ଭାରତୀୟ ରେଳପଥ ବିଶ୍ୱର ବୃହତ୍ତମ ସବୁଜ ରେଳପଥ ହେବା ଦିଗରେ ଏକ ମିଶନ ଭାବେ କାର୍ଯ୍ୟରତ ଏବଂ ଏହା ୨୦୩୦ ମସିହା ପୂର୍ବରୁ ‘ମୋଟ୍ ଉପରେ ଶୂନ ଅଙ୍ଗାରକ ନିର୍ଗମନକାରୀ’ ହେବା ଦିଗରେ ଅଗ୍ରସର। ନବଭାରତର ଅଭିବୃଦ୍ଧିଶୀଳ ଅାବଶ୍ୟକତାକୁ ମେଣ୍ଟାଇବା ପାଇଁ ଏକ ପରିବେଶ ଅନୁକୂଳ, ଦକ୍ଷ, ସୁଲଭ, ସମୟାନୁବର୍ତ୍ତି ଏବଂ ଯାତ୍ରୀ ତଥା ପନ୍ୟର ଅାଧୁନିକ ପରିବହନକରୀ ହେବାର ସାମଗ୍ରିକ ଲକ୍ଷ୍ୟ ଦ୍ୱାରା ରେଳପଥ ଅଭିପ୍ରେରିତ। ଭାରତୀୟ ରେଳପଥ ପରିବେଶ ଉପଯୋଗୀ ବିପୁଳ ମାତ୍ରାରେ ବିଦ୍ୟୁତୀକରଣ, ଦୈନନ୍ଦିନ ଜଳ ଓ କାଗଜ ସଂରକ୍ଷଣରୁ ନେଇ ରେଳପଥ ଧାରଣା ଉପରେ ପ୍ରାଣୀମାନଙ୍କୁ ଅାହତ ହେବାରୁ ରକ୍ଷା କରିବା ପାଇଁ ବୃହତ୍ତରୁ କ୍ଷୁଦ୍ରତମ ପର୍ଯ୍ୟନ୍ତ ସମସ୍ତ ପ୍ରକାର ପଦକ୍ଷେପ ପ୍ରତି ଗୁରୁତ୍ୱାରୋପ କରୁଅଛି।

Advertisment

ରେଳପଥର ବିଦ୍ୟୁତୀକରଣ୨୦୧୪ ମସିହା ତୁଳନାରେ ପ୍ରାୟ ଦଶଗୁଣ ବୃଦ୍ଧି ପାଇଛି, ଯାହା ପରିବେଶ ଅନୁକୂଳ ଏବଂ ପ୍ରଦୂଷଣ ହ୍ରାସ ଦିଗରେ ସହାୟକ। ଭାରତୀୟ ରେଳପଥ ‘ସବୁଜ ରେଳପଥ’ରେ ପରିବର୍ତ୍ତିିତ ହେବା ଲକ୍ଷ୍ୟରେ ଏବଂ ତ୍ୱରିତ ଭାବେ ଇଲେକ୍ଟ୍ରିକ୍ ଟ୍ରାକ୍ସନର ଆର୍ଥକ୍‌ ଲାଭ ହାସଲ ପାଇଁ, ରେଳପଥ ସୁନ୍ତଳିତ ବ୍ରଡଗଜ୍ ରେଳ ମାର୍ଗଗୁଡ଼ିକୁ ଡିସେମ୍ବର ୨୦୨୩ ସୁଦ୍ଧା ୧୦୦% ବିଦ୍ୟୁତୀକରଣ କରିବାକୁ ଯୋଜନା କରିଛି ଏହା ଡିଜେଲ୍ ଟ୍ରାକ୍ସନକୁ ହଟାଇବାରେ ସହାୟକ ହୋଇ ଅଙ୍ଗାରକ ନିର୍ଗମନ ଏବଂ ପରିବେଶ ପ୍ରଦୂଷଣକୁ ଦୃଷ୍ଟାନ୍ତମୂଳକ ଭାବେ ହ୍ରାସ କରିବ। ଏହି ଦିଗର ପ୍ରମୁଖ ବିଶେଷତ୍ୱ ହେଲା:

ସମର୍ପିତ ମାଲ୍ ପରିବହନ ମାର୍ଗଗୁଡ଼ିକର ଦୀର୍ଘ ମିଆଦି ସ୍ବଳ୍ପ ଅଙ୍ଗାରକ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ ସହ ସବୁଜ ପରିବହନ ନେଟୱାର୍କର ବିକାଶ କରାଯାଉଛି ଯାହା ଅଧିକ ଶକ୍ତିସମ୍ପନ୍ନ ଏବଂ ଅଙ୍ଗାରକ ଅନୁକୂଳ ଜ୍ଞାନକୌଶଳ, ପ୍ରକ୍ରିୟା ଏବଂ ଅଭ୍ୟାସକୁ ଅାପଣାଇବାରେ ସହାୟକ ହେବ।

ସମର୍ପିତ ମାଲ୍ ପରିବହନ କରିଡ଼ର (ଡିଏଫ୍‌ସି)ଗୁଡ଼ିକ ସଡ଼କରୁ ରେଳ ପର୍ଯ୍ୟନ୍ତ ମାଲ୍ ପରିବହନର ଭିଡ଼ ହ୍ରାସ ପାଇଁ ୩୦% ରୁ ୪୫% ପର୍ଯ୍ୟନ୍ତ ସକ୍ଷମ କରିବ ଯଦ୍ଦ୍ବାରା ମାଲ୍ ପରିବହନକୁ ଏକ ଅଣ ପ୍ରଦୂଷଣକାରୀ ସବୁଜ ପରିବହନ ବ୍ୟବସ୍ଥାକୁ ଉନ୍ନିତ କରିବ।

‘ସ୍ବଚ୍ଛ ଭାରତ ମିଶନ’ର ଅଂଶ ଭାବେ ଭାରତୀୟ ରେଳପଥ ଏହାର ସମସ୍ତ ଟ୍ରେନ୍‌ଗୁଡ଼ିକରେ ଜୈବ ଶୌଚାଳୟ ସ୍ଥାପନ ସମ୍ପୂର୍ଣ୍ଣ କରିସାରିଛି। ଏହା ସୁନିଶ୍ଚିତ କରିଛି ଯେ କୌଣସି ମାନବୀୟ ବର୍ଜ୍ୟ କୋଚ୍ ଗୁଡ଼ିକରୁ ରେଳଧାରଣା ଉପରକୁ ଛଡ଼ାଯିବ ନାହିଁ। ଏହି ପଦକ୍ଷେପ ଦ୍ୱାରା ରେଳଧାରଣାକୁ ଦୈନିକ ପ୍ରାୟ ୨,୭୪,୦୦୦ ଲିଟର ମଇଳା ଯିବା ଏଡ଼ାଇ ଦିଅାଯାଉଛି। ଏତଦ୍‌ଭିନ୍ନ ମାନବୀୟ ବର୍ଜ୍ୟଜନିତ ରେଳଧାରଣାରେ କଳଙ୍କି ଲାଗିବା ଏବଂ ବାର୍ଷିକ ୪୦୦ କୋଟି ଟଙ୍କାର ଫିଟିଙ୍ଗ୍ ମୂଲ୍ୟ ମଧ୍ୟ ଏଡ଼ାଇ ଦିଅାଯାଇପାରୁଛି। ୭୩,୦୭୮ଟି କୋଚ୍ରେ ୨,୫୮,୯୦୬ଟି ଜୈବ ଶୌଚାଳୟ ସଂଯୁକ୍ତ ହୋଇସାରିଛି।

ଭାରତୀୟ ରେଳପଥ ପରିବେଶର ଉନ୍ନତି ଦିଗରେ ଯୋଗଦାନ ପାଇଁ ପ୍ରତିବଦ୍ଧ। ଏହି ଦିଗରେ ଭାରତୀୟ ରେଳପଥ ପବନ ଓ ସୌରଶକ୍ତି ଅନ୍ତର୍ଭୁକ୍ତ ନବୀକରଣୀୟ ଶକ୍ତି ଭଳି ପରିବେଶ ଅନୁକୂଳ ଉପାୟମାନ ଉପରେ ଗୁରୁତ୍ୱାରୋପ କରୁଛି ଭାରତୀୟ ରେଳପଥ ୧୦୦୦ ଷ୍ଟେସନ ଏବଂ ୪୦୦ଟି ସର୍ଭିସ୍ ବିଲ୍ଡିଙ୍ଗ୍ ଉପରେ ପ୍ରାୟ ୧୧୪ ମେଗାୱାଟ୍ ସମ୍ପନ୍ନ ସୋଲାର୍ ରୁଫ୍ଟପ୍ ପ୍ଲାଣ୍ଟମାନ ସ୍ଥାପିତ କରିଛି। ଭାରତୀୟ ରେଳପଥ ୨୦୩୦ ସୁଦ୍ଧା ମୋଟ୍ ଶୂନ କାର୍ବନ୍ ଉତ୍ସର୍ଜକ ହେବାକୁ ଯୋଜନାରତ।

ଭାରତୀୟ ରେଳ ଷ୍ଟେସନ୍ ଗୁଡ଼ିକରେ ସୃଷ୍ଟି ହେଉଥିବା ପ୍ଲାଷ୍ଟିକ୍ ବର୍ଜ୍ୟଗୁଡ଼ିକୁ ଏକ ପରିବେଶ ଅନୁକୂଳ ଉପାୟରେ ହ୍ରାସ କରିବା, ପୁନଃଚକ୍ରଣ କରିବା ଏବଂ ନିଷ୍କାସନ କରିବାକୁ ବିଭିନ୍ନ ପଦକ୍ଷେପମାନ ନେଇଛି। ପ୍ଲାଷ୍ଟିକ୍ ବର୍ଜ୍ୟଗୁଡ଼ିକର ପରିବେଶ ଅନୁକୂଳ ବ୍ୟବସ୍ଥାପନ ଲାଗି ଏହି ପର୍ଯ୍ୟାବରଣ ଅନୁକୂଳ ପଦକ୍ଷେପଗୁଡ଼ିକୁ ଅଗ୍ରସର କରାଇବା ପାଇଁ ୨୭ ସେପ୍ଟେମ୍ବର ୨୦୧୯ରେ ଷ୍ଟେସନମାନଙ୍କରେ ପ୍ଲାଷ୍ଟିକ୍ ବଟଲ କ୍ରସିଂ ମେସିନ୍ (ପିବିସିଏମ୍) ସ୍ଥାପନ କରିବାକୁ ଏକ ବ୍ୟାପକ ନୀତି ଅାରମ୍ଭ କରିଥିଲା। ଏହି ନୀତି କ୍ରମେ ଷ୍ଟେସନଗୁଡ଼ିକର ପ୍ରମୁଖ ସ୍ଥାନମାନଙ୍କରେ ପ୍ଲାଷ୍ଟିକ୍ ବଟଲ କ୍ରସିଂ ମେସିନ୍ ସ୍ଥାପନ ଓ ଏହାର ଦେଖାଶୁଣା ପାଇଁ ଏକ ସ୍ବୟଂଚାଳିତ ବ୍ୟବସାୟିକ ନମୁନା ଉପରେ ପର୍ଯ୍ୟବସିତ। ମୋଟ୍ ୫୮୫ଟି ପିବିସିଏମ୍ ୪୦୦ରୁ ଊର୍ଦ୍ଧ୍ୱ ରେଳ ଷ୍ଟେସନଗୁଡ଼ିକରେ ଲାଗି ସାରିଛି ଏବଂ ଅାହୁରି ଅନେକ ଲାଗିବା ପ୍ରକ୍ରିୟାରେ ରହିଛି।

ମହାମାରୀ କାଳରେ ଖାଦ୍ୟଶସ୍ୟ ଏବଂ ଅକ୍ସିଜେନ୍ ଭଳି ଦ୍ରବ୍ୟ ରେଳପଥରେ ପରିବହନଠାରୁ ସଡ଼କପଥରେ ପରିବହନ ତୁଳନାରେ ଅଧିକ ପରିବେଶ ଅନୁକୂଳ ହୋଇଛି। ଏପ୍ରିଲ୍ ୨୦୨୧ ରୁ ମଇ ୨୦୨୧ (୨୨ ତାରିଖ ପର୍ଯ୍ୟନ୍ତ) ଅବଧି ମଧ୍ୟରେ, ରେଳପଥ ୭୩ ଲକ୍ଷ ଟନ୍ ଖାଦ୍ୟଶସ୍ୟ ପରିବହନ କରିଥିବାବେଳେ ୨୪୧ଟି ପୂର୍ଣ୍ଣ ଅକ୍ସିଜେନ୍ ଏକ୍ସପ୍ରେସ୍ ଟ୍ରେନ୍ ଚଳାଇଛି ତନ୍ମଧ୍ୟରୁ ୨୨୮ଟି ୧୯ ଏପ୍ରିଲ୍ ୨୦୨୧ରୁ ଗଡ଼ିବା ଆରମ୍ଭ କରି ନିଜର ଗନ୍ତବ୍ୟସ୍ଥାନରେ ପହିଞ୍ଚ ୯୨୨ଟି ପୂର୍ଣ୍ଣ ଟ୍ୟାଙ୍କର୍ ସ୍ଥାନାନ୍ତର କରି ୧୫,୦୪୬ ଟନ୍ ଅକ୍ସିଜେନ୍ ଦେଶର ବିଭିନ୍ନ ପ୍ରାନ୍ତରେ ପହାଞ୍ଚଇଛି। ରେଳପଥରେ ମାଲ୍ ପରିବହନ ସଡ଼କ ପରିବହନ ତୁଳନାରେ ଅଧିକ ପର୍ଯ୍ୟାବରଣ ଅନୁକୂଳ ହୋଇଛି।

ଅଧିକ ପରିବେଶ ଅନୁକୂଳ ହେବା ପାଇଁ ଭାରତୀୟ ରେଳପଥ ଆହୁରି ଅନେକ ପଦକ୍ଷେପମାନ ନେଇଛନ୍ତି। ଯଥା: ଅଙ୍ଗାରକ ଉତ୍ସର୍ଜନ ହ୍ରାସ କରିବା ପାଇଁ ପାସେଞ୍ଜର ଟ୍ରେନ୍‌ଗୁଡ଼ିକୁ ମେମୁ (ମେନ୍‌ଲାଇନ୍‌ ଇଲେକ୍ଟ୍ରିକ୍ ମଲ୍ଟିପୁଲ୍ ୟୁନିଟ୍)ରେ ପରିବର୍ତ୍ତିତ ହୋଇଛି।

ଉଡ଼ାଜାହାଜ ଅଥବା କାର୍‌ରେ ଯାତ୍ରା ତୁଳନାରେ ଖୁବ୍ କମ୍ ଅଙ୍ଗାରକାମ୍ଳ ନିର୍ଗମନକାରୀ ପରିବେଶ ଅନୁକୂଳ ଭାବେ ବୁଲେଟ୍ ଟ୍ରେନ୍ ଭଳି ଅତ୍ୟନ୍ତ ବେଗବାନ୍ ରେଳଗୁଡ଼ିକର ଚଳାଚଳା ଆରମ୍ଭ କରାଯାଇଛି। ଶୀତତାପ ନିୟନ୍ତ୍ରିତ କୋଚ୍ ଗୁଡ଼ିକରେ ସ୍ବଚ୍ଛତାକୁ ପ୍ରୋତ୍ସାହିତ କରିବାକୁ ନୂଆ ଜ୍ଞାନକୌଶଳ ଆଧାରିତ କମ୍ପାକ୍ଟର ଡଷ୍ଟବିନ୍, ଷ୍ଟେସନ୍‌ମାନଙ୍କରେ ଇିଣ୍ଟଗ୍ରେଟେଡ୍ ମେକାନାଇଜ୍ଡ କ୍ଲିନିଙ୍ଗ୍, ସ୍ବଚ୍ଛତା ବୃଦ୍ଧି ନିମନ୍ତେ ଓ ଜଳ ଅପଚୟ ହ୍ରାସ କରିବା ପାଇଁ କୋଚ୍ ଗୁଡ଼ିକର ମେକାନାଇଜ୍ଡ କ୍ଲିନିଙ୍ଗ୍, ଜଳ ବଞ୍ଚାଇବା ପାଇଁ ଅଟୋମେଟିକ କୋଚ୍ ୱାଶିଂ ପ୍ଲାଣ୍ଟ (ଏସିଡବ୍ଲୁ୍ୟପି), ଜଳ ସଞ୍ଚୟ ନିମନ୍ତେ ରେନ୍‌ୱାଟର ହାର୍ଭେଷ୍ଟିଂ, କମ୍ ରହଣୀ ଓ ଦ୍ରୁତତର ଯାତାୟତ ପାଇଁ ମାନବ ବିହୀନ ରେଳ ଫାଟକ (ଏଲ୍ସି) ହଟାଇବା, କାଗଜ ବ୍ୟବହାର କମ୍ କରିବାକୁ ଇ-ଟେଣ୍ଡରିଂ ଓ ଟିଟିଇମାନଙ୍କ ଦ୍ୱାରା ହସ୍ତଚାଳନା ଡିଭାଇସର ବ୍ୟବହାର, ଫିଜିକାଲ୍ ସମୟ ସାରଣୀର ଅପସାରଣ, କାଗଜର ଉପଯୋଗ ହ୍ରାସ ପାଇଁ ଇ-ଟିକେଟିଂ, ସ୍ବଚ୍ଛ ପରିବେଶ ପାଇଁ ହସ୍ପିଟାଲ୍ ଓ କଲୋନି ବର୍ଜ୍ୟବସ୍ତୁ ପରିଚାଳନା ଏବଂ ବ୍ୟାପକ ବୃକ୍ଷରୋପଣ ମଧ୍ୟ ରେଳପଥ କଲୋନୀ ଓ ରେଳପଥ ପରିସରରେ କରାଯାଇଛି।

ଜୁଲାଇ ୨୦୧୬ରେ ଭାରତୀୟ ରେଳପଥ ଏବଂ କନ୍ଫେଡେରେସନ୍ ଅଫ୍ ଇଣ୍ଡିଆନ ଇଣ୍ଡଷ୍ଟ୍ରୀ ମଧ୍ୟରେ ଭାରତୀୟ ରେଳରେ ସବୁଜ ପଦକ୍ଷେପର ବନ୍ଦୋବସ୍ତ କରିବା ପାଇଁ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ୩୯ଟି ୱାର୍କସପ୍, ୭ଟି ପ୍ରଡକ୍ସନ ୟୁନିଟ୍, ୮ଟି ଲୋକୋ ଶେଡ୍ ଏବଂ ଗୋଟିଏ ଷ୍ଟୋର୍ ଡିପୋ ‘ଗ୍ରୀନ୍‌କୋ’ ପ୍ରମାଣିତ ହୋଇସାରିଛି।

ବିଶ୍ୱ ପରିବେଶ ଦିବସ ୨୦୨୧ ଅବସରରେ, ଭାରତୀୟ ରେଳପଥ ଏହାର ଯାତ୍ରୀମାନଙ୍କୁ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ନେଟ୍‌ୱାର୍କ ଜରିଆରେ ବିଶ୍ୱସ୍ତରୀୟ ସୁବିଧା ପ୍ରଦାନ କରିବାପାଇଁ ପ୍ରତିବଦ୍ଧତାକୁ ଦୋହରାଉଛି।

ମୁଖ୍ୟ ଜନସମ୍ପର୍କ ଅଧିକାରୀ
ପୂର୍ବ ତଟ ରେଳପଥ, ଭୁବନେଶ୍ୱର
ମୋବାଇଲ: ୮୪୫୫୮୮୫୦୦୩