ମୌଳବାଦୀ ଚେତନା ଓ ଆଧୁନିକ ବିଜ୍ଞାନ

ସା˚ପ୍ରତିକୀ - ରାମଚନ୍ଦ୍ର ଗୁହା

‘କୋଭିଡ୍‌-୧୯’ ସ˚କଟ କାଳରେ, ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ବାବଦରେ ଭାରତ ସରକାରର ‘ଆୟୁଷ ମନ୍ତ୍ରାଳୟ’ ପକ୍ଷରୁ ଚଳିତ ମାସ ପ୍ରାରମ୍ଭରେ କିଛି ପରାମର୍ଶ ଦିଆଯାଇଥିଲା। ପରାମର୍ଶଗୁଡ଼ିକ ମଧ୍ୟରୁ ଗୋଟିଏ ହେଲା- ‘ପ୍ରତି ଦିନ ସକାଳେ ଓ ସନ୍ଧ୍ୟାରେ ଉଭୟ ନାକପୁଡ଼ାରେ ରାଶି ତେଲ ବା ନଡ଼ିଆ ତେଲ ବା ଗାଈ ଘିଅ ପକାଇବ।’ ନାକରେ ତେଲ-ଘିଅ ପକାଇବା ପାଇଁ ଚାହୁଁ ନ ଥିବା ଲୋକଙ୍କ ପାଇଁ ମଧ୍ୟ ପରାମର୍ଶଟିଏ ଥିଲା- ‘ଏକ ବଡ଼ ଚାମଚ (ଟେବଲ୍‌ ସ୍ପୁନ୍‌) ରାଶି ବା ନଡ଼ିଆ ତେଲ ପାଟିରେ ନେବ; ତାହାକୁ ନ ଢୋକି, ଦୁଇ-ତିନି ମିନିଟ୍‌ କୁଳୁକୁଳୁ କରି, ବାହାରକରିଦେବ; ଏବ˚ ତାହା ପରେ ଉଷୁମ ପାଣିରେ ପାଟି ଧୋଇବ।’ ଏହାଛଡ଼ା କୋଭିଡ୍‌ ସ˚କ୍ରମଣରୁ ବର୍ତ୍ତିବା ପାଇଁ ମନ୍ତ୍ରାଳୟ ପକ୍ଷରୁ ଆଉ କିଛି ପରାମର୍ଶ ଦିଆଯାଇଥିଲା; ଯଥା- ଚ୍ୟବନପ୍ରାଶ ସେବନ, ଔଷଧୀୟ ଗୁଳ୍ମ ଯୁକ୍ତ ଚାହା ପାନ, ବାମ୍ଫ ଆଘ୍ରାଣ ଇତ୍ୟାଦି।

ପରାମର୍ଶଗୁଡ଼ିକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ ବିଜ୍ଞାପନ ମଧ୍ୟ ପ୍ରକାଶ କରାଯାଇଥିଲା। ‘ଆୟୁଷ ମନ୍ତ୍ରାଳୟ’ ପକ୍ଷରୁ ପ୍ରକାଶିତ ଏକ ବିଜ୍ଞାପନରେ କହାଯାଇଥିଲା- ‘ଯଦି ସେମାନଙ୍କ ଦ୍ବାରା ଦିଆଯାଇଥିବା ପରାମର୍ଶଗୁଡ଼ିକୁ ମାନିବା, କୌଣସି ଦେଶଭକ୍ତଙ୍କୁ କୋଭିଡ୍‌ ସ˚କ୍ରମିତ କରିପାରିବନାହିଁ।’ ଅର୍ଥାତ୍‌, ଆମେ ଯଦି ପାର˚ପରିକ ପଦ୍ଧତିଗୁଡ଼ିକୁ ମାନିବା, ଭୂତାଣୁ ସ˚କ୍ରମଣର ଶିକାର ହେବାନାହିଁ। ଏକବି˚ଶ ଶତାବ୍ଦୀର ଏହି ମାରାତ୍ମକ ରୋଗର ଚିକିତ୍ସା ପାଇଁ ଶାସକ ଦଳର ନେତା ତଥା ପ୍ରଚାରକମାନେ ଏ ଭଳି ନାନା ଅପ୍ରମାଣିତ ଚିକିତ୍ସା ପଦ୍ଧତି ସପକ୍ଷରେ ଅତ୍ୟନ୍ତ ଲଜ୍ଜାଜନକ ଭାବେ ଖୋଲାଖୋଲି ମନ୍ତବ୍ୟ ଦେଇଚାଲିଛନ୍ତି। ମୋ ନିଜ ରାଜ୍ୟରେ ଭାଜପା ନେତା ତଥା ପୂର୍ବତନ ସା˚ସଦ ବିଜୟ ଶଙ୍ଖେଶ୍ବର କହୁଛନ୍ତି, ଲେମ୍ବୁ ରସ ଆଘ୍ରାଣ କଲେ ଶରୀରରେ ଅମ୍ଳଜାନର ଅଭାବ ଦୂରହେବ; ଲେମ୍ବୁ ରସ, ଅମ୍ଳଜାନର ବିକଳ୍ପ। ଏ ସ˚ପର୍କରେ ‘ଦ ହିନ୍ଦୁ’ରେ ଏକ ରିପୋର୍ଟ‌୍‌ ପ୍ରକାଶ ପାଇଛି। ନାକରେ ଲେମ୍ବୁ ରସ ପ୍ରୟୋଗ କଲେ ଶରୀରରେ ଅମ୍ଳଜାନ ପରିମାଣ ଅଶୀ ପ୍ରତିଶତ ବଢ଼ିଯାଉଥିବା ଶ୍ରୀଯୁକ୍ତ ଶଙ୍ଖେଶ୍ବର କହିଥିବା, ଏହି ରିପୋର୍ଟ‌୍‌ରେ ପ୍ରକାଶିତ। ସେ ମହାଶୟ ଆହୁରି ମଧ୍ୟ କହିଛନ୍ତି, ଏହି ଘରୋଇ ଉପଚାର ଦ୍ବାରା ତାଙ୍କର ଅନେକ ସ˚ପର୍କୀୟ ଓ ସହକର୍ମୀଙ୍କ ସମେତ ଦୁଇ ଶହ ଲୋକ ସୁସ୍ଥ ହୋଇଛନ୍ତି। ତେବେ, ଶଙ୍ଖେଶ୍ବରଙ୍କ ପରାମର୍ଶ ଗ୍ରହଣ କରି ତାଙ୍କର ଅନେକ ଅନୁଗାମୀ ପ୍ରାଣ ହରାଇଥିବା କଥା ମଧ୍ୟ ଉକ୍ତ ରିପୋର୍ଟ‌୍‌ରେ ପ୍ରକାଶିତ।

ତାଙ୍କ ଠାରୁ ଅଧିକ ପ୍ରଭାବଶାଳୀ କର୍ଣ୍ଣାଟକ ଭାଜପା ଶାଖାର ସାଧାରଣ ସଚିବ ବିଏଲ୍‌ ସନ୍ତୋଷ ଉତ୍ସାହିତ ହୋଇ କରୋନା ବିରୋଧୀ ଲଢ଼େଇରେ ବାମ୍ଫ ନେବା ପାଇଁ ପରାମର୍ଶ ଦେଇଛନ୍ତି। ସେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପୁଲିସ୍‌ କର୍ମଚାରୀମାନେ ବିନା ମାସ୍କରେ ଲାଗିଲାଗି ଛିଡ଼ାହୋଇଥିବାର ଫଟୋ ପୋଷ୍ଟ୍ କରିବା ସହ ଲେଖିଛନ୍ତି, ‘ରାଜନେତାମାନଙ୍କର ପରାମର୍ଶ ମାନି ବାମ୍ଫ ନେଉଥିବାରୁ, ସେମାନେ ନିରାପଦ।’

ଆଉ ଏକ ଭାଜପା ଶାସିତ ରାଜ୍ୟ ମଧ୍ୟ ପ୍ରଦେଶର ସ˚ସ୍କୃତି ମନ୍ତ୍ରୀ ଉଷା ଠାକୁର କହିଛନ୍ତି, କରୋନା ମହାମାରୀ ବିରୋଧରେ ଲଢ଼ିବା ପାଇଁ ଯଜ୍ଞ କର। କରୋନା ବିରୋଧରେ ଲଢ଼ିବା ପାଇଁ ଏହା ଏକ ପ୍ରଭାବଶାଳୀ ପନ୍ଥା। ପାର˚ପରିକ ଯଜ୍ଞ ଓ ଆହୁତି ଦ୍ବାରା ପରିବେଶ ନିର୍ମଳ ହେବ ଏବ˚ ମହାମାରୀ ଚାଲିଯିବ। ତାଙ୍କ ବିବୃତି ‘ଦ ଟେଲିଗ୍ରାଫ୍‌’ରେ ପ୍ରକାଶ ପାଇଛି।

ମନ୍ତ୍ରୀଙ୍କର ପରାମର୍ଶକୁ ତାଙ୍କ ଦଳର ସଦସ୍ୟମାନେ ବେଶ୍‌ ଗୁରୁତ୍ବ ଦେଉଥିବା ଜଣାପଡ଼ୁଛି। ଏକ ବହୁଳ ପ୍ରସାରିତ ଭିଡିଓରୁ ଏହା ପ୍ରମାଣିତ। କଳା ଟୋପି ଓ ଖାକି ରଙ୍ଗର ଛୋଟ ପ୍ୟାଣ୍ଟ୍‌ ପିନ୍ଧିଥିବା ସ୍ବେଚ୍ଛାସେବୀମାନେ ନିମ୍ବ ପତ୍ର ଓ ଜାଳେଣି ଦ୍ବାରା ମହାମାରୀ ଦୂର ପାଇଁ ଘରେ କିପରି ଯଜ୍ଞ କରିବ ବୁଝାଉଥିବା, ଏହି ଭିଡିଓରେ ଦେଖିବାକୁ ମିଳୁଛି। ଭୋପାଳର ବିବାଦୀୟ ସା˚ସଦ, ଯାହାଙ୍କ ଦୃଷ୍ଟିରେ ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ଜଣେ ପ୍ରକୃତ ଦେଶପ୍ରେମୀ, କହିଛନ୍ତି, ନିୟମିତ ଗୋ-ମୂତ୍ର ପାନ କରୁଥିବାରୁ, ତାଙ୍କୁ କରୋନା ସ˚କ୍ରମିତ କରିପାରୁନାହିଁ। ଭାଜପା ଦ୍ବାରା ସର୍ବାଧିକ କାଳ ଶାସିତ ରାଜ୍ୟ ଗୁଜରାଟରେ ଆହୁରି ବିଚିତ୍ର କଥା ଦେଖିବାକୁ ମିଳୁଛି। ଏଠାରେ ଦଳେ ସାଧୁ ନିୟମିତ ଶରୀରରେ ଗୋବର ଲେପନ କରୁଛନ୍ତି। ଏହା ଦ୍ବାରା କେବେ ହେଲେ ଭୂତାଣୁ ସ˚କ୍ରମିତ ହେବେନାହିଁ ବୋଲି ସେମାନଙ୍କର ପୂର୍ଣ୍ଣ ବିଶ୍ବାସ।

ଶାସକ ଦଳର ନେତାମାନଙ୍କର କରୋନା ନିରାକରଣର ବିଭିନ୍ନ ଅପ୍ରମାଣିତ ପଦ୍ଧତି ସହ ସରକାରୀ ସନ୍ଥ ବାବା ରାମଦେବଙ୍କ ନିଦାନ ମଧ୍ୟ ପ୍ରଣିଧାନଯୋଗ୍ୟ। ବାବାଙ୍କ କ˚ପାନି ଗତ ବର୍ଷ କରୋନିଲ୍‌ ନାମକ ଔଷଧର ବିକ୍ରି ଆରମ୍ଭ କରିଥିଲା। ଉକ୍ତ ଔଷଧର ବିକ୍ରି ସ˚ପର୍କିତ ଉଦ୍‌ଘାଟନୀ ଉତ୍ସବରେ ଦୁଇ ଜଣ ବରିଷ୍ଠ କେନ୍ଦ୍ର ମନ୍ତ୍ରୀ ଯୋଗଦେଇଥିଲେ। ତନ୍ମଧ୍ୟରୁ ଜଣେ ଥିଲେ ଦୁଇଟି ବିଭାଗର ଦାୟିତ୍ବ ବୁଝୁଥିବା କେନ୍ଦ୍ର ସ୍ବାସ୍ଥ୍ୟ ଏବ˚ ବିଜ୍ଞାନ ଓ ବୈଷୟିକ ଜ୍ଞାନ-କୌଶଳ ମନ୍ତ୍ରୀ। ଯେତେବେଳେ କରୋନିଲ୍‌ର ବିକ୍ରି ଆରମ୍ଭ ହେଲା, ପ୍ରଚାରିତ ହେଲା ଯେ, ଏହା ଶତ ପ୍ରତିଶତ କୋଭିଡ୍‌ ପ୍ରତିରୋଧୀ ଔଷଧ। ଏହା ସାତ ଦିନ ଭିତରେ ନିଶ୍ଚିତ ଭାବେ କୋଭିଡ୍‌ ଭଲ କରିଦେବ। କିଛି ସ୍ଥାନୀୟ ଗଣମାଧ୍ୟମ ଏହାର ବ୍ୟାପକ ପ୍ରଚାର କରିଥିଲେ। ‘ପତ˚ଜଳି ଗବେଷଣା କେନ୍ଦ୍ର’ର ମୁଖ୍ୟ ଅନୁରାଗ ଵାର୍ଷ୍ଣେୟ କହିଥିଲେ, ଏହି ଚମତ୍କାରୀ ଔଷଧ ବିକ୍ରି ପାଇଁ ଆବଶ୍ୟକ କରୁଥିବା ବୈଜ୍ଞାନିକ ସମ୍ମତି ପାଇସାରିଛି। ଯେଉଁ କୋଭିଡ୍‌ ସ˚କ୍ରମିତଙ୍କୁ ଏହା ଦିଆଯାଇଥିଲା, ସାତ ଦିନ ମଧ୍ୟରେ ସେମାନେ କୋଭିଡ୍‌ମୁକ୍ତ ହୋଇଥିଲେ। ଯେଉଁମାନଙ୍କୁ ଅନ୍ୟ ପରୀକ୍ଷାମୂଳକ ଔଷଧ ଦିଆଯାଇଥିଲା, ସେମାନଙ୍କ ମଧ୍ୟରେ ଷାଠିଏ ପ୍ରତିଶତ ସୁସ୍ଥ ହୋଇ ନ ଥିଲେ। ତେଣୁ, କରୋନିଲ୍‌ର ସାମର୍ଥ୍ୟ ଅଧିକ।

ଏ ବିଷୟରେ ଅଧିକ କିଛି ଲେଖିବା ପୂର୍ବରୁ ମୁଁ ଏହା ସ୍ପଷ୍ଟ କରିଦେବାକୁ ଚାହେଁ, ମୁଁ ନିଜେ ଭେଷଜ ବିବିଧତାରେ ବିଶ୍ବାସ କରେ। କେବଳ ପାଶ୍ଚାତ୍ୟ ଆଧୁନିକ ଔଷଧ ଦ୍ବାରା ସବୁ ରୋଗର ସଫଳ ଚିକିତ୍ସା ସ˚ଭବ, ଏହା ମୁଁ ବିଶ୍ବାସ କରେନାହିଁ। ଆୟୁର୍ବେଦ, ଯୋଗ ଓ ହୋମିଓପାଥି ଦ୍ବାରା ଶ୍ବାସରୋଗ, ପୃଷ୍ଠ ପୀଡ଼ା ଓ ଋତୁକାଳୀନ ଆଲର୍ଜି ଭଲ ହେଉଥିବା, ନିଜସ୍ବ ଅଭିଜ୍ଞତାରୁ ମୁଁ ଜାଣେ। ନିଜ ଜୀବନର ବିଭିନ୍ନ କାଳରେ ମୁଁ ଏହିସବୁ ରୋଗ ଦ୍ବାରା ପୀଡ଼ିତ ଥିଲି।

ତେବେ, ‘କୋଭିଡ୍‌-୧୯’ କଥା ଭିନ୍ନ। ଏହା ଏକବି˚ଶ ଶତାବ୍ଦୀର ଭୂତାଣୁ। ଏହା ବାବଦରେ ପୂର୍ବରୁ ଜଣା ନ ଥିଲା। ଅର୍ଥାତ୍‌, ଆୟୁର୍ବେଦ, ଯୋଗ, ୟୁନାନୀ, ସିଦ୍ଧ ଓ ହୋମିଓପାଥି ଆଦିର ଉଦ୍ଭାବକ ଏବ˚ ବିକାଶକମାନଙ୍କ ପାଇଁ ଏହା ଅଜଣା ଥିଲା। ଏହି ଭୂତାଣୁ ମାତ୍ର ବର୍ଷେରୁ ଅଳ୍ପ କିଛି ଅଧିକ ବର୍ଷ ତଳର। ନିମ୍ବ ପତ୍ର ଜାଳିବା ବା ଗୋ-ମୂତ୍ର ପାନ କରିବା ବା ଶରୀରରେ ଗୋବର ଲେପନ କରିବା ବା ଚେର-ମୂଳି ପ୍ରସ୍ତୁତ ବଟିକା ସେବନ କରିବା ବା ନାକପୁଡ଼ାରେ ତେଲ-ଘିଅ ଆଦି ପକାଇବା ଦ୍ବାରା ଏହି ରୋଗ ଦୂର ହେଉଥିବାର କୌଣସି ପ୍ରମାଣ ନାହିଁ। ଜଣେ ‘କୋଭିଡ୍‌-୧୯’ ଦ୍ବାରା ଆକ୍ରାନ୍ତ ହେଲେ, ଏହି ଉପଚାରରୁ ଗୋଟିଏ ବା ସବୁଗୁଡ଼ିକ ଦ୍ବାରା ସୁସ୍ଥ ହୋଇଯିବ, ଏହା ପ୍ରମାଣିତ ନୁହେଁ।

ଅପରପକ୍ଷେ ଦୁଇଟି ପ୍ରତିଷେଧକମୂଳକ ପଦକ୍ଷେପ ଦ୍ବାରା ‘କୋଭିଡ୍‌-୧୯’ ସ˚କ୍ରମଣକୁ ଦୂରକରାଯାଇପାରୁଥିବା ପ୍ରମାଣିତ। ସେହି ଦୁଇଟି ହେଲା- ସାମାଜିକ ଦୂରତ୍ବ ରକ୍ଷା ଓ ଟିକା ନେବା। ଆଉ ଏହି ଦୁଇଟି କାର୍ଯ୍ୟରେ ଆମର ହିନ୍ଦୁତ୍ବବାଦୀ ସରକାର ଆମକୁ ବିଫଳ କରିଛି। ଦେଶରେ ବିଶାଳ ଧାର୍ମିକ ଓ ରାଜନୈତିକ ସଭା, ଶୋଭାଯାତ୍ରା ଆଦିର ଆୟୋଜନ କରାଯାଉଛି। ଘରୋଇ ଟିକା ଉତ୍ପାଦନ ବଢ଼ାଯାଉନାହିଁ। ଭାରତରେ ବ୍ୟବହାର ପାଇଁ ନୂଆ ଟିକାକୁ ସହଜରେ ଅନୁମତି ଦିଆଯାଉନାହିଁ।

ମୁଁ ଏକ ବିଜ୍ଞାନୀ ପରିବାରରୁ ଆସିଛି। ମୋ ପିତା ଓ ପିତାମହ ଦୁହେଁ ଥିଲେ ବିଜ୍ଞାନୀ ଏବ˚ ଅନ୍ଧ-ବିଶ୍ବାସ ବିରୋଧୀ। ମୋ ପିତା ଓ ପିତାମହ ନାହାନ୍ତି। ତେବେ, ମୁଁ ଜାଣିଥିବା ଏବର ବିଜ୍ଞାନୀମାନେ ଶାସକ ଦଳର ନେତାମାନଙ୍କର ‘କୋଭିଡ୍‌-୧୯’ ସ˚ପର୍କରେ ମିଥ୍ୟା ଓ ନକଲି ଜ୍ଞାନ ବିତରଣ ବାବଦରେ କ’ଣ ଭାବୁଥିବେ, ଚିନ୍ତାକରି ମୁଁ ବିସ୍ମିତ ହେଉଛି! ଭୂତାଣୁ ନିରାକରଣ ବାବଦରେ କେବଳ କେନ୍ଦ୍ର ମନ୍ତ୍ରୀ, ପ୍ରାଦେଶିକ ସ୍ତରର ନେତା ଓ ସ˚ଘ ପରିବାରର ସଦସ୍ୟ ନୁହନ୍ତି, ମୁଖ୍ୟ ସ˚ଘୀ ପ୍ରଧାନମନ୍ତ୍ରୀ ମଧ୍ୟ ନାନା ଅନ୍ଧ-ବିଶ୍ବାସର ଶିକାର। ମନେପକାନ୍ତୁ, ଗତ ବର୍ଷ ମାର୍ଚ୍ଚ ମାସରେ ସେ କ’ଣ କରିଥିଲେ? ମହାମାରୀ ଆସୁଆସୁ ପ୍ରଥମେ ଠିକ୍‌ ପାଞ୍ଚଟାରେ ପାଞ୍ଚ ମିନିଟ୍‌ ପାଇଁ ତାଳି, ଥାଳି ବଜାଇବା ପାଇଁ ଆମକୁ ପରାମର୍ଶ ଦେଇଥିଲେ। ପର ମାସରେ ଯେତେବେଳେ ପରିସ୍ଥିତି ଭୟାବହ ହେଲା, ରାତି ନଅଟା ବେଳେ ନଅ ମିନିଟ୍‌ ପାଇଁ ଟର୍ଚ‌୍‌ ବା ମହମବତି ଜଳାଇବା ପାଇଁ କହିଲେ। ଉତ୍ତର ଆମେରିକା ଓ ଇଉରୋପ୍‌ରେ ମହାମାରୀ ତାଣ୍ତବ କରୁଥିବା ବେଳେ ଏହା ଦ୍ବାରା ଆମେ କିପରି ଉପକୃତ ହୋଇଥାଆନ୍ତେ, ପ୍ରଧାନମନ୍ତ୍ରୀଙ୍କ ଜ୍ୟୋତିଷୀ ବା ଗଣକ ହୁଏ ତ ବତାଇପାରିବେ!

ସ˚ଘ ପରିବାର ପାଇଁ ବିଶ୍ବାସ ଓ ଧର୍ମାନ୍ଧତା, ବିଜ୍ଞାନ ଏବ˚ ଯୁକ୍ତିଯୁକ୍ତତାର ଊର୍ଦ୍ଧ୍ବରେ। ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟ-କଳାପରେ ତାଙ୍କର ଆଦର୍ଶ ଜନିତ ସ˚କୀର୍ଣ୍ଣ ମାନସିକତା ପ୍ରତିଫଳିତ। ୨୦୧୪ର ନିର୍ବାଚନ ପ୍ରଚାର ବେଳେ ବାବା ରାମଦେବଙ୍କର ଭୂୟସୀ ପ୍ରଶ˚ସା କରି ସେ କହିଥିଲେ, ‘ତାଙ୍କ କାର୍ଯ୍ୟକ୍ରମର ଅନ୍ତରଙ୍ଗତା ମୁଁ ଅନୁଭବ କରେ।’ ରାମଦେବ, ଏହି ସରକାରର ପ୍ରିୟ ସନ୍ଥ ଭାବେ ଉଭାହେବା, ଏକ ଆକସ୍ମିକତା ନୁହେଁ। ପ୍ରଧାନମନ୍ତ୍ରୀ ମଧ୍ୟ ତଥାକଥିତ ଏକାଧିକ ଦେବମାନବ (ଗଡ୍‌ମ୍ୟାନ୍‌)ଙ୍କ ସଂସ୍ପର୍ଶରେ ଆସିଛନ୍ତି ଏବ˚ ତାଙ୍କ ସ˚ଘୀ ଚରିତ୍ର ସ˚ପର୍କରେ ଆଉ ଏକ ଉଲ୍ଲେଖନୀୟ କଥା ହେଲା, ରାଷ୍ଟ୍ରୀୟ ସ୍ବୟ˚ ସେବକ ସହ ସ˚ପୃକ୍ତ ବ୍ୟକ୍ତିମାନଙ୍କୁ ଶିକ୍ଷା, ସ୍ବାସ୍ଥ୍ୟ, ବିଜ୍ଞାନ ଓ କାରିଗରୀ କୌଶଳ ଭଳି ଗୁରୁତ୍ବପୂର୍ଣ୍ଣ ମନ୍ତ୍ରାଳୟ ଦେଇଛନ୍ତି।

ହିନ୍ଦୁତ୍ବବାଦୀ ଅବିବେକିତାର ସବୁଠାରୁ ଉଲ୍ଲେଖନୀୟ ନିଦର୍ଶନ ହେଲା ମହାମାରୀ କାଳରେ କୁମ୍ଭ ମେଳାର ଆୟୋଜନ। ଜ୍ୟୋତିଷୀମାନେ ଦାବି କରିବାରୁ କୁମ୍ଭ ମେଳା ଏକ ବର୍ଷ ପୂର୍ବରୁ କରାଗଲା। ରାଷ୍ଟ୍ରୀୟ ସ୍ବୟ˚ ସେବକ ସ˚ଘ ଏବ˚ ଭାଜପା ମଧ୍ୟ ଏଥିରୁ ସାମାଜିକ ଓ ରାଜନୈତିକ ଲାଭ ଉଠାଇବାକୁ ଚାହିଁଲା। ଏହି ମେଳାକୁ କେନ୍ଦ୍ର ସରକାର ତଥା ବିଭିନ୍ନ ଭାଜପା ଶାସିତ ରାଜ୍ୟ ସରକାରଗୁଡ଼ିକ ପୂର୍ଣ୍ଣ ସମର୍ଥନ ଦେଲେ। ପରିଣାମ ସ୍ବରୂପ ଉତ୍ତର ଭାରତରେ ମହାମାରୀ ଭୟଙ୍କର ରୂପ ଧାରଣ କଲା। ଅଗଣିତ ଶବ ଦାହ ହେଲା ବା ନଦୀରେ ଭସାଗଲା ବା ବାଲିରେ ପୋତାଗଲା। ପ୍ରଧାନମନ୍ତ୍ରୀ, ରାଷ୍ଟ୍ରୀୟ ସ୍ବୟ˚ ସେବକ ସ˚ଘର ସରସ˚ଘଚାଳକଙ୍କ ସମେତ ଅନ୍ୟ ପ୍ରଭାବଶାଳୀମାନେ ଚାହିଁଥିଲେ ମେଳାକୁ ରୋକିପାରିଥାଆନ୍ତେ ଏବ˚ ମହାମାରୀ ଏତେ ଭୟଙ୍କର ରୂପ ନେଇପାରି ନ ଥାଆନ୍ତା। ତେବେ, ସେମାନେ ଜାଣିଶୁଣି ରୋକି ନ ଥିଲେ; କାରଣ, ସେମାନଙ୍କ ପାଇଁ ବିଶ୍ବାସ ଓ ଧର୍ମାନ୍ଧତା, ବିଜ୍ଞାନ ଓ ଯୁକ୍ତିଯୁକ୍ତତା ଊର୍ଦ୍ଧ୍ବରେ ସର୍ବଦା ରହିଆସିଛି।

ପ୍ରାୟ ଦୁଇ ବର୍ଷ ତଳେ ଏପ୍ରିଲ୍‌ ୨୦୧୯ରେ ମୋଦୀ ସରକାରର ବିଜ୍ଞାନ ବିରୋଧୀ କାର୍ଯ୍ୟକ୍ରମ ବାବଦରେ, ବିଶେଷତଃ ଏହା କିପରି ବିଜ୍ଞାନ ସ˚ପର୍କିତ ଗବେଷଣାରେ ଲିପ୍ତ ଆମର ଅଗ୍ରଣୀ ଅନୁଷ୍ଠାନଗୁଡ଼ିକର ରାଜନୀତିକରଣ କରୁଛି, ମୁଁ ଲେଖିଥିଲି। ସେତେବେଳେ ଲେଖିଥିଲି, ‘ମୋଦୀ ସରକାର ରାଷ୍ଟ୍ରର ସାମାଜିକ ଓ ଅର୍ଥନୈତିକ ଭବିଷ୍ୟତ୍‌କୁ ଅଣଦେଖା କରୁଛି। ସୁଚିନ୍ତିତ ଉପାୟରେ ଜ୍ଞାନ-ବିଜ୍ଞାନର ଅଗ୍ରଗତି ସହ ସ˚ପର୍କିତ ଅନୁଷ୍ଠାନଗୁଡ଼ିକର ପ୍ରଭୂତ କ୍ଷତି ଘଟାଇଚାଲିଛି। ବୌଦ୍ଧିକତା ବିରୋଧରେ ଏହି ଆକ୍ରମଣର ପରିଣାମ ଏବର ତଥା ଭବିଷ୍ୟତ୍‌ର ପିଢ଼ି ଭୋଗିବ।’

ସେତେବେଳେ ‘କୋଭିଡ୍‌-୧୯’ ବିଶ୍ବକୁ ଗ୍ରାସ କରିବାଠାରୁ ବହୁତ ଦୂରରେ ଥିଲା। ଆଉ ଏବେ ଆମେ ମହାମାରୀ ଘେରରେ। ତଥାପି ମୋଦୀ ସରକାର ଚେତୁନାହିଁ। ଏହା ବୌଦ୍ଧିକତା ଉପରେ ଆକ୍ରମଣ ଜାରିରଖିଛି। ନିଷ୍ପ୍ରଭ ଭବିଷ୍ୟତ୍‌ ଆହୁରି ଅଧିକ ନିଷ୍ପ୍ରଭ ହୋଇଚାଲିଛି। ଏହି ମହାମାରୀ କାଳରେ ଭାରତ ଓ ଭାରତୀୟମାନେ ଦୁର୍ଦିନ ଭିତରେ ଗତି କରୁଛନ୍ତି। ବିଜ୍ଞାନ ଓ ଯୁକ୍ତିଯୁକ୍ତତା ପ୍ରତି ଶାସକ ଦଳ ଏବ˚ ସରକାରର ଅସମ୍ମାନ, ପରିସ୍ଥିତିକୁ ଅଧିକ ଯନ୍ତ୍ରଣାଦାୟକ ଓ ଘାତକ କରିଛି।

(ଲେଖକଙ୍କ ମତାମତ ନିଜସ୍ବ)

ସମ୍ବନ୍ଧିତ ଖବର