ନିର୍ବାଚନ ଆୟୋଗ ଓ ଆମ ଗଣତନ୍ତ୍ରର ଭବିଷ୍ୟତ୍‌

ସା˚ପ୍ରତିକୀ - ରାମଚନ୍ଦ୍ର ଗୁହା

ନିର୍ବାଚନ କାଳରେ, ମତ ଗଣତି ଦିନରେ, ଅପ୍ରୀତିକର ଶବ୍ଦ ଓ କୋଳାହଳ ତଥା ପରଦାରେ ବାରମ୍ବାର ସ˚ଖ୍ୟାର ଛବି ପରିବର୍ତ୍ତନର ଦୃଶ୍ୟାଦି କାରଣରୁ ବରିଷ୍ଠ ନାଗରିକଙ୍କ ପାଇଁ ଟେଲିଭିଜନ୍‌ ଦେଖିବା ବିରକ୍ତିକର। ତେଣୁ, କିଛି ବର୍ଷ ହେଲା ମତ ଗଣତି ଦିନରେ ଫଳାଫଳ ଜାଣିବା ପାଇଁ ମୁଁ ଟେଲିଭିଜନ୍‌ ପରିବର୍ତ୍ତେ ଟ୍ବିଟର‌୍‌କୁ ପସନ୍ଦ କରୁଛି। ଏହା ନିରବ, ଚକ୍ଷୁ ପାଇଁ ବିରକ୍ତିକର ନୁହେଁ ଏବ˚ ଜଣେ ଜୀବନ୍ତ ବା ଲାଇଭ୍‌ ଟ୍ବିଟି˚ ନ ଦେଖିବା ଯାଏ, ଏହା ଶାନ୍ତ ଓ ସ୍ନାୟୁ-ଉତ୍ତେଜକ ନୁହେଁ।

ତେଣୁ, ମେ ୨ ତାରିଖ ରବିବାର ଦିନ ଯେତେ ବେଳେ ଚାରିଟି ରାଜ୍ୟ ଓ ଗୋଟିଏ ଛୋଟ କେନ୍ଦ୍ରଶାସିତ ଅଞ୍ଚଳର ମତ ଗଣତି ଆରମ୍ଭ ହେଲା, ମୁଁ ଟ୍ବିଟର‌୍‌ ମାଧ୍ୟମରେ ହିଁ ଖବର ଜାଣିବା ପାଇଁ ପସନ୍ଦ କଲି। ରବିବାର ସକାଳେ ମୁଁ ଯେତେ ବେଳେ ଟ୍ବିଟର‌୍‌ରେ ମନୋନିବେଶ କଲି, ମୋ ଆଖି ପ୍ରଥମେ ଯାହା ଦ୍ବାରା ଆକର୍ଷିତ ହୋଇଥିଲା, ତାହା ମତ ଗଣତି ବା କେଉଁ ଦଳ କେତେ ଆଗରେ ଅଛି ବା କେଉଁ ପ୍ରାର୍ଥୀ ଆଗରେ ବା ପଛରେ ଅଛନ୍ତି, ସେଥିି ସ˚ପର୍କିତ ନ ଥିଲା; ତାହା ଥିଲା ନିର୍ବାଚନ ପରିଚାଳନା କରୁଥିବା ଏବ˚ ନିରପେକ୍ଷ ହେବା ଉଚିତ ବୋଲି ଧରାଯାଉଥିବା ସାମ୍ବିଧାନିକ ସ˚ସ୍ଥା, ନିର୍ବାଚନ ଆୟୋଗ ସ˚ପର୍କିତ। ଧ୍ୟାନ ଆକର୍ଷକ ଟ୍ବିଟ୍‌ଟି କରିଥିଲେ, ଲେଖକ ସିଡିନ ଵଡ଼ୁକୁଟ। ତାଙ୍କ ଟ୍ବିଟ୍‌ଗୁଡ଼ିକ ସର୍ବଦା ବିଦ୍ବେଷଭାବ-ମୁକ୍ତ ଓ ବୌଦ୍ଧିକ। ସେ ଏକ ଖବରକୁ ଟ୍ବିଟ୍‌ କରିଥିଲେ: ‘ବ୍ରେକି˚ ନିଉଜ୍‌: ମାଡ୍ରାସ ଉଚ୍ଚ ନ୍ୟାୟାଳୟଙ୍କର ହତ୍ୟା ଆରୋପ ଟିପ୍ପଣୀ ବିରୋଧରେ ନିର୍ବାଚନ ଆୟୋଗଙ୍କ ସୁପ୍ରିମ୍‌ କୋର୍ଟ‌୍‌ରେ ଆବେଦନ।’ ଏହା ଉପରେ ଵଡ଼ୁକୁଟ ନିଜସ୍ବ ମନ୍ତବ୍ୟ ଦେଇଥିଲେ: ‘ସୁପ୍ରିମ୍‌ କୋର୍ଟ‌୍‌ ଏହି ମାମଲାକୁ ପନ୍ଦର ବର୍ଷରେ ପଞ୍ଚତିରିଶ ପର୍ଯ୍ୟାୟରେ ଶୁଣାଣି କରିବା ଉଚିତ।’

ଵଡ଼ୁକୁଟଙ୍କ ଟିପ୍ପଣୀ ଅବଶ୍ୟ ନିର୍ବାଚନ ଆୟୋଗଙ୍କ ନିର୍ବାଚନ ପରିଚାଳନା ଜନିତ ନିଷ୍ପତ୍ତିକୁ ନେଇ। ପଶ୍ଚିମ ବଙ୍ଗରେ ଆଠଟି ପର୍ଯ୍ୟାୟରେ ନିର୍ବାଚନ କରିବା ପାଇଁ ଆୟୋଗ ନିଷ୍ପତ୍ତି ନେଇଥିଲେ। ପ୍ରଥମ ପର୍ଯ୍ୟାୟର ମତଦାନ ୨୭ ମାର୍ଚ‌୍‌ରେ ଆରମ୍ଭ ହୋଇ ଏକ ମାସ ପରେ ୨୯ ଏପ୍ରିଲ୍‌ରେ ଶେଷ ହୋଇଥିଲା। ବିଭିନ୍ନ ରାଜ୍ୟରେ ନିର୍ବାଚନ ପରିପ୍ରେକ୍ଷୀରେ ଆୟୋଗଙ୍କ ନିଷ୍ପତ୍ତି ବଡ଼ ବିଚିତ୍ର। ତାମିଲନାଡ଼ୁରେ ମଧ୍ୟ ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଏବ˚ ମାତ୍ର ଗୋଟିଏ ଦିନ(୩୧ ମାର୍ଚ‌୍‌)ରେ ସମସ୍ତ ମତଦାତା ମତ ଦେବା ପାଇଁ ଆୟୋଗ ବ୍ୟବସ୍ଥା କରିଥିଲେ।

ଆୟତନ ବା ଆକାର ଜନିତ ବିସ୍ତାର ଦୃଷ୍ଟିରୁ ଦେଖିଲେ ତାମିଲନାଡ଼ୁ(୧୩୦ ହଜାର ବର୍ଗ କିଲୋମିଟର‌୍‌) ତୁଳନାରେ ପଶ୍ଚିମ ବଙ୍ଗ(୭୯ ହଜାର ବର୍ଗ କିଲୋମିଟର‌୍‌) ଛୋଟ। ତେବେ, ଆକାରରେ ଛୋଟ ହେଲେ ହେଁ ପଶ୍ଚିମ ବଙ୍ଗର ଜନସ˚ଖ୍ୟା(ପ୍ରାୟ ୧୦ କୋଟି), ତାମିଲନାଡୁ(ପ୍ରାୟ ୭.୯ କୋଟି) ତୁଳନାରେ ଅଧିକ। ପଶ୍ଚିମ ବଙ୍ଗର ରାଜନୈତିକ ଇତିହାସ ମଧ୍ୟ ଅଧିକ ଅଶାନ୍ତ। ତାମିଲନାଡ଼ୁ ତୁଳନାରେ ଏଠାରେ ଅଧିକ ରାଜନୈତିକ ହି˚ସାକାଣ୍ତ ଘଟେ। ତେଣୁ, ଏହାକୁ ଆଖି ଆଗରେ ରଖି ଦୁଇ ବା ତିନି ପର୍ଯ୍ୟାୟରେ ନିର୍ବାଚନ କରାଯାଇ ପାରିଥାଆନ୍ତା। କିନ୍ତୁ, ଆଠ ପର୍ଯ୍ୟାୟ ବହୁତ ଅଧିକ।

ପଶ୍ଚିମ ବଙ୍ଗରେ ନିର୍ବାଚନ ଆୟୋଗ ଏ ଭଳି ଉତ୍କଣ୍ଠାମୂଳକ, ଅଯଥା ଦୀର୍ଘ ସମୟ ଧରି ନିର୍ବାଚନ କରାଇବାର କାରଣ କ’ଣ? ସତ୍ୟ କ’ଣ ଅନୁମାନ କରାଯାଇପାରେ। ମୋଦୀ ସରକାର ଏଥି ପାଇଁ ନିଶ୍ଚିତ ଭାବେ ଏକ ମୌଖିକ ନିର୍ଦେଶ ଦେଇଥିବ। ସରକାରୀ ନିର୍ଦେଶକୁ ନିର୍ବାଚନ ଆୟୋଗ କାର୍ଯ୍ୟକାରୀ କରିଥିବେ। ଯେହେତୁ ଏହା ମୌଖିକ, କେହି ଏ ବାବଦରେ କୌଣସି ସୂଚନା ପାଇବେ ନାହିଁ। ଭାଜପାର ତାରକା ପ୍ରଚାରକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସୁହାଇବା ପାଇଁ ନିର୍ବାଚନ ଆୟୋଗ ଆଠ ପର୍ଯ୍ୟାୟର ମତଦାନ ପାଇଁ ନିଷ୍ପତ୍ତି ନେଇଥିବାଟା ନିଶ୍ଚିତ, ଯେମିତିକି ସେ ଅଧିକ ଥର ପଶ୍ଚିମ ବଙ୍ଗ ଗସ୍ତ କରି, ଭାଷଣ ଓ ପ୍ରଚାରକୁ ଅଧିକ ସମୟ ଦେଇପାରିବେ। ଯଦି ମତଦାନ ଦୁଇ ବା ତିନିଟି ପର୍ଯ୍ୟାୟରେ କରାଯାଇଥାଆନ୍ତା, ସେ ଅଧିକ ସ˚ଖ୍ୟକ ନିର୍ବାଚନୀ ସଭାରେ ଭାଷଣ ଦେଇପାରି ନ ଥାଆନ୍ତେ।

ପଶ୍ଚିମ ବଙ୍ଗରେ ଭାଜପା ଯେକୌଣସି ପ୍ରକାରେ କ୍ଷମତାକୁ ଆସିବା ପାଇଁ ଚାହୁଁଥିବା, ସମସ୍ତେ ଭଲ ଭାବେ ଜାଣନ୍ତି। ଏଥି ପାଇଁ ଅମିତ ଶାହ ୨୦୧୪ରୁ ଉଦ୍ୟମ ଜାରିରଖିଥିଲେ। ବହୁତ ଥର ପଶ୍ଚିମ ବଙ୍ଗ ଗସ୍ତ କରିଥିଲେ। ଏହାର ସମସ୍ତ ଜିଲ୍ଲାରେ ସଭା ଓ ଶୋଭାଯାତ୍ରା ଆଦି କରିଥିଲେ। କବିଗୁରୁ ରବୀନ୍ଦ୍ରନାଥଙ୍କ ପ୍ରଶ˚ସା କରିଥିଲେ, ଯଦିଓ ରବୀନ୍ଦ୍ରନାଥ କେଉଁଠି ଜନ୍ମ ହୋଇଥିଲେ, ତାହା ସୁଦ୍ଧା ତାଙ୍କୁ ଜଣା ନ ଥିଲା। ରବୀନ୍ଦ୍ରନାଥଙ୍କ ଜନ୍ମ ସ୍ଥାନ ସ˚ପର୍କରେ ପ୍ରମାଦପୂର୍ଣ୍ଣ ଭାଷଣ ଦେଇଥିଲେ। ପୁଣି, ଈଶ୍ବର ଚନ୍ଦ୍ର ବିଦ୍ୟାସାଗରଙ୍କ ପ୍ରଶ˚ସା କରିଥିଲେ, ଯେତେ ବେଳେ କି ତାଙ୍କର ଦଳର କର୍ମୀମାନେ ସ˚ସ୍କାରକ ବିଦ୍ୟାସାଗରଙ୍କ ଏକ ପ୍ରତିମା ଭଙ୍ଗା-ରୁଜା କରିଥିଲେ। ଜଣେ ଦଳିତଙ୍କ ଘରେ ଭୋଜନ କରିଥିଲେ, ଯାହାର ଫଟୋ ଉଠାଯାଇଥିଲା। ସେହି ସମୟରେ ଉକ୍ତ ବ୍ୟକ୍ତିଙ୍କ ଘରେ ଥିବା ଏକ ପ୍ରତିମା ସମ୍ମୁଖରେ ମଥା ପାତି ଶ୍ରଦ୍ଧାଞ୍ଜଳି ଦେଇଥିଲେ ଏବ˚ ଭାବିଥିଲେ ସହିଦ ବିରସା ମୁଣ୍ତାଙ୍କୁ ସମ୍ମାନ ଦେଉଛନ୍ତି, ଯଦିଓ ପ୍ରତିମା ଅନ୍ୟ ଜଣଙ୍କର ଥିଲା।

୨୦୧୯ରେ ଶାହ ଦେଶର ଗୃହ ମନ୍ତ୍ରୀ ହେବା ପରେ ବିବାଦୀୟ ନାଗରିକତ୍ବ ସ˚ଶୋଧନ ଆଇନ ପାରିତ କରେଇନେଲେ। ଏହାର ଏକ ମୂଳ ଲକ୍ଷ୍ୟ ଥିଲା ପଶ୍ଚିମ ବଙ୍ଗରେ ରହୁଥିବା ବା˚ଲାଦେଶୀ ହିନ୍ଦୁ ଶରଣାର୍ଥୀମାନଙ୍କୁ ନିଜ ଦଳ ଆଡ଼କୁ ଆକର୍ଷିତ କରି, ଆଗାମୀ ବିଧାନସଭା ନିର୍ବାଚନରେ ନିଜ ଦଳକୁ ଜିତାଇବା। ତାହା ପରେ ତାଙ୍କର ପ୍ରଭୁ ନରେନ୍ଦ୍ର ମୋଦୀ ପଶ୍ଚିମ ବଙ୍ଗ ଗସ୍ତରେ ବାରମ୍ବାର ଆସିଲେ ଏବ˚ ତାଙ୍କର କୌଣସି ଗସ୍ତ ତାଙ୍କ ପଦ ସ˚ପର୍କିତ ନ ଥିଲା; ପ୍ରତ୍ୟେକଟି ଥିଲା ରାଜନୈତିକ। ଶାହଙ୍କ ଭଳି ସେ ମଧ୍ୟ ପଶ୍ଚିମ ବଙ୍ଗ ବିଧାନସଭା ନିର୍ବାଚନରେ ତାଙ୍କ ଦଳ ଜିତିବା ପାଇଁ ବ୍ୟାକୁଳ ଥିଲେ। ଏପରିକି ଥରେ ବା˚ଲାଦେଶ ଗସ୍ତ ବେଳେ ସମସ୍ତ ପ୍ରକାରର ସରକାରୀ ଔପଚାରିକତାକୁ ଜଳାଞ୍ଜଳି ଦେଇ, ସେ ନିଜ ଦଳ ପାଇଁ ରାଜନୈତିକ ଭାଷଣ ଦେଇଥିଲେ। ସେ ହଠାତ୍‌ ଦାଢ଼ି ମଧ୍ୟ ବଢ଼ାଇଲେ। ତାଙ୍କ ଦାଢ଼ି ବଢ଼ାଇବା ମଧ୍ୟ ଉଦ୍ଦେଶ୍ୟମୂଳକ ଥିଲା। ସେ ଦ୍ରାବିଡ଼ ସ˚ସ୍କାରକ ପେରିୟାର ବା ମଲୟାଲୀ ସ˚ସ୍କାରକ ଶ୍ରୀ ନାରାୟଣ ଗୁରୁଙ୍କ ଭଳି ଦାଢ଼ି ବଢ଼ାଇ ନ ଥିଲେ, ଯଦିଓ ତାମିଲନାଡ଼ୁ ଏବ˚ କେରଳର ନିର୍ବାଚନ ଏକ ସଙ୍ଗେ ପଶ୍ଚିମ ବଙ୍ଗ ସହ ହେବାକୁ ଥିଲା। ସେ ପଶ୍ଚିମ ବଙ୍ଗ ନିର୍ବାଚନକୁ ଦୃଷ୍ଟିରେ ରଖି ରବୀନ୍ଦ୍ରନାଥଙ୍କ ଭଳି ହିଁ ଦାଢ଼ି ବଢ଼ାଇଥିଲେ।

ପଶ୍ଚିମ ବଙ୍ଗରେ ଆଠ ପର୍ଯ୍ୟାୟର ନିର୍ବାଚନ ପାଇଁ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ଭାଜପା ଦ୍ବାରା ପ୍ରଭାବିତ ହୋଇଥିବା, କେବେ ହେଲେ ନିର୍ଦିଷ୍ଟ ଭାବେ ପ୍ରମାଣିତ ହୋଇ ପାରିବନାହିଁ। ୧୬ ମାର୍ଚ‌୍‌ରେ ଯେତେ ବେଳେ ନିର୍ବାଚନ ସୂଚୀ ଘୋଷିତ ହେଲା, ‘ଇ˚ଡିଆନ୍‌ ଏକ୍‌ସପ୍ରେସ୍‌’ ନରମ ଭାଷାରେ ଲେଖିଥିଲା- ‘ଏହି ଦୀର୍ଘ ନିର୍ବାଚନ ସୂଚୀ ଦ୍ବାରା କ୍ଷମତାରେ ଥିବା ତୃଣମୂଳ କ˚ଗ୍ରେସ୍‌ ଦଳ କ୍ଷତିଗ୍ରସ୍ତ ହୋଇପାରେ।’ ଏହି ପ୍ରସଙ୍ଗରେ ତୃଣମୂଳ କ˚ଗ୍ରେସ୍‌ର ନିର୍ବାଚନୀ ରଣ-କୌଶଳ ପରାମର୍ଶଦାତା ପ୍ରଶାନ୍ତ କିଶୋର କଡ଼ା ଭାଷା ପ୍ରୟୋଗ କରଛନ୍ତି। ସେ କହିଛନ୍ତି- ‘ମୁଁ ଏହାଠାରୁ ଅଧିକ ପକ୍ଷପାତୀ ନିର୍ବାଚନ ଆୟୋଗ ପୂର୍ବରୁ କେବେ ଦେଖିନାହିଁ।’ ସେ ନିର୍ବାଚନ ଆୟୋଗର ପ୍ରତିନିଧି ଦଳକୁ ଭାଜପାର ଏକ ‘ସ˚ପ୍ରାସାରଣ’ ଭାବେ ଆଖ୍ୟାୟିତ କରିଛନ୍ତି। ଆହୁରି ମଧ୍ୟ କହଛନ୍ତି- ‘ଭାଜପାକୁ ସୁହାଇବା ଭଳି ନିର୍ବାଚନୀ ସୂଚୀ ପ୍ରସ୍ତୁତ, ଧାର୍ମିକ ପ୍ରଚାରକୁ ଅନୁମତି ଏବ˚ ସମସ୍ତ ନିୟମକୁ ଜଳାଞ୍ଜଳି ଦେଇ, ନିର୍ବାଚନ ଆୟୋଗ ସବୁ ପ୍ରକାରେ ଭାଜପାକୁ ସାହାଯ୍ୟ କରିଛନ୍ତି।’

କିଶୋରଙ୍କ ଟିପ୍ପଣୀଗୁଡ଼ିକ ଉପରେ ନିର୍ବାଚନ ଆୟୋଗ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ। ସେ ଯାହା ହେଉ ମହାମାରୀ ବେଳେ ଲମ୍ବା ସମୟ ପ୍ରଚାର ଏବ˚ ଗୁଡ଼ିଏ ଜନଗହଳିପୂର୍ଣ୍ଣ ସଭାକୁ ଅନୁମତି ଦେବା ଦୁର୍ଭାଗ୍ୟଜନକ। ପୁଣି, ମହାମାରୀର ପ୍ରକୋପ ବଢ଼ିବା ପରେ ଅବଶିଷ୍ଟ ପର୍ଯ୍ୟାୟର ମତଦାନଗୁଡ଼ିକ ସହ ସ˚ପର୍କିତ ପ୍ରଚାର ଓ ସଭା ପ୍ରତି ଧ୍ୟାନ ନ ଦେବା, ନିଶ୍ଚିତ ଭାବେ ଆପରାଧିକ ଅବହେଳା। ପଶ୍ଚିମ ବଙ୍ଗରେ ମୋଟ ସ˚କ୍ରମଣ ଓ ମୃତ୍ୟୁ ଦୃଷ୍ଟିରୁ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟ-କଳାପକୁ ଦାୟୀ କରାଯାଇପାରେ। ଏହି ରାଜ୍ୟରେ ଭୂତାଣୁ ସ˚କ୍ରମଣକୁ ଆୟୋଗ ସହଯୋଗ କରିଥିବା ଜଳଜଳ ଦୃଶ୍ୟମାନ।

ରବିବାର ସନ୍ଧ୍ୟା ସୁଦ୍ଧା ନିର୍ବାଚନର ଫଳାଫଳ ସ୍ପଷ୍ଟ ହୋଇଗଲା। ପାନେ ପାଇଥିବା ନେତା ତଥା ରାଜନୈତିକ ଦଳ ବିରୋଧରେ ଲୋକେ ମନ୍ତବ୍ୟ ଦେବା ଆରମ୍ଭ କଲେ। ପଶ୍ଚିମ ବଙ୍ଗରେ ମମତା ବାନାର୍ଜୀଙ୍କ ବଡ଼ ବିଜୟ, ପ୍ରଧାନ ମନ୍ତ୍ରୀ ହେବା ପାଇଁ ତାଙ୍କର ଅଭିଳାଷ ଚରିତାର୍ଥ ଦିଗରେ ସହାୟକ ହେବ କି? କେରଳରେ ବାମ ସାମ୍ମୁଖ୍ୟର ବଡ଼ ବିଜୟ, ଭଲ ଶାସନ ପାଇଁ ଏକ ପୁରସ୍କାର କି? ପଶ୍ଚିମ ବଙ୍ଗରେ ବହୁ ଅର୍ଥ ବ୍ୟୟ କରି, ବହୁ ପ୍ରଚାର କରି, ବହୁ କାରସାଦି କରି, ହାରିବା ପରେ ଆସାମରେ ଭାଜପାର ବିଜୟ ଏକ ସାନ୍ତ୍ବନା କି? ଆସାମ ଓ କେରଳରେ ଶାସନକୁ ଫେରିବାରେ ବିଫଳତା ଏବ˚ ପଶ୍ଚିମ ବଙ୍ଗରେ ମୂଳପୋଛ ହୋଇଯିବା ପରେ ଗାନ୍ଧୀ ପରିବାର ଦଳର ନେତୃତ୍ବ ନେବା ପାଇଁ ଅନ୍ୟ କୌଣସି ପ୍ରଭାବଶାଳୀ ନେତାଙ୍କୁ ଆଗକୁ ଛାଡ଼ିବେ କି?

ଏହିସବୁ ପ୍ରଶ୍ନଗୁଡ଼ିକ ସହ ଏହି ସ୍ତମ୍ଭରେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ପଚରାଯାଇପାରେ- ଭାରତରେ ନିର୍ବାଚନ ଆୟୋଗଙ୍କ ବିଶ୍ବସନୀୟତା ଏବେ ସବୁଠାରୁ କମ୍‌ କି? ଆମ ଦେଶ ନିଜର ପ୍ରଥମ ମୁଖ୍ୟ ନିର୍ବାଚନ ଆୟୁକ୍ତ ଭାବେ ଜଣେ ମହାନ୍‌ ବ୍ୟକ୍ତିଙ୍କୁ ପାଇଥିଲା; ଏ ବିଷୟରେ ମୁଁ ନିଜର ପୁସ୍ତକ ‘ଇ˚ଡିଆ ଆଫ୍‌ଟର‌୍‌ ଗାନ୍ଧୀ’ରେ ଆଲୋଚନା କରିଛି। ସେ ଥିଲେ ସୁକୁମାର ସେନ, ଯିଏ ପ୍ରଥମ ଓ ଦ୍ବିତୀୟ ସାଧାରଣ ନିର୍ବାଚନ ପରିଚାଳନା କରିଥିଲେ। ସେ ଦୌଡ଼ରେ ଥିବା ସମସ୍ତ ଦଳ ଓ ପ୍ରାର୍ଥୀଙ୍କ ପ୍ରତି ସ˚ପୂର୍ଣ୍ଣ ନିରପେକ୍ଷ ରହି, ମୁକ୍ତ-ସ୍ବାଧୀନ ନିର୍ବାଚନ ସୁଚାରୁ ରୂପେ ସ˚ପନ୍ନ କରାଇଥିଲେ। ଫେବ୍ରୁଆରି ୧୯୫୭ରେ ‘ଶଙ୍କର୍ସ‌୍‌ ଵିଇକ୍‌ଲି’ ଲେଖିଥିଲା- ‘ସ୍ବାଧୀନତାର ପ୍ରଥମ ଦଶନ୍ଧିରେ ଏସିଆକୁ ଆମର ଅବଦାନ ହେଉଛି, ଆମର ସ୍ବାଧୀନ-ନିରପେକ୍ଷ ନିର୍ବାଚନ, ଯାହା ଦେଶର ଇତିହାସରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇରହିବ ଏବ˚ ଏହାକୁ ସ˚ଭବ କରାଇଥିଲେ ମୁଖ୍ୟତଃ ସୁକୁମାର ସେନ।’

ସୁକୁମାର ସେନ ଏବ˚ ନିକଟରେ ପଶ୍ଚିମ ବଙ୍ଗର ନିର୍ବାଚନ ପରିଚାଳନା(ପ୍ରକୃତରେ ସୁପରିଚାଳନା କରିଥିଲେ କି ନା ପ୍ରଶ୍ନବାଚୀ) କରିଥିବା ସୁନୀଲ ଅରୋରାଙ୍କ ମଧ୍ୟରେ ଏକୋଇଶ ଜଣ ମୁଖ୍ୟ ନିର୍ବାଚନ ଆୟୁକ୍ତ କାର୍ଯ୍ୟ କରିଥିବା ଜଣାଯାଏ। ସେମାନଙ୍କ ମଧ୍ୟରେ କିଛି ଥିଲେ ଦକ୍ଷ, କିଛି ସାଧାରଣ ଏବ˚ କିଛି ଉଲ୍ଲେଖନୀୟ ଭାବେ ଯୋଗ୍ୟ ଓ ଦକ୍ଷ। ଶେଷ ଶ୍ରେଣୀରେ ଆସିବେ ଟି ସ୍ବାମୀନାଥନ, ଯିଏ ୧୯୭୭ରେ ଜରୁରିକାଳୀନ ପରିସ୍ଥିତି ଜାରି ରହିଥିବା ବେଳେ ନିର୍ବାଚନ ପରିଚାଳନା କରିଥିଲେ; ଟିଏନ୍‌ ଶେଷାନ, ଯିଏ ବ୍ୟବସ୍ଥା ଦୁର୍ନୀତି ଓ ବୁଥ୍‌-ଦଖଲ ମଧ୍ୟରେ ବୁଡ଼ି ରହିଥିବା ବେଳେ ଏହାର ଶୁଦ୍ଧୀକରଣ କରାଇଥିଲେ।; ଏବ˚ ସେମାନଙ୍କ ସହ ଏନ୍‌ ଗୋପାଳକୃଷ୍ଣନ, ଜେଏମ୍‌ ଲି˚ଗଡ଼ୋ ଓ ଏସ୍‌ଵାଇ କୁରୈଶୀଙ୍କ ନାମ ପ୍ରଣିଧାନଯୋଗ୍ୟ।

ଆମ ସମ୍ବିଧାନ, ରାଜନୈତିକ ହସ୍ତକ୍ଷେପରୁ ନିର୍ବାଚନ ଆୟୋଗଙ୍କୁ ସୁରକ୍ଷିତ ରଖେ। ତେବେ, ସ୍ବାୟତ୍ତତା ବଜାୟ ରଖିବା, ରାଜନୈତିକ ଦଳଗୁଡ଼ିକର ଚାପ ଠାରୁ ମୁକ୍ତ ରହିବା, ନିର୍ବାଚନ ଆୟୋଗର ଦାୟିତ୍ବରେ ଥିବା ମୁଖ୍ୟ ଆୟୁକ୍ତଙ୍କ ଉପରେ ନିର୍ଭର କରେ। ସେନ, ସ୍ବାମୀନାଥନ, ଶେଷାନ, ଗୋପାଲକୃଷ୍ଣନ, ଲି˚ଗଡ଼ୋ ଓ କୁରୈଶୀ ଆୟୋଗକୁ ସ˚ପୂର୍ଣ୍ଣ ସ୍ବାଧୀନ ରଖିଥିଲେ ଏବ˚ ନିଜ ଦାୟିତ୍ବକୁ ଗୁରୁତ୍ବ ଦେଇଥିଲେ। ଏମାନଙ୍କ ମଧ୍ୟରେ କେହି ଅବସର ପରେ ସରକାର ଠାରୁ କୌଣସି ଲୋଭନୀୟ ପଦ ଗ୍ରହଣ କରି ନ ଥିଲେ। ଅବସରପ୍ରାପ୍ତ ନିର୍ବାଚନ ଆୟୁକ୍ତ ଏମ୍‌ଏସ୍‌ ଗିଲ ଓ ଏମାନଙ୍କ ମଧ୍ୟରେ ଆକାଶ-ପାତାଳ ପାର୍ଥକ୍ୟ, ଯିଏ ଅବସର ପରେ ପରେ ରାଜ୍ୟ ସଭା ଆସନ ଗ୍ରହଣ କରିଥିଲେ ଏବ˚ ଏପରିକି କ˚ଗ୍ରେସ୍‌ ନେତୃତ୍ବାଧୀନ ସରକାରରେ ମନ୍ତ୍ରୀ ହୋଇଥିଲେ।

ଅତୀତରେ କିଛି ମୁଖ୍ୟ ନିର୍ବାଚନ ଆୟୁକ୍ତ ମନ୍ତ୍ରୀ ବା ପ୍ରଧାନ ମନ୍ତ୍ରୀଙ୍କ ଚାପ ଆଗରେ ମୁଣ୍ତ ନୁଅଁାଇ ଥାଇପାରନ୍ତି; କିନ୍ତୁ, କେହି ବି ଏତେ ତଳକୁ ଯାଇ ନ ଥିଲେ, ଯାହା ୨୦୧୪ ପରେ ଘଟିଲାଣି। ଚଳିତ ପଶ୍ଚିମ ବଙ୍ଗ ନିର୍ବାଚନ ପୂର୍ବରୁ ଗତ ସାଧାରଣ ନିର୍ବାଚନ କାଳରେ ନିର୍ବାଚନ ଆୟୋଗ ମିଥ୍ୟା ଓ ସା˚ପ୍ରଦାୟିକ ବିଷ ପ୍ରସାରିତ କରିବା ପାଇଁ ଶାସକ ଦଳର ପ୍ରାର୍ଥୀମାନଙ୍କୁ ସୁଯୋଗ ଦେଇଥିଲେ। ଏପରିକି କେଦାରନାଥ ‘ତୀର୍ଥାଟନ’ ନାମରେ ଲଜ୍ଜାଜନକ ଭାବେ ଭୋଟ୍‌ ମାଗିବା ପାଇଁ ପ୍ରଧାନ ମନ୍ତ୍ରୀଙ୍କୁ ଅନୁମତି ଦେଇଥିଲେ। ବିବାଦୀୟ ନିର୍ବାଚନୀ ବଣ୍ତ୍‌ ମାମଲାରେ ନିର୍ବାଚନ ଆୟୋଗ ଏ ପର୍ଯ୍ୟନ୍ତ ନିରବତା ଅବଲମ୍ବନ କରିଆସିଲାଣି। ଏହା ତାହାର ପକ୍ଷପାତିତାକୁ ପ୍ରମାଣିତ କରୁଛି।

ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଆହୁରି ତିନି ବର୍ଷ ବାକି ଅଛି। ମମତା ବାନାର୍ଜୀଙ୍କ ଅଭିଳାଷ, କ˚ଗ୍ରେସ୍‌ ପୁଣି ଥରେ ମୁଣ୍ତ ଟେକିବ କି ନାହିଁ ଏବ˚ ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ପ୍ରଧାନ ମନ୍ତ୍ରୀ ହୋଇପାରିବେ କି ନାହିଁ, ଏସବୁ ବାବଦରେ ଆଲୋଚନା ବେଳେ ଆମେ, ଅନୁଷ୍ଠାନଗୁଡ଼ିକ ସଂପର୍କିତ ପ୍ରସଙ୍ଗକୁ ଆମେ ଭୁଲିଯିବା ନାହିଁ, ଯାହା ରାଜନୈତିକ ଦଳ ଓ ରାଜନେତାମାନଙ୍କଠାରୁ ଊର୍ଦ୍ଧ୍ବରେ। ନିର୍ବାଚନ ଆୟୋଗ ନିଜର ପୂର୍ବ ସ୍ବାଧୀନତା ଓ ଉଚ୍ଚ ମାନର ଦକ୍ଷତା ଫେରିପାଇବ କି ନା, ଏହା ଉପରେ ଏବେ ଆମ ଦେଶର ଗଣତନ୍ତ୍ରର ଭବିଷ୍ୟତ୍‌ ନିର୍ଭରଶୀଳ।
(ମତାମତ ଲେଖକଙ୍କ ନିଜସ୍ବ)

ସମ୍ବନ୍ଧିତ ଖବର