କୋଭିଡ୍‌ ସ୍ଥିତି ବିଗିଡ଼ିବାରୁ ବାଙ୍ଗାଲୋରରେ ଦୁଇ ସପ୍ତାହ ପାଇଁ ଲକ୍‌‍ଡାଉନ୍‌ ଲାଗୁ ହେବା ଖବର ଶୁଣିବା ପରେ କେନ୍ଦ୍ରାପଡ଼ାରେ ରହୁଥିବା ବିଶିଷ୍ଟ ଶିକ୍ଷାବିତ୍‌ ଡକ୍ଟର ପ୍ରହଲ୍ଲାଦ ନାୟକ ଫୋନ କରି ଆମର ହାଲଚାଲ ଜାଣିବାକୁ ଚାହିଁଥିଲେ। ସାର‌୍‌ ଜାଣିବାକୁ ଚାହିଁଥିଲେ ଯେ କେନ୍ଦ୍ର ସରକାରଙ୍କ ବହୁଚର୍ଚ୍ଚିତ ଆତ୍ମନିର୍ଭର ଭାରତ ଅଭିଯାନ କ’ଣ ସତରେ ସଫଳ ହେବ? କରୋନା ଦ୍ବିତୀୟ ଲହର ସ˚କ୍ରମଣକୁ ରୋକିବା ତ ଦୂରର କଥା, ରୋଗୀଙ୍କ ଜୀବନ ରକ୍ଷା ପାଇଁ ଆବଶ୍ୟକ ଅକ୍ସିଜେନ୍‌ ମଧୢ ଯୋଗାଡ଼ ହୋଇପାରୁନାହିଁ! ତାଙ୍କ କଥାରେ ହତୋତ୍ସାହ ଓ ମନସ୍ତାପ ସ୍ପଷ୍ଟ ବାରି ହୋଇପଡୁଥିଲା।

Advertisment

ସତ କଥା! କୋଭିଡ ମହାମାରୀ ଆରମ୍ଭ ହେଲା ପର ଠାରୁ ପ୍ରାୟ ବର୍ଷେ ହେବ ପିଲାଙ୍କ ପାଠପଢ଼ା ଅନ୍‌ ଲାଇନ୍‌ରେ ହେଉଛି। ଏହି ମାଧୢମରେ ପାଠପଢ଼ାକୁ ଯଦିଓ କ୍ଲାସ ରୁମ୍‌ରେ ପାଠ ପଢ଼ା ସହିତ ତୁଳନା କରାଯାଇ ନ ପାରେ, ତଥାପି ପରିସ୍ଥିତି ଦୃଷ୍ଟିରୁ ସମସ୍ତଙ୍କୁ ସାଲିସ କରିବାକୁ ପଡୁଛି। କିନ୍ତୁ ନିର୍ବାଚନ କ୍ଷେତ୍ରରେ ରାଜନୈତିକ ନେତାମାନେ ରୋଡ ସୋ’ ଓ ରାଲି ଜରିଆରେ ନିଜର ଆଧିପତ୍ୟ ପ୍ରଦର୍ଶନରେ ତତ୍ପର। ସା˚ପ୍ରତିକ ପରିସ୍ଥିତିରେ ଡିଜିଟାଲ ମାଧୢମରେ ନିର୍ବାଚନ ପ୍ରଚାର ପାଇଁ ନିୟମ କରାଯାଇଥିଲେ, ନିର୍ବାଚନ ଜନିତ ଖର୍ଚ୍ଚ ଓ ଅପଖର୍ଚ୍ଚ ଅନେକା˚ଶରେ ରୋକାଯାଇ ପାରିଥାନ୍ତା। ଯଦି ରାଜନୈତିକ ଦଳମାନେ ଡିଜିଟାଲ ନିର୍ବାଚନ ପ୍ରଚାର ପାଇଁ ପ୍ରସ୍ତୁତ ନ ଥିଲେ, ତେବେ ସମ୍ବିଧାନରେ ଥିବା ବ୍ୟବସ୍ଥା ଅନୁସାରେ ଜରୁରୀ କାଳୀନ ସ୍ଥିତିରେ ବିଧାନସଭା ନିର୍ବାଚନକୁ ଅନ୍ତତଃ କିଛି ମାସ ପାଇଁ ଘୁଞ୍ଚାଇ ଦିଆଯାଇପାରିଥାନ୍ତା। କିନ୍ତୁ ସେଭଳି କିଛି କରାଗଲା ନାହିଁ। ସେହିଭଳି କୁମ୍ଭମେଳାରେ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ଗଙ୍ଗା ସ୍ନାନ ମଧ୍ୟ କରୋନାର ଭୟାବହ ସଂକ୍ରମଣର କାରଣ ପାଲଟିଲା। ତା ସହିତ ସାଧାରଣ ଲୋକେ ଦୈନନ୍ଦିନ ଜୀବନରେ କରୋନା ସତର୍କତାକୁ ଭ୍ରୂକ୍ଷେପ ନ କରିବାରୁ ମଧ୍ୟ ସ୍ଥିତି ସଂପୂର୍ଣ୍ଣ ବିଗିଡ଼ି ଯାଇଛି।

କୋଭିଡ ପୂର୍ବବର୍ତ୍ତୀ ସମୟରେ ଭାରତରେ ମେଡ଼ିକାଲ ଉପଯୋଗ ପାଇଁ ଦୈନିକ ପ୍ରାୟ ୯୦୦ ମେଟ୍ରିକ ଟନ୍‌ ଅକ୍ସିଜେନ ଆବଶ୍ୟକ ହେଉଥିଲା ବେଳେ କୋଭିଡ୍‌ର ଦ୍ବିତୀୟ ଲହର ଯୋଗୁଁ ଏହି ଚାହିଦା ଦୈନିକ ୬୦୦୦ ମେଟ୍ରିକ ଟନକୁ ବୃଦ୍ଧି ପାଇଛି। ସା˚ପ୍ରତିକ ଅକ୍ସିଜେନ ସମସ୍ୟାର ମୁଖ୍ୟ କାରଣ ହେଉଛି ଏହାର ପରିବହନ ଓ ଭଣ୍ତାରଣ ବ୍ୟବସ୍ଥାରେ ଅଭାବ। ବେଳ ଥାଉ ଥାଉ ପ୍ରଶାସନିକ ତତ୍ପରତା ପ୍ରକାଶ ପାଇଥିଲେ, ପରିସ୍ଥିତି ଏତେ ସଙ୍ଗୀନ ହୋଇନଥାନ୍ତା। ପ୍ରଶ୍ନ ଉଠେ ରାଜ୍ୟ ସରକାରମାନେ କାହିଁକି ସିଧାସଳଖ ଶିଳ୍ପାନୁଷ୍ଠାନ ତଥା ବଳକା ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଠିକଣା ସମୟରେ ଯୋଗସୂତ୍ର ସ୍ଥାପନ କରି ଅକ୍ସିଜେନ ଯୋଗାଣ ଜନିତ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିନଥିଲେ? ସେହିଭଳି କେନ୍ଦ୍ର ସରକାର କାହିଁକି କେବଳ ପରାମର୍ଶ ଓ ନିର୍ଦ୍ଦେଶନାମା ଜାରି କରିବାରେ ନିଜକୁ ସୀମିତ ରଖି ଏହାର ତ୍ବରିତ କାର୍ଯ୍ୟକାରିତା ଉପରେ ନଜର ଦେଇନଥିଲେ? ଭାରତର ବିପତ୍ତି ସମୟରେ ବିଦେଶରୁ ଆସୁଥିବା ଜରୁରୀ ମେଡ଼ିକାଲ ସରଞ୍ଜାମକୁ ବହିଃଶୁଳ୍କ ବିଭାଗ ଦ୍ବାରା ନିକାଶ ପାଇଁ ଯେଭଳି ବିଳମ୍ବ ହେଉଛି, ତାହା ପ୍ରଶାସନିକ ଦୁର୍ବଳତାର ଏକ ଜ୍ବଳନ୍ତ ଦୃଷ୍ଟାନ୍ତ। ମହାମାରୀ ଭଳି ରାଷ୍ଟ୍ରୀୟ ସଙ୍କଟ ସମୟରେ ସ˚ଘୀୟ ବ୍ୟବସ୍ଥାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧୢରେ ସହମତ ଓ ସହଯୋଗର ଅକ୍ସିଜେନ୍‌ ଆବଶ୍ୟକ। ଏହା ବିନା ଆତ୍ମନିର୍ଭର ଭାରତ ନିର୍ମାଣ ସମ୍ଭବ ହେବ ନାହିଁ।

ଗତ ବର୍ଷ କୋଭିଡ ମହାମାରୀ ଜନିତ ଆର୍ଥିକ ବିପର୍ଯ୍ୟୟକୁ ସମ୍ମୁଖୀନ ହେବା ପାଇଁ ତଥା ବିଶ୍ବ ସପ୍ଲାଏ ଚେନ୍‌ରେ ଭାରତକୁ ଆତ୍ମନିର୍ଭରଶୀଳ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଆତ୍ମନିର୍ଭର ଭାରତ ଯୋଜନାର ଘୋଷଣା କରିଥିଲେ। ଏହି ଯୋଜନା ପାଇଁ ମୋଟ ତିରିଶ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ରୋତ୍ସାହନ ବ୍ୟବସ୍ଥା କରାଯାଇଥିଲା। ସ୍ବାସ୍ଥ୍ୟ ଓ ଚିକିତ୍ସା ବ୍ୟବସ୍ଥାରେ ବିକାଶ, ପ୍ରବାସୀ ଶ୍ରମିକଙ୍କୁ ଆର୍ଥିକ ସହାୟତା, ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ଅତିରିକ୍ତ ଖାଦ୍ୟ ସାମଗ୍ରୀ ଯୋଗାଣ, ଗ୍ରାମାଞ୍ଚଳରେ କର୍ମ ନିଯୁକ୍ତି ସୃଷ୍ଟି, ଏମ୍‌ଏସ୍‌ଏମ୍‌ଇ (ଅଣୁ, କ୍ଷୁଦ୍ର, ମଧୢମ) ସ˚ସ୍ଥାଗୁଡ଼ିକ ପାଇଁ ବନ୍ଧକ ବିନା ଋଣ ବ୍ୟବସ୍ଥା, ଭିତ୍ତିଭୂମିର ବ୍ୟାପକ ବିକାଶ ଇତ୍ୟାଦି ଅନେକ କାର୍ଯ୍ୟକ୍ରମ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିଲା। ଟେକ୍ସଟାଇଲ, ଅଟୋ ମୋବାଇଲ, ଆଗ୍ରୋଇଣ୍ତଷ୍ଟ୍ରିଜ୍‌, ଇଲେକ୍‌ଟ୍ରୋନିକ୍‌ସ, ଫାର୍ମା ଭଳି କେତୋଟି ଗୁରୁତ୍ବପୂର୍ଣ୍ଣ ଉଦ୍ୟୋଗ ସହିତ ସ˚ଶ୍ଳିଷ୍ଟ ଶିଳ୍ପାନୁଷ୍ଠାନମାନଙ୍କ ପାଇଁ ଉତ୍ପାଦନ-ଭିତ୍ତିକ ପ୍ରୋତ୍ସାହନ (ପ୍ରଡକ୍‌ସନ୍‌ ଲିଙ୍କଡ୍‌ ଇନ୍‌ସେନ୍‌ଟିଭ)ର ଘୋଷଣା କରାଯାଇଥିଲା। ପ୍ରାକ୍‌ କୋଭିଡ୍‌ ଆର୍ଥିକ ବର୍ଷରେ ହୋଇଥିବା ବ୍ୟବସାୟ ତୁଳନାରେ ଯଦି କୌଣସି ଶିଳ୍ପାନୁଷ୍ଠାନ ଅଧିକ ସାମଗ୍ରୀ ବିକ୍ରୟ କରିବାକୁ ସମର୍ଥ ହେବେ, ତେବେ ଏହି ସ˚ସ୍ଥାକୁ ଅତିରିକ୍ତ ବିକ୍ରୟ ରାଶି ଉପରେ ନିଧାର୍ଯ୍ୟ ହାରରେ ପ୍ରୋତ୍ସାହନ ମିଳିବ। କୋଭିଡ ସ˚କ୍ରମଣ ପଛରେ ଚୀନ୍‌ର ଗୋପନୀୟ ଭୂମିକା ଅଛି ବୋଲି ବିଶ୍ବବ୍ୟାପୀ ଏକ ଧାରଣା ସୃଷ୍ଟି ହୋଇଥିଲା। ଏହା ସହିତ ଚୀନ୍‌ର ଔଦ୍ଧତ୍ୟକୁ ନଜରରେ ରଖି ଅନେକ ପାଶ୍ଚାତ୍ୟ ଦେଶ ସପ୍ଲାଏ ଚେନ୍‌ରେ ଭାରତକୁ ଚୀନ୍‌ର ବିକଳ୍ପ ରୂପେ ଦେଖିବାକୁ ଚାହାନ୍ତି। ତେଣୁ ଉଭୟ ସଙ୍କଟ ଓ ସୁଯୋଗକୁ ଭିତ୍ତି କରି ଆତ୍ମନିର୍ଭର ଭାରତ ଯୋଜନାର ପରିକଳ୍ପନା କରାଯାଇଥିଲା।

ବିପୁଳ ସମ୍ବଳର ଆବଶ୍ୟକତାକୁ ନଜରରେ ରଖି ଆତ୍ମନିର୍ଭର ଭାରତ ଯୋଜନାକୁ ସ˚ପୂର୍ଣ୍ଣ ଭାବରେ କାର୍ଯ୍ୟକାରୀ କରିବା ପାଇଁ ଅନ୍ତତଃ ଦୁଇ ତିନି ବର୍ଷ ସମୟ ଲାଗିବ। ବର୍ତ୍ତମାନ ପରିସ୍ଥିତିରେ ଟିକସ ବୃଦ୍ଧି ଜରିଆରେ ଅତିରିକ୍ତ ରାଜସ୍ବ ସ˚ଗ୍ରହ ସମ୍ଭବ ନୁହେଁ। ତେଣୁ ଋଣ ଜରିଆରେ କେନ୍ଦ୍ର ସରକାର ଏହି ଯୋଜନାକୁ କାର୍ଯ୍ୟକାରୀ କରିବାକୁ ପ୍ରୟାସ କରିବା ସ୍ବାଭାବିକ। ଗତ ଆର୍ଥିକ ବର୍ଷରେ ରିଜର୍ଭ ବ୍ୟାଙ୍କ କେନ୍ଦ୍ର ସରକାରଙ୍କ ପାଇଁ ବାର ଲକ୍ଷ କୋଟି ଟଙ୍କା ଋଣ ସ˚ଗ୍ରହ କରିଥିଲା, ଯାହା ବଜେଟ ତୁଳନାରେ ପ୍ରାୟ ପାଞ୍ଚ ଲକ୍ଷ କୋଟି ଟଙ୍କା ଅଧିକ। ଅପର ପକ୍ଷରେ ମନିଟାରି ପଲିସି (ମୌଦ୍ରିକ ନୀତି) ଅନ୍ତର୍ଗତ ରିପୋ ରେଟ୍‌ ଓ କ୍ୟାସ ରିଜର୍ଭ ରେସିଓ ବା ଅନୁପାତ ହ୍ରାସ, ଦୀର୍ଘ ସୂତ୍ରୀ ରିପୋ ଋଣ ବ୍ୟବସ୍ଥା, ଋଣ ପରିଶୋଧ ଅବଧି ବୃଦ୍ଧି ଇତ୍ୟାଦି ନିଷ୍ପତ୍ତି ଦ୍ବାରା ରିଜର୍ଭ ବ୍ୟାଙ୍କ ଘରୋଇ କ୍ଷେତ୍ରପାଇଁ ସୁଲଭ ସୁଧରେ ଆବଶ୍ୟକ ଋଣ ବ୍ୟବସ୍ଥା କରିପାରିଥିଲା। ଅନ୍‌ଲାଇନ୍‌ ପ୍ରକ୍ରିୟା ଆରମ୍ଭ ହେଲାପରେ ଅର୍ଥନୀତି ଉଲ୍ଲେଖନୀୟ ଭାବରେ ପ୍ରଗତି ପଥରେ ଅଗ୍ରସର ହେବାର ଲକ୍ଷ୍ୟ କରାଯାଇଥିଲା। ଗତ ସାତ ମାସ ଅର୍ଥାତ୍‌ ଗତବର୍ଷ ଅକ୍‌ଟୋବର ମାସରୁ ଆରମ୍ଭ କରି ଚଳିତ ବର୍ଷ ଏପ୍ରିଲ ମାସ ପର୍ଯ୍ୟନ୍ତ ଜିଏସ୍‌ଟି ରାଜସ୍ବ ପ୍ରତି ମାସ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ଥିଲା।

କୋଭିଡ ମହାମାରୀର ଦ୍ବିତୀୟ ଲହର ଜନିତ ଭୟାବହତା ଏବ˚ ଅନିଶ୍ଚିତତା ଆତ୍ମନିର୍ଭର ଭାରତ ଯୋଜନାର ସଫଳ ରୂପାୟନ ପାଇଁ ପ୍ରତିବନ୍ଧ ସୃଷ୍ଟି କରିପାରେ। ତେଣୁ ବର୍ତ୍ତମାନର ବାସ୍ତବତାକୁ ନଜରରେ ରଖି ଏହି ଯୋଜନାର ରୂପରେଖରେ ଆବଶ୍ୟକ ପରିବର୍ତ୍ତନ ଆଣିବା ଉଚିତ ହେବ। ବହୁମୁଖୀ କାର୍ଯ୍ୟସୂଚୀ ଅପେକ୍ଷା ସ୍ବଳ୍ପ ଅଥଚ ଜରୁରୀ କାର୍ଯ୍ୟସୂଚୀ ଶ୍ରେୟସ୍କର ହେବ। ପ୍ରଥମେ ଭାରତର ସ୍ବାସ୍ଥ୍ୟ ଓ ଚିକିତ୍ସା ବ୍ୟବସ୍ଥାକୁ ଉନ୍ନତ, ପ୍ରଭାବଶାଳୀ ଓ ପର୍ଯ୍ୟାପ୍ତ କରିବାକୁ ପଡ଼ିବ। ଆମ ଦେଶରେ ଆବଶ୍ୟକତା ତୁଳନାରେ ଡାକ୍ତରଙ୍କ ଅଭାବ ଯେ କେତେ ଶୋଚନୀୟ ହୋଇ ପଡ଼ିଛି ତାହାର ପ୍ରମାଣ ମିଳିଛି ଯେତେବେଳେ କେନ୍ଦ୍ର ସରକାର ଏମବିବିଏସ୍‌ ଶେଷ ବର୍ଷର ଛାତ୍ର, ଇନଟର୍ଣ୍ଣ ଡାକ୍ତର ତଥା ପିଜି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଡାକ୍ତରମାନଙ୍କୁ କୋଭିଡ ଡ୍ୟୁଟି ପାଇଁ ଉପଲବ୍‌ଧ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ ଅନୁସାରେ ପ୍ରତି ଦଶ ହଜାର ଲୋକଙ୍କ ପାଇଁ ଅନ୍ତତଃ ଦଶ ଜଣ ଡାକ୍ତର ଉପଲବ୍‌ଧ ହେବା ଉଚିତ। ସ˚ପ୍ରତି ଭାରତରେ ପ୍ରତି ଦଶ ହଜାର ଲୋକଙ୍କ ପାଇଁ ମାତ୍ର ସାତ ଜଣ ଡାକ୍ତର ଅଛନ୍ତି। ଏହି ହାର ଆମେରିକାରେ ୨୫, ଇ˚ଲଣ୍ତରେ ୨୮ ଓ ରୁଷିଆରେ ୩୩ ଥିଲାବେଳେ ଆମ ପ୍ରତିଦ୍ବନ୍ଦ୍ବୀ ଚୀନରେ ପ୍ରତି ଦଶ ହଜାର ଲୋକଙ୍କ ପାଇଁ ୧୫ ଜଣ ଡାକ୍ତର ଉପଲବ୍‌ଧ। କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବରେ ଯଥା ଶୀଘ୍ର ଡାକ୍ତରଙ୍କ ସ˚ଖ୍ୟା ଦ୍ବିଗୁଣ କରିବାକୁ ଚେଷ୍ଟା କରିବା ଉଚିତ। ମେଡିକାଲ କଲେଜ ଓ ଆନୁସଙ୍ଗିକ ସୁବିଧାକୁ ଆବଶ୍ୟକ ମୁତାବକ ବୃଦ୍ଧି କରିବାକୁ ପଡ଼ିବ।

ଆତ୍ମନିର୍ଭର ଭାରତ ଗଢ଼ିବାକୁ ହେଲେ ଭେନ୍‌ଟିଲେଟର, ଅକ୍ସିଜେନ୍‌, କନସେନ୍‌ଟ୍ରେଟର, ରେସ୍‌ପିରେଟର, ସିଟି ସ୍କାନ,ଏମ୍‌ଆର‌୍‌ଆଇ ସ୍କାନ ଭଳି ଜରୁରୀ ମେଡ଼ିକାଲ ସରଞ୍ଜାମ ନିର୍ମାଣ ପାଇଁ ଘରୋଇ ଉଦ୍ୟୋଗଗୁଡ଼ିକୁ ପ୍ରୋତ୍ସାହିତ କରିବାକୁ ପଡ଼ିବ। ନିର୍ମିତ ମେସିନ୍‌ ଗୁଡ଼ିକର ଗୁଣବତ୍ତା ଯେଭଳି ଅନ୍ତର୍ଜାତୀୟ ସ୍ତରର ହେବ ସେଥିପାଇଁ ସରକାର ଉଚ୍ଚସ୍ତରର ବୈଷୟିକ ପରାମର୍ଶ ଯୋଗାଇଦେବା ଉଚିତ। ଟିକା ନିର୍ମାଣ କ୍ଷେତ୍ରରେ ବିଶ୍ବରେ ଭାରତର ସ୍ଥାନ ପ୍ରଥମ ଥିଲା ବେଳେ କୋଭିଡ ଟିକାର ନିଅଣ୍ଟ ପାଇଁ ଯେଭଳି ପରିସ୍ଥିତି ଉପୁଜିଛି, ସେଥିପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରାଯାଇପାରେ। ଯଦି କୋଭିଡ ଟିକାର ବ୍ୟାପକ ଆବଶ୍ୟକତାକୁ ନଜରରେ ରଖି ସରକାର ଭାରତର ଦୁଇ କମ୍ପାନିଙ୍କୁ ଉତ୍ପାଦନ ବୃଦ୍ଧି ପାଇଁ ଆବଶ୍ୟକ ପାଣ୍ଠି ଓ ଅନ୍ୟାନ୍ୟ ସହାୟତା ବେଳ ଥାଉ ଥାଉ ଯୋଗାଇ ଦେଇ ଥାନ୍ତେ, ବୋଧହୁଏ ଏପରି ପରିସ୍ଥିତି ଉପୁଜି ନଥାନ୍ତା। ସ˚ପ୍ରତି ଅକ୍ସିଜେନ ଜନିତ ଅଭାବନୀୟ ଘଟଣାବଳୀ ପରିପ୍ରେକ୍ଷୀରେ ବୃହତ୍‌ ହାସପାତାଳ ଗୁଡ଼ିକ ପାଇଁ ନିଜସ୍ବ ଅକ୍ସିଜେନ୍‌ ଉତ୍ପାଦନ ଓ ଭଣ୍ତାରଣ ବ୍ୟବସ୍ଥା କରିବା ବାଧୢତାମୂଳକ ହେବା ଉଚିତ।

ଆତ୍ମନିର୍ଭର ଭାରତ ସ୍ବପ୍ନକୁ ସାକାର କରିବାକୁ ହେଲେ ଇଞ୍ଜିନିୟରି˚ ଓ ଇଲେକ୍‌ଟ୍ରୋନିକ ସାମଗ୍ରୀ, ମେଡ଼ିକାଲ ସରଞ୍ଜାମ, ଇସ୍ପାତ, ଫାର୍ମାସ୍ୟୁଟିକାଲ ପାଇଁ ଆବଶ୍ୟକ କଞ୍ଚାମାଲ, ରାସାୟନିକ ସାର, ଜୈବିକ ରାସାୟନିକ ସାମଗ୍ରୀ ଇତ୍ୟାଦି କ୍ଷେତ୍ରରେ ଘରୋଇ ଉଦ୍ୟୋଗର ବିକାଶ ପାଇଁ ଉଦ୍ୟମ କରିବାକୁ ପଡ଼ିବ। ଏହାଦ୍ବାରା ଚୀନ୍‌ ଠାରୁ ଆମଦାନି ହ୍ରାସ ପାଇବା ସହିତ ଭବିଷ୍ୟତରେ ରପ୍ତାନି ବାଣିଜ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିବ। ଏଠାରେ କହିରଖିବା ଉଚିତ ହେବ ଯେ ଅକ୍ସିଜେନ ସଙ୍କଟରୁ ତ୍ରାହି ପାଇବା ପାଇଁ ଭାରତ ପର୍ଯ୍ୟାପ୍ତ ଅକ୍ସିଜେନ କନ୍‍ସେନ୍‍ଟ୍ରେଟର୍ ଆମଦାନି କରିବା ପାଇଁ ଯେଉଁ ନିଷ୍ପତ୍ତି ନେଇଛି, ତାହାର ପ୍ରମୁଖ ଭାଗ ଚୀନରୁ ହିଁ ଆସିବ।

ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜି ନିବେଶକୁ (ଏଫ୍‌ଡିଆଇ) ପ୍ରୋତ୍ସାହିତ କରିବାକୁ ପଡ଼ିବ, ଏଥିପାଇଁ ଜମି ଅଧିଗ୍ରହଣ ଓ ଶ୍ରମ ଆଇନରେ ସ˚ସ୍କାର ଆଣିବାକୁ ପଡ଼ିବ, ଯଦିଓ ଚାରିଟି ନୂଆ ଶ୍ରମ ଆଇନ ପାର୍ଲିଆମେଣ୍ଟରେ ପାରିତ ହୋଇସାରିଛି, ଏଗୁଡ଼ିକ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ। ଭାରତୀୟ ବ୍ୟାଙ୍କଗୁଡ଼ିକର ପୁଞ୍ଜିଗତ ସମସ୍ୟାକୁ ସମାଧାନ କରିବା ପାଇଁ ଘରୋଇ ବ୍ୟାଙ୍କ କ୍ଷେତ୍ରରେ ୧୦୦% ଏଫଡିଆଇ ଏବ˚ ରାଷ୍ଟ୍ରାୟତ୍ତ ବ୍ୟାଙ୍କ କ୍ଷେତ୍ରରେ ୭୪% ଏଫଡିଆଇ ମଞ୍ଜୁରି ଦେବା ଉଚିତ ମନେ ହୁଏ। ସରକାର ଅଣଯୋଜନା ଖର୍ଚ୍ଚକୁ ହ୍ରାସ କରିବା ପ୍ରୟାସରେ ଆସନ୍ତା ବାର ମାସ ମଧ୍ୟରେ ହେବାକୁ ଥିବା ସମସ୍ତ ବିଧାନସଭା ନିର୍ବାଚନକୁ ଯଦି ସ୍ଥଗିତ ରଖିବେ ତେବେ ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ହେବ। ଆତ୍ମନିର୍ଭର ଭାରତ ପାଇଁ ରାଜନୈତିକ ସହଯୋଗ, ପ୍ରଶାସନିକ ଦକ୍ଷତା ସହିତ ଆର୍ଥିକ ଦୂରଦୃଷ୍ଟିର ଅକ୍ସିଜେନ ମଧ୍ୟ ଆବଶ୍ୟକ।

ମୋ: ୯୮୮୬୨୧୧୭୭୨
[email protected]