ବ୍ରିଟେନ୍ରେ ନିର୍ବାଚନ ଅବଧି ଲମ୍ବା, ଭାରତରେ ମତଦାତାଙ୍କ ସ˚ଖ୍ୟା ଅଧିକ। ତେବେ, ଗଣତନ୍ତ୍ରର ବ୍ୟାବହାରିକ ଓ ପ୍ରୟୋଗାତ୍ମକ ଦୃଷ୍ଟିକୋଣରୁ ଦେଖିଲେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ନିର୍ବାଚନ ସବୁଠାରୁ ଅଧିକ ମହତ୍ତ୍ବପୂର୍ଣ୍ଣ। ଶହେ ବର୍ଷରୁ ଅଧିକ ବର୍ଷ ହେଲା ସ୍ଥିତି ଏହି ପରି। କାରଣ, ଆମେରିକା ବିଶ୍ବର ସବୁଠାରୁ ଶକ୍ତିଶାଳୀ ଏବଂ ଧନୀ ଦେଶ ଏବ˚ ଯିଏ ଏହାର ନେତୃତ୍ବ ନେବେ, ତାହାର ପରିଣାମ ସାରା ମାନବ ସମାଜ ଉପରେ ପଡ଼ିବ। ବୋରିସ୍ ଜନ୍ସନ୍ଙ୍କ କୌଣସି ନୀତିର ପ୍ରଭାବ ଇଉରୋପ ବାହାରେ କୌଣସି ରାଷ୍ଟ୍ର ବା ଜାତିକୁ ସାମାନ୍ୟତମ ଆନ୍ଦୋଳିତ କରିବାର ସମ୍ଭାବନା ପ୍ରାୟ ନାହିଁ। ନରେନ୍ଦ୍ର ମୋଦୀଙ୍କ କୌଣସି ନୀତିକୁ ଦକ୍ଷିଣ ଏସିଆ ବାହାରେ କିଏ ବା କାହିଁକି ପଚାରିବ! ତେବେ, ଆମେରିକାର ରାଷ୍ଟ୍ରପତିଙ୍କର କୌଣସି ପଦକ୍ଷେପ ବା ନୀତି ସାରା ବିଶ୍ବକୁ ପ୍ରଭାବିତ କରିପାରେ। ୨୦୦୦ରେ ଜର୍ଜ୍ ଡବ୍ଲ୍ୟୁ. ବୁସ୍ଙ୍କ ପରିବର୍ତ୍ତେ ଆଲ୍ ଗୋର୍ ରାଷ୍ଟ୍ରପତି ନିର୍ବାଚନ ଜିତିଥିଲେ ଇରାକ ଯୁଦ୍ଧ ହୋଇ ନ ଥାଆନ୍ତା ଏବ˚ ବିଶ୍ବ ଏବେ ଅଧିକ ନିରାପଦ ଅଞ୍ଚଳ ହୋଇ ରହିଥାଆନ୍ତା।
ତେଣୁ, ୨୦୨୦ରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ନିର୍ବାଚନ ବିଶ୍ବ ଦୃଷ୍ଟିରୁ ମଧ୍ୟ ଅତି ମହତ୍ତ୍ବପୂର୍ଣ୍ଣ। ଆଉ ଏବେ ‘କୋଭିଡ୍-୧୯’ର ଉପଦ୍ରବ ବେଳେ ଏହା ପୂର୍ବାପେକ୍ଷା ଅଧିକ ଗୁରୁତ୍ବପୂର୍ଣ୍ଣ ହୋଇଯାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ପ୍ରଥମ ପାଳି, ଆମେରିକା ପାଇଁ ଭଲ ନା ମନ୍ଦ ରହିଛି, ତାହା କେବଳ ଆମେରିକୀୟମାନେ କହିବେ। ତେବେ, ଏହା ଯେ ଅବଶିଷ୍ଟ ବିଶ୍ବ ପାଇଁ ଅତି ଖରାପ ରହିଛି, ଏହା ନିଃସନ୍ଦେହରେ କହାଯାଇପାରେ। ‘ପ୍ୟାରିସ୍ ଚୁକ୍ତି’ରୁ ତାଙ୍କର ଓହରିବା, ଜଳବାୟୁ ପରିବର୍ତ୍ତନକୁ ଅଧିକ ସ˚କଟମୟ କରିଛି। ଇରାନ ଉପରେ ତାଙ୍କର ନୂଆ କଟକଣା ସର୍ବଦା ସ୍ପର୍ଶକାତର ରହିଆସିଥିବା ମଧ୍ୟ-ପ୍ରାଚ୍ୟର ଅବସ୍ଥାକୁ ଅଧିକ ଉଦ୍ବେଗଜନକ କରିଛି। ଟ୍ରମ୍ପ୍ଙ୍କ ନୀତି ଯୋଗୁଁ ଶରଣାର୍ଥୀ ସ˚କଟ ବଢ଼ିଛି। ଏସିଆ ଏବ˚ ଆଫ୍ରିକାର ଲୋକଙ୍କ ସମ୍ବନ୍ଧରେ ତାଙ୍କର ଅଶାଳୀନ ଓ ସା˚ପ୍ରଦାୟିକ ଭାଷା, ବୈରୀଭାବ ଓ ବିଦ୍ବେଷ ସୃଷ୍ଟି କରିଛି, ଯାହା ଉଭୟ ଆମେରିକା ଏବଂ ଅବଶିଷ୍ଟ ବିଶ୍ବ ପାଇଁ ଅମଙ୍ଗଳକର।
୨୦୧୭ ତୁଳନାରେ ସ˚ପ୍ରତି ବିଶ୍ବ ଏକ କମ୍ ନିରାପଦ ଏବ˚ ଅଧିକ ଦୁର୍ଗତିପ୍ରବଣ ଅଞ୍ଚଳ ହୋଇଛି। ଏହାର ଅନେକ କାରଣ ଥାଇପାରେ। ତେବେ, ଟ୍ରମ୍ପ୍ ଓ ତାଙ୍କର ନୀତିଗୁଡ଼ିକ ନିଶ୍ଚିତ ଭାବେ ଉକ୍ତ କାରଣାବଳୀ ଅନ୍ତର୍ଭୁକ୍ତ। ତେଣୁ, ଆମେରିକାର ନାଗରିକ ହୋଇ ନ ଥିଲେ ହେଁ ଅନେକ ସେଠାକାର ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ କ’ଣ ଘଟିବ, ଜାଣିବା ପାଇଁ ବ୍ୟଗ୍ରତାର ସହ ଅପେକ୍ଷା କରିଛନ୍ତି। ଯଦି, ଡୋନାଲ୍ଡ ଟ୍ରମ୍ପ୍ ପୁଣି ଥରେ ବିଜୟ ଲାଭ କରନ୍ତି, ବିଶ୍ବ ନିରାପଦ ଓ ଦୁର୍ଗତି-ମୁକ୍ତ ହେବାର ସମ୍ଭାବନା ହ୍ରାସ ପାଇବ ଏବ˚ ସେ ଯଦି ପରାଜିତ ହୁଅନ୍ତି, କିଛି ମଙ୍ଗଳ ହେବ ବୋଲି ଆଶା କରିପାରିବା।
ମୁଁ ଫେବ୍ରୁଆରିରେ ଯୁକ୍ତରାଷ୍ଟ୍ର ଆମେରିକାରେ ଥିଲି ଏବ˚ ଡେମୋକ୍ରାଟିକ୍ ପ୍ରାର୍ଥୀ ହେବାକୁ ଚାହୁଁଥିବା ଆଶାୟୀମାନଙ୍କ ମଧ୍ୟରେ କିଛି ବିତର୍କ ଶୁଣିଥିଲି। ସେତେବେଳେ ଭର୍ମୋଣ୍ଟ୍ର ସିନେଟର୍ ବର୍ନି ସାଣ୍ତର୍ସ୍ ଏହି ଦୌଡ଼ରେ ଅଗ୍ରଣୀ ଥିଲେ। ଟ୍ରମ୍ପ୍ଙ୍କୁ ପସନ୍ଦ କରୁ ନ ଥିବା ମୋର ମାର୍କିନ୍ ବନ୍ଧୁମାନେ ଏ ସ˚ପର୍କରେ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ କରୁଥିଲେ। ଥୋକେ ଭାବୁଥିଲେ, କର୍ମଜୀବୀ ଶ୍ରେଣୀ ଓ ଯୁବ-ଗୋଷ୍ଠୀ ମଧ୍ୟରେ ସାଣ୍ତର୍ସ୍ଙ୍କର ଲୋକପ୍ରିୟତା ଡେମୋକ୍ରାଟିକ୍ ମତଦାତାଙ୍କୁ ବିଶେଷ ଭାବେ ପ୍ରଭାବିତ କରିବ ଏବ˚ ସେମାନେ ଯଥେଷ୍ଟ ସ˚ଖ୍ୟାରେ ଏକତ୍ର ହୋଇ ଟ୍ରମ୍ପ୍ଙ୍କୁ ପରାଜିତ କରିବେ। ଅନ୍ୟ କେତେକ ବିଶ୍ବାସ କରୁଥିଲେ, ଏକଦା ବାମପନ୍ଥୀ ଥିବା ସାଣ୍ତର୍ସ୍ କୌଣସି ପଶ୍ଚାତ୍ତାପ କରୁ ନ ଥିବାଟା ତାଙ୍କର ସବୁଠାରୁ ବଡ଼ ଦୁର୍ବଳତା ଏବ˚ ଏହି ଦୁର୍ବଳତା ତାଙ୍କ ପାଇଁ କାଳ ହୋଇପାରେ।
ମାର୍ଚ୍ଚରେ ମୁଁ ନିଉୟର୍କ୍ ଛାଡ଼ିବା ବେଳକୁ ଜୋ ବାଇଡେନ୍ ଦୌଡ଼ରେ ବର୍ନି ସାଣ୍ତର୍ସ୍ଙ୍କ ସହିତ ସମତୁଲ ହୋଇସାରିଥିଲେ। ପରେ ପରେ ସାଣ୍ତର୍ସ୍ଙ୍କୁ ପଛରେ ପକାଇ ସେ ଡେମୋକ୍ରାଟିକ୍ ପ୍ରାର୍ଥୀ ଭାବେ ମନୋନୀତ ହୋଇଥିଲେ। ମୋର କିଛି ବନ୍ଧୁ ଭାବୁଛନ୍ତି, ବାଇଡେନ୍ଙ୍କ ଶାଳୀନତା ଏକ ଗୋଷ୍ଠୀର ଶ୍ବେତକାୟ ମତଦାତାଙ୍କୁ ନିଶ୍ଚିତ ଭାବେ ପ୍ରଭାବିତ କରିବ। ପୁଣି, ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମାଙ୍କ ସହ ତାଙ୍କର ସ˚ପର୍କ ଆଫ୍ରିକାନ୍-ଆମେରିକାନ୍ମାନଙ୍କୁ ମଧ୍ୟ ଆକର୍ଷିତ କରିପାରେ। ସେମାନେ ଉତ୍ସାହିତ ହୋଇ ବହୁ ସ˚ଖ୍ୟାରେ ସହଯୋଗ କରିପାରନ୍ତି। ଅନ୍ୟ କିଛି ଭାବୁଛନ୍ତି, ତାଙ୍କର ବୟସ ଅଧିକ ଏବ˚ ତାଙ୍କଠାରେ ଶକ୍ତିର ଅଭାବ। ୟୁକ୍ରେନ୍ରେ ତାଙ୍କ ପୁତ୍ରଙ୍କ କାରବାର, ଟ୍ରମ୍ପ୍ଙ୍କୁ ମାତ୍ଦେବା ନେଇ ଡେମୋକ୍ରାଟିକ୍ ଆଶାକୁ ଉଜାଡ଼ିଦେଇପାରେ।
‘କୋଭିଡ୍-୧୯’ର ଉଦ୍ଭବ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ପ୍ରସାରଣକୁ ନେଇ ଏବେ ବି ନାନା ପ୍ରଶ୍ନର କୌଣସି ଉତ୍ତର ନାହିଁ। ପ୍ରଥମେ ଏହି ପ୍ରସଙ୍ଗକୁ ଡୋନାଲ୍ଡ ଟ୍ରମ୍ପ୍ ବାଏଁବାଏଁ ଉଡ଼ାଇ ଦେଇଥିଲେ। ଏହାର ସମ୍ଭାବ୍ୟ ବିପଦକୁ ଭିତ୍ତିହୀନ ଭାବେ ଆଖ୍ୟାୟିତ କରିଥିଲେ। ସରକାର ଯଥେଷ୍ଟ ପ୍ରତିରୋଧୀ-ପ୍ରତିଷେଧମୂଳକ ପଦକ୍ଷେପ ନେଇଥିବାର ମିଥ୍ୟା ଘୋଷଣା ମଧ୍ୟ କରିଥିଲେ। ଯେତେବେଳେ ମାମଲା ଗମ୍ଭୀର ରୂପ ନେଲା, ଆକ୍ରାନ୍ତଙ୍କ ସ˚ଖ୍ୟା ବହୁତ ବଢ଼ିଚାଲିଲା, ଟ୍ରମ୍ପ୍ ବିଳମ୍ବରେ ପଦକ୍ଷେପମାନ ଗ୍ରହଣ କଲେ। କ˚ଗ୍ରେସ୍କୁ କହି ‘କୋଭିଡ୍’ ରିଲିଫ୍ ପ୍ୟାକେଜ୍ ଘୋଷଣା କଲେ। ମାଗଣା ପରୀକ୍ଷା, ଦରମା ସହ ଜରୁରିକାଳୀନ ଛୁଟି ଆଦି ଏହି ପ୍ୟାକେଜ୍ ଅନ୍ତର୍ଭୁକ୍ତ। ଦୁଃସ୍ଥିତି ସୁଧାରିବା ପାଇଁ ନିୟମିତ ବୈଠକ କଲେ, ବିଶେଷଜ୍ଞଙ୍କର ପରାମର୍ଶ ମାଗିଲେ। ତେବେ, ଏକ ସମୟରେ ସା˚ପ୍ରଦାୟିକ ମନ୍ତବ୍ୟ ମଧ୍ୟ ଦେଇଚାଲିଲେ। ଏହାକୁ ‘ଚାଇନିଜ୍ ଭାଇରସ୍’ ନାମ ଦେଲେ।
ପରେ ସମ୍ଭବତଃ ପରାମର୍ଶଦାତାଙ୍କ ଚାପରେ ପଡ଼ି ସେ ଚାଇନିଜ୍ଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେବା ବନ୍ଦ କଲେ। ଏବେ ସେ ‘ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ’ ବିରୋଧରେ ବିଷୋଦ୍ଗାର ଆରମ୍ଭ କରିଛନ୍ତି। କହିଛନ୍ତି, ଏହି ସ˚ଗଠନ ଭୂତାଣୁର ପ୍ରସାରଣଜନିତ ଆଶଙ୍କାକୁ ଅଣଦେଖା କରିବା କାରଣରୁ, ଯୁକ୍ତରାଷ୍ଟ୍ର ଆମେରିକା ଜରୁରିକାଳୀନ ପଦକ୍ଷେପ ନେବାରେ ବିଳମ୍ବ କଲା। ମୁଖ୍ୟତଃ ଦୁଇଟି କାରଣରୁ ଏହା ଗୁରୁତ୍ବପୂର୍ଣ୍ଣ। ପ୍ରଥମ- ‘ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ’ ଭଳି ବିଭିନ୍ନ ବହୁମୁଖୀ ସ˚ସ୍ଥାକୁ କାଟ-ଛାଣ୍ଟ କରିବା ପାଇଁ ଟ୍ରମ୍ପ୍ ସର୍ବଦା ବ୍ୟଗ୍ରତା ଦେଖାଇଛନ୍ତି। ଏହି ସ˚ସ୍ଥାଗୁଡ଼ିକୁ ଆମେରିକା ପକ୍ଷରୁ ଦିଆଯାଉଥିବା ଅନୁଦାନ କମାଇଛନ୍ତି। ଅତୀତରେ ସେମାନଙ୍କ ପରାମର୍ଶ ଗ୍ରହଣ କରିନାହାନ୍ତି। ଦ୍ବିତୀୟ- ଜାନୁଆରିର ଶେଷ ଭାଗରେ ଖୋଦ୍ ଟ୍ରମ୍ପ୍ଙ୍କ ବାଣିଜ୍ୟିକ ପରାମର୍ଶଦାତା ପିଟର୍ ନାଭାରୋ, କରୋନା ଭାଇରସ୍ଜନିତ ସ˚କଟ ଏବ˚ ଏହା କିପରି ମାର୍କିନ୍ ଅର୍ଥନୀତିକୁ ନଷ୍ଟ କରିବା ସହ ବହୁସ˚ଖ୍ୟକ ଜୀବନ ନେଇପାରେ, ସେହି ବାବଦରେ ସତର୍କ କରାଇ ଦେଇଥିଲେ। ନାଭାରୋ କହିଥିଲେ- ଯେହେତୁ ଏହି ଭୂତାଣୁର ନାଶନ ପାଇଁ କୌଣସି ଟିକା ତିଆରି ହୋଇପାରିନାହିଁ, ସୁରକ୍ଷାର ଅଭାବ ଏକ ବଡ଼ ଧରଣର ମହାମାରୀ ସୃଷ୍ଟି କରିପାରେ ଏବ˚ ଲକ୍ଷ ଲକ୍ଷ ଆମେରିକୀୟଙ୍କ ଜୀବନ ଯାଇପାରେ। ନାଭାରୋଙ୍କ ମନ୍ତବ୍ୟ ପ୍ରସଙ୍ଗରେ ୨୯ ଜାନୁଆରିରେ ‘ଦ ନିଉୟର୍କ୍ ଟାଇମ୍ସ’ ଲେଖିଥିଲା- ଟ୍ରମ୍ପ୍ ମହଶୟ ଏବେ ଆମେରିକା ସହ ଖେଳୁଛନ୍ତି। ପରେ କହିବେ, ଏଭଳି ଘଟିବ ବୋଲି କେହି ପୂର୍ବାନୁମାନ କରି ନ ଥିଲେ।
ଆସନ୍ତା ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍ଙ୍କ ବିଜୟ ବା ପରାଜୟକୁ ‘କୋଭିଡ୍-୧୯’ କେତେ ଦୂର ଏବ˚ କେଉଁ ଭଳି ଭାବେ ପ୍ରଭାବିତ କରିବ, ଏବେଠାରୁ ଅନୁମାନ ଲଗାଇବା କଷ୍ଟକର। ଏକ ପକ୍ଷରେ ତାଙ୍କର ଅସ୍ଥିର ବ୍ୟକ୍ତିତ୍ବ ରାଷ୍ଟ୍ରପତି ପଦରେ ବସିବା ପାଇଁ ନିଶ୍ଚିତ ଭାବେ ଏକ ବୋଝ। ସେ ନିଜକୁ ସବୁ ଜାଣିଥିବା ବିଶେଷଜ୍ଞ ଭାବନ୍ତି। ତେଣୁ, ତାଙ୍କ ଦାଉରୁ ମୁକ୍ତି ପାଇବା ପାଇଁ ଅନେକ ଅପେକ୍ଷାକୃତ ସ୍ଥିର ଓ ନିରାପଦ ବାଇଡେନ୍ଙ୍କ ଆଡ଼କୁ ଢଳିପାରନ୍ତି। ଅପରପକ୍ଷେ, ଭୂତାଣୁକୁ ବିଦେଶାଗତ, ମଣିଷକୃତ ଶତ୍ରୁ ଆଦିର ମୋହର ଲଗାଇ ଟ୍ରମ୍ପ୍ ମତଦାତାଙ୍କ ମଧ୍ୟରେ ଏକ ବିଦେଶୀ-ବିରୋଧୀ ମାନସିକତା ସୃଷ୍ଟି କରିପାରନ୍ତି, ଯାହା ୨୦୧୬ରେ ସେ କରିବାରେ ସଫଳ ହୋଇଥିଲେ। ୨୦୧୯ରେ ବିଜୟ ପାଇଁ ଆମ ନିଜ ପ୍ରଧାନମନ୍ତ୍ରୀ ଯାହା କରିଥିଲେ, ଟ୍ରମ୍ପ୍ ତାଙ୍କ ପଥ ଅନୁସରଣ କରିପାରନ୍ତି। ତାହା ଛଡ଼ା ଏକ ତୃତୀୟ ଦୃଷ୍ଟିକୋଣ ମଧ୍ୟ ଅଛି ଏବ˚ ତାହା ହେଉଛି- ଏକ ବଡ଼ ଧରଣର ଜାତୀୟ ସ˚କଟ କାଳରେ ଯିଏ ଦାୟିତ୍ବରେ ଥାଆନ୍ତି, ଅଧିକା˚ଶ ତାଙ୍କୁ ବିଶ୍ବାସକୁ ନିଅନ୍ତି, ସିଏ ବ୍ରିଟେନ୍ର ବୋରିସ୍ ଜନ୍ସନ୍ ହୁଅନ୍ତୁ କି ଭାରତର ନରେନ୍ଦ୍ର ମୋଦୀ କି ଆମେରିକାର ଡୋନାଲ୍ଡ ଟ୍ରମ୍ପ୍।
୨୦୧୬ରେ ଟ୍ରମ୍ପ୍ଙ୍କ ବିଜୟ ଯଦି ବିଶ୍ବ ପାଇଁ ଏକ ମନ୍ଦ ଖବର ଥିଲା, ତାଙ୍କର ପୁନଃ ବିଜୟ ଅଧିକ ମନ୍ଦ ହୋଇପାରେ। ମାନବ ଜାତି ପ୍ରତି ଜଳବାୟୁ ପରିବର୍ତ୍ତନ ଜନିତ ବିପଦ ଅଧିକ ବିପଜ୍ଜନକ ହୋଇପାରେ। ମଧ୍ୟ-ପ୍ରାଚ୍ୟରେ ଗୃହ ଯୁଦ୍ଧ ପରିସ୍ଥିତି ଅଧିକ ବ୍ୟାପକ ଓ ଭୟଙ୍କର ହୋଇପାରେ। ଚାଇନା ଓ ଆମେରିକା ମଧ୍ୟରେ ସ˚ପର୍କ ଆହୁରି ବିଗିଡ଼ିଯାଇପାରେ। ଇଉରୋପ ସହ ଆମେରିକାର ସ˚ପର୍କ ମଧ୍ୟ ତିକ୍ତ ହୋଇପାରେ। ‘ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ’ ଏବ˚ ଶରଣାର୍ଥୀ ସମସ୍ୟା ପରିଚାଳନା କରୁଥିବା ଜାତିସ˚ଘର ସ˚ସ୍ଥାର କାର୍ଯ୍ୟକାରିତା ହ୍ରାସ ପାଇପାରେ।
ଆମେରିକାରେ ଡେମୋକ୍ରାଟିକ୍ ପ୍ରାର୍ଥୀଙ୍କ ବିଜୟ ସହ ଅବଶିଷ୍ଟ ବିଶ୍ବ ଯେ ବିପଦମୁକ୍ତ ହୋଇଯିବ, ଏ ଧାରଣା ମଧ୍ୟ ଭ୍ରମାତ୍ମକ। ‘କୋଭିଡ୍-୧୯’ ସହ ଆମେରିକାର ନିର୍ବାଚନର କୌଣସି ସିଧା-ସଳଖ ସ˚ପର୍କ ନାହିଁ। ଏହି ଭୂତାଣୁର ଅର୍ଥନୈତିକ, ସାମାଜିକ ଓ ମନସ୍ତାତ୍ତ୍ବିକ ପରିଣାମ ଅକଳନୀୟ; ବୋଧହୁଏ କେବଳ ଦୁଇ ବିଶ୍ବ ଯୁଦ୍ଧ ସହ ସମାନ। ଏହାର ସ˚ପୂର୍ଣ୍ଣ ନିପାତ ବେଳକୁ ଏହା ମଣିଷ ଜାତିର ଅଶେଷ କ୍ଷତି କରିସାରିଥିବ। ଏହାର ପରିଣାମ ସ୍ବରୂପ ବିଶ୍ବକୁ ପୁନର୍ବାର ଧାରଣାକୁ ଫେରାଇଆଣିବା ଲାଗି ଯଥେଷ୍ଟ ଶକ୍ତି, ସମ୍ବେଦନଶୀଳତା ଓ ବୌଦ୍ଧିକତାର ଆବଶ୍ୟକତା ପଡ଼ିବ। ଏଥିପାଇଁ ପୂର୍ବାପେକ୍ଷା ବହୁଗୁଣ ଅଧିକ ଭାବେ ସମସ୍ତ ପ୍ରମୁଖ ରାଷ୍ଟ୍ରକୁ ଏକତ୍ର କାର୍ଯ୍ୟ କରିବାକୁ ପଡ଼ିବ। ନୂଆ ଟିକା ଉଦ୍ଭାବନ ଓ ଉତ୍ପାଦନ ଠାରୁ ଆରମ୍ଭ କରି ବାଣିଜ୍ୟ ଓ ବିତ୍ତୀୟ ବ୍ୟବସ୍ଥାର ପୁନଃ ଥଇଥାନ ପର୍ଯ୍ୟନ୍ତ ସବୁ କିଛିରେ ସମସ୍ତଙ୍କ ସହଯୋଗ ଲୋଡ଼ା। ସବୁଠାରୁ ମହତ୍ତ୍ବପୂର୍ଣ୍ଣ ହେଉଛି ବିଶ୍ବସନୀୟତା। ଯଦି ଡୋନାଲ୍ଡ ଟ୍ରମ୍ପ୍ ବିଶ୍ବର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ରର ନେତା ଭାବେ ପୁନଃ ନିର୍ବାଚିତ ହୁଅନ୍ତି, ଆଗାମୀ ବିଶ୍ବ ନିତାନ୍ତ ଆବଶ୍ୟକ କରୁଥିବା କୌଣସି ଗଠନମୂଳକ କାର୍ଯ୍ୟ ସହଜରେ ରୂପ ନେଇପାରିବନାହିଁ। ତାଙ୍କର ପ୍ରତିକୂଳ ଦୃଷ୍ଟିଭଙ୍ଗୀ ସବୁ କିଛି ନଷ୍ଟ କରିଦେବ; ସମସ୍ତ ରାଷ୍ଟ୍ର ଏକତ୍ର ହୋଇପାରିବେନାହିଁ।
ଆମେରିକାର ପ୍ରତ୍ୟେକ ରାଷ୍ଟ୍ରପତି ନିର୍ବାଚନ ବିଶ୍ବର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଗଣତାନ୍ତ୍ରିକ ପ୍ରୟୋଗ ଭାବେ ମାନ୍ୟତାପ୍ରାପ୍ତ। ଯଦିଓ କେବଳ ଆମେରିକାର ନାଗରିକ ଏହି ନିର୍ବାଚନରେ ମତଦାନ କରନ୍ତି, ଏହାର ଫଳାଫଳ ଲକ୍ଷ ଲକ୍ଷ ମଣିଷ ଯେଉଁମାନେ ଅଣ-ଆମେରିକୀୟ, ସେମାନଙ୍କର ଭାଗ୍ୟ ଓ ଭବିଷ୍ୟତ୍ ନିରୂପଣ କରିଥାଏ। ଏହି ଅର୍ଥରେ ଦେଖିଲେ, ୨୦୨୦ର ରାଷ୍ଟ୍ରପତି ନିର୍ବାଚନ, ଏହା ପୂର୍ବର ସମସ୍ତ ନିର୍ବାଚନ ତୁଳନାରେ ଅଧିକ ମହତ୍ତ୍ବ ରଖୁଛି।