ଏହି ସମୟରେ ସରକାର ନିଜର ସାତ ବର୍ଷର ଶାସନର ସଫଳତା ବାବଦରେ ପ୍ରଚାରରେ ବ୍ୟସ୍ତ ଥିବା ବେଳେ ତାହାକୁ ଭିତରେ ଭିତରେ ଆନ୍ଦୋଳିତ କରୁଛି, ସାତ ବର୍ଷର ଅର୍ଥନୈତିକ ଅବସ୍ଥାର ‘ସାତଟି ପରିସ˚ଖ୍ୟାନ’। ଦେଶ କରୋନାର ଅନ୍ଧ କୂପ ଭିତରୁ ବାହାରିବାକୁ ଉଦ୍ୟମ କରୁଥିବା ବେଳେ ଅପେକ୍ଷା କରିଛି ଦୁର୍ବଳ ଅର୍ଥ ବ୍ୟବସ୍ଥାର ଗଭୀର ଖାଇ। ନିକଟରେ ସାର୍ବଜନୀନ ହୋଇଥିବା ଏହି ‘ସାତ ପରିସ˚ଖ୍ୟାନ’ ଦେଶର ଖରାପ ଅବସ୍ଥାକୁ ସ୍ପଷ୍ଟ ଭାବେ ସୂଚାଉଛି। ଏହାର ଏକ ମାତ୍ର ଅପବାଦ ଏବ˚ ତାହା ହେଉଛି, ଏହା ଦେଶର ଅର୍ଥ ବ୍ୟବସ୍ଥାର ସତ୍ୟ କାହାଣୀ ବୟାନ କରୁଛି।
ପ୍ରଥମ ପରିସ˚ଖ୍ୟାନ ହେଲା ଗତ ବର୍ଷ ଦେଶରେ ଆର୍ଥିକ ଅଭିବୃଦ୍ଧି ପରିବର୍ତ୍ତେ -୭.୩% ମାନ୍ଦାବସ୍ଥା ଉପୁଜିଛି (ଉତ୍ସ: ଭାରତ ସରକାର)। ଚାରି ଦଶନ୍ଧି ପରେ ଅର୍ଥ ବ୍ୟବସ୍ଥାର ପଛୁଆ ଗତି ହୋଇଛି। ଏହାର କାରଣ ନିଶ୍ଚିତ ଭାବେ କରୋନାର ପ୍ରଥମ ଲହର ଓ ତାଲାବନ୍ଦୀ ବା ଲକ୍ଡାଉନ୍। ତେବେ, ଏ ଅବସ୍ଥା ଅବଶିଷ୍ଟ ଦୁନିଆରେ ବି ହୋଇଥିଲା। ଅନ୍ୟ ଦେଶ ତୁଳନାରେ ଭାରତରେ ମାନ୍ଦାବସ୍ଥା ଅଧିକ ଜୋରଦାର ହୋଇଛି। କିଛି ବର୍ଷ ତଳେ ସାରା ଦୁନିଆରେ ଆମ ଦେଶର ଅର୍ଥ ବ୍ୟବସ୍ଥା ବେଶ୍ ଉପରେ ଥିଲା। ଏବେ ଆର୍ଥିକ ଅଭିବୃଦ୍ଧି ତାଲିକାରେ ଆମ ସ୍ଥାନ ୧୪୨କୁ ଖସିଆସିଲାଣି। ୨୦୧୬ରେ ବିମୁଦ୍ରାୟନ ଲାଗୁ ହେବା ପର ଠାରୁ ଏ ପର୍ଯ୍ୟନ୍ତ ଦେଶର ପ୍ରତ୍ୟେକ ବ୍ୟକ୍ତିର ବାସ୍ତବ ଆୟରେ ଶୂନ୍ୟ ପ୍ରତିଶତ ଅଭିବୃଦ୍ଧି ହୋଇଛି। ଏହି ପରିସ˚ଖ୍ୟାନ କରୋନାର ଦ୍ବିତୀୟ ଲହର ଆରମ୍ଭ ହେବା ପୂର୍ବର। ଅର୍ଥାତ୍, ଆଗକୁ ସ୍ଥିତି ଆହୁରି ଖରାପ ହୋଇପାରେ।
ଦ୍ବିତୀୟ ପରିସ˚ଖ୍ୟାନ ହେଉଛି ଗତ ବର୍ଷ ଆର୍ଥିକ କାର୍ଯ୍ୟକ୍ରମରେ ମୋଟ ନିବେଶ ୧୦.୮% ହ୍ରାସ ପାଇଛି (ଉତ୍ସ: ଭାରତ ସରକାର)। ସ୍ବାଧୀନତା ପରେ କୌଣସି ଗୋଟିଏ ବର୍ଷରେ ଥରେ ହେଲେ ଏ ପରି ଘଟିନାହିଁ। ନିବେଶ ସହ ଉପଭୋକ୍ତାଙ୍କ ବ୍ୟୟ ମଧ୍ୟ ହ୍ରାସ ପାଇଛି। ଏହି ପରିସ୍ଥିତିରେ କେବଳ ସରକାରର ବ୍ୟୟ ମାତ୍ର ବଢ଼ିଛି।
ତୃତୀୟ ପରିସ˚ଖ୍ୟାନ, ସ˚ଭବତଃ, ସରକାର ପ୍ରଥମ ଥର ପାଇଁ ନିଜ ଆୟ ଅନୁପାତରେ ଦୁଇ ଗୁଣରୁ ଅଧିକ ବ୍ୟୟ କରିଛି (ଉତ୍ସ: ଭାରତ ସରକାର)। ଗତ ବର୍ଷ ସରକାରର ମୋଟ ଆୟ ୧୬.୩ ଲକ୍ଷ କୋଟି ଟଙ୍କା ଥିଲା, ଯେଉଁଠି କି ମୋଟ ବ୍ୟୟ ଥିଲା ୩୫.୧ ଲକ୍ଷ କୋଟି ଟଙ୍କା। ଅର୍ଥାତ୍, ମୋଟ କ୍ଷତିର ପରିମାଣ ୧୮.୮ ଲକ୍ଷ କୋଟି ଟଙ୍କା, ଯାହା ଆମ ଜିଡିପିର ୯.୨%। ଏଥିରେ ଖରାପ କିଛି ନାହିଁ। ମାନ୍ଦାବସ୍ଥା ବେଳେ ସରକାରକୁ ହାତ ଖୋଲି ବ୍ୟୟ କରିବାକୁ ପଡ଼େ। ତେବେ, ଏହାର ଏକ ଅର୍ଥ ହେଉଛି, କରୋନାର ଦ୍ବିତୀୟ ଲହରର ମୁକାବିଲା ପାଇଁ ସରକାର ପାଖରେ ଅର୍ଥ ବଞ୍ଚିନାହିଁ।
ଚତୁର୍ଥ ପରିସ˚ଖ୍ୟାନ କହେ ମେ ୨୦୨୧ରେ ବେରୋଜଗାରି ହାର ୧୧.୯% ହୋଇ ଯାଇଛି (ଉତ୍ସ: ସି.ଏମ୍.ଆଇ.ଇ.)। ଯଦି ଗତ ବର୍ଷର ପ୍ରଥମ ତାଲାବନ୍ଦୀର ଏପ୍ରିଲ୍ ଓ ମେ, ଏହି ଦୁଇ ମାସକୁ ଛାଡ଼ିଦିଆଯାଏ, ଦେଶ ପୂର୍ବରୁ କେବେ ଏତେ ବଡ଼ ବେକାରି ସ୍ଥିତି ଦେଖିନାହିଁ। ସହରାଞ୍ଚଳରେ ବେରୋଜଗାରି ହାର ୧୫%କୁ ଛୁଇଁଲାଣି। ଯଦି, ବେରୋଜଗାରିକୁ ବ୍ୟାପକ ଭାବେ ଦେଖାଯାଏ, ଦେଶରେ ଏହି ହାର ୧୮% ପାଖାପାଖି। ଅର୍ଥାତ୍, ଏବେ ଦେଶରେ ୫.୨ରୁ ୮ କୋଟି ବେରୋଜଗାରି କବଳରେ।
ପଞ୍ଚମ ପରିସ˚ଖ୍ୟାନଟି ହେଲା, ଗତ ମାସରେ ଦରଦାମ ବୃଦ୍ଧି ହାର ୧୦.୫% ହୋଇସାରିଥିଲା (ଉତ୍ସ: ଭାରତ ସରକାର)। ଦରଦାମ ବୃଦ୍ଧି ରୋକିବାରେ ସରକାର ବିଫଳ ଏବ˚ ଖାଉଟି ହନ୍ତସନ୍ତ। ମୁଖ୍ୟତଃ ଖାଦ୍ୟ-ପଦାର୍ଥର ମୂଲ୍ୟ ବଢ଼ିଚାଲିଛି। ଏହା ଏକ ବିସ୍ଫୋରକ ରୂପ ନେଇପାରେ।
ଷଷ୍ଠ ପରିସ˚ଖ୍ୟାନଟି ହେଲା ଅର୍ଥ ବ୍ୟବସ୍ଥାରେ ବିଶ୍ବାସ ବା ଭରସାର ସୂଚକାଙ୍କ ଖସିଖସି ୪୮ ତଳକୁ ଆସିସାରିଲାଣି (ଉତ୍ସ: ସି.ଏମ୍.ଆଇ.ଇ.)। ‘ସେଣ୍ଟର୍ ଫର୍ ମନିଟରି˚ ଇ˚ଡିଆନ୍ ଇକୋନୋମି’ ଦ୍ବାରା ନିୟମିତ ଜାରି କରାଯାଉଥିବା ସୂଚକାଙ୍କର ଅର୍ଥ ହେଉଛି, ଯଦି ୨୦୧୫ରେ ୧୦୦ ଲୋକଙ୍କର ଆୟ ଭବିଷ୍ୟତ୍ରେ ବଢ଼ିବାର ବିଶ୍ବାସ ଥିଲା, ଏବେ ତାହା କମିକମି ୪୮ରେ ପହଞ୍ଚିଲାଣି। ଗତ ବର୍ଷ ମେ-ଜୁନ୍ରେ ଯେଉଁଠି ଥିଲା, ପ୍ରାୟ ସେଇଠି ପହଞ୍ଚିଛି। ଅର୍ଥାତ୍, ଭବିଷ୍ୟତ୍ ନେଇ ଆଶାବାଦୀ ଥିବା ସାଧାରଣ ଭାରତୀୟଙ୍କ ଆଶା ଧୂଳିସାତ ହେବାରେ ଲାଗିଛି।
ସପ୍ତମ ପରିସ˚ଖ୍ୟାନ, ଏହି ଏକ ବର୍ଷରେ ଦେଶରେ ବୃନ୍ଦପତି (ବିଲିଅନେୟାର୍ଙ୍କ ସ˚ପତ୍ତି ପ୍ରାୟ ଦୁଇ ଗୁଣ ବଢ଼ିଛି (ଉତ୍ସ: ଫୋର୍ବସ୍ ପତ୍ରିକା)। ଗତ ବର୍ଷ ଆରମ୍ଭରେ ୧୦୦ କୋଟି ଡଲାର୍ (ପ୍ରାୟ ୭୩୦୦ କୋଟି ଟଙ୍କା)ରୁ ଅଧିକ ସ˚ପତ୍ତି ଥିବା ଭାରତୀୟଙ୍କ ସ˚ଖ୍ୟା ୧୦୨ ଥିଲା। ମହାମାରୀ ବର୍ଷ ସରୁସରୁ ଏହି ସ˚ଖ୍ୟା ୧୪୦ ହୋଇଗଲା ଏବ˚ ସେମାନଙ୍କ ମୋଟ ସ˚ପତ୍ତି ପରିମାଣ ୪୩ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଗଲା। କେବଳ ଗୋଟିଏ ବର୍ଷରେ ମୁକେଶ ଅମ୍ବାନୀଙ୍କ ସ˚ପତ୍ତି ୨.୬ରୁ ବଢ଼ି ୬.୨ ଲକ୍ଷ କୋଟି ଟଙ୍କା ହୋଇଗଲା। ଗୌତମ ଅଦାନୀଙ୍କ ସ˚ପତ୍ତି ମାତ୍ର ୫୮ ହଜାର କୋଟିରୁ ବଢ଼ି ୩.୭ ଲକ୍ଷ କୋଟିରେ ପହଞ୍ଚିଗଲା। ଏହି ସମୟରେ ସେନ୍ସେକ୍ସ ମଧ୍ୟ ଖୁବ୍ ବଢ଼ିଛି।
ଏହି ସପ୍ତମ ପରିସ˚ଖ୍ୟାନକୁ ଅବଶିଷ୍ଟ ଛଅଟି ପରିସ˚ଖ୍ୟାନ ସହ ଯୋଡ଼ି ଦେଖନ୍ତୁ ଏବ˚ ତାହା ସହ ଏବର ଭାରତର ଚିତ୍ର ମଧ୍ୟ ଦେଖନ୍ତୁ। ଦେଶର ଅବସ୍ଥା ଖରାପ ହେଉଛି, ସରକାର କାଙ୍ଗାଳ ହେଉଛି, ଜନତା ବେରୋଜଗାର ହେଉଛି ଏବ˚ ଦେଶ ମହଙ୍ଗା ଅବସ୍ଥାର ମାଡ଼ ସହୁଛି। କିନ୍ତୁ, ଦେଶ ବରବାଦ ହେଉଥିବା ବେଳେ କିଛି ଧନଶାଳୀ ଅଧିକରୁ ଅଧିକ ଧନବାନ ହୋଇଚାଲିଛନ୍ତି। ଦେଶ ପଚାରୁଛି: ‘‘ସରକାର ସହ ବେପାରୀଙ୍କ ମିଳନ ହୋଇଯାଇନାହିଁ ତ? ଦେଶର ଏହି ଆପତ କାଳରେ ବୃନ୍ଦପତି ବ୍ୟବସାୟୀଙ୍କ ପାଇଁ ଅବସର ସୃଷ୍ଟି କରୁଛି କିଏ?’’