଆରେ ଯେଉଁ ଅସ˚ଖ୍ୟ ମତ ପ୍ରବାହ ଲୋକକ୍ଷେତ୍ରକୁ ସବୁବେଳେ ଆର୍ଦ୍ର କରି ରଖନ୍ତି, ସେଗୁଡ଼ିକ ନିର୍ଣ୍ଣାୟକ ଅନ୍ତିମରେ ବି ପହଁଚନ୍ତି ନାହିଁ, ଗୁଡ଼ିଏ ସ˚କେତ ହୋଇ ଶୂନ୍ୟରୁ ଝୁଲି ରହନ୍ତି। ଏବେ ସମସ୍ୟା ହେଲାଣି ସୂଚନା ପଟଳରେ କେତେ ସୂଚନା ରହିପାରିବ। ସୂଚନା ଜୀବନ ଚକ୍ର ପରିଚାଳନା (ଇନ୍‌ଫର୍ମେସନ୍‌ ଲାଇଫ୍‌ ସାଇକ୍ଲ ମାନେଜମେଣ୍ଟ) ବହୁ ସୂଚନାକୁ ଅନାବଶ୍ୟକ ମନେ କରି ଉଡେ଼ଇ ଦେବ, କିନ୍ତୁ କିଏ ସ୍ଥିର କରିବ କେତେ ସତ୍ୟ ୟା ଫଳରେ ଅନ୍ତର୍ହିତ ହୋଇଗଲେ ଓ କେତେ ଅସତ୍ୟ ଓ ଅର୍ଦ୍ଧସତ୍ୟ ଉପଯୋଗୀ ସିଦ୍ଧ ହୋଇ ଆମକୁ ବିଭ୍ରାନ୍ତ କରିବା ପାଇଁ ରହିଗଲେ? ଅନ୍ୟ ଭାବରେ କହିଲେ ଯାହା କୁହାଯାଏ ବା ଲେଖାଯାଏ ବା ଯାହାକୁ ଉଚ୍ଚ ସ୍ବରରେ ପଣ୍ତିତ ଓ ମହାବଳୀ କହନ୍ତି ବା ଲେଖନ୍ତି ତାହା ସତ୍ୟ ନୁହେଁ ଏ କଥା କିଏ କହିବ? ଲୋକକ୍ଷେତ୍ରରେ ଏମିତି କିଏ ବା ଅଛି ଯିଏ ସରକାର, ପୁଞ୍ଜିପତି, ବୁଦ୍ଧିଜୀବୀ ବା ବଜାର ସଙ୍ଗେ ଲଢ଼ି ପାରିବ? ଲୋକ ନିରୀହ ଓ ନିର୍ବଳ, ତେଣୁ ତାଙ୍କୁ ମିଥ୍ୟା ଓ ଅର୍ଦ୍ଧସତ୍ୟ ଦ୍ବାରା ବିଭ୍ରାନ୍ତ କରାଯାଇପାରିବ। ଗାନ୍ଧୀଙ୍କ ପାଇଁ ସତ୍ୟ ଥିଲା ଧ୍ରୁବ। ଅଟଳ। ଅଚଳ। ନିରୁପଦ୍ରୁତ। କିନ୍ତୁ ଏବେ ସତ୍ୟ ଆଉ ଧ୍ରୁବ ନୁହେଁ, ସତ୍ୟ ବିବିଧ, ଚଞ୍ଚଳ, ରଚିତ, ଚର୍ଚ୍ଚିତ ଓ ପ୍ରସାରିତ।

ଭାରତରେ ସମସ୍ତ ବୌଦ୍ଧିକ ସମ୍ଭାବନା ସତ୍ତ୍ବେ ଗଣତନ୍ତ୍ର ସହିତ ସତ୍ୟର ସ˚ପର୍କ ଓ ଲୋକକ୍ଷେତ୍ର ଉପରେ ଏହାର ପ୍ରଭାବକୁ ନେଇ ରାଜନୀତି ଶାସ୍ତ୍ରବିଦ୍‌ମାନେ କୌଣସି ବିଶେଷ ଗବେଷଣା କରିନାହାନ୍ତି। ସୁଖର କଥା ଯେ ଆମେରିକାର ପେନ୍‌ସିଲ୍‌ଭାନିଆ ବିଶ୍ବବିଦ୍ୟାଳୟର ଇତିହାସ ଓ ରାଜନୀତି ବିଜ୍ଞାନ ବିଭାଗରେ ଏ ବିଷୟରେ ବିଶେଷ ଗବେଷଣା ହୋଇଚି, କିନ୍ତୁ ହାସ୍ୟାସ୍ପଦ ଭାବରେ ଡୋନାଲଡ୍‌ ଟ୍ରମ୍ପଙ୍କର ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ। ଟ୍ରମ୍ପ୍‌ ମିଛୁଆ ଓ ୟାର ପ୍ରଭାବ ଗଣତନ୍ତ୍ର ଉପରେ କ’ଣ ହେଲା ତା’ର ବିଚାର କରୁଚନ୍ତି ପଣ୍ତିତମାନେ! କି ଦୁର୍ଭାଗ୍ୟର କଥା! ଟ୍ରମ୍ପଙ୍କ ପୂର୍ବରୁ ସବୁ ରାଷ୍ଟ୍ରପତି ସତ୍ୟବାଦୀ ଥିଲେ? ଆମେରିକାନ୍‌ ରାଜନୀତି ବା ଗଣତନ୍ତ୍ରରେ ମିଥ୍ୟା ଚଳେନି? ଅର୍ଦ୍ଧସତ୍ୟ ଚଳେନି? ସତ୍ୟ ହିଁ ଚଳେ? ଦେଖନ୍ତୁ ବୁଦ୍ଧିଜୀବୀଙ୍କ ଅସତ୍ୟ ବା ଅର୍ଦ୍ଧସତ୍ୟର ଉଦାହରଣ। ସୋଫିଆ ରୋଜେନ୍‌ଫେଲ୍‌ଡଙ୍କ ‘ଡିମୋକ୍ରାସି ଆଣ୍ତ ଟ୍ରୁଥ୍‌: ଏ ସର୍ଟ ହିଷ୍ଟ୍ରୀ’ ପ୍ରକାଶିତ ହେଲା ଜାନୁଆରି ୨୦୧୯ରେ ଓ ସେ ଗୋଟିଏ ସାକ୍ଷାତ୍‌କାରରେ ନ୍ୟୁୟର୍କର ପତ୍ରିକାକୁ ଯାହା କହିଲେ ତାହା ଥିଲା ଏହି ଯେ ଟ୍ରମ୍ପ ଓ ଟ୍ବିଟର‌୍‌ ପୂର୍ବରୁ ବି ସତ୍ୟ ସହିତ ଗଣତନ୍ତ୍ରର ସ˚ପର୍କକୁ ନେଇ ସମସ୍ୟା ଥିଲା; କିନ୍ତୁ କ’ଣ କରାଯିବ ସତ୍ୟ ସବୁବେଳେ ବିତର୍କିତ ଓ ରାଜନୀତିରେ ସତ୍ୟକୁ ନେଇ ରାଜନେତାମାନେ ନ୍ୟୂନତମ ସହମତି ନିର୍ମାଣ କରି ପାରିନାହାନ୍ତି। ଏବେ ସେହି ବିଶ୍ବବିଦ୍ୟାଳୟର ଜେରେମି ଏଲ୍‌କିନ୍‌ସ ଓ ଆଣ୍ତ୍ରୁ ନରିସ୍‌ ଗୋଟିଏ ସ˚କଳନ ପ୍ରସ୍ତୁତ କରିଚନ୍ତି, ଯାହା ମାତ୍ର କେଇ ମାସ ତଳେ ପ୍ରକାଶିତ ହୋଇଚି। ସେଥିରେ ବିଜ୍ଞଜନେ ଏହି ନିଷ୍କର୍ଷରେ ପହଞ୍ଚିଛନ୍ତି ଯେ ସତ୍ୟ ବିନା ଗଣତନ୍ତ୍ର ନାହିଁ ଓ ସତ୍ୟର ପ୍ରତିଷ୍ଠା ଜରୁରୀ। କିନ୍ତୁ କିପରି? ଏଇଥିପାଇଁ ତ ଲୋକେ ବିଜ୍ଞଜନଙ୍କ ଉପରେ ଭରସା କରୁନାହାନ୍ତି। ଆମକୁ କହିବାକୁ ପଡ଼ିବ କ’ଣ କରାଯାଇପାରେ। ମୁଁ ଲୋକକ୍ଷେତ୍ରର ଜଣେ ଜିଜ୍ଞାସୁ ଓ ବ୍ୟାକୁଳ ମହାମାରୀ ଆତଙ୍କିତ ସାଧାରଣଜନ ଭାବରେ ଚାହେଁ ଯେ ସ˚କଟ ସମୟରେ ସବୁ ଅସତ୍ୟ ପ୍ରଚାର, ଅର୍ଦ୍ଧସତ୍ୟର ପ୍ରସାର ବନ୍ଦ ହେଉ। ସରକାରଙ୍କ ବିଭାଗମାନଙ୍କ ମଧୢରେ ଗୋଟିଏ ନୂଆ ବିଭାଗ ସ୍ଥାପିତ ହେଉ: ଡିପାର୍ଟମେଣ୍ଟ ଅଫ୍‌ ରିଅଲିଟି ଚେକ୍‌। ୟାକୁ ରାଷ୍ଟ୍ର ଭାଷାରେ ସତ୍ୟାପନ ବିଭାଗ କହାଯାଇପାରେ। ୟାର କାମ ହେବ (ମନେ କରନ୍ତୁ ଓଡ଼ିଶାରେ) ସବୁ ପରିଯୋଜନାର ବସ୍ତୁସ୍ଥିତି ପରିଦର୍ଶନ, ଅସତ୍ୟର ଖଣ୍ତନ ଓ ଯୋଉଠୁ ଅଭିଯୋଗ ଆସିବ ଏ ବିଭାଗର ଫ୍ଲାଇ˚ ସ୍କ୍ବାଡ୍‌ ତୁରନ୍ତ ବସ୍ତୁସ୍ଥିତି ଦେଖି ସତ୍ୟ ଜଣାଇବେ। ସରକାର ୟାକୁ ନିଜର ଦୋଷତ୍ରୁଟି ଘୋଡେ଼ଇବା ପାଇଁ ବ୍ୟବହାର କରିବେ ନାହିଁ। ସରକାର ସତ୍ୟ କହନ୍ତି ଏ ପ୍ରତ୍ୟୟ ପ୍ରତିଷ୍ଠିତ ହେବା ଦରକାର। ସେହିପରି ବୁଦ୍ଧିଜୀବୀମାନଙ୍କର ଅର୍ଦ୍ଧସତ୍ୟ ଓ ଅସତ୍ୟକୁ ପଢ଼ି ତାର ପ୍ରାସଙ୍ଗିକତା ଓ ସତ୍ୟତା ନିଷ୍ପାଦିତ କରିବା ପାଇଁ ସରକାର ବିଶ୍ବବିଦ୍ୟାଳୟମାନଙ୍କର ବିଜ୍ଞ ବିଦ୍ବାନମାନଙ୍କର ସହାୟତା ନେବେ। ବିଭ୍ରାନ୍ତକାରୀ ମତ ଲୋକକ୍ଷେତ୍ରରେ ଖଣ୍ତିତ ହେବା ଜରୁରୀ। ରାଜନେତାମାନେ ନ୍ୟୂନତମ ସତ୍ୟରେ ଆସ୍ଥା ସ୍ଥାପନ ପାଇଁ ଦଳୀୟ ମଞ୍ଚରେ ଶପଥ ନେବେ। ରାଷ୍ଟ୍ର ଓ ଦେଶ ବିରୋଧରେ କିଛି କହିବେ ନାହିଁ, ଅସତ୍ୟ କହିବେ ନାହିଁ, ଅର୍ଦ୍ଧସତ୍ୟ କହିବେ ନାହିଁ ଏପରି ଶପଥ ନେବାପାଇଁ ରାଜନେତାମାନେ ଅନିଚ୍ଛୁକ ହେବାର ଅର୍ଥ ସମସ୍ୟା ଅତି ଗଭୀର।

ରୋଜେନ୍‌ଫେଲ୍‌ଡ ଓ ପରବର୍ତ୍ତୀ କାଳରେ ଏଲ୍‌କିନ୍‌ସ ଓ ନରିସ୍‌ ସ˚ପାଦିତ ଗ୍ରନ୍ଥରେ ‘ନ୍ୟୂନତମ ସତ୍ୟରେ ଆସ୍ଥା’ ଆମେରିକାରେ ସମ୍ଭବ ନ ହୋଇପାରେ, କିନ୍ତୁ ‘କମନ୍‌ ମିନିମମ୍‌ ପ୍ରୋଗ୍ରାମ୍‌’ରେ ସରକାର ଚଳାଇଥିବା ଭାରତୀୟ ଗଣତନ୍ତ୍ରରେ ‘କମନ୍‌ ମିନିମମ୍‌ ଟ୍ରୁଥ୍‌’ ଉପରେ ଆସ୍ଥା ରଖି ଶପଥ ନେବା ସମ୍ଭବ। ମାର୍କେଟ୍‌ର ଅସତ୍ୟ ପାଇଁ ଯେଉଁ ନିୟନ୍ତ୍ରକ ଅନୁଷ୍ଠାନଗୁଡ଼ିକ ପ୍ରତିଷ୍ଠିତ ହୋଇଚନ୍ତି, ସମାଧାନ ତାଙ୍କ ହାତରେ ନାହିଁ। ଉତ୍ପାଦକ, ଭଣ୍ତାରକ, ବିକ୍ରେତାଙ୍କର ଗୋଟିଏ ବଡ଼ ସମୁଦାୟକୁ ଗଣତନ୍ତ୍ରରେ ରାଜନୀତି ପାଇଁ ବ୍ୟବହାର କରାଯାଏ, କିନ୍ତୁ ତାଙ୍କୁ ବିଶ୍ବାସକୁ ନିଆଯାଏ ନାହିଁ। ତାଙ୍କୁ ବିଶ୍ବାସକୁ ନେବାକୁ ହେବ। ଗଣତନ୍ତ୍ର ପାଇଁ ଲୋକକ୍ଷେତ୍ରର ସବୁ କ୍ଷେତ୍ରରେ ଅନୁଷ୍ଠାନ ନିର୍ମାଣ ଅନୌପଚାରିକ ବିଚାରବିମର୍ଶ ଦ୍ବାରା କରାଯାଇପାରେ। ମନେ କରନ୍ତୁ ‘ଗଣତନ୍ତ୍ର ପାଇଁ ବୈଜ୍ଞାନିକ’ (ସାଇଣ୍ଟିସ୍ଟସ୍ ଫର ଡିମୋକ୍ରାସି), ‘ଟ୍ରେଡର୍ସ ଫର‌୍‌ ଡିମୋକ୍ରାସି’, ‘ଇଣ୍ଟେଲେକ୍‌ଚୁଆଲ୍‌ସ ଫର‌୍‌ ଡିମୋକ୍ରାସି’ ଭଳି ଅନୁଷ୍ଠାନ ଲୋକକ୍ଷେତ୍ରରେ ନିର୍ମିତ ହୁଏ, ତେବେ ଅତି କମ୍‌ରେ ଓ ଏତିକି ହେବ ଯେ ସେମାନଙ୍କ କର୍ମର ଗଣତନ୍ତ୍ର ଉପରେ ପ୍ରଭାବ ତାଙ୍କୁ ଆପେ ଗଣତନ୍ତ୍ରର ଭାଗିଦାର କରି ଠିଆକରିବ। ଶହ ଶହ ଏପରି ସ୍ବୟ˚ଚାଳିତ ଅନୁଷ୍ଠାନ ଲୋକକ୍ଷେତ୍ରରେ ‘ପିପ୍ଲ ଫର‌୍‌ ଡିମୋକ୍ରାସି’ ଭଳି ଏକ ବିଶାଳ ଅନୌପଚାରିକ ଅନୁଷ୍ଠାନ ସୃଷ୍ଟି କରିବ। ଏ ସମସ୍ତଙ୍କର କାମ ହେବ ଯାହା ସତ୍ୟ ତାହାହିଁ ଲୋକକ୍ଷେତ୍ରରେ ପ୍ରସାରିତ କରିବା। ୟାକୁ ଗଣତନ୍ତ୍ରର ବୁନିଆଦି ସର୍ତ୍ତ କୁହାଯାଇପାରେ। ବିଶେଷତଃ ଯେତେବେଳେ ଆମ ସମ୍ବିଧାନରେ ନାଗରିକର କର୍ତ୍ତବ୍ୟ ପାଳନ ନ କରିବା ଏକ ଅପରାଧ ନୁହେଁ, ଲୋକକ୍ଷେତ୍ରରେ ଗଣ ମଞ୍ଚର ଅଣ ରାଜନୈତିକ ଗଣତାନ୍ତ୍ରିକ କ୍ରିୟାଶକ୍ତି ଆମର ଗଣତନ୍ତ୍ରକୁ ଚଳମାନ୍‌ ଓ ଉତ୍ତରଦାୟୀ କରି ରଖିବ।

ସତ୍ୟ ନାହିଁ ତ ଗଣତନ୍ତ୍ର ନାହିଁ। ଗଣତନ୍ତ୍ର ନାହିଁ ତ ଆମେ ନାହୁଁ। ଭାରତୀୟମାନେ ତାଙ୍କର ଦେଶର ଆକାର, ଜନସ˚ଖ୍ୟା ଓ ମହାଦେଶ ସୁଲଭ ଚରିତ୍ର ଯୋଗୁ ଗଣତନ୍ତ୍ର ଛଡ଼ା ଆଉ କୋଉଥିରେ ବି ଆସ୍ଥା ରଖିବା ଅସମ୍ଭବ। ଗଣତନ୍ତ୍ର ହିଁ ରାଜନୀତିର ଧ୍ରୁବ ସତ୍ୟ। ଏହି ସତ୍ୟ ଆଲୋକିତ ହେଲେ ଲୋକକ୍ଷେତ୍ରରୁ ଅସତ୍ୟ ଓ ଅର୍ଦ୍ଧସତ୍ୟ କ୍ରମେ ଅପସରି ଯିବେ। ଗଣତନ୍ତ୍ରରେ ରାଜନୀତିର ନୂଆ ନୈତିକତା ସତ୍ୟର ପ୍ରତିଷ୍ଠା।

ବାଗର୍ଥ, ଏନ୍ ୨/୨୬
ଆଇଆର୍‌ସି ଭିଲେଜ୍, ଭୁବନେଶ୍ବର-୧୫
ମୋ-୯୪୩୭୦୩୯୮୫୮

ସମ୍ବନ୍ଧିତ ଖବର